ଉତ୍କୃଷ୍ଟ ସାର
କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ ଉତ୍ସ ଭାବେ ସୁପରିଚିତ । ତେବେ ଏହାର ଚୋପା ମଧ୍ୟ ଉପାଦେୟ । ଏକଥା କିନ୍ତୁ ଅନେକ ଜାଣିନାହାନ୍ତି ।
ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ ।
କଦଳୀ ଆମ ଶରୀରକୁ ଯେଉଁଭଳି ପୁଷ୍ଟିସାଧନ ଯୋଗାଏ ତାହାର ଚୋପା ଠିକ୍ ସେହିଭଳି ଉଦ୍ଭିଦ ପାଇଁ ଅତି ଉତ୍ତମ କମ୍ପୋଷ୍ଟ ସାର ହୋଇପାରିବ ।
କଦଳୀ ଚୋପାରୁ କମ୍ପୋଷ୍ଟ
କଦଳୀ ଚୋପାରୁ କମ୍ପୋଷ୍ଟ ତିନିଟି ଉପାୟରେ ପ୍ରସ୍ତୁତ କରାଯାଇପାରିବ ।
- କଦଳୀ ଚୋପାକୁ ଖଣ୍ଡଖଣ୍ଡ କରି କାଟି ତାହାକୁ ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଇପାରିବ ଅଥବା ସିଧାସଳଖ ମାଟିରେ ମିଶାଯାଇପାରିବ । ଅଳ୍ପ କିଛିଦିନ ମଧ୍ୟରେ ଏହା ଆପେ ଆପେ କମ୍ପୋଷ୍ଟ ଖତରେ ପରିଣତ ହୋଇ ଗଛକୁ ବଢିବା ନିମନ୍ତେ ଶକ୍ତି ଯୋଗାଇବ ।
- କଦଳୀ ଚୋପାକୁ ଛୋଟଛୋଟ ଆକାରରେ କାଟି ଏହାକୁ ଏକ ସ୍ପ୍ରେ କେନ୍ ରେ ରଖନ୍ତୁ । କେନ୍ ର ଅଧା ପର୍ଯ୍ୟନ୍ତ କିଛି ଉଷୁମ ପାଣି ଭର୍ତ୍ତି କରନ୍ତୁ । ତାହାକୁ ସେହିଭଳି ଏକ ସପ୍ତାହ ରଖିଦିଅନ୍ତୁ । କଦଳୀ ଚୋପା ସଢି ତାହା ପାଣିରେ ମିଶିଯିବା ପର୍ଯ୍ୟନ୍ତ ସେହିଭଳି ରଖାଯାଉ । ସେହି ମିଶ୍ରଣକୁ ଗଛରେ ସିଞ୍ଚନ କରାଯାଇପାରିବ ।
- ଯଦି ତୁରନ୍ତ କଦଳୀ ଚୋପା କମ୍ପୋଷ୍ଟ ଦରକାର ତେବେ କଦଳୀ ଚୋପାକୁ କିଛି ଗରମ ପାଣିରେ ପକାଇ ତାହାକୁ ମାଟିରେ ମିଶାଇ ଦିଅନ୍ତୁ ।
ଆଧାର – ଦୈନିକ ପ୍ରମେୟ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.