অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (କୋବିଜାତୀୟ ଫସଲ)

ରବିଫସଲ

ଏହି ପ୍ରକାରର ଫସଲରେ ବନ୍ଧାକୋବି, ଫୁଲକୋବି, ନୋଲଖୋଲ, ବ୍ରୁସଲସ୍ ସ୍ପ୍ରାଉଟ, ବୁକୋଲି, ଚଇନିକ କେବେକ, କେଲ ଆଦି ଚାଷ କରାଯାଏ । ଏଗୁଡିକ ଶୀତ ବା ରବିଫସଲ ରୂପେ ଚାଷ କରାଯାଏ । କାରଣ ଶୀତ ଓ ଆଦ୍ରବସ୍ଥା ଏହି ଫସଲଗୁଡିକ ଦରକାର କରିଥାନ୍ତି । ଗରମ ପାଗରେ ଫସଲ ଭଲ ହୁଏ ନାହିଂ। ଅମଳ କରିବା ସଙ୍ଗେ ସଙ୍ଗେ ଗୁଣ ମଧ୍ୟ ନଷ୍ଟ ହୋଇଯାଏ ଏବଂ ଖାଦ୍ୟର ମୂଲ୍ୟ କମିଯାଏ । ଏହି ଫସଲ ଗୁଡିକର ଚାଷ ପ୍ରଣାଳୀ ଊଣାଅଧିକେ ଏକାପରି ହୋଇଥାଏ।

ଖାଦ୍ୟର ମୂଲ୍ୟ

ବନ୍ଧାକୋବି

ଫୁଲକୋବି

ନୋଲଖୋଲ

ବ୍ରୁସଲ ସ୍ପ୍ରାଉଟ

ବ୍ରୋକୋଲି

ଜଳ

୯୧.୯ ଗ୍ରାମ

୯୦.୮ ଗ୍ରାମ

୯୨.୭ ଗ୍ରାମ

୮୫.୫

୮୪.୩

ପ୍ରୋଟିନ

୧୮ ଗ୍ରାମ

୨୬

୧.୧

୪.୭

୪.୭

ଚର୍ବି

୦.୧

୦.୪

୦.୨

୦.୫

୦.୫

ତନ୍ତୁ ପଦାର୍ଥ

୧.୦

୧.୨

୧.୫

୧.୨

୧.୨

ଶର୍କରା

୪.୬

୪.୦

୩.୮

୭.୧

୮.୭

ଶକ୍ତି

୨୭.୦

୩୦.୦

୨୫.୦

୫୨

----

ଧାତବ ପଦାର୍ଥ

୭.୬

୧.୯ ମି.ଗ୍ରା

୦.୭

୧.୦

------

ଚୂର୍ଣ୍ଣ

୩୭.୦ ମି .ଗ୍ରା

୩୩.୦

୨୫.୦

୪୩

୨୯

ମାଗ୍ନେସିୟମ

୧୦.୦

୨୦

୧୮.୦

୨୬

୨୦

ପ୍ରସ୍ ଫରକ

୪୪.୦

୫୭

୩୫.୦

୮୨

୭୮

ଲୌହ

୦.୮

୧.୫

୦.୪ ମି.ଗ୍ରା

୧.୮

୧.୩

ସୋଡିଏମ

୧୪.୦

୫୩.୦

୧୧୨.୦

୭.୯

-----

ପଟାସିୟମ

୧୧୪.୦

୧୧୩.୦

୩୭.୦

୪୭୭

------

ତାମ୍ବ

୦.୦୮

୦.୦୫

୦.୦୯

୦.୦୭

-----

ଗନ୍ଧକ

୬୭

୨୯୦

୧୪୩.୦

୨୧୨

୭୮

ଆକ୍ ସଲିକ

୧୯୦

୧୦.୦

------

ଏସିଡ

୨୦୦୦

୫୧.୦

୩୬.୦

୨୧୦

୪୦୦

ଭିଟାମିନ AIU

୦.୦୬

୦.୦୪

୦.୦୫

୦୦୫

୪.୨

ଥାୟାମିନ

୦.୦୩

୦.୦୪

୧୧୨

୦.୧୬

-----

ରିବୋଫ୍ଲୋବିନ୍

୧୨୪

୬.୦୦

୮୫.୦

୭୨

୧୦୦

ଭିଟାମିନ C

ନିକୋଟିକ୍ ଏସିଡ

୦.୪

୧.୦୦

୦.୦୫

୦.୪

------

ବନ୍ଧାକୋବି

ବନ୍ଧାକୋବି ପତ୍ର ବା ଶାଗ ଜାତୀୟ ପରିବା ରୂପେ ପରିଗଣିତ ହୋଇଥାଏ। ଏହା ତରକାରୀ, ଆଚାର, ସାୱାର କ୍ରାଉଟ, କୁକୁଡାଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ।

ପ୍ରକାର

ସହଳ ଗୋଲଡନ୍ ଏକର, ପ୍ରାଇଡ୍ ଅଫ୍ ଇଣ୍ଡିଆ, ଏରଲିଡ୍ରମ୍ ହେଡ, କୋପେନ ହେଗନ ମାର୍କେଟ ଉଛୁର ଫ୍ଲେଟବଚ୍ , ଡ୍ରମହେଡ୍, ଡ଼େନିସ୍ ବଲ ହେଡ୍ ଆକାରକୁ ଧରି ବନ୍ଧାକୋବି ଗୁଡିକୁ ମଧ୍ୟ ଶ୍ରେଣୀ ବିଭକ୍ତ କରାଯାଇଛି । ଯେପରି (୧) ଗୋଲାକୃତି ଗୋଲଡନ୍ ଏକର , ଗ୍ଲୋରିଅଫ ଇନ୍ କ୍ୟୁଜିନ୍; (୨) କୋନ୍ ଆକୃତି - ଟାଇଁଫ, କରସି, ୱେକରଫଲଡ୍ , ଏରଲିଏଷ୍ଠ; (୩) ଚେଷ୍ଟା – ଡ୍ରମହେଡ୍; (୪) ଅଣ୍ଡାକୃତି – ମେରିଏନ୍ ମାରକେଟ । ଏହା ଛଡା ନାଲି ବନ୍ଧାକୋବି ଓ ସେଭାଇବନ୍ଧା - ଚିଫଟନ୍ ଇତ୍ୟାଦି ମଧ୍ୟ ଚାଷ କରାଯାଏ । ଆମ ଓଡିଶାରେ ଗୋଲଡନ୍ ଏକର, ପ୍ରାଇଡ୍ ଅଫ୍ ଇଣ୍ଡିଆ ଗୋଲଡନ୍ ଏକର ଡ୍ରମ ଆଦି ବହୁଳଭାବେ ଚାଷ କରାଯାଏ ।

ବଂଶବୃଦ୍ଧି

ମଞ୍ଜି ଦ୍ଵାରା ବଂଶ ବିସ୍ତାର କରାଯାଇଥାଏ । ତେଣୁ ପ୍ରଥମ ମଞ୍ଜିଗୁଡିକୁ ତଳି ଘରାରେ ବୁଣି, ତଳିଗୁଡିକ ୪-୬ ସପ୍ତାହ ହେବାପରେ କ୍ଷେତରେ ରୋପଣ କରାଯାଏ । ଅଗଷ୍ଟ , ସେପ୍ଟେମ୍ବରରେ ତଳି ଉତ୍ତାପ ଅକ୍ଟୋବର, ନଭେମ୍ବରରେ ରୋପଣ କରାଯାଏ । ହେକ୍ଟର ପ୍ରତି ୩୭୫ ରୁ ୫୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ ।

ଚାଷ ପ୍ରଣାଳୀ

ବନ୍ଧାକୋବି ଶୀତଦିନେ ଚାଷ କରାଯାଏ। ମଞ୍ଜିଗୁଡିକ ଅଙ୍କୁରଣ ହେବାଲାଗି ମୃତ୍ତିକା ଉତ୍ତାପ ୫୫° ୬୦° ଫରେନହିଟ୍ ଦରକାର କରେ ଓ ୨୦°ରୁ ୨୫° ପା.ହି ତ୍ତାପରେ କୋବିଗୁଡିକ ଭଲଭାବେ ବାନ୍ଧେ । ବାଲିଆମାଟି ଠାରୁ ଆରମ୍ଭ କରି ଚିକିଟା ମାଟିରେ ଏହା ଚାଷ କରାଯାଇଥାଏ; କିନ୍ତୁ ମୃତ୍ତିକାର ଅମ୍ଳତା Ph ୫.୫ ରୁ ୬.୫ ଭିତରେ ରହିବା ଉଚିତ । ଜମିକୁ ୩ରୁ୪ ଥର ଚାଷ କରି ମଇଦେଇ ମାଟିକୁ ଗୁଣ୍ଡକରି ସମତଳ କରାଯାଏ । ପରେ ପଟି ତିଆରି କରି ରୋପଣ କରାଯାଏ ଧାଡି ଧାଡି ଓ ଗଛ ମଧ୍ୟରେ ୪୫ X ୪୫ ସେ.ମି ବ୍ୟବଧାନରେ ରଖି ଚାରା ଲଗାଯିବା ଦରକାର । ଉଛୁର ଫସଲ ଲାଗି ୬୦ X ୪୦ ସେ.ମି ବ୍ୟବଧାନ ରଖିବା ଉଚିତ । ଜମି ଚାଷ କରିବା ସମୟରେ ୭୫ କ୍ଵିଣ୍ଟାଲ ଗୋବରଖତ ବା କମ୍ପୋଷ୍ଟ ହେକ୍ଟର ପ୍ରତି ପ୍ରୟୋଗ କରିବା ପରେ ୧୨୫ କେଜି ଯବକ୍ଷାର, ୫୦ କେଜି ପ୍ରସ୍ ଫୁରକ୍ ଓ ୫୦ କେଜି ପଟାସ ପ୍ରୟୋଗ କରାଯାଏ ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ ୧୪୦ କ୍ଵିଣ୍ଟାଲ ଅମଳ ହେଉଥିବା ବନ୍ଧାକୋବି ଫସଲ ଜମିରୁ ୧୧୨ କେଜି ଯବକ୍ଷାର, ୨୭ କେଜି ଫସଫରିକ ଏସିଡ ଓ ୧୧୨ କେଜି ପଟାସ ହେକ୍ଟର ପ୍ରତି ମାଟିରୁ ଶୋଷିନିଏ ।

ଘାସ ବଛା, ଖୋସା, କୋଡା ବନ୍ଧାକୋବି ଫସଲ ଦରକାର କରେ । ପ୍ରତି ଦଶଦିନ ଅନ୍ତରରେ ମାଟିରେ ବତର ଦେଖି ଜଳସେଚନ କରାଯାଏ । ପ୍ରତ୍ୟକ ଜଳସେଚନ ପରେ କୋଡା ଖୋସା ଓ ହୁଡାଉଠା କାର୍ଯ୍ୟ କରାଯାଇଥାଏ । କୋବିଗୁଡିକ ପୁରାପୁରି ବଢିଯିବା ପରେ ସେଗୁଡିକୁ ଅମଳ କରାଯାଏ । ହେକ୍ଟର ପ୍ରତି ୩୦ ରୁ୩୫ ଟନ ଓ ୩୫ ରୁ ୪୫ ଟନ ଅମଳ ହୋଇଥାଏ ।

ରୋଗ ଓ ପୋକ

  • ଏଫିଡ – ଏହି ପୋକ ଲାଗିଲେ ୨୦% ଏନଡ୍ରିନ୍ ୧୦୦ ଲିଟର ପାଣିରେ ୧୫୦ ମି.ଲି ଗୋଳି ସିଞ୍ଚାଯାଏ ମାଲାଥାୟୋନ ମଧ୍ୟ ପ୍ରୟୋଗ କରାଯାଇପାରେ । ଡାୟାମେଣ୍ଡ ବ୍ଲେକମୋଥ ପତ୍ରଖାଇ ରନ୍ଧ୍ରକରେ । ୫୦ % ପାରାଥାୟୋନ ୧୦୦ ଲିଟର ପାଣିରେ ୫୦ ମି.ଲି ଗୋଳି ସିଞ୍ଚାଯାଏ ।
  • ବନ୍ଧାକୋବି ମେଗଟ – ଚେରଗୁଡିକୁ ଆକ୍ରମଣ କରେ ଏନଡ୍ରିନ୍ ବା ଡାଏନଡ୍ରିନ୍ ପାଣିରେ ଗୋଳି ଗଛମୂଳେ ପ୍ରୟୋଗ କରାଯାଏ ।
  • ମାଷ୍ଟର୍ଡସା ଫ୍ଲାଇ – ପତ୍ର ଖାଇଯାଏ । ୫୦ % ପାରାଥାୟୋନ ୫୦ ମି.ଲି ୧୦୦ ଲିଟର ପାଣିରେ ଗୋଳି ସିଞ୍ଚାଯାଏ ।
  • ଡେମ୍ ଫିଙ୍ଗି ଅଫ – ଏହି ରୋଗ ତଳି ଘେରାରେ ଲାଗେ ୩% ମେର୍ କ୍ୟୁରିଏଲ୍ କମ୍ପାଉଣ୍ଡ ୫ ମି.ଲି ନେଇ ଏକଲିଟର ପାଣିରେ ଗୋଳି ତଳିଘେରାରେ ସିଞ୍ଚାଯାଏ । କ୍ଲାବରଟ, ବ୍ଲାକ୍ ଲେଗ୍ , ୟେଲୋ ବ୍ଳାଇଟ ଆଦି ରୋଗ କୋବି ଜାତୀୟ ଫସଲରେ ଲାଗେ । ଫସଲ ପର୍ଯ୍ୟାୟ, ଜଳ ନିଷ୍କାସନ ଆଦି ବ୍ୟବସ୍ଥା ଓ ରୋଗ ପ୍ରତିରୋଧକ କିସମର ବନ୍ଧାକୋବି ଚାଷ କରାଯିବା ଉଚିତ । ଏହା ଛଡା ମେରକ୍ୟୁରିଏଲ କମ୍ପାଉଣ୍ଡ କପର ଫଙ୍ଗିସାଇଡ୍ ବ୍ୟବହାର କରାଯାଇ ରୋଗ ଦମନ କରାଯାଏ ।
  • ବୋରାନ ଅଭାବ – ବୋରାନ ଅଭାବ ଘଟିଲେ କୋବିଗୁଡିକ ତାମ୍ବ ରଙ୍ଗ ଧରି ଖାଇବାକୁ ଭଲ ଲାଗେ ନାହିଂ । ତେଣୁ ୦.୩ ରୁ ୦.୫ % ବୋରାକ୍ ସ ସିଞ୍ଚିବା ଉଚିତ।

ଫୁଲକୋବି

ଏହି ଉଦ୍ଭିଦର ଫୁଲ କୋବି କଢ ପରିବା ରୂପେ ବ୍ୟବହୃତ ହେଉଛି । ତରକାରୀ , ଆଚାର , ଭଜା ଇତ୍ୟାଦି ରୂପେ ଖିଆଯାଏ । ଏହାର ଖାଦ୍ୟ ମୂଲ୍ୟ ମଧ୍ୟ ଉତ୍ତମ । ଶୀତ ଋତୁରେ ଏହା ଚାଷ କରାଯାଇଥାଏ । ଏହା ମଧ୍ୟ ଗୋଟିଏ ପ୍ରଧାନ ରବି ଫସଲ ।

ପ୍ରକାର

  • ସହଳ – ପୁଷା କଟକି ବା କାର୍ତ୍ତିକ , କନୱାରି , ଏରଲି ମାର୍କେଟ , ଏରଲ ବେନାରସ ଇତ୍ୟାଦି ।
  • ମଧ୍ୟମ – ଜାଏଣ୍ଟ ସ୍ନୋବଲ୍ , ମେଇନ୍ ତ୍ରପ୍ ପାଟନା , ଅଘନି ଇତ୍ୟାଦି ।
  • ଉଛୁର – ସ୍ନୋବଲ -୧୬ ସିଲିଭର କିଙ୍ଗ୍, ଚିନାପେର୍ଲ, ସୁପର ସ୍ନୋବଲ, ୯୬-D, ଜାପାନିଜ୍ ଇମ୍ପ୍ରୁଊଡ୍ ଲେଟ୍ ବେନାରସ ଇତ୍ୟାଦି ।

ବଂଶବୃଦ୍ଧି

ବନ୍ଧାକୋବି ପରି ଫୁଲକୋବି ମଧ୍ୟ ମଞ୍ଜି ଦ୍ଵାରା ବଂଶବିସ୍ତାର କରାଯାଏ। ନରସରୀରେ ଜୁନ ଶେଷରୁ ଅଗଷ୍ଟ ଶେଷଯାଏ ମଞ୍ଜି ବୁଣାଯାଏ । ହେକ୍ଟର ପ୍ରତି ୪୦୦ ଗ୍ରାମ ଓ ୭୫୦ ଗ୍ରାମ ଲାଗି ବ୍ୟବହାର କରାଯାଏ । ସହଳ ଫସଲ ଲାଗି ଧାଡି ଧାଡି ମଧ୍ୟରେ ୬୦ ସେ.ମି ଓ ଗଛ ମଧ୍ୟରେ ୪୫ ସେ.ମି ବ୍ୟବଧାନ ରଖି କ୍ଷେତରେ ଚାରା ରୋପଣ କରାଯାଏ ।

ଚାଷ ପ୍ରଣାଳୀ

ଫୁଲକୋବି ଥଣ୍ଡା ଓ ଆର୍ଦ୍ର ଜଳବାୟୁ ଦରକାର କରେ ଶୁଷ୍କ ଓ ଉଷ୍ମ ପରିବେଶ ଏହା ଲାଗି ଉପଯୁକ୍ତ ନୁହେଁ । ବିଜ ଅଙ୍କୁର ଲାଗି ୫୦ ରୁ ୭୦ ଫାରେନ୍ ହିଟ ଉତ୍ତାପ ଦରକାର ହୋଇଥାଏ । ଫସଲ ଲାଗି ୧୫ ରୁ ୨୨ ସେଣ୍ଟିଗ୍ରେଡ ଉତ୍ତାପ ଫସଲର ଉପକାରରେ ଆସିଥାଏ । ଗଭୀର, ଦୋରସାବାଲି ଏହାରିଲାଗି ଉପଯୁକ୍ତ ଓ ଜମିର ଅମ୍ଳତା Ph ୫.୫ ରୁ ୬.୬ ମଧ୍ୟରେ ରହିବା ଉଚିତ । ମୃତ୍ତିକାରେ ୫.୫ ରୁ କମିଥିଲେ ୫ ରୁ ୧୦ କ୍ଵିଣ୍ଟାଲ ହୋଇଥାଏ । ଏହାର ଚାଷ ବନ୍ଧାକୋବି ପରି ହୋଇଥାଏ । ହେକ୍ଟର ପ୍ରତି ୧୦ ଶତକଡା ଗୋବରଖତ ୩୬.୨ କେଜି ଯବକ୍ଷାର, ୧୮.୧୦ କେଜି ଫସଫରସ୍ ଓ ୧୮.୧୦ କେଜି ପଟାସ ପ୍ରୟୋଗ କରାଯାଏ । ହେକ୍ଟର ପ୍ରତି ୧୭୦ କ୍ଵିଣ୍ଟାଲ ଫୁଲ ଅମଳ କରାଗଲେ ମୃତ୍ତିକାରୁ ୧୪୫ କେଜି ଯବକ୍ଷାର, ୧୭ କେଜି ଫସଫରସ୍ ଓ ପଟାସ ୫୬ କେଜି ବ୍ୟବହୃତ ହୋଇଥାଏ । ପ୍ରତି ସପ୍ତାହରେ ଜମିର ଅବସ୍ଥା ଦେଖି ପାଣି ମଡାଯାଏ ଓ ଉଛୁର ଫସଲ ଲାଗି ୧୦-୧୫ ଦିନ ବ୍ୟବଧାନ ଯଥେଷ୍ଟ ହୋଇଥାଏ । ଘାସବଛା , କୋଡା , ଖୁସା ମତିଚଡା ବନ୍ଧାକୋବି ପରି ହୋଇଥାଏ । ସହଳ ଫସଲ ୬୦-୭୦ ଦିନ, ମଧ୍ୟମ ଫସଲ ୯୦-୧୦୦ ଦିନ ଓ ଉଛୁର ଫସଲ ୧୧୦-୧୨୦ ଦିନ ଚାରା ରୋପଣ କରିବା ପରେ ଅମଳ ଠିକ୍ ହୋଇଥାଏ । ଅମଳ ହେକ୍ଟର ପ୍ରତି ୯୦ ରୁ ୨୪୦ କ୍ଵିଣ୍ଟାଲ ଯାଏଁ ସମୟ ଓ ପ୍ରକାର ଭେଦରେ ହୋଇଥାଏ । ତେବେ ହାରାହାରି ୧୮୫ ରୁ ୧୫୦ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ରୋଗ ଓ ପୋକ

  • ଏଫିଡ – ଏହି ପୋକ ଲାଗିଲେ ୨୦% ଏନଡ୍ରିନ୍ ୧୦୦ ଲିଟର ପାଣିରେ ୧୫୦ ମି.ଲି ଗୋଳି ସିଞ୍ଚାଯାଏ ମାଲାଥାୟୋନ ମଧ୍ୟ ପ୍ରୟୋଗ କରାଯାଇପାରେ । ଡାୟାମେଣ୍ଡ ବ୍ଲେକମୋଥ ପତ୍ରଖାଇ ରନ୍ଧ୍ରକରେ । ୫୦ % ପାରାଥାୟୋନ ୧୦୦ ଲିଟର ପାଣିରେ ୫୦ ମି.ଲି ଗୋଳି ସିଞ୍ଚାଯାଏ ।
  • ବନ୍ଧାକୋବି ମେଗଟ – ଚେରଗୁଡିକୁ ଆକ୍ରମଣ କରେ ଏନଡ୍ରିନ୍ ବା ଡାଏନଡ୍ରିନ୍ ପାଣିରେ ଗୋଳି ଗଛମୂଳେ ପ୍ରୟୋଗ କରାଯାଏ ।
  • ମାଷ୍ଟର୍ଡସା ଫ୍ଲାଇ – ପତ୍ର ଖାଇଯାଏ । ୫୦ % ପାରାଥାୟୋନ ୫୦ ମି.ଲି ୧୦୦ ଲିଟର ପାଣିରେ ଗୋଳି ସିଞ୍ଚାଯାଏ ।
  • ଡେମ୍ ଫିଙ୍ଗି ଅଫ – ଏହି ରୋଗ ତଳି ଘେରାରେ ଲାଗେ ୩% ମେର୍ କ୍ୟୁରିଏଲ୍ କମ୍ପାଉଣ୍ଡ ୫ ମି.ଲି ନେଇ ଏକଲିଟର ପାଣିରେ ଗୋଳି ତଳିଘେରାରେ ସିଞ୍ଚାଯାଏ । କ୍ଲାବରଟ, ବ୍ଲାକ୍ ଲେଗ୍ , ୟେଲୋ ବ୍ଳାଇଟ ଆଦି ରୋଗ କୋବି ଜାତୀୟ ଫସଲରେ ଲାଗେ । ଫସଲ ପର୍ଯ୍ୟାୟ, ଜଳ ନିଷ୍କାସନ ଆଦି ବ୍ୟବସ୍ଥା ଓ ରୋଗ ପ୍ରତିରୋଧକ କିସମର ବନ୍ଧାକୋବି ଚାଷ କରାଯିବା ଉଚିତ । ଏହା ଛଡା ମେରକ୍ୟୁରିଏଲ କମ୍ପାଉଣ୍ଡ କପର ଫଙ୍ଗିସାଇଡ୍ ବ୍ୟବହାର କରାଯାଇ ରୋଗ ଦମନ କରାଯାଏ ।
  • ବୋରାନ ଅଭାବ – ବୋରାନ ଅଭାବ ଘଟିଲେ କୋବିଗୁଡିକ ତାମ୍ବ ରଙ୍ଗ ଧରି ଖାଇବାକୁ ଭଲ ଲାଗେ ନାହିଂ । ତେଣୁ ୦.୩ ରୁ ୦.୫ % ବୋରାକ୍ ସ ସିଞ୍ଚିବା ଉଚିତ।

ନୋଲଖୋଲ

ସାଲଗମ ଫୁଲିଲା ପରି ନୋଲଖୋଲ ଗଣ୍ଡିରୁ ଫୁଲିଉଠେ । ଏହା ସାଗୁଆ ବା ବାଇଗଣୀ ରଙ୍ଗର ପ୍ରକାର ଭେଦରେ ହୋଇଥାଏ । ଏହା ଶୀତଦିନିଆ ଫସଲ ଅଟେ

ପ୍ରକାର

  • ସହଳ – ଏରଲିହ୍ଵାଇଟ ଏରଲି ହ୍ଵାଇଟଭିଏନା ।
  • ଉଛୁର – ପରଫୁଲ ଭଏନା ।

ବଂଶବୃଦ୍ଧି

ମଞ୍ଜିଦ୍ଵାରା ବଂଶ ବିସ୍ତାର କରାଯାଏ । ହେକ୍ଟର ପ୍ରତି ୧.୦ ରୁ ୧.୫ କେଜି ମଞ୍ଜି ତଳିଉଠାଇ ଜମି ପ୍ରସ୍ତୁତ କରି ରୋପଣ କରାଯାଏ । ଧାଡି ମଧ୍ୟରେ ଓ ଧାଡି ଭିତରେ ୩୦X ୨୦ ସେ.ମି ବ୍ୟବଧାନ ରଖି ତଳି ରୁଆଯାଏ। ନଭେମ୍ବର ମାସରେ ଏହା କରାଯାଏ କିନ୍ତୁ ତଳି ଘେରାରେ ମଞ୍ଜି ଅଗଷ୍ଟ ମାସରେ ବୁଣାଯାଏ ।

ଚାଷ ପ୍ରଣାଳୀ

ଫୁଲକୋବି ପରି ପ୍ରସ୍ତୁତ କରାଯାଏ । ହେକ୍ଟର ଜମିରୁ ୨୦ ଟନ ଫସଲ ଅମଳ ହେଲେ ଜମିରୁ ୧୦୦ କେଜି ଯବକ୍ଷାର, ୮୫ କେଜି ଫସ୍ ଫରସ ଓ ୧୭୦ କେଜି ପଟାସିଏମ ମାଟିରୁ ବ୍ୟବହୃତ ହୋଇଥାଏ । ଗଣ୍ଡି ୫ରୁ ୭ ସେ.ମି ମୋଟା ହେବା ପରେ ସେଗୁଡିକୁ ଅମଳ କରାଯାଏ ଅମଳ ସମୟରେ ଗଣ୍ଡି କଅଁଳ ଅବସ୍ଥାରେ ଥିବା ଉଚିତ । ହେକ୍ଟର ପ୍ରତି ୨୦ ରୁ ୨୫ ଟନ ଗଣ୍ଡି ଅମଳ ହୋଇଥାଏ ।

ବ୍ରୁସଲ ସ୍ପ୍ରାଉଟ

ବ୍ରୁସଲ ସ୍ପ୍ରାଉଟ ଗୁଡିକ ଉଦ୍ଭିଦର ଗଣ୍ଡି ଚାରିପାଖ ତଳୁ ଉପରଯାଏ ଖୁନ୍ଦିହୋଇ ବଢନ୍ତି । ପ୍ରତ୍ୟେକଟି ଦେଖିବାକୁ ଛୋଟ ଛୋଟ ବନ୍ଧାକୋବି ଅନୁରୁପ ଓ ଏହା ୫୦ରୁ ୧୦୦ ଟି ଯାଏ ବନ୍ଧାକୋବି ଫଳିଥାଏ । ଅଗଷ୍ଟ ମାସ ଶେଷରେ ହେକ୍ଟର ପ୍ରତି ଏକ କି.ଗ୍ରା, ମଞ୍ଜି ତଳିଘେରାରେ ବୁଣି ତଳି ଉତାରି ସେପ୍ଟେମ୍ବର ବା ଅକ୍ଟୋବର ମାସରେ ରୁଆଯାଏ । ଜମି ପ୍ରସ୍ତୁତ ଫୁଲକୋବି ପରି ହୋଇଥାଏ । ପ୍ରତ୍ୟୋକ ବନ୍ଧାକୋବି ୨ରୁ ୫ ସେ.ମି ମୋଟା ହୋଇଥାଏ ୬୦ କ୍ଵିଣ୍ଟାଲ ଅମଳ ଲାଗି ହେକ୍ଟର ପ୍ରତି ଯବକ୍ଷାର ୨୧୦ କେଜି , ୬୦ କେଜି ଫସ୍ ଫୁରିକ୍ ଏସିଡ, ୨୨୬ କେଜି ପଟାସ ଓ କେଜି ଚୂର୍ଣ୍ଣ ବ୍ୟବହାର କରିଥାଏ । ଚାରା ଲଗାଯିବାର ୯୦ ରୁ ୧୦୦ ଦିନ ମଧ୍ୟରେ ଏହା ଅମଳ ଲାଗି ଠିକ୍ ହୋଇଥାଏ । ଗୋଟିଏ ଗଛରୁ ଦୁଇ କେଜି ବ୍ରାସୁଲ ସ୍ପ୍ରାଉଟ ଅମଳ ହୋଇଥାଏ ତେଣୁ ହେକ୍ଟର ପ୍ରତି ୫୦ କ୍ଵିଣ୍ଟାଲ ଅମଳ ହୋଇଥାଏ ।

ପ୍ରକାର

ବାଙ୍ଗରା କେଟସ୍କିଲ୍ ଏରଲିୱାର୍ଫ, ଡ୍ୱାର୍ଫ ଜେମ, ମଧ୍ୟମ ଧରଣର - ଲଙ୍ଗଆଇଲେଣ୍ଡ, ହାଫୱାରର୍ଫ, ଉଚ୍ଚା – ଏମେଗର ମାର୍କେଟ, ଡେନିସ୍ ପ୍ରାଇଜ ।

ବ୍ରୋକୋଲି

ଫୁଲକୋବି ପରି ଏହାର ଚାଷ କରାଯାଏ । ଏହାର ମଝି ଦଣ୍ଡରୁ ପ୍ରଥମେ ସାଗୁଆ ରଙ୍ଗର କଢ ବଢିଥାଏ ଓ ପରେ ପରେ ପଖାରୁ ସେହିପରି କଢ ଫୁଟିଉଠେ । ଏହାକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । ଏହି କଢଗୁଡିକ ୬ରୁ ୮ ସେ.ମି ଉଚ୍ଚଯାଏ ବଢିଥାଏ । ଏହା ଥଣ୍ଡା ପାରି ପାର୍ଶ୍ଵିକ ଅବସ୍ଥା ଓ ଉତ୍ତମ ମାଟି ଦରକାର କରିଥାଏ । ଅଗଷ୍ଟରୁ ଅକ୍ଟୋବର ମାସରେ ମଞ୍ଜି ବୁଣାଯାଏ ଓ ମାସକ ପରେ ତଳି ଫୁଲକୋବି ପରି ରୋପଣ କରାଯାଏ । ମୃର୍ତ୍ତିକାରେ ph ୫.୮ ରୁ ୭.୨ ଭିତରେ ରହିବା ଉଚିତ । ୬୦ କ୍ଵିଣ୍ଟାଲ ଅମଳ ଲାଗି ବ୍ରୁସଲସ୍ ସ୍ପ୍ରାଉଟ ପରି ଏହା ମଧ୍ୟ ସାର ମାଟିରୁ ଶୋଷି ନିଏ । ତଳି ଲଗାଗଲା ସମୟରେ ଧାଡି ମଧ୍ୟରେ ଓ ଧାଡି ଭିତରେ ଗଛକୁ ଗଛ ୦.୬ ରୁ ୦.୭X୦.୪୫ ମିଟର ବ୍ୟବଧାନ ରଖାଯାଇ ଚାରା ଲଗାଯାଏ ।

ଚୀନ ବନ୍ଧାକୋବି

ବନ୍ଧାକୋବି ପରି ଏହା ଜଳବାୟୁ ଓ ମୃର୍ତ୍ତିକା ଦରକାର କରିଥାଏ । ଉପରେ ଦିଆଯାଇଥିବା ଦୁଇଟି ଜାତିର କୋବିରେ ଯଥାକ୍ରମେ ଚିହିଲି ଓ ୱଙ୍ଗବକ ପ୍ରଧାନ । ପ୍ରଥମଟି ଲମ୍ବା ଆକାରରେ ବନ୍ଧାକୋବି ବାନ୍ଧିଥାଏ ଓ ଦ୍ଵିତୀୟ ପ୍ରକାରର କୋବି ଛୋଟିଆ ଆକାରର ହୋଇଥାଏ । ଏହି କୋବି ଚାଷ ଲାଗି ୧୫ ରୁ ୨୦ ସେଣ୍ଟିଗ୍ରେଡ ଉତ୍ତାପ ଦରକାର କରିଥାଏ । ବନ୍ଧାକୋବି ପରି ସମସ୍ତ ଚାଷ ପ୍ରଣାଳୀ ଅନୁସୃତ କରାଯାଏ ।

ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 5/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate