অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ବିହନ,ପନିପରିବା ଉନ୍ନତିକରଣ ଓ ରୋପଣ) ଭାଗ - ୨

ବିହନର ପ୍ରସ୍ତୃତିକରଣ

ବିହନ ଗୁଡିକ ବଜାରକୁ ପଠାଯିବା ପୂର୍ବରୁ କେତେକ ନିର୍ଦ୍ଧିଷ୍ଟ ମାନରକ୍ଷା ଦିଆଯାଇଥାଏ । କାରଣ ପୂର୍ବରୁ କୁହାଯାଇଛି ଯେ, ବିହନ ଗୁଡିକ ପରିଷ୍କାର ସତେଜ ତଥା ସ୍ୱାସ୍ଥ୍ୟକର ହୋଇଥିବା ଦରକାର। ଏହା କେତେଗୁଡିଏ ଯନ୍ତ୍ର ସାହାଯ୍ୟରେ ସମ୍ପାଦନ କରାଯାଇଥାଏ । ସେଗୁଡିକ ହେଲା :-

  1. ଏୟାର ଏଣ୍ଡ ସ୍ନିନ ଯନ୍ତ୍ର
  2. ଗ୍ରାଭିଟି ଟେବୁଲ ।
  3. ରୋଲ ମିଲ
  4. ସ୍ପାଇରେଲ ସେପାରେଟର
  5. ଇନକ୍ଲାଇଣ୍ଡ ବେଲଟ ସେଫାରେଟର
  6. ଡିସ୍କ ସେପାରେଟର
  7. ସିଲେଣ୍ଡ ସେପାରେଟର
  8. ମାଗ୍ନାଟିକ କ୍ଳିନର
  9. ଏଲେକଟ୍ରୋଷ୍ଟାଟିକ ସେପାରେଟର

ଏହି ସବୁ ଯନ୍ତ୍ର ବ୍ୟବହାର ଦ୍ଵାରା ବିହନଗୁଡିକ ପରିଷ୍କାର କରି ରଖାଯାଏ ।

ବିହନ ସଂଗ୍ରହଣ

ପନିପରିବା ମଞ୍ଜିଗୁଡିକ ଅମଳ କରିବା ପରେ ଭବିଷ୍ୟତରେ ବ୍ୟବହୃତ ହେବା ଲାଗି ସଞ୍ଚୟ କରିବା ଦରକାର ପଡିଥାଏ । ମହାଜୁତ ସମୟରେ ସେଗୁଡିକ ସଂଜୀବିତ କ୍ଷମତା ରକ୍ଷାପ୍ରତି ଦ୍ରୁଷ୍ଟିଦେବା ଦରକାର । ଉଦ୍ଭିଦ ପ୍ରଯୋଜକ ପନିପରିବା ବିହନ ଉତ୍ପନ୍ନ କରୁଥିବା ସଂସ୍ଥା ପନିପରିବା ଚାଷୀ ଓ ପନିପରିବା ବିହନ ବ୍ୟବସାୟୀ ପକ୍ଷରୁ ବିହନଗୁଡିକୁ ଜୀବନ୍ତ ଅବସ୍ଥାରେ ବେଶୀ ଦିନ ରକ୍ଷା କରିବା ଲାଗି ବ୍ୟବସ୍ଥାମାନ ଗ୍ରହଣ କରିବା ଦରକାର ହୋଇଥାଏ । ବିହନଗୁଡିକ କୌଣସି ପ୍ରକାରେ କ୍ଷତି ହେଲେ ନିର୍ଦ୍ଧିଷ୍ଟ ସମୟ ସଞ୍ଚୟ କଲାପରେ ସେଗୁଡିକ ଜୀବନୀ ଶକ୍ତି ହ୍ରାସ ହୋଇଥାଏ । କ୍ଷେତରେ ଅଙ୍କୁରଣ ହେଲେ ହେଁ ଉଦ୍ଭିଦଗୁଡିକ ଦୁର୍ବଳ ହୋଇ ବଢନ୍ତି ଓ ଫଳନ ଶକ୍ତିରେ ବାଧା ପ୍ରାପ୍ତ ହୋଇଥାଏ । ଏହା ଛଡା ବିହନରେ ଆର୍ଦ୍ରତା ଓ ତାମକ୍ରମ ବାୟୁରେ ଆର୍ଦ୍ରତା, ଅମ୍ଳଜାନ ପରି ପାରିପାର୍ଶ୍ଵିକ ଅବସ୍ଥା ମଧ୍ୟ ବିହନ ଆୟୁ ଉପରେ ପ୍ରଭାବ ପକାଇ ଥାଆନ୍ତି । ତେଣୁ ବୀଜ ସଞ୍ଚୟ କାଳରେ ଉପରୋକ୍ତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ ।

  • ପନିପରିବା ବିହନ ଉପଯୁକ୍ତ ବ୍ୟବସ୍ଥା କରି କେତେ ଦିନ ଯାଏଁ ଜୀବନ କ୍ଷମ ରହିପାରନ୍ତି ତାହା ପରୀକ୍ଷା ଦ୍ଵାରା ଜଣାପଡେ ସେ ସବୁ ପ୍ରକାରର ବିହନ ଏକାପରି ଜୀବନକ୍ଷମ ରହି ପାରନ୍ତି ନାହିଁ। ତଳେ ଦିଆଯାଇଥିବା ତାଲିକାକୁ ଏହା ସହଜରେ ଜଣାପଡେ -

କେତେ ସମୟ ଭିତରେ ବିହନ ବ୍ୟବହାର କରିବା ଉଚିତ

1 ରୁ 2 ବର୍ଷ

2 ବର୍ଷ

3 ବର୍ଷ

4 ବର୍ଷ

5 ବର୍ଷ

ମାର୍ଟିନିଅ

ସେଲସିପିଂ

ସିମ

ଲଙ୍କାମରୀଚ

ସ୍ପିନଚ , କେଲ

ପାରସନିପ

ଭେଣ୍ଡି

ରୋସେଲ

କଖାରୁ

ମୂଳା, ବାଇଗଣ

ସିକେଲ

ପାରସଲି

ଏସପରାଗଶ

ସୋରେଲ

କାକୁଡି, ଚିକୋରି

ମିଠା ମକା

---

ମଟର

ଟୋମାଟୋ

ସିଲେରୀ , ବ୍ରକୋଲି

ପିଆଜ

----

ଲୀକ

ବିଟ

ରୁଟାବେଗା

 

 

ଗାଜର

ଚାର୍ଡ

ନୋଲଖୋଲ

 

 

 

ସୋରିଷ

ବନ୍ଧାକୋବି , କରଭୁଜ, ବ୍ରସ, ତରଭୁଜ, ଏନଡାଈଭ , ସାଲଗମ, ସ୍କାସ

ଉପରେ ଦିଆଯାଇଥିବା ପାରିବା ଗୁଡିକର ସଂରକ୍ଷିତ ନିର୍ଦ୍ଧିଷ୍ଟ ସମୟଲ ପରେ ବ୍ୟବହାର କରିବା ଉଚିତ ନୁହେଁ ।

  • ବିହନଗୁଡିକରେ ରହୁଥିବା ଆର୍ଦ୍ରତା ଓ ବାହ୍ୟ ତାପକ୍ରମ ମଧ୍ୟ ସେଗୁଡିକର ଜୀବନ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଉପସ୍ଥିତ ସଂରକ୍ଷିତ ତାପକ୍ରମରେ ଦିଆଯାଇଥିବା ନିର୍ଦ୍ଧିଷ୍ଟ ବୀଜର ଆର୍ଦ୍ରତା ଅଧିକ ତାର ଜୀବନୀ ଶକ୍ତିରେ ଆଞ୍ଚ ଆଣିଥାଏ । ନିମ୍ନଲିଖିତ ତାଲିକାରୁ ଏହା ସହଜେ ଜାଣି ହୁଏ ।

 

ପନିପରିବା

ସୁରକ୍ଷା ଆର୍ଦ୍ରତା

0ଡିଗ୍ରୀ - 5 ଡିଗ୍ରୀ ଫା: ହି

70 ଡିଗ୍ରୀ ଫା: ହି

80 ଡିଗ୍ରୀ ଫା: ହି

ବନ୍ଧାକୋବି

10%

8%

7%

ଶିମ

15%

11%

8%

ଶାଲଗମ

14%

11%

9%

ଗାଜର, ଟୋମାଟୋ

10%

8%

6%

ସ୍ପିନଚ, ସିଲେରୀ

13%

11%

9%

ଲଙ୍କାମରୀଚ

---

-----

------

ମଟର

15%

9%

7%

ପିଆଜ

11%

13%

9%

ଭେଣ୍ଡି

14%

8%

6%

ଲେଟ୍ୟୁସ

10%

12%

10%

କାକୁଡି

11%

7%

5%

ମିଠାମକା

14%

9%

8%

ବନ୍ଧାକୋବି

9%

10%

5%

ଅନ୍ୟାନ୍ୟ ପନିପରିବା ଯେଉଁଗୁଡିକ ଅଙ୍ଗୀୟ ପ୍ରଣାଳୀ ଦ୍ଵାରା ଫସଲ ଉଠାଯାଏ । ସେଗୁଡିକ ଉଦ୍ଭିଦ ଅଂଶ ଗୁଡିକ ସଂରକ୍ଷିତ କରିବାକୁ ହୋଇଥାଏ । ଯେପରି ବିଭିନ୍ନ ପ୍ରକାରର ଦେଶୀଆଳୁ , ବିଭିନ୍ନ ପ୍ରକାରର ସାରୁ, ଗୟାଆଳୁ , ଓଲୁଅ ଇତ୍ୟାଦିର ମୁଣ୍ଡି ଥଣ୍ଡା ଜାଗାରେ କିଛି ମାସ ରଖି ଲଗାଇବା ବ୍ୟବସ୍ଥା କରାଯାଏ । ଏସପାରାଗସଗୁଡିକୁ ଶତକଡା 80 ରୁ 85 ଭାଗ ଆର୍ଦ୍ରତା ବିଶିଷ୍ଟ ପରିସର ଭିତରେ 40 ଫା: ହି ତାପମାତ୍ରାରେ ସଂରକ୍ଷିତ କରାଯାଏ । ସେହିପରି କନ୍ଦମୂଳ ଚେରଗୁଡିକୁ ପ୍ରଥମେ 850 ଫାରେନହିଟ ତାପମାତ୍ରାରେ 6 ରୁ 8 ଦିନ ଶତକଡା 85 ରୁ 90 ଭାଗ ଆର୍ଦ୍ରତା ରଖିବା ପରେ ଶତକଡା 80ରୁ 85 ଭାଗ ଆର୍ଦ୍ରତାରେ 55 ଡିଗ୍ରୀ ଫା: ହି ତାପମାତ୍ରାରେ ସଂଖ୍ୟା କରାଯାଏ । ଆଳୁ ଶତକଡା 85 ରୁ 90 ଭାଗ ଆର୍ଦ୍ରତାରେ 34 ଡିଗ୍ରୀ-40 ଡିଗ୍ରୀ ଫା: ହି ରେ ରଖି ସଂରକ୍ଷିତ ଭଣ୍ଡାରରୁ ବାହାର କରିବା 10-14 ଦିନ ପୂର୍ବରୁ 5 ଡିଗ୍ରୀ ତାପମାତ୍ରାରେ ରଖି ବ୍ୟବହାର କରାଯାଏ । ପିଆଜଗୁଡିକୁ 32 ଡିଗ୍ରୀ ଫା: ହି ଉତ୍ତାପରେ ସଂରକ୍ଷିତ ଗୃହରେ ରଖି ଶତକଡା 70 ରୁ 75 ଭାଗ ଆର୍ଦ୍ରତାରେ ସଂରକ୍ଷିତ କରାଯାଏ । କିନ୍ତୁ ରସୁଣକୁ ଶତକଡା 50 ରୁ 60 ଭାଗ ଆର୍ଦ୍ରତା ରକ୍ଷା କରି 60 ଡିଗ୍ରୀ ଉତ୍ତାପରେ ସଂରକ୍ଷିତ କରାଯାଇଥାଏ । ହର୍ସ - ରେଡିସ ଲାଗି 70-75% ଆର୍ଦ୍ରତାରେ ଓ 32 ଡିଗ୍ରୀ ଫା: ହି ଉତ୍ତାପରେ ସଂରକ୍ଷିତ କରାଯାଇଥାଏ ।

ସଂରକ୍ଷିତ କରିବା ଲାଗି ଶୀତଳ ଭଣ୍ଡାର ଉତ୍ତମ ବ୍ୟବସ୍ଥା ଉପଯୁକ୍ତ ଜଳୀୟ ଅଂଶ ବିହନରେ ରକ୍ଷା କରି ଶୀତ ତାପରେ ବୀଜଗୁଡିକ ନିରାପଦରେ ସଂରକ୍ଷିତ କରିହୁଏ । ଆଜିକାଲୀ ପ୍ଲାଷ୍ଟିକ ମୁଣା, ଟିଣଡବାରେ ପବନ ନିଷ୍କାସନ କରି, କାର୍ବନ ଡାଇଅକସାଇଡ ବା ନାଇଟ୍ରୋଜନ ବାଷ୍ପିଭାରି ଥଣ୍ଡା ଓ କମ ଆର୍ଦ୍ରତା ବା ପୁଷ୍କ ସ୍ଥାନରେ ସଂରକ୍ଷିତ କରାଯାଇଥାଏ । ସାଧାରଣ ଅଖା ବା କାଗଜ ମୁଣାରେ ମଞ୍ଜିଗୁଡିକ ରଖିଲେ ବାହାରର ଆର୍ଦ୍ରତା ମଞ୍ଜିଗୁଡିକ ଗ୍ରହଣ କରି ବୀଜଗୁଡିକର ଜୀବନୀଶକ୍ତି କମିଯାଏ । କିନ୍ତୁ ପ୍ଲାଷ୍ଟିକ ମୁଣା ବା ମୁଦ ଟିଣ ଡବାରେ ସଂରକ୍ଷିତ କଲେଳ ଏହି ଅସୁବିଧା ଦୂର ହୋଇଥାଏ ।

ପନିପରିବା ଫସଲର ଉନ୍ନତିକରଣ ଲାଗି ବ୍ୟବହୃତ ପ୍ରଣାଳୀ

ଫସଲର ଶ୍ରେଣୀ ଭେଦରେ ଉନ୍ନତି ଲାଗି ବ୍ୟବହୃତ ପ୍ରଣାଳୀ ନିର୍ଭର କରେ । ପ୍ରକୃତିରେ ପ୍ରାକୃତିକ ପ୍ରଜନନ ପ୍ରଣାଳୀରେ ଜାତ ହୋଇଥିବା ପନିପରିବା ଉଦ୍ଭିଦ ଦେଖିଲେ ଆମେ ସେଥିରୁ ମଞ୍ଜି ବା ଉଦ୍ଭିଦ ଅଂସ ସଂଗ୍ରହ କରି ଉତ୍ତମ ଫସଲ ଅମଳ କରିବା ଲାଗି ଚେଷ୍ଟା କରୁ । ଆଜିକାଲି ବୈଜ୍ଞାନିକ ପ୍ରଣାଳୀ ଅନୁସରଣ ପୂର୍ବକ ଉଦ୍ଭିଦରେ ପରିବର୍ତ୍ତନ ଘଟାଇ ନୂଆ ନୂଆ ପ୍ରକାରର ପାଣିପାରିଆବା ଆବିଷ୍କାର କରାଯାଇ ପାରୁଛି । ତେଣୁ ଏହି ପରିବର୍ତ୍ତନ ମୁଖ୍ୟତଃ ତିନିଟି ପ୍ରଣାଳୀରେ କରାଯାଇଥାଏ ।

  1. ଅନ୍ୟ ଅଞ୍ଚଳରୁ ପ୍ରବର୍ତ୍ତନ – ଉତ୍ତମ ପ୍ରକାରର ବିହନ ଅନ୍ୟ ଦେଶ ବା ଅଞ୍ଚଳରୁ ସଂଗ୍ରହ କରି ଉପସ୍ଥିତ ମୃତ୍ତିକା ଓ ଜଳବାୟୁ ପାରିପାର୍ଶ୍ଵିକ ଅବସ୍ଥାରେ ପରୀକ୍ଷା କରି ପନିପରିବା ଉନ୍ନତିବିଧାନ କରାଯାଇଥାଏ । ଏହି ପ୍ରକାରର ନୂଆ ନୂଆ ପନିପରିବା ତଥା କିସମ ର ପ୍ରବର୍ତ୍ତନ ଦୁଇଟି ଉଦ୍ଦେଶ୍ୟ ରଖି କରାଯାଇଥାଏ ।
  2. ସମ୍ପାଦନ ଗୁଣ - ଏହା ଅବଲୋକନ କରି ସହଜେ ଦେଖିହେବ ନାହିଁ । କିନ୍ତୁ ଅମଳ ପରିମାଣ ଶୀଘ୍ର ଅମଳ କରିବା, ପକ୍ଵ ହେବାରେ ଏକ ରୂପତା ଓ ରୋଗ ପ୍ରତିରୋଧକ ଶକ୍ତି ଏହିପରି ଗୁଣ ଏକାପରି ଗୋଟିଏ କିସମର ପରିବାର ରହିଥିବା ଦରକାର ।
  3. ବିଶେଷଗୁଣ – ଏହି ଗୁଣଗୁଡିକ ହେଲା ଯେ , ସେହି କିସମରେ କିଛି ସ୍ଵତନ୍ତ୍ର ଗୁଣ ରହିଥିବା ଦରକାର । ଯେପରି କୌଣସି ନିର୍ଦ୍ଧିଷ୍ଟ ଜଳବାୟୁ ବା ମୃତ୍ତିକା ଲାଗି ଚାଷ କରିବାରେ ସୁବିଧାଜନକ ହେଉଥିବା ବା ଆଉ କୌଣସି ନିର୍ଦ୍ଧିଷ୍ଟ ହେବାର ଲାଗି ଯଥା - ସେହି କିସମର ପାରିବା ଗୁଡିକ ଡବାରେ ସଂରକ୍ଷିତ କରିବା ଲାଗି ସୁବିଧାଜଣକ ହେବ ସାଧାରଣ ବଜାର ଲାଗି ଉପଯୁକ୍ତ ଅସମୟରେ ଚାଷ କରାଯାଇପାରିବ ବହୁଦୂର ବଜାରରୁ ପଠାଗଲେ ଅକ୍ଷତ ଭାବେ ପହଞ୍ଚିବା ସର୍ମାର୍ଥୀ ଥିବ ।

ଆଳୁ କଥା ଧାରାଗଲେ ଜଣାଯାଏ ଯେ, ଉନ୍ନତ ବିହନ ନାମରେ ବହୁପ୍ରକାର ବା ବହୁ କିସମର ବାହାର କରାଗଲାଣି । ଯେପରି ଅଧିକ ଅମଳକ୍ଷମ, ଶୀଘ୍ର ଅମଳ ହେବା ପାରିପାର୍ଶ୍ଵିକ ଅବସ୍ଥା ଅନୁଯାୟୀ ପ୍ରଶସ୍ତ ଭାବେ ଅଭ୍ୟସ୍ତ ହୋଇପାରିବା, ଅଳ୍ପ ଗଭୀରସ୍ଥିତ ଆଖି , ସୁନ୍ଦରତ୍ଵକରଙ୍ଗ ଅସୁବିଧା ପରିସ୍ଥିତି ସମ୍ମୁଖୀନ ହେବା ଆଳୁର ଉତ୍ତମ ଆକାର, ବିଭିନ୍ନ ରୋଗ ତଥା କୀଟ ପ୍ରତିରୋଧକ ଶକ୍ତି ରହିଥିବା ଭିନ୍ନ ଭିନ୍ନ କିସମର ଆଳୁ ଉଦ୍ଭାବନ କରାଯାଇଛି ।

ପନିପରିବା ଫସଲର ଉନ୍ନତିକରଣ ଲାଗି ବ୍ୟବହୃତ ପ୍ରଣାଳୀ

ଫସଲର ଶ୍ରେଣୀ ଭେଦରେ ଉନ୍ନତି ଲାଗି ବ୍ୟବହୃତ ପ୍ରଣାଳୀ ନିର୍ଭର କରେ । ପ୍ରକୃତିରେ ପ୍ରାକୃତିକ ପ୍ରଜନନ ପ୍ରଣାଳୀରେ ଜାତ ହୋଇଥିବା ପନିପରିବା ଉଦ୍ଭିଦ ଦେଖିଲେ ଆମେ ସେଥିରୁ ମଞ୍ଜି ବା ଉଦ୍ଭିଦ ଅଂସ ସଂଗ୍ରହ କରି ଉତ୍ତମ ଫସଲ ଅମଳ କରିବା ଲାଗି ଚେଷ୍ଟାକରୁ । ଆଜିକାଲି ଉଦ୍ଭିଦ ଅଂଶ ସଂଗ୍ରହ କରି ଉତ୍ତମ ଫସଲ ଅମଳ କରିବା ଲାଗି ଚେଷ୍ଟା କରୁ । ଆଜିକାଲି ବୈଜ୍ଞାନିକ ପ୍ରଣାଳୀ ଅନୁସରଣ ପୂର୍ବକ ଉଦ୍ଭିଦରେ ପରିବର୍ତ୍ତନ ଘାଟାଇ ନୂଆ ନୂଆ ପ୍ରକାରର ପନିପରିବା ଆବିଷ୍କାର କରାଯାଇ ପାରୁଛି । ତେଣୁ ଏହି ପରିବର୍ତ୍ତନ ମୁଖ୍ୟତଃ ତିନିଟି ପ୍ରଣାଳୀରେ କରାଯାଇଥାଏ ।

  1. ଅନ୍ୟ ଅଞ୍ଚଳଋ ପ୍ରବର୍ତ୍ତନ
  2. ଉତ୍ତମ ପ୍ରକାରର ବିହନ ଅନ୍ୟ ଦେଶ ବା ଅଞ୍ଚଳରୁ ସଂଗ୍ରହ କରି ଉପସ୍ଥିତ ମୃତ୍ତିକା ଓ ଜଳବାୟୁ ପାରିପାର୍ଶ୍ଵିକ ଅବସ୍ଥାରେ ପରୀକ୍ଷା କରି ପାଣିପାରିଆବା ଉନ୍ନତିବିଧାନ କରାଯାଇଥାଏ । ଏହି ପ୍ରକାରର ନୂଆ ନୂଆ ପନିପରିବା ତଥା କିସମ ପ୍ରବର୍ତ୍ତନ ଦୁଇଟା ଉଦ୍ଦେଶ୍ୟ ରଖି କରାଯାଇଛି ।

    • ସିଧାସଳଖ ଉତ୍ତମ କିସମ ରୂପେ ପ୍ରବର୍ତ୍ତନ - ଯେଉଁ ପନିପରିବା ଗୁଡିକ ଅନ୍ୟ ଦେଶରୁ ଆଣି ପରୀକ୍ଷା କରିବାପରେ ଜଣାଯାଇ ସେଗୁଡିକ ଉତ୍ତମ ଗୁଣ, ଅମଳକ୍ଷମ ଓ ଲାଭପ୍ରଦ, ସେଗୁଡିକ ନୂତନ ପାରିବା କିସମ ରୂପେ ବ୍ୟବହାର କରାଯାଇଥାଏ । ଅନ୍ୟାନ୍ୟ ଦେଶରୁ ଆମ ଦେଶରେ ଅନେକ ପ୍ରକାରର ପାରିବା ଏହି ପ୍ରଣାଳୀରେ ପ୍ରବର୍ତ୍ତନ କରି ବର୍ତ୍ତମାନ ଚାଷ କରାଯାଉଛି ।
    • ପ୍ରଜନନ ଲାଗି ଅନ୍ୟାନ୍ୟ ଅଞ୍ଚଳରୁ ପନିପରିବା ପ୍ରବର୍ତ୍ତନ - ଅନେକ କ୍ଷେତ୍ରରେ ଦେଖାଯାଏ ଯେ , ଅନ୍ୟାନ୍ୟ ଅଞ୍ଚଳରେ ବା ଦେଶରେ ହେଉଥିବା ଉତ୍କୃଷ୍ଟ କିସମର ପନିପରିବା ଉପସ୍ଥିତ ପାରିପାର୍ଶ୍ଵିକ ଅବସ୍ଥାରେ ଲାଭପ୍ରଦ ହୋଇପାରୁ ନାହିଁ । କିନ୍ତୁ ସେଥିରୁ ଏପରି କେତେ ଗୁଣ ରହିଛି ଯାହାକୁ ଆଧୁନିକ ପ୍ରଜନନ ପ୍ରଣାଳୀ ବ୍ୟବହାର କରି ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତି, କମ ଜଳ ବ୍ୟବହାର କରିବା ଶକ୍ତି, ଶୀଘ୍ର ଅମଳ ହୋଇ ପାରିବା ଶକ୍ତି, ଅଧିକ ଅମଳକ୍ଷମ ହୋଇପାରିବା ଶକ୍ତି ଅଧିକ ଖାଦ୍ୟଗୁଣ ରହିବା ଶକ୍ତି ଇତ୍ୟାଦିର ପର୍ଯ୍ୟବେକ୍ଷଣ ପୂର୍ବକ ଏଠାରେ ଚାଷ କରାଯାଉଥିବା କିସମଗୁଡିକ ପ୍ରେରଣ କରି ସେଗୁଡିକ ଉନ୍ନତି ବିଧାନ କରାଯାଇଥାଏ ।
  3. ନିର୍ବାଚନ ପ୍ରଣାଳୀ
  4. ଏହି ପ୍ରଣାଳୀ ଅନୁସରଣ କରି ଅନେକ ପ୍ରକାରର ବା କିସମର ପନିପରିବା ନିର୍ବାଚିତ କରାଯାଇ ଚାଷ କରାଯାଉଛି । ଏଥିଲାଗି ତିନୋଟି ପ୍ରଣାଳୀ ବ୍ୟବହୃତ କରାଯାଇଥାଏ ।

    • ସାମୁହିକ ନିର୍ବାଚନ - ପ୍ରତ୍ୟେକ ପୀଡ ବା ସମକାଳୀନ ଫସଲ ଜାତିରୁ ଅନେକଗୁଡିଏ ଉତ୍କୃଷ୍ଟ ଭାବେ ଏକାପରି ବଢିଥିବା ଓ ସେହି କିସମର ଉଦ୍ଭିଦ ଗୁଣଗୁଡିକ ପାଖାପାଖି ବା ସେହିପରି ହୋଇଥିବା ଉଦ୍ଭିଦରୁ ବିହନ ସଂଗ୍ରହ କରି ଆଗାମୀ ଫସଲ ଲାଗି ବ୍ୟବହାର କରାଯାଏ । ଏହି ପ୍ରାଣାଳୀରେ ଗୋଟିଏ ପୀଡର ଗୁଣ ଉତ୍ତରୋତ୍ତର ବୃଦ୍ଧି ଲାଗି ବ୍ୟବହାର କରାଯାଏ । କିନ୍ତୁ ସେହି କିସମ ବା ପ୍ରକାର ପନିପରିବା ଉଦ୍ଭିଦ ଗୁଡିକର ଗୁଣଗୁଡିକ କେବଳ ସେହି ସ୍ତରରେ ରକ୍ଷାକରାଯିବା କାର୍ଯ୍ୟ କରାଯାଇଥାଏ । ଫସଲ ରୁ ବାଛି ନିଆଯାଇଥିବା ଉଦ୍ଭିଦଗୁଡିକ କେବଳ ସେହି ସ୍ତରରେ ରକ୍ଷାକରାଯିବା କାର୍ଯ୍ୟ କରାଯାଇଥାଏ । ଫସଲରୁ ବାଛି ନିଆଯାଇଥିବା ଉଦ୍ଭିଦଗୁଡିକୁ ଦରକାରୀ ମୁତାବକ ପରପରାଗାଁ ବା ପରନିଷେକ ଓ ସ୍ଵପରାଗଣ ଲାଗି ଛାଡି ଦିଆଯାଏ ।
    • ଅବିମିଶ୍ର ନିର୍ବାଚନ - ଏହି ପ୍ରାଣାଳୀ ଦ୍ଵାରା ପ୍ରଥମେ ଯେ କୌଣସି କିସମ ବା ପ୍ରକାରର ପନିପରିବା କ୍ଷେତରୁ ପ୍ରଥମେ ସେହି ଜାତିର ଫସଲରୁ କେତୋଟି ଉତ୍କୃଷ୍ଟ ଉଦ୍ଭିଦ ନିର୍ବାଚନ କରି ପ୍ରତ୍ୟେକ ଉଦ୍ଭିଦରୁ ବିହନ ସଂଗ୍ରହ କରି ସେଗୁଡିକ ମଞ୍ଜି ଗୁଡିକ ଅଲଗା ଅଲଗା ଧାଡିରେ ଲଗାଯାଇ ପ୍ରତ୍ୟେକ ଉଦ୍ଭିଦକୁ ଅନେକ ବର୍ଷଯାଏ ପରୀକ୍ଷା କରାଯାଏ । ଏହି ସମୟ ଭିତରେ ଯେଉଁ ଉଦ୍ଭିଦଗୁଡିକ ଭଲ ନୁହେଁ ସେଗୁଡିକ ବାଦ ଦିଆଯାଏ ଓ ଉତ୍କୃଷ୍ଟ ଉଦ୍ଭିଦର ମଞ୍ଜିଗୁଡିକ କ୍ଷେତରେ ବ୍ୟାପକ ଭାବେ ପରୀକ୍ଷା କରି ସେଥିରୁ ସର୍ବୋକୃଷ୍ଟ ଉଦ୍ଭିଦଗୁଡିକରୁ ମଞ୍ଜି ସଂଗ୍ରହ କରି ସେଗୁଡିକୁ ବହୁ ଗୁଣରେ ବଢାଇ ବିହନ ରୂପେ ବ୍ୟବହାର କରାଯାଏ । ଏହା ସମ୍ପାଦନ କରିବା ଲାଗି ସାଧାରଣତଃ ପନିପରିବା ଲାଗି ଦୁଇରୁ ତିନିବର୍ଷ ଲଗାଯାଏ । ଏହି ପ୍ରଣାଳୀ ଅବଲମ୍ବନ କରି ବିହନ ବୃଦ୍ଧି କରିବା ହେଉଛି ଶ୍ରମସାଧ୍ୟ କାର୍ଯ୍ୟ।
    • ଏହି ଉଦ୍ଭିଦରୁ ଅଙ୍ଗୀୟ ନିର୍ବାଚନ ପ୍ରଣାଳୀ - ଗୋଟିଏ କିସମର ପନିପରିବା ଗୋଟିଏ ଉଦ୍ଭିଦରୁ ଅଙ୍ଗୀୟ ବିସ୍ତାର ପ୍ରଣାଳୀରେ ପ୍ରସାର କରିବା କାର୍ଯ୍ୟକୁ କ୍ଳୋନେଲ ସିଲେକସନ ବୋଲି କୁହାଯାଏ । ଏହି ପ୍ରଣାଳୀକୁ ବାହାର କରାଯାଉଥିବା କିସମର ପନିପରିବା ଗୁଡିକରେ ସାଧାରଣତଃ ଉଦ୍ଭିଦ ଗୁଣରେ ଅଦଳ ବଦଳ ହୁଏ ନାହିଁ । କାରଣ ମା ଗଛର ଅନୁରୂପ ଗୁଣ ଏହି କିସମର ଧାରଣ ହୋଇଥାଏ । କିନ୍ତୁ ପ୍ରକୃତିର ପ୍ରଭାବରୁ ବା ଅପ୍ରକୃତିକ ପ୍ରଣାଳୀ ପ୍ରଭାବରୁ ସେଥିରେ ଭିନ୍ନ ଭିନ୍ନ ଉତପରବର୍ତ୍ତୀୟ ଗୁଣ ପରିବର୍ତ୍ତନ ଘଟିଥାଏ । ତେଣୁ ଅନ୍ୟ ପ୍ରକାର କିସମର ଧାରଣ ହୋଇଥାଏ । ଏହି ପ୍ରଣାଳୀ ଦ୍ଵାରା ପନିପରିବା ଗୁଡିକରେ ଅନେକ କିସମର ନୂତନ ବିହନ ସଂଗୃହିତ ହୋଇପାରିଛି । ଗୋଟିଏ ପ୍ରକାରର ଆଳୁ ଯଥା – “ଗାର ନେଟଚିଲି“ରୁ ଏହି ପ୍ରଣାଳୀରେ କିସମର ଆଳୁ ଶତକଡା ସାତଭାଗ କେବଳ ନଭୋଭୂତ ବା ସ୍ପୋର୍ଟ ଦ୍ଵାରା ସମ୍ଭବ ହୋଇପାରିଛି । ସେହିପରି ପୋର୍ଟରିକୋ କିସମର କନ୍ଦମୂଳରୁ ଧଳା ଚର୍ମ ବିଶିଷ୍ଟ ପୋର୍ଟଜାଙ୍କା କିସମ ହେଉଛି ଗୋଟିଏ ନଭୋଭୂତ କିସମ।
  5. ସଙ୍କରଣ ପ୍ରଣାଳୀ
  6. ବିଭିନ୍ନ ଉଦ୍ଭିଦଫ ଗୁଣ ସମ୍ପର୍ଣ୍ଣ ଦୁଇଟି ଉଦ୍ଭିଦର ସଙ୍ଗମରୁ ଜାତ ହୋଇଥିବା ସନ୍ତାନକୁ ସଙ୍କର ବୋଲି କୁହାଯାଏ ଓ ସେହି ପ୍ରଣାଳୀକୁ ସଂକରଣ ବୋଲି ଆଖ୍ୟା ଦିଆଯାଇଛି । ପନିପରିବାଗୁଡିକର ଉନ୍ନତିକରଣ କରିବା ଲାଗି ସଙ୍କରଣ ପ୍ରଣାଳୀ ବ୍ୟବହାର କରି ନୂତନ ଧରଣର ପନିପରିବା ଉଦ୍ଭାବନା କରାଯାଉଛି । ପନିପରିବା ସଙ୍କରଣ ଉଦ୍ଦେଶ୍ୟ ହେଲା ଯେ ଗୋଟିଏ ଉତ୍ତମ କିସମର ପରିବାରେ ଥିବା କେତେକ ଦୁର୍ଗୁଣକୁ ବାଦଦେଇ ଅନ୍ୟ କିସମରେ ଥିବା ସୁଗୁଣଗୁଡିକୁ ସେଥିରେ ରକ୍ଷା କରାଇବା। ଯେଉଁ କିସମର ପରିବା ଉନ୍ନତିବିଧାନ କରାଯିବ। ସେହି ପରିବାରେ ଫୁଟୁଥିବା ମାଇ ଅଂଶରେ ଅନ୍ୟ କିସମରେ ଥିବା ଫୁ ଅଂଶ ନେଇ ସଙ୍ଗମ ଘଟାଇବା ଦ୍ଵାରା ସେଥିରୁ ଥିବା ସୁ ଗୁଣଗୁଡିକ ଅନ୍ୟଟିରେ ପ୍ରେରଣ କରାଯାଇଥାଏ । ଏଥିରେ ଦୁଇପ୍ରକାର ପ୍ରାଣାଳୀ ବ୍ୟବହୃତ ହୋଇଥାଏ ।

    • ସଙ୍କରଣ ସହ ନିର୍ବାଚନ ପ୍ରଣାଳୀ ଦୁଇ ପ୍ରକାର ଉଦ୍ଭିଦରେ ସଙ୍ଗମ ଘଟାଇବା ଦ୍ଵାରା ପିତୃମାତୃ ଗୁଣ ସମ୍ପର୍ଣ୍ଣ ବିଭିନ୍ନ ମିଶ୍ରଣଜନିତ ବୀଜ ବିପନ କରି ସେଥିରୁ ବୀଜ ସଂଗ୍ରହ କାଲେ ଦେଖାଯିବା ଯେ ଏହାର ଦ୍ଵିତୀୟ ବଂଶଧର ରୁ ଉତ୍ପନ ହେଉଥିବା ଉଦ୍ଭିଦଗୁଡିକ ନାନାପ୍ରକାରର ହୋଇଥାନ୍ତି । ପିତୃ, ମାତୃ, ଗୁଣଗୁଡିକରେ ନାନା ଗୁଣ ମିଶ୍ରଣ ଫଳରେ ଏପରି ହେବା ସ୍ଵାଭାବିକ । ଏହି ପରିବର୍ତ୍ତନ ଅନ୍ୟାନ୍ୟ ବଂଶଧରରେ ମଧ୍ୟ ଦେଖାଯାଇଥାଏ । ତେଣୁ ଯେଉଁ ଉଦ୍ଭିଦଗୁଡିକରେ ମନମୁତାବକ ଗୁଣଗୁଡିକ ଏକାଠି ହୋଇ ପ୍ରକାଶ ଲାଭ କରନ୍ତି ସେହି ଗୁଡିକୁ ପୁଣି ସ୍ଵପରାଗଣ ଘଟାଇ ଅଧିକ ବିସ୍ତାର କରାଯାଏ । ଏହାପରେ ନିର୍ବାଚନ ଓ ସ୍ଵପରାଗଣ ବା ପରପାରାଗଣ ଘଟାଇବା କାର୍ଯ୍ୟ କ୍ରମାଗତ ଭାବେ ଚାଲେ, ଯେପର୍ଯ୍ୟନ୍ତ ଗୋଟିଏ ମନମୁତାବକ ଜାତି ବା ପ୍ରରୂପ ସୃଷ୍ଟି ନ ହୋଇଛି ଏ ନବ ପ୍ରଜନି ଓ ବୀଜଟି ଯଥାର୍ଥ ବା ବିଶୁଦ୍ଧ ହେବାକୁ କ୍ଷମ ହୋଇପାରିବ । ପନିପରିବାର ଉନ୍ନତିକରଣ ଲାଗି ଏହି ପ୍ରଣାଳୀ ବହୁ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ଟୋମାଟୋ ଜାତି ମାରଗ୍ଲୋବ ଏହି ପ୍ରଣାଳୀ ଅନୁସୃତ କରି ଉତ୍ପନ୍ନ ହୋଇଛି । ଗ୍ଲୋବିକିସମର ଟୋମାଟୋରେ ଫ୍ୟୁଜାରିଏମ ବା ଝାଉଁଳା ରୋଗ ପ୍ରତିରୋଧକ ଗୁଣ ରହିଛି । କିନ୍ତୁ ନେଇଲ ହେଡ ରୋଗାକ୍ରମନ କ୍ଷମ ହୋଇଥିବା ହେତୁ ଏହା ସହିତ ମାରଭଲ କିସମ ଟୋମାଟୋ ସହିତ ସଙ୍ଗମ କରି ମାରଗ୍ଲୋବ ଟୋମାଟୋ ଉତ୍ପତ୍ତି କରାଯାଇଛି । ଏହି ପ୍ରଣାଳୀ ଦ୍ଵାରା ଆନେକ ପ୍ରକାରର ପନିପରିବା ଉତ୍ପନ୍ନ କରାଯାଇପାରିଛି। ପିଆଜରେ ପୋୟୋନିୟର, ଏବନଡିନସ, ବୋନେଞ୍ଜା, ଫସଟା, ଭେଣ୍ଡିରେ ପୁସା ମଖମଲି ସହ ଦରଭଙ୍ଗା ସଙ୍ଗମ କରି ଉତ୍ତମ ଫଳ ମିଳିଛି । ଲଙ୍କାମରୀଚରେ ଦୁଇଟି ପୁସା ସଙ୍ଗମ କରି ଅଧିକ ଅମଳକ୍ଷମ ଓ ଶୀଘ୍ର ଅମଳକ୍ଷମ ଫଳ ଆଦାୟ କରାଯାଇପାରୁଛି । ସେହିପରି ବାଇଗଣ, କାକୁଡି, କଖାରୁ, ଜହ୍ନି , କଲାରା, ତରଭୁଜ, ବନ୍ଧାକୋବି, ମୂଳା, ଗାଜର, ଆଦି ଅନେକ ପନିପରିବାରେ ନୂଆ ନୂଆ କିସମର ଓ ଜାତିର ପନିପରିବା ବାହାର କରାଯାଇଛି ।
    • ପାଶ୍ଚାତ ସଙ୍ଗମ ଓ ନିର୍ବାଚନ ପ୍ରଣାଳୀ – ଏଥିରେ ସଙ୍କର ଜାତ ଉଦ୍ଭିଦ ସହ ପିତୃ ଉଦ୍ଭିଦର ସଙ୍ଗମ ଘଟାଇ ସନ୍ତାନର ଉନ୍ନତି ଘଟାଯାଇଥାଏ । ସଙ୍କରଣ ଉଦ୍ଭିଦ ଗୁଡିକର କେତେଗୁଡିଏ ନିର୍ଦ୍ଧିଷ୍ଟ ନେଇ ଅନେକ ପୀଡ଼ି ବା ବଂଶ ଯାଏ ଗୋଟିଏ ନିର୍ଦ୍ଧିଷ୍ଟ ପିତୃ ଉଦ୍ଭିଦ ସହ ପାଶ୍ଚାତ ସଙ୍ଗମ କରି ଉପଯୁକ୍ତ ସନ୍ତାନ ନିର୍ବାଚନ କରାଯାଏ । ଯେତେବେଳେ ନିର୍ଦ୍ଧିଷ୍ଟ କିସମର ପନିପରିବାରେ ଆବଶ୍ୟକୀୟ ଗୋଟିଏ ବା ତତୋଧିକ ପିତୃ ଗୁଣ ପ୍ରେରିତ କରିବା ଲାଗି ଅବଶ୍ୟକ ହୁଏ । ସେତିକିବେଳେ ଏହି ପ୍ରାଣାଳୀ ଅନୁସୃତ ହୋଇଥାଏ । ଟୋମାଟୋ, କେଣ୍ଟିଲୋପ ଇତ୍ୟାଦି ପନିପରିବାଗୁଡିକରେ ଏହି ପ୍ରଣାଳୀ ବ୍ୟବହାର କରି କେତେକ ନିର୍ଦ୍ଧିଷ୍ଟ ରୋଗ ନିରୋଧକ ଜାତି ଉତପନ କରାଯାଇପାରିଛି । ଗୋଲଡେନ କ୍ରିସ ବେଣ୍ଟିମ ହେଉଛି ଗୋଟିଏ ସଙ୍କର ଜାତୀୟ ମିଠା ମକା ଯାହା ପୁର୍ଡୁବେଣ୍ଟମ ୩୯ ସହ ୫୧ କିସମ ସଙ୍ଗମ କରି ପ୍ରଥମ ବଂଶଧର ମଞ୍ଜି ହିଁ କେବଳ ବିହନ ରୂପେ ବ୍ୟବହାର କରାଯାଇଛି । କିନ୍ତୁ ଏହି ବଂଶଧର ମକା ମଞ୍ଜି ପୁଣି ଫସଲ ଲାଗି ବ୍ୟବହାର ନ କରି ଥରକୁ ଥର କେବେଳ ସେହି ଦୁଇଟି ପିତୃ ମାତୃ ମିଠାମକା ଉଦ୍ଭିଦ ସଙ୍ଗମ କରି କେବଳ ସଙ୍କର ମଞ୍ଜି ଫସଲ ଅମଳ ଲାଗି ସର୍ବଦା ବ୍ୟବହୃତ ହୋଇଥାଏ ।

ଉଦ୍ଭିଦ ଉଦ୍ଦୀପକର ବ୍ୟବହାର

ପାଣିପାରିବାଗୁଡିକର ଉନ୍ନତି ବିହନ ବ୍ୟବହାର ସଙ୍ଗେ ସଙ୍ଗେ ଉଦ୍ଭିଦ ଉଦ୍ଦୀପକ ବ୍ୟବହାର କରିବା ଦ୍ଵାରା ଫସଲର ଉନ୍ନତିବିଧାନ ହୋଇଥାଏ । ବିହନ ଜମିରେ ଲଗାଯିବାଠାରୁ ଫସଲ ଅମଳ କରି ଭଣ୍ଡାରରେ ସାଇତିବା ଯାଏ ପ୍ରତି ଅବସ୍ଥାରେ ଉପଯୁକ୍ତ ଉଦ୍ଦୀପକ ଠିକ ପରିମାଣରେ ବ୍ୟବହାର କରି ଉତ୍ତମ ଫଳ ମିଳୁଥିବା ପରୀକ୍ଷାରୁ ଜଣାଯାଏ । ଉଦ୍ଭିଦ ଉଦ୍ଦୀପକଗୁଡିକ ର ଶ୍ରେଣୀ, ସେଗୁଡିକ ପ୍ରୟୋଗ ମାତ୍ରା, ପାରିପାର୍ଶ୍ଵିକ ଅବସ୍ଥା ଓ ଉଦ୍ଭିଦ ପ୍ରକାର ଭେଦରେ ବ୍ୟବହାର କରାଯାଏ । ଆଲଫାନେଫଥେଲିନ, କୋଲଚିନିନ, ମାରଫାସିଟନ, ଜିଆଟିନ, ଇତ୍ୟାଦି ବ୍ୟବହାର କରାଯାଇଥାଏ । ଆଳୁ ଖଣ୍ଡଗୁଡିକ କ୍ଷେତରେ ଲଗାଯିବା ପୂର୍ବରୁ ଜିବ୍ରାଲିକଏସିଡ ପ୍ରୟୋଗ କଲେ ଗଛଗୁଡିକ ଶୀଘ୍ର ଆକାର ବଢାଇଥାଏ ଓ ସିସିସି ପ୍ରୟୋଗ କଲେ ଅଙ୍କୁରଣ ବି-ନାଇଟ ପ୍ରୟୋଗ କଲେ ଅମଳ ବଢାଇବାରେ ଏହି ପ୍ରକାରରେ ଉପଚାର କରି ଫସଲ ଅମଳ ବଢିଥାଏ । ଉଦ୍ଭିଦ ବୃଦ୍ଧି ନିବାରକ ଗୁଡିକର ବ୍ୟବହାର ଦ୍ଵାରା କାଉପି ବା ଝୁଡୁଙ୍ଗରେ ଅଧିକ ଅମଳ କରାଯାଇଛି ଓ ଉଦ୍ଭିଦଗୁଡିକୁ ବହୁ ପରିମାଣରେ ବଢାଇବାକୁ ଅଧିକ ଅମଳ ଫଳନ କ୍ଷମ କରିବା ହୋଇପାରିଛି । ଆସକୋର ବିକି ଏସିଡ ବ୍ୟବହାର କରି ଅଧିକ ଅମଳ କରାଯାଉଥିବା ଜଣାଯାଏ । ଉଦ୍ଭିଦ ଉଦ୍ଦୀପକ ବ୍ୟବହାରରେ ବିହନଗୁଡିକ ସୁସୁପ୍ତାବସ୍ଥା କାମେଲ ଦିଆଯାଇ ପାରୁଛି । ଜିବ୍ରାଏଲିକଏସିଡ ବ୍ୟବହାର କରି ଅନେକ ପନିପରିବା ମଞ୍ଜି ଓ ଆଳୁଗୁଡିକ ଶୀଘ୍ର ଅଙ୍କୁରଣ କରାଯାଇଥାଏ। ସୋୟାବିନ ଉଦ୍ଭିଦରେ ଥିବା ସେଚିତକରି ପତଳାପତ୍ର ବଢାଇ ପ୍ରକାଶ ସଂଶ୍ଳେଷଣକ୍ରିୟା ବଢାଇ ଅଧିକ ଅମଳ କରାଯାଇପାରୁଛି । ମାଲିକ ହାଇଡ୍ରୋଜାଇଡ ଆଦି ଔଷଧ ସିଞ୍ଚି ଆଳୁ ପିଆଜ ଆଦି ବିହନ ଗୁଡିକର ବ୍ୟବହାର ସମୟ ପୂର୍ବରୁ ଗଯା ବା ଶଣ୍ଢା ବାହାରିପଡିବା ବନ୍ଦ ହୋଇଯାଇ ଅଧିକ ସମୟ ସାଇତି ରଖାଯାଇ ପାରୁଛି।

ସଂଗୃହିତ  - ଡଃ ରମେଶ ଚନ୍ଦ୍ର ଦାସ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate