অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ଚାଷ ପ୍ରଣାଳୀ ଭିତ୍ତିକ ଶ୍ରେଣୀ ବିଭାଗ)

ଚାଷ ପ୍ରଣାଳୀ ଭିତ୍ତିକ ଶ୍ରେଣୀ ବିଭାଗ

ନାନା ପ୍ରକାରର ପନିପାରିବା ଖାଦ୍ୟରୂପେ ବିଭିନ୍ନ ଦେଶଗୁଡିକରେ ବ୍ୟବହୃତ ହୋଇଥାଏ । ସମଗ୍ର ପୃଥିବୀରେ ୨୪୦ ରୁ ଅଧିକ ପ୍ରକାରର ପନିପାରିବା ଚାଷ କରାଯାଇ ବ୍ୟବହୃତ ହେଉଥିବା ଜଣାଯାଏ । ଚାଷର ସୁବିଧା ଦୃଷ୍ଟିରୁ ନିମ୍ନଲିଖିତ ପ୍ରଣାଳୀ ପନିପରିବା ଚାଷରେ ବ୍ୟବହାର କରାଯାଏ ।

ଏହି ପ୍ରକାର ଶ୍ରେଣୀ ବିଭାଗରେ ଚାଷୀର ସୁବିଧା ହୋଇଥାଏ, କାରଣ ଯେଉଁ ପରିବାରଗୁଡିକ ଏକା ପ୍ରକାରର ଚାଷ ପ୍ରଣାଳୀ ଦରକାର କରିଥାନ୍ତି, ସେଗୁଡିକ ଏକ ଶ୍ରେଣୀଭୁକ୍ତ କରାଯାଏ । ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ବୀଜ ବିପନ, ରୋପଣ, ଖତ ଓ ସାର ପ୍ରୟୋଗ, ଜଳସେଚନ, ଅମଳ ଇତ୍ୟାଦି ସମସ୍ତ ଚାଷ ପ୍ରଣାଳୀ ଊଣାଅଧିକେ ଏକାପରି ସେହି ଫସଲ ଗୁଡିକ ଦରକାର କରିଥାନ୍ତି ।

  1. ପ୍ରଥମବର୍ଗ- ବହୁ ବର୍ଷିଆ ପନିପରିବା ମୁନିଗାଛୁଇଁ, କଞ୍ଚାକଦଳୀ, କୁନ୍ଦୁରୀ, ପୋଟଳ, କାଙ୍କଡ , ପଣସ , ଅମୃତଭଣ୍ଡା ଇତ୍ୟାଦି ।
  2. ଦ୍ଵିତୀୟବର୍ଗ - ସିଲେରି ପାରସଲି ଇତ୍ୟାଦି ।
  3. ତୃତୀୟ ବର୍ଗ-ଭେଣ୍ଡି ଇତ୍ୟାଦି ।
  4. ଚତୁର୍ଥ ବର୍ଗ – ବନ୍ଧାକୋବି , ଫୁଲକୋବି, ନୋଲଖୋଲ , ଚୀନ ଜାତୀୟ ବନ୍ଧାକୋବି ଇତ୍ୟାଦି ।
  5. ପଞ୍ଚମ ବର୍ଗ (ଚେର ଜାତୀୟ)
    • ମୂଳା, ଗାଜର, ବିଟ, ସାଲଗାମ, ପାରସନିପ, ଇତ୍ୟାଦି ।
    • ଦେଶୀ ଆଳୁ, ଶଙ୍ଖସାରୁ, ଓଲୁଅ, କନ୍ଦମୂଳ, ଗୟାଆଳୁ ଇତ୍ୟାଦି ।
  6. ଷଷ୍ଠ ବର୍ଗ – ପିଆଜ ଦେଶୀ, ଓଲିପିଆଜ, ରସୁଣ , ଲିକ ଇତ୍ୟାଦି ।
  7. ସପ୍ତମ ବର୍ଷ- (କନ୍ଦ ଜାତୀୟ ) ଆଳୁ ।
  8. ଅଷ୍ଟମ ବର୍ଗ- (ଛୁଇଁ ଜାତିୟ)- ମଟର, ଶିମ୍ବ ଗୁଆଁର, ଝୁଡୁଙ୍ଗ, ସୋଯାବିନ ଇତ୍ୟାଦି ।
  9. ନବମ ବର୍ଷ- (ବାଇଗଣ ଜାତୀୟ)- ବାଇଗଣ, ଟମାଟୋ, ଲଙ୍କାମରୀଚ, ଇତ୍ୟାଦି ।
  10. ଦଶମ ବର୍ଷ- (କଖାରୁ ଜାତୀୟ ) – କାକୁଡି, ପାଣିକଖାରୁ, ଘେରକିନ, ତରଭୁଜ , କଖାରୁ, ଛଚିନ୍ଦ୍ରା, ଇତ୍ୟାଦି ।
  11. ଏକାଦଶ ବର୍ଗ- ମିଠା ମକା , ଭେଣ୍ଡି, ଛତୁ, ଇତ୍ୟାଦି ।

ରୋପଣ ବିଧି ଅନୁଯାୟୀ

ପନିପରିବା ମଧ୍ୟରୁ କେତେଗୁଡିକରେ ବୀଜ ନେଇ ସିଧା କ୍ଷେତରେ ଲଗାଯାଇଥାଏ । ସେଗୁଡିକ ମଧ୍ୟରୁ କେତୋଟି ହେଲା- ଭେଣ୍ଡି, କଖାରୁ, କାକୁଡି, ତରଭୁଜ, ଜହ୍ନି, ଚିଣ୍ଡା, କଲରା, ମଟର ଶିମ୍ବ ସୋଯାବିନ ଇତ୍ୟାଦି । ଅନ୍ୟ କେତେଗୁଡିଏ ପନିପରିବା ବୀଜ ପ୍ରଥମେ ତଳିଘରା ରେ ବୁଣି ଚାରା ଉତାରି କ୍ଷେତରେ ଲଗାଯାଏ । ସେଗୁଡିକ ଭିତରୁ ବାଇଗଣ, ଟମାଟୋ, କୋବି, ଜାତୀୟ ଫସଲ ଲଙ୍କାମରୀଚ, ଅମୃତଭଣ୍ଡା ଇତ୍ୟାଦି ପ୍ରଧାନ । ଏହା ଛଡା ଆହୁରି କେତେ ପ୍ରକାର ପରିବାର ଅଙ୍ଗୀୟ ଅଂଶ ପିଣ୍ଡ ନେଇ ତଳିଘେରାରେ ବା କ୍ଷେତରେ ଲଗାଇ ଫସଲ ଉଠାଯାଏ । ସେଗୁଡିକ ଭୀତରୁ କେତେଗୋଟି ହେଲା- କନ୍ଦମୂଳ, ପୋଟଳ, ସାରୁ, ଆଳୁ, ଦେଶୀ, ଆଳୁ , ଗୟା ଆଳୁ, ପୋଦିନା, ମୁନିବା ଇତ୍ୟାଦି ।

ମୃତ୍ତିକା ପ୍ରତିକ୍ରିୟା

ଚୂନର ଆବଶ୍ୟକତା ଦୃଷ୍ଟିରୁ -

  • ଅମ୍ଳାଧିକ ମୃତ୍ତିକା - ତରଭୁଜ, ଟମାଟୋ, ମୂଳା, ଶିମ, ଆଳୁ, ଇତ୍ୟାଦି ।
  • କମ ଚୂନ ଦରକାର କରୁଥିବା - ଗାଜର, ମଟର, କାକୁଡି ଇତ୍ୟାଦି ।
  • ମଧ୍ୟମ ପ୍ରକାରର ଚୂନ ତିଆରି କରୁଥିବା - ବାଇଗଣ, ବନ୍ଧାକୋବି, ଫୁଲକୋବି ଇତ୍ୟାଦି ।
  • ଅଧିକ ଚୂନ ଦରକାର କରୁଥିବା - ପିଆଜ, ଲଙ୍କା, ବୁଟ, ଲେଟ୍ୟୁସ, ସିଲେରି ଇତ୍ୟାଦି ।

ବର୍ଣ୍ଣନୁକ୍ରମିକ ଶ୍ରେଣୀ ବା ବିଭାଗ

ପନିପରିବା ଗୁଡିକର ନାମରେ ପ୍ରଥମ ବର୍ଣ୍ଣ ବା ଅକ୍ଷରକୁ ଧରି ଶ୍ରେଣୀ ବିଭାଗ କରାଯାଏ । ସେଗୁଡିକ ହେଲା-

  1. ଆମରୋନ୍ଥସ,ଆରମ,ଏସ ପାରାଗସ ଇତ୍ୟାଦି ।
  2. ବିଞ୍ଜାଲ, ବିଟ,ବ୍ରେଡଫୁଟ ଇତ୍ୟାଦି
  3. କୋପସିକମ
  4. ଡ୍ରମଷ୍ଟିକ

ବନସ୍ପତି ଶ୍ରେଣୀ ବିଭାଗ

ଉଦ୍ଭିଦ ଗୁଡିକ ମଧ୍ୟରୁ (1) ସୁକ୍ରୋଭିଡ଼ ଓ (2) ବିଯୋଦ୍ଭିଦ ଗୋଷ୍ଠୀ ଭିତରୁ ନାନା ପ୍ରକାର ଉଦ୍ଭିଦ ପନିପରିବା ରୂପେ ବ୍ୟବହୃତ ହେଉଛି । ପ୍ରଥମ ଗୋଷ୍ଠୀରୁ ଛତୁ ପାରିବା ରୂପେ ବ୍ୟବହୃତ ହେଉଛି ଏବଂ ଦ୍ଵିତୀୟ ଗୋଷ୍ଠୀରୁ ଅବୃତ ବୀଜ ଉପଗୋଷ୍ଠୀ ଭିତରୁ ଅଧିକାଂଶ ପାରିବା ଆମେ ପାଇଥାନ୍ତି । ସେଥିଭିତରୁ କେତେକ ଏକଦଳ ବିଶିଷ୍ଟ ଯଥା- ମିଠା ମକା, ପିଆଜ, ପପକର୍ଣ୍ଣ, ରସୁଣ ଇତ୍ୟାଦି । ଅନ୍ୟଗୁଡିକ ଦ୍ଵିଦଳ ବିଶିଷ୍ଟ ଯଥା- ବାଇଗଣ, କାକୁଡି, କନ୍ଦମୂଳ, ମଟର, କଖାରୁ, ମୂଳା, ଅମୃତଭଣ୍ଡା ଇତ୍ୟାଦି । ଏହାଛଡା ପନିପରିବା ଗୁଡିକୁ କୁଟୁମ୍ବ ବା ପରିବାରେ ବିଭକ୍ତ କରି ଶ୍ରେଣୀକରଣ କରାଯାଉଛି । ପ୍ରତ୍ୟେକ ପରିବାରେ ଥିବା ପନିପରିବା ବଂଶଗତ ସାମଞ୍ଜସ୍ୟ ରହିଥିବାରୁ ଦୃଷ୍ଟିରୁ ଏହି ପ୍ରକାର ଶ୍ରେଣୀକରଣ କରାଯାଇଛି ଯେପରି

  1. ତୃଣ ଜାତୀୟ – ଜିଆମେଜ, ମିଠା ମକା ଇତ୍ୟାଦି ।
  2. ପିଆଜ ଜାତୀୟ- ଉଲି ପିଆଜ, ରସୁଣ ଇତ୍ୟାଦି ।
  3. ଦେଶୀଆଳୁ ଜାତୀୟ – ଖମ୍ବଆଳୁ ।
  4. ସାରୁ ଜାତୀୟ – କୁଜିସାରୁ, ମାଣ ସାରୁ ଇତ୍ୟାଦି
  5. ଖଟାପାଳଙ୍ଗ ଜାତୀୟ- ଖଟା ପାଳଙ୍ଗ ଇତ୍ୟାଦି।
  6. ପୋଇ ଜାତୀୟ - ବିଟ, ଶାଗୁଆ, ପୋଇ, ପାଳଙ୍ଗ ଇତ୍ୟାଦି ।
  7. ସୋରିଷ ଜାତୀୟ - ବନ୍ଧାକୋବି, ସାଲଗାମ, ସୋରିଷ ଶାଗ ଇତ୍ୟାଦି ।
  8. ଛୁଇଁ ଜାତୀୟ - ମଟର, ଝଟା, କାଉପି, ସୋୟାବିନ, ଇତ୍ୟାଦି ।
  9. ଭେଣ୍ଡି ଜାତୀୟ - ଭେଣ୍ଡି, ଇତ୍ୟାଦି ।
  10. ଧନିଆ ଜାତୀୟ - ଗାଜର, ଧନିଆ ଶାଗ ଇତ୍ୟାଦି।
  11. କନ୍ଦମୂଳ ଜାତୀୟ - କନ୍ଦମୂଳ ।
  12. ଲଙ୍କା ମରୀଚ ଜାତୀୟ – ଆଳୁ, ବାଇଗଣ, ଟମାଟୋ ଇତ୍ୟାଦି ।
  13. କଖାରୁ ଜାତୀୟ - କଖାରୁ, ତରଭୁଜ ।
  14. ସୂର୍ଯ୍ୟମୁଖୀ ଜାତୀୟ - ଲେଟ୍ୟୁସ ।
  15. ଅମୃତ ଭଣ୍ଡା ଜାତୀୟ - ଅମୃତଭଣ୍ଡା ।

ବ୍ୟବହାରିକ ଅଂଶକୁ ନେଇ ଶ୍ରେଣୀ ବିଭାଗ

ଉଦ୍ଭିଦଗୁଡିକର ଯେଉଁ ଅଂଶକୁ ନେଇ ଖାଦ୍ୟ ରୂପେ ବ୍ୟବହାର କରାଯାଏ । ସେଗୁଡିକ ଗୋଟିଏ ଶ୍ରେଣୀରେ ଶ୍ରେଣୀଭୁକ୍ତ କରାଯାଏ –

  • ଚେର – ବିଟ, ଗାଜର, ମୂଳା, କନ୍ଦମୂଳ, ଦେଶୀଆଳୁ ଇତ୍ୟାଦି ।
  • ପତ୍ର ଡେମ୍ଫ ବା ନାଡ - ମହୁନାଡ, ସିଲେରି ।
  • ଗୁଣ୍ଡି ବା କାଣ୍ଡ - ସାରୁ , ନୋଲଖୋଲ ।
  • ରୂପାନ୍ତରିତ କାଣ୍ଡ - ଆଳୁ, ଅଦା ହଳଦୀ ଇତ୍ୟାଦି ।
  • ପତ୍ର - ବନ୍ଧା କୋବି, ରସୁଣ, ପିଆଜ, ଲେଉଟିଆ ଶାଗ, ମେଥି ଶାଗ, ପୋଇ, ପୋଦିନା କୋଶଳା ଇତ୍ୟାଦି ।
  • ଅପକ୍ଵ ଫଳ - ଶିମ, ମିଠା, ମକା, କାକୁଡି, ଭେଣ୍ଡି, ବାଇଗଣ ଇତ୍ୟାଦି ।
  • ପାଚି ନଥିବା ଫଳ - କଞ୍ଚା କଦଳୀ, ପୋଟଳ, କାଙ୍କଡ, କୁନ୍ଦୁରୁ ଇତ୍ୟାଦି ।
  • ପରିପକ୍ଵ - ତରଭୁଜ, କରଭୁଜ, ଶୁଖିଲାଲଙ୍କା, କଖାରୁ, ଟମାଟୋ ଇତ୍ୟାଦି ।
  • ଶୁଖିଲା ମଞ୍ଜି – ଝୁଡୁଙ୍ଗ, ମଟର, ଶିମ, ବୁଟ ଇତ୍ୟାଦି ।

ଆଧାର - ଡଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅଧ୍ୟାପକ ଉଦ୍ୟାନ ବିଜ୍ଞାନ ବିଭାଗ ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate