অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାରେ ଔଷଧୀୟ ବୃକ୍ଷ ଚାଷ

ଓଡିଶାରେ ଔଷଧୀୟ ବୃକ୍ଷ ଚାଷ

ପ୍ରାକୃତିକ ସମ୍ପଦ ଭରା ରାଜ୍ୟ ଓଡିଶା

ଓଡିଶା ଏକ ପ୍ରାକୃତିକ ସମ୍ପଦଭରା ରାଜ୍ୟ । ଏହାର ଜଙ୍ଗଲ ସମ୍ପଦ, ଖଣି ସମ୍ପଦ ଏବଂ ଜଳ ସମ୍ପଦକୁ ଉପଯୁକ୍ତ ଦିଗରେ ବିନିଯୋଗ କରାଯାଇପାରୁନଥିବାରୁ ରାଜ୍ୟର ଅର୍ଥନୈତିକ ପ୍ରଗତି ଆଶାନୁରୂପକ ଲକ୍ଷ୍ୟ ହାସଲ କରିପାରୁନାହିଁ  । ଦେଶ ସ୍ଵାଧୀନ ହେବା ସମୟରେ ଆମ ଦେଶରେ ମୋଟ ଜଙ୍ଗଲ ସମ୍ପଦ ଶତକଡା ୩୩ ଭାଗ ଥିବାବେଳେ ବର୍ତ୍ତମାନ ଏହା ଶତକଡା ୧୫ ଭାଗ ମଧ୍ୟରେ ସୀମିତ ହୋଇଯାଇଛି । ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି କାରଣରୁ ଜଙ୍ଗଲ ଭୂମି ନଷ୍ଟକରି କଳକାରଖାନା ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା , ଜନ ବସତି ସ୍ଥାପନ ଏବଂ ଜଙ୍ଗଲ ସମ୍ପଦର ଅବାରିତ ଲୁଣ୍ଠନ କାରଣରୁ ଜଙ୍ଗଲ ସମ୍ପଦ ଦିନକୁ ଦିନ କ୍ଷୟ ପାଇବାକୁ ବସିଲାଣି । ଏହା ସହିତ ଲୋପ ପାଉଛନ୍ତି ଅନେକ ବିରଳ ଜଙ୍ଗଲୀ ପ୍ରାଣୀ ଓ ଉଦ୍ଭିଦ । ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଉପଭୋକ୍ତା କାରଣରୁ ଏହିସବୁ ଔଷଧୀୟ ବୃକ୍ଷଗୁଡିକ ନଷ୍ଟ ହୋଇଯାଉଥିବାରୁ ସାଂପ୍ରତିକ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।

ଔଷଧୀୟ ଗଛ ପଦାର୍ଥର ରପ୍ତାନୀ

ଭାରତ ବର୍ଷକୁ ହାରାହାରି ୩୦୦ ମିଲିଅନଡଲାର (ଆମେରୀକାୟ ମୁଦ୍ରା) ମୂଲ୍ୟର ଔଷଧୀୟ ଗଛ ରପ୍ତାନି କରୁଛି । ବିଶେଷକରି ଆମେରିକା, ଜର୍ମାନ, ଫ୍ରାନ୍ସ , ସ୍ବୀଜରଲ୍ୟାଣ୍ଡ ,ଇଂଲଣ୍ଡ ଓ ଜାପାନ ଭାରତଠାରୁ ଔଷଧୀୟ ଗଛ ସାମଗ୍ରୀ ଆମଦାନୀ କରିଥାନ୍ତି । ଏ କ୍ଷେତ୍ରରେ ମୁଖ୍ୟ ଔଷଧୀୟ ଫସଲଗୁଡିକ ହେଲା ଘିକୁଆଁରି, ବେଲାଡୋନା , ଭୁଇଁନିମ୍ବ, ବଚ, ସେନା , ଅଶ୍ଵଗନ୍ଧା , ସର୍ପ ଗନ୍ଧା ଓ ଗୁଗୁଳ ଇତ୍ୟାଦି  ।

ନଂ

ନାମ

ପରିମାଣ (ଟନ)

ମୂଲ୍ୟ (ଲକ୍ଷ ଟଙ୍କା )

ବେଲାଡୋନା ପତ୍ର

ବେଲାଡୋନା ଚେର

୩.୧୬୭

୧.୦୦୦

୦.୯୯୩

0.୨୬୮

ଜେନସେଙ୍ଗ ଗୁଣ୍ଡ ଓ ଖଣ୍ଡ

୩୬.୫୦୦

୧୫.୦୦୦

ସେନା-ପତ୍ର ଓ ଫଳ

୬୨୭୯.୭୭୨

୧୩୯୧.୬୧୧

ପାତାଳଗରୁଡ ଚେର

୩.୯୩୭

୩.୧୯୮

ସଦାବିହାରୀ ଗଛ

୧୯୧.୨୯୪

୬୪.୯୯୦

ନିମ ତେଲ

୧୫୧.୭୨୯

୨୧୭.୪୮୧

ଇସବଗୁଲ ହିସ୍କ ଓ ମଞ୍ଜି

୧୬୭୮୨.୭୬୬

୧୪୭୪୪.୪୮୭

ଚିରେଇତା

୧.୬୨୨

୫୦୫୦୬.୦୦୦

ଓଡିଶାରେ ଔଷଧୀୟ ଗଛ ଚାଷ

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ , ସଫେଦମସଲି, ସେନା, ଘିଅଆଁରୀ , ଗୁଡମାରୀ , ଗନ୍ଧଶୁଣ୍ଠି , ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ ।

ଏହି ଗଛ ଗୁଡିକ ଚାଷ କରିବା ପାଇଁ ଚାଷୀ ଆଗେଇଆସୁଥିଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହାଦ୍ଵାରା ସେମାନଙ୍କର ଆଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଓଡିଶାରେ ଔଷଧୀୟ ଗଛ ଚାଷର ମୁଖ୍ୟ ସମସ୍ୟାଗୁଡିକ ହେଲା :-

  1. ନିର୍ଦ୍ଧିଷ୍ଟ ଔଷଧୀୟ ଗଛଗୁଡିକ ଆବଶ୍ୟକତା ବିଷୟରେ ଜ୍ଞାନର ଅଭାବ । ଅର୍ଥାତ ବ୍ୟବସାୟିକ ଭିତ୍ତିରେ ଚାଷ ପାଇଁ ଉପଯୋଗୀ ଔଷଧୀୟ ଗଛ ଗୁଡିକର ବ୍ୟବସାୟିକ ଚାହିଦା ବା ଉପଯୋଗିତା ବିଷୟରେ ଚାଷୀମାନଙ୍କର ଅଜ୍ଞତା ଏ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ଅଟେ ।
  2. ବିଭିନ୍ନ ପ୍ରକାରର ଔଷଧୀୟ ଗଛର ଉନ୍ନତ କିସମ ବିହନର ଅଭାବ ।
  3. ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତ୍ତିରେ ସଠିକ ଚାଷ ପ୍ରଣାଳୀ ଓ ଏହାର ବ୍ୟବହୃତ ଅଂଶର ଉପଯୁକ୍ତ ରକ୍ଷଣାବେକ୍ଷଣା ସମ୍ବନ୍ଧୀୟ ଜ୍ଞାନର ଅଭାବ ।
  4. ଔଷଧୀୟ ଗଛ ସମସ୍ୟାର ସମାଧାନ

    ବର୍ତ୍ତମାନ ପରିସ୍ଥିତିରେ ଔଷଧୀୟ ଗଛ ଚାଷକୁ କେନ୍ଦ୍ର ତଥା ରାଜ୍ୟ ସରକାର ଗୁରୁତ୍ଵ ଦେଉଥିବା ଦୃଷ୍ଟିରୁ ଏହିସବୁ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ଵ ଦେବା ଆବଶ୍ୟକ  । ଆଗ୍ରହୀ ଚାଷୀମାନେ ବନବିଭାଗ ଔଷଧୀୟ ବଗିଚା .ଓ.ୟୁ. ଏ. ଟି. ର ଉଦ୍ୟାନ ବିଭାଗସ୍ଥ ଔଷଧୀୟ ବଗିଚା ଏବଂ ଔଷଧୀୟ ଗଛ ଚାଷରେ ଲିପ୍ତଥିବା ଅଣସରକାରୀ ସଂସ୍ଥାଗୁଡିକର ଔଷଧୀୟ ବଗିଚାସବୁ ବୁଲି ଦେଖିବା ପରେ କେଉ ଫସଲ ଚାଷ କରିବେ ସେହି ଅନୁସାରେ ଆବଶ୍ୟକ ସଂପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ସେଥିରୁ ସଂଗୃହିତ  ହେଉଥିବା ସମସ୍ତ ପଦାର୍ଥ କାହାକୁ ବିକ୍ରି କରିବେ ନିର୍ଦ୍ଧାରଣ କରିସାରିବା ପରେ ଔଷଧୀୟ ଫସଲ ବିପଣନ ବ୍ୟବସ୍ଥା ସମ୍ବନ୍ଧରେ ଚାଷୀଭାଇମାନେ ଚାଷ କରିବା ପୂର୍ବରୁ ଅବଗତ ହେବା ଆବଶ୍ୟକ ।

    ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ

    ଔଷଧୀୟ ଗଛ ଚାଷକୁ ରାଜ୍ୟରେ ତ୍ୱରାନିତ କରିବା ପାଇଁ ଅନେକ ଉପାୟ କରାଯାଇପାରିବ । ଯେପରି ସାଧାରଣ ପନିପରିବା ହାଟ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ, ଗୋଟିଏ ନିର୍ଦ୍ଧିଷ୍ଟ ବାରରେ ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଛି ସେହିପରି ଔଷଧୀୟ ଗଛ ଏବଂ ଏଥିରୁ ଜାତ ସାମଗ୍ରୀର ବିପଣଣ ସୁବିଧା ପାଇଁ ଏହିପରି ନିର୍ଦ୍ଧିଷ୍ଟ ସ୍ଥାନ ପ୍ରତ୍ୟେକ ଆଞ୍ଚଲରେ ସରକାରୀ ଅନୁମୋଦନ ପ୍ରତିଷ୍ଠା ହେବା ଆବଶ୍ୟକ । ଏହାଛଡା , ଚାଷୀମାନଙ୍କୁ ଏଥିପାଇଁ ବିଶେଷ କୃଷି ଋଣ ପ୍ରଦାନ, ଜମି ଲିଜ ଦେବା ପ୍ରଭୁତି ପଦକ୍ଷେପ ତ୍ବରାନ୍ଵିତ କଲେ ଉପରୋକ୍ତ ଆଭିମୁଖ୍ୟ ସଫଳ ହୋଇପାରିବ ।

    ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate