অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କରମଙ୍ଗା ଚାଷ

କରମଙ୍ଗା ବ୍ୟବସାୟିକ ଭିତ୍ତିରେ ଚାଷ ନହେଲେ ମଧ୍ୟ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ଥାଏ । ଏ ଗଛ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଫଳ ଥିବାବେଳେ ଆହୁରି ସୁନ୍ଦର ଦେଖାଯାଏ । ପାଚିଲା ଫଳ ଖଟା ମିଠା ଲାଗୁଥିବାରୁ ଖାଇବାକୁ ଭଲ ଲାଗେ । ଏହା ଖଟା ଏବଂ ଆଚାର ତିଆରିରେ ଲାଗେ । ଏଥିରେ ଭିଟାମିନ ଏ.ବି ଓ ସି ପ୍ରଚୁର ପରିମାଣରେ ଥାଏ । ଏହାର ଚେରର ରସ ଔଷଧ ରୂପେ ବ୍ୟବହାର ହୁଏ ଏବଂ କଷିଫଳ ତମ୍ବା ବାସନ ସଫା କରିବାରେ ବ୍ୟବହାର ହୁଏ ।

ଉତ୍ପତ୍ତି : ମାଳୟ

ଜଳବାୟୁ

ଗ୍ରୀଷ୍ମମଣ୍ଡଳୀୟ ଫଳ । ଉଷ୍ମ ଓ ଆଦ୍ର ଜଳବାୟୁରେ ଖୁବ ଭଲ ହୁଏ । ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୦୦୦ ମିଟର ଉଚ୍ଚତା ଯାଗାମାନଙ୍କରେ ଏହାର ଚାଷ କରାଯାଇପାରେ । ଝାଞ୍ଜି ପବନ ଓ ସାମାନ୍ୟ ତୁଷାରପାତ ସମ୍ଭାଳିପାରେ ।

ମୃତ୍ତିକା

ନିଗିଡା, ଦୋରସା, ମଟାଳ ମାଟିରେ ଖୁବ ଭଲ ହୁଏ । ଲାଲ ପାହାଡିଆ ମାଟିରେ ମଧ୍ୟ ଭଲ ହୁଏ । ସନ୍ତସନ୍ତିଆ କ୍ଷାରୀ ମାଟିରେ ଏ ଫଳଗଛ ମୋଟେ ଉଧାଏ ନାହିଁ ।

କିସମ

ସେପରି ଉନ୍ନତ କିସମ ଏ ପର୍ଯ୍ୟନ୍ତ ବାହାରି ନାହିଁ । ଦୁଇ ପ୍ରକାରର କରମଙ୍ଗା ମିଳେ । ମିଠା କରମଙ୍ଗା ଓ ଖଟା କରମଙ୍ଗା । ମିଠା କରମଙ୍ଗା ଚାଇନାରେ ଖୁବ ଆଦର । ତେଣୁ ତାକୁ ଚାଇନିଜ କରମଙ୍ଗା କହନ୍ତି । ତେବେ ଭଲ କିସମ ଭିତରେ ଇକାମ୍ବୋଲା, ଚିନମା, ମିନଟାଓ ଓ ଗୋଲ୍ଡେନଷ୍ଟାର ପ୍ରଧାନ ।

ବଂଶବିସ୍ତାର

ମଞ୍ଜିରୁ ଯୋଡ କଲମି,ଗୁଟି କଲମି, ସିଲଡ ଓ ଫୋର୍କେଟ ବଡିଙ୍ଗଦ୍ଵାରା କରମଙ୍ଗାର ବଂଶ ବିସ୍ତାର କରାଯାଏ । ଭଲ ଫଳ ଥିବା ଗଛରୁ କଲମି କରି ବଂଶବିସ୍ତାର କରାଯାଏ ।

ରୋପଣ

ଜୁନ-ଜୁଲାଇ ମାସରେ ଲଗାଯାଏ । ଗଛକୁ ଗଛ ୫/୬ ମିଟର ବ୍ୟବଧାନରେ ଦିଆଯାଏ । ଗାତ ୬୦x୬୦x୬୦ ସେମିରେ ଖୋଳି ଗାତ ପିଛା ଦୁଇ ଟୋକେଇ ଖତ ସହ ଏକ କେଜି ଜୈବିକ ସାର ଦେଇ ଗଛ ଲଗାଯାଏ ।

ଖତ ଓ ସାର

ବଡ ଗଛରେ ପ୍ରତିବର୍ଷ ବର୍ଷା ଆରମ୍ଭରେ ୫୦୦ଗ୍ରାମ ସିଏନ ସାର, ୫୦୦ଗ୍ରାମ ସୁପର ଫସଫେଟ ସାର ଓ ୫୦୦ଗ୍ରାମ ମିରୁଏଟ ଅଫ ପଟାସ ସାର ଦେଲେ ଭଲ ଅମଳ ମିଳେ ।

କାଟଛାଣ୍ଟ

କରମଙ୍ଗା ଗଛ କାଟ ଛାଣ୍ଡ ଦରକାର କରେନି । ତେବେ ମଲା ଶୁଖିଲା ଓ ପାଣି ପୁଆ ଡାଳକୁ ମଝିରେ ମଝିରେ କାଟି ଗଛକୁ ସଫା ରଖିବ ।

ଜଳସେଚନ

ଖରାଦିନେ କରମଙ୍ଗା ଗଛ ଜଳସେଚନ ଦର୍କାର କରେ । ଦରକାର ଅନୁଯାୟୀ ଜଳସେଚନ କରିବ ।

ରୋଗ ଓ ପୋକ

କରମଙ୍ଗାରେ ସେପରି ବିଶେଷ ରୋଗ ପୋକ ନାହିଁ ପତ୍ରଖିଆ ସଁବାଳୁଆକୁ ମାଲାଥିଆନ ଏସପିରେ କରି ଆୟତ କରିବ ।

ଅମଳ

ମଞ୍ଜି ୫/୬ ବର୍ଷରେ ଓ କଲମୀ ଗଛ ୨/୩ ବର୍ଷ ପରେ ଫଳ ଦେବାକୁ ଆରମ୍ଭ କରେ । ଫଳ ସେପ୍ଟେମ୍ବର ଅକ୍ଟୋବର ଓ ଜାନୁୟାରୀ ଫ୍ରେବୁୟାରି ମାସରେ ମିଳେ । ବଡ ଗଛରୁ ବର୍ଷକୁ ୫୦ ରୁ ୧୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ । ହେକ୍ଟର ପିଛା ହାରାହାରି ଆୟ ଟ ୨୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate