অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ପ୍ରଣାଳୀରେ ହଳଦୀ ଚାଷ

ରୋଷେଇ ଘର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗ ପାଇଁ ବ୍ୟବହାର ହୋଇଥାଏ  ହଳଦୀ । ଓଡ଼ିଶାର ଫୁଲବାଣୀରେ ଏହା ବହୁଳ ଭାବରେ ଚାଷ କରଯାଇଥାଏ । ଚାଷୀ ଉନ୍ନତ ପ୍ରଣାଳୀରେ ହଳଦୀ ଚାଷ କରି କିପରି ଅଧିକ ଲାଭ ପାଇବେ ।

ମାଟି ଓ ବିହନ

ନିଗିଡ଼ା, ବାଲିଆ, ଦୋରସା, ମଟାଳ, ନାଲିମାଟି, କଳା ମଟାଳ ଓ ମଟାଳ ଦୋରସା ମାଟି ଏଥିପାଇଁ ଉପଯୁକ୍ତ।

ବିହନ

ବିହନ କିସମ: ରୋମା, ସୁରମା, ରଙ୍ଗ, ରଶ୍ମି, ରାଜେନ୍ଦ୍ର ସୋନିଆ, ଲାକ୍ ଡେଙ୍ଗ।

ବିହନ ପରିମାଣ: ହେକ୍ଟର ପ୍ରତି ୨୫ କ୍ଵିଣ୍ଟାଲ ।

ବିହନ ବିଶାଧନ

୨୫-୩୦ କ୍ଵିଣ୍ଟାଲ ଓଜନର ମୁଣ୍ଡା ଓ ପୁଆ ହଳଦୀ ବିହନ ପାଇଁ ଉପଯୁକ୍ତ । ଲଗାଇବା ପୂର୍ବରୁ ଲିଟର ପ୍ରତି ୫ ଗ୍ରାମ୍ ମାନକୋଜେବ ଓ ୧ମି.ଲି କ୍ଲୋରୋଫାଇରିଫସ୍ ମିଶ୍ରଣରେ ୩୦ ମିନିଟ୍ ବୁଡ଼ାଇ ଛାଣି, ଛାଇରେ ଶୁଖାଇଲା ପରେ ଲଗାଇବାକୁ ହୁଏ ।

ଲଗାଇବା ସମୟ : ଏପ୍ରିଲ ଦ୍ଵିତୀୟ ପକ୍ଷରୁ ମଇ ପ୍ରଥମ ପକ୍ଷ ହେଉଛି ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ ।

ଜମି ପ୍ରସ୍ତୁତ ପ୍ରଣାଳୀ

୪, ୫ ଓଡ଼ ଚାଷ କରି ମାଟିକୁ ଭଲ ରୂପେ ଗୁଣ୍ଡ କରିବାକୁ ହୁଏ । ମଇ ଦେଲାପରେ ୧ ମିଟର ଚଉଡ଼ା, ୧୫-୨୦ ସେ.ମି ଉଚ୍ଚର ଲମ୍ବା ପଟି ପ୍ରସ୍ତୁତ କରନ୍ତୁ । ପଟି ଉପରେ ସମତଳ କରି ହେକ୍ଟର ପ୍ରତି ୧୦ ଟନ୍ ସଢା ଗୋବର ଖତ, ୩୦ କି.ଗ୍ରା  ଫସଫରସ ଓ ୪୫ କି.ଗ୍ରା ପଟସ୍ ସାର ସମାନ ଭାବରେ ପକାଇ ମାଟି ସହିତ ମିଶାଇ ଦିଅନ୍ତୁ । ତା' ପରେ ୩୦ ସେ.ମି ବ୍ୟବଧାନରେ ଧାଡ଼ି କାଟି ୨୦ ସେ.ମି ଦୂରତାରେ ଗଛକୁ ଗଛ ୫ ସେ.ମି.) ଗଭୀରରେ ମୁଣ୍ଡା ଲଗାଇ ମାଟିଘୋଡ଼ାଇ ଦିଅନ୍ତୁ । ଏହା ପରେ ହେକ୍ଟର ପ୍ରତି ୨୫ ଟନ୍ ଆଛାଦନ (ଶାଳ ବା ଅନ୍ୟାନ୍ୟ ଶୁଖିଲା ପତ୍ର, ନଡ଼ା ଗୁଣ୍ଡ) ଘୋଡ଼ାଇ ଦିଅନ୍ତୁ ।

ଖତସାର

ଏକ ହେକ୍ଟର ହଳଦୀ ଚାଷ ପାଇଁ ୧୦ ଟନ୍ ସଢ଼ା ଗୋବର ଖଡ, ୬୦ କି.ଗ୍ରା ଯବକ୍ଷାରଜାନ, ୩୦ କି.ଗ୍ରା, ଫସଫରସ ଓ ୯୦ କି.ଗ୍ରା ପଟାସ ସାର ଦରକାର । ମୂଳସାର ହିସାବରେ ୧୦ ଟନ୍ ଗୋବରଖାତ ୩୦ କି.ଗ୍ରା, ଫସଫରସ୍ ଓ ୪୫ କି.ଗ୍ରା ପଟାସ ସାର ଲଗାଇବା । ପୂର୍ବରୁ ଦେବାକୁ ହୁଏ । ଲଗାଇବାର ୪୫ ଦିନ ପରେ ଅଧା ବା ୩୦ କି.ଗ୍ର । ଯବକ୍ଷାରଜାନ ଦେବାକୁ ପଡ଼ିବ । ଲଗାଇବାର ୯୦ ଦିନ ପରେ ବଳକା ୩୦ କି.ଗ୍ରା ଯବକ୍ଷାରଜାନ  ଓ ୪୫ କି.ଗ୍ରା ପଟାସ ଦିଆଯାଏ ।

ପରବର୍ତ୍ତୀ ଯତ୍ନ

୪୫ ଦିନ ଓ ୯୦ ଦିନରେ ଥରେ କୋଡ଼ା ଖୁସା କରି ଘାସବାଛି ଦେବାକୁ ପଡ଼ିବ ଓ ସାର ଦେବାକୁ ହେବ । ଅଧିକ ଘାସ ହେଲେ ପୁଣି  ଥରେ ବାଛିବାକୁ  ପଡ଼ିବ । ୪୫ ଓ ୯୦ ଦିନରେ ସାର ଦେଲା ପରେ ପୁଣି ୨ ଥର ପତ୍ର  ଘୋଡ଼ାଇବାକୁ ହେବ ଓ ପ୍ରତିଥର ୫ ଟନ୍ ପତ୍ର ଦରକାର ପଡ଼ିବା  ।

ଜଳସେଚନ

ବର୍ଷା ଉପରେ ନିର୍ଭର କରି ହଳଦୀ ଲଗାଯାଉଥିବାରୁ ପ୍ରଥମେ ପାଣି ସେତେ ଦରକାର ହୁଏ ନାହିଁ । ବର୍ଷା ଗଡ଼ିଗଲା ପରେ  ଅକ୍ଟୋବର ମାସଠାରୁ ପ୍ରତି ୧୫ ଦିନରେ ଥରେ ପାଣି ମଡ଼ାଇବା ଦରକାର ।

ଆଦାୟ ସମୟ: ଜାନୁଆରୀ ମାସ । ହେକ୍ଟର ପ୍ରତି  ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ ।

ଆଧାର - କୃଷି ବିଭାଗ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate