ବୈଜ୍ଞାନିକ ନାମ : ଅଧାତୋଡା ବାସିକା ବଂଶ :ଆକାନ୍ଥେସୀ ଆଞ୍ଚଳିକ ଭାଷାଗତ ନାମ : ଓଡିଆ – ବାସଙ୍ଗ ସଂସ୍କୃତ – ବାସକ ସିଂହସ୍ୟ , ବାଜିଦନ୍ତା ତେଲୁଗୁ – ଅଡୁସରମୁ ଗୁଜୁରାତି – ଅରଡୁସୋ ଇଂରାଜୀ – Malabar nut ହିନ୍ଦୀ- ଅଡୁସା , ଅରୁସା ବଙ୍ଗଳା- ବାସକ, ବାକସ ତାମିଲ- ଅଟତୋଟି ମରାଠୀ - ଅଡୁଲସା । ଉପକ୍ରମ ବାସଙ୍ଗ ଏକ ଚିରହରିତ, ବୃହତ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତବର୍ଷର ସମସ୍ତ ପ୍ରାନ୍ତରେ ବିଶେଷତଃ ବିଭିନ୍ନ ସମତଳ ଉପପାର୍ବତ୍ୟ ଅଞ୍ଚଳ ଓ ସମୁଦ୍ର ପତନ ଠାରୁ ୧୩୦୦ ମିଟର ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳେ । ବାସଙ୍ଗ ପତ୍ର ଶ୍ଵାସ ରୋଗର ଚିକିତ୍ସା ନିମିତ୍ତ ଏକ ସର୍ବୋତ୍ତମ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଅଛି । ମୁଖ୍ୟତଃ କାସ ଓ ଶ୍ଵାସ ପ୍ରଭୃତି ଶ୍ଵସନ ସଂସ୍ଥାନ ଗତ ରୋଗର ଚିକିତ୍ସା ନିମିତ୍ତ ଉଦ୍ଧିଷ୍ଟ ଆୟୁର୍ବେଦର ସୁପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ବାସାବଲେହ “ ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ବାସଙ୍ଗ । ସୁତରାଂ ଆୟୁର୍ବେଦ ଓ ୟୁନାନୀ ଚିକିତ୍ସା ପଦ୍ଧତିରେ ବାସଙ୍ଗର ବହୁଳ ଔଷଧୀୟ ପ୍ରତିଯୋଗୀତା କାରଣ ରୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଏହି କାରଣରୁ ଏହାର କୃଷି କରଣ କରାଯାଇ ଉପରୋକ୍ତ ଔଷଧୀୟ ଚାହିଦାକୁ ପୂରଣ କରିବା ବ୍ୟତୀତ କୃଷକର ଆର୍ଥିକ ଲାଭଭଳି ଦୁଇଟି ଆଭିମୁଖ୍ୟକୁ ପୂରଣ କରାଯାଇପାରୁଛି । ଆକୃତି ଓ ବର୍ଣ୍ଣନା ବାସଙ୍ଗ ଏକ ଚିରହରିତ, ଦୁର୍ଗନ୍ଧଯୁକ୍ତ ଗୁଳ୍ମ ଅଟେ । ଏହାର ଉଚ୍ଚତା ୩ରୁ ୮ ଫୁଟ ଏବଂ ଏହା ସମୂହବଦ୍ଧ ହୋଇ ଉଠିଥାଏ । ଶାଖାଗୁଡିକ ଧୁସର ରଙ୍ଗ ବିଶିଷ୍ଟ ଓ ଲୋମଶ ଏବଂ ପତ୍ର ଗୁଡିକ ସବୁଜ, ବିପରୀତମୁଖୀ, ବର୍ଚ୍ଛାକାର, ପତ୍ରବୃନ୍ତ ୧୫ ସେମି ଓ ମୁଖ୍ୟ ଶିରା ପ୍ରାୟତଃ ଆଠଯୋଡା । ଫୁଲଗୁଡିକ ବୃନ୍ତର ଉପର ଅକ୍ଷଦଣ୍ଡରେ ଘଞ୍ଚ, କକ୍ଷୀୟସ୍ତବକରେ ସଜ୍ଜିତ ହୋଇରହିଥାନ୍ତି । ଫୁଲର ପାଖୁଡାର ରଙ୍ଗ ଧଳା ଓ କଣ୍ଠଭାଗ ବାଇଗଣି ରଙ୍ଗ ସଦୃଶ୍ୟ ହୋଇଥାଏ । ଏହାର ଫଳ କଠିନ ଓ ଆବରଣ ଯୁକ୍ତ , ମଞ୍ଜି କ୍ଵିଞ୍ଚିତ ଓ ବୃତ୍ତାକାର ପ୍ରୟୋଗନୀୟ ଅଂଶ ପତ୍ର , ମୂଳତ୍ଵକ ଓ ପୁଷ୍ପ (ପତ୍ର ସ୍ଵରସ -୧୦-୨୦ ମିଲି, ମୂଳତ୍ଵକ ଚୂର୍ଣ୍ଣ -୩-୬ ଗ୍ରାମ ଓ ପୁଷ୍ପକ୍ଵାଥ -୧୦-୨୦ ମିଲି ) ରାସାୟନିକ ସଂଗଠନ ବାସଙ୍ଗ ପତ୍ରରେ ଏକ ପ୍ରକାର କଟୁ ଉପକ୍ଷାର ବା ଆଲକାଲଏଡ ରହିଛି , ଯାହାକୁ ଭାସିସାଇନ କୁହାଯାଏ । ଏହାର ପରିମାଣ .୨୫ ପ୍ରତିଶତ । ଏହି ଆଲକାଲଏଡ ଏସିଡ , ଉଡନଶୀଳ ତୈଳ , ବସା, ରାଳ ଶର୍କରା ଏବଂ ନିର୍ଯ୍ୟାସ ମିଳିଥାଏ । ମୂଳତତ୍ଵରେ ମଧ୍ୟ ଏହି ମାତ୍ରାରେ ଖାରଭ ଥାଉ । ଔଷଧୀୟ ଗୁଣ ଓ ପ୍ରୟୋଗ ବାସଙ୍ଗ ପତ୍ରର ରସ ଉତ୍ତେଜକ, କଫନିଃସାରକ, ଶୀତବୀର୍ଯ୍ୟ , ମୁତ୍ରଜନନ ଏବଂ ମୂଳତ୍ଵକ ଜ୍ଵରଘ୍ନ ମୁତ୍ରଜନନ ଓ କଫନିସାରକ ଅଟେ । ତେବେ ଏହାର ପତ୍ରଗୁଡିକ ମୁଖ୍ୟତଃ ଶ୍ଵାସନଳୀ ପ୍ରବାହ ରୋଗରେ ବ୍ୟବହାର କରାଯାଏ । ଏହାର ପତ୍ର ସହିତ ହରିଡା ଓ ଅଙ୍ଗୁରୁ ମିଶାଇ କ୍ଵାଥ ପ୍ରସ୍ତୁତ ସେହି କ୍ଵାଥ ସେହି କ୍ଵାଥ ମହୁ କିମ୍ବା ଶର୍କରା ସହ ମିଶାଇ ସେବନ କାଲେ କାସ, ଶ୍ଵାସ ଓ ରକ୍ତପିତ୍ତ ରୋଗ ଭଲ ହୋଇଥାଏ । ମ୍ୟାଲେରିଆ ଜ୍ଵରରେ ଏହାର ପତ୍ରର ଚୂର୍ଣ୍ଣ ଏବଂ ଆଧ୍ମନ , ଅତିସାର ଏବଂ ପ୍ରବାହିକା ରୋଗରେ ଏହାର ପତ୍ରର ସ୍ଵରସ ବହୁତ ଉପଯୋଗୀ । ଚାଷପ୍ରଣାଳୀ ମୃତ୍ତିକା ଓ ଜଳବାୟୁ ଉଷ୍ଣ ଓ ଆଦ୍ର ମିଶ୍ରିତ ଜଳବାୟୁ ବାସଙ୍ଗ ଚାଷ ପାଇଁ ଉପଯୋଗୀ । ଅନ୍ୟ ମୃତ୍ତିକା ଅପେକ୍ଷା ବାଲିଆ ଦୋରସା ଉର୍ବର ମୃତ୍ତିକାରେ ଏହା ଭଲ ବଢିପାରେ । ରୋପଣ ମାର୍ଚ୍ଚ ମାସ ଏହାର ରୋପଣ ପାଇଁ ଉପଯୁକ୍ତ ସମୟ । ମଞ୍ଜିକୁ ପଲିଥିନ ବ୍ୟାଗ କିମ୍ବା ପଟାଳିରେ ରୋପଣ କରାଯାଏ । ଅଙ୍ଗୀୟ ଜନନ ପଦ୍ଧତି (ଛେଦନ ପ୍ରଣାଳୀ ) ୮ରି ୧୦ ସେମି ଲମ୍ବ ବିଶିଷ୍ଟ ୩ରୁ ୪ ପଦ ଥିବା କଅଁଳିଆ କିମ୍ବା ଅଧା ପାଳକ କଟା ଅଙ୍ଗମାନଙ୍କୁ ପଲିଥିନ ମୁଣା କିମ୍ବା ପଟାଲିରେ ଏପ୍ରିଲ ଜୁନମାସ ମଧ୍ୟରେ ଲଗାଯାଏ । ପ୍ରାୟ ୧୫/୨୦ ଦିନ ମଧ୍ୟରେ କଟା ଅଙ୍ଗ ରହିବା ପରେ ଗଜା ଅଙ୍କୁରିତ ହୁଏ ଓ ପ୍ରାୟ ୩୦ ଦିନ ସୁଦ୍ଧା ଏଥିରୁ ଚେର ବାହାରିଥାଏ । ଏହାକୁ ଜମିରେ ରୋପଣ କରାଯାଏ । ଏହି ପଦ୍ଧତିରେ ପ୍ରାୟ ୮୦ ଭାଗ ଗଛ ଉତୁରିଥାଏ । ବାଣିଜ୍ୟକ ସୂଚନା ୧୯୯୯-୨୦୦୦ ଟ୮/-୧୨/- କିଗ୍ରା ପ୍ରତି ଚେନ୍ନାଇ ୧୯୯୯-୨୦୦୦ ଟ୨୦/-କିଗ୍ରା ପ୍ରତି ହାଇଦ୍ରାବାଦ ୧୯୯୯-୨୦୦୦ ଟ୧୪/-ରୁ ୨୫/- କିଗ୍ରା ପ୍ରତି ମୁମ୍ବାଇ ୧୯୯୯-୨୦୦୦ ଟ ୭/- ରୁ ୨୫/- କିଗ୍ରା ପ୍ରତି ବାଙ୍ଗାଲୋର ୧୯୯୯-୨୦୦୦ ଟ ୧୦/- କିଗ୍ରା ପ୍ରତି ନୂଆଦିଲ୍ଲୀ ୧୯୯୯-୨୦୦୦ ଟ ୧୫/- କିଗ୍ରା ପ୍ରତି ଟୁଟିକୋରିନ ଏହାର ଶୁଖିଲା ପତ୍ର କଞ୍ଚାପତ୍ରଠାରୁ ଅଧିକ ମୁଲ୍ୟବାନ । ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା