অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତୋରିଆ କିସମ ଅନୁରାଧା ଓ ପାର୍ବତୀ

ତୋରିଆ କିସମ ଅନୁରାଧା ଓ ପାର୍ବତୀ

ରାଜ୍ୟରେ ଚାଷୀମାନେ ଜଳସେଚିତ ଓ ଅଣଜଳସେଚିତ ଜମିରେ ଶୀତଦିନେ ସୋରିଷ ଚାଷ କରିଥାନ୍ତି ।  ଜଳସେଚିତ ଜମିରେ ଚାଷ ହେଉଥିବା ସୋରିଷ କିସମ ବହୁତ ଦିନରେ ଅମଳ ହୋଇଥାଏ । ମାତ୍ର ଅଣଜଳସେଚିତ ଜମିରେ ଚାଷ ହେଉଥିବା ସୋରିଷ କିସମ ଅଳ୍ପ ଦିନରେ ଅମଳକ୍ଷମ ହୋଇଥାଏ । ଅଳ୍ପ ଦିନରେ ଅମଳ ହେଉଥିବା ସୋରିଷକୁ ‘ତୋରିଆ' ବା ରେପସିଉ ବୋଲି କୁହାଯାଏ ।

୨୦୧୨-୧୩ ପରିସଂଖ୍ୟାନ ଅନୁଯାୟୀ, ଓଡିଶାରେ ସମୁଦାୟ ୧ ଲକ୍ଷ ୧୬ ହଜାର ହେକ୍ଟର ଜମିରେ ସୋରିଷ ଚାଷ କରାଯାଇଥିବା ବେଳେ ଉତ୍ପାଦନ ହାର ହେଉଛି ୪୯ ହଜାର ମେଟ୍ରିକ୍ ଟନ୍ । ଚାଷୀମାନେ ବଜାରରେ ଉପଲବ୍ଧ ଏମ୍ ୨୭, ପିଟି-୩o୩, ପିଟି-୫:୦୭, ଆଦି କିସମର ତୋରିଆ ବିହନ ଅଣ ଜଳସେଚିତ ଜମିରେ ବୁଣି ଦେଉଛନ୍ତି । ଫସଲରୁ ଅଧିକ ଅମଳ ପାଇବା ପାଇଁ ଆବଶ୍ୟକ ପରିମାଣରେ ସାର କିମ୍ବା ଶସ୍ୟ ସଂରକ୍ଷଣର ବ୍ୟବସ୍ଥା କରୁନାହାନ୍ତି । ତେଣୁ ସୋରିଷ ଉତ୍ପାଦନ କ୍ଷେତ୍ରରେ ଓଡିଶା ବହୁତ ପଛରେ ରହିଛି । ରାଜ୍ୟର ଜଳବାୟୁ ଓ ମୁଭିକାକୁ ଆଖି ଆଗରେ ରଖି ଓଡିଶା କୃଷି ବୈଷୟିକ ବିଶ୍ ବିଦ୍ୟାଳୟର ରାଇ ସୋରିଷ ଗବେଷଣା ପ୍ରକଳ୍ପର ବୈଜ୍ଞାନିକମାନେ ଅଧିକ ଅମଳକ୍ଷମ ତୋରିଆ ବିହନ ଯଥା ‘ପାର୍ବତୀ’ ଓ 'ଅନୁରାଧା' ଉଭାବିତ ହୋଇଛି ।

ପାର୍ବତୀ ବିହନ

ପାର୍ବତୀ ବିହନ କିସମ ଚାଷୀମାନଙ୍କ ଜମିରେ ମିନିକିଟ୍ ହିସାବରେ ଚାଷ କରାଯାଇଛି । ଏହି କିସମ ୭୦ରୁ୭୫ ଦିନରେ ଅମଳକ୍ଷମ ହୋଇ ଏକର ପିଛା ୫ ରୁ ୬ କ୍ଲିଣ୍ଟାଲ ପର୍ଯ୍ୟନ୍ତ ଅମଳ ହେଉଛି । ପାର୍ବତୀ କିସମର ଅନ୍ୟ ବିଶେଷତ୍ୱ ହେଲା ଏହାର ଫଳ ପାଚିଗଲା ପରେ ହଠାତ ଫାଟି ପଢିଯାଏ ନାହିଁ।

ଅନୁରାଧା କିସମ

ତୋରିଆ କିସମକୁ ବର୍ଷାଧାରା ଜମିରେ ଧାନ ଫସଲ କାଟି ସାରିବା ପରେ ବୁଣାଯାଇପାରିବ । ଅନୁରାଧା କିସମ ୭୫ ଦିନରେ ଅମଳକ୍ଷମ ହୁଏ ଏବଂ ଏକର ପିଛା ୫ ରୁ ୬ କ୍ଲିଣ୍ଟାଲ ଅମଳ ଦିଏ । ଅନୁରାଧା କିସମର ମଞ୍ଜିରେ ଶତକଡା ୪୪ ଭାଗ ତୈଳ ଅଂଶ ରହିଛି ।

ତୋରିଆ ସୋରିଷ ଚାଷ ପ୍ରଣାଳୀ: ଏକ ଏକର ତୋରିଆ ସୋରିଷ ଚାଷ ପାଇଁ ଅଜେଇରୁ ତିନି କେଜି ବିହନ ଲାଗିଥାଏ । ବୁଣିବା ପୂର୍ବରୁ ମଞ୍ଜିକୁ କେଳି ପ୍ରତି ୩ ଗ୍ରାମ କାପାଟାନ୍ କିମ୍ବା ବାଭିଷ୍ଠିନରେ ଗୋଳାଇ ବୁଣିଲେ ରୋଗର ପ୍ରକୋପ କମିଯାଏ ।

ସାର ପ୍ରୟୋଗ

ତୋରିଆ କିସମ ପାଇଁ ଅଣଜଳସେଚିତ ଜମିରେ ଏକର ପିଛା ୧୨ କେଳି ଯବକ୍ଷାରଯାନ ୬ କେଜି, ଫସଫରସ୍ ଓ ପଟାସ୍ ସାର ବ୍ୟବହାର କରାଯାଏ । ମଞ୍ଜି ବୁଣିବା ପୂର୍ବରୁ ଲଙ୍ଗଳ ସିଆରରେ ସୁବତକ ସାର ଏକ ସମୟରେ ପ୍ରୟୋଗ କରାଯାଏ । ତେଲ ଅଂଶ ବଢାଇବା ପାଇଁ ତୋରିଆ ଚାଷ ବେଳେ ଗନ୍ଧକ ବୋରନ ବ୍ୟବହାର କରିବା ଦରକାର । ତେଣୁ ଏକର ପିଛା ୧୦ କେ.ଜି. ଗନ୍ଧକ ୧୦ କେଜି ଜିପସମ ଓ ୪ କେଜି ବୋରନ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ ।

ଆଧାର -କୃଷି ବିଭାଗ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate