অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନଡିଆ ଚାଷ

କଳ୍ପବୃକ୍ଷ

ନଡିଆ ଗଛ ‘କଳ୍ପବୃକ୍ଷ’ନାମରେ ପରିଚିତ । ନଡିଆରୁ ଆମେ ସୁମିଷ୍ଟ ପାନୀୟ ଓ ସୁଷମ ଖାଦ୍ୟ ପାଇଥାଉ । ନଡିଆ ଗଛର ଚେରଠାରୁ ଆରମ୍ଭ କରି ଗଛର ଅଗ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଆମ କାମରେ ଲାଗେ । ନଡିଆ ଗଛର ମୁଖ୍ୟ ଅବଦାନ ନଡିଆ ଯେଉଁଥିରୁ କି ଆମେ ନଡିଆ ସସ ତେଲ, ପିଡିଆ,ଏବଂ ନଡିଆ କତା ଓ ତହିଁରୁ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସାଜସରଂଜାମ ପ୍ରସ୍ତୁତ କରୁ । ନଡିଆ ଗଛର ଗଣ୍ଡିକୁ ଖୁଣ୍ଟ ରୂପରେ ଏବଂ ବାହୁଙ୍ଗାକୁ ଛପରରୂପରେ ବ୍ୟବହାର କରାଯାଏ । ନଡିଆ ଗଛର ରସରୁ ଗୁଡ,ଚିନି,ଖଣ୍ଡସାର ଓ ଭିନେଗାର ପ୍ରସ୍ତୁତ କରାଯାଏ । ଏବଂ ଏହାକୁ ମାଦକ ପାନୀୟ ରୂପେ ବ୍ୟବହାର କରାଯାଏ । ଶେଷରେ ନଡିଆର ସଢେଇ ଓ ଶୁଖିଲା ବାହୁଙ୍ଗାକୁ ଜାଳ ରୂପେ ବ୍ୟବହାର କରାଯାଏ । ନଡିଆ ଏକମାତ୍ର ଗଛ ଯେ କି ବନ୍ୟା,ମରୁଡି ଓ କେତେକାଂଶରେ ବାତ୍ୟା ସହିପାରେ । ନଡିଆରୁ କମ ପରିଶ୍ରମରେ ଯେତେ ଆୟମିଳେ ସାଧାରଣତଃ ଅନ୍ୟ ଫଳଚାଷରୁ ମିଲେନି । ଓଡିଶାର ଦୀର୍ଘ ୫୦୦କିଲୋମିଟର ବ୍ୟାପୀ ସାମୁଦ୍ରିକ ଜଳବାୟୁ ତଥା ଉର୍ବର ଦୋରସା ପଟୁମାଟି ନଡିଆ ଚାଷ ପାଇଁ ଉପଯୁକ୍ତ ।

ଆମ ପ୍ରଦେଶରେ ୪୦ହଜାର ହେକ୍ଟର ଜମିରେ ନଡିଆ ଚାଷ କରାଯାଉଛି । ଏଥିରୁ ପ୍ରାୟ ୨୦କୋଟି ନଡିଆ ଉତ୍ପାଦିତ ହେଉଛି । ବଡ ଦୁଃଖର କଥାଯେ ଆମ ପ୍ରଦେଶରେ ଗଛପିଛା ମାତ୍ରା ୪୭ଟି ନଡିଆ ଫଳୁଥିବା ବେଳେ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଗଛ ପିଛା ୭୫ଟି ଓ ପଶ୍ଚିମ ବଙ୍ଗରେ ୭୦ଟି ନଡିଆ ଅମଳ କରାଯାଇପାରୁଛି । ନଡିଆରୁ ଅଧିକ ଅମଳ ପାଇବାପାଇଁ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଉଚିତ । ଗଛଗୁଡିକୁ ଉପଯୁକ୍ତ ବ୍ୟବଧାନରେ ଲଗାଇବା ଦରକାର । ଅଧିକ ଅମଳକ୍ଷମ ନଡିଆ କିସମର ଚାରା ନିର୍ବାଚନ କରି ଲଗାଇବା ଆବଶ୍ୟକ । ସର୍ବୋପରି ଜଳସେଚନର ସୁବିଧା ଥାଇ ଉପଯୁକ୍ତ ମାଟି ଓ ସ୍ଥାନରେ ନଡିଆ ଚାଷ କରିବା ବିଧେୟ । କିନ୍ତୁ ଆମ ଓଡିଶାରେ ଲୋକମାନେ ନଡିଆର କିସମ ଓ ଚାରା ପ୍ରତି ବିଶେଷ ଗୁରୁତ୍ଵ ନଦେଇ ଖୁବ କମ ବ୍ୟବଧାନରେ ଗଚଗୁଡିକ ଲଗାଇ ଥାନ୍ତି ଓ ନିମ୍ନମାନର ଚାଷ ପ୍ରଣାଳୀ ଅବଲମ୍ବନ କରିଥାନ୍ତି । ଯାହା ଫଳରେ ଗଛ ପିଛା କମ ଅମଳ ମିଳୁଅଛି । ସାଧାରଣତଃ ବର୍ଷକୁ ଗଛପ୍ରତି ୮୦-୧୦୦ ଟି ନଡିଆ ଅମଳ ହେଉଥିଲେ ନଡିଆ ଚାଷ ଲାଭଜନକ ହୋଇଥାଏ । ପଡୋଶୀ ରାଜ୍ୟ ମାନଙ୍କ ତୁଳନାରେ ଓଡିଶାରେ ନଡିଆର ଅମଳକ୍ଷମତା ବଢାଇବା ପାଇଁ ଚାଷୀଭାଇମାନଙ୍କୁ ଅଧିକ ଉତ୍ସାହ ଓ ଉଦ୍ୟମର ସହିତ ନିମ୍ନୋକ୍ତ ଆଧୁନିକ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ।

ଜଳବାୟୁ

ନଡିଆ ଏକ ଉଷ୍ମ ମଣ୍ଡଳୀୟ ଗଛ । ବିଷୁବ-ରେଖାର ୨୦ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ନଡିଆର ବହୁଳ ଚାଷ କରାଯାଏ । ସମୁଦ୍ର ପତ୍ତନ ଠାରୁ ୧୦୦୦ମିଟର ଉଚ୍ଚତା ପର୍ଯ୍ୟନ୍ତ ନଡିଆ ଚାଷ କରାଯାଇପାରେ । କିନ୍ତୁ ଏହା ବିଶେଷ ଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଲବଣାକ୍ତ ଆଦ୍ର ଜଳବାଯୁରେ ଖୁବ ଭଲ ବଢେ । ନଡିଆ ହାରାହାରି ୨୭ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପରେ ଭଲହୁଏ । ଆଦ୍ର ଜଳବାୟୁ,ବୃଷ୍ଟି ବହୁଳ ଏବଂ ନିୟମିତ ବର୍ଷା ହେଉଥିବା ଅଞ୍ଚଳରେ ଏହା ଖୁବ ଭଲ ବଢେ । ଯେଉଁ ଜାଗା ମାନଙ୍କରେ ୨/୩ ମାସ ବର୍ଷା ହେଲାପରେ ବର୍ଷର ଅନ୍ୟ ସମୟରେ ବର୍ଷା ହୁଏନି , ସେ ଜାଗାରେ ନଡିଆ ଚାଷ ଭଲ ହୁଏନି । ତେବେ ବାର୍ଷିକ ୧୫୦ ରୁ ୨୦୦ ସେ.ମି ବୃଷ୍ଟିପାତ ନଡିଆ ଚାଷ ପାଇଁ ଉପଯୁକ୍ତ ।

ନଡିଆ ଗଛ ବର୍ଷକୁ ୨୦୦୦ ଘଣ୍ଟା ସୂର୍ଯ୍ୟାଲୋକ ଦରକାର କରେ । ଆବଶ୍ୟକ ପରିମାଣର ସୂର୍ଯ୍ୟକିରଣ ନପାଇଲେ ନଡିଆ ଗଛ ଡେଙ୍ଗା ହୋଇଯାଏ, ଡେରିରେ ଫଳେ ଓ କମ ଫଳେ ।

ମୃତ୍ତିକା

ନଡିଆ ଚାଷ ସବୁପ୍ରକାର ମାଟିରେ କରାଯାଇ ପାରେ । ତା’ର କାରଣ ନଡିଆର ଶତକଡା ୫୭ରୁ ୯୦ ଭାଗ ଚେର ଗଛମୁଳଠାରୁ ମାତ୍ର ୨ମିଟର ଦୂର ଓ ୧.୫ ମିଟର ଗଭୀର ମଧ୍ୟରେ ରୁହେ । ତେଣୁ ପ୍ରଥମରୁ ୨ମିଟର ବର୍ଗାକାର ଓ ୧.୫ ମିଟର ଗଭୀର ଗାତା ଖୋଳି ସେଥିରେ ଉତ୍କୃଷ୍ଟ ମୃତ୍ତିକା ସହିତ କିଛି ଖତ ମିଶାଇ ଭର୍ତ୍ତି କରିଦେଲେ ନଡିଆ ଗଛ ପାଇଁ ମାଟିର ଆବଶ୍ୟକତା ଗଛ ମାରିବା ପର୍ଯ୍ୟନ୍ତ ମେଣ୍ଟିଯାଏ । ତେବେ ମାଟିର ଜଳ ଧାରଣ ଶକ୍ତି ଥିବା ସଙ୍ଗେ ସଙ୍ଗେ ବଳକା ପାଣି ନିଷ୍କାସନ ପାଇଁ ଯଥେଷ୍ଟ ସୁବିଧା ଥିବା ଦରକାର ।

ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପଟୁମାଟି ,ବାଲିଦୋରସା,ମଟାଳ ମାଟି ଓ କୃଷ୍ଣ ମୃତ୍ତିକା ନଡିଆ ଚାଷ ପାଇଁ ଉତ୍କୃଷ୍ଟ । ଓଡିଶାର ଅଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ଲାଲ ଦୋରସା,ଲାଲ ବାଲିଆ, ବାଲି ଦୋରସା, ମାଟିରେ ନଡିଆ ଚାଷ କରାଯାଇପାରେ । ପାହାଡିଆ ଅଞ୍ଚଳର ପଥୁରିଆ ମାଟିରେ ମଧ୍ୟ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ସଫଳତାର ସହ ମଧ୍ୟ ନଡିଆ ଚାଷ କରାଯାଇ ପାରେ । ସମୁଦ୍ର ଓ ହ୍ରଦ କୂଳରେ ଖାରୀ ଓ ଲୁଣିଆ ମାଟିର ପୁନରୁଦ୍ଧାର କରି ନଡିଆ ଚାଷ ମଧ୍ୟ କରାଯାଇପାରେ । ସାଧାରଣତଃ ମାଟିର ୫.୨ ରୁ ୮.୦ ପି.ଏଚ ପର୍ଯ୍ୟନ୍ତ ଜମିରେ ନଡିଆ ଚାଷ ଭଲ ହୁଏ ।

କିସମ

ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନଡିଆ ଦେଖିବାକୁ ମିଳେ । ସେ ସବୁ ଗଛର ଉଚ୍ଚତା ,ନଡିଆର ଆକାର ଓ ରଙ୍ଗକୁ ନେଇ ତା,ର ନାମ କରଣ ହୋଇଥାଏ । ଅନ୍ୟାନ୍ୟ ଫଳ ପରି ନଡିଆର ଗୁଣାତ୍ମକ ପ୍ରଭେଦ ବେଶୀ ଦେଖାଯାଏ ନାହିଁ । ଦେଶର ଜଳବାୟୁ ଓ ମୃତ୍ତିକା ଉପରେ ନିର୍ଭର କରି ନଡିଆର ପ୍ରକାର ଭେଦ ଦେଖାଯାଏ । ସାଧାରଣତଃ ଆମେ ଯେତେ ପ୍ରକାର ନଡିଆ କିସମ ଦେଖୁ ତାହା ସବୁ ସେ ଦେଶର ନାମ ଅନୁସାରେ ନାମ କରଣ ହୋଇଛି । ଯଥା :- ଜାଭା, ଫିଲିପାଇନସ,ଲାକ୍ଷାଦ୍ଵିପ,ଭାରତର ପଶ୍ଚିମ ଉପକୂଳ ଓ ପୂର୍ବ ଉପକୂଳ,ସିଂହଳ ଇତ୍ୟାଦି ।

ନଡିଆ ଏକ ବର୍ଣ୍ଣସଙ୍କର ଗଛ । ତେଣୁ ପ୍ରତ୍ୟେକ ଅଞ୍ଚଳରୁ ଉତ୍ପନ୍ନ ହେଉଥିବା ନଡିଆରେ ସାଧାରଣତଃ ୩କିସମର ନଡିଆ ଦେଖାଯାଏ । ଯଥା :- ଡେଙ୍ଗା,ବାମନ ଓ ଶଙ୍କର ଜାତୀୟ ।

ଡେଙ୍ଗା କିସମ

ଡେଙ୍ଗା ଗଛ ଗୁଡିକ ଆମ ରାଜ୍ୟରେ ବହୁଳ ଭାବରେ ଚାଷ କରାଯାଉଅଛି । ଡେଙ୍ଗା ଗଛଟି ଲମ୍ବ ଓ ଦୃଢ ଭାବରେ ବଢିଥାଏ । ଏହାର ମୂଳ ମାଟି ଉପରେ ଫୁଲି ଯାଇ ପ୍ରାୟ ଏକମିଟର ଗୋଳେଇ ହାଣ୍ଡି ପରି ଦେଖାଯାଏ । ହାରାହାରି ୮୦ ରୁ ୯୦ ବର୍ଷ ପର୍ଯ୍ୟନ୍ତ ଏ ଗଛ ବଞ୍ଚେ । ଉଚ୍ଚତା ୧୮ମିଟରରୁ ଅଧିକା ହୁଏ । ଶିଖାରେ ୨୫ ରୁ ୪୦ଟି ପର୍ଯ୍ୟନ୍ତ ପତ୍ର ରହେ । ଏହା ବିଭିନ୍ନ ପ୍ରକାର ଜଳବାୟୁରେ ବଢେ ଓ ଦୁର୍ବିପାକ ସହିପାରେ । ନିପାଣିଆ ଜାଗାରେ ୭/୧୦ ବର୍ଷରେ ଫଳେ । ଏହାର ଶସ ,ତେଲ ଓ ତନ୍ତୁ ଉତ୍କୃଷ୍ଟ ଧରଣର ।

ଡେଙ୍ଗା ନଡିଆ ଭିତରେ ପଶ୍ଚିମ ଉପକୂଳ,ପୂର୍ବ ଉପକୂଳ, ଲାକ୍ଷାଦ୍ଵିପ,କିସମ,ନ୍ୟୁଗୁଏନା,କୋଚିନ ଚାଇନା,ଜାଭା,ଶ୍ୟାମ ଓ ଆଣ୍ଡାମାନ ଇତ୍ୟାଦି ପ୍ରଧାନ ।

ପଶ୍ଚିମ ଉପକୂଳ ବା ଯାହାକୁ କେରଳୀ ନଡିଆ କହନ୍ତି,ଏହା ଭାରତର ନଡିଆ ହେଉଥିବା ଯାଗାର ୯୦ ଭାଗରେ ଚାଷ କରାଯାଏ । ଏ ଜାତୀୟ ଗଛ ଡେଙ୍ଗା,ଦୃଢ ଓ ଅଧିକ ଦିନ ବଞ୍ଚେ ଓ ଏହାର ଫଳ,ଶସ,ତେଲ,ତନ୍ତୁ ସବୁ ଦିଗରୁ ଉତ୍କୃଷ୍ଟ । ହାରାହାରି ୮୦ଟିରୁ ଅଧିକା ନଡିଆ ଗଛ ପ୍ରତି ଫଳେ । ଗୋଟିଏ ନଡିଆରୁ ୧୪୨ଗ୍ରାମ ଶୁଖିଲା ଶସ ଓ ନଡିଆରୁ ୭୨ ଭାଗ ତେଲ ମିଳେ । ଏ ନଡିଆ ଆମ ରାଜ୍ୟରେ ଭଲ ହେଉଅଛି । ଏହାକୁ ଆମେ ପୂର୍ବ ଉପକୂଳ ନଡିଆ ବା ସାକ୍ଷୀଗୋପାଳ ଲୋକାଲ କହୁଛୁ ।

ଲାକ୍ଷାଦ୍ଵୀପ କିସମ

ଏ କିସମରେ ୩ପ୍ରକାରର ନଡିଆ ଦେଖାଯାଏ । ଯଥା :- ସାଧାରଣ,ଛୋଟ ଓ ଅତିଛୋଟ । ସାଧାରଣ ଗଛରୁ ୧୦୦ ଟି ଛୋଟରୁ ୧୨୪ ଟି ଓ ଅତି ଛୋଟରୁ ହାରାହାରି ୧୫୦ଟି ନଡିଆ ବର୍ଷକୁ ମିଳେ ।

ନ୍ୟୁଗୁଏନା :- ଗୁଏନା ତଥା ଆଖପାଖ ଦ୍ଵୀପପୁଞ୍ଜିରେ ଏ ନଡିଆ ଦେଖାଯାଏ । ଏହାର ପଇଡପାଣି ଭାରି ମିଠା । ହାରାହାରି ୬୫ଟି ନଡିଆ ମିଳେ ।

  1. କୋଚିନ ଚାଇନା
  2. ଗଛ ବହୁତ ଶକ୍ତ,ମୋଟା ଓ ଦୃଢ । ହାରାହାରି ବର୍ଷକୁ ୮୬ଟି ନଡିଆ ହୋଇଥାଏ ।

  3. ଜାଭା
  4. ଜାଭା ଓ ତାହାର ଆଖପାଖ ଅଞ୍ଚଳରେ ଏ ନଡିଆ ଚାଷ ହୁଏ । ଏ ନଡିଆ ଆକାରରେ ବଡ । ବର୍ଷକୁ ହାରାହାରି ୯୫ଟି ନଡିଆ ଫଳେ ।

  5. ଶ୍ୟାମ
  6. ଏହାର ଗଣ୍ଡି ବେଶ ମୋଟା,ନଡିଆର ରଙ୍ଗ ସବୁଜ ଓ ଆକାରରେ ମଧ୍ୟ ବଡ । ବର୍ଷକୁ ହାରାହାରି ୫୦ ଟି ଫଳେ ।

  7. ଫିଲିପାଇନସ
  8. ଫିଲିପାଇନସ ଓ ତା’ର ଆଖପାଖ ଅଞ୍ଚଳରେ ୩କିସମର ନଡିଆ ଦେଖାଯାଏ । ସେଗୁଡିକ ହେଲା ଲାଗୁନ,ସାନରମନ ଓ ମାକାପୁନା । ନଡିଆର ସାଇଜ ବଡ ଓ ସାଧାରଣତଃ ୫/୬ ବର୍ଷରେ ନଡିଆ ଫଳେ ।

  9. ଆଣ୍ଡାମାନ,
  10. ଆଣ୍ଡାମାନ ନଡିଆ ଆକାରରେ ବହୁତ ବଡ ଗଛ ପିଛା ହାରାହାରି ୫୦ଟି ନଡିଆ ଫଳେ । ଏ କିସମକୁ ପଇଡ ଆକାରରେ ବ୍ୟବହାର କଲେ ବହୁତ ଲାଭ ମିଳେ ।

    ବାମନ କିସମ

    ବାମନ ନଡିଆ ଗଛରେ ଗଣ୍ଡି ଅପେକ୍ଷାକୃତ ଛୋଟ ଓ ଗଛ ଗଣ୍ଡିର ମୂଳ ଡେଙ୍ଗା ଗଛ ଭଳି ବେଶି ମୋଟା ହୋଇ ନଥାଏ । ଗଛଟି ଅତିବେଶିରେ ୬/୭ ମିଟର ଉଚ୍ଚ ହୁଏ । ୩/୪ ବର୍ଷରେ ଫଳ ଧରେ ଓ ଗଛ ଭଲ ଫଳ ଧରିଥାଏ । କିନ୍ତୁ ନଡିଆ ମୁଣ୍ଡା ଭାବରେ ଫଳେ । ଗଛଟି ଅଳ୍ପାୟୁ ଓ ସାଧାରଣତଃ ୩୫ ରୁ ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ଏହାର ଶସ,ତେଲ ଓ ତନ୍ତୁ ଅପେକ୍ଷାକୃତ ନିକୃଷ୍ଟ ଧରଣର । ବାମନ କିସମ ଭିତରେ ନିକୋବର ବା ଆଣ୍ଡାମାନ,ଚଉଘାଟ କମଳା ରଙ୍ଗର ଓ ଶାଗୁଆ ରଙ୍ଗର ବାମନ, ସିଂହଳ ଦେଶୀୟ ବାମନ , ମଲତିଭ ବାମନ ଓ ଗଙ୍ଗବଣ୍ଡମ ଇତ୍ୟାଦି ପ୍ରଧାନ । ଏମାନଙ୍କ ମଧ୍ୟରେ ମାଳତିଭ ବାମନ ଭଲ ଫଳେ  ଓ ଏହାର ଶସ ବହୁଳ ଉପଯୁକ୍ତ ଗୁଣ ବିଶିଷ୍ଟ ହୋଇଥାଏ । ଆମ ଓଡିଶାରେ ଚଉଘାଟ କମଳା ରଙ୍ଗର ବାମନ ଗଛ ଭଲ ହେଉଛି ଓ ସାଧାରଣତଃ ଏହାକୁ ଉନ୍ନତ କିସମର ଶଙ୍କର ଜାତୀୟ ନଡିଆ ବାହାର କରିବା ପାଇଁ ବ୍ୟବହାର କରାଯାଉଛି ।

    ଶଙ୍କରଜାତୀୟ

    ସାଧାରଣତଃ ସବୁପ୍ରକାର ନଡିଆ ଗଛ ଅଳ୍ପ ବହୁତ ଭାବରେ ଶଙ୍କର ଜାତୀୟ । କାରଣ ନଡିଆ ଗଛର ମା’ଫୁଲ ଫୁଟିଲା ବେଳକୁ ସେ ଗଛର ଅଧିକାଂଶ ଅଣ୍ଡିରା ଫୁଲ ଝଡି ସାରିଥାଏ । ତେଣୁ ଅନ୍ୟ ନଡିଆ ଗଛର ପରାଗ ରେଣୁ ସହାୟତାରେ ପରାଗ ସଙ୍ଗମ ହୋଇଥାଏ । ଶଙ୍କର ମାନେ ପରାଗ ସଙ୍ଗମରୁ ଯେଉଁ ଗଛ ମିଳେ । ସାଧାରଣତଃ ୨ଟି ଭଲ ନଡିଆ କିସମରୁ ଆମେ ଶଙ୍କର ଜାତୀୟ ନଡିଆ ଚାରା ଉତ୍ପାଦନ କରୁ । ସେଥିପାଇଁ ଡେଙ୍ଗା ସହ ଡେଙ୍ଗା,ଡେଙ୍ଗା ସହ ବାମନ ଓ ବାମନ ସହ ବାମନ ମିଶାଇ ଶଙ୍କର ନଡିଆ କିସମ ତିଆରି କରୁ । ଏ ୩ପ୍ରକାର ଭିତରୁ ଡେଙ୍ଗା ସହ ବାମନ ମିଶ୍ରଣ ଫଳରେ ଯେଉଁ ନଡିଆ ବାହାରେ ତାହା ସବୁଠୁ ଭଲ । କାରଣ ସେ ଗଛରୁ ଅଧିକ ଫଳ ପାଉଅଛୁ ଓ ଶୀଘ୍ର ଫଳ ପାଉଛୁ । ଚଉଘାଟ କମଳା ରଙ୍ଗର ବାମନ ସହ ଡେଙ୍ଗା ଗଛର ମିଶ୍ରଣରେ ଉତ୍କୃଷ୍ଟ ଶଙ୍କର ଜାତୀୟ ନଡିଆ ଗଛ ଉପଲବ୍ଧ ହେଉଛି ।

    ଓଡିଶା ପାଇଁ ନଡିଆର କିସମ

    ଓଡିଶାରେ ୧୯୯୫ ମସିହା ଠାରୁ ସାକ୍ଷୀଗୋପାଳ ଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପନ ହୋଇ ଆମ ଜଳବାଯୁରେ ଯେଉଁ କିସମର ନଡିଆ ଭଲ ହେବା ତାହାର ପରୀକ୍ଷା କରାଯାଉଛି । କେରଳ ରାଜ୍ୟର କେଶରଗଡ ଠାରେ ଥିବା କେନ୍ଦ୍ରୀୟ ନାରିକେଳ ଗବେଷଣା କେନ୍ଦ୍ରରୁ ୧୬ ପ୍ରକାରର ନଡିଆ କିସମ ଆଣି ସାକ୍ଷୀଗୋପାଳ ଠାରେ ପରୀକ୍ଷା କରାଯାଉଛି । ସେଗୁଡିକ ହେଲା :-ଜାଭା,ନ୍ୟୁଗୁଏନା,ପଶ୍ଚିମ ଉପକୂଳ, କୋଚିନ, ଚାଇନା,ଆଣ୍ଡାମାନ ସାଧାରଣ,ଫିଜି,ଫିଲିପାଇନସ ,ଶ୍ୟାମ,ଲାକ୍ଷାଦ୍ଵୀପ ଛୋଟ ଓ ଅତି ଛୋଟ,ଚଉଘାଟ କମଳା ବାମନ,ନାସୀ ବିହୀନ,ଷ୍ଟ୍ରିଟ ସେଟଲମେଣ୍ଟ , ଶଙ୍କର (T & D) ଓ ପୂର୍ବ ଉପକୂଳ ।

    ପରୀକ୍ଷା ନିରୀକ୍ଷା କରି ଦେଖା ଯାଇଛି ଯେ, ଜାଭା,ଲାକ୍ଷାଦ୍ଵୀପ ଓ ଫିଲିପାଇନସ ଜାତୀୟ ନଡିଆ ଆମ ଅଞ୍ଚଳରେ ଭଲ ହେଉଛି । ତେଣୁ ଓଡିଶାର ପୂର୍ବ ଉପକୂଳ ନଡିଆ କିସମ ସାଙ୍ଗରେ ଉପରୋକ୍ତ ନଡିଆ ମଧ୍ୟ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି ।

    ଓଡିଶାରେ ବିଭିନ୍ନ କିସମର ନଡିଆ ମିଳୁଥିବା ଭିତରେ ଧାନେଇ, ଘି ନଡିଆ, ଜାହାଜି, ବାଣ ନଡିଆ ଓ ସୂର୍ଯ୍ୟବାଣ ଇତ୍ୟାଦି ପ୍ରଧାନ । ଧାନେଇ ଆକାରରେ ଅତି ଛୋଟ ଓ ହାରାହାରି ୧୫୦ ରୁ ଅଧିକ ଫଳେ । ଘି ନଡିଆର ପଇଡ ପାଣି ମଧୁର ଓ ଶସ୍ୟ ଖାଇବାକୁ ଭଲ ଲାଗେ ଓ ତେଲ ଶତକଡା ୭୨ ରୁ ଅଧିକ ମିଳେ । ଯାହାକି ନଡିଆ ବେଶି ଫଳେନି । ବାଣ ନଡିଆ ବା ଓଡିଶା ସିଲେକସନ-୧ ଆମ ରାଜ୍ୟ ପାଇଁ ଖୁବ ଭଲ । ଏହା ପୂର୍ବ ଉପକୂଳର ନଡିଆରୁ ବଛାଯାଇଛି । ଏହା ଡେଙ୍ଗା ଗଛ । ୭/୮ ବର୍ଷରେ ଫଳେ ଓ ୧୫/୨୦ ବର୍ଷରେ ପୁରା ଫଳ ଦିଏ । ହାରାହାରି ୮୦ ରୁ ୧୦୦ ଟି ଫଳ ଦିଏ ଓ ୮୦ ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ପଇଡ ପାଣି ମଧୁର ଓ ଅଧିକ ସୁସ୍ଵାଦୁ । ନଡିଆରୁ ହାରାହାରି ୧୬୬ଗ୍ରାମ ଶସ ଓ ୭୦ଭାଗ ତେଲ ମିଳେ ।

    ମୋଟାମୋଟି ଭାବରେ ଓଡିଶା ପାଇଁ ଲାଭଜନକ ଭାବରେ ଚାଷ କରିବା ପାଇଁ ଦୁଇ ପ୍ରକାରର ନଡିଆ ଲଗାଇବା ପାଇଁ ଉଦ୍ୟାନ ବିଭାଗ ପରାମର୍ଶ ଦେଉଛନ୍ତି । ପ୍ରଥମଟି  ହେଲା ଓଡିଶା ସିଲେକସନ -୧ ବା ବାଣ ନଡିଆ ଯାହାକୁ କୁ ପୂର୍ବ ଉପକୂଳ ନଡିଆରୁ ବଛା ଯାଇଅଛି । ୨ୟ ଟି ଶଙ୍କର ଜାତୀୟ ମାନେ TxD ଓ DxT ନଡିଆ ଚାରା, ଯେଉଁଥି ପାଇଁ ବାପା ଓ ମା’ପାଇଁ ଓଡିଶା ସିଲେକସନ-୧ ଓ ଚଉଘାଟ କମଳା ରଙ୍ଗକୁ ନେଇ ନଡିଆ ଚାରା ତିଆରି କରୁଛୁ । TxD ବା DxT ନଡିଆ ଚାରା କହିଲେ ସାଧାରଣତଃ ସମସ୍ତେ ବୁଝନ୍ତି । T ମାନେ Tall ଅର୍ଥାତ ଡେଙ୍ଗା ଓ D ମାନେ Dwarf ମାନେ ବାମନ । TxDଗଛ ପାଇବା ପାଇଁ ମା’ଗଛ ହିସାବରେ ଓଡ଼ିଶାକୁ ସିଲେକସନ-୧ କୁ ଓ DxT ଗଛ ପାଇଁ ଚଉଘାଟ କମୂଳା ଗଛକୁ ନିଆଯାଏ । ସେହିପରି ବାପା ହିସାବରେ ଯଥାକ୍ରମେ ଚଉଘାଟ ଅରେଞ୍ଜ ଡ୍ଵାର୍ଫ ଓ ଓଡିଶା ସିଲେକସନ-୧ କୁ ନିଆଯାଏ । ବର୍ତ୍ତମାନ ସାକ୍ଷୀଗୋପାଳ, କୋଣାର୍କ ,ବ୍ରହ୍ମଗିରୀ ଓ ବିଶ୍ଵ ନାହାକାଣୀ ଠାରେ ଥିବା ସରକାରୀ ଫାର୍ମରେ ଶଙ୍କର ଜାତୀୟ ଚାରାର ଉତ୍ପାଦନ ହେଉଅଛି । DxT ନଡିଆ ଗଛ TxD ଗଛଠାରୁ ଭଲ ହେଉଅଛି । ଶଙ୍କର ଜାତୀୟ ଗଛ ୫୦ ବର୍ଷ ବଞ୍ଚିଲେ ମଧ୍ୟ ଖୁବ ଶୀଘ୍ର ଫଳେ ଓ ବେଶି ଫଳୁଥିବାରୁ ଖୁବ ଆଦୃତ ହେଉଅଛି ।

    ଏହାଛଡା ୱେଷ୍ଟକୋଷ୍ଟଟଲ ସଙ୍ଗେ ଚଉଘାଟ ଅରେଞ୍ଜ ୱେର୍ଫ (WcT x COD); COD ସାଙ୍ଗରେ WcT;EcT ସାଙ୍ଗରେ MDG;ECT ସାଙ୍ଗରେ RYD; ଲାକାଡ଼ିଭ ଅଡିନାରୀ ସାଙ୍ଗରେ ଗଙ୍ଗା ବଣ୍ଡାମ ; WcT ସାଙ୍ଗରେ ଗଙ୍ଗାବଣ୍ଡମ ; ଆଣ୍ଡାମନ ଅର୍ଡିନାରୀ ସାଙ୍ଗରେ x ଗଙ୍ଗାବଣ୍ଡମ ମିଶାଇ ଶଙ୍କର ଜାତୀୟ ଚାରା ତିଆରି କରାଯାଉଛି । ଶଙ୍କର ଜାତୀୟ ଚାରା ଗୁଡିକରୁ ଉନ୍ନତ ମାନର ଗଛ ହେଉଛି ; COD x WCT କିସମକୁ ଚନ୍ଦ୍ର ଶଙ୍କର କୁହନ୍ତି । ସେହିପରି WCT x MDG ଗଛକୁ VHC-୧ ଓ ECT x RYD ଗଛକୁ VHC-୨ କୁହନ୍ତି । ଲାକ୍ଷାଦ୍ଵିପ ଅର୍ଡିନାରୀ ଗଛ ସହ ଗଙ୍ଗବଣ୍ଡମ ମିଶ୍ରଣରେ ଯେଉଁ କିସମ ବାହାରେ ତାକୁ ଲାକ୍ଷଗଙ୍ଗା ଓ WCT x GANGABAND କୁ କେରା ଗଙ୍ଗା କହନ୍ତି  ଆଣ୍ଡାମାନ ଅର୍ଡିନାରୀ ଓ ଗଙ୍ଗାବଣ୍ଡମ ମିଶି ଯେଉଁ ଗଛ କରାଯାଏ ତାକୁ ଆନନ୍ଦ ଗଙ୍ଗା କହନ୍ତି ।

    ଚାରା ଉତ୍ପାଦନ

    ସାଧାରଣତଃ ଓଡିଶାରେ ଅଧିକାଂଶ ଚାଷୀ ଶଙ୍କର ଜାତୀୟ ଗଛ ପାଇଁ ସରକାରୀ ଫାର୍ମ ଉପରେ ନିର୍ଭର କରନ୍ତି । କିନ୍ତୁ ଡେଙ୍ଗା ଗଛ ପାଇଁ ଅଧିକାଂଶ ଲୋକ ନିଜେ ଚାରା ତିଆରି କରନ୍ତି । ବିହନ ନଡିଆ ପାଇଁ ମା’ଗଛ ବାଛିଲା ବେଳେ ନିମ୍ନଲିଖିତ ଗୁଣପ୍ରତି ଦୃଷ୍ଟିଦେବ ।

    1. ଗଛଟି ସୁସ୍ଥ ସବଳ ଓ ନିରୋଗ ହୋଇଥାଏ ।
    2. ଗଛର ବୟସ ୨୫ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର ।
    3. ଗଛର ଗଣ୍ଡି ମୂଳରୁ ଅଗ ପର୍ଯ୍ୟନ୍ତ ସମାନ ହୋଇଥିବ ।
    4. ବାହୁଙ୍ଗାର ମୂଳ ମୋଟା ଓ ଛୋଟ ହୋଇଥିବ ।
    5. ଗଛଟି ଧାରାବାହିକ ଭାବେ ଫଳୁଥିବ ଓ ପ୍ରତ୍ୟେକ ପାତ୍ର ମୂଳରେ ନଡିଆ ଥିବା ଚଅଁର ବାହାରୁ ଥିବ ।
    6. ଗଛରେ ହାରାହାରି ୮୦ଟି ନଡିଆ ଫଳୁଥିବ ଓ ଗଛରେ ଗର୍ଭପାତ ବା ଫମ୍ପା ନଡିଆ ଫଳୁନଥିବ ।
    7. ପେଣ୍ଡା ଗୁଡିକ ବାମ ପାଖରେ ରହୁଥିଲେ ଭଲ ।

    ମା’ଗଛ ଠିକ ହୋଇଗଲା ପରେ ୧୨ ମାସର ପାକଳ ନଡିଆ ତୋଳି ଚାରା ପକାଯାଏ । ନଡିଆ ତୋଳିବା ସମୟରେ ନଡିଆକୁ ଗଛରୁ ନପକାଇ ଦଉଡି ସାହାଯ୍ୟରେ କାନ୍ଦିକୂ ବାନ୍ଧି ଧୀରେ ଧୀରେ ଖସାଇ ତୋଳାଯାଏ । ବିହନ ନଡିଆ ଗୋଲାକାର ହେଲେ ଭଲ ଓ ଏହାର ଗୋଲେଇ ୪୫ ସେ.ମି ରୁ ବେଶି ହେବା ଦରକାର । ତୋଳା ନଡିଆକୁ ପବନ ଯା ଆସ କରୁଥିବା ଘରେ ଉପର ମୁହାଁ କରି ୨ ରୁ ୩ ମାସ ପର୍ଯ୍ୟନ୍ତ ସାଇତି ରଖାଯାଏ । ନଡିଆ ଚିନି ପାଣିଆ ହେଲେ ମାନେ ନଡିଆରୁ ଶତକଡା ୯୦ଭାଗ ପାଣି ମରିଗଲା ପରେ ଚାରା ଉତାରିବା ପାଇଁ ଜମିରେ ଲଗାଯାଏ । ସାଧାରଣତଃ ଯେତେ ନଡିଆ ଲଗାଯାଏ ଅଧିକାଂଶ ଗଛ ହୁଏ । କିନ୍ତୁ ସବୁଗଛ ଲଗାଇବା ଉଚିତ ନୁହେଁ । ଯେତେ ଗଛ ହୋଇଥିବ ସେଥିରୁ ଭଲ ଚାରା ଦେଖି ଲଗାଇବା ଉଚିତ । ଭଲ ଚାରାର ଲକ୍ଷଣ ହେଲା

    1. ୯ ମାସରୁ ୧ବର୍ଷ ବେଳକୁ ଚାରାରେ ୭ ରୁ ୯ ଟି ସବୁଜ ରଙ୍ଗର ପତ୍ର ରହିବା ଉଚିତ ।
    2. ଚାରା ନିରୋଗ, ସୁସ୍ଥ, ତେଜିଆନ ଓ ସ୍ଥଳକାୟ ହେବା ଉଚିତ ।
    3. ଚାରାର ମୂଳ ଦୃଢ ଓ ମୋଟା ହେବା ଉଚିତ । ପତ୍ରର ଡେମ୍ଫ ଗୁଡିକ ମୋଟା ଓ ଛୋଟ ଛୋଟ ହେବା ଉଚିତ ।
    4. ଚାରୋଟି ମଞ୍ଜି ନଡିଆ ସଙ୍ଗେ ଲାଗିଥିବ ଓ ସେଥିରେ ଅଧିକ ସଂଖ୍ୟକ ସତେଜ ଚେର ଥିବା ଦରକାର ।
    5. ଶୀଘ୍ର ଗଜା ହେଉଥିବା ଗଛ ଶୀଘ୍ର ଫଳେ । ତେଣୁ ଯେଉଁ ନଡିଆ ଆଗ ଗଛ ଫିଟେ ତାକୁ ବାଛିବା ଉଚିତ ।
    6. ବର୍ଷିକିଆ ଚାରାରେ ଗୋଟିଏ ଓ ଦୁଇଟି ଅଗ ପତ୍ର ଫିଟିଥିଲେ ସବୁଠୁ ଭଲ ।
    7. ୯ ରୁ ୧୬ ମାସିଆ ଚାରା ଗଛ ଲଗାଇବ । ୨ବର୍ଷରୁ ଅଧିକ ବୟସର ଚାରା ଗଛ ଲଗାଇବ ନାହିଁ ।

    ନଡିଆ ଗଛ ଲଗାଇବା ପ୍ରଣାଳୀ

    ସାଧାରଣତଃ ୩ଟି ପ୍ରଣାଳୀରେ ନଡିଆଗଛ ଲଗାଯାଇଥାଏ । ଯଥା :- ବର୍ଗାକାର, ଷଡଭୂଜାକାର ଓ ବାଡ ପ୍ରଣାଳୀ ।

    ବର୍ଗାକାର ପ୍ରଣାଳୀରେ ଗଛକୁ ଗଛ ୭.୫ ମିଟର ବ୍ୟବଧାନରେ ଲଗାଯାଏ । ଏଥିରେ ହେକ୍ଟର ପିଛା ୧୭୫ ଗଛ ରହେ । ଷଡଭୂଜାକାର ପ୍ରଣାଳୀରେ ସେହି ବ୍ୟବଧାନରେ ହେକ୍ଟର ପ୍ରତି ୨୧୦ ଗଛ ରହେ । ଡେଙ୍ଗା ଓ ବାଙ୍ଗରା ମିଶ୍ରିତ ନଡିଆ ଗଛକୁ ବାଡ ପ୍ରଣାଳୀରେ ୯x୫ ମିଟର ବ୍ୟବଧାନରେ ଲଗାଇଲେ ହେକ୍ଟର ପ୍ରତି ୨୭୫ ଗଛ ଲଗାଯାଏ ।

    ଘର ବାଡିରେ, ସଡକ କଡରେ କେନାଲ ବନ୍ଧରେ ଓ ପୋଖରୀ ହୁଡାରେ ଧାଡିଏ ଗଛ ଲଗାଇବାକୁ ହେଲେ ଗଛକୁ ଗଛ ୫ମିଟର, ଦୁଇଧାଡିରେ ଲଗାଇଲେ ଗଛକୁ ଗଛ ୬ମିଟର ଓ ତହିଁରୁ ଅଧିକ ହେଲେ ୭.୫ ମିଟର ବ୍ୟବଧାନରେ ଲଗାଇବା ଉଚିତ । ବାଙ୍ଗରା ଜାତୀୟ ଗଛକୁ ୫ ରୁ ୬ ମିଟର ବ୍ୟବଧାନରେ ଲଗାଇବା ଉଚିତ ।

    ଜମି ପ୍ରସ୍ତୁତି ଓ ଗାତଖୋଳା

    ନଡିଆ ଚାଷ କରିବା ଜମିକୁ ୩/୪ ଥର ଓଡ ଚାଷ କରିବ । ଅନାବନା ଘାସ ବାଛି ଦେବା ଏବଂ ମାଈ ଦେଇ ମାଟିକୁ ସମତଳ କରିବ । ଗଛ ଲଗାଇବାର ପ୍ରଣାଳୀ ସ୍ଥିର ହୋଇସାରିବା ପରେ ମୃତ୍ତିକା ଓ ଜଳସ୍ତର ଉପରେ ନିର୍ଭର କରି ଗାତ ଖୋଳିବା ଉଚିତ । ଖରାଦିନେ ଗାତ ଖୋଳିବା ଦରକାର । ଦୋରସା, ବାଲିଆ ନିଗିଡା ଜମିରେ ୧ମି x ୧ମି x ୧ମି ମିଟର ଆକାର ବିଶିଷ୍ଟ ଗାତ ଖୋଳିବ । ପଥୁରିଆ ଟାଣ ମାଟିରେ ୧.୨ମି x ୧.୨ମି x ୧.୨ମିଟର ବିଶିଷ୍ଟ ଗାତ ଖୋଳିବ । ସନ୍ତସନ୍ତିଆ ମାଟିରେ ୫୦ ସେ.ମି ରୁ ୧ମିଟର ଉଚ୍ଚତା ମାଟି କୁଦ ଉପରେ ଗଛ ଲଗାଇବା କଥା ।

    ଲଗାଇବା ସମୟ

    ନଡିଆ ଚାରା ବର୍ଷକୁ ଦୁଇଥର ଲଗାଯାଇ ପାରିବ । ଥରେ ବର୍ଷ ଆରମ୍ଭରେ ଓ ଆଉଥରେ ବର୍ଷ ଶେସବେଳକୁ । ସାଧାରଣତଃ ଅଧିକାଂଶ ଲୋକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ (ଜୁନ,ଜୁଲାଇ) ଓ କାର୍ତ୍ତିକ ପୂର୍ଣ୍ଣିମା ଠାରୁ କାଳୀପୂଜା ପର୍ଯ୍ୟନ୍ତ (ଅକ୍ଟୋବର, ନଭେମ୍ବର) ଲଗାଇ ଥାନ୍ତି । ତେବେ ଜଳ ସେଚନର ସୁବିଧା ଥିଲେ ଟାଣ ଖରା ୨ମାସକୁ ଛାଡି ବର୍ଷର ଯେ କୌଣସି ସମୟରେ ନଡିଆ ଗଛ ଲଗାଯାଇ ପାରିବ । ତେବେ ଜୁନ ଜୁଲାଇ ମାସରେ ନଡିଆ ଲଗାଇବା ସବୁଠୁ ଭଲ ।

    ଚାରା ଲଗାଇବା ପ୍ରଣାଳୀ

    ଗଛ ଲଗାଇବା ପୂର୍ବରୁ ଗାତର ତଳମାଟିକୁ ଖୁସାଇ ସେଥିରେ ୧କେଜି ଲୁଣ ମିଶାଇ ତା ଉପରେ ୮/୧୦ ଗାଣ୍ଡୁଆ ବାଲି ଦିଅନ୍ତୁ । ଏହା ସହିତ ୧୦/୧୫ ଗାଣ୍ଡୁଆ ପୋଖରୀ ପଙ୍କ ୪/୫ ଗାଣ୍ଡୁଆ ଗୋବରଖତ ୨କେଜି ଳିମ୍ବ ପିଡିଆ ୧କେଜି ହାଡ ଗୁଣ୍ଡ ଏବଂ ୧୦୦ ଗ୍ରାମ କ୍ଲୋରପାଇରିଫସ ଗୁଣ୍ଡ ସହ ଉପର କିଛି ମାଟି ମିଶାଇ ଗାତ ଭର୍ତ୍ତି କରି ଦିଅନ୍ତୁ । ପିଡିଆ ହାଡଗୁଣ୍ଡ ବଦଳରେ ୩କେଜି ଷ୍ଟେରାମିଲ ହିନ୍ଦ ଓମିଲ ବା ଓରି ଓମିଲ ଦିଆଯାଇ ପାରେ । ଖତସାର ଭର୍ତ୍ତି କରିବାର ୭/୮ ଦିନ ପରେ ଗଛଲଗାଇବା ଭଲ । ଗାତର ଠିକ ମଝିରେ ଭୂମି ପତ୍ତନରୁ ୨୦ରୁ ୩୦ ସେ.ମି ତଳେ ୧୫ ସେମି ଗଭୀରର ଗାତଟିଏ କରି ନଡିଆ ଚାରାକୁ ସେଥିରେ ବସାଇ ଚାରି ପାଖ ମାଟିକୁ ଦାବି ଦିଅନ୍ତୁ । ଚାରା ପୋତିବା ବେଳେ ୧ସେ.ମି ନଡିଆ କତା ଉପରକୁ ଦିଶିବା ଦରକାର । କାରଣ କନ୍ଦାରେ ମାଟି ପଶିଗଲେ ଚାରାର କ୍ଷତି ହେବ । ଗଛ ଲଗାଇବା ପରେ ପାଣି ଦେବା ଉଚିତ । ଚାରାର ଦୁଇକଡେ ଦୁଇଟି କିଳା ପୋତି ଚାରାକୁ ବାନ୍ଧିଦେଲେ ଗଛ ଦୋହଲେ ନାହିଁ କି ଚେର ହଲିଯାଏ ନାହିଁ । ବାଲିଆ ମାଟିରେ ବାଲି ନଦେଇ ତଳେ ୪/୫ ଥାକ ନଡିଆ କତା ଦେଇ ଖତସାର ଓ ମାଟି ଭର୍ତ୍ତିକଲେ ଭଲ କାମଦିଏ । ଗାଈ ଗୋରୁ ଛେଳି କବଳରୁ ରକ୍ଷା କରିବା ପାଇଁ ବାଡ ବନ୍ଦୀ ଭଲ ଭାବରେ କରିବ ବା ଗୋରେଡି ଦେବ । ଅତ୍ୟଧିକ ଖରାରୁ ଗଛକୁ ରକ୍ଷା କରିବା ପାଇଁ ଗଛମୂଳରେ ଡାଳପୋତି ଛାଇ କରିବା ଉଚ୍ଚିତ ।

    ନଡିଆ ଗଛର ପରବର୍ତ୍ତୀ ଯତ୍ନ

    ପ୍ରଥମ ବର୍ଷରେ ଜଳସେଚନ, କୋଡା,ଖୁସା, ଛାଇ କରିବା, ବାଦବନ୍ଦ କରିବା, ଓ ରୋଗ ପୋକର ପ୍ରତିକାର କରିବା ନିତ୍ୟାନ୍ତ ଦରକାର । ଛୋଟ ଗଛ ଗୁଡିକୁ ସତେଜ ରଖିବା ପାଇଁ ଆବଶ୍ୟକ ହେଲେ ପ୍ରଥମ ୬ମାସ ପରେ ୧୫ଦିନ ଅନ୍ତରରେ ଶତକଡା ୨ଭାଗ ୟୁରିୟା ମିଶ୍ରଣ ଛିଞ୍ଚିବା ଉଚିତ । ୟୁରିୟା ସାଙ୍ଗରେ ବ୍ଳାଇଟକ୍ସ ୫୦ ଦ୍ରବଣ ମିଶାଇ ଚିଞ୍ଚାଯାଇ ପାରେ । ଫଳରେ କନ୍ଦାଶଢା ରୋଗ ହୁଏନି ।

    କ୍ଷତ ଓ ସାର

    ୨ୟ ବର୍ଷଠାରୁ ଗଛ ମରିବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସମଗ୍ର ବଗିଚାକୁ ହଳକରି ଗଛ ମୂଳଖୁସାଇ କ୍ଷତ ଓ ସାର ପ୍ରୟୋଗ କରିବା କଥା । ମୋଟା ମୋଟି ହିସାବରେ ଗୋଟିଏ ପୂର୍ଣ୍ଣାଙ୍ଗ ନଡିଆ ଗଛ ବର୍ଷକୁ ୫୦୦ ଗ୍ରାମ ଯବକ୍ଷାର ଜାନ ୩୨୦ ଗ୍ରାମ ଫସଫରସ ଓ ୧୨୦୦ଗ୍ରାମ ପଟାସ ସାର ମୂଳସାର ହିସାବରେ ଦରକାର କରିଥାଏ । ବଜାରରେ ମିଳୁଥିବା ସାର ହିସାବରେ ଗଛପ୍ରତି ୨କେଜି କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ ସାର ବା ୧କିଲୋ ୟୁରିୟା ସାର ୨କେଜି ସୁପର ଫସଫେଟ ଓ ୨କେଜି ମ୍ୟୁରିଏଟ ପଟାସ ସାର ଦେବା କଥା । ଏହି ସାରକୁ ଦୁଇଥରରେ ଦେଲେ ଭଲ । ପ୍ରଥମ ବର୍ଷଠାରୁ ଗଛ ବଡ ହେବା ପର୍ଯ୍ୟନ୍ତ କେଉଁ ପରିମାଣରେ କେତେ ସାର ଦେବେ ତାହା ତଳେ ଦିଆଗଲା ।

    (ଗଛ ପିଛା ମୂଳସାର ଗ୍ରାମ ହିସାବରେ )

    ମେ-ଜୁନ ମାସରେ                                                               ସେପ୍ଟେମ୍ବର-ଅକ୍ଟୋବର ମାସରେ

    ଯବକ୍ଷାର ଜାନ       ଫସଫରସ           ପଟାସ                            ଯବକ୍ଷାର ଜାନ       ଫସଫରସ           ପଟାସ ପ୍ରଥମ ବର୍ଷ –ନୂଆ ଲଗାହେଲା                                   ୫୦                               ୪୦                   ୧୩୫

    ୨ୟ ବର୍ଷ             ୫୦                   ୪୦                   ୧୩୫                             ୧୧୦                 ୮୦                   ୨୭୦

    ୩ୟ ବର୍ଷ ୧୧୦                 ୮୦                   ୨୭୦                             ୨୧୦                 ୧୬୦                 ୫୪୦ ୪ର୍ଥ ବର୍ଷ     ୧୭୦                 ୧୨୦                 ୪୦୦                             ୩୩୦                 ୨୦୦                 ୮୦୦     ଓ ପରବର୍ତ୍ତୀ ବର୍ଷ ମାନଙ୍କରେ

    ପ୍ରତ୍ୟେକ ଥର ସାର ଦେବା ପୂର୍ବରୁ ଗଛ ପ୍ରତି ୫ ଟୋକେଇ ସଢା ଗୋବର ଖତ ଓ ୪ବର୍ଷ ପରେ ଗଛ ପିଛା ୨୫୦ଗ୍ରାମ ମାଙ୍ଗାନିଜ ସଲଫେଟ ଦେଲେ ଭଲ କାମ ଦିଏ । ପ୍ରତ୍ୟେକ ୫ବର୍ଷରେ ଆବଶ୍ୟକ ହେଲେ ୧କିଲୋ ଲୁଣ ଓ ୧୦ ବର୍ଷରେ ଥରେ ଗଛ ପ୍ରତି ଏକ ଗାଡି ପୋଖରୀ ପଙ୍କ ଦେବା ଦରକାର । ଏସବୁ ଯତ୍ନ ସତ୍ତ୍ୱେ ଯଦି ନଡିଆ ଫଳ କମିଯିବ, ଫମ୍ପା ନଡିଆ ହେବ , ତା’ ହେଲେ ଦସ୍ତା,ବୋରନ,ମଲିବିଡିନମ ଆଦି କେତେକ ଅଣୁ ସାରର ଅଭାବ ବୋଲି ବୁଝିବାକୁ ହେବ । ସେ ଅବସ୍ଥାରେ ମୃତ୍ତିକା ପରୀକ୍ଷା କରି ଉପଯୁକ୍ତ ସାର ପ୍ରୟୋଗ କରିବାକୁ ହେବ । ନଡିଆ ବଗିଚାରେ ନଡିଆ କତା ପୋତିଲେ ନଡିଆର ଫଳନ ଶକ୍ତି ବଢେ ଓ ମାଟିର ଜଳଧାରଣ ଶକ୍ତି ମଧ୍ୟ ବଢେ ।

    ସାରଦେବା ପ୍ରଣାଳୀ :-

    ନଡିଆ ବଗିଚାରେ ୩ପ୍ରକାର ପ୍ରଣାଳୀରେ ସାର ପ୍ରୟୋଗ କରାଯାଇ ପାରେ ,ଯଥା :-

    ୧) ମନ୍ଦା ପ୍ରଣାଳୀ :- ଗଛ ମୂଳରୁ ୧ମିଟର ବ୍ୟବଧାନରେ ଗଛ ଚାରିପାଖରେ ୧୫ସେ.ମି x ୩୦ ସେ.ମି ଆକାରର ମନ୍ଦା କରି ତହିଁରେ ସାର ପ୍ରୟୋଗ କରାଯାଏ ।

    ୨) ବୁଣା ପ୍ରଣାଳୀ :- ବଗିଚାରେ ଶେଷ ଓଡ ଚାଷ ପୂର୍ବରୁ ଯାହା ସାର ଦେବାକଥା ତାହା ବୁଣିଦେଇ ଚାଷ କରି ମାଟିରେ ମିଶାଇ ଦିଆଯାଏ ।

    ଯେକୌଣସି ପ୍ରଣାଳୀରେ ସାର ଦେଲେ ମଧ୍ୟ ଏକା ଫଳେ । କିନ୍ତୁ ମାଟି ଖୁବ ଶୁଖିଲା ବା ଖୁବ ଓଦା ନଥିବା ବେଳେ ସାର ଦେବା ଭଲ । ବର୍ଷା ସମୟରେ ବାଲି ମାଟିରେ ଯେପରି ସାର ଧୋଇ ନଯାଏ ତା’ର ଯତ୍ନ ନେବ ।

    ଜଳସେଚନ ଓ ନିଷ୍କାସନ :-

    ଆବଶ୍ୟକ ପରିମାଣର ସାର ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ଭାବେ ଜଳସେଚନ କଲେ ନଡିଆ ଗଛରୁ ଅଧିକ ଫଳ ମିଳି ପାରିବ । ଜଳସେଚନର ଅଭାବ ହେଲେ ନଡିଆ ଫଳିବା କମିଯିବ । ଖରାଦିନେ ଜଳର ଅଭାବରେ ଗୋଟମା ଠାରୁ ଆରମ୍ଭ କରି୬/୭ ମାସର ନଡିଆ ପର୍ଯ୍ୟନ୍ତ ଖସି ପଡେ ।

    ନଡିଆ ଗଛ ପ୍ରଚୁର ପରିମାଣରେ ଜଳ ଦରକାର କରିଥାଏ । ଗଛର ମୂଳଠାରୁ ୨ମିଟର ଦୂରତାରେ ୧୦ ରୁ ୧୨ ସେ.ମି  ଗଭୀରର ମନ୍ଦାକରି ପାଣିଦେବା ଦରକାର । ଗୋଟିଏ ଗଛ (ଚାରିବର୍ଷରୁ ଅଧିକ) ମାଟିର କିସମ ଅନୁଯାୟୀ ବିଭିନ୍ନ ପରିମାଣର ଜଳ ଆବଶ୍ୟକ କରିଥାଏ । ତାହାର ବିବରଣୀ ନିମ୍ନରେ ଦିଆଗଲା । ଚାରା ରୋପଣର ପ୍ରଥମ ୩ବର୍ଷ ପର୍ଯ୍ୟନ୍ତ ନିମ୍ନରେ ଦର୍ଶା ଯାଇଥିବା ଜଳ ପରିମାଣର ଅଧାଭାଗ ଦିଆଯିବା ଉଚିତ । (ଲିଟରରେ)

    ଥରକୁ ଗଛପ୍ରତି                   ବାଲିଆ                ବାଲିଆ                ଦୋରସା                          କାଦୁଆ

    ଜଳର ପରିମାଣ                                         ଦୋରସା                                                  ଚିକିଟା                          କ) ଶିତ ଦିନେ                       ୧୦୦                 ୧୫୦                 ୨୦୦                             ୩୦୦

    (ନଭେମ୍ବର-ଫେବୃୟାରୀ)

    ଖ) ଖରାଦିନେ (ମାର୍ଚ୍ଚ-ଜୁନ)     ୨୦୦                 ୩୦୦                 ୪୦୦                             ୫୦୦                          ଗ) ଦିନ ବ୍ୟବଧାନରେ             ୩ଦିନ                 ୭ଦିନ                 ୧୦ଦିନ                           ୧୫ଦିନ

    ତେଣୁ ଦେଖିବେ ଜଳ ଯେପରି ଗଛ ମୂଳରୁ ୧.୫ ମିଟର ତଳେ ରହେ ଓ ବର୍ଷା ଦିନେ ଜଳ ଯେପରି ସୁରୁଖୁରୁରେ ବଗିଚାରୁ ନିଷ୍କାସିତ ହୋଇଯାଏ । ଦରକାର ପଡିଲେ ବଗିଚାରେ ଗଭୀର ନାଳି ଜଳ ନିଷ୍କାସନ କରିବେ ।

    ଆଦ୍ରତା ସଂରକ୍ଷଣ :-

    ନଡିଆ ଗଛ ମୂଳଠାରୁ ୨ମିଟର ଦୂରରେ ଗଛପ୍ରତି ୫୦ କିଲୋଗ୍ରାମ ହିସାବରେ କତା ଗୁଣ୍ଡ ବା ନଡିଆ କତାକୁ ତଳମୁହାଁ କରି ପୋତି ମାଟିର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇ ପାରେ । ଥରେ କତା ପୋତିଲେ ତାହା ୫ରୁ ୬ବର୍ଷ ପର୍ଯ୍ୟନ୍ତ ରହିଥାଏ ।

    ବୁନ୍ଦା ଜଳସେଚନ :-

    ସାଧାରଣ ଜଳସେଚନ ପ୍ରଣାଳୀରେ ନଡିଆ ଗଛ ବହୁତ ଜଳ ଦରକାର କରିଥାଏ । ଏହାଛଡା ମଜୁରୀ,ସମୟ ଓ ବିଦ୍ୟୁତ ଅଥବା ଡିଜେଲ ପ୍ରଭୃତି ଯୋଗୁଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ । ବୁନ୍ଦା ଜଳସେଚନରେ ଯଦିଓ ପ୍ରାଥମିକ ଖର୍ଚ୍ଚ ବେଶି ହୋଇଥାଏ ତଥାପି ଅଳ୍ପ ପାଣିମିଳୁଥିବା ସ୍ଥାନମାନଙ୍କରେ ନଡିଆ ଗଛକୁ ଠିକ ଭାବେ ପାଣି ଯୋଗାଇବା ସଙ୍ଗେ ସଙ୍ଗେ ଗଛ ଭଲ ବଢେ ଓ ଅମଳ କ୍ଷମତା ବଢାଇଥାଏ । ବୁନ୍ଦା ଜଳସେଚନ କରିବା ପାଇଁ ପ୍ରାଥମିକ ଖର୍ଚ୍ଚ ବେଶି ଲାଗୁଥିବାରୁ ଏଥିପାଇଁ ଚାଷିଙ୍କୁ ସମୁଦାୟ ଖର୍ଚ୍ଚ ବେଶି ଲାଗୁଥିବାରୁ ଏଥିପାଇଁ ଚାଷିକୁ ସମୁଦାୟ ଖର୍ଚ୍ଚର ଶତକଡା ୨୫ଭାଗ ଓ କେ.ବି.କେ ଜିଲ୍ଲା ପାଇଁ ସରକାରୀ ରିହାତି ମିଳିବାର ସୁବିଧା କରାଯାଇଛି ।

    ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ପାଣି ଜମିରହୁଥିବା ବଗିଚା ମାନଙ୍କରେ ଜଳ ନିଷ୍କାସନ ଏକ ପ୍ରଧାନ ସମସ୍ୟା । ନଡିଆ ଗଛର ଚେର ଗୁଡିକ ବଢିବା ପାଇଁ ମୃତ୍ତିକା ସଂଲଗ୍ନ ବାୟୁର ଆବଶ୍ୟକତା ରହିଥାଏ । ଯଦି ନଡିଆ ବଗିଚା କ୍ରମାଗତ ଭାବେ ୭ ଦିନରୁ ବେଶୀ ସନ୍ତସନ୍ତିଆ ରହେ ତେବେ ଚେରଗୁଡିକ ସଢି ଯିବାର ଯଥେଷ୍ଟ ସମ୍ଭାବନା ଥାଏ ଓ ଗଛ ମାଟିରୁ ଉପଯୁକ୍ତ ଖାଦ୍ୟ ସଂଗ୍ରହ କରି ନ ପାରିବା ହେତୁ ଫଳ କମ ଧରେ । ସେଥିପାଇଁ ପାଣି ଜମିରହୁଥିବା ନଡିଆ ବଗିଚାରୁ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରିବା ଅତ୍ୟନ୍ତ ଜରୁରୀ ।ଏପରି ସ୍ଥଳେ ନଡିଆ ବଗିଚାର ଚାରିପଟେ ୨ଫୁଟ ଓସାର ଓ ୪ଫୁଟରୁ ବେଶୀ ଗଭୀରର ନାଳ ଖୋଳିଦେଲେ ଗଛ ମୂଳରେ ଜମି ରହିଥିବା ପାଣି ନିଷ୍କାସନ ହୋଇଯାଏ । କିମ୍ବା ଗଛ ମୂଳକୁ ପ୍ରତି ୫ବର୍ଷରେ କିଛି କିଛି ମାଟି ପିନ୍ଧାଇ ଉଚ୍ଚା କରିଦିଆଯାଏ ।

    ଅନ୍ତଃ କର୍ଷଣ :-

    ବଗିଚାରେ ମାଟି ହାଲୁକା ରହୁଥିବା ସଙ୍ଗେ ସଙ୍ଗେ ଘାସ ମାରିବା ପାଇଁ ଖରାଦିନେ ଦୁଇଓଡ ଓ ଶୀତଦିନେ ଦୁଇଓଡ ଚାଷ କରିବା ଦରକାର । ଅନ୍ୟ କୌଣସି ଅନ୍ତଃ ଫସଲ କରାଯାଇ ନଥିଲେ ସବୁଜସାର ଯଥା :- ଛଣି, ଧନିଚା, ସ୍ଵର୍ଣ୍ଣଝୁଡଙ୍ଗ, ବିରି, ମୁଗ ଇତ୍ୟାଦି ମଞ୍ଜି ବୁଣି ପତ୍ର ସବୁଜ ଥିବା ଅବସ୍ଥାରେ ହଳକରି ମାଟିରେ ମିଶାଇ ଦେବା ଉଚିତ । ଯଦି ଚାଷ କରାଯାଇ ପାରୁନି ତେବେ ପ୍ରତ୍ୟେକ ବର୍ଷ ଗଛ ମୂଳରୁ ୨ ମିଟର ଗୋଲେଇରେ ୧୫ ରୁ ୨୦ ସେମି ଗଭୀର ମାଟିକୁ ଖୁସାଇବା ନିତାନ୍ତ ଦରକାର ।

    ଅନ୍ତଃ ଫସଲ :-

    ନଡିଆ ଲଗାଇବାର ଅନ୍ତଃ ପକ୍ଷେ ୭/୮ ବର୍ଷ ପରେ ଯାଇ ଗଛ ଫଳନ୍ତି ଅବସ୍ଥାକୁ ଆସିଥାଏ । ତେଣୁ ପ୍ରଥମ ଅବସ୍ଥାରେ ଜମିକୁ ପଡିଆ ନରଖି ନଡିଆ ଗଛର ମଧ୍ୟରେ ଥିବା ଜାଗାରେ ନାନା ପ୍ରକାରର ଫସଲ ନିଆ ଯାଇପାରେ । ନଡିଆ ଗଛର ବୟସ ଅନୁପାତରେ ବଗିଚାରେ ଛାଇ ଓ ଖରା ପଡିବାର ପରିମାଣ ଭିନ୍ନ ହୁଏ । ଏହାକୁ ଦେଖି କେଉଁ ପ୍ରକାରର ଅନ୍ତଃ ଫସଲ କରିବ ତାହା ସ୍ଥିର କରିବା ଉଚିତ । ସାଧାରଣତଃ ପ୍ରଥମ ବର୍ଷଠାରୁ ସପ୍ତମ ବର୍ଷ ପର୍ଯ୍ୟନ୍ତ ନଡିଆ ଗଛର ପତ୍ର ସୂର୍ଯ୍ୟ କିରଣ ଅଟକାଇ ପାରେ ନାହିଁ । ଏଣୁ ଏହି ସମୟରେ ବଗିଚାରେ ବିଭିନ୍ନ ଜାତୀୟ ପନିପରିବା , କଦଳୀ, ଅମୃତଭଣ୍ଡା, ଖମ୍ବଆଳୁ, ସାରୁ, ହରଡ, ବରଗୁଡି, ବିରି, କୋଳଥ ଇତ୍ୟାଦି ଲଗାଯାଇପାରେ । ଅଷ୍ଟମ ବର୍ଷଠାରୁ ଛାଇରେ ହେଉଥିବା ଫସଲ ଯଥା :- ଅଦା,ହଳଦୀ,ପାଳୁଅ,ଗୋଲମରିଚ, ସପୁରୀ, କୋକୋ ଇତ୍ୟାଦି ଲଗାଯାଇପାରେ ।

    ବହୁତଳୀୟ ଫସଲ :-

    ନଡିଆ ବଗିଚାରେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ନିଜ ମଧ୍ୟରେ ମେଳଖାଉଥିବା ଫସଲକୁ ଏକ ସଙ୍ଗେ ଚାଷ କରାଯିବାକୁ ବହୁତଳୀୟ ଫସଲ ପ୍ରଣାଳୀ କୁହାଯାଏ । ଏହି ପ୍ରକାର ଫସଲ ସମ୍ମିଶ୍ରଣର ଉଦାହରଣ ହେଲା – (୧) ନଡିଆ+ଗୋଲମରିଚ (ନଡିଆ ଗଛରେ ଲଟେଇ ବଢିଥାଏ)+ଅମୃତଭଣ୍ଡା କିମ୍ବା କଦଳୀ+ସପୁରୀ ; (୨) ନଡିଆ+ଗୋଲମରିଚ+ଡାଳିମ୍ବ କିମ୍ବା ସପେଟା+ପନିପରିବା କିମ୍ବା ଡାଲି ବା ତୈଳବୀଜ ଫସଲ ।

    ମିଶ୍ରିତ ଚାଷ :-

    ନଡିଆ ବଗିଚା ମଧ୍ୟରେ ଗୋଖାଦ୍ୟ ଉପଯୋଗୀ ଘାସ (ଫଡର) ଚାଷ ଗୋରୁ ଓ ମଇଁଷି ପାଳନ ଏବଂ ଗୋ-ମହିଷାଦି ମଳ ମୂତ୍ରକୁ ବଗିଚାରେ ଖତ ଆକାରରେ ପୁନଃ ପ୍ରୟୋଗ କରା ଯିବାକୁ ମିଶ୍ରିତ ଚାଷ ପ୍ରଣାଳୀ କୁହାଯାଏ ।

    ନଡିଆରେ ଲାଗୁଥିବା ରୋଗ ଓ ପୋକ :-

    ନଡିଆରେ ଲାଗୁଥିବା ରୋଗ ମଧ୍ୟରେ କନ୍ଦସଢା , ଫଳ ପାଚିବା ଓ ଫଳ ପଡିବା, ଗଣ୍ଡି ଓ ଚେର ସଢାରୋଗ , ବାହୁଙ୍ଗା ପାଚିବା ରୋଗ ଓ କାଣ୍ଡସ୍ରାବ ପ୍ରଧାନ । ସେହିପରି ପୋକ ଭିତରେ ଗଣ୍ଡା ପୋକ, ତାଳଘୂଣି ପୋକ, କଳାମୁଣ୍ଡିଆ,ସଂବାଳୁଆ, ନଡିଆ ଅସରପା ଓ ମୂଷା ପ୍ରଧାନ । ସେମାନଙ୍କର ପ୍ରତିକାର ବିଷୟରେ ତଳେ ଦିଆଗଲା ।

    ନଡିଆର ବିଭିନ୍ନ ରୋଗ ଓ ତାର ପ୍ରତିକାର :-

    ୧) କନ୍ଦସଢା :-

    ଏହି ନଡିଆଗଛର ଏକ ସାଂଘାତିକ ରୋଗ । ପ୍ରଥମେ ମଞ୍ଜି ବାହୁଙ୍ଗାର ତଳ ବାହୁଙ୍ଗାରେ ଏ ରୋଗର ଲକ୍ଷଣ ଦେଖାଯାଏ । ବାହୁଙ୍ଗା ତେଜହୀନ ଦେଖାଯାଏ ଓ ବଢେନି । ପ୍ରଥମେ ବାହୁଙ୍ଗା ଧୂସର ରଙ୍ଗ ହୋଇ ବାଦାମି ହୁଏ । ତା’ପରେ ବାହୁଙ୍ଗା ଭାଙ୍ଗିବା ଅବସ୍ଥାକୁ ଆସେ । କୋମଳ ବାହୁଙ୍ଗାର ମୂଳ ଓ କନ୍ଦାରେ ଅଗ୍ରଭାଗ ସଢି ତହିଁରୁ ପଚା ଖଣ୍ଡମାନ ବାହାରେ । ଏହା ଦୁର୍ଗନ୍ଧ ହୁଏ । ପରେ ବାହୁଙ୍ଗା ସବୁ ହଳଦିଆ ପଡି ଅଗ୍ରମୁକୁଳ ପୁରା ସଢି ନଷ୍ଟ ହୋଇଯାଏ ଓ ଗଛ ମରିଯାଏ । ଏହି ରୋଗ Phytophthora Palmivora ନାମକ ଏକ ଫଙ୍ଗସ ଦ୍ଵାରା ହୁଏ । ବର୍ଷା ଦିନେ ଏହି ରୋଗ ବେଶି ବ୍ୟାପେ ।

    ଗଛରେ ଏ ରୋଗ ଦେଖିବା ମାତ୍ରେ ମଞ୍ଜ ବାହୁଙ୍ଗାର ମୂଳ ଏବଂ ଏହାର ପାଖାପାଖି ବାହୁଙ୍ଗାର ମୂଳମାନଙ୍କୁ ଭଲଭାବରେ ସଫା କରି ସେଥିରେ ବୋର୍ଡୋପେଷ୍ଟ ଭଲ ଭାବରେ ଲଗାଇଦେବ । ତା’ପରେ ଗଛରେ ବୋର୍ଡୋମିକଶ୍ଚର ବା କ୍ଲାଇଟକସ -୫୦ ଔଷଧ ସିଞ୍ଚିବେ । ନଡିଆ ବଗିଚାରେ ଗୁଆ ଗଛ ଲାଗିଥିଲେ ଏ ରୋଗ ବେଶି ହୁଏ । ତେଣୁ ଯେଉଁ ଅଞ୍ଚଳରେ କନ୍ଦାସଢା ରୋଗ ବେଶି ହୁଏ ସେ ଜାଗା ମାନଙ୍କରେ ନଡିଆ ଓ ଗୁଆ ଏକାଠି ଚାଷ କରିବେ ନାହିଁ ।

    ୨) ଫଳ ପାଚିବା ଓ ଫଳ ପଡିବା ରୋଗ :-

    ଏହି ରୋଗରେ ଆକ୍ରାନ୍ତ ଗଛରୁ ଦରପାକଳ ଓ ପାକଳ ନଡିଆ ବହୁ ପରିମାଣରେ ଝଡି ପଡେ । ଆକ୍ରାନ୍ତ ନଡିଆର ମୁଣ୍ଡ ପାଖରେ ରୋଗ ଆକ୍ରମଣ କରି ଜାଗାଟି ପାଚିଜାଏ ଓ ପଚା ଜାଗାରେ ଫିମ୍ପି ମାରି ଗୋଟିଏ ଧଳା ସ୍ତର ପଡିଯାଏ । ଏହି ରୋଗ Phytophthora Palmivora ନାମକ ଏକ ଫଙ୍ଗସ ଦ୍ଵାରା ହୋଇଥାଏ । ଫଳ କାନ୍ଦିକୁ ଶତକଡା ୧ଭାଗ ବୋର୍ଡ ମିଶ୍ରଣ ସିଞ୍ଚିବା ଦ୍ଵାରା ଏହି ରୋଗକୁ ଆୟତ କରାଯାଇପାରେ ।

    ୩) ଗଣ୍ଡି ଓ ଚେର ସଢା ରୋଗ :-

    ପୁରୁଣା ବାହୁଙ୍ଗା ସବୁ ଶୁଖି ଯାଇ ତଳେ ପଡିଯିବା ପୂର୍ବରୁ ଗଣ୍ଡି ଚାରିପଟେ ଓହଳି ଥିବାର ଦେଖାଯାଏ । ନୂଆ ବାହୁଙ୍ଗା ସବୁ ଛୋଟ ଛୋଟ ହୋଇଯାଏ ଓ ହଳଦିଆ ଦେଖାଯାଏ । ଗଛ ମୂଳ ଗଣ୍ଡିର ଚାରିପାଖରେ ଜାଗା ଜାଗାକେ ଅଠାଳିଆ ରସ ବାହାରେ । ଏ ରୋଗ ଯେପରି ଅନ୍ୟ ଗଛକୁ ସଂକ୍ରମିତ ନହୁଏ ସେଥିପ୍ରତି ଦ୍ରୁଷ୍ଟି ଦେବ । ଗଛର ଚାରିପାଖେ ଫାଟକୁ ଗନ୍ଧକ ଚୂର୍ଣ୍ଣଦ୍ଵାରା ବିଶୋଧନ କରିବ ।

    ୪)ବାହୁଙ୍ଗା ପାଚିବା ରୋଗ :-

    ଏ ରୋଗ ହେଲେ କଅଁଳିଆ ବାହୁଙ୍ଗା ପତ୍ରର ଅଗ୍ରଭାଗ କଳାପଡି ମୋଚି ମୋଚି ହୋଇଯାଏ । କଅଁଳିଆ ପତ୍ରର ଟିକିଏ ନାଲି ଓ ପିଙ୍ଗଳ ବର୍ଣ୍ଣ ମିଶା କ୍ଷତ ସ୍ଥାନ ଦେଖାଯାଏ । ଶତକଡା ୧ଭାଗ ବୋର୍ଡ ମିଶ୍ରଣ ସିଞ୍ଚିଲେ ଏ ରୋଗକୁ ଆୟତ କରାଯାଇ ପାରେ ।

    ୫) କାଣ୍ଡ ସ୍ରାବ :-

    ଏ ରୋଗରେ ନଡିଆ ଗଛର ଗଣ୍ଡି ଫାଟି ସେଥିରେ ଗାଢ ନାଲିଆସିଆ ବାଦାମି ରଙ୍ଗର ରସ ବାହାରେ । ପରେ ଏହା ସୁଖୀ କଳା ପଡିଯାଏ । ରସ ବାହାରୁଥିବା ଜାଗା ମାନ ପାଚି ନଷ୍ଟ ହୋଇଯାଏ । ସାଧାରଣତଃ ଗଛର ମୂଳ ଅଂଶରେ ବେଶି ଫାଟ ହୋଇ ରସ ବାହାରେ । ବେଶି ପରିମାଣରେ ଆକ୍ରାନ୍ତ ହେଲେ କାଣ୍ଡର ଉପର ଅଂଶ ନଷ୍ଟ ହୋଇ ଗଛ ମରିଯାଏ । ସାଧାରଣତଃ ମାଟି ଦୋଷରୁ ଏ ରୋଗ ବେଶି ହୁଏ । ଯେଉଁଠାରେ ମାଟି ସନ୍ତସନ୍ତିଆ ରହେ, ମାଟିର ଅମ୍ଳତା ବେଶି ହୁଏ, ସେ ଜାଗାରେ ଏ ରୋଗ ବେଶି ହୁଏ । ଏ ରୋଗ ବ୍ୟାପିଲା ମାତ୍ରେ ଯେଉଁ ସ୍ଥାନରେ ଫାଟ ହୋଇ ରସ ବାହାରେ ସେ ସ୍ଥାନକୁ କାଟି ସଫା କରି ବୋର୍ଡପେଷ୍ଟ ଲଗାଇବ ।

    ୬) ଅଗ୍ରରୋଧ ରୋଗ :-

    ଲକ୍ଷଣ:- ପତ୍ର ଗୁଡିକ ମୋଡି ମୋଡି ହୋଇ ଛୋଟ ହୋଇଯାଏ । ପତ୍ର ଗୁଡିକର ଅଗ୍ରଭାଗ ବହୁତ କ୍ଷତି ହୋଇଥାଏ ଫଳରେ ପତ୍ର ଫିଟି ପାରେନି । ପତ୍ର ଚିପି ହେଲା ପରି ଦେଖାଯାଏ ।

    ନିରାକରଣ :- ଫ୍ରେବୃୟାରୀ –ମାର୍ଚ୍ଚ ଓ ସେପ୍ଟେମ୍ବର-ଅକ୍ଟୋବର ମାସରେ ଛଅମାସ ଅନ୍ତରରେ ଗଛପ୍ରତି ୫୦ଗ୍ରାମ ହିସାବରେ ବୋରକ୍ସ ପ୍ରୟୋଗ କରନ୍ତୁ ।

    ନଡିଆରେ ଲାଗୁଥିବା ବିଭିନ୍ନ ପୋକ ଓ ତା’ର ପ୍ରତିକାର :-

    ୧)ଗଣ୍ଡାପୋକ :-

    ଏ ପୋକ ଗଛର ଅଗ୍ରଭାଗରେ ରହେ । ବାହୁଙ୍ଗା ମୂଳ ସନ୍ଧିରେ ଗାତ କରି ପଶେ । ଗଛର ବାହାରୁ ଥିବା କଞ୍ଚାଳିଆ ବାହୁଙ୍ଗା ଗୁଡିକୁ କାଟି ପକାଏ । ତେଣୁ ପତ୍ର ଫିଟିଲା ବେଳକୁ ବିଞ୍ଚଣା ଆକାରରେ କଟା ହୋଇଥିବାର ଦେଖାଯାଏ । ଚଅଁର ମଧ୍ୟ ନଷ୍ଟ ହୋଇଯାଏ । ଶେଷରେ ଗଛ ମରିଯାଏ । ପୋକକୁ ହୁକ ସାହାଯ୍ୟରେ କାଢିଦେବେ । ପୋକ ରହୁଥିବା ଗାତକୁ ବାଲି ସହ କ୍ଳୋରୋପାଇରିଫାସ ଗୁଣ୍ଡ ବା ସେଭିନ  ମିଶାଇ ଭରିଦେବ । ବାହୁଙ୍ଗା ସନ୍ଧିରେ ମଧ୍ୟ କିଛି ଦେବ । ଗଛପ୍ରତି ହାରାହାରି ୫୦ଗ୍ରାମ କ୍ଳୋରୋପାଇରିଫାସ – ଗୁଣ୍ଡ ଓ ୫୦ଗ୍ରାମ ବାଲି ଯଥେଷ୍ଟ । ପାଖରେ ଥିବା ଖତଗଦା ଗୁଡିକରେ ୦.୧%କାର୍ବୋରିଲ ପ୍ରୟୋଗ କରିବା ଉଚିତ । ବଗିଚା ସଫା ରଖନ୍ତୁ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗଛର କନ୍ଦା ଓ ବରଡା ମୂଳରେ ୪୫ ଦିନ ବ୍ୟବଧାନରେ ୩ଟି କରି ନାପଥାଲିନ ଗୋଲି ରଖାଯାଇ ପାରେ ।

    ୨)ତାଲଘୁଣି ପୋକ :-

    ନଡିଆ ଗଛର ଏହା ଏକ ମାରାତ୍ମକ ଶତ୍ରୁ । ଏହା ସାଧାରଣତଃ ଛୋଟ ନଡିଆ ଗଛକୁ ବେଶି ଆକ୍ରମଣ କରେ, ୫ବର୍ଷରୁ ୨୦ବର୍ଷ ଭିତରେ । ଏହି ପୋକ ବାହୁଙ୍ଗା ସନ୍ଧିରେ ଅଣ୍ଡା ଦିଏ । ଅଣ୍ଡାରୁ ୫/୬ ଦିନରେ ଗ୍ରବ ବାହାରି ଗଣ୍ଡିରେ କଅଁଳିଆ ଅଂଶକୁ ଖାଏ । ଓ ଗଣ୍ଡି ଭିତରେ ପ୍ରବେଶ କରେ । ପୋକଲାଗିବାର ଅଳ୍ପ ଦିନ ପରେ ଗଛର ମଝି କାଣ୍ଡ ଶୁଖିଯାଏ । ଯେଉଁ ଗାତ ବାଟେ ପୋକ ଗଛ ଭିତରେ ପଶେ ସେ ବାଟେ ନାଲି ମିଶା ଗଛକୋରା ତନ୍ତୁମୟ ପଦାର୍ଥ ବାହାରେ । ଗଛର ଗଣ୍ଡି ପାଖରେ କାନେଇଲେ ସମୟ ସମୟରେ ପୋକର କୋରିବା ଶବ୍ଦ ଶୁଣାଯାଏ । ଗଛର ବାହୁଙ୍ଗା ମୂଳରୁ ସିଧା ଭାବରେ ଫାଟିଯାଏ ।

    ଗଛରେ ଗଣ୍ଡାପୋକ ଆକ୍ରମଣ ଯୋଗୁଁ ବା ଯେକୌଣସି କାରଣରୁ ସାମାନ୍ୟ କ୍ଷତ ଦେଇ, ଏହି ପୋକ ଗଣ୍ଡିରେ ପ୍ରବେଶ କରେ । ତେଣୁ କ୍ଷତ ଗୁଡିକ ବନ୍ଦ କରିଦେବା ଉଚିତ । ସଂକ୍ରମିତ ଗଛଗୁଡିକୁ କାହାଳି ସାହାଯ୍ୟରେ ୧% ଗାଡ କାର୍ବାରିଲ ବା ୧% ଇଣ୍ଡୋସଲଫାନ ଅନ୍ତଃକ୍ଷେପଣ କରାଯାଇପାରେ (ଇଣ୍ଡୋସଲଫାନ (୩୫ ଇସି) ୩ମିଲି-୧ଲିଟର ପାଣି ସହିତ =୦.୧%,୧ଲିଟର ପାଣି ସହିତ ୨୦ଗ୍ରାମ (୫୦ ଡବ୍ଲ୍ୟୁ.ପି) କାର୍ବାରିଲ = ୧%) । ଗଛରେ ଥିବା ଗର୍ତ୍ତ ଗୁଡିକର ଗୋଟିକରେ ଗୋଟିଏ କିମ୍ବା ଦୁଇଟି ସେଲଫସ ଫଷ୍ଟୋସ୍କିନ ବା ଫସଫ୍ୟୁମ ବଟିକା ରଖି ଗର୍ତ୍ତ ଗୁଡିକ ବନ୍ଦ କରି ଦିଅନ୍ତୁ ।  ଗଛରେ କ୍ଷତ କରନ୍ତୁ ନହିଁ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବରଡା ସନ୍ଧିରେ ଗୋଟିଏ ବା ଦୁଇଟି ନାପଥାଲିନ ଗୋଲି ରଖିଦିଅନ୍ତୁ । ମରି ଯାଇଥିବା ଗଛଗୁଡିକୁ କାଟି ପୋଡି ଦିଆଯିବା ଦରକାର ।

    ୩) କଳାମୁଣ୍ଡିଆ ଶଁବାଳୁଆ :-

    ଏହି ପୋକ ଉପକୂଳବର୍ତ୍ତୀ ନଡିଆ ବଗିଚା ମାନଙ୍କରେ ବିଶେଷ ଦେଖାଯାଏ । ଏହି ପୋକ ବାହୁଙ୍ଗାରେ ଥିବା ପତ୍ରର ତଳ ପଟେ ରହି ଗଛର ସବୁଜ ଅଂଶକୁ ଖାଇଦିଏ । ଫଳରେ ଗଛର ପତ୍ର ପୋଡିଗଲା ପରି ଦିଶେ । ଅତି ମାତ୍ରାରେଆକ୍ରାନ୍ତ ଗଛର ପତ୍ର ଝଡିପଡେ ଓ କେବଳ ଖଡିକା ରହେ । ଏହି ପୋକର ମୁଣ୍ଡ କଳା ଓ ଦେହର ରଙ୍ଗ ଈଷତ ନାଲି । ଏହି ପୋକକୁ ଆୟତ କରିବା ପାଇଁ ଏହାକୁ ନଷ୍ଟ କରୁଥିବା କେତେକ ପରାଙ୍ଗଭୋଜୀ କୀଟକୁ ବ୍ୟବହାର କରାଯାଏ । ଏହି ପରାଙ୍ଗଭୋଜୀ କୀଟମାନଙ୍କ ମଧ୍ୟରେ Bracon brevicornis ଅନ୍ୟତମ ।

    ନଡିଆ ଗଛ ଛୋଟ ଅବସ୍ଥାରେ ଥିଲେ ଔଷଧ ପକାଇ ଏ ପୋକକୁ ଆୟତ କରାଯାଇ ପାରେ । କ୍ଳୋରୋପାଇରିଫସ ବା ୦.୦୫ ଭାଗ ମାଲାଥିଆନ ପାଣିରେ ଗୋଳାଇ ଗଛର ତଳ ଉପର ଭାଗରେ ଭଲ ଭାବରେ ଛିଞ୍ଚିଲେ ପୋକ ମରିଯାଏ । ଏହାଛଡା ଚେର ମାଧ୍ୟମରେ ମନୋକ୍ରୋଟଫସ ପରଯୋଗ କାଲେ ଏହି ପୋକକୁ ଭଲଭାବେ ଦମନ କରାଯାଇ ପାରେ । କ୍ଳୋରୋପାଇରିଫସ ପୋକ ଲାଗୁ ନଲାଗୁ ବର୍ଷକୁ ୪ଥର ମାର୍ଚ୍ଚ,ଜୁନ ,ସେପଟେମ୍ବର ଓ ଡିସେମ୍ବର ମାସରେ ଔଷଧ ଭଲ ଭାବରେ ପକାଇଲେ ଏ ପୋକ ଲାଗେନି ।

    ୪)ନଡିଆ ଅସରପା :-

    ଏହା ଗଛର ଚେର କାଟି ଦେଉଥିବାରୁ ଗଛ ହଳଦିଆ ପଡିଯାଏ ଓ ଫଳ ଝଡିପଡେ । ନଡିଆ ଅସରପା ମରିବା ପାଇଁ ହେକ୍ଟର ପିଛା ୫୦ କେଜି କ୍ଳୋରୋପାଇରିଫାସ ଗୁଣ୍ଡ ମାଟିରେ ମିଶାଇ ହଳ କରିବ ।

    ୫) ମୂଷା :-

    ଗଛରେ ଥିବା କଞ୍ଚାଳିଆ ନଡିଆକୁ କାଟି କଣା କରିଦିଏ । ଫଳରେ ଗଛ ମୂଳରେ ପଇଡ କଣା ହୋଇ ଗଦା ହୋଇଯାଏ । ଗଛର ଗଣ୍ଡିରେ ଟିଣ ଗୋଳେଇ କରି କାଟିଦେଲେ ମୂଷା ଉପରକୁ ଚଢି ପାରେନି । ବଗିଚାରୁ ମୂଷା ବଂଶ ନିପାତ କରିବାକୁ ସେଲଫସ ଟାବଲେଟ, ମୁସମୁସ, ଜିଙ୍କ ଫସଫେଟ ଇତ୍ୟାଦି ବ୍ୟବହାର କରିପାରନ୍ତି ।

    ୬) ଏରିଓଫିଡ଼୍ ମାଇଟ୍

    ଏହି ନଡିଆ ମାଈଟ୍ ଅତ୍ୟନ୍ତ କ୍ଷୁଦ୍ର ଓ ଖାଲି ଆଖିରେ ଦେଖାଯାଏ ନାହିଁ । ଅଣୁବିକ୍ଷଣ ଯନ୍ତ୍ରରେ ଦେଖିଲେ ଏଗୁଡିକ କ୍ରିମ ରଙ୍ଗର ସରୁ କୃମି ପରି ଦେଖାଯାଆନ୍ତି । ଏରିଓଫିଡ଼େ ପରିବାର ଅନ୍ତର୍ଭୁକ୍ତ ଏହି ମାଇଟ ନଡିଆର ପ୍ରଭୃତ କ୍ଷତି ଘଟାଇଥାଏ ଏବଂ ଏହା ଯୋଗୁ ନଡିଆ ଶସର ଓଜନ କମିବା ସଙ୍ଗେ ସଙ୍ଗେ କତାର ପରିମାଣ ମଧ୍ୟ ହ୍ରାସ ପାଏ ଓ ଅମଳ କମିଯାଏ ।

    ଉତ୍ପତ୍ତି ଓ ବିସ୍ତାର

    ପ୍ରଥମେ ମେକ୍ସିକୋର ଗୁଏରେରୋନିସ ରାଜ୍ୟରେ ୧୯୬୫ ମସିହାରେ ନଡିଆରେ ଲାଗୁଥିବା ଏହି ମାଇଟକୁ ଚିହ୍ନଟ କରାଗଲା । ଏହା ପରେ ପରେ ଦକ୍ଷିଣମଧ୍ୟ ଆମେରିକା , କାରାବିଆନ୍ ଦ୍ଵୀପପୁଞ୍ଜ, ଆଫ୍ରିକା, ସୋଲୋମନ୍ ଦ୍ଵୀପପୁଞ୍ଜ , ମରିସସ୍, ସେଚେଲସ୍, ଥାଇଲାଣ୍ଡ, ଇଣ୍ଡୋନେସିଆ, ବୃନେଇ ଓ ଫିଲିପାଇନ୍ସ ଇତ୍ୟାଦି ଦେଶରେ ଏହି ଅନିଷ୍ଟକାରୀ ଜୀବର ଆକ୍ରମଣ ପରିଲକ୍ଷିତ ହେଲା । ଭାରତରେ ପ୍ରଥମେ କେରଳର ଏରନାକୁଲମ  ଜିଲ୍ଲାରେ ୧୯୯୮ ମସିହାରେ ଏହି ଜୀବର ଆବିର୍ଭାବ ଚିହ୍ନଟ ହେଲା । ପରବର୍ତ୍ତୀ ସମୟରେ ମାଇଟ୍ର ଆକ୍ରମଣ ତାମିଲନାଡୁର କୋଇମ୍ବାଟୁର ଓ ଥେନୀ ଜିଲ୍ଲା, କର୍ଣ୍ଣାଟକର ବାଙ୍ଗାଲୋର ଜିଲ୍ଲା, ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲା ଓ ଲାକ୍ଷାଦ୍ଵୀପରେ ବହୁଳ ଭାବରେ ଲକ୍ଷ୍ୟ କରାଗଲା । ଏହି ଅନିଷ୍ଟକାରୀ ଜୀବ ଓଡିଶାରେ ମଧ୍ୟ ପରିଲକ୍ଷିତ ହେଲା । ଅଳ୍ପ ସମୟ ମଧ୍ୟରେ ଏହି ଅନିଷ୍ଟକାରୀ ଜୀବ ସମଗ୍ର ଭାରତୀୟ ଉପଦ୍ଵୀପରେ ବ୍ୟାପିଗଲା ।

    ନଡିଆ ଗଛରେ ମାଇଟ୍ କ୍ରିମ ରଙ୍ଗର ଏକ ଲମ୍ବା ଓ ସ୍ତମ୍ଭାକୃତି ଅଣୁଜୀବ ଅଟେ । ଏହାର ଗୋଟିଏ ଅଗ୍ର ଶିରୋବକ୍ଷ, ସରୁ ଓ ଲମ୍ବ ଉଦର, ଦୁଇହଳ ଗୋଡ ଓ ଛୁଞ୍ଚି ଭଳି ପାଟିର ଅଂଶ ବିଶେଷ ରହିଛି । ଏହି ମାଇଟକୁ କେବଳ ଶକ୍ତିଶାଳୀ ଯବକାଚ ବା ଅଣୁବିକ୍ଷଣ ଜନ୍ତ୍ର ସାହାଯ୍ୟରେ ଦେଖିହୁଏ । ଖାଲି ଆଖିରେ ଦେଖିଲେ ମାଇଟ୍ ଗୁଡିକ ଧଳା ପାଉଡର ଚିଞ୍ଚା ହେଲାଭଳି ଦେଖାଯାନ୍ତି । ଉପଯୁକ୍ତ ଜଳବାୟୁ ପାଇଲେ ଏହି ମାଇଟ୍ ଗୁଡିକ ଖୁବ୍ ଶୀଘ୍ର ନିକଟସ୍ଥ ନଡିଆ ଗଛକୁ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପି ପାରନ୍ତି । ଯଦିଓ ପରିବହନ ସମୟରେ ଅଧିକାଂଶ ମାଇଟ୍ ମରିଯାଆନ୍ତି , ତଥାପି ଯେଉଁ ଅଳ୍ପ କେତୋଟି ମାଇଟ୍ ପରାଗ ସଙ୍ଗମ ପରେ କଷି ନଡିଆରେ ପ୍ରବେଶ କରିଥାନ୍ତି , ସେମାନେ ନଡିଆ ବଗିଚାର କ୍ଷ୍ୟତିସାଧକ କରିଚାଲନ୍ତି । ନଡିଆ ସ୍ତବକକୁ ଆସୁଥିବା ମହୁମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ମଧ୍ୟ ଏହି ମାଇଟ୍ ବ୍ୟାପିବାରେ ସହାୟକ ହୋଇଥାଆନ୍ତି ।

    ଲକ୍ଷଣ

    ମାଇଟ୍ ପ୍ରବେଶର ପ୍ରାୟ ମାସେ ପରେ ଆକ୍ରମଣର ଲକ୍ଷଣ ଜଣାପଡେ । ଏହି ଅବସ୍ଥାରେ ନଡିଆ ଗୋଟମାର ମୁଣ୍ଡି ଚାରିପାଖରେ ହଳଦିଆ ବଳୟ ଦେଖାଯାଏ । ମାଇଟ୍, ଗୋଟମାର ମୁଣ୍ଡି ଚାରିପାଖରେ ହଳଦିଆ ବଳୟ ଦେଖାଯାଏ । ମାଇଟ୍, ଗୋଟମାର ମୁଣ୍ଡିତଳେ ନିଜର ଆସ୍ଥାନ ଜମାଏ ଓ କଅଁଳ ତନ୍ତୁରୁ ରସ ଶୋଷି ଖାଏ । ମୁଣ୍ଡିଟି ବାହାର କରିଦେଲେ ଅନେକ ସମୟରେ ତା’ତଳେ ଗୋଲାପି ରଙ୍ଗର ପଟି ଦେଖାଯାଏ । କେତେଦିନ ପରେ ଏହି ହଳଦିଆ ରଙ୍ଗ ତ୍ରିକୋଣ ଆକାରରେ ପଇଡର ଅଗ୍ରଭାଗ ଆଡକୁ ମାଡିଯାଏ । ପରବର୍ତ୍ତୀ ଅବସ୍ଥାରେ ଏହି ହଳଦିଆ ରଙ୍ଗ,ବାଦାମୀ ରଙ୍ଗହୋଇ ଚୋପା ଉପରେ ଖଦଡିଆ ତନ୍ତୁ ସୃଷ୍ଟି କରାଏ ।  ପଇଡ ଖୋଳପାରେ ଫାଟ ଓ କଟାଦାଗ ସୃଷ୍ଟି ହୋଇ ଏଥିରୁ ଅଠା ଝରେ । ଯେତେବେଳେ ଆକ୍ରମଣ ଅଧିକ ହୁଏ , ଗୋଟମା ଓ କଷି ନଡିଆ ଗୁଡିକ ଶୁଖି ଝଡିପଡେ । ମାଇଟ ଗୁଡିକ କଷି ଗୋଟମାରୁ ରସ ଟାଣିନେବା ଦ୍ଵାରା ଗୋଟମା ଗୁଡିକ ବଢିପାରେନି , ଯାହା କି ନଡିଆର ଆକାର ଓ ଭିତର ଶସ ବୃଦ୍ଧିକୁ କମେଇ ଦିଏ । ନଡିଆ ଗୁଡିକ ବିକୃତ ଦେଖାଯାଏ । ଭିତର ଶସ ବୃଦ୍ଧି ହୁଏନି, ବେଳେବେଳେ ଶସ ଅଳ୍ପ ହୋଇ ନଡିଆ ଗୁଡିକ ଫମ୍ପା ହୁଏ । ନଡିଆର ଆକାର କମିବା ଦ୍ଵାରା ଶୁଷ୍କ ଶସ ଉତ୍ପାଦନ ଶତକଡା ୨୫ଭାଗ କମିଯାଏ । ନଡିଆର କତା ମଧ୍ୟ ଭଲ ଭାବରେ ହୁଏ ନାହିଁ , ଏହା ମୋଟା ଓ ଟାଣ ହୋଇଯାଏ । ତନ୍ତୁର ପରିମାଣ କମିଯାଏ ଯାହାଦ୍ୱାରା କି ନିମ୍ନମାନର ତନ୍ତୁ ମିଳିଥାଏ । ପାକଳ ହେଲା ପରେ କତା ଷଢେଇ ସହ ଜୋରରେ ଲାଗିରହେ ଏବଂ ସଂକୁଚିତ ହୋଇଯାଏ, ଯଦ୍ୱାରା କତା ଛଡାଇବା କଷ୍ଟକର ହୋଇଯାଏ ।

    ସମନ୍ଵିତ ଉପାୟରେ ଏରିଓଫିଡ୍ ମାଇଟ୍ ପରିଚାଳନା

    ଗବେଷଣା ଲବ୍ଧ ଜ୍ଞାନରୁ ଜଣାପଡେ ଯେ ନଡିଆ ବଗିଚାରେ ସମନ୍ଵିତ ଉପାୟ ଅବଲମ୍ବନ କରି ମାଇଟ୍ ପରିଚାଳନା କରାଯାଇ ପାରେ ।

    ୧) ନଡିଆ ଗଛର ଖାଦ୍ୟସ୍ଥିତିରେ ଉନ୍ନତି

    ନଡିଆ ବଗିଚାରେ ଯଥେଷ୍ଟ ପରିମାଣର ଜୈବିକ ଖତ ଓ ସନ୍ତୁଳିତ ପରିମାଣର ଅଜୈବିକ ସାର ପ୍ରୟୋଗ କରି ଖାଦ୍ୟସାର ଅବସ୍ଥାକୁ ବଢାଯାଇପାରିବ ।

    କ) ବର୍ଷକୁ ନଡିଆ ଗଛ ପ୍ରତି ୫୦କିଲୋ ଜୈବିକ ଖତ ୨୫ କିଲୋ ହିସାବରେ ଦୁଇଥର ପ୍ରୟୋଗ କରନ୍ତୁ ।

    ଖ) ବର୍ଷକୁ ନଡିଆ ଗଛ ପ୍ରତି ୧୦ କିଲୋ ନିମ୍ବପିଡିଆ ପାଞ୍ଚକିଲୋ ହିସାବରେ ଦୁଇଥରରେ ପ୍ରୟୋଗ କରନ୍ତୁ ।

    ଗ) ସବୁଜ ସାର ପାଇଁ ନଡିଆ ଗଛର ଚାରିପଟେ ଛଣି, ଧନିଚା କିମ୍ବା କୋଳଥ ବୁଣି ୪୫ ଦିନ ମଧ୍ୟରେ ମାଟିରେ ଚାଷ କରି ମିଶାଇ ଦିଅନ୍ତୁ ।

    ଘ) ଅନୁମୋଦିତ ମାତ୍ରାର ସାରକୁ ଦୁଇ ଥରରେ ପ୍ରୟୋଗ କରନ୍ତୁ ।

    ଙ) ଜିଙ୍କ, ବୋରନ, ମୋଲିବେଡନମ ଓ ତମ୍ବା ଇତ୍ୟାଦି ଅଣୁସାର ମିଶ୍ରଣରୁ ୨୦୦ଗ୍ରାମ ଗଛ ପ୍ରତି ପ୍ରୟୋଗ କରନ୍ତୁ ।

    ୨) ଉଦ୍ଭିଦଜାତ କୀଟନାଶକର ବ୍ୟବହାର

    କେବଳ ଉଦ୍ଭିଦଜାତ କୀଟନାଶକ ସିଞ୍ଚନ କିମ୍ବା ଚେର ସାହାଯ୍ୟରେ ପ୍ରୟୋଗ ପାଇଁ ଅନୁମୋଦିତ ହୋଇଅଛି । ମାଇଟ୍ ନିରାକରଣ ପାଇଁ ଉଦ୍ଭିଦଜାତ କୀଟନାଶକ ଦୀର୍ଘଦିନ ପାଇଁ ସହାୟକ ହୋଇପାରିବ ।

    କ) ସିଞ୍ଚନ ପାଇଁ ନିମ୍ନଲିଖିତ ଔଷଧ ବ୍ୟବହାର କରାଯାଇ ପାରିବ ।

    ଯଥା :- ଶତକଡା ୨ଭାଗ ନିମ୍ବ ତେଲ + ଶତକଡା ୨ଭାଗ ରସୁଣ ରସ + ସାବୁନ୍ର ମିଶ୍ରଣ

    କିମ୍ବା

    ଶତକଡା ୪ଭାଗ ନିମ୍ବତେଲ + ସାବୁନର ମିଶ୍ରଣ

    କିମ୍ବା

    ଶତକଡା ୪ଭାଗ କରଞ୍ଜ ତେଲ କିମ୍ବା ମହୁଲ ତେଲ ଓ ସାବୁନର ମିଶ୍ରଣ

    କିମ୍ବା ଶତକଡା ୪ଭାଗ ମାଛତେଲ + ଝୁଣା, ସାବୁନ

    କିମ୍ବା

    ଶତକଡା ୦.୦୦୪ ଭାଗ ଆଜାଡିରାକ୍ଟିନ୍  ଥିବା ନିମ୍ବ ମଞ୍ଜିରୁ ପ୍ରସ୍ତୁତ ଔଷଧ ।

    ମାଇଟ୍ ର ସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ଓ ଜଳବାୟୁର ଅବସ୍ଥା ତଥା ବର୍ଷାକୁ ଭିତ୍ତିକରି ଉପରୋକ୍ତ ଔଷଧରୁ ଯେ କୌଣସି ଗୋଟିଏ ବର୍ଷର ତିନୋଟି ଋତୁରେ ପ୍ରୟୋଗ କରିବା ଉଚିତ୍ ।

    ୧) ଡିସେମ୍ବର ଠାରୁ ଫେବୃୟାରୀ ମଧ୍ୟରେ

    ୨) ଏପ୍ରିଲ ଠାରୁ ଜୁନ ମଧ୍ୟରେ ଏବଂ

    ୩) ସେପ୍ଟେମ୍ବର ଠାରୁ ଅକ୍ଟୋବର ମଧ୍ୟରେ

    ରସୁଣ – ନିମ୍ବତେଲ ଦ୍ରବଣ ପ୍ରସ୍ତୁତ କରିବା ବିଧି (୧୦ ଲିଟର ) ଦରକାରୀ ଉପାଦାନ

    ନିମ୍ବତେଲ -୨୦୦ ମିଲି, ରସୁଣ-୨୦୦ ଗ୍ରାମ ଲୁଗାଧୁଆ ସାବୁନ – ୫୦ ଗ୍ରାମ

    ପଚାଶ ଗ୍ରାମ ଲୁଗାଧୁଆ ସାବୁନକୁ ୫୦୦ ମିଲି ନଖ ଉଷୁମ ପାଣିରେ ଦ୍ରବୀଭୂତ କରନ୍ତୁ (ସାବୁନକୁ ଖଣ୍ଡ ଖଣ୍ଡ କରି ନଖ ଉଷୁମ ପାଣିରେ ଭଲ ଭାବରେ ଗୋଳାନ୍ତୁ ) । ଦୁଇଶହ ମିଲି ନିମ ତେଲକୁ ସାବୁନ ଦ୍ରବଣରେ ଢାଳନ୍ତୁ ଏବଂ ଭଲଭାବରେ ମିଶାନ୍ତୁ ଯେପରି ଏକ ଉତ୍ତମ ଅବଦ୍ରବ ମିଳିବ । ଦୁଇଶହ ଗ୍ରାମ ଚୋପାଛଡା ରସୁଣ ନେଇ ଭଲଭାବରେ ବାଟି ଏକ ମଣ୍ଡ ପ୍ରସ୍ତୁତ କରି ତାକୁ ୩୦୦ ମିଲି ପାଣିରେ ମିଶାନ୍ତୁ । ଏହି ରସୁଣ ଦ୍ରବଣକୁ ନିମ୍ବତେଲ ଓ ସାବୁନ ଅବଦ୍ରବରେ ଭଲ ଭାବରେ ମିଶାଇବା ପୂର୍ବରୁ ପତଳା କନାରେ ଛାଣି ଖଦା ବାହାର କରିଦେବା ଉଚିତ୍ । ସିଞ୍ଚନ ପାଇଁ ଏହି ନିମ୍ବତେଲ ରସୁଣ ଦ୍ରବଣକୁ ନଅ ଲିଟର ପାଣିରେ ଭଲ ଭାବରେ ମିଶାଇ ପତଳା କରନ୍ତୁ ।

    ଖ) ଚେର ଦ୍ଵାରା ପ୍ରୟୋଗ

    ଇକୋନିମ ପ୍ଲସ ଔଷଧରୁ ୧୦ମିଲି କିମ୍ବା ନିମାଜଳ ଔଷଧରୁ ୭.୫ ମିଲି ନେଇ ସମପରିମାଣ ପାଣି ମିଶାଇ ଚେର ଦ୍ଵାରା ଗଛରେ ପ୍ରୟୋଗ କରିବା ଅନୁମୋଦିତ ହୋଇଅଛି ।

    ୩) ଜୈବ କୀଟନାଶକର ବ୍ୟବହାର

    ଗବେଷଣାରୁ ଜଣାଯାଇଛି ଯେ Hirsutella thompsonii ନାମକ ଏକ କବକ ଏରିଓଫିଡ୍ ମାଇଟକୁ ଆକ୍ରମଣ କରି ପ୍ରାକୃତିକ ଉପାୟରେ କମାଇଦିଏ । ମାଇଟ୍ କୁ ଆକ୍ରମଣ କରି ପ୍ରାକୃତିକ ଉପାୟରେ କମାଇଦିଏ । ମାଇଟ୍ କୁ ଦମନ କରିବା ପାଇଁ ମାଇଜୋହିଟ ନାମକ ହିରସୁଟେଲା ଥମ୍ପସୋନ ଆଧାରିତ ଏକ ଜୈବ ଔଷଧ ପ୍ରସ୍ତୁତ ହୋଇଛି ।

    କେବଳ ମାଇକୋହିଟ୍ ଔଷଧକୁ ମାଇଟର ନିରାକରଣ ପାଇଁ ବ୍ୟବହାର ନକରି ଏହାକୁ ଅନ୍ୟାନ୍ୟ ଉପକାରୀ ଜୀବମାନଙ୍କ ସହିତ ସମନ୍ଵିତ ପ୍ରଣାଳୀରେ ବ୍ୟବହାର କଲେ ଦୀର୍ଘସ୍ଥାୟୀ ଫଳ ମିଳିବ । ସେଚିତ ଗନ୍ଧକଗୁଣ୍ଡ ହିରସୁଟେଲା ଥମ୍ପସୋନିକୁ ପ୍ରତିରୋଧ କରୁଥିବାରୁ ଏହାକୁ ସମନ୍ଵିତ ପ୍ରଣାଳୀରେ ମାଇଟ୍ ଦମନ କାର୍ଯ୍ୟକ୍ରମରେ ବ୍ୟବହାର କରିବା ଅନୁଚିତ ।

    ନଡିଆ ବଗିଚାକୁ ପରିଷ୍କାର ପରିଚ୍ଛନ୍ନ ରଖିବା , ଯଥେଷ୍ଟ ପରିମାଣର ଜୈବିକ ଓ ରାସାୟନିକ ସାର ପ୍ରୟୋଗ ସହିତ ନିୟମିତ ଜଳସେଚନ କଲେ ମାଇଟ୍ ଆକ୍ରମଣର ଆଶଙ୍କା କମିଯାଏ ।

    ଅମଳ ଓ ଲାଭ

    ଉପଯୁକ୍ତ ଯତ୍ନ ନେଇ ଅନୁମୋଦିତ ବୈଜ୍ଞାନିକ ପ୍ରଣାଳୀରେ ନଡିଆ ଚାଷ କଲେ ଡେଙ୍ଗା ନଡିଆ ଗଛରୁ ହାରାହାରି ୮୦ ରୁ ୧୦୦ ନଡିଆ ଓ ଶଙ୍କର ଜାତୀୟ ଗଛରୁ ୧୦୦ ରୁ ୧୨୦ ପର୍ଯ୍ୟନ୍ତ ନଡିଆ ମିଳିବ ଏବଂ ଚାଷବାସ ଖର୍ଚ୍ଚଯାଇ ବର୍ଷକୁ ହେକ୍ଟର ପିଛା ଡେଙ୍ଗାରୁ ୩୫,୦୦୦ ଟଙ୍କା ଓ ଶଙ୍କର ଜାତୀୟ ନଡିଆ ଚାଷରୁ ୪୦,୦୦୦ ଟଙ୍କା ଲାଭ ମିଳିବ ।

    ନଡିଆ ଗଛ ‘କଳ୍ପବୃକ୍ଷ’ନାମରେ ପରିଚିତ । ନଡିଆରୁ ଆମେ ସୁମିଷ୍ଟ ପାନୀୟ ଓ ସୁଷମ ଖାଦ୍ୟ ପାଇଥାଉ । ନଡିଆ ଗଛର ଚେରଠାରୁ ଆରମ୍ଭ କରି ଗଛର ଅଗ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଆମ କାମରେ ଲାଗେ । ନଡିଆ ଗଛର ମୁଖ୍ୟ ଅବଦାନ ନଡିଆ ଯେଉଁଥିରୁ କି ଆମେ ନଡିଆ ସସ ତେଲ, ପିଡିଆ,ଏବଂ ନଡିଆ କତା ଓ ତହିଁରୁ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସାଜସରଂଜାମ ପ୍ରସ୍ତୁତ କରୁ । ନଡିଆ ଗଛର ଗଣ୍ଡିକୁ ଖୁଣ୍ଟ ରୂପରେ ଏବଂ ବାହୁଙ୍ଗାକୁ ଛପରରୂପରେ ବ୍ୟବହାର କରାଯାଏ । ନଡିଆ ଗଛର ରସରୁ ଗୁଡ,ଚିନି,ଖଣ୍ଡସାର ଓ ଭିନେଗାର ପ୍ରସ୍ତୁତ କରାଯାଏ । ଏବଂ ଏହାକୁ ମାଦକ ପାନୀୟ ରୂପେ ବ୍ୟବହାର କରାଯାଏ । ଶେଷରେ ନଡିଆର ସଢେଇ ଓ ଶୁଖିଲା ବାହୁଙ୍ଗାକୁ ଜାଳ ରୂପେ ବ୍ୟବହାର କରାଯାଏ । ନଡିଆ ଏକମାତ୍ର ଗଛ ଯେ କି ବନ୍ୟା,ମରୁଡି ଓ କେତେକାଂଶରେ ବାତ୍ୟା ସହିପାରେ । ନଡିଆରୁ କମ ପରିଶ୍ରମରେ ଯେତେ ଆୟମିଳେ ସାଧାରଣତଃ ଅନ୍ୟ ଫଳଚାଷରୁ ମିଲେନି । ଓଡିଶାର ଦୀର୍ଘ ୫୦୦କିଲୋମିଟର ବ୍ୟାପୀ ସାମୁଦ୍ରିକ ଜଳବାୟୁ ତଥା ଉର୍ବର ଦୋରସା ପଟୁମାଟି ନଡିଆ ଚାଷ ପାଇଁ ଉପଯୁକ୍ତ ।

    ଆମ ପ୍ରଦେଶରେ ୪୦ହଜାର ହେକ୍ଟର ଜମିରେ ନଡିଆ ଚାଷ କରାଯାଉଛି । ଏଥିରୁ ପ୍ରାୟ ୨୦କୋଟି ନଡିଆ ଉତ୍ପାଦିତ ହେଉଛି । ବଡ ଦୁଃଖର କଥାଯେ ଆମ ପ୍ରଦେଶରେ ଗଛପିଛା ମାତ୍ରା ୪୭ଟି ନଡିଆ ଫଳୁଥିବା ବେଳେ ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଗଛ ପିଛା ୭୫ଟି ଓ ପଶ୍ଚିମ ବଙ୍ଗରେ ୭୦ଟି ନଡିଆ ଅମଳ କରାଯାଇପାରୁଛି । ନଡିଆରୁ ଅଧିକ ଅମଳ ପାଇବାପାଇଁ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଉଚିତ । ଗଛଗୁଡିକୁ ଉପଯୁକ୍ତ ବ୍ୟବଧାନରେ ଲଗାଇବା ଦରକାର । ଅଧିକ ଅମଳକ୍ଷମ ନଡିଆ କିସମର ଚାରା ନିର୍ବାଚନ କରି ଲଗାଇବା ଆବଶ୍ୟକ । ସର୍ବୋପରି ଜଳସେଚନର ସୁବିଧା ଥାଇ ଉପଯୁକ୍ତ ମାଟି ଓ ସ୍ଥାନରେ ନଡିଆ ଚାଷ କରିବା ବିଧେୟ । କିନ୍ତୁ ଆମ ଓଡିଶାରେ ଲୋକମାନେ ନଡିଆର କିସମ ଓ ଚାରା ପ୍ରତି ବିଶେଷ ଗୁରୁତ୍ଵ ନଦେଇ ଖୁବ କମ ବ୍ୟବଧାନରେ ଗଚଗୁଡିକ ଲଗାଇ ଥାନ୍ତି ଓ ନିମ୍ନମାନର ଚାଷ ପ୍ରଣାଳୀ ଅବଲମ୍ବନ କରିଥାନ୍ତି । ଯାହା ଫଳରେ ଗଛ ପିଛା କମ ଅମଳ ମିଳୁଅଛି । ସାଧାରଣତଃ ବର୍ଷକୁ ଗଛପ୍ରତି ୮୦-୧୦୦ ଟି ନଡିଆ ଅମଳ ହେଉଥିଲେ ନଡିଆ ଚାଷ ଲାଭଜନକ ହୋଇଥାଏ । ପଡୋଶୀ ରାଜ୍ୟ ମାନଙ୍କ ତୁଳନାରେ ଓଡିଶାରେ ନଡିଆର ଅମଳକ୍ଷମତା ବଢାଇବା ପାଇଁ ଚାଷୀଭାଇମାନଙ୍କୁ ଅଧିକ ଉତ୍ସାହ ଓ ଉଦ୍ୟମର ସହିତ ନିମ୍ନୋକ୍ତ ଆଧୁନିକ ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ।

    ଜଳବାୟୁ :-

    ନଡିଆ ଏକ ଉଷ୍ମ ମଣ୍ଡଳୀୟ ଗଛ । ବିଷୁବ-ରେଖାର ୨୦ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ନଡିଆର ବହୁଳ ଚାଷ କରାଯାଏ । ସମୁଦ୍ର ପତ୍ତନ ଠାରୁ ୧୦୦୦ମିଟର ଉଚ୍ଚତା ପର୍ଯ୍ୟନ୍ତ ନଡିଆ ଚାଷ କରାଯାଇପାରେ । କିନ୍ତୁ ଏହା ବିଶେଷ ଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଲବଣାକ୍ତ ଆଦ୍ର ଜଳବାଯୁରେ ଖୁବ ଭଲ ବଢେ । ନଡିଆ ହାରାହାରି ୨୭ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପରେ ଭଲହୁଏ । ଆଦ୍ର ଜଳବାୟୁ,ବୃଷ୍ଟି ବହୁଳ ଏବଂ ନିୟମିତ ବର୍ଷା ହେଉଥିବା ଅଞ୍ଚଳରେ ଏହା ଖୁବ ଭଲ ବଢେ । ଯେଉଁ ଜାଗା ମାନଙ୍କରେ ୨/୩ ମାସ ବର୍ଷା ହେଲାପରେ ବର୍ଷର ଅନ୍ୟ ସମୟରେ ବର୍ଷା ହୁଏନି , ସେ ଜାଗାରେ ନଡିଆ ଚାଷ ଭଲ ହୁଏନି । ତେବେ ବାର୍ଷିକ ୧୫୦ ରୁ ୨୦୦ ସେ.ମି ବୃଷ୍ଟିପାତ ନଡିଆ ଚାଷ ପାଇଁ ଉପଯୁକ୍ତ ।

    ନଡିଆ ଗଛ ବର୍ଷକୁ ୨୦୦୦ ଘଣ୍ଟା ସୂର୍ଯ୍ୟାଲୋକ ଦରକାର କରେ । ଆବଶ୍ୟକ ପରିମାଣର ସୂର୍ଯ୍ୟକିରଣ ନପାଇଲେ ନଡିଆ ଗଛ ଡେଙ୍ଗା ହୋଇଯାଏ, ଡେରିରେ ଫଳେ ଓ କମ ଫଳେ ।

    ମୃତ୍ତିକା :-

    ନଡିଆ ଚାଷ ସବୁପ୍ରକାର ମାଟିରେ କରାଯାଇ ପାରେ । ତା’ର କାରଣ ନଡିଆର ଶତକଡା ୫୭ରୁ ୯୦ ଭାଗ ଚେର ଗଛମୁଳଠାରୁ ମାତ୍ର ୨ମିଟର ଦୂର ଓ ୧.୫ ମିଟର ଗଭୀର ମଧ୍ୟରେ ରୁହେ । ତେଣୁ ପ୍ରଥମରୁ ୨ମିଟର ବର୍ଗାକାର ଓ ୧.୫ ମିଟର ଗଭୀର ଗାତା ଖୋଳି ସେଥିରେ ଉତ୍କୃଷ୍ଟ ମୃତ୍ତିକା ସହିତ କିଛି ଖତ ମିଶାଇ ଭର୍ତ୍ତି କରିଦେଲେ ନଡିଆ ଗଛ ପାଇଁ ମାଟିର ଆବଶ୍ୟକତା ଗଛ ମାରିବା ପର୍ଯ୍ୟନ୍ତ ମେଣ୍ଟିଯାଏ । ତେବେ ମାଟିର ଜଳ ଧାରଣ ଶକ୍ତି ଥିବା ସଙ୍ଗେ ସଙ୍ଗେ ବଳକା ପାଣି ନିଷ୍କାସନ ପାଇଁ ଯଥେଷ୍ଟ ସୁବିଧା ଥିବା ଦରକାର ।

    ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପଟୁମାଟି ,ବାଲିଦୋରସା,ମଟାଳ ମାଟି ଓ କୃଷ୍ଣ ମୃତ୍ତିକା ନଡିଆ ଚାଷ ପାଇଁ ଉତ୍କୃଷ୍ଟ । ଓଡିଶାର ଅଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ଲାଲ ଦୋରସା,ଲାଲ ବାଲିଆ, ବାଲି ଦୋରସା, ମାଟିରେ ନଡିଆ ଚାଷ କରାଯାଇପାରେ । ପାହାଡିଆ ଅଞ୍ଚଳର ପଥୁରିଆ ମାଟିରେ ମଧ୍ୟ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ସଫଳତାର ସହ ମଧ୍ୟ ନଡିଆ ଚାଷ କରାଯାଇ ପାରେ । ସମୁଦ୍ର ଓ ହ୍ରଦ କୂଳରେ ଖାରୀ ଓ ଲୁଣିଆ ମାଟିର ପୁନରୁଦ୍ଧାର କରି ନଡିଆ ଚାଷ ମଧ୍ୟ କରାଯାଇପାରେ । ସାଧାରଣତଃ ମାଟିର ୫.୨ ରୁ ୮.୦ ପି.ଏଚ ପର୍ଯ୍ୟନ୍ତ ଜମିରେ ନଡିଆ ଚାଷ ଭଲ ହୁଏ ।

    କିସମ :-

    ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନଡିଆ ଦେଖିବାକୁ ମିଳେ । ସେ ସବୁ ଗଛର ଉଚ୍ଚତା ,ନଡିଆର ଆକାର ଓ ରଙ୍ଗକୁ ନେଇ ତା,ର ନାମ କରଣ ହୋଇଥାଏ । ଅନ୍ୟାନ୍ୟ ଫଳ ପରି ନଡିଆର ଗୁଣାତ୍ମକ ପ୍ରଭେଦ ବେଶୀ ଦେଖାଯାଏ ନାହିଁ । ଦେଶର ଜଳବାୟୁ ଓ ମୃତ୍ତିକା ଉପରେ ନିର୍ଭର କରି ନଡିଆର ପ୍ରକାର ଭେଦ ଦେଖାଯାଏ । ସାଧାରଣତଃ ଆମେ ଯେତେ ପ୍ରକାର ନଡିଆ କିସମ ଦେଖୁ ତାହା ସବୁ ସେ ଦେଶର ନାମ ଅନୁସାରେ ନାମ କରଣ ହୋଇଛି । ଯଥା :- ଜାଭା, ଫିଲିପାଇନସ,ଲାକ୍ଷାଦ୍ଵିପ,ଭାରତର ପଶ୍ଚିମ ଉପକୂଳ ଓ ପୂର୍ବ ଉପକୂଳ,ସିଂହଳ ଇତ୍ୟାଦି ।

    ନଡିଆ ଏକ ବର୍ଣ୍ଣସଙ୍କର ଗଛ । ତେଣୁ ପ୍ରତ୍ୟେକ ଅଞ୍ଚଳରୁ ଉତ୍ପନ୍ନ ହେଉଥିବା ନଡିଆରେ ସାଧାରଣତଃ ୩କିସମର ନଡିଆ ଦେଖାଯାଏ । ଯଥା :- ଡେଙ୍ଗା,ବାମନ ଓ ଶଙ୍କର ଜାତୀୟ ।

    ଡେଙ୍ଗା କିସମ :- ଡେଙ୍ଗା ଗଛ ଗୁଡିକ ଆମ ରାଜ୍ୟରେ ବହୁଳ ଭାବରେ ଚାଷ କରାଯାଉଅଛି । ଡେଙ୍ଗା ଗଛଟି ଲମ୍ବ ଓ ଦୃଢ ଭାବରେ ବଢିଥାଏ । ଏହାର ମୂଳ ମାଟି ଉପରେ ଫୁଲି ଯାଇ ପ୍ରାୟ ଏକମିଟର ଗୋଳେଇ ହାଣ୍ଡି ପରି ଦେଖାଯାଏ । ହାରାହାରି ୮୦ ରୁ ୯୦ ବର୍ଷ ପର୍ଯ୍ୟନ୍ତ ଏ ଗଛ ବଞ୍ଚେ । ଉଚ୍ଚତା ୧୮ମିଟରରୁ ଅଧିକା ହୁଏ । ଶିଖାରେ ୨୫ ରୁ ୪୦ଟି ପର୍ଯ୍ୟନ୍ତ ପତ୍ର ରହେ । ଏହା ବିଭିନ୍ନ ପ୍ରକାର ଜଳବାୟୁରେ ବଢେ ଓ ଦୁର୍ବିପାକ ସହିପାରେ । ନିପାଣିଆ ଜାଗାରେ ୭/୧୦ ବର୍ଷରେ ଫଳେ । ଏହାର ଶସ ,ତେଲ ଓ ତନ୍ତୁ ଉତ୍କୃଷ୍ଟ ଧରଣର ।

    ଡେଙ୍ଗା ନଡିଆ ଭିତରେ ପଶ୍ଚିମ ଉପକୂଳ,ପୂର୍ବ ଉପକୂଳ, ଲାକ୍ଷାଦ୍ଵିପ,କିସମ,ନ୍ୟୁଗୁଏନା,କୋଚିନ ଚାଇନା,ଜାଭା,ଶ୍ୟାମ ଓ ଆଣ୍ଡାମାନ ଇତ୍ୟାଦି ପ୍ରଧାନ ।

    ପଶ୍ଚିମ ଉପକୂଳ ବା ଯାହାକୁ କେରଳୀ ନଡିଆ କହନ୍ତି,ଏହା ଭାରତର ନଡିଆ ହେଉଥିବା ଯାଗାର ୯୦ ଭାଗରେ ଚାଷ କରାଯାଏ । ଏ ଜାତୀୟ ଗଛ ଡେଙ୍ଗା,ଦୃଢ ଓ ଅଧିକ ଦିନ ବଞ୍ଚେ ଓ ଏହାର ଫଳ,ଶସ,ତେଲ,ତନ୍ତୁ ସବୁ ଦିଗରୁ ଉତ୍କୃଷ୍ଟ । ହାରାହାରି ୮୦ଟିରୁ ଅଧିକା ନଡିଆ ଗଛ ପ୍ରତି ଫଳେ । ଗୋଟିଏ ନଡିଆରୁ ୧୪୨ଗ୍ରାମ ଶୁଖିଲା ଶସ ଓ ନଡିଆରୁ ୭୨ ଭାଗ ତେଲ ମିଳେ । ଏ ନଡିଆ ଆମ ରାଜ୍ୟରେ ଭଲ ହେଉଅଛି । ଏହାକୁ ଆମେ ପୂର୍ବ ଉପକୂଳ ନଡିଆ ବା ସାକ୍ଷୀଗୋପାଳ ଲୋକାଲ କହୁଛୁ ।

    ଲାକ୍ଷାଦ୍ଵୀପ କିସମ :-

    ଏ କିସମରେ ୩ପ୍ରକାରର ନଡିଆ ଦେଖାଯାଏ । ଯଥା :- ସାଧାରଣ,ଛୋଟ ଓ ଅତିଛୋଟ । ସାଧାରଣ ଗଛରୁ ୧୦୦ ଟି ଛୋଟରୁ ୧୨୪ ଟି ଓ ଅତି ଛୋଟରୁ ହାରାହାରି ୧୫୦ଟି ନଡିଆ ବର୍ଷକୁ ମିଳେ ।

    ନ୍ୟୁଗୁଏନା :- ଗୁଏନା ତଥା ଆଖପାଖ ଦ୍ଵୀପପୁଞ୍ଜିରେ ଏ ନଡିଆ ଦେଖାଯାଏ । ଏହାର ପଇଡପାଣି ଭାରି ମିଠା । ହାରାହାରି ୬୫ଟି ନଡିଆ ମିଳେ ।

    କୋଚିନ ଚାଇନା :- ଗଛ ବହୁତ ଶକ୍ତ,ମୋଟା ଓ ଦୃଢ । ହାରାହାରି ବର୍ଷକୁ ୮୬ଟି ନଡିଆ ହୋଇଥାଏ ।

    ଜାଭା :- ଜାଭା ଓ ତାହାର ଆଖପାଖ ଅଞ୍ଚଳରେ ଏ ନଡିଆ ଚାଷ ହୁଏ । ଏ ନଡିଆ ଆକାରରେ ବଡ । ବର୍ଷକୁ ହାରାହାରି ୯୫ଟି ନଡିଆ ଫଳେ ।

    ଶ୍ୟାମ :- ଏହାର ଗଣ୍ଡି ବେଶ ମୋଟା,ନଡିଆର ରଙ୍ଗ ସବୁଜ ଓ ଆକାରରେ ମଧ୍ୟ ବଡ । ବର୍ଷକୁ ହାରାହାରି ୫୦ ଟି ଫଳେ ।

    ଫିଲିପାଇନସ :- ଫିଲିପାଇନସ ଓ ତା’ର ଆଖପାଖ ଅଞ୍ଚଳରେ ୩କିସମର ନଡିଆ ଦେଖାଯାଏ । ସେଗୁଡିକ ହେଲା ଲାଗୁନ,ସାନରମନ ଓ ମାକାପୁନା । ନଡିଆର ସାଇଜ ବଡ ଓ ସାଧାରଣତଃ ୫/୬ ବର୍ଷରେ ନଡିଆ ଫଳେ ।

    ଆଣ୍ଡାମାନ :- ଆଣ୍ଡାମାନ ନଡିଆ ଆକାରରେ ବହୁତ ବଡ ଗଛ ପିଛା ହାରାହାରି ୫୦ଟି ନଡିଆ ଫଳେ । ଏ କିସମକୁ ପଇଡ ଆକାରରେ ବ୍ୟବହାର କଲେ ବହୁତ ଲାଭ ମିଳେ ।

    ବାମନ କିସମ –

    ବାମନ ନଡିଆ ଗଛରେ ଗଣ୍ଡି ଅପେକ୍ଷାକୃତ ଛୋଟ ଓ ଗଛ ଗଣ୍ଡିର ମୂଳ ଡେଙ୍ଗା ଗଛ ଭଳି ବେଶି ମୋଟା ହୋଇ ନଥାଏ । ଗଛଟି ଅତିବେଶିରେ ୬/୭ ମିଟର ଉଚ୍ଚ ହୁଏ । ୩/୪ ବର୍ଷରେ ଫଳ ଧରେ ଓ ଗଛ ଭଲ ଫଳ ଧରିଥାଏ । କିନ୍ତୁ ନଡିଆ ମୁଣ୍ଡା ଭାବରେ ଫଳେ । ଗଛଟି ଅଳ୍ପାୟୁ ଓ ସାଧାରଣତଃ ୩୫ ରୁ ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ଏହାର ଶସ,ତେଲ ଓ ତନ୍ତୁ ଅପେକ୍ଷାକୃତ ନିକୃଷ୍ଟ ଧରଣର । ବାମନ କିସମ ଭିତରେ ନିକୋବର ବା ଆଣ୍ଡାମାନ,ଚଉଘାଟ କମଳା ରଙ୍ଗର ଓ ଶାଗୁଆ ରଙ୍ଗର ବାମନ, ସିଂହଳ ଦେଶୀୟ ବାମନ , ମଲତିଭ ବାମନ ଓ ଗଙ୍ଗବଣ୍ଡମ ଇତ୍ୟାଦି ପ୍ରଧାନ । ଏମାନଙ୍କ ମଧ୍ୟରେ ମାଳତିଭ ବାମନ ଭଲ ଫଳେ  ଓ ଏହାର ଶସ ବହୁଳ ଉପଯୁକ୍ତ ଗୁଣ ବିଶିଷ୍ଟ ହୋଇଥାଏ । ଆମ ଓଡିଶାରେ ଚଉଘାଟ କମଳା ରଙ୍ଗର ବାମନ ଗଛ ଭଲ ହେଉଛି ଓ ସାଧାରଣତଃ ଏହାକୁ ଉନ୍ନତ କିସମର ଶଙ୍କର ଜାତୀୟ ନଡିଆ ବାହାର କରିବା ପାଇଁ ବ୍ୟବହାର କରାଯାଉଛି ।

    ଶଙ୍କରଜାତୀୟ :-

    ସାଧାରଣତଃ ସବୁପ୍ରକାର ନଡିଆ ଗଛ ଅଳ୍ପ ବହୁତ ଭାବରେ ଶଙ୍କର ଜାତୀୟ । କାରଣ ନଡିଆ ଗଛର ମା’ଫୁଲ ଫୁଟିଲା ବେଳକୁ ସେ ଗଛର ଅଧିକାଂଶ ଅଣ୍ଡିରା ଫୁଲ ଝଡି ସାରିଥାଏ । ତେଣୁ ଅନ୍ୟ ନଡିଆ ଗଛର ପରାଗ ରେଣୁ ସହାୟତାରେ ପରାଗ ସଙ୍ଗମ ହୋଇଥାଏ । ଶଙ୍କର ମାନେ ପରାଗ ସଙ୍ଗମରୁ ଯେଉଁ ଗଛ ମିଳେ । ସାଧାରଣତଃ ୨ଟି ଭଲ ନଡିଆ କିସମରୁ ଆମେ ଶଙ୍କର ଜାତୀୟ ନଡିଆ ଚାରା ଉତ୍ପାଦନ କରୁ । ସେଥିପାଇଁ ଡେଙ୍ଗା ସହ ଡେଙ୍ଗା,ଡେଙ୍ଗା ସହ ବାମନ ଓ ବାମନ ସହ ବାମନ ମିଶାଇ ଶଙ୍କର ନଡିଆ କିସମ ତିଆରି କରୁ । ଏ ୩ପ୍ରକାର ଭିତରୁ ଡେଙ୍ଗା ସହ ବାମନ ମିଶ୍ରଣ ଫଳରେ ଯେଉଁ ନଡିଆ ବାହାରେ ତାହା ସବୁଠୁ ଭଲ । କାରଣ ସେ ଗଛରୁ ଅଧିକ ଫଳ ପାଉଅଛୁ ଓ ଶୀଘ୍ର ଫଳ ପାଉଛୁ । ଚଉଘାଟ କମଳା ରଙ୍ଗର ବାମନ ସହ ଡେଙ୍ଗା ଗଛର ମିଶ୍ରଣରେ ଉତ୍କୃଷ୍ଟ ଶଙ୍କର ଜାତୀୟ ନଡିଆ ଗଛ ଉପଲବ୍ଧ ହେଉଛି ।

    ଓଡିଶା ପାଇଁ ନଡିଆର କିସମ :-

    ଓଡିଶାରେ ୧୯୯୫ ମସିହା ଠାରୁ ସାକ୍ଷୀଗୋପାଳ ଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପନ ହୋଇ ଆମ ଜଳବାଯୁରେ ଯେଉଁ କିସମର ନଡିଆ ଭଲ ହେବା ତାହାର ପରୀକ୍ଷା କରାଯାଉଛି । କେରଳ ରାଜ୍ୟର କେଶରଗଡ ଠାରେ ଥିବା କେନ୍ଦ୍ରୀୟ ନାରିକେଳ ଗବେଷଣା କେନ୍ଦ୍ରରୁ ୧୬ ପ୍ରକାରର ନଡିଆ କିସମ ଆଣି ସାକ୍ଷୀଗୋପାଳ ଠାରେ ପରୀକ୍ଷା କରାଯାଉଛି । ସେଗୁଡିକ ହେଲା :-ଜାଭା,ନ୍ୟୁଗୁଏନା,ପଶ୍ଚିମ ଉପକୂଳ, କୋଚିନ, ଚାଇନା,ଆଣ୍ଡାମାନ ସାଧାରଣ,ଫିଜି,ଫିଲିପାଇନସ ,ଶ୍ୟାମ,ଲାକ୍ଷାଦ୍ଵୀପ ଛୋଟ ଓ ଅତି ଛୋଟ,ଚଉଘାଟ କମଳା ବାମନ,ନାସୀ ବିହୀନ,ଷ୍ଟ୍ରିଟ ସେଟଲମେଣ୍ଟ , ଶଙ୍କର (T & D) ଓ ପୂର୍ବ ଉପକୂଳ ।

    ପରୀକ୍ଷା ନିରୀକ୍ଷା କରି ଦେଖା ଯାଇଛି ଯେ, ଜାଭା,ଲାକ୍ଷାଦ୍ଵୀପ ଓ ଫିଲିପାଇନସ ଜାତୀୟ ନଡିଆ ଆମ ଅଞ୍ଚଳରେ ଭଲ ହେଉଛି । ତେଣୁ ଓଡିଶାର ପୂର୍ବ ଉପକୂଳ ନଡିଆ କିସମ ସାଙ୍ଗରେ ଉପରୋକ୍ତ ନଡିଆ ମଧ୍ୟ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି ।

    ଓଡିଶାରେ ବିଭିନ୍ନ କିସମର ନଡିଆ ମିଳୁଥିବା ଭିତରେ ଧାନେଇ, ଘି ନଡିଆ, ଜାହାଜି, ବାଣ ନଡିଆ ଓ ସୂର୍ଯ୍ୟବାଣ ଇତ୍ୟାଦି ପ୍ରଧାନ । ଧାନେଇ ଆକାରରେ ଅତି ଛୋଟ ଓ ହାରାହାରି ୧୫୦ ରୁ ଅଧିକ ଫଳେ । ଘି ନଡିଆର ପଇଡ ପାଣି ମଧୁର ଓ ଶସ୍ୟ ଖାଇବାକୁ ଭଲ ଲାଗେ ଓ ତେଲ ଶତକଡା ୭୨ ରୁ ଅଧିକ ମିଳେ । ଯାହାକି ନଡିଆ ବେଶି ଫଳେନି । ବାଣ ନଡିଆ ବା ଓଡିଶା ସିଲେକସନ-୧ ଆମ ରାଜ୍ୟ ପାଇଁ ଖୁବ ଭଲ । ଏହା ପୂର୍ବ ଉପକୂଳର ନଡିଆରୁ ବଛାଯାଇଛି । ଏହା ଡେଙ୍ଗା ଗଛ । ୭/୮ ବର୍ଷରେ ଫଳେ ଓ ୧୫/୨୦ ବର୍ଷରେ ପୁରା ଫଳ ଦିଏ । ହାରାହାରି ୮୦ ରୁ ୧୦୦ ଟି ଫଳ ଦିଏ ଓ ୮୦ ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ପଇଡ ପାଣି ମଧୁର ଓ ଅଧିକ ସୁସ୍ଵାଦୁ । ନଡିଆରୁ ହାରାହାରି ୧୬୬ଗ୍ରାମ ଶସ ଓ ୭୦ଭାଗ ତେଲ ମିଳେ ।

    ମୋଟାମୋଟି ଭାବରେ ଓଡିଶା ପାଇଁ ଲାଭଜନକ ଭାବରେ ଚାଷ କରିବା ପାଇଁ ଦୁଇ ପ୍ରକାରର ନଡିଆ ଲଗାଇବା ପାଇଁ ଉଦ୍ୟାନ ବିଭାଗ ପରାମର୍ଶ ଦେଉଛନ୍ତି । ପ୍ରଥମଟି  ହେଲା ଓଡିଶା ସିଲେକସନ -୧ ବା ବାଣ ନଡିଆ ଯାହାକୁ କୁ ପୂର୍ବ ଉପକୂଳ ନଡିଆରୁ ବଛା ଯାଇଅଛି । ୨ୟ ଟି ଶଙ୍କର ଜାତୀୟ ମାନେ TxD ଓ DxT ନଡିଆ ଚାରା, ଯେଉଁଥି ପାଇଁ ବାପା ଓ ମା’ପାଇଁ ଓଡିଶା ସିଲେକସନ-୧ ଓ ଚଉଘାଟ କମଳା ରଙ୍ଗକୁ ନେଇ ନଡିଆ ଚାରା ତିଆରି କରୁଛୁ । TxD ବା DxT ନଡିଆ ଚାରା କହିଲେ ସାଧାରଣତଃ ସମସ୍ତେ ବୁଝନ୍ତି । T ମାନେ Tall ଅର୍ଥାତ ଡେଙ୍ଗା ଓ D ମାନେ Dwarf ମାନେ ବାମନ । TxDଗଛ ପାଇବା ପାଇଁ ମା’ଗଛ ହିସାବରେ ଓଡ଼ିଶାକୁ ସିଲେକସନ-୧ କୁ ଓ DxT ଗଛ ପାଇଁ ଚଉଘାଟ କମୂଳା ଗଛକୁ ନିଆଯାଏ । ସେହିପରି ବାପା ହିସାବରେ ଯଥାକ୍ରମେ ଚଉଘାଟ ଅରେଞ୍ଜ ଡ୍ଵାର୍ଫ ଓ ଓଡିଶା ସିଲେକସନ-୧ କୁ ନିଆଯାଏ । ବର୍ତ୍ତମାନ ସାକ୍ଷୀଗୋପାଳ, କୋଣାର୍କ ,ବ୍ରହ୍ମଗିରୀ ଓ ବିଶ୍ଵ ନାହାକାଣୀ ଠାରେ ଥିବା ସରକାରୀ ଫାର୍ମରେ ଶଙ୍କର ଜାତୀୟ ଚାରାର ଉତ୍ପାଦନ ହେଉଅଛି । DxT ନଡିଆ ଗଛ TxD ଗଛଠାରୁ ଭଲ ହେଉଅଛି । ଶଙ୍କର ଜାତୀୟ ଗଛ ୫୦ ବର୍ଷ ବଞ୍ଚିଲେ ମଧ୍ୟ ଖୁବ ଶୀଘ୍ର ଫଳେ ଓ ବେଶି ଫଳୁଥିବାରୁ ଖୁବ ଆଦୃତ ହେଉଅଛି ।

    ଏହାଛଡା ୱେଷ୍ଟକୋଷ୍ଟଟଲ ସଙ୍ଗେ ଚଉଘାଟ ଅରେଞ୍ଜ ୱେର୍ଫ (WcT x COD); COD ସାଙ୍ଗରେ WcT;EcT ସାଙ୍ଗରେ MDG;ECT ସାଙ୍ଗରେ RYD; ଲାକାଡ଼ିଭ ଅଡିନାରୀ ସାଙ୍ଗରେ ଗଙ୍ଗା ବଣ୍ଡାମ ; WcT ସାଙ୍ଗରେ ଗଙ୍ଗାବଣ୍ଡମ ; ଆଣ୍ଡାମନ ଅର୍ଡିନାରୀ ସାଙ୍ଗରେ x ଗଙ୍ଗାବଣ୍ଡମ ମିଶାଇ ଶଙ୍କର ଜାତୀୟ ଚାରା ତିଆରି କରାଯାଉଛି । ଶଙ୍କର ଜାତୀୟ ଚାରା ଗୁଡିକରୁ ଉନ୍ନତ ମାନର ଗଛ ହେଉଛି ; COD x WCT କିସମକୁ ଚନ୍ଦ୍ର ଶଙ୍କର କୁହନ୍ତି । ସେହିପରି WCT x MDG ଗଛକୁ VHC-୧ ଓ ECT x RYD ଗଛକୁ VHC-୨ କୁହନ୍ତି । ଲାକ୍ଷାଦ୍ଵିପ ଅର୍ଡିନାରୀ ଗଛ ସହ ଗଙ୍ଗବଣ୍ଡମ ମିଶ୍ରଣରେ ଯେଉଁ କିସମ ବାହାରେ ତାକୁ ଲାକ୍ଷଗଙ୍ଗା ଓ WCT x GANGABAND କୁ କେରା ଗଙ୍ଗା କହନ୍ତି  ଆଣ୍ଡାମାନ ଅର୍ଡିନାରୀ ଓ ଗଙ୍ଗାବଣ୍ଡମ ମିଶି ଯେଉଁ ଗଛ କରାଯାଏ ତାକୁ ଆନନ୍ଦ ଗଙ୍ଗା କହନ୍ତି ।

    ଚାରା ଉତ୍ପାଦନ :-

    ସାଧାରଣତଃ ଓଡିଶାରେ ଅଧିକାଂଶ ଚାଷୀ ଶଙ୍କର ଜାତୀୟ ଗଛ ପାଇଁ ସରକାରୀ ଫାର୍ମ ଉପରେ ନିର୍ଭର କରନ୍ତି । କିନ୍ତୁ ଡେଙ୍ଗା ଗଛ ପାଇଁ ଅଧିକାଂଶ ଲୋକ ନିଜେ ଚାରା ତିଆରି କରନ୍ତି । ବିହନ ନଡିଆ ପାଇଁ ମା’ଗଛ ବାଛିଲା ବେଳେ ନିମ୍ନଲିଖିତ ଗୁଣପ୍ରତି ଦୃଷ୍ଟିଦେବ ।

    ୧) ଗଛଟି ସୁସ୍ଥ ସବଳ ଓ ନିରୋଗ ହୋଇଥାଏ ।

    ୨) ଗଛର ବୟସ ୨୫ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

    ୩) ଗଛର ଗଣ୍ଡି ମୂଳରୁ ଅଗ ପର୍ଯ୍ୟନ୍ତ ସମାନ ହୋଇଥିବ ।

    ୪) ବାହୁଙ୍ଗାର ମୂଳ ମୋଟା ଓ ଛୋଟ ହୋଇଥିବ ।

    ୫) ଗଛଟି ଧାରାବାହିକ ଭାବେ ଫଳୁଥିବ ଓ ପ୍ରତ୍ୟେକ ପାତ୍ର ମୂଳରେ ନଡିଆ ଥିବା ଚଅଁର ବାହାରୁ ଥିବ ।

    ୬) ଗଛରେ ହାରାହାରି ୮୦ଟି ନଡିଆ ଫଳୁଥିବ ଓ ଗଛରେ ଗର୍ଭପାତ ବା ଫମ୍ପା ନଡିଆ ଫଳୁନଥିବ ।

    ୭) ପେଣ୍ଡା ଗୁଡିକ ବାମ ପାଖରେ ରହୁଥିଲେ ଭଲ ।

    ମା’ଗଛ ଠିକ ହୋଇଗଲା ପରେ ୧୨ ମାସର ପାକଳ ନଡିଆ ତୋଳି ଚାରା ପକାଯାଏ । ନଡିଆ ତୋଳିବା ସମୟରେ ନଡିଆକୁ ଗଛରୁ ନପକାଇ ଦଉଡି ସାହାଯ୍ୟରେ କାନ୍ଦିକୂ ବାନ୍ଧି ଧୀରେ ଧୀରେ ଖସାଇ ତୋଳାଯାଏ । ବିହନ ନଡିଆ ଗୋଲାକାର ହେଲେ ଭଲ ଓ ଏହାର ଗୋଲେଇ ୪୫ ସେ.ମି ରୁ ବେଶି ହେବା ଦରକାର । ତୋଳା ନଡିଆକୁ ପବନ ଯା ଆସ କରୁଥିବା ଘରେ ଉପର ମୁହାଁ କରି ୨ ରୁ ୩ ମାସ ପର୍ଯ୍ୟନ୍ତ ସାଇତି ରଖାଯାଏ । ନଡିଆ ଚିନି ପାଣିଆ ହେଲେ ମାନେ ନଡିଆରୁ ଶତକଡା ୯୦ଭାଗ ପାଣି ମରିଗଲା ପରେ ଚାରା ଉତାରିବା ପାଇଁ ଜମିରେ ଲଗାଯାଏ । ସାଧାରଣତଃ ଯେତେ ନଡିଆ ଲଗାଯାଏ ଅଧିକାଂଶ ଗଛ ହୁଏ । କିନ୍ତୁ ସବୁଗଛ ଲଗାଇବା ଉଚିତ ନୁହେଁ । ଯେତେ ଗଛ ହୋଇଥିବ ସେଥିରୁ ଭଲ ଚାରା ଦେଖି ଲଗାଇବା ଉଚିତ । ଭଲ ଚାରାର ଲକ୍ଷଣ ହେଲା :-

    ୧) ୯ ମାସରୁ ୧ବର୍ଷ ବେଳକୁ ଚାରାରେ ୭ ରୁ ୯ ଟି ସବୁଜ ରଙ୍ଗର ପତ୍ର ରହିବା ଉଚିତ ।

    ୨) ଚାରା ନିରୋଗ, ସୁସ୍ଥ, ତେଜିଆନ ଓ ସ୍ଥଳକାୟ ହେବା ଉଚିତ ।

    ୩) ଚାରାର ମୂଳ ଦୃଢ ଓ ମୋଟା ହେବା ଉଚିତ । ପତ୍ରର ଡେମ୍ଫ ଗୁଡିକ ମୋଟା ଓ ଛୋଟ ଛୋଟ ହେବା ଉଚିତ ।

    ୪) ଚାରୋଟି ମଞ୍ଜି ନଡିଆ ସଙ୍ଗେ ଲାଗିଥିବ ଓ ସେଥିରେ ଅଧିକ ସଂଖ୍ୟକ ସତେଜ ଚେର ଥିବା ଦରକାର ।

    ୫) ଶୀଘ୍ର ଗଜା ହେଉଥିବା ଗଛ ଶୀଘ୍ର ଫଳେ । ତେଣୁ ଯେଉଁ ନଡିଆ ଆଗ ଗଛ ଫିଟେ ତାକୁ ବାଛିବା ଉଚିତ ।

    ୬) ବର୍ଷିକିଆ ଚାରାରେ ଗୋଟିଏ ଓ ଦୁଇଟି ଅଗ ପତ୍ର ଫିଟିଥିଲେ ସବୁଠୁ ଭଲ ।

    ୭) ୯ ରୁ ୧୬ ମାସିଆ ଚାରା ଗଛ ଲଗାଇବ । ୨ବର୍ଷରୁ ଅଧିକ ବୟସର ଚାରା ଗଛ ଲଗାଇବ ନାହିଁ ।

    ନଡିଆ ଗଛ ଲଗାଇବା ପ୍ରଣାଳୀ :-

    ସାଧାରଣତଃ ୩ଟି ପ୍ରଣାଳୀରେ ନଡିଆଗଛ ଲଗାଯାଇଥାଏ । ଯଥା :- ବର୍ଗାକାର, ଷଡଭୂଜାକାର ଓ ବାଡ ପ୍ରଣାଳୀ ।

    ବର୍ଗାକାର ପ୍ରଣାଳୀରେ ଗଛକୁ ଗଛ ୭.୫ ମିଟର ବ୍ୟବଧାନରେ ଲଗାଯାଏ । ଏଥିରେ ହେକ୍ଟର ପିଛା ୧୭୫ ଗଛ ରହେ । ଷଡଭୂଜାକାର ପ୍ରଣାଳୀରେ ସେହି ବ୍ୟବଧାନରେ ହେକ୍ଟର ପ୍ରତି ୨୧୦ ଗଛ ରହେ । ଡେଙ୍ଗା ଓ ବାଙ୍ଗରା ମିଶ୍ରିତ ନଡିଆ ଗଛକୁ ବାଡ ପ୍ରଣାଳୀରେ ୯x୫ ମିଟର ବ୍ୟବଧାନରେ ଲଗାଇଲେ ହେକ୍ଟର ପ୍ରତି ୨୭୫ ଗଛ ଲଗାଯାଏ ।

    ଘର ବାଡିରେ, ସଡକ କଡରେ କେନାଲ ବନ୍ଧରେ ଓ ପୋଖରୀ ହୁଡାରେ ଧାଡିଏ ଗଛ ଲଗାଇବାକୁ ହେଲେ ଗଛକୁ ଗଛ ୫ମିଟର, ଦୁଇଧାଡିରେ ଲଗାଇଲେ ଗଛକୁ ଗଛ ୬ମିଟର ଓ ତହିଁରୁ ଅଧିକ ହେଲେ ୭.୫ ମିଟର ବ୍ୟବଧାନରେ ଲଗାଇବା ଉଚିତ । ବାଙ୍ଗରା ଜାତୀୟ ଗଛକୁ ୫ ରୁ ୬ ମିଟର ବ୍ୟବଧାନରେ ଲଗାଇବା ଉଚିତ ।

    ଜମି ପ୍ରସ୍ତୁତି ଓ ଗାତଖୋଳା :-

    ନଡିଆ ଚାଷ କରିବା ଜମିକୁ ୩/୪ ଥର ଓଡ ଚାଷ କରିବ । ଅନାବନା ଘାସ ବାଛି ଦେବା ଏବଂ ମାଈ ଦେଇ ମାଟିକୁ ସମତଳ କରିବ । ଗଛ ଲଗାଇବାର ପ୍ରଣାଳୀ ସ୍ଥିର ହୋଇସାରିବା ପରେ ମୃତ୍ତିକା ଓ ଜଳସ୍ତର ଉପରେ ନିର୍ଭର କରି ଗାତ ଖୋଳିବା ଉଚିତ । ଖରାଦିନେ ଗାତ ଖୋଳିବା ଦରକାର । ଦୋରସା, ବାଲିଆ ନିଗିଡା ଜମିରେ ୧ମି x ୧ମି x ୧ମି ମିଟର ଆକାର ବିଶିଷ୍ଟ ଗାତ ଖୋଳିବ । ପଥୁରିଆ ଟାଣ ମାଟିରେ ୧.୨ମି x ୧.୨ମି x ୧.୨ମିଟର ବିଶିଷ୍ଟ ଗାତ ଖୋଳିବ । ସନ୍ତସନ୍ତିଆ ମାଟିରେ ୫୦ ସେ.ମି ରୁ ୧ମିଟର ଉଚ୍ଚତା ମାଟି କୁଦ ଉପରେ ଗଛ ଲଗାଇବା କଥା ।

    ଲଗାଇବା ସମୟ :-

    ନଡିଆ ଚାରା ବର୍ଷକୁ ଦୁଇଥର ଲଗାଯାଇ ପାରିବ । ଥରେ ବର୍ଷ ଆରମ୍ଭରେ ଓ ଆଉଥରେ ବର୍ଷ ଶେସବେଳକୁ । ସାଧାରଣତଃ ଅଧିକାଂଶ ଲୋକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ (ଜୁନ,ଜୁଲାଇ) ଓ କାର୍ତ୍ତିକ ପୂର୍ଣ୍ଣିମା ଠାରୁ କାଳୀପୂଜା ପର୍ଯ୍ୟନ୍ତ (ଅକ୍ଟୋବର, ନଭେମ୍ବର) ଲଗାଇ ଥାନ୍ତି । ତେବେ ଜଳ ସେଚନର ସୁବିଧା ଥିଲେ ଟାଣ ଖରା ୨ମାସକୁ ଛାଡି ବର୍ଷର ଯେ କୌଣସି ସମୟରେ ନଡିଆ ଗଛ ଲଗାଯାଇ ପାରିବ । ତେବେ ଜୁନ ଜୁଲାଇ ମାସରେ ନଡିଆ ଲଗାଇବା ସବୁଠୁ ଭଲ ।

    ଚାରା ଲଗାଇବା ପ୍ରଣାଳୀ :-

    ନଡିଆ ଗଛର ପରବର୍ତ୍ତୀ ଯତ୍ନ :-

    କ୍ଷତ ଓ ସାର :-

© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate