অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଁଅଳା କୋଳି ଚାଷ

ଅଁଳା ଗଛ ଭାରତରେ ପ୍ରାୟ ସର୍ବତ୍ର ଦେଖାଯାଏ । ପୂର୍ବଓଡିଶା ଅପେକ୍ଷା ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ଅଧିକ ଅଁଳା ଉତ୍ପନ ହୁଏ । ଅଁଳାକୁ ଫଳ ଓ ଔଷଧ ରୂପେ ବ୍ୟବହାର କରାଯାଏ । ଏହି ଫଳରୁ ପ୍ରଚୁର ପରିମାଣର ଭିଟାମିନ ‘ ସି ’ ମିଳିଥାଏ । ଏଥିରୁ ଆଚାର ଓ ସ୍କ୍ୱାସ, ମୁରୁବା ପ୍ରଭୃତି ତିଆରି କରାଯାଏ । ଅଁଳା ବାତ, ପିତ ଓ କଫ ବିନାଶକାରୀ । ଏହା ଅଗ୍ନିଦୀପକ ଏବଂ ପରିପାଚକ ଅଟେ । କାମଳରୋଗ ଅରୁଚି ଦମନରେ ଏହା ବିଶେଷ ଲାଭଦାୟକ ଅଟେ ।

ଉତ୍ପତ୍ତି

ଭାରତ ଓ ଏସିଆର ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳ ।

ଜଳବାୟୁ

ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଖୁବ ଭଲ ହୁଏ । ଏହା ବିଶେଷ ଭାବରେ ଉପକ୍ରାନ୍ତୀୟ ଫଳ ରୂପେ ପରିଚିତ । ଶୁନରୁ ୪୬ଡିଗ୍ରୀ ସେଲସିୟସ ଉତ୍ତାପକୁ ସହ୍ୟ କରିପାରେ । ଅଁଳା ଗଛ ଜାନୁୟାରୀ ମାସରେ ପତ୍ର ଝାଡି ଦିଏ ଓ ବସନ୍ତର ଆଗମନରେ ଫେବୃୟାରୀ –ମାର୍ଚ୍ଚ ମାସରେ ନୂଆ ପତ୍ର କଅଁଳେ । ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । ମୁଖ୍ୟତଃ ଭାରତର ଉତ୍ତରପ୍ରଦେଶରେ ବ୍ୟବସାୟିକ ଭିତ୍ତିରେ ଏହାର ଚାଷ କରାଯାଏ ।

ମୃତ୍ତିକା

ସବୁ ମାଟିରେ ଏହାର ଚାଷ କରାଯାଇପାରିବ । କିନ୍ତୁ ଉତ୍ତମ ନିଗିଡା ଗଭୀର ଦୋରସା ମାଟିରେ ଏହା ଖୁବ ଭଲ ହୁଏ । ମାଟିର ଅମ୍ଳତା ୬.୫ ରୁ ୯.୫ ଭିତରେ ଭଲ ହୁଏ ।

କିସମ

ବନାରସି ଅଁଳା, ଚାକିଅ, ହାତିଝୁଲ, କ୍ରୀଷ୍ଣା, ଗ୍ରୀନଟିନଜଡ, ରେଡଟିନଜଡ, ହ୍ଵାଇଟଷ୍ଟେକଡ ଇତ୍ୟାଦି ପ୍ରଧାନ । ଏବେ ନୂଆ ୩ଟି କିସମ ବାହାରିଛି । ତାହାହେଲା କାଞ୍ଚନ (NA-4), (NA-6), (NA-7) । ଏହାଛଡା ଗୁଜୁରାଟରୁ ଆନନ୍ଦ-୧, ୨, ଓ ୩ ତିନୋଟି କିସମ ବଛାଯାଇଛି ।

ବଂଶବିସ୍ତାର

ସାଧାରଣତଃ ମଞ୍ଜିରୁ କରାଯାଏ । କିନ୍ତୁ ମଞ୍ଜି ଗଛରୁ ଗୁଣାତ୍ମକ ଫଳ ମିଳେନା । ତେଣୁ ଡାଳ କଲମୀ, ଦ୍ଵାରା ଏହାର ବଂଶ ବିସ୍ତାର କରାଯାଏ । କିନ୍ତୁ ସିଲଡ ବଡିଙ୍ଗ ସବୁଠାରୁ ଭଲ ।

ରୋପଣ

ଜୁଲାଇରୁ ଅକ୍ଟୋବର ମଧ୍ୟରେ ଲଗାଯାଏ । ୧୦ ମିଟର ବ୍ୟବଧାନରେ ଗଛ ଲଗାଇବା କଥା । ଏକ ମିଟର ଗଭୀର ଗାତକରି ପ୍ରତି ଗାତରେ ୫ଝୁଡି ଖତ ସହ ୨କେଜି ଜୈବିକ ସାର ଓ ୫୦ ଗ୍ରାମ କ୍ଳୋରପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବା କଥା ।

ଖତ ଓ ସାର

ସାଧାରଣତଃ ଅଁଳା ଗଛରେ ଲୋକମାନେ ଖତ ସାର ଦିଅନ୍ତିନି । କିନ୍ତୁ ବର୍ଷକୁ ୨ଟୋକେଇ ଖତ ସହ ୧୦୦ଗ୍ରାମ ଯବକ୍ଷାରଜାନ,୫୦ଗ୍ରାମ ଫସଫରସ ଓ ୧୦୦ ଗ୍ରାମ ପଟାସ ପ୍ରଥମ ବର୍ଷଠାରୁ ଆରମ୍ଭ କରି ପ୍ରତିବର୍ଷ ସେହିପରିମାଣର ସାର ବଢାଇ ଅତିକମରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦେଇ ଗଛ ଫଳ ଦେଲା ପର୍ଯ୍ୟନ୍ତ ଦେଉଥିବେ ।

ଜଳସେଚନ

ଖରାଦିନେ ୧୫ଦିନ ଅନ୍ତରରେ ଜଳସେଚନ କଲେ ଭଲ ଅମଳ ମିଳେ ।

କାଟଛାଣ୍ଟ

ଅଁଳା କାଟଛାଣ୍ଟ ଦର୍କାର କରେନି । କିନ୍ତୁ ରୋଗାକ୍ରାନ୍ତ,ଶୁଖିଲା ଓ ଅନାବଶ୍ୟକ ଡାଳକୁ କାଟିଦେବା ଉଚିତ ।

ରୋଗପୋକ ଓ ତାର ପ୍ରତିକାର

ମୂଳସଢା ରୋଗ

ବେର୍ଡୋମିକଶ୍ଚର ବା ଅନ୍ୟ କୌଣସି କପର ପଞ୍ଜିସାଇଡ ବ୍ୟବହାର କରନ୍ତୁ ।

ପାଉଁଶିଆ ରୋଗ

ୱେଟେବଲ ସଲଫର ସ୍ପ୍ରେ କରନ୍ତୁ ।

ନେକ୍ରୋସିସ

ଆକ୍ରାନ୍ତ ଗଛଗୁଡିକୁ ନଷ୍ଟ କରିଦିଅନ୍ତୁ । ପୋକ ପ୍ରାଦୃଭାବକୁ ନିୟନ୍ତ୍ରଣ କରନ୍ତୁ । ଶତକଡା ୦.୬ ଭାଗ ବୋରକସସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୩ଥର ୧୦-୧୫ ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ ।

ବାର୍କ ଇଟିଙ୍ଗ କାଟରପିଲାର

କାଟରପିଲାର ଗଛର ବକଳା ଖାଇ ଗଛର ଗଣ୍ଡିରେ କଣା କରି ଟନେଲ କରନ୍ତି । ଖାଇବା ଯାଗାକୁ ସଫା କରି ୦.୮% ସ୍ପ୍ରେ କଲେ ଭଲ କାମ ଦିଏ । କଣାରେ କିଛି କିରୋସିନ ଦେଇ ମାଟିଲେସି ଦେଲେ ପୋକ ମରିଯାଆନ୍ତି ।

ଅଁଳା ରଷ୍ଟ

ଡିଥେନ-ଜେଡ-୭୮ (୦.୨%) ସ୍ପ୍ରେ କଲେ ଭଲ କାମ ଦିଏ ।

ଅମଳ

ଓଡିଶାର ଅଁଳା ବର୍ଷକୁ ୨ଥର ଫଳେ । ମୁଖ୍ୟ ଫସଲର ଫୁଲ ଜୁଲାଇ ମାସରେ ଏବଂ ଗୌଣ ଫସଲର ଫୁଲ ଫେବୃୟାରୀ ମାସରେ ଆସିଥାଏ । ଗଛ ୮/୧୦ ବର୍ଷରେ ପୁରାମାତ୍ରାରେ ଫଳ ଦିଏ । ଗଛରେ ଅଣ୍ଡିରା ଫୁଲ ବହୁତ ଫୁଟେ । ଗଛ ପ୍ରତି ୧୦୦ ରୁ ୨୦୦ କେଜି ଫଳ ମିଳେ । ହେକ୍ଟର ପିଛା ହାରାହାରି ଆୟ ଟ ୧୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate