ବୈଜ୍ଞାନିକ ନାମ : ଲେପିଡିୟମ ସାଟାଇଭମ
ବଂଶ : କ୍ରୁସିଫେରୀ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ – ହିମ୍ବଶାଗ
ବଙ୍ଗଳା- ହାଲିମ
ତେଲୁଗୁ- ଅଦିତୟଲୁ ଗୁଜୁରାଟୀ- ଅଶେଲିଓ
ଇଂରାଜୀ- common cress
ହିନ୍ଦୀ- ଚନ୍ଦ୍ରଶୂର, ଚନସୁର
ସଂସ୍କୃତ- ଚନ୍ଦ୍ରଶୂର
ତାମିଲ- ଅଲିବିରଇ
ମରାଠୀ – ଆଲୀଉ
ଆମ ଦେଶର ଦେଶୀୟ ଚିକିତ୍ସା ପରମ୍ଫରାରେ ଚନ୍ଦ୍ରଶୂର ଅତି ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଏହା ବଳ ଓ ପୃଷ୍ଟିବର୍ଦ୍ଧକ ହେବା ସହ ଅନେକ ମାରାତ୍ମକ ରୋଗର ଚିକିତ୍ସାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଏହାକୁ ରସାୟନ , ବଳବର୍ଦ୍ଧକ , ଉତ୍ତେଜକ, ଦୁଗ୍ଧବର୍ଦ୍ଧକ, ଶୂଳହର ଏବଂ ବୀଜୀକର ଗୁଣ ଯୁକ୍ତ ଅଟେ । ଏହାର ବହୁମୁଖୀ ଔଷଧୀୟ ଗୁଣ ଯୋଗୁଁ ଏହାର ଯଥେଷ୍ଟ ବ୍ୟବସାୟିକ ଚାହିଦା ରହିଛି ।
ଏହାକୁ ଭାରତର ଅନେକ ରାଜ୍ୟରେ ଆଜିକାଲୀ ଚାଷ କରାଯାଉଛି । ବିଶେଷ କରି ମହାରାଷ୍ଟ୍ର , ଗୁଜୁରାଟ ଓ ରାଜସ୍ଥାନରେ ବହୁଳ ଭାବରେ ଚାଷ କରାଯାଉଛି । ଏହା ଭାରତର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଭାବରେ ମଧ୍ୟ ଦେଖାଯାଏ ।
ଏହା ୩୦ରୁ ୫୦ ସେମି ଉଚ୍ଚତା ବିଶିଷ୍ଟ ଏକ କ୍ଷୁଦ୍ର ତୃଣ ଅଟେ । ଏହା ୩ରୁ ୪ ମାସ ପର୍ଯ୍ୟନ୍ତ ବଞ୍ଚିଥାଏ ଏବଂ ଚାଷ ଜମିରେ ବର୍ଷାଋତୁ ପରେ ପରେ ଆପେ ଆପେ ବଢିଥାଏ । ଏହାର ପତ୍ର ଚେପଟା , ଅଣ୍ଡାକାର ୦.୨ ଇଞ୍ଚ ବ୍ୟାସ ବିଶିଷ୍ଟ ହୋଇଥାଏ । ଏହାର ବୀଜ ଛୋଟ , ଲାଲ ବର୍ଣ୍ଣଯୁକ୍ତ ଏବଂ ଜଳରେ ପଡିଲେ ଲାଲୁଆ ହୋଇଯାଏ । ମୁଖ୍ୟତଃ ଏହାର ବୀଜକୁ ଉପଯୋଗ କରାଯାଇଥାଏ ।
ପ୍ରୟୋଗନିୟ ଅଂଶ : ମଞ୍ଜି
ଏହାର ବୀଜରୁ ଏକ ପ୍ରକର ସୁଗନ୍ଧିତ ଉଡ଼ନଶୀଳ ତୈଳ ଓ ଏକ ସ୍ଥିର ତୈଳ ମଧ୍ୟ ମିଳିଥାଏ । ଏହାର ପଞ୍ଚାଙ୍ଗରୁ ମଧ୍ୟ ତେଲ ମିଳିନଥାଏ । ଏହି ତେଲରୁ ବେଞ୍ଜିଲ ସାୟନାଇଡ ତଥା ବେଞ୍ଜଲ ଆଇସୋଥାମ୍ବୋସାୟନେଟ ନାମକ ରାସାୟନିକ ଦ୍ରବ୍ୟ ମିଳିଥାଏ । ଏହା ବ୍ୟତୀତ ଏହି ତେଲରେ ଆୟୋଡିନ , ଲୌହ ଫସପେଟସ ପୋଟାସ କେତେକ ଲବଣାଂଶ, ଏକ ତିକ୍ତ ସତ୍ତ୍ଵ ଜଳୀୟ ଅଂଶ ଓ ଗନ୍ଧକ ଦ୍ରବ୍ୟ ମିଳିଥାଏ । ଆହୁରି ମଧ୍ୟ ଏଥିରେ ଗ୍ଳୁକୋଟ୍ରୋପୋଇଓଲିନ ନାମକ ଏକ ପ୍ରକାର ଗ୍ଳୁକୋସାଇଡି ମିଳିଥାଏ ।
ଏହାକୁ ମୁଖ୍ୟତଃ ପ୍ରସୂତାବସ୍ଥା, ରକ୍ତଦୋଷ, ଚର୍ମରୋଗ , ନେତ୍ରରୋଗ, ପ୍ଲାହୀବୃଦ୍ଧି , ଗ୍ରନ୍ଥୀରୋଗ, କାଶ, ଓ ଅତିସାର ଆଦି ରୋଗର ଚିକିତ୍ସାରେ ଉପଯୋଗ କରାଯାଏ । ମୁଖ୍ୟତଃ ଏହାକୁ ଏକ ବଳବର୍ଦ୍ଧକ ଓ ପୃଷ୍ଟିପ୍ରଦ ପଦାର୍ଥ ରୂପେ ବ୍ୟବହାର କରାଯାଏ । ବାଲ୍ୟାବସ୍ଥାରେ ଏହି ଗଛର କ୍ଷୀର ସେବନ କଲେ ଉତ୍ତମ ରୂପେ ଶାରୀରିକ ଅଭିବୃଦ୍ଧି ହୋଇଥାଏ । ଏହାକୁ ପଶୁମାନଙ୍କର ଖାଦ୍ୟ ରୂପେ ଏବଂ ବିଶେଷକରି ଦୁଗ୍ଧ ଉତ୍ପାଦନକାରୀ ପଶୁ ମାନଙ୍କର ଖାଦ୍ୟ ରୂପେ ବ୍ୟବହାର କରାଯାଏ । ଏହା ବ୍ୟତୀତ, ମୂତ୍ରରୋଗ,ଆଖିରୋଗ, ପାଚନ ସସ୍ଥାନଗତ ଗୋଳମାଳ, ଅଣ୍ଟାରୋଗ, ଓ ଶ୍ଵାସରୋଗ ର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ । ତେଣୁ ଏହିସବୁ ବହୁମୁଖୀ ଔଷଧୀୟ ଉପଯୋଗୀତା ଦ୍ରୁଷ୍ଟିରୁ ଏହାକୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଏହା ଚାଷୀ ମାନଙ୍କର ଆର୍ଥିକ ପ୍ରଗତିରେ ସାହାଯ୍ୟ କରିପାରିବ ।
ଜଳବାଯୁ ଓ ମୃତ୍ତିକା : ଚନ୍ଦ୍ରଶୂରର ଚାଷ ପାଇଁ ନାତିଶୀତୋଷ୍ଣ ଜଳବାୟୁ ଉପଯୁକ୍ତ । ପ୍ରାୟ ୭୦ରୁ ୧୨୫ ସେ.ମି ବାର୍ଷିକ ବର୍ଷା ହେଉଥିବା ଅଞ୍ଚଳରେ ଏହାକୁ ଚାଷ କରାଯାଇପାରିବ । ଏହା ଛଡା ବାଲିଆ ଓ ଦୋରସା ମାଟିରେ ମଧ୍ୟ ଏହି ଗଛ ଭଲ ବଢିଥାଏ ।
ଜମି ପ୍ରସ୍ତୁତି : ପ୍ରଥମେ ଜମିରେ ଦୁଇ ଚାରି ଥର ଚାଷ କରାଯାଏ । ଏକର ପ୍ରତି ୫ -୬ ଟନ ଶୁଖିଲା ଗୋବର ଖତ ମିଶାଯାଇ ଏହାକୁ ହଲ କରାଯାଏ ଏବଂ ପଟା ଚଳାଇ ସମତଳ କରାଯାଏ ।
ଫସଲର ଯତ୍ନ : ଏହା ଏକ ରବି ଫସଲ ହୋଇଥିବାରୁ ଏଥିରେ ଅନାବନା ଘାସ ବେସୀ ଉଠେନାହିଁ । ତଥାପି ଅନାବନା ଘାସ ଉଠିଥିଲେ ଏହାକୁ ବାଛିଦେବା ଦରକାର । ଏହାର ଜଳସେଚନ ଆବଶ୍ୟକ ହୁଏ ନାହିଁ । କିନ୍ତୁ ଯଦି ଜଳ ୧୫ ଦିନ ବ୍ୟବଧାନରେ ଜଳସେଚନର ବ୍ୟବସ୍ଥା କରାଯାଏ ଜଳସେଚନ କରାଯିବ ତେବେ ଫସଲ ଅଧିକ ଅମଳ କ୍ଷମ ହୋଇପାରିବ ।
ରୋଗ ପୋକ ନିୟନ୍ତ୍ରଣ : ଏହି ଗଛ ପାଉଡରି ମିଲଡିଉର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥାଏ । ଏହାର ନିରାକରଣ ପାଇଁ ସଲଫର ଡଷ୍ଟର ପ୍ରୟୋଗ କରାଯାଇ ପାରିବ । ଇଣ୍ଡୋସଅଳଫାଇନର ୧ ମିଲି ଭାଗ ଏକ ଲିଟର ପାଣିରେ ଘୋଳ କରାଯାଇ ଫସଲରେ ସିଞ୍ଚନ କରାଗଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।
ଅମଳ : ଏହି ଫସଲ ପ୍ରାୟ ୧୦୦ ଦିନରେ ଅମଳ କ୍ଷମ ହୋଇଥାଏ । ଏହା ପତ୍ର ହଳଦିଆ ତଥା ମଞ୍ଜି ଲାଲ ହୋଇଗଲେ ଏହାକୁ କାଟି ଅମଳ କରିବା ଦରକାର । ଫସଲରୁ ଉପାଡି କରି କିମ୍ବା ହାତରେ କାଟି ଅମଳ କରାଯାଏ । ମଞ୍ଜି ଗୁଡିକୁ ପରିଷ୍କାର କରି ଅଖାରେ ବିକ୍ରି ପାଇଁ ରଖାଯାଇ ଥାଏ ।
ଆର୍ଥିକ ଲାଭ : ଏହି ଫସଲରୁ ଏକର ପ୍ରତି ୭-୮ କ୍ଵିଣ୍ଟାଲ ମଞ୍ଜି ମିଳିଥାଏ । କିଗ୍ରା ପ୍ରତି ୧୩ରୁ ୨୦ ଟଙ୍କା ଦରରେ ବିକ୍ରି କରାଗଲେ ହାରାହାରି ୧୦,୦୦୦ ରୁ ୧୫,୦୦୦ ହଜାର ଟଙ୍କା ମିଳିପାରିବ । ଫସଲ ଉତ୍ପାଦନର ଖର୍ଚ୍ଚ ୨୨୦୦ ଟଙ୍କା ହୋଇଗଲେ ଏଥିରୁ ମୋଟ ଲାଭ ୫,୦୦୦ ଟଙ୍କା ମିଳିପାରିବ ।
ବର୍ତ୍ତମାନ ଚନ୍ଦ୍ରଶୂରର ବିକ୍ରି ପାଇଁ ବଜାର ଚାହିଦା ଅଧିକାରହିଛି । ଏହାର ବିକ୍ରି ପାଇଁ ଔଷଧୀୟ କମ୍ପାନୀ ବା ଡାଏରୀ ଫାର୍ମ ସହିତ ଯୋଗାଯୋଗ କରିହେବ । ଏକ ଏକରରୁ ୩ ମାସ ପରେ ୮୦୦୦ ଟଙ୍କା ହୋଇପାରିବ ।
ବ୍ୟୟ :
ଆୟ :
ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020