ବୈଜ୍ଞାନିକ ନାମ : ଟିନୋସ୍ପୋରା , କୋର୍ଡିଫୋଲିଆ ବଂଶ : ମେନିସ୍ପେର୍ମେସୀ ଆଞ୍ଚଳିକ ଭାଷାଗତ ନାମ ଓଡିଆ : ଗୁଳୁଚୀଲତା ସଂସ୍କୃତ : ମଦୟନ୍ତିକା , ନଖରଞ୍ଜକ ବଙ୍ଗଳା : ଗୁଲଞ୍ଚ ହିନ୍ଦୀ : ଗିଲୋଏ , ଗୁଡୁଚ ତେଲୁଗୁ : ତିପ୍ପତିଗେ କନ୍ନଡ : ଅମୃତବଲ୍ଲୀ ତାମିଲ : ଅମୃତବଲ୍ଲୀ ମାଲାୟାଲମ : ଅମ୍ରିତୁ ଉପକ୍ରମ ଗୁଳୁଚୀ ଏକ ବର୍ଷିୟୁ ଚିକ୍କଣ ମାଂସାଳ ଲତା ଜାତୀୟ ଉଦ୍ଭିଦ । ଏହା ଭାରତର ସମସ୍ତ ପ୍ରାନ୍ତରେ ଥିବା ଜଙ୍ଗଲ ବିଶେଷତଃ ଉଷ୍ଣ ପ୍ରାନ୍ତମାନଙ୍କରେ ଅଧିକ ପରିମାଣରେ ଦେଖାଯାଏ । ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇଆସୁଛି । ଆଜିକାଲି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର କଞ୍ଚାମାଲ ରୂପେ ଯଥେଷ୍ଟ ଚାହିଦା ରହିଛି । ତେଣୁ ଭବିଷ୍ୟତରେ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀଭାଇମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ । ଉଦ୍ଭିଦ ପରିଚୟ ଗୁଳୁଚୀ ଏକ ବହୁବର୍ଷୀୟ , ଚିକ୍କଣିଆ, ମାଂସାଳ ଲତାଜାତୀୟ ଉଦ୍ଭିଦ । ଏହାର ପତ୍ର ପତ୍ର ସଦୃଶ ଚିକ୍କଣିଆ, ପତଳା ଏବଂ ୭ ରୁ ୯ ଶିରା ବିଶିଷ୍ଟ ହୋଇଥାଏ । ପ୍ରାୟ ବସନ୍ତ ଋତୁରେ ଏହାର ପୁରୁଣା ପତ୍ର ହଳଦିଆ ହୋଇ ଝଡିଯାଏ ଏବଂ ଜ୍ୟେଷ୍ଠ ମାସ ବେଳକୁ ନୂଆ ପତ୍ର କଅଁଳିଆଥାଏ ନବୀନ ପତ୍ର କଅଁଳିବା ସହିତ ସବୁଜ ହଳଦିଆ ମିଶ୍ରିତ ବର୍ଣ୍ଣଯୁକ୍ତ ଫୁଲ ଗୁଚ୍ଛରେ ଫୁଟିଥାଏ । ଏହାର ଫଳ ମଟର ସଦୃଶ ଅଟେ ଏବଂ ପାଚିଲା ଲାଲ ହୋଇଥାଏ । ଏହାର ମଞ୍ଜି ସାମାନ୍ୟ ବକ୍ର ତଥା ଚିକ୍କଣିଆ ଅଟେ । ସମୁଦାୟ ଲତାଟି ବକ୍ରାକାରରେ ଗୁଡାଇ ହୋଇ ଅନ୍ୟ ଗଛ ବିଶେଷତଃ ଆମ୍ବ ଓ ପଣସ ପ୍ରଭୃତି ଗଛରେ ଚଢିଥିବାରୁ ଦେଖାଯାଏ । ପ୍ରୟୋଜନୀୟ ଅଂଶ କାଣ୍ଡ, ଚେର, ପତ୍ର ରାସାୟନିକ ସଂଗଠନ ଏହାର କଞ୍ଚା କାଣ୍ଡ ତ୍ଵକରେ ଗିଲୋଇନ ନାମକ ଗ୍ଲୁକୋସାଇଡ , ଗିଲୋଇନିନ ନାମକ ତିକ୍ତ ପ୍ରଦାର୍ଥ ତଥା ଗିରୋସ୍ଟେରଲ ମିଳିଥାଏ । ଔଷଧୀୟ ଗୁଣ ଓ ପ୍ରୟୋଗ ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ଗୁଳୁଚୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯେ ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ, ମୁତ୍ରଜନନ ଚର୍ମରୋଗ ଇତ୍ୟାଦି ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ । ବିଷମଜ୍ଵର ବା ମ୍ୟାଲେରିଆ ଏବଂ ଯେ କୌଣସି ପୁରୁଣା ଜ୍ଵରରେ ଏହାର କ୍ଵାଥ ସେବନ କରାଯାଏ । ଜୀର୍ଣ୍ଣଜ୍ଵରରେ ଏହାର କ୍ଵାଥରେ ଛୋଟ ପିପ୍ପଳୀ କିମ୍ବା ମହୁ ମିଶାଇ ସେବନ କରାଯାଏ । ଏହାଦ୍ଵାରା ଜ୍ଵର, କଫ ପ୍ଳୀହୀ ବୃଦ୍ଧି ଏବଂ ଅରୁଚି ଆଦି ବିକାର ଦୂର ହୋଇଥାଏ । ପ୍ରମେହ ଓ ମୁତ୍ର ରୋଗରେ ଏହାର ସ୍ବରାସ ପ୍ରୟୋଗ କରାଯାଏ । ଚାଷ ପ୍ରଣାଳୀ ଜଳବାୟୁ ଓ ମୃତ୍ତିକା ଭାରତୀୟ ଜଳବାୟୁ ଗୁଳୁଚିଲତା ଚାଷ କରିବା ପାଇଁ ଉପଯୁକ୍ତ ଅଟେ । ବିଶେଷତଃ ଉଷ୍ଣ ଓ ଆଦ୍ର ଜଳବାୟୁରେ ଏହି ଗଛ ଭଲ ବଢିଥାଏ । ଏହା ସମସ୍ତ ପ୍ରକାର ମାଟିରେ ହୋଇପାରିବ । ତେବେ ଲାଳ ତଥା ହାଲକା ମାଟି ଏହାର ଚାଷ ପାଇଁ ଅଧିକ ଉପଯୋଗୀ ଅଟେ । ଜମି ପ୍ରସ୍ତୁତି ଗୁଳୁଚି ଲତା ଚାଷ ପାଇଁ ଏପ୍ରିଲ ମେ ମାସରେ ଜମିରେ ୨x୨ ମିଟର ବ୍ୟବଧାନରେ ୩୦x୩୦x ୩୦ ସେମି ଫୁଟର ଗାତ ଖୋଳାଯାଇ ସେଥିରୁ ୫ କିଗ୍ରା , ଗୋବର ଖତ ତଥା ୫୦୦ ଗ୍ରାମ ନିମ ପିଡିଆ ମିଶାଇ ଭର୍ତ୍ତି କରାଯାଏ । ଜୁଲାଇ ଅଗଷ୍ଟ ମାସରେ ପ୍ରସ୍ତୁତ ଚାରାଗୁଡିକ ରୋପଣ କରାଯାଏ । ଗୁଳୁଚୀ ଲତାର ବୃଦ୍ଧି ନିମନ୍ତେ ରଞ୍ଜା ଦେବା ବ୍ୟବସ୍ଥା କରିବା ଉଚିତ । ବର୍ଷାଋତୁ ପରେ ୨୫-୩୦ ଦିନ ବ୍ୟବଧାନରେ ପାଣି ଦେବା ଉଚିତ । ଏକ ଏକରରେ ୬୦୦ ଚାରା ରୋପଣ କରାଯାଇପାରିବ । ଉତ୍ପାଦନ ବର୍ଷାଋତୁରେ ଗୁଳୁଚୀ ଲତାରେ ବହୁତ ପତ୍ର ହୁଏ । କିନ୍ତୁ ଶୀତ ଋତୁରେ ପତ୍ର ସବୁ ଝଡିଯାଏ , କେବଳ ପାକଳ ଡାଳଗୁଡିକ ଲାଗି ରହିଥାଏ । ଏହି ସମୟରେ ଗଛ ର ମୂଳକୁ ୩୦ ସେମି , ଉଚ୍ଚାରେ ଛାଡି ଦେଇ ଗଛଟିକୁ ସମ୍ପୂର୍ଣ ଭାବେ କାଟି ଛୋଟ ଛୋଟ ଖଣ୍ଡରେ ଶୁଖାଇ ଦିଆଯାଏ । ଜାନୁଆରୀ , ଫେବୃୟାରି , ମାର୍ଚ୍ଚରେ ଗୁଳୁଚୀ ଗଛର ପତ୍ରବିହୀନ ଡାଳ ସଂଗ୍ରହ କଲେ ଏହାର ଔଷଧୀୟ ଗୁଣାତ୍ମକମାନ ଅଧିକ ମିଳେ । ଗଛର ରହିଯାଇଥିବା ମୂଳରୁ ଆସନ୍ତା ବର୍ଷର ବର୍ଷାଋତୁରେ ନୂତନ ଡାଳ, ପତ୍ର ବାହାରିଥାଏ ଓ ଦ୍ୱିତୀୟ ବର୍ଷର ଫସଲ ସେଥିରୁ ଅମଳ କରାଯାଏ । ଏହିପରି ଗୋଟିଏ ଥର ଗଛ ରୋପଣ କରି ବହୁତ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇପାରିବ । ଆର୍ଥିକ ଲାଭ ବ୍ୟବସାୟିକ ଭିତ୍ତିରେ ମିଳିପାରିବ । ଏହାକୁ ୧୨ ଟଙ୍କାରୁ ୧୫ କିଗ୍ରା ପ୍ରତି ମୂଲ୍ୟରେ ବିକ୍ରି କରାଗଲା ୬୦୦୦ ଟଙ୍କା ମିଳିପାରିବ । ଏହାକୁ ଅନୁର୍ବର ପଡିଆ ଜମି କିମ୍ବା କୌଣସି ଫସଲ ସହିତ ବାଡ ପାଖରେ ଲଗାଇ ଚାଷ କରାଯାଇପାରିବ । ଗୁଳୁଚୀ ଚାଷ ଏକର ପ୍ରତି ଆୟବ୍ୟୟର ବିବରଣୀ ଏକ ଏକରରେ ୮ ବର୍ଷପରେ ବା ୨୫ ବର୍ଷ ପର୍ଯ୍ୟନ୍ତ ୫.୦୫୦୦ ଟଙ୍କା ମିଳିପାରିବ । ବ୍ୟୟ : 1 ଚାରାରୋପଣ ୧୦,୦୦୦ 2 କଲମୀ ଲଗାଇବା ୫,୦୦୦ 3 ଜମି ପ୍ରସ୍ତୁତି ୨,୫୦୦ 4 ସାର ପ୍ରୟୋଗ ୩,୦୦୦ 5 ରୋପଣ ଖର୍ଚ୍ଚ ୨,୦୦୦ 6 ଘାସ ବଛାବଛି ୫,୦୦୦ 7 ୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଦେଖାଶୁଣା ୧୭,୦୦୦ 8 ୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଅମଳ ଖର୍ଚ୍ଚ ୫୦,୦୦୦ 9 ଅନ୍ୟାନ୍ୟ ଖର୍ଚ୍ଚ ୧୦,୫୦୦ ଆୟ ୮ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ୧୦ ଥର ଫସଲ ଅମଳ କରି ୫ ହଜାର କିଗ୍ରା ଅଠାର ବିକ୍ରି ମୂଲ୍ୟ (କିଗ୍ରା ପ୍ରତି ୧୦୦ ଟଙ୍କା ) = ୫,୦୫୦୦୦ ଟଙ୍କା । ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା