অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧ୍ଵନ୍ଵନ୍ତରୀ

ବୈଜ୍ଞାନିକ ନାମ

:

ଟିନୋସ୍ପୋରା , କୋର୍ଡିଫୋଲିଆ

ବଂଶ

:

ମେନିସ୍ପେର୍ମେସୀ

ଆଞ୍ଚଳିକ ଭାଷାଗତ ନାମ

ଓଡିଆ

:

ଗୁଳୁଚୀଲତା

ସଂସ୍କୃତ

:

ମଦୟନ୍ତିକା , ନଖରଞ୍ଜକ

ବଙ୍ଗଳା

:

ଗୁଲଞ୍ଚ

ହିନ୍ଦୀ

:

ଗିଲୋଏ , ଗୁଡୁଚ

ତେଲୁଗୁ

:

ତିପ୍ପତିଗେ

କନ୍ନଡ

:

ଅମୃତବଲ୍ଲୀ

ତାମିଲ

:

ଅମୃତବଲ୍ଲୀ

ମାଲାୟାଲମ

:

ଅମ୍ରିତୁ

ଉପକ୍ରମ

ଧ୍ଵନ୍ଵନ୍ତରୀ ଭାରତର ବିଭିନ୍ନ ଭାଗରେ ଦେଖାଯାଉଥିବା ଏକ ତୃଣଜାତୀୟ ବନସ୍ପତି । ସୁଗନ୍ଧି ଉଦ୍ୟୋଗ ତଥା ଔଷଧୀୟ କାର୍ଯ୍ୟପାରୀଣ ଏହାର ବ୍ୟବହାର ହୋଇଥାଏ । ଏଥି ସଙ୍ଗେ ସଙ୍ଗେ ଏହାକୁ ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ  । ସୁତରାଂ ଏହାର ବ୍ୟବହାର ଓ ଚାହିଦା ରାଷ୍ଟ୍ରୀୟ ତଥା ଆନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଏହାକୁ ଭଉଳ ଭାବରେ ଚାଷ କରାଯିବାର ଆବଶ୍ୟକତା ରହିଛି  ।

ପରିବ୍ୟାପ୍ତି

ସାରା ବିଶ୍ଵରେ ଏହି ଘାସ ପ୍ରାକୃତିକ ଭାବେ ଦେଖାଯାଉଥିଲେ ମଧ୍ୟ ଭାରତବର୍ଷରେ ଏହାର ଉତ୍ପତ୍ତି ବୋଲି ଜଣାଯାଏ । ଏହା ୱେଷ୍ଟଇଣ୍ଡିଜ , ଥାଇଲାଣ୍ଡ, ବଙ୍ଗଳାଦେଶ ତଥା ଚୀନ ଆଦି ଦେଶରେ ମଧ୍ୟ ଚାଷ କରାଯାଉଛି  । ବର୍ତ୍ତମାନ ଆମ ଦେଶରେ ଏହା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର , ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ ଆମ ରାଜ୍ୟ ଓଡିଶାରେ ମଧ୍ୟ ଏହାକୁ ବିଧିବଦ୍ଧ ଭାବେ ଚାଷ କରାଯାଉଛି । ଏହାର ମୁଖ୍ୟତଃ ୨ ପ୍ରକାର କିସମ ଚାଷ କରାଯାଉଛି  ।

  1. ପୂର୍ବ ଭାରତୀୟ କିସମ : ସାଇମ୍ବୋଗୋଗୋନ ଫ୍ଲେକସିଓସସ
  2. ପଶ୍ଚିମ ଭାରତୀୟ କିସମ: ସାଇମ୍ବୋଗୋଗୋନ ପେଣ୍ଡୁଲସ

ଔଷଧି ବିଶେଷ ଓ ରାସାୟନିକ ସଂଗଠନ

ଏଥିମଧ୍ୟରୁ ସାଇମ୍ବୋଗୋଗୋନ ଫ୍ଲେକସିଓସସ ସର୍ବାଧିକ ଗୁଣାତ୍ମକ ମାନର ତେଲ ଯୋଗାଇଥାଏ । ତେଣୁ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଚାଷ କରାଯାଉଅଛି । ଏଥିରେ ୮୦-୯୦ ଭାଗ ପର୍ଯ୍ୟନ୍ତ ସୁଗନ୍ଧିଯୁକ୍ତ ଦ୍ରବ୍ୟ ଥାଏ ।  ଧ୍ଵନ୍ଵନ୍ତରୀ ତେଲ ମୁଖ୍ୟତଃ ସିଟ୍ରଲ-ଏ , ସିଟ୍ରଲ-ବି ,ଫେରେନସାଲ, ଫର୍ନିମାଲ ,ବିଟା ଟର୍ପିନିୟାଲ ଏବଂ ଜୋରିନିୟାଲ ତଥା ନିରାଲ ରହିଥାଏ  ।

ଔଷଧ ପ୍ରୟୋଗ : ବ୍ୟବସାୟିକ ଦୃଷ୍ଟିରୁ ଧ୍ଵନ୍ଵନ୍ତରୀ ଘାସର ମୁଖ୍ୟତଃ ପତ୍ର ଓ ତେଲ ଉପଯୋଗୀ ଅଟେ । ଏହାର ତେଲ ସୁଗନ୍ଧଯୁକ୍ତ ସାବୁନ , ଧୂପକାଠି ଓ ଅତର ଆଦି ଦ୍ରବ୍ୟ ତିଆରିରେ ବ୍ୟବହାର ହୋଇଥାଏ । ଏହି ତେଲର ବ୍ୟାକ୍ଟେରିଆର ବୃଦ୍ଧି ରୋକିବାର କ୍ଷମତା ଥିବାରୁ ଏହାକୁ ଜ୍ଵର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ  । ଏହାକୁ ପାନୀଯରେ ସୁଗନ୍ଧି ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହାବ୍ୟତୀତ , ଏହାକୁ ଚାଇନିଜ ଏବଂ ଥାଇଲାଣ୍ଡରେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତିରେ ବହୁଳ ଭାବରେ ବ୍ୟବହାର କରାଯାଏ  ।

ଏହାର ପତ୍ର ଖୁବ ଉପଯୋଗୀ  । ଏହାକୁ ଚା ପ୍ରସ୍ତୁତି ରେ ବ୍ୟବହାର କରାଯାଏ । ‘ ହରବାଲ –ଟି ପ୍ରସ୍ତୁତ କରାଯାଏ ଫାନ୍ସ , ଇଂଲଣ୍ଡ ଆଦି ବିକଶିତ ଦେଶକୁ ପଠାଯାଇପାରୁନି  । ଏହାର ପତ୍ର ଜ୍ଵର ସମୟରେ ତାପମାତ୍ରା କମାଇବାରେ ବ୍ୟବହୃତ ହୋଇଥାଏ  । ଏହା ଆଣ୍ଠୁଗଣ୍ଠି ଦରଦ , ମୁତ୍ରଜନିତ ରୋଗ ଓ ଅମ୍ଳ ସମସ୍ୟାର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ  ।

ଚାଷ ପ୍ରଣାଳୀ

ଜଳବାୟୁ : ଉଷ୍ଣ ଆଦ୍ର ଜଳବାୟୁରେ ଏହି ତୃଣ ଭଲ ଭାବରେ ବଢିଥାଏ । ବର୍ଷସାରା ଉପଯୁକ୍ତ ପରିମାଣରେ ବର୍ଷା ହେଲେ ଏହି ଫସଲର ଉତ୍ତମ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଜଳସେଚନ ଠିକ ଭାବରେ ନ ହେଲେ ଶୁଷ୍କ ସ୍ଥାନରେ ଏହାର କ୍ରିୟାଶୀଳ ତତ୍ତ୍ଵ ହ୍ରାସ ପାଇଥାଏ  ।

ଜମି ପ୍ରସ୍ତୁତି ଓ ରୋପଣ ପଦ୍ଧତି : ବର୍ଷା ଆରମ୍ଭ ପୂର୍ବରୁ ଭଲ ଭାବରେ- ଦୁଇ- ତିନି ଥର ଚାଷ କରିବା ଉଚିତ । ମାଟିକୁ ଭଲ ଭାବେ ଗୁଣ୍ଡ କରି  ସେଥିରେ ହେକ୍ଟର ପ୍ରତି ୧୦ ଗାଡି ଗୋବର ଖତ ୨୦ କିଗ୍ରା , ଆଲଡ୍ରିନ ଡଷ୍ଟ ୫୦ କିଗ୍ରା, ସୁପର ଓ ୩୦ କିଗ୍ରା ପଟାସ ମିଶାଇଦିଆଯାଏ । ବର୍ଷାପାଗ ଦେଖି ପୁଆ ଚାରାକୁ ମାଟି ଖୋଳି ଧାଡି ଧାଡି କରି ପୋତିଦିଆଯାଏ । ଧାଡିରୁ ଓ ଧାଡି ଗଚରୁ ଗଛ ମଧ୍ୟରେ ୫୦ ସେମି ବ୍ୟବଧାନ ରହିବା ଦରକାର । ୮ ରୁ ୧୦ ସେମି ଗଭୀର ଗାତ ଖୋଳି ପ୍ରତି ଗାତରେ ଦୁଇଟି କରି ପୁଆଚାରା ଲଗାଇବାରେ ମୂଳକୁ ମାଟି ସହିତ ଚାପି ଦିଆଯାଏ । ବର୍ଷାଦିନେ ଚାରା ଲଗାଇବାର ଜମିରେ ଆଉ ଜଳସେଚନର ଆବଶ୍ୟକତା ହୁଏ ନାହିଁ  । ଚାରା ଲଗାଇବାର ୧୦ ଦିନ ପର୍ଯ୍ୟନ୍ତ ଯଦି ବର୍ଷା ନ ହୁଏ ତେବେ ଜମିରେ ପାଣି ମଡାଇବା ଆବଶ୍ୟକ  ।

ଘାସ ବିଛା, କୋଡ଼ାଖୁସା ଓ ସାର ପ୍ରୟୋଗ :

ଗଛ ଲଗାଇବାର ୨୫ରୁ ୩୦ ଦିନ ପରେ ଜମିକୁ ଖୁସାଇ ଅନାବନା ଘାସସବୁକୁ ପରିଷ୍କାର କରାଯାଏ ଏବଂ ହେକ୍ଟର ପ୍ରତି ୬୦ କିଗ୍ରା , ନାଇଟ୍ରୋଜେନ ସାର ପ୍ରୟୋଗ କରାଯାଏ  ।  ଧ୍ଵନ୍ଵନ୍ତରୀ ଘାସ ତିନିମାସ ବଢିଲା ପରେ ବୁଦାର ୧୫ ସେମି ଉପରୁ ଗଛ କଟାଯାଏ  । ଘାସ କାଟିବା ପରେ ଜମିକୁ ପୁନର୍ବାର ଖୁସାଖୁସି କରି ହେକ୍ଟର ପ୍ରତି ୫୦ କିଗ୍ରା, ସୁପର ୩୦ କିଗ୍ରା , ପଟାସ ଓ ୨୦ କିଗ୍ରା ଯବକ୍ଷାରଜାଣ ସାର ୫୦ କିଗ୍ରା ,  ପ୍ରୟୋଗ କଲେ କଲେ ହେକ୍ଟର ପ୍ରତି ୧୦ରୁ ୧୫ ଟନ ପର୍ଯ୍ୟନ୍ତ କଞ୍ଚା ଧ୍ଵନ୍ଵନ୍ତରୀ ଘାସ ମିଳିଥାଏ ଏବଂ ଅମଳ ପରିମାଣ ଧିରେ ଧିରେ ବୃଦ୍ଧି ପାଇଥାଏ । କାଟିବାରେ ବିଳମ୍ବ ହେଲେ ଘାସର କାଣ୍ଡ ବଢିଥାଏ , ଯାହାଦ୍ଵାରା ପତ୍ରରେ ଥିବା ତୈଳ ଅଂଶ କମିଯାଏ  ।

ଅମଳ : ଘାସକୁ ପ୍ରତି ୬୦ରୁ ୭୦ ଦିନ ମଧ୍ୟରେ କାଟିଲେ ଅଧିକ ତେଲ ଆମଦାନୀ ହୋଇଥାଏ । ନିପାଣିଆ ଜମିରେ ଉକ୍ତ ଚାଷରୁ ତିନିଥର ଅମଳ ମିଳିଥାଏ କିନ୍ତୁ ଜଳସେଚନ ଜମିରେ ଚାଷ କଲେ ୫-୬ ଥର ଅମଳ କରାଯାଇପାରିବ  । ଗଛରେ ଫୁଲ ଆସିଗଲେ ତୈଳ ଆମଦାନୀ ମଧ୍ୟ କମିଯାଏ  । ତେଣୁ ଆକ୍ଟୋବର ଠାରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରତି ୬୦-୭୦ ଦିନ ବ୍ୟବଧାନରେ ଅମଳ କଲେ ଅଧିକ ପରିମାଣର ସୁଗନ୍ଧ ତୈଳର ଆମଦାନୀ ହୋଇଥାଏ  ।

ରୋଗପୋକ ନିୟନ୍ତ୍ରଣ ବ୍ୟବସ୍ଥା : ଧ୍ଵନ୍ଵନ୍ତରୀ ଘାସକୁ ସାଧାରଣତଃ କୌଣସି ରୋଗପୋକ ପ୍ରଭାବିତ କରିନଥାନ୍ତି  । ଫଳରେ  ପ୍ରତିଷେଧକର ଆବଶ୍ୟକତା ପଡେ ନାହିଁ  । ଶୀତ ଋତୁରେ ଅଧିକ କାକର ପଡିଲେ ଧ୍ଵନ୍ଵନ୍ତରୀ ଗଛ ବଢିବାରେ ବାଧାପ୍ରାପ୍ତ ହୁଏ  । ବୁଦାଗୁଡିକ ପୁରୁଣା ହୋଇଗଲେ ୭-୧୦ ବର୍ଷର ବୁଦାକୁ ବୁଦା ଲଗାଯାଏ ଏବଂ ଏହାର ମୂଳ ଶୁଖିଯାଇ ଉଈ ଧରେ । ତେଣୁ ଏହି ବୁଦାଗୁଡିକ ବର୍ଷାଦିନ ପୂର୍ବରୁ ପୋତିଦେଲେ ଗଛର ବହୁଲତା  କମିଯାଏ ଏବଂ ନୂଆ କୁଆଁ ବାହାରି ପୁନର୍ବାର ଅଧିକ ଅମଳକ୍ଷମ ହୁଏ । ଏହି ଧ୍ଵନ୍ଵନ୍ତରୀ ଚାଷ ମଧ୍ୟ କାଜୁ ବଗିଚାରେ କରାଯାଇପାରେ  । ଏକ ଏକରରେ ୧୧୦୦୦ ଚାରା ରୋପଣ କରାଯାଇପାରିବ  ।

ଉନ୍ନତ ବିହନ : ବିହନ ଗବେଷଣାଗାରଙ୍କ ଦ୍ଵାରା ଧ୍ଵନ୍ଵନ୍ତରୀ ଘାସର ଅନେକ ଉନ୍ନତ କିସମର ବିହନ ବିକଶିତ କରାଯାଇଛି । ଏଥି ମଧ୍ୟରୁ ସି.କେ.ପି.- ୨୫ ଆର.ଆର. ଏଲ.-୧୬ କୃଷ୍ଣା ଏବଂ କାବେରୀ କୃଷକମାନଙ୍କ ମଧ୍ୟରେ ଆଦୃତ ହୋଇପାରିଛି  ।

ଧ୍ଵନ୍ଵନ୍ତରୀ ଚାଷ ଏକର ପିଛା ଆୟ ବ୍ୟୟ ବିବରଣୀ ବ୍ୟୟ

ଜମି ପ୍ରସ୍ତୁତି

୧ ବର୍ଷ

୨ ବର୍ଷ

୩ ବର୍ଷ

୪ ବର୍ଷ

୫ ବର୍ଷ

ଜମି ପ୍ରସ୍ତୁତି

୧୦୦୦

-

-

-

-

ଚାରା ରୋପଣ

୧୦,୦୦୦

-

-

-

-

ସାର

୧୫୦୦

୧୫୦୦

୧୫୦୦

୧୫୦୦

୧୫୦୦

ଘାସ ବିଛାବଛି

୧୦୦୦

୫୦୦

୫୦୦

୫୦୦

୫୦୦

 

ଜଳସେଚନ

୫୦୦

୫୦୦

୫୦୦

୫୦୦

୫୦୦

 

ଅମଳ

୮୦୦

୧୦୦୦

୧୦୦୦

୧୦୦୦

୧୦୦୦

ପାଚନ ଖର୍ଚ୍ଚ

୨୦୦୦

୪୦୦୦

୪୦୦୦

୪୦୦୦

୪୦୦୦

 

ଆୟ :

ଫସଲରୁ ଆଯ ୧୬,୮୦୦,  ୨୮୦୦୦,୨୮୦୦୦, ୨୮୦୦୦,  ୨୮୦୦୦

୪୦ କିଗ୍ରା       ୮୦ କିଗ୍ରା   ୮୦ କିଗ୍ରା   ୮୦ କିଗ୍ରା   ୮୦ କିଗ୍ରା

ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate