ଛତୁ ଓ ବିଭିନ୍ନ ପରିବାରେ ଥିବା ଖାଦ୍ୟପ୍ରାଣର ପରିମାଣ ସୂଚନା ଏକଦା ଛତୁ ବଣରେ ଫୁଟୁଥିଲା ଏବଂ ବଣ ଜଙ୍ଗଲର ଆଦିବାସୀ ଓ ଗରିବ ଲୋକମାନଙ୍କର ଖାଦ୍ୟ ଥିଲା । କିନ୍ତୁ ସ୍ଵାଦ ଯୋଗୁଁ ଛତୁ ଆଜି ସମସ୍ତଙ୍କର ଆଦରଣୀୟ ହୋଇଛି । ଛତୁରେ ଯଥେଷ୍ଟ ପୁଷ୍ଟିସାର (ପ୍ରୋଟିନ୍), ଧାତବ ଲବଣ ଓ ଭିଟାମିନ୍ ଥିବାରୁ ଏହା ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇପାରିଛି । ଛତୁ ବିଜ୍ଞାନୀ ପ୍ରଫେସର ଏସ୍.ଡି.ଚାଙ୍ଗଙ୍କ ମତରେ ଯଦି ଖାଦ୍ୟପ୍ରାଣର ତାଲିକା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ବିଜ୍ଞାନୀମାନେ ଟାଙ୍ଗିବେ ତାହାହେଲେ ଲୋକେ ଛତୁକୁ ଆଗେ କିଣିବେ । ଆମ ଦେଶର ଲୋକଙ୍କ ଖାଦ୍ୟରେ ଅଧିକ ଭାଗ ଭାତ କିମ୍ବା ରୁଟି ଥିବାରୁ ଆମ ଦେଶର ଅଧିବାସୀ ମାନେ ଯଥେଷ୍ଟ ପ୍ରୋଟିନ୍ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରାଣ ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଆମ ଦେଶର ଜନସଂଖ୍ୟାର ବିପୁଳ ଭାଗ ପୁଷ୍ଟିହୀନତା ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ବିଶେଷ କରି ଶିଶୁ ଓ ମହିଳାମାନଙ୍କ ଭିତରେ ପୁଷ୍ଟିସାର ହୀନତା ବିଶେଷ ଭାବରେ ଦେଖାଯାଉଛି । ଏହାର କାରଣ ଆମେ ଖାଦ୍ୟ ପ୍ରାଣ ସମ୍ବନ୍ଧରେ ବିଶେଷ ସଚେତନ ନୋହୁଁ । ସୀମିତ ଆର୍ଥିକ ଅବସ୍ଥା ଭିତରେ ଆମେ ପୁଷ୍ଟିକର ଖାଦ୍ୟ ଖାଇବାରେ ସମର୍ଥ ନୋହୁଁ । ଏଣୁ ପୁଷ୍ଟିକର ଖାଦ୍ୟ ଖାଇବା ଦିଗରେ ଆମେ ସମସ୍ତେ ସଚେତନ ହେବା ନିତାନ୍ତ ଆବଶ୍ୟକ । ଲିଣ୍ଟଜେଲଙ୍କ ବିଶ୍ଳେଷଣ ଅନୁଯାୟୀ ୭୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଜଣେ ଲୋକ ପକ୍ଷରେ ଖାଦ୍ୟର ଭାରସାମ୍ୟ ରକ୍ଷା କରିବା ପାଇଁ ୧୦୦ ରୁ ୨୦୦ ଗ୍ରାମ୍ ଛତୁ ଯଥେଷ୍ଟ । ପ୍ରୋଟିନ୍ ଅଭାବ ଥିବା, ବିଶେଷ କରି ଭାତ ଓ ରୁଟି ଆଦି ଶ୍ଵେତସାର ବହୁଳ ଖାଦ୍ୟ ପାଇଁ ଛତୁର ଆବଶ୍ୟକତା ବେଶୀ । ଏଥିପାଇଁ ଯଥାର୍ଥରେ କୁହାଯାଇଛି, ଛତୁ ହେଉଛି ‘‘ଗରିବଙ୍କ ମାଂସ” ବା “ନିରାମିଷାଶୀଙ୍କ ମାଂସ” । ଫୁଲକୋବିକୁ ଛାଡ଼ିଦେଲେ ଅନ୍ୟାନ୍ୟ ପରିବା ଠାରୁ ଛତୁରେ ଅଧିକ ପ୍ରୋଟିନ୍ ଥାଏ । ଏହା ବ୍ୟତୀତ ସମସ୍ତ ପରିବା ଅପେକ୍ଷା ଛତୁରେ ଅଧିକ ଭିଟାମିନ୍ ଓ ଧାତବ ଲବଣ ଥାଏ । ନିମ୍ନ ପ୍ରଦତ୍ତ ତାଲିକାରେ ଛତୁ ଓ ବିଭିନ୍ନ ପରିବାରେ ଥିବା ଖାଦ୍ୟପ୍ରାଣର ପରିମାଣ ସୂଚନା ଦିଆଯାଇଛି । ତାଲିକା - ୧ ଛତୁ ଓ ଅନ୍ୟାନ୍ୟ ପରିବାରେ ଥିବା ଖାଦ୍ୟସାର ପରିବାର ନାମ ଶକ୍ତି ଜଳୀୟ ଅଂଶ ଚର୍ବି ଶ୍ଵେତସାର ପ୍ରୋଟିନ୍ (ଶୁଖିଲା ଓଜନ) ଛତୁ ୧୬ ୯୧.୧ ୦.୩ ୪.୪ ୨୬.୯ ଆଳୁ ୮୩ ୭୩.୮ ୦.୧ ୧୯.୧ ୭.୬ ବାଇଗଣ ୨୪ ୯୨.୭ ୦.୨ ୫.୫ ୧୫.୧ ଫୁଲକୋବି ୨୫ ୯୧.୭ ୦.୨ ୪.୯ ୨୮.୮ ବନ୍ଧା କୋବି ୨୪ ୯୨.୪ ୦.୨ ୫.୩ ୧୮.୪ ସବୁଜ ମଟର ୯୮ ୭୪.୩ ୦.୪ ୧୭.୭ ୨୬.୧ ଲିମା ବିନ୍ ୧୨୮ ୬୬.୫ ୦.୮ ୨୩.୫ ୨୨.୨ ଆମ ଦେଶରେ ମୁଖ୍ୟତଃ ତିନି ପ୍ରକାରର ଛତୁଚାଷ କରାଯାଇ ଥାଏ, ଯଥା – ପାଳଛତୁ, ଧିଙ୍ଗିରି ଏବଂ ଇଉରୋପୀୟ ଛତୁ । ଏହି ତିନି ପ୍ରକାର ଛତୁରେ ବିଭିନ୍ନ ପରିମାଣର ଭିନ୍ନ ଭିନ୍ନ ଖାଦ୍ୟ ପ୍ରାଣ ଥାଏ । ଯାହାର ସୂଚନା ତାଲିକା - ୨ ରେ ଦିଆଯାଇଛି । ବିଶେଷ ଭାବରେ ଅନ୍ୟଛତୁ ଅପେକ୍ଷା ପାଳଛତୁ (କଷରା)ରେ ଧାତବ ଲବଣ ଓ ପ୍ରୋଟିନ୍ ଥାଏ । ତାଲିକା ନଂ -୨ ବିଭିନ୍ନ ଛତୁରେ ଥିବା ଖାଦ୍ୟସାର (କଞ୍ଚା ଓଜନ) ଛତୁର ନାମ ଜଳୀୟ ଅଂଶ ଧାତବ ଲବଣ ପ୍ରୋଟିନ୍ ଚର୍ବି ତନ୍ତୁ ପାଳଛତୁ (କଷରା) ୮୮.୪ ୧.୪୬ ୪.୯୮ ୦.୭୪ ୧.୩୮ ପାଳଛତୁ (ଧଳା) ୯୦.୪ ୧.୧୦ ୩.୯୦ ୦.୨୫ ୧.୫୭ ଧିଙ୍ଗିରି ୯୦.୦ ୦.୯୭ ୨.୭୮ ୦.୬୫ ୧.୦୮ ଇଉରୋପୀୟ ଛଡ଼ା ୮୯.୫ ୧.୨୫ ୩.୯୪ ୦.୧୯ ୧.୦୯ ପ୍ରୋଟିନ୍ ବା ପୁଷ୍ଟିସାର ଛତୁରେ (ଶୁଖିଲା ଛତୁ) ଶତକଡ଼ା ୨୦ ରୁ ୩୫ ଭାଗ ପର୍ଯ୍ୟନ୍ତ ପ୍ରୋଟିନ୍ ଥାଏ, ଯାହାକି ଡାଲି ବା ପନିପରିବାରେ ଥିବା ପ୍ରୋଟିନ୍ ଠାରୁ ଅଧିକ ଏବଂ ମାଛ ଓ ମାଂସରେ ଥିବା ପ୍ରୋଟିନ୍ ପରିମାଣ ସହିତ ସମାନ । ଛତୁରେ ୧୮ ପ୍ରକାର ଆମିନୋଏସିଡ଼ ଥାଏ । ଏଣୁ ଗୁଣାତ୍ମକ ଦୃଷ୍ଟିରୁ ଏହା ଦ୍ଵିତୀୟ ଶ୍ରେଣୀର ପ୍ରୋଟିନ୍ ଖାଦ୍ୟ । ପ୍ରଥମ ଶ୍ରେଣୀର ପ୍ରୋଟିନ୍ ମାଛ ଓ ମାଂସରୁ ମିଳେ ଏବଂ ତୃତୀୟ ଶ୍ରେଣୀର ପ୍ରୋଟିନ୍ ପନିପରିବା ଓ ଡାଲିରୁ ମିଳିଥାଏ । ବର୍ଷକରେ ୧୦୦୦ ବର୍ଗମି. ଜାଗାରୁ ୩୦ ଟନ୍ ଛତୁ ଉତ୍ପନ୍ନ ହୁଏ ଏବଂ ଏଥିରୁ ୧୨୦୦- ୧୫୦୦ କି.ଗ୍ରା. ପର୍ଯ୍ୟନ୍ତ ପ୍ରୋଟିନ୍ ମିଳିଥାଏ । ବୈଜ୍ଞାନିକ କୁକ୍ (୧୯୭୭)ଙ୍କ ଗଣନା ଅନୁସାରେ ଗୋଟିଏ । ହେକ୍ଟର ଜମିରୁ ବର୍ଷକୁ ପ୍ରାଣୀଜ ଶୁଖିଲା ପ୍ରୋଟିନ୍ ୭୮ କି.ଗ୍ରା. ଓ ମାଛର ଶୁଖିଲା ପ୍ରୋଟିନ୍ ୬୭୫ କି.ଗ୍ରା. ମିକୁ ଥିବା ବେଳେ ଛତୁର ଶୁଖିଲା ପ୍ରୋଟିନ୍ ୬୫୦୦୦ କି.ଗ୍ରା. ମିଳିଥାଏ । ଇଂଲଣ୍ଡର ଛତୁବିଜ୍ଞାନୀ ହେୟଜ୍ଙ୍କ ମତରେ ଛତୁ ପ୍ରୋଟିନ୍ ସହଜରେ ହଜମ ହୁଏ । ଏଣୁ ଏହା ବୟସ୍କ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ । ଛତୁରେ ଥିବା ବିଭିନ୍ନ ପ୍ରକାର ଆମିନୋଏସିଡ଼ ତାଲିକା – ୩ରେ ଦିଆଗଲା । ଏଥିରୁ ସୂଚିତ ହୁଏ । ଯେ ଫିନାଇଲ ଆଲାନାଇନ୍, ଆଲାନାଇନ୍, ଥ୍ରେଓନାଇନ୍ ପ୍ରମୁଖ ଆମିନୋଏସିଡ଼୍ ଅଣ୍ଡାଠାରୁ ଛତୁରେ ଅଧିକ ଥାଏ । ଲିଓସିନ୍, ସିଷ୍ଟିନ୍, ଭାରିନ୍, ହିଷ୍ଟ୍ରିଡାଇନ୍, ଆସପାରଟିକ୍ ଏସିଡ୍ ପ୍ରମୁଖ ଆମିନୋ ଏସିଡ଼ ଅଣ୍ଡା ଓ ଛତୁରେ ସମପରିମାଣରେ ଥାଏ । ଭାତ ଓ ରୁଟି ସାଧାରଣତଃ ଭାରତୀୟଙ୍କ ର ମୁଖ୍ୟ ଖାଦ୍ୟ । ଏଥିରେ ଲାଇସିନ୍ ଓ ଟ୍ରିପଟୋଫାନ୍ ନ ଥାଏ । କିନ୍ତୁ ଏହି ଦୁଇଟି ଆମିନୋ ଏସିଡ଼ ଛତୁରେ ପ୍ରଚୁର ପରିମାଣରେ ଥାଏ । ଏଣୁ ଛତୁ ଭାରତୀୟମାନଙ୍କ ପାଇଁ ଅତି ଉତ୍ତମ ଖାଦ୍ୟ ହିସାବରେ ପୁଷ୍ଟିହୀନତା ଦୂରକରିବା ଦିଗରେ ସହାୟକ । ଚାଉଳରେ ଗହମ ଅପେକ୍ଷା ନିକୃଷ୍ଟ ଧରଣର ପ୍ରୋଟିନ୍ ଥାଏ । ଏଣୁ ଭାତ ଖାଉଥିବା ଲୋକଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ ଖାଦ୍ୟ । ଛତୁରେ ରକ୍ତକାରକ ଭିଟାମିନ୍ ଓ ଫଲିକ୍ ଏସିଡ଼ ପ୍ରଚୁର ଥାଏ । ଏହି ରକ୍ତକାରୀ ଭିଟାମିନ୍ ମେରୁଦଣ୍ଡ, ଯକୃତ ଓ ମୁତ୍ରାଶୟରେ ଅଧିକ ଥାଏ । ବର୍ତ୍ତମାନ ଛତୁରୁ ମିଳୁଥିବା ଫଲିକ୍ ଏସିଡ୍ର ପରିମାଣ ଦୃଷ୍ଟିରୁ ଛତୁକୁ ଉପରୋକ୍ତ ମାଂସ ସହିତ ସମାନ କରାଯାଇପାରେ । ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ । ବି-୧ ଭିଟାମିନ୍ ଛତୁରେ କଢ଼ ଅବସ୍ଥାରେ ବେଶୀଥାଏ ଏବଂ ବି-୨ ଭିଟାମିନ୍ ଛତୁର ପାକଳ ଅବସ୍ଥାରେ ବେଶୀଥାଏ । ଧିଙ୍ଗିରି (ଅଷ୍ଟ୍ରିଆଟିସ୍) ପ୍ରଭୃତି କେତେକ ଛତୁର ଏରଗୋ ଷ୍ଟେରଲ ପ୍ରଚୁର ଥାଏ । ଥାଏ ଯାହା ପରେ ଭିଟାମିନ୍ ଡି ରେ ପରିଣତ ହୁଏ । ଫଲିକ୍ ଏସିଡ଼୍ ଓ ଭିଟାମିନ୍ ବି-୧୨ କୌଣସି ପରିବାରେ ନ ଥାଏ । ମାତ୍ର ଛତୁରେ ପ୍ରଚୁର ପରିମାଣରେ ଥାଏ । ଏହି ଦୁଇଟି ଭିଟାମିନ୍ ଗର୍ଭବତୀ ମହିଳାଙ୍କ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ପ୍ରସୂତୀମାନଙ୍କ ପାଇଁ ଛତୁ ଉତ୍ତମ ଖାଦ୍ୟ । ତାଲିକା-୩ ବିଭିନ୍ନ ଛତୁରେ ଥିବା ବିଭିନ୍ନ କିସମର ଆମିନୋ ଏସିଡ଼୍ (୧୦୦ ଗ୍ରାମ୍ ଶୁଖିଲା ଛତ୍ରରେ ଥିବା ଆମିନୋଏସିଡ୍/ମିଲିଗ୍ରାମ୍) କ୍ରମ ନଂ ବିଭିନ୍ନ ଆମିନୋ ଏସିଡ଼ର ନାମ ଅଣ୍ଡା ଇଉରୋପୀୟ ଛତୁ ପାଳଛତୁ ଧିଙ୍ଗିରିଛତୁ (ଅଷ୍ଟ୍ରିଆଟିସ୍) ଧିଙ୍ଗିରିଛତୁ (ଫ୍ଲୋରିଡ଼ା) ଧିଙ୍ଗିରିଛତୁ (ସଜରକାଜୁ) ଧିଙ୍ଗିରିଛତୁ (ସେପିଡ଼ସ୍) ୧ ଆଇସୋଲ୍ୟୁସିନ୍ ୬.୩ ୪.୧ ୫.୫ ୩.୦ ୨.୪ ୩.୬ ୩.୧ ୨ ଲିଓସିନ୍ ୮.୯ ୬.୫ ୩.୫ ୪.୮ ୬.୬ ୮.୭ ୪.୨ ୩ ଲାଇସିନ୍ ୭.୦ ୫.୯ ୨.୭ ୩.୨ ୩.୨ ୫.୪ ୨.୨ ୪ ଫିନାଇଲ୍ ଏଲାନାଇନ୍ ୫.୭ ୩.୩ ୪.୯ ୨.୬ ୫.୮ ୬.୦ ୫.୩ ୫ ଟାଇରୋସିନ୍ ୪.୧ ୩.୨ ୧.୯ ୨.୧ ୧.୪ ୨.୩ ୧.୬ ୬ ସିଷ୍ଟିନ ୨.୪ ୦.୩ ୨.୯ ୦.୩ ୦.୬ ୦.୭ ୦.୮ ୭ ମିଥ୍ୟାୟୋନାଇନ୍ ୩.୪ ୧.୪ ୧.୯ ୧.୧ ୧.୯ ୨.୦ ୧.୪ ୮ ଥ୍ରେଓନାଇନ୍ ୫.୧ ୪.୧ ୪.୨ ୩.୩ ୫.୦ ୨.୯ ୩.୨ ୯ ଟ୍ରିପ୍ଟୋଫାନ୍ ୧.୫ ୧.୬ ୧.୫ ୦.୯ ୧.୩ ୧.୨ ୧.୨ ୧୦ ଭାଲିନ୍ ୬.୮ ୪.୭ ୬.୮ ୩.୭ ୩.୪ ୬.୪ ୪.୭ ୧୧ ଆରିଜିନାଇନ ୬.୧ ୫.୦ ୪.୧ ୩.୮ ୧.୫ ୨.୫ ୧.୭ ୧୨ ହିଷ୍ଟିଡାଇନ ୨.୪ ୨.୦ ୨.୧ ୧.୧ ୧.୧ ୧.୦ ୧.୧ ୧୩ ଅଲାନାଇନ୍ ୫.୯ ୫.୩ - ୪.୫ ୬.୪ ୧୦.୩ ୯.୧ ୧୪ ଆସପାଟିକ୍ ଏସିଡ୍ ୯.୬ ୯.୨ - ୬.୪ ୧.୫ ୧.୨ ୧.୦୩ ୧୫ ପ୍ଲାଟାମିଜ ଏସିଡ ୧୨.୭ ୧୨.୪ - ୧୧.୬ ୪.୯ ୮.୦ ୩.୬ ୧୬ ଗ୍ଲାଇସିନ ୩.୩ ୪.୧ - ୩.୨ ୪.୮ ୪.୪ ୩.୧ ୧୭ ପୋଲାଇନ ୪.୨ ୪.୧ - ୩.୩ ୨.୯ ୨.୪ ୨.୨ ୧୮ ସିରାଇନ୍ ୭.୭ ୪.୪ - ୩.୫ ୦.୫ ୧୫ ୦.୩ ଭିଟାମିନ୍ – ଛତୁରେ ଭିଟାମିନ୍ ବି-୧(ଥାୟାମିନ୍), ବି-୨ (ରିବୋଫ୍ଲୋବିନ୍), ନିଆସିନ୍, ବି-କମ୍ପେକସ (ପ୍ଲାଣ୍ଟୋଥେନିକ ଏସିଡ଼) ଓ ଭିଟାମିନ୍-ସି ରହିଛି । ତେବେ ଭିଟାମିନ୍-ଏ ଓ ଇ ଛତୁରେ ସ୍ଵଳ୍ପ ପରିମାଣରେ ରହିଛି । ଛତୁରେ ଥିବା ଏହି ଭିଟାମିନ୍ ବିଭିନ୍ନ ପ୍ରକାର ରନ୍ଧନ ପ୍ରଣାଳୀ ଦ୍ଵାରା ନଷ୍ଟ ହୋଇଯାଏନାହିଁ । ୧୦୦ ଗ୍ରାମ୍ ଛତୁରେ ୪ ରୁ ୮ ଗ୍ରାମ୍ ପର୍ଯ୍ୟନ୍ତ ଭିଟାମିନ୍ ସି ଥାଏ । ବିଭିନ୍ନ ଛତୁରେ ଥିବା ବିଭିନ୍ନ ପ୍ରକାର ଭିଟାମିନ୍ ତାଲିକା ନଂ-୪ ରେ ଦିଆଗଲା । ତାଲିକା-୪ (ବିଭିନ୍ନ ଛତୁରେ ଥିବା ଭିଟାମିନ୍) (୧୦୦ ଗ୍ରାମ୍ ଶୁଖିଲା ଛତୁରେ – ମିଲିଗ୍ରାମ୍ ଭିଟାମିନ୍) ବିଭିନ୍ନ ଛତୁର ଥାୟାମିନ୍ (ବି-୧) ରିବୋଫ୍ଲୋବିନ୍ (ବି-୨) ନିଆସିନ୍ ଆସକରବିକ୍ ଏସିଡ ପାଳଛତୁ (କଷରା) ୧.୨ ୩.୩ ୯୧.୯ ୨୦.୨ ଧିଙ୍ଗିରି (ଆଶ୍ଚିଆଟସ୍) ୪.୮ ୪.୭ ୧୦୮.୭ - ଇଉରୋପୀୟ ଛତୁ ୧.୧ ୫.୦ ୫୫.୭ ୮୧.୯ ଇଷ୍ଟ ସହିତ ଛତୁରେ ଥିବା ଭିଟାମିନର ତୁଳନା କଲେ ଦେଖାଯାଏ ଯେ ଆକରବିଏସିଡ଼ ଛତୁରେ ବେଶୀ ଥାଏ । ଭିଟାମିନ୍ ବି - କମ୍ପ୍ଲେକ୍ସ, ବାୟୋଟିନ୍, ପାଇରିଡ଼ସିନ୍, ଫଲିକ୍ ଏସିଡ଼, ବି-୧୨ ପ୍ରଭୃତି ଇଷ୍ଟରେ ନଥିଲା ବେଳେ ଛତୁର ପ୍ରଚୁର ଥାଏ । ହୋଇଥାଏ । ଏଣୁ ରକ୍ତହୀନତା ଭୋଗୁଥିବା ରୋଗୀ ଓ ଗର୍ଭବତୀ ମହିଳା ଆଦିଙ୍କ ପାଇଁ ଛତୁ ଉତ୍ତମ ଖାଦ୍ୟ । ଛତୁରେ କମ୍ ପରିମାଣର ଚୂନ ଓ ମାଗ୍ନେସିୟମ୍ ଥାଏ । ଚୂନ, ଲୌହ ଏବଂ ଫସ୍ଫରସ ଯଥାକ୍ରମେ ଧିଙ୍ଗିରି ଛତୁ, ପାଳଛତୁ ଓ ଇଉରୋପୀୟ ଛତୁରେ ବେଶୀ ଥାଏ । ବିଭିନ୍ନ ପ୍ରକାର ଛତୁରେ ଭିନ୍ନ ଭିନ୍ନ ଧାତବ ଲବଣ ଥାଏ, ଯାହା ନିମ୍ନ ତାଲିକାରେ ଦିଆଗଲା । ତାଲିକା ନଂ-୫ ବିଭିନ୍ନ ଛତୁରେ ଥିବା ଧାତବ ଲବଣ (୧୦୦ ଗ୍ରାମ୍ ଶୁଖିଲା ଛତୁରେ – ମିଲିଗ୍ରାମ୍ ଧାତବ ଲବଣ) ଛତୁର ନାମ କ୍ୟାଲସିୟମ୍ (ଚୂନ) ଫସ୍ ଫରସ୍ ଲୌହ ପୋଟାସିୟମ୍ ଲବଣ ପାଳଛତ୍ର (କଷରା) ୭୧ ୬୭୭ ୧୭.୧ ୩୪୫୫ ୩୭୪ ଧିଙ୍ଗିରି (ଆଷ୍ଟ୍ରୀଆଟାସ୍) ୯୮ ୪୭୬ ୮.୫ - ୬୧ ଇଉରୋପୀୟ ଛତୁ ୨୩ ୧୪୨୯ ୦.୨ ୪୭୬୨ - ଛତୁ ଶରୀର ପାଇଁ ଉତ୍ତମ ଖାଦ୍ୟ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଛତୁରେ ଶ୍ଵେତସାର ଓ ଚର୍ବି ଜାତୀୟ ଖାଦ୍ୟ ଯଥେଷ୍ଟ କମ୍ ଥିବାରୁ ଏହା ମଧୁମେହ ରୋଗୀ ଓ ମୋଟା ଶରୀରରୁ ଚର୍ବି ଝଡ଼ାଉଥିବା ବ୍ୟକ୍ତିମାନଙ୍କ ପାଇଁ ଉତ୍ତମ ଖାଦ୍ୟ । ରୋଗୀ ପଥ୍ୟ ଛତୁରେ କୋଲେଷ୍ଟରଲ୍ ନଥିବା ଯୋଗୁଁ ଏହା ହୃଦ୍ରୋଗୀ ମାନଙ୍କ ପାଇଁ ଉତ୍ତମ ଖାଦ୍ୟ । ଏପରିକି ଛତୁରେ ଥିବା କେତେକ ପଦାର୍ଥ ରକ୍ତରେ ଥିବା କୋଲେଷ୍ଟରଲକୁ ହ୍ରାସ କରେ । ରକ୍ତଚାପ ରୋଗୀ ପଥ୍ୟ ପଟାସ୍-ସୋଡ଼ିୟମ୍ ଅନୁପାତ ଅତ୍ୟକ ଥିବା ଯୋଗୁଁ ରକ୍ତଚାପ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ । ଅମ୍ଳରୋଗୀ ପଥ୍ୟ ଏଥିରେ କ୍ଷାରୀ ଜାତୀୟ ଲବଣ (ପଟାସ୍ ଓ ସୋଡିୟମ୍) ଅଧିକ ଥିବା ଯୋଗୁଁ ଅମ୍ଭ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ । କୋଷ୍ଠକାଠିନ୍ୟ ରୋଗୀ ପଥ୍ୟ ଯେଉଁମାନଙ୍କର ଝାଡ଼ା କଠିନ ହୁଏ ସେମାନଙ୍କ ପାଇଁ ଏହା ଉତ୍ତମ ଖାଦ୍ୟ, କାରଣ ଏଥିରେ ତନ୍ତୁ ଅଂଶ ଅଧ୍ୟକ ଅଛି । ଏହ। ଝାଡ଼ା ସରଳ କରିବାରେ ସାହାଯ୍ୟ କରେ । ରକ୍ତହୀନ ରୋଗୀ ପଥ୍ୟ ଛତୁରେ ଲୌହ ଓ ଫଲିକ୍ ଏସିଡ୍ ଥିବା ଯୋଗୁଁ ଏହା ରକ୍ତହୀନ ରୋଗୀ ପାଇଁ ଉତ୍ତମ ଖାଦ୍ୟ । କ୍ୟାନ୍ସର ରୋଗୀ ପଥ୍ୟ ଧିଙ୍ଗିରି (ଆଷ୍ଟିଆଟାସ୍) ଛତୁରେ କ୍ୟାନ୍ସର ପ୍ରତିରୋଧୀ ଗୁଣ ଥିବା ଯୋଗୁଁ କ୍ୟାନ୍ସର ରୋଗୀଙ୍କ ପାଇଁ ଉତ୍ତମ । ବୃଦ୍ଧଙ୍କ ପାଇଁ ପଥ୍ୟ ମାଛ, ମାଂସ ବା ଡାଲି ପ୍ରୋଟିନ୍ ତୁଳନାରେ ଛତୁ ପ୍ରୋଟିନ୍ ସହ ଜରେ ହଜମ ହୁଏ । ଏଣୁ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଉତ୍ତମ ଖାଦ୍ୟ । ଅରଣ୍ୟ ଜାତ ଛତୁରୁ ପ୍ରସ୍ତୁତ ଔଷଧ ଓ ଅନ୍ୟ ଉପକାର ରକ୍ତ ଜମାଟକ - ‘ଫୋମସ୍’ ଜାତୀୟ ଛତୁ ରକ୍ତ ଜମାଟ କରିବାରେ ବ୍ୟବହାର କରାଯାଇଥାଏ । ଫଳରେ ଶୀଘ୍ର ରକ୍ତସ୍ରାବ ବନ୍ଦ ହୁଏ । ଅସ୍ତ୍ରୋପଚାରରେ ସହାୟତା- ‘ଲଇକୋପାରୋଡନ୍’ ଜାତୀୟ ଛତୁ ଅସ୍ତ୍ରୋପଚାର ପରେ ଡ୍ରେସିଂ କରିବାରେ ବ୍ୟବହୃତ ହୋଇଥାଏ । ନିଶ୍ଚେତକ – ‘କ୍ଲାଭାଟିଆ’ ଜାତୀୟ ଛତୁ ନିଶ୍ଚିତକ ହିସାବରେ ବ୍ୟବହୃତ କରା ଯାଇଥାଏ । ଅପସ୍ମାର ଓ ଫୁଲିବା – ବୈଦିକ ଯୁଗରୁ ‘ଅମାନିତା’ ଜାତିର ଛତୁକୁ ଅପସ୍ମାର ଓ ଗ୍ରାଣ୍ଡ ଫୁଲିବା ଉପଶମ କରିବା ଦିଗରେ ବ୍ୟବହାର କରାଯାଇ ଆସୁଅଛି । ଅମାନିତା ଛତୁ ହୋମିଓପ୍ୟାଥିକ ଚିକିତ୍ସାରେ ବିଶେଷ ବ୍ୟବହାର କରାଯାଇଥାଏ । ହୃଦରୋଗ ନିରାକରଣରେ ସହାୟତା ପାଳଛତୁରୁ ଔଷଧ ପ୍ରସ୍ତୁତି କରାଯାଇ ହରୋଗ, ରକ୍ତଚାପ ଓ ମସ୍ତିସ୍କ ରୋଗ । ଆରୋଗ୍ୟ କରିବା ଦିଗରେ ଉଦ୍ୟମ କରାଯାଉଛି । ଅମାନି ତାରୁ ଔଷଧ ପ୍ରସ୍ତୁତ କରାଯାଇ ଗଣ୍ଠି ବାତ ଇତ୍ୟାଦି ଆରୋଗ୍ୟ କରାଯାଉଛି । କ୍ୟାନସର ଓ ଏନଫ୍ଲୁଏଞ୍ଜା ସିଆଟାକେ ଦ୍ଵାରା କ୍ୟାନ୍ସର ଓ ଏନଫ୍ଲୁଏଞ୍ଜା ଜ୍ଵର ଆଦି ଆରୋଗ୍ୟ କରାଯାଉଛି । ଏହା ବ୍ୟତୀତ ବିଭିନ୍ନ ଅରଣ୍ୟଜାତ ଛତୁ ବିଭିନ୍ନ ପ୍ରକାର ଶିଳ୍ପ ଓ ଗୃହ ଉପକରଣରେ ବ୍ୟବହୃତ ହେଉଛି । ଆଧାର -"ଓୟୁଏଟି"