ହୋମ / କୃଷି / କୃଷି ଉଦ୍ୟୋଗ / ଝୁଡଙ୍ଗ ଚାଷ
ସେଆର କରନ୍ତୁ

ଝୁଡଙ୍ଗ ଚାଷ

ଝୁଡଙ୍ଗ ଚାଷ ସମ୍ବନ୍ଧରେ ସୂଚନା I

ଝୁଡଙ୍ଗ

ଝୁଡଙ୍ଗ ବା ବରୁଗୁଡି ଆମ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଷ ହେଉଥିବା ଏକ ମୁଖ୍ୟ ଡାଲି  ଫସଲ । ଏକ ପ୍ରକାରର ଛୁଇଁ l କଞ୍ଚାବେଳେ ଏହାକୁ ପରିବା ରୂପେ ବ୍ୟବହାର କରାଯାଏ, ଶୁଖି ଗଲେ ଏହାର ମଂଜିକୁ ଡାଲି ରୂପେ ବ୍ୟବହାର କରାଯାଏ l ଏହାକୁ ଲମ୍ବଝୁଡୁଙ୍ଗ, ମାଙ୍କଡ଼ଦାନ୍ତିଆ ଝୁଡୁଙ୍ଗ ଏବଂ କାଠିଝୁଡ଼ଙ୍ଗ ଇତ୍ୟାଦି ଭେଦରେ ଆକୃତି ଦୃଷ୍ଟିରୁ ବିଭକ୍ତ କରାଯାଇଥାଏ l

ଏକ କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ  ଗଞ୍ଜାମ ଜିଲ୍ଲାର ପାହାଡିଆ ଅଞ୍ଚଳରେ ବିଶେଷ ଭାବରେ ଚାଷ ହୁଏ I ସାଧାରଣତଃ ପ୍ରତି ହେକ୍ଟର ପିଛା ୧୨ ରୁ ୧୪ କିଲୋଗ୍ରାମ୍ ଝୁଡଙ୍ଗ ମଞ୍ଜି ଆବଶ୍ୟକ ହୋଇଥାଏ । ଝୁଡଙ୍ଗ ସାଧାରଣତଃ ଜୁନ୍ ମାସରେ ଲଗାଯାଏ । ଇଟାଜାତୀୟ ଝୁଡଙ୍ଗ ଲଗାଉଥିଲେ ରଞ୍ଜା ଦେବାକୁ ହୁଏ ।

କିସମ

ବର୍ଷାଦିନିଆ ଝୁଡଙ୍ଗ ଚାଷ ପାଇଁ ଉପଯୁକ୍ତ କିସମ ଗୁଡିକ ହେଉଛି  : -

  • ବୁଦା କିସମ , ପୁଷା ଫସଲି ,  ପୁଷା ଋତୁରାଜ , କାଶୀ କାଞ୍ଚନ , ଉତ୍କଳ ମାଣିକ , କାଶୀ ନିଧି , ପୁଷା କୋମଲ , ଝୁଡଙ୍ଗ-୨୯୩ ପୁଷା ସୁକୋମଲ ଏବଂ
  • ଲଟା କିସମ :ଅର୍କା ଗାରିମା , ଆମେରିକାନ ଲଙ୍ଗ , ଗ୍ରୀନ ସାଗର , ମହାରାଣୀ , ରେଡ ଶୋନା, କାଶୀ ସମୃଦ୍ଧି ସିଲେକ୍ସନ -୨ ।

ପ୍ରତି ଏକର ଜମି ଚାଷ ପାଇଁ ଲଟା ଜାତୀୟ କିସମ

ପ୍ରତି ଏକର ଜମି ଚାଷ ପାଇଁ ଲଟା ଜାତୀୟ କିସମ ୫-୬ କିଲୋଗ୍ରାମ ବିହନ ଓ ବୁଦାଳିଆ କିସମ ପାଇଁ ୭-୮ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ   । ବର୍ଷା ଦିନିଆ ବୁଦା ଝୁଡଙ୍ଗ ଚାଷ ପାଇଁ ଗଛରୁ ଗଛ ୧୫-୨୦ ସେଣ୍ଟିମିଟର ଓ ଧାଡି ରୁ ଧାଡି ୩୦-୪୫ ସେଣ୍ଟିମିଟର ଓ ଲଟା ଝୁଡଙ୍ଗ ଚାଷ ପାଇଁ ଗଛକୁ ଗଛ ୩୦ ସେଣ୍ଟିମିଟର ଓ ଧାଡି କୁ ଧାଡି ୬୦ ସେଣ୍ଟିମିଟର । ଝୁଡଙ୍ଗ ଚାଷ ପାଇଁ ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୫ ଟନ ଗୋବର ଖତ  ଏବଂ ଲଗାଇବା ପୂର୍ବରୁ ୫୦ କିଲୋଗ୍ରାମ ୧୦.୨୬.୨୬ ସାରକୁ ପ୍ରୟୋଗ କରନ୍ତୁ  । ଅନୁସାର ଅଭାବ ଥିଲେ ଏକର ପ୍ରତି ୫ କିଲୋଗ୍ରାମ ମିଶ୍ରିତ ଅନୁସାର ପ୍ରୟୋଗ କରାଯିବା ଦରକାର   । ଲଗାଇବାର ୨୦-୨୫ ଦିନ ପରେ ୪୦ କିଲୋଗ୍ରାମ ୧୦.୨୬.୨୬ ସାର ଏବଂ ୫ କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ମାଟି ଟେକି ଦିଅନ୍ତୁ   ।

ଘାସ ଦମନ

ଝୁଡଙ୍ଗ ଫସଲରେ ଘାସ ଦମନ ପାଇଁ ମଞ୍ଜି ଲଗାଇବାର ୩ ଦିନରୁ ୫ ଦିନ ଭୀତରେ ଜମିରେ ବତର ଥିବା ସମୟରେ ୧ ଲିଟର ପେଣ୍ଡିମେଥାଲିନ ତୃଣନାଶକକୁ ୨୦୦ ଲିଟର ପାଣିରେ ମିଶାଇ ପ୍ରତି ଏକର ଜମିରେ ପ୍ରୟୋଗ କରନ୍ତୁ  । ଜମି ଶୁଖିଲା ଥିଲେ ପ୍ରତି ଏକର ଜମିରେ ୧ ଲିଟର ପେଣ୍ଡିମେଥାଲିନକୁ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ   ।

ଆଧାର – କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top