ମେଥି ଭାରତୀୟ ରୋଷେଇ ଘରେ ଅତ୍ୟନ୍ତ ପରିଚିତ । ସ୍ୱଳ୍ପ ପରିମାଣରେ ବ୍ୟବହାର ହେଉଥିଲେ ବି ଏହାର ଔଷଧୀୟ ଗୁଣ ସର୍ବ ଆଦୃତ । ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଏ ଏବଂ ମଞ୍ଜିକୁ ତରକାରୀ, ଡାଲି ଓ ବିଭିନ୍ନ ବ୍ୟଞ୍ଜନରେ ଛୁଙ୍କ ଦେଲାବେଳେ ଅନ୍ଧ ଦିଆଯାଏ ଓ ଆଚାରରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଏହାର ବ୍ୟବହାର ବ୍ୟଞ୍ଜନରେ ବାସ୍ନାକୁ ବହୁଗୁଣିତ କରାଇଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଏହାର ପତ୍ରକୁ ଶୁଖାଇ ପୁରୀ, ଡାଲି ଇତ୍ୟାଦି ବ୍ୟଞ୍ଜନରେ ବ୍ୟବହାର କରାଯାଏ । ମେଥି ଦାନା ଓ ଶାଗର ଔଷଧୀୟ ଗୁଣ ସଂପର୍କରେ ଅନେକେ ପରିଚିତ ନୁହନ୍ତି । ଏଣୁ ଏହାର ଔଷଧୀୟ ଗୁଣ ଅମୃତ ସମାନ । ଏଣୁ ଖାଦ୍ୟରେ ଏହାର ବହୁଳ ବ୍ୟବହାର ଓ ଚାଷର ପ୍ରୋତ୍ସାହନ ଦ୍ଵାରା ଏକ ସୁସ୍ଥ ସମାଜ ଗଢାଯାଇପାରିବ । ମୋଥିର ସେବନ ଶରୀରରେ କ୍ଷତିକାରକ, କୋଲେଷ୍ଟରଲ, ପରିମାଣ କମାଇଥାଏ ଏବଂ ଏଥିରେ ଥିବା ସାପୋନିନ କୋଲେଷ୍ଟରଲ, ଓ ଟ୍ରାଇଗ୍ନି ସରିଡକୁ ରକ୍ତରେ ଶୋଷିତ ହେବାକୁ ଦିଏନାହିଁ ।
ମେଥିରେ ଥିବା ଗ୍ଲାକଟୋମନାନ ସ୍ଵାସ୍ଥ୍ୟଭଲ ରଖେ । ଏଥିରେ ଥିବା ପୋଟାସିୟମ ବଡ଼ ପ୍ରେସରକୁ ଆୟତ୍ତରେ ରଖେ । ଏଣୁ ବଡ଼ ପ୍ରେସର ଏବଂ ହୃଦରୋଗୀଙ୍କ ପାଇଁ ଏକ ବରଦାନ । ମଧୁମେହ ବା ଡାଇବେଟିସ ପାଇଁ ଅନେମାଘ ଔଷଧ । ମେଥିରେ ରକ୍ତରେ ଥିବା ଆମୋନି ଏସିଡ ଇନସୁଲିନ କ୍ଷରମରେ ସାହାଯ୍ୟ କରେ । ଏହାର ହଜମଶକ୍ତିରେ ସହାୟକଟା। ଏହାର ଆକ୍ତି ଅକ୍ସିଡାଣ୍ଟ ଗୁଣ ଓ ତନ୍ତୁର ଆଧିକ୍ୟ ପେଟରୁ ସମସ୍ତ ଖରାପ ବସ୍ତୁକୁ ବାହାର କରିଦିଏ । ଏସିଡିଟି, ଛାତି ଜଳାପୋଡା, ବଦହଜମି, କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ଏହା ଅବ୍ୟର୍ଥ ଔଷଧ । ମେଦବହୁଳତା ପାଇଁ ମଧ୍ୟ ଏହା ଉପକାରୀ । ଗଳା ଦରଜ ପାଇଁ ଭିଜା ମେଥି ଦାନା ସହ ଲେମ୍ବୁ ଓ ମହୁ ଖାଇଲେ ଠିକ । ହୋଇଯାଏ । ଯେକୌଣସି ଜ୍ଵର ପାଇଁ ଏହା ଏକ ସୁସ୍ଥ ଔଷଧ ଭଳି କାମ ଦିଏ । ମା'ମାନଙ୍କ ପାଇଁ ଏହା ଖିର ବର୍ଦ୍ଧନ କରିଥାଏ । ଏପିରିକି ଏହାର ସେବନ ଗର୍ଭବତୀଙ୍କ ପାଇଁ ମଧ୍ୟ ଅନେକ ଉପକାରୀ । ମିସକ୍ୟାରେଜ, ପ୍ରିମ୍ୟାଚୁର ଜନ୍ମ ରୋକିବାରେ ଏବଂ ଜନ୍ମ ସମୟରେ କଷ୍ଟ ଲାଘବ କରିଥାଏ । ଏଥିରେ ଓଷ୍ଟ୍ରୋଜେନ ଥିବାରୁ ମହିଳାଙ୍କ ପାଇଁ ଏହା ଏକ ବରଦାନ । ହରମୋନ କ୍ଷରମକାରୀ ହୋଇଥିବାରୁ ଜରାୟୁ ଓ ଓଭାରିଜନିତ ସମସ୍ତ ରୋଗରେ ଏହାର ବ୍ୟବହାର ଫଳପ୍ରଦ । ଚର୍ମଜନିତ ରୋଗ ମଧ୍ୟ ଏହାଦ୍ଵାରା ଠିକ ହୋଇଥାଏ । ଜଳାପୋଡା, ଏକଜିମା, ଫୋଟକା ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ । ଏହାଛଡା କେଶ ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ଅତ୍ୟନ୍ତ ଫଳପ୍ରଦ । ବାଡିବଗିଚାରେ ମେଥିଚାଷର ଚାଷର ପ୍ରସାର ଓ ପ୍ରସାର ହେବା ଜରୁରୀ । ଯଦ୍ଵାରା ଆମେ ଏହାକୁ ଦୈନନ୍ଦିନ ଖାଦ୍ୟରେ ଆମେ ବ୍ୟବହାର କରିପାରିବା ଏବଂ ଏହାର ଔଷଧୀୟ ଗୁଣର ଲାଭ ହୋଇପାରିବ । ଏହା ଏକ ଶୀତଦିନିଆ ଫସଲ ।
ମୃତ୍ତିକା
ପ୍ରାୟ ସମସ୍ତ ପ୍ରକାର ମୃତ୍ତିକାରେ ମେଥିଚାଷ କରାଯାଉଥିଲେ ମଧ୍ୟ ନିଗିଡା, ଉର୍ବର, ଦୋରସାରୁ ବାଲି ଦୋରସା ମାଟିରେ ଭଲ ହୋଇଥାଏ ।
କିସମ
ଲାଗସିଲେକ୍ନ-୧, ଆର ଏମଟି ୧୪୩, ଏଚଏମ ୧୦୩, ସିଓ- ୧ ଆଦି ମେଥିର ଉନ୍ନତ କିସମ । ଏକ ପ୍ରତି ୧୦ କିଗ୍ରା ମଞ୍ଜି ଆବଶ୍ୟକ ।
ବିହନ ବୁଣିବାପୂର୍ବରୁ
ବିହନ ବୁଣିବାର ୭ଦିନ ପୂର୍ବରୁ ପ୍ରତି କିଗ୍ରା ବିହନ ପ୍ରତି ୩ ଗ୍ରାମର ଥିରମ କିମ୍ବା କାପଟାନ ବିଶୋଧନ କରାଯାଇଥାଏ । ଏହା ଆମେ ଅପେକ୍ୟୁବରନଭେମ୍ବରରେ ବୁଣିପାରିବା ।
କମ୍ପୋଷ୍ଟ ବ୍ୟବହାର ଓ ମଞ୍ଜି ବୁଣିବା
ଜମିକୁ ୨-୩ ଓଡ ଚାଷକରି ଏକର ପ୍ରତି ୪-୬ ଟନ ଶଜା କମ୍ପୋଷ୍ଟ ମିଶାଯାଏ । ଧାଡିକୁ ଧାଡି ୩୦ ସେମି ଏବଂ ଗଛକୁ ଗଛ ୮-୧୦ ସେମି ବ୍ୟବଧାନରେ ୪-୫ ସେମି ଗଭୀରରେ ମଞ୍ଜି ବୁଣାଯାଏ । ବିହନ ବୁଣିବା ସମୟରେ ଏକର ପ୍ରତି ୧୬ କି.ଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସଫରସ ଏବଂ ୧୨ କିଗ୍ରା ପୋଟାସିୟମ ସାର ଉପାଦାନ ପ୍ରୟୋଗ କରାଯାଏ । ବୁଣିବା ସମୟରେ ଏକର ପ୍ରତି ୪୦୦ ଗ୍ରାମ ପିଏସବି ମଧ୍ୟ ପ୍ରୟୋଗ କରାଯିବା ଉଚିତ । ୨୫-୩୦ ଦିନ ବୁଣିବାର ପରେ କୋଡାଖୁସା କରି ଅନାବନା ଗଛ ବାଛି ଦିଆଯାଏ । ଉପଯୁକ୍ତ ବ୍ୟବଧାନରେ ଗଛରଖି ଅଧିକ ଗଛ ଉପାଡି ଦିଆଯାଏ ।
ମାଟିର ବତର ଦେଖି ଜଳସେଚନ କରାଯାଏ । ଫଳଧାରଣ ସମୟରେ ଜଳସେଚନ କଲେ ଭଲ ଅମଳ ମିଳେ ।
ଅମଳ
ଫଳଗୁଡିକ ହଳଦିଆ ପଛି ଗଛର ତଳପତ୍ର ଝଡିଲେ ଅମଳ କରାଯାଏ । ଏହାର ଚେରରେ ଗଣ୍ଠି ରହି ମାଟିର ଉର୍ବରତା ବଢାଉଥିବାରୁ ଗଛକୁ ନଉପାଡି କାଟି ଆଣିବା ଉଚିତ । ଏକର ପ୍ରତି ୬-୮ କ୍ଵିଣ୍ଟାଲ ମଞ୍ଜି ଅମଳ ହୋଇପାରେ । ମେଥି ଗଛରୁ ପତ୍ର ତୋଳି ଶୁଖାଇ ମଧ୍ୟ ବ୍ୟବହାର କରାଯାଏ । ପାକଶାଳା ବଗିଚାରେ ମଧ୍ୟ ଏହି ଚାଷ ହେବା ଉଚିତ; ଯଦ୍ଵାରା ଆମେ ସବୁଦିନ ସତେଜ କୈବିକ ଶାଗ ଖାଇପାରିବା । ଏହାର ବହୁ ବ୍ୟବହାର ଏବଂ ପ୍ରତ୍ୟହ ସେବନ ନିଶ୍ଚିତ ଏକ ସ୍ଵାସ୍ଥ୍ୟକାରୀ ପଦକ୍ଷେପ ।
ସଂଗୃହିତ - ଡଃ ଶାଶ୍ଵତୀ ପଟ୍ଟନାୟକ ବୈଜ୍ଞାନିକ (ଗୃହବିଜ୍ଞାନ), କୃଷିବିଜ୍ଞାନ କେନ୍ଦ୍ର, ଭଦ୍ରକ
Last Modified : 1/26/2020