অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୁଇଁଅଁଳା

ବୈଜ୍ଞାନିକ ନାମ : ଫିଲାନ୍ଥସ ନିରୁରି

ବଂଶ : ଯୁଫୋର୍ବିଏସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ-ଭୁଇଁଅଁଳା , ବାଡିଅଁଳା

ସଂସ୍କୃତ – ଭୂଧାତ୍ରୀ , ବହୁଫଳା

କନ୍ନଡ- କିରୁନେଲ୍ଲୀ

ମରାଠୀ – ଭୂଇ ଆଁଓଲୀ

ବେଙ୍ଗଲୀ- ଭୁଇଁ ଆମଲା

ତେଲୁଗୁ- ନେଲଉସରୀ

ଗୁଜୁରାଟୀ- ଭୋୟଆଁଓଲୀ

ଭୁଇଁଅଁଳା ଏକ ପ୍ରକାର କ୍ଷୁପଜାତୀୟ ଉଦ୍ଭିଦ । ଏହା ୬ରୁ ୧୨ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ  । ସାଧରଣତଃ ବାଡିବଗିଚାରେ ଅନାବନା ଗଛ ଆକାରରେ ବଢେ । ଓଦାଳିଆ ସ୍ଥାନରେ ଏହାର ବିସ୍ତୃତି ଅଧିକ । ବିଶେଷତଃ ବର୍ଷାଦିନେ ଏହା ଭଲ ଭାବରେ ବିକଶିତ ହୋଇଥାଏ  ।  ଆୟୁର୍ବେଦୀୟ ଚିକିତ୍ସାରେ ମୁଖ୍ୟତଃ ମୁତ୍ରସଂସ୍ଥାନଗତ ରୋଗ ଓ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ପ୍ରୟୋଗ ବହୁ ପ୍ରାଚୀନ କାଳରୁ ହୋଇଆସୁଛି  । ସମ୍ପ୍ରତି ବହୁ ପ୍ରତିଷ୍ଠିତ ଆୟୁର୍ବେଦୀୟ ଔଷଧରେ ଏହାକୁ ଉପଯୋଗ କରୁଥିବାରୁ ଏହାର ବ୍ୟବସାୟିକ ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଗତ କିଛି ଦିନ ତଳେ ମାର୍କ ଇଣ୍ଡିଆ ଫାର୍ମ ନାମକ ଏକ ଆୟୁର୍ବେଦ ଔଷଧ ଉତ୍ପାଦନକାରୀ ସଂସ୍ଥା ନିଜର ଏକ ଉତ୍ପାଦ ଔଷଧ “ ଲିଭୋମାର୍କ “ ବଜାରକୁ ଛାଡିଛି ଯାହାକି କେବଳ ଭୁଇଁଅଁଳାରୁ ପ୍ରସ୍ତୁତ କରାଯାଇଛି । ଏହା ସମସ୍ତ ପ୍ରକାର ଯକୃତ ସମ୍ବନ୍ଧୀୟ ରୋଗର ଉପଚାର ପାଇଁ ଅତ୍ୟନ୍ତ ପ୍ରଭାବଶାଳି ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି । ସୁତରାଂ, ଭୁଇଁଅଁଳା ଚାଷ କର୍ମନିଯୁକ୍ତି କ୍ଷେତ୍ରରେ ନୂତନ ଆସା ସଞ୍ଚାର କରିବ  ।

ଉଦ୍ଭିଦ ପରିଚୟ

ଭୁଇଁଅଁଳା ୬ରୁ ୧୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକପ୍ରକାର କ୍ଷୁପ ଜାତୀୟ ଉଦ୍ଭିଦ । ଏହାର ପତ୍ର ଦେଖାବାକୁ ଠିକ ଅଁଳା ଗଛର ପତ୍ର ଭଳି କିନ୍ତୁ ଆକାରରେ ଅପେକ୍ଷାକୃତ ଛୋଟ । ପ୍ରତ୍ୟେକ ଟିକିଟିକି ପତ୍ର କକ୍ଷରେ ଫୁଲ ଧରେ ।ଏହି ଛୋଟ ଗଛର ସଖାଗୁଡିକ ସିଧା , ପତଳା ଏବଂ ଦେଖାବାକୁ ପକ୍ଷବତ ପତ୍ର ସଦୃଶ । ଫୁଲ ଗୁଡିକ ଛୋଟ, ସବୁଜ କିମ୍ବା ଶ୍ଵେତ ଏବଂ ପତ୍ର କକ୍ଷରେ ଫୁଟିଥାଏ । ଫଳଗୁଡିକ ଗୋଲ ଏବଂ ଅଁଳାଗଛର ଫଳଗୁଡିକ ପତ୍ରଗୁଡିକ ତଳେ ଲାନ୍ଥି ହୋଇ ରହିଥିଲ ପରି ଏହି ଭୁଇଁଅଁଳା ଫଳଗୁଡିକ ମଧ୍ୟ ଠିକ ସେହିପରି ଫଳିଥାଏ ଫଳ ଗୁଡିକ ଛୋଟ ଛୋଟ କିନ୍ତୁ ଦେଖିବାକୁ ଟିକିଟିକି ଅଁଳା ପରି । ଭୁଇଁଉପରେ ଉଦ୍ଭିଦଟି ବିସ୍ତୃତ ପାଇଁ ସବୁଦୃଷ୍ଟିରୁ ଅଁଳା ଗଛର ଆକୃତି ପରି ହୋଇଥିବା ହେତୁ ଏହାକୁ ଓଡିଆରେ ଭୁଇଁଅଁଳା ବୋଲି କୁହନ୍ତି  ।

ପ୍ରୟୋଜ୍ୟାଙ୍ଗ : ପଞ୍ଚାଙ୍ଗ

ରସାୟନିକ ସଂଗଠନ

ଭୁଇଁଅଁଳା ଗଛର ପତ୍ରରେ ଏକ ତିକ୍ତ ଦ୍ରବ୍ୟ ଫିଲାନ୍ଥିନ ରହିଥାଏ ଯାହାକି ଏହାର ଔଷଧୀୟ ତତ୍ତ୍ଵ

ଔଷଧୀୟ ଗୁଣ ଓ ପ୍ରୟୋଗ ; ଆୟୁର୍ବେଦ ମତରେ ଏହାର ପତ୍ର ସ୍ଵରସ ମୂତ୍ରଳ , ଯକୃତ ଦୋଷହର , କାସହର , ଶ୍ଵାସହର , ବ୍ରଣରୋପଣ ଗୁଣଯୁକ୍ତ ଅଟେ । ଏହାକୁ ମୁଖ୍ୟତଃ ମୁତ୍ରଗତ ରୋଗ ଓ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ପ୍ରୟୋଗ କରାଯାଏ  । ଏହାର ପଞ୍ଚାଙ୍ଗ କ୍ଵାଥ ମ୍ୟାଲେରିଆ ଜ୍ଵରରେ ଦିଆଯାଏ   ।

ଉନ୍ନତ କିସମ

ନବୟାକୃତି ପ୍ରଜାତିର ଚାଷ ଲାଭଜନକ ଅଟେ  ।

ଜମି ପ୍ରସ୍ତୁତି

ଜମିରେ ଗଛ ଲଗାଇଲେ ପୂର୍ବରୁ ଜମିରେ ଏକର ପ୍ରତି ୫ ଟନ ଗୋବର ଖତ ମିଶାଇ ଓ ଚାଷ କାରୀ ଜମି ପ୍ରସ୍ତୁତ କରାଯାଏ ଏବଂ ଏଥିରେ ଜଳସେଚନ ମଧ୍ୟ କରାଯାଇଥାଏ  । ଗଛଗୁଡିକ ୧୦x ୧୦ ଇଞ୍ଚ ବ୍ୟବଧାନରେ ରୋପଣ କରାଯାଏ । ଏକ ଏକରରେ ୨୪୦୦୦ ରୁ ୨୫୦୦୦ଚାରା ରୋପଣ କରାଯାଇପାରିବ  ।

ଫସଲର ଯତ୍ନ ଓ ଜଳସେଚନ

ବର୍ଷାଋତୁରେ ଗଛ ଲଗାଯାଇଥିବାରୁ ସାଧାରଣତଃ ଏହି ଗଛ ମୂଳ ପାର୍ଶ୍ଵ ସ୍ଥାନମାନଙ୍କରେ ଅନାବନା ଘାସ ଉଠିବା ସ୍ଵାଭାବିକ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇବାର ୨୫-୩୦ ଦିନ ପରେ ୧ମ ଥର ତଥା ୫୫-୬୦ ଦିନ ପରେ ୨ୟ ଥର ଘାସ ବଛାବଛି କରିବା ଉଚିତ  । ଗଛର ଭଲ ବୃଦ୍ଧି ନିମନ୍ତେ ଏକରପ୍ରତି ୨୦-୨୦ ଦିନ ବ୍ୟବଧାନରେ ୧୨ କିଗ୍ରା ବାଇଓଜାଇମ ଗ୍ରେନୁଲସ ପ୍ରୟୋଗ କରିବା ଉଚିତ  ।

ଉତ୍ପାଦନ

ଭୁଇଁଅଁଳା  ସମ୍ପୂର୍ଣ ପଞ୍ଚାଙ୍ଗ ଔଷଧୀୟ ଗୁଣଯୁକ୍ତ ହୋଇଥିବାରୁ ଅମଳ ସମୟରେ ଏହି ଗଛକୁ ସମ୍ପୂର୍ଣ ଭାବେ ଉପାଡି ଦିଆଯାଏ  । ଜୁନମାସରେ ଗଛରୋପଣ କରାଗଲେ ସେପ୍ଟେମ୍ବର- ଅକ୍ଟୋବର ମାସରେ ଏହି ଗଛରେ ଫୁଲ ଫଳ ଧରିଥାଏ । ଏହାର ଫଳ ଅଧିକ ଦିନ ରହିଲେ ପତ୍ର ଓ ଅନ୍ୟାନ୍ୟ ଅଂଶର ପରିମାଣ କମହୁଏ  । ଏହା ଛଡା,କାମଳ ରୋଗ , ଯକୃତପ୍ରଦାହ , ରକ୍ତବିକାର , ବ୍ରଣ ତଥା ମୁତ୍ରମାର୍ଗରେ ଜ୍ଵଳନ ଏବଂମୁତ୍ରକୃଚ୍ଚ୍ର ରୋଗର ଉପଚାର ପାଇଁ ଏହାର ପଞ୍ଚାଙ୍ଗକୁ ସ୍ବରସ କିମ୍ବା କ୍ଵାଥ ରୂପେ ପ୍ରୟୋଗ କରାଯାଏ  ।

ଚାଷପ୍ରଣାଳୀ

ଚାଷପଦ୍ଧତି

ପୂର୍ବରୁ ଭୁଇଁଅଁଳା ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ଉପଲ୍ଲବ୍ଧ ହେଉଥିଲେ ମଧ୍ୟ ସମ୍ପ୍ରତି ଏହା ଆବଶ୍ୟକ ମୁତାବକ ଉପଲ୍ଲବ୍ଧ ହେଉନାହିଁ । ସୁତରାଂ ଏହାର କୃଷିକରଣ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି । ଏହା ଏକ କମ ସମୟର ଫସଲ ହୋଇଥିବାରୁ ଓ ସାଧାରଣ ଜମିରେ ଚାଷ କରାଯାଇ ପାରୁଥିବାରୁ ଏହାର ଚାଷ ଅତ୍ୟନ୍ତ ଲାଭଜନକ ଅଟେ ।

ଜଳବାୟୁ ଓ ମୃତ୍ତିକା

ଭୁଇଁଅଁଳା ଗଛ ଉଷ୍ଣ ଜଳବାୟୁରେ ବଢିପାରେ । ଏହା ଅଧିକତମ ୪୬ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ସହନ କରିପାରେ ।  ଏହା କମ ବର୍ଷା ହେଉଥିବା ସ୍ଥାନରେ ବଢିପାରେ କିନ୍ତୁ ଅଧିକ ବର୍ଷାହୋଇ ପାଣି ଜମିରହିଲେ ମଧ୍ୟ ଏହି ଗଛରେ କିଛି କ୍ଷତି ହୁଏ ନାହିଁ । ଏହି ଗଛର ଚାଷ ପିନ ସାଧାରଣତଃ ବାଲିଆ ଦୋରସା ମାଟି , ବାଲିଆ ମାଟି ନିଗିଡା ମାଟି ଓ କୃଷ୍ଣକର୍ପାସ ମାଟି ଉପଯୁକ୍ତ ଅଟେ  । ପ୍ରାୟ ୫.୫ ରୁ ୮.୦  ପି.ଏଚ ଥିବା ମାଟିରେ ଏହି ଗଛ ଭଲ ବଢିଥାଏ ।

ଆମ ଦେଶରେ ଉତ୍ତରପ୍ରଦେଶ , ମହାରାଷ୍ଟ୍ର , କେରଳ, ଓଡିଶା ପ୍ରଭୁତି ରାଜ୍ୟମାନଙ୍କରେ ଏହି ଗଛର କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ଜଳବାୟୁ ରହିଛି । ତେଣୁ ଏହାକୁ ସେପ୍ଟେମ୍ବର ମାସର ଶେଷ ସମୟ ଓ ଅକ୍ଟୋବର ପର୍ଯ୍ୟନ୍ତ ରଖାଗଲେ ପାକଳ ମଞ୍ଜି ସଂଗ୍ରହ କରିପାରିବା । କିନ୍ତୁ ପଞ୍ଚାଙ୍ଗ ପାଇଁ ସେପ୍ଟେମ୍ବର ମାସ ଉପଯୁକ୍ତ ସମୟ ।  ଅକ୍ଟୋବର ମାସର ପ୍ରଥମ ଭାଗରେ ଅମଳ କରିବା ଉଚିତ । ଗଛଗୁଡିକୁ ଉପାଡି ସାରିବା ପରେ ଏହାକୁ ଛାଇ ଜାଗାରେ ତାରପୋଲିନ ଦରି ଉପରେ ସୁଖାଯାଏ  । ୪-୫ ଦିନରେ ଏହା ଭଲ ଭାବରେ ଶୁଖିଗଲେ ଔଷଧ ତିଆରି ପାଇଁ କଞ୍ଚାମାଲ ରୂପେ ବଜାରକୁ ଛଡାଯାଏ  ।

ଅନ୍ତଫସଲ

ଏହାକୁ ବଡଗଛ ଯଥା ଅଁଳା , ଲେମ୍ବୁଗଛ ସହିତ ଚାଷ କରାଯାଇପାରିବ  ।

ଆର୍ଥିକ ଲାଭ

ଠିକ ସମୟରେ ଅମଳ କରାଗଲେ ଏକର ପ୍ରତି ୧୦ କ୍ଵିଣ୍ଟାଲ ଶୁଖିଲା ଗଛ ମିଳିପାରିବ । ତାହାକୁ ଯଦି ଅତିକମରେ ୧୫ ଟଙ୍କା କିଗ୍ରା ପ୍ରତି ବିକ୍ରି କରାଯାଏ ପୂରାପୂରି ୧୫୦୦୦ ଟଙ୍କା ୪ ମାସ ମଧ୍ୟରେ ମିଳିପାରିବ  ।

ଭୁଇଁଅଁଳା ଚାଷ ପାଇଁ ଏକର ପ୍ରତି ଆୟ ବ୍ୟୟ ବିବରଣୀ

ବ୍ୟୟ

  1. ଚାରାରୋପଣ                               ୩,୫୦୦
  2. ଜମି ପ୍ରସ୍ତୁତି                                  ୫୦୦
  3. ସାର ପ୍ରୟୋଗ                              ୧୦୦୦
  4. ଜମିରେ ଗଛ ଲଗାଇବା                   ୨୫୦
  5. ଜୈବିକ ଗଛ ବୁଦ୍ଧିକାରକ ଔଷଧ          ୫୦୦
  6. ଜଳସେଚନ , ଘାସ ବଛାବଛି              ୫୦୦
  7. ଫସଲ ସୁଖାଇବା                           ୫୦୦
  8. ଅନ୍ୟାନ୍ୟ ଖର୍ଚ୍ଚ ତଥା ପରିବହନ          ୧୫୦୦୦

ଆୟ :

ପଞ୍ଚାଙ୍ଗ ବିକ୍ରିକରି ଆୟ                                 ୧୫,୦୦୦

ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate