ଡାଳିମ୍ବ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ଏକ ପ୍ରିୟ ଫଳ । ଭାରତବର୍ଷରେ ଡାଳିମ୍ବ କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଚାଷ ହୁଏ । ଆମ ରାଜ୍ୟର ଅଧିକାଂଶ ଲୋକଙ୍କ ବାଡିବଗିଚାରେ ଏହି ଗଛ ଥାଏ । ବାସ୍ତୁ ଦୃଷ୍ଟିରୁ ଏ ଗଛର ମହତ୍ଵ ବେଶି । ଏଥିରେ ଅନ୍ୟାନ୍ୟ ଖାଦ୍ୟସାର ସହ ଅନେକ ଭିଟାମିନ ଓ ଧାତବ ଲବଣ ଅଛି । ପାଚିଲା ଫଳ ଖାଇବା ବ୍ୟତୀତ ସିରପ ଓ ଜେଲି ତିଆରିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଏ ଗଛର କେତେକ ଅଂଶ ବିଭିନ୍ନ ରୋଗର ଔଷଧ ରୂପେ ବ୍ୟବହାର କରାଯାଏ । ଇରାନ୍ ରୁ ଏହି ଫଳର ଉତ୍ପତ୍ତି ।
ଏହା ଉପ ଗ୍ରୀଷ୍ମମଣ୍ଡଳୀୟ ଫଳ । ଯେଉଁ ଠାରେ ଗ୍ରୀଷ୍ମ ଋତୁ ଅତି ଶୁଷ୍କ, ଉଷ୍ଣ ଓ ଶୀତ ଋତୁରେ ଶୀତର ପ୍ରଦୃଭାବ ବେଶି ଅନୁଭୂତ ହୁଏ, ସେଠାରେ ଡାଳିମ୍ବ ଚାଷ ଖୁବ୍ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇପାରେ । ଯେଉଁ ଠାରେ ଉତ୍ତାପ ୧୧ଡିଗ୍ରୀ ସେଣ୍ଟିଗ୍ରେଡ ତଳକୁ ଖସିଯାଏ, ସେଠାରେ ଡାଳିମ୍ବ ଚାଷ ଭଲ ହୁଏନି ।
ଅଧିକାଂଶ ମାଟିରେ ଡାଳିମ୍ବ ଚାଷ କରାଯାଇପାରେ । ନିଗିଡା ଦୋରସା ପଟୁମାଟିରେ ଏ ଚାଷ ଖୁବ୍ ଭଲ ହୁଏ । ସାମାନ୍ୟ କ୍ଷାରୀ ମାଟିରେ ଏ ଚାଷ ମଧ୍ୟ ଭଲ ଭାବରେ ହୋଇପାରେ । ପାହାଡ ତଳ ଢାଲୁ ଗଡାଣିଆ ମାଟିରେ ଏହାର ଚାଷ ମଧ୍ୟ ଲାଭ ଜନକ ଭାବେ କରାଯାଇପାରିବ ।
ପେପରସେଲ,ସ୍ପାନିଶରୁବି, ମସ୍କାଟ ରେଡ, ଅଳନ୍ଦି, ଢୋଲକା, କାବୁଲ, କାନ୍ଧାରୀ, ଦାରୁ, ଗଣେଷ, ବେଦନା, ଭେଲଡୁ, ସି.ଓ – ୧ ।
ମଞ୍ଜି ଓ ଡାଳ କଲମୀ ଓ ଗୁଟି କଲମୀ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଏ ।
ସାଧାରଣତଃ ବର୍ଷିକିଆ ଡାଳ କାଟି ଚେର ହେବା ପାଇଁ ପୋତାଯାଏ । ମାଟିରେ ଡାଳ କାଟି ପୋତିବା ପୂର୍ବରୁ ଡାଳକୁ ୫୦ ବା ୧୦୦ ପି.ପି.ଏମ ଇଣ୍ଡୋଲ ବିଉଟ୍ରିକ ଏସିଡ ରେ ବୁଡାଇ ଲଗାଇଲେ ଶୀଘ୍ର ଚେର ହୁଏ ।
ଜୁନ ଜୁଲାଇ ମାସରେ ଲଗାଯାଏ । ଗାତ ଅତିକ୍ରମରେ ୬୦ସେମି ଗୋଲେଇ ଓ ୬୦ ସେମି ଗଭୀର ହେବା ଉଚିତ୍ ।
ସାଧାରଣତଃ ଗଛକୁ ଗଛ ଓ ଧାଡିକୁ ଧାଡି ୫ମିଟର ବ୍ୟବଧାନରେ ଦିଆଯାଏ । ପାଖାପାଖି ଗଛ ଲଗାଇଲେ ମଧ୍ୟ ଫଳର ମାନ କମି ଯାଏନି ଓ ଅଧିକା ଫଳ ମିଳେ । ସେଥିପାଇଁ ଆଜିକାଲି ବ୍ୟବସାୟିକ ଭିତ୍ତିରେ ୫ମିଟରରେ ୨ମିଟର ଦୂରତା ଦେଇ ଗଛ ଲଗାଉଛନ୍ତି । ପ୍ରତ୍ୟେକ ଗାତରେ ୨ଟୋକେଇ ଖତ ସହ ୨କେଜି ଜୈବିକ ସାର ଓ ୫୦ ଗ୍ରାମ କ୍ଳୋରାପାଇରିଫସ ଗୁଣ୍ଡ ଦେଇ ଲଗାଇବା କଥା ।
ପ୍ରତିବର୍ଷ ୨ଟୋକେଇ ଖତ ସହ ୨୫୦ ଗ୍ରାମ ଯବକ୍ଷାରଜାନ ସାର,୧୨୫ ଗ୍ରାମ ଫସଫରସ ଓ ୧୨୫ ଗ୍ରାମ ପଟାସ ମୂଳସାର ହିସାବରେ ଦେଲେ ଭଲ ଅମଳ ମିଳେ ।
ଗଛରେ ଫଳଥିବା ସମୟରେ ୮/୧୦ ଦିନ ଅନ୍ତରରେ ଦରକାର ଅନୁଯାୟୀ ଜଳସେଚନ ଦେବେ । ତାହା ହେଲେ ଫଳ ବଡ ହେବ ଓ ବହୁତ ଫଳିବ ।
ଗଛ ମୂଳରୁ ପୁଆ ବାହାରିଲେ ତାକୁ କାଟିଦେବ । ଗଛକୁ ଭୂମି ପତ୍ତନରୁ ୭୫ସେଣ୍ଟିମିଟର ପର୍ଯ୍ୟନ୍ତ ସିଧା ବଢିବାକୁ ଦେବ । ୭୫ସେମି ପରେ ୬ଟି ଡାଳ ରଖିଲେ ଭଲ ଫଳ ଅମଳ ମିଳେ । ରୋଗିଣା,ଶୁଖିଲା ଡାଳକୁ କାଟି ସଫା କରିଦେବ । ଡାଳିମ୍ବ ଗଛରେ ବର୍ଷ ସାରା ଫୁଲ ଆସେ । କିନ୍ତୁ ବର୍ଷା ଦିନରେ ଯେଉଁ ଫୁଲ ଆସେ,ସେଥିରେ ଫଳ ରହିଲେ ଫଳର ମାନ ଓ ଆମଦାନି ଭଲ ମିଳେ । ସେଥିପାଇଁ ଏପ୍ରିଲ ମାସରେ କମଳା ଗଛରେ ଚେର ଯେପରି କଟାଜାଏ, ସେହିପରି କାଟି ମେ ମାସରେ ଜଳସେଚନ କଲେ ବର୍ଷା ଦିନରେ ଫୁଲ ଆସେ ।
ସେଭିନ ବା ଜେକ୍ରେଟାନ ୧୫୦ ସିସି ୧୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ୨କେଜି କାର୍ବ୍ରୋକସିଲ ପାଣିରେ ମିଶାଇ ଫୁଲ ଆସିବା ପରେ ମଝିରେ ମଝିରେ ସ୍ପ୍ରେ କରନ୍ତୁ।
ତୁଳାକୁ ପେଟ୍ରୋଲ,କ୍ଳୋରୋଫର୍ମ ବା କାର୍ବନ ସଲ୍ଫାଇଡରେ ବୁଡାଇ ଗାତରେ ଦେଇ ବନ୍ଦ କରି ଦିଅନ୍ତୁ ଓ ତା ପରେ କାଦୁଅ ଲେସି ଦିଅନ୍ତୁ ।
ଫଳସଢା ରୋଗକୁ ଆୟତ କରିବା ପାଇଁ, ଯେଉଁ ଫଳ ସଢିଥିବ ତାକୁ ତୋଳି ଦେବ, ଏବଂ ଗଛରେ ବୋର୍ଡକୁ ମିଶ୍ରଣ ସ୍ପ୍ରେ କରିବ ।
ସାଧାରଣତଃ ଡାଳିମ୍ବ ଗଛର ପତ୍ର ପୋଡା ରୋଗ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ । ତେଣୁ ପ୍ଲାଣ୍ଟୋମାଇସିନ ବା ଏଗ୍ରିମାଇସିନ ଔଷଧ ପକାଇଲେ ରୋଗ ଭଲ ହୁଏ ।
ମୁଖ୍ୟ ଫସଲ ନଭେମ୍ବର ଠାରୁ ଡିସେମ୍ବର ମଧ୍ୟରେ ଅମଳ କରାଯାଏ । ଲଗାଇବାର ୪ ବର୍ଷ ପରେ ପ୍ରତ୍ୟେକ ଗଚରୁ ୫୦ ରୁ ୨୫୦ ଟି ଫଳ ଉତ୍ପନ୍ନ କରାଯାଇପାରେ । ସାଧାରଣତଃ ଜଳସେଚନର ଅନିୟମତା ହେଲେ ବା ବହୁଦିନ ଶୁଖିଲା ପାଗ ପରେ ଯଦି ବର୍ଷା ହୁଏ ଏବଂ ଗଛର ଫଳ ଥାଏ,ତେବେ ଫଳ ଫାଟିଯାଏ । ଡାଳିମ୍ବ ଗଛରେ ଫାଟିଗଲେ ଦାମ କମିଯାଏ । ସେଥିପାଇଁ ଜମିରେ ଜୈବିକସାର ବେଶି ଦେଇ ଜଳସେଚନ ମଝିରେ ମଝିରେ କଲେ ଫଳ ଫାଟିବାଟା କମିଯାଏ । ହେକ୍ଟର ପିଛା ଆୟ ପ୍ରାୟ ଟ୨୦,୦୦୦ ।
ସଂଗୃହିତ : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା
Last Modified : 2/25/2020