ମକା ଚାଷ ମକା ଏକ ଅର୍ଥକାରୀ ଫସଲ । ଏହା ଭାରତର ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ଆମ ପ୍ରଦେଶରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ବହୁଳ ପରିମାଣରେ ଚାଷ କରାଯାଏ । ଏହାକୁ ମଣିଷର ଖାଦ୍ୟ ୨୩%, ଗୋଖାଦ୍ୟ ୧୨%ଏବଂ କୁକୁଡାମାନଙ୍କର ଖାଦ୍ୟ ୫୧% ଭାବରେ ବ୍ୟବହାର କରାଯାଏ । ଏହା ଛଡା ମକାକୁ କର୍ଣ୍ଣଫେକ୍ଳ , ଆରାରୁଟ ,ଷ୍ଟାର୍ଚ ଏବଂ ବହୁମୂଲ୍ୟ ତେଲ ବାହାର କରାଯାଇ ଶିଳ୍ପ ଏବଂ ଘରୋଇ ଭାବରେ ବ୍ୟବହାର କରାଯାଇଥାଏ । ଆମପ୍ରଦେଶରେ ମକାରୁ ହେକ୍ଟର ପିଛା ୨୩-୨୨ କ୍ଵିଇଣ୍ଟାଲ ଅମଳ ମିଳିଥାଏ । ଅମଳର ପରିମାନ ଯାହା ହେଉନା କାହିଁକି , ଆମେ ଉନ୍ନତ କିସମର ବିହନର ବ୍ୟବହାର ସହିତ ଉନ୍ନତ କୃଷି କୌଶଳ ଅବଲମ୍ବନ କାଲେ ଏହାର ଅମଳ ନିଶ୍ଚିତ ଭାବରେ ବଢାଇପାରିବ । ସାଧାରଣତଃ ମକା ଆମଦାନର ୮୫ ଭାଗ ମଣିଷମାନଙ୍କର ଓ ପଶୁମାନଙ୍କର ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ଓପେକ -୧ ଏବଂ ଫ୍ଲୋରି -୨ ଜିନର ଉଦଭାବନ ପରେ କ୍ଵାଲିଟ ପ୍ରୋଟିନ ମକା (QPM) ଜାତୀୟ ମକା ବାହାରିଛି । ଏହି ଜାତୀୟ ମକା ସାଧାରଣତଃ ମକା ଅପେକ୍ଷା ପୃଷ୍ଟିସାର ର ପରିମାଣ ଓ କିସମରେ ପରିବର୍ତ୍ତନ ଆସିଛି ଜାତୀୟ ମକାରେ ଆମୀନୋଏସିଡର ଭାରସାମ୍ୟ ଥାଏ । ଏଥିରେ ଲାଇସିଁ ଏବଂ ଟ୍ରପଟୋଫାନ ର ପରିମାଣ ଅଧିକ ଓ ଲୁଇସାଇନ ଏବଂ ଆଇସୋ-ଲୁଇସାଇନ ମାତ୍ର କମ ଅଟେ । ସୁତରାଂ ଏହି ଜାତୀୟ ମକାର ଜୈବିକ ମୂଲ୍ୟ ଅନ୍ୟ ମକା ଅପେକ୍ଷା ଦୁଇଗୁଣ ଅଟେ । ଏହି ଜାତୀୟ ମକାରେ ଥିବା ପ୍ରୋଟିନ , ଦୁଧରେ ଥିବା ପ୍ରୋଟିନ ସହିତ ପ୍ରାୟତଃ ସମାନ , ଅତଏବ , ଏହା ଗରିବ ଚାଷୀର ଖାଦ୍ୟରେ Nutritional Value ବଢାଇ ଥାଏ । ମାଟି ମକା ବିଭିନ୍ନ କିସମର ମାଟିରେ ଚାଷ କରାଯାଇ ପାରିବ , କିନ୍ତୁ ଯେଉଁ ମାଟି ଅନ୍ତର୍ନିହିତ ଉର୍ବରତା ଏବଂ ଜଳଧାରଣ ଶକ୍ତି ଅଧିକ, ସେହି ମାଟି ମକା ଚାଷ ପାଇଁ ଉପଯୁକ୍ତ କ୍ଷାରିଆ ଓ ପାଣି କମୁଥିବା ମାଟି ମକା ଚାଷ ପାଇଁ ଉପଯୁକ୍ତ ନୁହେଁ । ମକାଚାଷ ପାଇଁ ମାଟିର କ୍ଷାରଟିଡ଼ବଲଇଉ ୫.୫-୭.୫ ରହିଲେ ଭଲ । ଏହି ଜମିରୁ ପ୍ରଥମେ ୨-୩ ଥର ଚାଷ କରିବା ଆବଶ୍ୟକ । ଜମିରେ ପାଣି ନିଷ୍କାସନର ସୁବିଧା ଥିବା ଦରକାର । ଲଗାଇବା ସମୟ : - ମକା ସବୁ ଋତୁରେ ଚାଷ କରାଯାଇ ପାରିବ । ବର୍ଷାଦିନେ ଜୁନମାସ ଶେଷ ସୁଧା କିମ୍ବା ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ରବି ଋତୁରେ ଅକ୍ଟୋବର ୨ୟ ସପ୍ତାହରୁ ନଭେମ୍ବର ୨ ୟ ସପ୍ତାହ ମଧ୍ୟରେ ଖରାଦିନ ପାଇଁ ଜାନୁଆରୀ ଶେଷ ସୁଦ୍ଧା ମକା ମଞ୍ଜି ଲଗାଇବା ଉଚିତ HQPM -୧ ଓ HQPM-୫ କିସମ ୯୦-୯୫ ଦିନ ଖରିଫ ଋତୁରେ ଓ ୧୦୦-୧୦୫ ଦିନ ରବି ଋତୁରେ ଅମଳ ମିଳିଥାଏ । ବିହନ ଲଗାଇବା ପ୍ରଣାଳୀ ବିହନ ଲଗାଇବା ପୂର୍ବରୁ ପ୍ରତିକିଲୋଗ୍ରାମ ବିହନରୁ ୨-୩ ଗ୍ରାମ ଥିରାମରେ ଗୋଳାଇ ବିଶୋଧନ କରାଯାଇଥାଏ । ହେକ୍ଟର ପିଛା ୨୦ କେଜି ବିହନ ଦରକାର ହୋଇଥାଏ । ଉପଯୁକ୍ତ ପରିମାଣରେ ଗଛ ରଖିବା ପାଇଁ, ଭଲକରି ଚାଷ ହୋଇଥିବା ଜମିରେ ଧାଡିକୁ ୫୦-୬୦ ସେମି ଓ ଗଛକୁ ଗଛ ୨୦ ସେମି ବ୍ୟବଧାନରେ ୫ ସେମି ଗଭୀରରେ ମଞ୍ଜି ଲଗାଇବା ଉଚିତ । ହେକ୍ଟର ପିଛା ପ୍ରାୟ ୮୦୦୦୦ ଗଛ ରହିଲେ ଭଲ ଅମଳ ମିଳିଥାଏ । ସାର ପ୍ରୟୋଗ ରାସାୟନିକ ସାରର ବ୍ୟବହାର ମକାଚାଷ ପାଇଁ ଜରୁରୀ ଓ ଏହାର ପରିମାଣ ମାଟି ପରୀକ୍ଷା କରି ବ୍ୟବହାର କରାଯାଇଥାଏ । କାରଣ ଜମିରେ ଥିବା ଅନ୍ତର୍ନିହିତ ଉର୍ବରତା ଫସଲ ଖସଡା ଉପରେ ସାରର ପରିମାଣ ଆବଶ୍ୟକ ହୋଇଥାଏ । ହେକ୍ଟର ପିଛା ୧୨୦ କିଗ୍ରା, ଯବକ୍ଷାରଜାନ ,୬୦ କେଜି ଫସଫରସ,୬୦ କେଜି ପଟାସ ଏବଂ ୫୨ କେଜି , ସଲଫଟ ଦରକାର ହୋଇଥାଏ । ଯବକ୍ଷାରଜାନ ୨୦ ଭାଗ ସହିତ , ସମସ୍ତ ଫସଫରସ , ପଟାସ ଓ ଜିଙ୍କ ସଲେଫେଟକୁ ମୂଳସାର ଭାବରେ ବ୍ୟବହାର କରାଯାଇଥାଏ । ଅବଶିଷ୍ଟ ସାରକୁ ଦୁଇଭାଗରେ ବିଭକ୍ତ କରି ବିହନ ଲଗାଇବାର ୩୦ ଦିନ ପରେ (ଆଣ୍ଠୁ ଉଚ୍ଚତା ଗଛରେ) ଏବଂ ୨ ୟ ଭାଗଟି ୫୦-୬୦ ଦିନ ପରେ (ଚୂଳ ବାହାରିବା ପୂର୍ବରୁ) ଶୀର୍ଷସାର ଭାବରେ ବ୍ୟବହାର କରାଯାଏ । ଶୀର୍ଷ ସାରକୁ ଗଛକୁ ୧୦-୧୨ ସେମି ଦୂରରେ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ । ରାସାୟନିକ ସାର ସହ ହେକ୍ଟର ପିଛା ୫ ଟନ ଖତସାର ଦରକାର ହୁଏ । ବୁଣିବା ପୂର୍ବରୁ ହେକ୍ଟର ପିଛା ଦରକାର ବିହନକୁ ୧ କିଗ୍ରା ଏଜୋଟୋବାକ୍ଟର ଏବଂ ୧ କିଗ୍ରା ଫସଫୋବ୍ୟାକ୍ଟର ଜୀବାଣୁ କଲଚରରେ ଉପକାହାର କାଲେ ଭଲ ଅମଳ ମିଳେ ଏବଂ ୧/୪ ଅଂଶ ରାସାୟନିକ ସାର ପରିମାଣ କମ ହୋଇଥାଏ । ଜଳ ପରିଚାଳନା ବର୍ଷା ଏବଂ ମାଟିର ଜଳ ଧାରଣ ଶକ୍ତି ଉପରେ ଫସଲ ପାଣିରେ ଆବଶ୍ୟକତା କରିଥାଏ । ଅଧିକ ଜଳ ଜମିଲେ କିମ୍ବା ମାଟିର ଆର୍ଦ୍ରତା ହ୍ରାସ ପାଇଲେ ଗଛର କ୍ଷତି ହୋଇଥାଏ । ବର୍ଷାଯୋଗୁଁ ଜମିରେ ଜମିଥିବା ଜଳର ନିଷ୍କାସନ ନିହାତି ଜରୁରୀ । ଗଛ ଛୋଟ ଥିବା ସମୟରେ,ଆଣ୍ଠୁଏ ଉଚ୍ଚା ସମୟରେ , ଚୂଳ ଆସିବା ସମୟରେ ଏବଂ ଦାନାପୂରଣ ସମୟରେ ଜଳ ସେଚନର ଆବଶ୍ୟକତା ନିହାତି ଜରୁରୀ । ଘାସ ନିୟନ୍ତ୍ରଣ ବର୍ଷାଦିନିଆ ମକା ଚାଷରେ , ଅନାବନା ଘାସ ଫସଲର ବହୁତ କ୍ଷତି କରିଥାଏ । ସୁତରାଂ ମକା ଫସଲର ଏମଞ୍ଜି ଲଗାଇବାର ୧୫ ଦିନ ପରେ ଏବଂ ୪୦ ଦିନ ପରେ କୋଡା ଖୁସା ଦରକାର ହୁଏ । ଏହାଦ୍ଵାରା ଘାସ ନିୟନ୍ତ୍ରଣ ସହିତ ମାଟିରେ ବାୟୁ ଚଳଚଳ ଭଲ ହୋଇଥାଏ । ରାସାୟନିକ ପ୍ରଣାଳୀରେ ଘାସ ନିୟନ୍ତ୍ରଣ ପାଇଁ , ଘାସ ଆଙ୍କୁରିତ ହେବା ପୂର୍ବରୁ କିମ୍ବା ବିହନ ବୁଣିବାର ୨-୪ ଦିନ ମଧ୍ୟରେ ୨ କିଗ୍ରା ଅଟ୍ରାଜିନ ୫୦% ଡବ୍ଲୁ .ପି କିମ୍ବା ୨ କେଜି . ଆଲ୍ଲାକ୍ଲୋର ୫୦% ଇସି ,୫୦୦ ଲିଟର ପାଣି ରେ ମିଶାଇ ଜମିର ଛିଞ୍ଚନ କରନ୍ତୁ । ଏହି ଔଷଧକୁ ପକାଇବା ସମୟରେ ପକାଉଥିବା ବ୍ୟକ୍ତି ପଛକୁ ପଛକୁ ଆସି ପକାଇବା ଉଚିତ । ଯଦ୍ଵାରା ଜମିରେ ପଡୁଥିବା ଔଷଧର ଆବରଣ ନଷ୍ଟ ହୁଏ ନାହିଁ । ସମନ୍ଵିତ ରୋଗ ପୋକ ପରିଚାଳନା ଖରାଟିଆ ଚାଷ ଦ୍ଵାରା ଜମିରେ ଥିବା ସୂତ୍ରଜୀବ , ଅନିଷ୍ଟକାରୀ ପୋକ ମରିଯାଆନ୍ତି । ଫସଲ ଖସଡାରେ ଏପରି ଫସଲ ବାଛନ୍ତୁ , ଯେପରି ମକାର ପୋକ ସେଇ ଫସଲରେ ନଥିବ । ଫଉଳ ହେବ ଅସମୟରେ ନିୟନ୍ତ୍ରିତ ଓ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା କରି ଝାଉଁଳା ରୋଗର ପ୍ରାଦୁର୍ଭାବରୁ ରକ୍ଷା କରନ୍ତୁ । ଆଲୋକ ଯନ୍ତା ଓ ଫେରୋମୋନ ଯନ୍ତା ବ୍ୟବହାର କରି କାଣ୍ଡବିନ୍ଧା ଓ ଭଣ୍ଡାଖିଆ ପୋକର ପର୍ଯ୍ୟବେକ୍ଷଣ କରନ୍ତୁ । ହେକ୍ଟର ପିଛା ୫୦୦ ଗ୍ରାମ କାର୍ବାଫୁରାନ କିମ୍ବା ୬୨୫ ମିଲି , ଏଣ୍ଡୋସଲଫାନ ବ୍ୟବହାର ଗଛ ଲଗାଇବାର ୧୦ ଦିନ ପରେ ଥରେ ଏବଂ ୭୫୦ ଗ୍ରାମ କାର୍ବୋଫୁରାନ କିମ୍ବା ୯୦୦ ମିଲି , ଏଣ୍ଡୋସଲଫାନ (୩୫ ଇ.ସି)୭୦୦ ଲିଟର ପାଣିରେ ୨୦ ଦିନ ପରେ ଛିଞ୍ଚନ କାଲେ କାଣ୍ଡବିନ୍ଧା ପୋକକୁ ଦମନ କରାଯାଇଥାଏ । ମକା ଫସଲରେ ପତ୍ରପୋଡା ରୋଗ , ମୂଳପଚାରୋଗ ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ଦରକାର ମୁତାବକ ପୁଞ୍ଜିସାଇଡର ବ୍ୟବହାର କରନ୍ତୁ । ଆଧାର- ଚୌଧୁରୀ ଚରଣ ସିଂହ ହରିୟାନା ଏଗ୍ରିକଲଚର ୟୁନିଭରସିଟି