অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘିକୁଆଁରି

ବୈଜ୍ଞାନିକ ନାମ :  ଆଲୋଇ ବାରବାଡେନସିସ ଘିକୁଆଁରି ଚିତ୍ର

ବଂଶ : ଲିଲିଏସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ – ଘିକୁଆଁରି

ସଂସ୍କୃତ – କୁମାରୀ, ଘୃତକୁମାରୀକା

ଗୁଜୁରାଟୀ – କଁଆର

ତେଲୁଗୁ- କାଲବାନ୍ଦା

ହିନ୍ଦୀ- ଘୀକୁଆଁର , ଗ୍ୱାରପାଠା

ବଙ୍ଗଳା – ଘୃତକୁମାରୀ

ମରାଠୀ – କୋରଫଡ , କୋରଦଣ୍ଡ

ତାମିଲ – କାଟାଲାଇ

ଉପକ୍ରମ

ଘିକୁଆଁରି ସମଗ୍ର ଭାରତବର୍ଷରେ ପ୍ରାକୃତିକ ରୂପେ ଦେଖାଯାଉଥିବା ଏକ ବହୁବର୍ଷୀୟ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ଔଷଧ ତଥା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବାରୁ ସମ୍ପ୍ରତି ଏହାର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହାର କୃଷିକରଣ ଦିଗରେ ଧ୍ୟାନ ଦିଆଯାଉଛି  ।

ଉଦ୍ଭିଦ ପରିଚୟ

ଏହା ଏକ ମାଂସଳ ପତ୍ରବିଶିଷ୍ଟ ବହୁବର୍ଷୀୟ ଗୁଳ୍ମ ଏବଂ ୧ରୁ ୨ ଫୁଟ ଉଚ୍ଚ ହୋଇଥାଏ । ଏହି ଗଛର ମୂଳରୁ ହିଁ ମାଂସଳ ପତ୍ରସବୁ ବାହାରିଥାଏ । ପତ୍ରର ଲମ୍ବ ୩୦-୪୦ ସେମି ଓ ଓସାର ୫-୧୦ ସେମି ତଥା ଏହା ମଝିରୁ ଉପରକୁ କ୍ରମଶଃ ସାରୁ ଓ ମୁନିଆ ହୋଇଥାଏ  । ପତ୍ରର ଧାର ଦୁଇପାଖରେ ମୂଳରୁ ଶେଷ ପର୍ଯ୍ୟନ୍ତ ଛୋଟ ଛୋଟ କଣ୍ଟା ଥାଏ । ଉତ୍କୃଷ୍ଟ ମାଟି ଓ ପରିବେଶ ନେଇ ଏଥିରେ ମଧ୍ୟ ଫୁଲ ଫୁଟେ । ପତ୍ରକୁ ଭାଙ୍ଗିଦେଲେ ସେଥିରେ ଜେଲି ପରି ଲାଳୁଆ ସ୍ଵଚ୍ଛ ଶସ ଦେଖାଯାଏ । ଏହି ଶସ ବେସ ଚିକ୍କଣ ଓ ଥଣ୍ଡା  । ଏହାକୁ ମୁଖତଃ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ  ।

ଔଷଧୀୟ ଗୁଣ ଓ ପ୍ରୟୋଗ

ଘିକୁଆଁରି ରସରେ ଏଲୋଇନ ନାମକ ଗୁଳ୍କୋସାଇଡସର ମିଶ୍ରଣ ତତ୍ଵ ମିଳିଥାଏ  । ଏହି ଏଲୋଇନ ର ମାତ୍ରା ବିଭିନ୍ନ ପ୍ରଜାତିର ଘିକୁଆଁରି ଗଛରେ ଭିନ୍ନଭିନ୍ନ ପରିମାଣରେ ମିଳିଥାଏ  । ସର୍ବାଧିକ ୩୦% (କ୍ୟୁରାକାଓ ବା ବାର୍ବଡୋସଏଲୋ ) ପ୍ରଜାତିର ଘିକୁଆଁରି ଗଛରୁ ମିଳିଥାଏ  ।

ଆୟୁର୍ବେଦରେ ଘିକୁଆଁରିକୁ ଆର୍ତବଜନନ , କୃତିଘ୍ନ , ଦୀପନ , ପାଚନ ବଲ୍ୟ , ଶୋଥହର , ବ୍ରଣରୋପଣ ଏବଂ ଯକୃତ ତଥା ପ୍ଳୀହା ରୋଗହର ବୋଲି ବର୍ଣ୍ଣନା କରାଯାଇଛି  । ଏହା ବ୍ୟତୀତ ଏହା ମଳକାରକ, ମୁତ୍ରକାରକ, ସ୍ତ୍ରୀରୋଗ ଓ ଚକ୍ଷୁରୋପ ଉପଶମକାରୀ ଭାବରେ ମଧ୍ୟ ଜଣାଶୁଣା  । ପତ୍ରର ରସ ଉଚ୍ଚରକ୍ତଚାପ, ଉନ୍ମଦ ରୋଗରେ ମୁଣ୍ଡରେ ଘାସନ୍ତି  । ଏହାଛଡା କୃମିରୋଗ, ପୋଡାଘା, “ ଶୂଳରୋଗ, ପେଟଗୋଳମାଳ, ଗଣ୍ଠିବାତ ପେଟ ବ୍ୟଥା , ଅନ୍ତନାଳୀଘା , ଓ ଦେହହାତ ଜ୍ଵଳନ ପୀଡା ଶାନ୍ତପାଇଁ ବ୍ୟବହୃତ ହୁଏ  । ଆଜିକାଲି କେତେକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ଏହାକୁ ବ୍ୟବହାର କରାଯାଉଛି ।

ଚାଷପ୍ରଣାଳୀ

ଘିକୁଆଁରି  ଏକ ସାଧାରଣ ଗଛ ଯାହାକି ଯେକୌଣସି ସ୍ଥାନରେ ଲଗାଯାଇପାରିବ । ଆଜିକାଲି ଆୟୁର୍ବେଦୀୟ ପ୍ରସାଧନ ସାମଗ୍ରୀ ନିର୍ମାଣ ଓ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହାର ଚାହିଦା ବୃଦ୍ଧି ପାଉଥିବା କାରଣରୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟୀକ ଭୀତିରେ ଚାଷକରି ଚାଷୀ ଭାଇ ମାନେ ଲାଭବାନ ହୋଇପାରିବେ  ।

ଜଳବାୟୁ ଓ ମୃତ୍ତିକା

ଘିକୁଆଁରି  ସାଧାରଣତଃ ଭାରତର ଶୁଷ୍କଅଞ୍ଚଳ ମାନଙ୍କରେ ଥିବା ବୁଦୁବୁଦୁକିଆ ଜଙ୍ଗଲମାନଙ୍କରେ ମିଳେ  । ମୁଖତଃ ଶୁଷ୍କ ଜଳବାୟୁ ଏହି ଗଛର ବୃଦ୍ଧି ନିମନ୍ତେ ଉପଯୁକ୍ତ ହେଲେ ମଧ୍ୟ ଯେକୌଣସି ଜଳବାୟୁରେ ଏହା ବଢିଥାଏ  । ମାତ୍ର କୁହୁଡି ଓ ଶୀତ କାଳୀନ ତାପମାତ୍ରା ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଏ । ନିଗିଡ଼ା ବାଲିଆ ମାଟି ଏହା ପାଇଁ ଉପଯୋଗୀ  । ବିଶେଷତଃ ହାଲୁକା ଦୋରସା ମାଟି କିମ୍ବା ଢିପ ଗଡାଣିଆ ଭୂମିରେ ଏହା ଭଲ ବଢିପାରେ । ଏହାଛଡା ଭାରତରେ ଥିବା କୃଷ୍ଣ କର୍ପାସ ମୃତ୍ତିକାରେ ମଧ୍ୟ ଏହା ଶୀଘ୍ର ବଢେ  । ଆହୁରି ମଧ୍ୟ ମାଟିର ପି.ଏଚ ୬ରୁ ୮.୫  ମଧ୍ୟରେ ହେବା ଆବଶ୍ୟକ  । ଏହାର ଚେର ମାଟି ଭିତରେ ବେଶୀ ବାଟ ଯାଇପାରେ ନାହିଁ  । ତେଣୁ ୩୦ରୁ ୪୫ ସେମି ଗଭୀରର ମାଟି ଥିବା ଜମିରେ ଏହା ଭଲ ରୂପେ ବଢିପାରେ । ଲଘୁ ବୃଷ୍ଟିପାତ ଅଞ୍ଚଳରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ  ।

ଜମି ପ୍ରସ୍ତୁତି

ଘିକୁଆଁରି  ଚାଷ କରିବା ପାଇଁ ଜମିକୁ ପ୍ରଥମେ ଗ୍ରୀଷ୍ମ ଋତୁରେ ୨-୩ ଥର ଭଲ ଭାବରେ ଚାଷ କରିବା ଉଚିତ । ଏହା ଫଳରେ ଅନାବନା ଘାସ ଓ ଛୋଟ ଅଦରକାରୀ ଗଛସବୁ ମରିଯିବା ସହ ମାଟି ଜୀବାଣୁମୁକ୍ତ ରହିବ । ଜମିରେ ଏକର ପ୍ରତି ୫ ଟନ ଗୋବର ଖତ ଓ ୨୦୦ କିଗ୍ରା ନିମ୍ବ ପିଡିଆ ମିଶାଇବା ଦରକାର । ଏହାପରେ ଜମିରେ ୪୫ ସେମି ବ୍ୟବଧାନ ଓ ୩୦ ସେମି ଉଚ୍ଚତାର ହୁଡା ତିଆରି କରାଯାଏ  ।

ଉନ୍ନତ କିସମ

ପ୍ରାୟ ୨୭୫ ପ୍ରଜାତିର ଘିକୁଆଁରି ଗଛ ଅଛି । ଏଲୋଏଡ ତଥା ଜେଲି ଉତ୍ପାଦନ ଦୃଷ୍ଟିରୁ ନ୍ୟାସିନାଲ ବ୍ୟୁରୋଅଫ ଜେନେଟିକ ରିସର୍ଚ୍ଚ ଦ୍ଵାରା କେତେକ ଉନ୍ନତ ପ୍ରଜାତିର ଘିକୁଆଁରି  ଗଛ ବାହାର କରାଯାଇଛି । ଏଗୁଡିକ ମଧ୍ୟରେ ଆଇ.ସି ୧୧୧୨୭୧, ଆଇ.ସି ୧୧୧୨୬୯, ଆଇ.ସି ୧୧୧୨୮୦, ଆଇ.ସି ୧୧୧୨୭୩ , ଆଇ.ସି ୧୧୧୨୬୭, ଆଇ.ସି୧୧୧୨୭୯ ରେ ଏଲୋଇନ ଭାଗ ଅଧିକ ମିଳିପାରୁଛି । ସେହିପରି ଆଇ.ସି ୧୧୧୨୯୭, ଆଇ.ସି୧୧୧୬୬୬, ଆଇ.ସି ୧୧୧୨୮୦, ଆଇ.ସି ୧୧୧୨୭୨ , ଓ ଆଇ.ସି ୧୧୧୨୭୬ ରେ ଜେଲର ପରିମାଣ ଅଧିକ ମିଳିପାରିବ । ସିମେପ ଲକ୍ଷ୍ନୋ ଦ୍ୱାରା ଏକ ଉନ୍ନତ ପ୍ରଜାତିର  ଘିକୁଆଁରି ଗଛ ବାହାର କରାଯାଇଛି  ।

ଫସଲର ରୋଗ

ଅଲଟରନେରିଆ ଅଲଟରନେତା ତଥା ଫ୍ୟୁଜାରିୟମ ସୋଲାଲି ନାମକ କେବଳ ପତ୍ରଦାଗ, ପତ୍ରପୋଡା ରୋଗ ସୃଷ୍ଟିକରେ । ଏହାର ନିରାକରଣ ପାଇଁ ମୌକୋଦେବ କିମ୍ବା କ୍ଳୋରୋଞ୍ଚନୋନିଲ ୩ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ  ।

ଉତ୍ପାଦନ

ଗଛ ଲଗାଇବା ୧ ବର୍ଷ ପରେ ଏହାର ପତ୍ରକୁ କାଟି ଅମଳ କରାଯାଏ । ପତ୍ର କାଟିବା ସମୟରେ ଚିରିବା ଉଚିତ ନୁହେଁ । କଟା ଗଛରେ ପୁଣି ପତ୍ର କଅଁଳେ ଓ ଏହାକୁ ୨ୟ ବର୍ଷ ଅମଳ କରାଯାଏ । ଏହିପ୍ରକାର ୪-୫ ବର୍ଷ ଅମଳ କରାଯାଏ  । ବାରମ୍ବାର ପତ୍ର କାଟିବା ଦ୍ଵାରା ଗଛରେ କବକଜନିତ ରୋଗ  ଲାଗିବାର ସମ୍ଭାବନା ଥିବାରୁ ଗଛରେ ଡାଏଥେନ Z -୭୮ ସିଞ୍ଚନ କରାଯିବା ଉଚିତ  ।

ଆର୍ଥିକ ଲାଭ

ପ୍ରାୟ ଏକ ବର୍ଷ ଫସଲରୁ ୨୦,୦୦୦- ୨୫,୦୦୦ କିଗ୍ରା ତାଜା ପତ୍ର ଅମଳ କରାଯାଇପାରିବ  । ଏହା ସହିତ ୫୦୦୦-୬୦୦୦ ପୁଆ ମଧ୍ୟ ବିହନ ରୂପେ ବ୍ୟବହାର କରିବା ପାଇଁ ମିଳିପାରିବ । ଏହି ଅମଳ ୩ବର୍ଷ ପର୍ଯ୍ୟନ୍ତ ବଢିଚାଲେ କିନ୍ତୁ ଏହାପରେ ଅମଳ କ୍ଷମତା କମିଯାଏ  ।

ବ୍ୟବସାୟିକ ସୂଚନା

୧୯୯୯-୨୦୦୦ ମସିହା ଅନୁସାରେ ଏହି ଗଛର ପତ୍ର କିଗ୍ରା ବାଙ୍ଗାଲୋରରେ ୧୨ ଟଙ୍କାରୁ ୨୦ ଟଙ୍କା ଥିବାବେଳେ ଚେନ୍ନାଇ ରେ ୧୫୦/- , ଟଙ୍କାରୁ ୨୦୦/- ଟଙ୍କା ହୋଇଥିଲା । ଏହାର ପତ୍ର ନିର୍ଯ୍ୟାସ ୧୯୯୯-୨୦୦୦ ମସିହାରେ ମୁମ୍ବାଇରେ କେଜି ପ୍ରତି ୬୦/- ଟଙ୍କାରୁ ୮୫/- ଟଙ୍କା ପର୍ଯ୍ୟନ୍ତ , ହାଇଦ୍ରାବାଦରେ ୬୦/- ଟଙ୍କାରୁ ୮୦ /- ଟଙ୍କା ପର୍ଯ୍ୟନ୍ତ , ଦିଲ୍ଲୀରେ ୩୫/-ଟଙ୍କାରୁ ୧୫୦/- ଟଙ୍କା ପର୍ଯ୍ୟନ୍ତ, ଚେନ୍ନାଇରେ ୪୦/- ଟଙ୍କାରୁ ୧୩୫/- ଟଙ୍କା ପର୍ଯ୍ୟନ୍ତ ଏବଂ କଲିକତାରେ କିଗ୍ରା ପ୍ରତି ୧୦୦ ଟଙ୍କା ଥିଲା  ।

ଆୟ

  1. ପତ୍ର ବିକ୍ରିରୁ ଆୟ ୪୦,୦୦୦  ୪୦,୦୦୦୪୦, ୦୦୦୪୦,୦୦୦୪୦ ,୦୦
  2. ବିହନ (ପୁଆ)ବିକ୍ରି  ୧୦,୦୦୦ , ୧୦,୦୦୦ , ୧୦,୦୦୦, ୧୦,୦୦୦

ଆଧାର: ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate