କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।
କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ।
ବିଭିନ୍ନ ଭାଷାରେ ନାମ
ଇଉରୋପ
ଫ୍ରେଞ୍ଚ - Coton Bamieh
ଜର୍ମାନ - Coton castellamare
ଏସିଆ
ବ୍ରହ୍ମଦେଶ (ବର୍ମିଜ) - Wa-gon
ସିଂହଳ - ପୁଲୁଂଗ
ଭାରତ
ଭାଷା |
ନାମ |
ଓଡ଼ିଆ |
କପା, କାର୍ପାସ |
ସଂସ୍କୃତ |
ଅନାଗ୍ନିକା |
ହିନ୍ଦୀ |
ରୁଇ |
କନ୍ନଡ଼ |
ଅମ୍ବାରା |
ତାମିଲ |
ପଂଜି |
ତେଲୁଗୁ |
ପିଂଜା |
ବଙ୍ଗଳା |
କପାସ |
ମରାଠି |
କପାସ |
ମାଲୟାଲମ |
ପନ୍ଗ୍ନି |
ସାମାନ୍ୟ
ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ।
ଆଧାର: ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
Last Modified : 12/12/2019