ଚାଷ ପ୍ରାଣାଳୀ ସାର ପ୍ରୟୋଗ ପନିପରିବା ଚାଷରେ ସାର ପ୍ରୟୋଗ କୋଡା, ଖୁସା ଓ ଗଛମୂଳେ ମାଟି ଚଢା ଇତ୍ୟାଦି ଦରକାର କରିଥାଏ କାରଣ ଏହା ଉପରେ ପନିପରିବାଗୁଡିକର ଗଠନ ଓ ଅମଳ ଘନିଷ୍ଟ ସମ୍ବନ୍ଧ ରହିଥାଏ । ତେଣୁ ଖତସାର କେତେବେଳେ, କେଉଁପ୍ରକାରର , କେତେ ପରିମାଣର ପ୍ରୟୋଗ ପ୍ରଣାଳୀ ବିଷୟରେ ଚାଷୀ ଜାଣିବା ନିହାତି ଦରକାର । କ୍ଷେତରେ ପନିପରିବା ଲଗାଯିବା ପୂର୍ବରୁ ପ୍ରାରମ୍ଭିକ ପ୍ରୟୋଗ ସ୍ୱରୂପ କ୍ଷତ ବ୍ୟବହାର କରାଯାଇ ଚାଷ କାର୍ଯ୍ୟ କରାଯାଇଥାଏ । ଯେହେତୁ କମ ସମୟ ମଧ୍ୟରେ ଦ୍ରୁତଗତିରେ ସ୍ୱରୂପ ଜୈବିକ ସାର ଓ ଅଜୈବିକସାର ଉଚିତ ପରିମାଣରେ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ । ଏହି ସାରଗୁଡିକକୁ ଅତି ସହଜେ ବହୁ ପରିମାଣର ଉଦ୍ଭିଦ ଖାଦ୍ୟ ଭଲ ଭାବେ ବଢି ଅମଳକ୍ଷମ ହୋଇପାରିବ । ପ୍ରତି ଉଦ୍ଭିଦର ଉତ୍କୃଷ୍ଟ ଅମଳଲାଗି ପତ୍ର, କାଣ୍ଡ, ଚେରଗୁଡିକର ଗଠନ ଲାଗି ନିମ୍ନ ପ୍ରକାରର ଆବଶ୍ୟକତା ହୋଇଥାଏ । ପନିପରିବା ଲାଗି ଦରକାର କରୁଥିବା ଖାଦ୍ୟସାର ତାଲିକା ଦିଆଗଲା ( ଏକର ପ୍ରତି ପାଉଣ୍ଡ ) ଫସଲ ଯବକ୍ଷାର ଫସଫରିକ ଏଡିସ ପଟାସ ଚୂର୍ଣ୍ଣ ମିଠା ମକା 46 13 24 - ଆଳୁ 149 34 224 - କାଉପି 10 20 13 - ବାଇଗଣ 100 40 200 - ଟୋମାଟୋ 100 20 200 - ସାରୁ, କନ୍ଦମୂଳ 75 15 35 - ସାଲଗାମ (ଶାଗ) 50 20 25 - ରୁଟାବେଗା 80 9 90 10 କଖାରୁ 40 44 36 55 ଲଙ୍କା ମରୀଚ 98 25 34 13 ମଟର 24 27 112 118 ପିଆଜ 50 15 19 26 ଭେଣ୍ଡି 63 30 35 - ସୋରିଷ ଶାଗ 21 10 88 - କରଭୁଜ 40 16 62 36 କେଣ୍ଟିଲୋପ 50 16 35 29 ପାରସଲେ 23 6 90 63 ଲେଟ୍ୟୁସ 40 10 20 25 କାକୁଡି 42 12 48 8 ଫୁଲକୋବି 114 34 58 31 ବନ୍ଧାକୋବି 60 12 100 200 କ୍ରକୋବି 60 20 38 15 ବିଟ 152 8 50 - ଗାଜର 130 30 134 103 ଶିମ 95 24 190 - ଏସଫେରାଗସ 80 36 116 85 ଆର୍ଟିଚେର 196 47 90 - କେଲ 40 14 663 189 ଜେରୁ ସୁଲେମ, ଆର୍ଟିଚୋକ 111 48 35 31 କୋଲାର୍ଡ 40 9 172 - ପାରସନିପ 23 6 52 15 ସାରୁ, କନ୍ଦମୂଳ ଆଦି ପନିପରିବା ଗୁଡିକରେ ହିଡ ଉଠାଇ ବିହନ ରୋପଣ କରିବା ପୂର୍ବରୁ ସାଧାରଣତଃ ଏକର ପ୍ରତି 200 ପାଉଣ୍ଡ ଏମୋନିଏମ ସଲଫେଟ, 200 ପାଉଣ୍ଡ ସୁପରଫସଫେଟ ଓ 200 ପାଉଣ୍ଡ ସଲଫେଟ ଅଫ ପଟାସ ପ୍ରୟୋଗ କରାଯାଇଥାଏ । ସେହି କ୍ରମରେ କଲରା, କଖାରୁ, ଲାଉରେ ଯଥାକ୍ରମେ 100,250, ଓ 80 ପାଉଣ୍ଡ ଉପରୋକ୍ତ ସାର ବ୍ୟବହାର କରାଯାଏ । ଶିମ ଜାତୀୟ ଫସଲରେ 200,400 ଓ 100 ମଟର ଜାତୀୟ ଫସଲ ରେ 100, 300 ଓ 50 ଟୋମାଟୋ, ବାଇଗଣରେ 250, 600 ଓ 150 ପିଆଜରେ 200, 750 ଓ 150 ଗାଜର, ମୂଳା ସାଲଗମ , ବିଟ ଆଦି ଫସଲ ଲାଗି 250, 500 ଓ 200 ପାଉଣ୍ଡ ଏକର ପ୍ରତି ସେହି କ୍ରମରେ ଉକ୍ତ ସାର ପ୍ରୟୋଗ କରାଯାଏ । କିନ୍ତୁ ମୃତ୍ତିକାର ଉର୍ବରତା, ଜଳସେଚନର ବ୍ୟବସ୍ଥା, ଜଳବାୟୁର ଅବସ୍ଥା ଓ ପନିପରିବା ଶ୍ରେଣୀ ତଥା ପ୍ରକାରର ବା କିସମକୁ ଧରି ଏହି ସାରଗୁଡିକର ମାତ୍ରା ଅଦଳବଦଳ ହୋଇଥାଏ । ଫସଲ ଲଗାଯିବା ଏବଂ ଉଦ୍ଭିଦଗୁଡିକ ବଢିଯିବା ପରେ ଅର୍ଥାତ ଲଗାଯିବା 20ଦିନ ରୁ ମାସକ ପରେ ଶୀର୍ଷ ପ୍ରୟୋଗ ବା ଟ୍ରପ – ଡ୍ରେସିଙ୍ଗ କରାଯାଏ । ପୁଣି ଦରକାର ହେଲେ ଆଉ ଥରେ ଟପ – ଡ୍ରେସିଙ୍ଗ ମଧ୍ୟ କରାଯାଇଥାଏ । ଏହା ପନିପରିବା ଶ୍ରେଣୀ ଉପରେ ନିର୍ଭର କରେ । ଯେଉଁ ପରିବାଗୁଡିକ ଯେତେ ଶୀଘ୍ର ଅମଳକ୍ଷମ ହୋଇଥାନ୍ତି ସେହି ଅନୁପାତରେ ଶୀଘ୍ର ଶୀର୍ଷ ପ୍ରୟୋଗ ଦରକାର କରେ । ସାର ପ୍ରୟୋଗ ପ୍ରଣାଳୀ ଏହା ସାଧାରଣତଃ ଅନେକ ପ୍ରଣାଳୀରେ ପ୍ରୟୋଗ କରାଯାଇଥାଏ । ପନିପରିବା ଶ୍ରେଣୀକୁ ଧରି ଏହି ପ୍ରଣାଳୀ ନିର୍ଦ୍ଧାରଣ କରାଯାଏ । ବିହନ ବୁଣିବା ପୂର୍ବରୁ ସାରଗୁଡିକୁ ଛଟାଯାଏ । ଜମି ପ୍ରସ୍ତୁତି ସମୟରେ ଛାଟି ବୁଣି ହଲ କରି ମାଟିରେ ମିଶାଇ ଦିଆଯାଏ । ଧାଡିର ଦୁଇ ପାଖରେ 3-4 ଇଞ୍ଚ ଛାଡି ସିଆରକାଟି (2-3 ଇଞ୍ଚ ଗୃହିତ) ସାର ପ୍ରୟୋଗ କରାଯାଏ । ପନିପରିବା ଧାଡି ତଳେ ସାର ପ୍ରୟୋଗ କରି ପରେ ବିହନ ବପନ ବା ରୋପଣ କରାଯାଏ । ଏହା କରିବା ସମୟରେ ପ୍ରଥମେ ସିଆରକାଟି (3-4 ଇଞ୍ଚ ଗଭୀର) ସେଥିରୁ ସାର ପ୍ରୟୋଗ କରି ମାଟି ଘୋଡାଇ ତାରି ଉପରେ ବିହନ ଲଗାଯାଏ । (ଆଳୁ ଓ ଅନ୍ୟାନ୍ୟ ପନିପରିବା ) କ୍ଷେତରେ ସାରଡ୍ରିଲୀଙ୍ଗ ଯନ୍ତ୍ର ସାହାଯ୍ୟରେ ସାରଗୁଡିକ ପ୍ରୟୋଗ କରାଯାଏ ଓ ପରେ ବିହନ ବପନ ବା ରୋପଣ କରାଯାଏ । ଧାଡି ଗୁଡିକର ମାଟି ଚଢିଯିବା ପୂର୍ବରୁ ସାରଗୁଡିକୁ ଉଦ୍ଭିଦ ପାଖରେ ଧାଡିରେ ପ୍ରୟୋଗ କରି ମାଟି ଚଢାଇ ଦିଆଯାଏ । ଏହାଦ୍ଵାରା ମାଟି ଉଠିଯିବା ଅଂଶରେ ଜଳସେଚନ ଲାଗି ନାଳ ତିଆରି ହେବା ସଙ୍ଗେ ସଙ୍ଗେ ପନିପରିବା ଉଦ୍ଭିଦ ମୂଳରେ ମାଟି ଚଢାଇ ସାରଗୁଡିକ ଢାଙ୍କି ଦିଆଯାଏ । ଜଳସେଚନ ପରେ ମାଟି ଭିଜି ସାରଗୁଡିକ ମିଳାଇ ଯିବା ଦ୍ଵାରା ଚେର ଉଦ୍ଭିଦ ଭିତରକୁ ସେଗୁଡିକୁ ଶୋଷିନିଏ । ପତ୍ରଦ୍ଵାରା ଖାଦ୍ୟ ଯୋଗାଣ କରିବାକୁ ହେଲେ ସାରଗୁଡିକୁ ପାଣିରେ ଗୋଳାଇ ସୂକ୍ଷ୍ମ ପିଚିକାରୀ ଦ୍ଵାରା ପତ୍ରରେ ସିଞ୍ଚା ଯାଏ । ଉଦ୍ଭିଦ ପତ୍ର, ସାର ଗୁଡିକ ଭୀତର କୁ ଶୋଷୀ ନେଇ ଉଦ୍ଭିଦର ବ୍ୟବହାରରେ ଲଗାଇଥାଏ । ଏହା ଦ୍ଵାରା ମୃତ୍ତିକାରେ କ୍ଷତି ଘଟୁଥିବା ବା ବାନ୍ଧି ହୋଇଯାଉଥିବା ସାରଗୁଡିକ ରକ୍ଷା କରାଯାଇଥାଏ ଓ ମୃତ୍ତିକାର ପ୍ରତିକ୍ରିୟା ଅନୁକୂଳ ହୋଇ ନ ଥିଲେ ଏହି ପ୍ରଣାଳୀରେ ଉଦ୍ଭିଦଗୁଡିକୁ ଖାଦ୍ୟସାର ଯୋଗାଇ ଦିଆଯାଏ । ଏହି ପ୍ରଣାଳୀରେ ଅଣୁସାରଗୁଡିକ ଉଦ୍ଭିଦଗୁଡିକର ସିଞ୍ଚି ଦିଆଯିବା ସୁବିଧାଜନକ ହୋଇଥାଏ । ସେହିପରି ୟୁରିଆ ସାର ମଧ୍ୟ ଉଦ୍ଭିଦରେ ସିଞ୍ଚି ଉତ୍ତମ ଫଳ ଅମଳ କରାଯାଉଥିବା ଦେଖାଯାଏ । ସାର ପ୍ରୟୋଗ ପରିମାଣ ଏହା ପନିପରିବାଗୁଡିକ ପ୍ରକାର ଭେଦରେ ନିର୍ଭର କରିଥାଏ । ପୂର୍ବେ ଦିଆଯାଇଥିବା ତାଲିକାରୁ ସହଜେ ଧାରଣା କରିହେବ ତେବେ ଏହା ନିମ୍ନଲିଖିତ କାରଣ ଉପରେ ନିର୍ଭର କରିବା ସ୍ଵାଭାବିକ । ପନିପରିବା ଶ୍ରେଣୀ । ମୃତ୍ତିକାର ଉର୍ବରତା । ଫସଲ କରିବା ପ୍ରଣାଳୀ । କ୍ଷତ ଓ ସାରର ପ୍ରକାର ଭେଦ । ଅମଳର ଆନୁମାନିକ ପରିମାଣ । ବାହ୍ୟ ପରିପାର୍ଶ୍ଵିକ ଅବସ୍ଥା । ଜଳସେଚନ ବ୍ୟବସ୍ଥା । ଜଳ ସେଚନ - ପନିପରିବା ଚାଷରେ ଅଧିକ ପରିମାଣର ଜଳ ଦରକାର କରିଥାଏ । କାରଣ ପନିପରିବା ଉଦ୍ଭିଦଗୁଡିକ କୋମଲ ଓ ମାଂସାଳ । ଉଦାହରଣ ସ୍ୱରୂପ ଟମାଟୋ ଓ ସ୍ପିନଚ ଫସଲ ମଧ୍ୟରେ ତୁଳନା କଲେ ସହଜେ ବୁଝି ହୁଏ । ଫସଲରେ ଥିବା ପଦାର୍ଥ ସ୍ପିନଚ ଟମାଟୋ ଏକର ପ୍ରତି ପାଉଣ୍ଡ ଜଳ ପୁରା ଫସଲ (ଗଛ , ପତ୍ର ,କାଣ୍ଡ, ଚେର ଇତ୍ୟାଦି ) ଜଳ (ଖାଦ୍ୟପୋଯୋଗୀ ଅଂଶ ) ଶୁଷ୍କ ପଦାର୍ଥ (ଖାଦ୍ୟୋପୋଯୋଗୀ ଅଂଶ ) ଯବକ୍ଷାର (ଖାଦ୍ୟପୋଯୋଗୀ ଅଂଶ ) ଫସଫରିକ ଏସିଡ (ଖାଦ୍ୟପୋଯୋଗୀ ଅଂଶ ) ପଟାସ (ଖଦ୍ୟୋଉପଯୋଗୀ ଅଂଶ ) 10,000 80,750 1,250 70 20 90 76,000 64,010 8,990 1,87 49 381 ଉଦ୍ଭିଦ ବୃଦ୍ଧି ଓ ଅମଳ ଲାଗି ଚେର, ଗଣ୍ଡି, କାଣ୍ଡ , ପତ୍ର ଫୁଲ, ଫଳ ଏପରି ପ୍ରତ୍ୟେକ ଅଙ୍ଗ ଲାଗି ଯଥେଷ୍ଟ ପରିମାଣ ଜଳ ଦାରକାର କରେ । ତେଣୁ ତାଲିକାରେ ଦିଆଯାଇଥିବା ଫସଲରୁ ସହଜେ ଦେଖିଯିବ ଯେ, କିପରି ଅନ୍ୟାନ୍ୟ ପଦାର୍ଥ ତୁଳନାରେ ଜଳର ପରିମାଣ ବହୁ ଗୁଣ ଅଧିକ ହୋଇଥାଏ । ମୃତ୍ତିକା ରୁ ଦରକାର ହେଉଥିବା ଉଦ୍ଭିଦ ଖାଦ୍ୟ ଧାତବ ପଦାର୍ଥ ମୃତ୍ତିକା ଜଳରେ ମିଳାଇ ଯିବା ପରେ ଚେର ସାହାଯ୍ୟରେ ଶୋଷଣ କରୁଥାଏ । ଉଦ୍ଭିଦଗୁଡିକୁ ଥଣ୍ଡା ଓ ସତେଜ ରଖିବା ଲାଗି ଜଳ ଦରକାର ହୋଇଥାଏ । କାରଣ ଗଛଗୁଡିକ ପତ୍ରରେ ଥିବା ଗଳାକ୍ଷ ଛିଦ୍ର ବାଷ୍ପମୋଚନ ବା ପ୍ରସ୍ଵେଦନ ପ୍ରକ୍ରିୟା ଚାଲିବା ଫଳରେ ଏହା ସମ୍ଭବ ହୋଇଥାଏ,ତେଣୁ ମୃତ୍ତିକାରୁ ଜଳ ନୀରବଛିନ୍ନ ଭାବେ ଚେର ଦ୍ଵାରା ଉଦ୍ଭିଦକୁ ଯୋଗାଇବା ଦରକାର ହୋଇଥାଏ । ଉଦ୍ଭିଦଗୁଡିକ ନିଜେ ବଢି ଫଳ ଅମଳ କରିବା ଲାଗି ଗୋଟିଏ ନିର୍ଦ୍ଧିଷ୍ଟ ଅନୁପାତରେ ଜଳ ଆବଶ୍ୟକତା କରିଥାନ୍ତି । ଏହା ପନିପରବା ଶ୍ରେଣୀ ଭେଦରେ ଭିନ୍ନ ହୋଇଥାଏ । ସାଧାରଣତଃ ଏହା ଜଳ ଦରକାର କରିଥାଏ । ତେଣୁ ଏହି ଅନୁପାତରେ ଜଳ ମୃତ୍ତିକାରୁ ଉଦ୍ଭିଦଗୁଡିକୁ ଯୋଗାଇ ଦେବା ଦରକାର କରିଥାଏ ଓ ଏହି ଜଳସେଚନର ବ୍ୟବସ୍ଥା କରି ଯୋଗାଇ ଦିଆଯାଏ, କିନ୍ତୁ କ୍ଷେତ ଓ ତାହାର ପାରିପାର୍ଶ୍ଵିକ ଅବସ୍ଥାକୁ ଧରି ଜଳସେଚନ କରିବା ଉଚିତ । ଏହା ନିମ୍ନରେ ଦିଆଯାଇଥିବା କେତୋଟି ବିଷୟ ଉପରେ ନିର୍ଭର କରେ । ଉପରି ମୂଳିଆ ବା ଅଗଭୀରଗାମୀ ପନିପରିବା ମଧ୍ୟମ ଗଭୀରଗାମା ପନିପରିବା ଚେର ଅତ୍ୟନ୍ତ ଗଭୀରଗାମୀ ଚେର 2 ଫୁଟ ଯାଏ ପନିପରିବା ପାଣି ମଡାଇବା Deep rooted 4 ଫୁଟ ପନିପରିବା ପାଣି ମଡାଇବା 4 ଫୁଟ ତଳକୁ ପନିପରିବା ପାଣି ମଡାଇବା ବନ୍ଧାକୋବି 12 ଝଟା 15 ଆର୍ଟିରୋକ 12 ଫୁଲକୋବି ଏସପାରାଗସ 20 ସିଲେରୀ 30 ସିମ 12 କରଭୁଜ 18 ଲେଟ୍ୟୁସ 6 ବିଟ 18 ଲିମାବିନ 12 ଶୀତଦିନିଆ ପିଆଜ 15 ଗାଜର 15 ୱିଣ୍ଟରସ୍କାସ 18 ମଧ୍ୟବର୍ତ୍ତୀ ପିଆଜ ଡେରି 24 କାକୁଡି 15 କନ୍ଦମୂଳ 18 ଆଳୁ (ଶୀଘ୍ର ) 30 ବାଇଗଣ 18 ଟୋମାଟୋ 12 ଆଳୁ (ଡେରି) 20 ମରୀଚ 6 ତରଭୁଜ 15 ସ୍ପିନଚ 9 ଲଙ୍କା ମରୀଚ 18 ମିଠାମକା 18 ସାମରସ୍କାସ 18 ଜଳବାୟୁ ଓ ମୃତ୍ତିକା ପନିପରିବା ଚାଷ କରୁଥିବା ପ୍ରାନ୍ତର ଜଳବାୟୁ ଯଥା – ବୃଷ୍ଟିପାତ, ଆର୍ଦ୍ରତା,ଉତ୍ତାପ, ଆଲୋକ, ବାୟୁଗତିର ଅବସ୍ଥା ଉପରେ ନିର୍ଭର କରେ । ପନିପରିବା ଶ୍ରେଣୀ - ବିଭିନ୍ନ ଶ୍ରେଣୀର ପନିପରିବା ନିଜର ଚେର ଗଠନ ପ୍ରଣାଳୀର ଭିନ୍ନତା ଦେଖାଇଥାନ୍ତି । ତେଣୁ ଜଳସେଚନ ଏକା ପରି ସବୁ ଶ୍ରେଣୀରେ ଫସଲରେ ପ୍ରୟୋଗ ହୋଇ ନଥାଏ । ସେଗୁଡିକ ଶ୍ରେଣୀ ଅନୁଯାୟୀ ମୃତ୍ତିକାର ବିଭିନ୍ନ ଗଭୀରତାରେ ବ୍ୟାପିଥାନ୍ତି ତେଣୁ ଜଳସେଚନ କରିବା ସମୟରେ ତଦନୁସାରେ ସେହି ଗଭୀରତା ଯାଏ ମୃତ୍ତିକା ଜଳସେଚନ କରାଯିବା ଆବଶ୍ୟକ । କେଉଁ ଋତୁରେ ପନିପରିବା ଚାଷ କରାଯାଏ - ଜଳର ପରିମାଣ ଉଦ୍ଭିଦର ପରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରେ । ବିଭିନ୍ନ ଋତୁରେ ବୃଷ୍ଟିପାତ, ଆର୍ଦ୍ରତା, ଉତ୍ତାପ ଆଦି ଭିନ୍ନ ଥିବା ଦୃଷ୍ଟିରୁ ଜଳର ଆବଶ୍ୟକତା ଅଲଗା ହୋଇଥାଏ । ଯେପରି ବର୍ଷାଋତୁ ଶୀତଋତୁ ଓ ଗ୍ରୀଷ୍ମଋତୁରେ ଭେଣ୍ଡିତ ଜଳର ଆବଶ୍ୟକତା ଅଲଗା ଅଲଗା ହୋଇଥାଏ । ତେଣୁ ଜଳସେଚନର ବ୍ୟବସ୍ଥା ପନିପରିବା ଚାଷ କରିବା ସମୟକୁ ଦୃଷ୍ଟି ରଖି କରାଯାଏ । ମୃତ୍ତିକା ଶ୍ରେଣୀ - କ୍ଷେତରେ ପରିସ୍ଥିତି ପନିପରିବା ଉଦ୍ଭିଦଗୁଡିକର ଆବଶ୍ୟକତା ହେଉଥିବା ଜଳ ମୃତ୍ତିକାରୁ ଅଧିକାଂଶ ଗ୍ରହଣ କରିଥାନ୍ତି । ତେଣୁ ମୃତ୍ତିକାରେ ଫସଲର ଦରକାର ହେଉଥିବା ଜଳର ପରିମାଣ ରକ୍ଷା କରିବା ଉଚିତ । ମୃତ୍ତିକାରେ ଜଳ ସାଧାରଣତଃ ତିନୋଟି ରୂପରେ ଥାଏ । ତାହା ହେଲା - ଅଭିକର୍ଷଣୀୟ ଜଳ, ଆକର୍ଷିତ ଜଳ, ଓ କୈଶିକ ଜଳ ଏହି ତିନି ପ୍ରକାର ଜଳ ମଧ୍ୟରୁ କୈଶିକ ଜଳକୁ ଫସଲ ବ୍ୟବହାର କରିଥାଏ, କାରଣ ଅଭିକର୍ଷଣୀୟ ଜଳ ପୃଥିବୀ ମାଧ୍ୟାକର୍ଷଣ ଶକ୍ତି ବଳରେ ମାଟି ଉପର ସ୍ତରରୁ ବହି ତଳସ୍ତରକୁ ଚାଲିଯାଏ । ଯଦ୍ଵାରା ଫସଲ ଚେରଗୁଡିକ ସେତେ ତଳକୁ ଯାଇ ବହୁ କମ ପରିମାଣରେ ଥାଇ ଏତେ ଜୋରରେ ଧରି ରହିଥାଏ ଯେ, ତାହା ଫସଲ ଚେର ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ । ତେଣୁ ମୃତ୍ତିକାର ଉପର ସ୍ତରରେ ସଦାବେଳେ ଜଳର ପରିମାଣ କ୍ଷେତ ଜଳ ଧାରକତ୍ଵ ଅବସ୍ଥାରେ ରକ୍ଷା କଲେ କୈଶିକ ଜଳ ଫସଲ ଉଦ୍ଭିଦଗୁଡିକୁ ଆବଶ୍ୟକୀୟ ଜଳ ଯୋଗାଇ ଥାଏ । ଏହି ପରିମାଣ ମୃତ୍ତିକାର ପ୍ରକାରଭେଦରେ ଓ ଜମିର ପରିସ୍ଥିତିକୁ ଧରି ଭିନ୍ନ ଭିନ୍ନ ହେବା ସ୍ଵାଭାବିକ । ସମତଳ ଜମିରେ ଏହା ଅଧିକ ସମୟ ରକ୍ଷା କରି ହୁଏ କିନ୍ତୁ ଉଚ୍ଚ ବା ପାହାଡିଆ ଜମିଗୁଡିକରେ ଶୀଘ୍ର ଏହାର ପରିମାଣ କ୍ଷୟପାପ୍ତ ହୁଏ । ସେହିପରି ମାଟିର ଆକାର ମଧ୍ୟ ଏଥିରେ ତାରତମ୍ୟ ଦେଖାଇଥାନ୍ତି । ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ , ଯଦି ତିନି ଇଞ୍ଚ ଜଳ ବାଲିଆ ପଟୁମାଟି, ଓ କାଦୁଆ ବା ପଙ୍କ ମାଟି ଗୁଡିକୁ ଏହା ସମୟରେ ଜଳସେଚନ କରାଯାଏ, ତେବେ ଦେଖାଯିବା ଯେ ବାଲିଆ ପଟୁମାଟିରେ ଏହା ଦୁଇ ଇଞ୍ଚ ଗଭୀର ଯାଏ ବ୍ୟାପିଯିବ ଓ କାଦୁଆମାଟି ବା ପଙ୍କୁଆ ମାଟିରେ ଦେଢ ଇଞ୍ଚ ଗଭୀର ମୃତ୍ତିକା ଆର୍ଦ୍ର କରିପାରିବ । ତେଣୁ ଜଳସେଚନ କରିବା ସମୟରେ ଏଥିପ୍ରତି ଦୃଷ୍ଟି ରଖିବା ଉଚିତ । ପନିପରିବା ଚାଷର ଜଳସେଚନ ସମୟ ଓ ପରିମାଣ ନିରୂପଣ କରିବା ହେଉଛି ପ୍ରଧାନ କଥା । ଏହା ପନିପରିବା ଶ୍ରେଣୀର ପ୍ରସ୍ଵେଦନ ଅନୁପାତ, ପନିପରିବା ଶ୍ରେଣୀ ଓ ମୃତ୍ତିକାର କ୍ଷେତ୍ର ଜଳ ଧାରକତ୍ଵ କୁ ଧରି ଜାଣି ହୁଏ । ପ୍ରସ୍ଵେଦନ ଅନୁପାତ ବା ଫସଲ ଆବଶ୍ୟକୀୟ ଜଳ – ପ୍ରତ୍ୟେକ ଉଦ୍ଭିଦକୁ ପରୀକ୍ଷା କରି ପ୍ରସ୍ଵେଦନ ଅନୁପାତ ବାହାର କରାଯାଏ । ଗଛ ଲଗାଯିବାଠାରୁ ଜୀବଚକ୍ର ଶେଷ ହେବାଯାଏ ଚେର ଗଣ୍ଡି , କାଣ୍ଡ, ପତ୍ର, ଫୁଲ ଓ ଫଳ ଆଦି ଅମଳ କରି ଶୁଖାଇ ରଖାଯାଏ ଓ କେତେ ପରିମାଣର ଜଳ ବ୍ୟବହୃତ କରାଯାଇଛି ତାହା ବରାବର ଆରମ୍ଭରୁ ହିସାବ ରଖାଯାଇଥାଏ । ଏହି ହିସାବ ଭୀତରେ ଜଳର ଉତପ୍ଲାବନ ତଥା ନିମ୍ନଗମନ ଜନିତ କ୍ଷତି ନ ହେବା ବ୍ୟବସ୍ଥା କରାଯାଇ ଏହି ଅନୁପାତର ହିସାବ କରାଯାଏ । ଯେପରି ବ୍ୟବହୃତ ସମୂହ ଜଳ ବିଭକ୍ତ ଉଦ୍ଭିଦର ଶୁଷ୍କ ଅଂସ ଏହା ସାଧାରଣତଃ 300 ରୁ 600 ମଧ୍ୟରେ ହୋଇଥିବା ଓ ପ୍ରତ୍ୟେକ ଉଦ୍ଭିଦ ଲାଗି ଏହି ଅନୁପାତ ନିରୂପଣ କରି ଆବଶ୍ୟକୀୟ ଜଳର ହିସାବ କରାଯାଇଥାଏ । ମାନେକର ଗୋଟିଏ ପାଣିପାରିଆବା ଏକ ଏକର ଫସଲର ଚେର, କାଣ୍ଡ, ପତ୍ର, ଫୁଲ, ଫଳକୁ ମିଶାଇ ଅମଳ କରାହେଲା – 8000 କେଜି ଓ ତାକୁ ଶୁଖାଇ ଦେଲେ ହେଲା 5000 କେଜି । ଏହି 5000 କେଜି ଶୁଷ୍କ ପଦାର୍ଥ ଅମଳ କରିବା ଲାଗି ପ୍ରସ୍ଵେଦନ ପ୍ରକ୍ରିୟା ଦରକାର ହେବ ଭଳି ଜଳ 5000 ଗୁଣନ 400 (ମନେକର ସେହି ଉଦ୍ଭିଦର ପ୍ରସ୍ଵେଦନ ଅନୁପାତ ହେଲା 400) ତେଣୁ ଏକର ପ୍ରତି ପ୍ରସ୍ଵେଦନ ଲାଗି ସେହି ଫସଲରେ ଦରକାର ହେବା ଜଳ 20,00,000 କେଜି । ଏକ ଏକର ଇଞ୍ଚ ଜଳର ଓଜନ ହେଲା 5,27,533 କେଜି ତେବେ ଦରକାର ହେବା ଜଳ 20,00,000 ବିରକ୍ତ 5,27,533 କେଜି = 3.7 ଏକର ଇଞ୍ଚି (ପ୍ରାୟ ) । କ୍ଷେତ୍ରରେ ଜଳସେଚନ କରିବାକୁ ହେଲେ ପ୍ରସ୍ଵେଦନ ପ୍ରକ୍ରିୟାରେ ବ୍ୟବହୃତ ଜଳସହ ସେଚିତ ଜଳକୁ କିଛି ଅଂଶ ଏକର ପ୍ରତି ଅଭିକର୍ଷଣୀୟ ଜଳ ନିମ୍ନସ୍ତରକୁ ବହି ଚାଲିଯିବା ଓ ଏକର ଜମି ଉପରୁ ଉତପ୍ଲାବନ ପ୍ରକ୍ରିୟାରେ ଚାଲିଯାଉଥିବା ଜଳ ମିଶାଇବା ଦରକାର । ଏହି ମୋଟ ଜଳରୁ ସେହି ଅଞ୍ଚଳର ସେହିଲ ଋତୁରେ ଏକର ପ୍ରତି ମିଳୁଥିବା ବର୍ଷାର ପରିମାଣ ସେଥିରୁ ବାଦଦେଇ ମୋଟ ଜଳ ହିସାବକୁ ନିଇ ଏହାକୁ ଏକ ଏକର ଜମିର ଏକ ଇଞ୍ଚ ବହଳ କିଲୋଗ୍ରାମ ଜଳର ଓଜନକୁ ଭାଗ କଲେ ଜଳସେଚନ ଲାଗି ଜଳ ଇଞ୍ଚ ବହଳରେ ଜଣାଯିବ। ( ଏକ ଇଞ୍ଚ ଜଳ ଏକ ଏକର ଦିଆଗଲେ ତାହାର ଓଜନ ହେବ 5,27733 କିଲୋଗ୍ରାମ ) ତଦନୁସାରେ ଦରକାର ହେଉଥିବା ଜଳର ପରିମାଣ କ୍ଷେତରେ ସେଚନ କରାଯାଏ । ଜଳସେଚନ ଆବଶ୍ୟକତା ଜାଣିବା ପାଇଁ ମୃତ୍ତିକାର ବିଭିନ୍ନ ସ୍ତରର ଶତକରା କ୍ଷେତ ଜଳଧାରକତ୍ଵ ଓ ଶତକଡା ସ୍ଥାୟୀ ଝାଉଁଳା ଜଳର ପରିମାଣ ହିସାବ କରାଯାଏ । ଏହାଛଡା ମୃତ୍ତିକାକୁ ହାତରେ ଧରି, ମୃତ୍ତିକାର ରଙ୍ଗ ଥିବା ଅବସ୍ଥାର ଗାଢ ରଙ୍ଗ ଓ ଶୁଷ୍କ ହେବା ପରେ ଫିକା ରଙ୍ଗ ଧାରଣ କରେ ଓ ହାତରେ ମାଟିକୁ ଚିପି ଧରିଲେ ମୃତ୍ତିକା ଆର୍ଦ୍ରତା ହିସାବ ରେ ଏହା ଚିପି ହୋଇ ମୁଣ୍ଡା ହେବ ଓ ହାତ ପାପୁଲିର ଆର୍ଦ୍ରତା ଦେଖାଦେବ । ଶୁଷ୍କ ହୋଇଥିଲେ ମୃତ୍ତିକା ମୁଣ୍ଡା ନହୋଇ ଗୁଣ୍ଡ ହେବ। ଫସଲ ଉଦ୍ଭିଦକୁ ଦୃଷ୍ଟି ଦେଲେ ମଧ୍ୟ ଜଳସେଚନର ଆବଶ୍ୟକତା ଉପଲବଧି କରି ହେବ କାରଣ ଉଚିତ ଜଳ ଉଦ୍ଭିଦ ଭୀତରେ ଥିଲେ ତାହା ସତେଜ ଓ ଗାଢ ଶାଗୁଆ ହୋଇ ଦୃତ ଗତିରେ ବୃଦ୍ଧି ହେବ । କିନ୍ତୁ ଜଳ ଅଭାବ ଘଟିଲେ ପନିପରିବା ଉଦ୍ଭିଦଗୁଡିକ ଧୁସରିତ ହୋଇ ଝାଉଁଳି ପଡି ସତେଜ ଦେଖାଯିବ ନାହିଁ । ନିମ୍ନରେ କେତୋଟି ପନିପରିବା ଫସଲର ଅସ୍ଵେଦନ ଅନୁପାତ ଦିଆଗଲା - ଫସଲ ପ୍ରସ୍ଵେଦନ ଅନୁପାତ ମଟର 235-479 ଶିମ 214-262- ମକା 233-368 ସୋରିଷ 843 ଆଳୁ 423-636 ବିଟ 397 ପନିପରିବା ଫସଲରେ କେତେ ପରିମାଣ ଓ କେତେ ଥର ଜଳସେଚନ କରାଯିବ ସେଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ । ପୂର୍ବରୁ କେତୋଟି ପନିପରିବାର ଆବଶ୍ୟକୀୟ ଜଳ ଏକର ଇଞ୍ଚ ହିସାବରେ ଦିଆଯାଇଛି । ତେବେ ଏହି ଜଳ କେତେ ବ୍ୟବଧାନରେ ଫସଲରେ ଦିଆଯିବ ତାହା ଦରକାର । ଜଳସେଚନର ଖର୍ଚ୍ଚ ବଢୁଥିବା ଦୃଷ୍ଟିରୁ ଏହା ଉଚିତ ଭାବେ ଦେବା ଦରକାର, ଯେପରି ଅମଳ ହେଉଥିବା ପନିପରିବାଗୁଡିକର ଅମଳମୂଲ୍ୟ ଯେପରି ବଥାରେ ବଢି ନଯାଇ। ତେଣୁ ବିହିତ ମିତବ୍ୟୟତା ପାଳନ କରିବା ଆବଶ୍ୟକ । ଜଳ ଯେପରି ଉଦ୍ଭିଦ ଗୁଡିକର ଚେରସ୍ତରରେ ଥିବା ମୃତ୍ତିକାକୁ ଆର୍ଦ୍ର କରି ରଖେ ସେଥିପ୍ରତି ଦୃଷ୍ଟି ରଖି ଏହା କରିବା ଉଚିତ । ତେଣୁ ବହୁ ପରିମାଣର ଜଳସେଚନ କ୍ଷେତରେ ପ୍ରୟୋଗ କରିବା ଅନୁଚିତ । ଏହା ଜମିର ଗଠନ ଓ ପରିପାର୍ଶ୍ଵିକ ଅବସ୍ଥାକୁ ଦେଖି ଓ ଚାଷୀର ଅନୁଭୂତିକୁ ଦୃଷ୍ଟିରେ ରଖି କରିବା ବାଞ୍ଛନୀୟ । ତଳଲିଖିତ ତାଲିକାର ଏହାର ଧାରଣା କରି ହେବ । ଚେର ଗୁଡିକର ଗଭୀରତା ଫୁଟ ବାଲିଆ ମାଟି ପଟୁମାଟି କାଦୁଆ ମାଟି କେତେଦିନ ଅନ୍ତରରେ ଜଳସେଚନ ଦିଆଯିବ ଜଳର ପରିମାଣ କେତେଦିନ ଅନ୍ତରରେ ଜଳସେଚନ ଦିଆଯିବ ଜଳର ପରିମାଣ କେତେଦିନ ଅନ୍ତରରେ ଜଳସେଚନ ଦିଆଯିବ ଜଳର ପରିମାଣ ଅଗଭୀର 0’ରୁ2 ମଧ୍ୟମ 0 ରୁ 4 ଅତ୍ୟନ୍ତଗଭୀର 0’ ରୁ 6’ 4 ରୁ 6 7 ରୁ 10 10 ରୁ 12 1ରୁ 2 2ରୁ 3 3 ରୁ 4 7ରୁ 10 10 ରୁ 15 20 ରୁ 30 2 ରୁ 3 3 ରୁ 4 4 ରୁ 5 10 ରୁ 12 15 ରୁ 20 30 ବା ଅଧିକ 3 ରୁ 4 5 ରୁ 5 6 ରୁ 6 ପନିପରିବା ଫସଲର ଅମଳ ସହିତ ଜଳସେଚନ ଉତ୍ତମ ସମ୍ବନ୍ଧ ରହିଥିବା ଦୃଷ୍ଟିରୁ ଜଳ ଉପଯୁକ୍ତ ପରିମାଣରେ ଓ ଉଚିତ ସମୟରେ ସେଚନ କରିବା ଆବଶ୍ୟକ । ଏହା ଛଡା ଜଳର ଗୁଣ ପ୍ରତି ଦୃଷ୍ଟି ରଖିବା ହେଉଛି ଆଉ ଗୋଟିଏ ପ୍ରଧାନ କଥା । କରଣ ଜଳ ରେ ଯଦି କିଛି ବିଷାକ୍ତ ପଦାର୍ଥ ରହିଥାଏ ତେବେ ତାହା ଉଦ୍ଭିଦର କ୍ଷତି କରେ । ସାଧାରଣତଃ ସେଚିତ ଜଳରେ ନାନାପ୍ରକାରର ଧାତବ ପଦାର୍ଥ ମିଶି ରହିଥାଏ । ଯେପରି ବର୍ଷାଜଳରେ 15 ଘନ ଇଞ୍ଚ ଯବକ୍ଷାର, 3.0 ଘନ ଇଞ୍ଚ ଅମ୍ଳଜାନ 100 ଘନ ଇଞ୍ଚ, ଅଙ୍ଗାରକାମ୍ଳ ଓ 78.00 ଘନ ଇଞ୍ଚ ଏମୋନିଆ ରହିଥାଏ । ପ୍ରତି 100 ଭାଗ ଜଳରେ (ବିଭିନ୍ନ) ପ୍ରକାରର ଦ୍ରବୀଭୂତ ପଦାର୍ଥ ବିଭିନ୍ନ ପରିମାଣରେ ଥାଏ ଯେପରି 22.5 ଭାଗ, ଝରଣା, ଜଳ, ନଈ, ନାଳ ଜଳରେ 10 ଭାଗ ଗଭୀର ନଳକୂପ ଜଳରେ 22.5 ଭାଗ , ଝରଣା, ନଈ ରେ 29 ଭାଗ ରହିଥାଏ । ଏହି ଦ୍ରବଣୀୟ ଧାତବପଦାର୍ଥ ଗୁଡିକ ହେଲା, - ଚୂର୍ଣ୍ଣ, ମାଗାସିଏମ, ସୋଡିୟମ, ପଟାସିୟମ, ଆଦି କେଟାଇନ ଓ କାର୍ବୋନେଟ ଆଦି ଏନାଇନ ରହିଥାଏ । ଏଥି ମଧ୍ୟରୁ କେତେକ ଧାତବ ପଦାର୍ଥ ଉଦ୍ଭିଦର ସହାୟକ ବା ଉପାଦେୟ ହେଲେ ମଧ୍ୟ ମୃତ୍ତିକାରେ ବେଶୀ ପରିମାଣରେ ରହିବା ଦ୍ଵାରା କ୍ଷତି ଘଟାଇଥାନ୍ତି । ତେଣୁ ଜଳସେଚନ କରି ଓ ଅନ୍ୟାନ୍ୟ ପନ୍ଥା ଅବଲମ୍ବନ କରି ସେଗୁଡିକର ମାତ୍ରା ଜମିରୁ କମାଇବା ଦରକାର ହୋଇଥାଏ । ଏହା ଛଡା ଏହି ପ୍ରକାର ଜମିଗୁଡିକରେ କେତେଗୁଡିଏ ନିର୍ଦ୍ଧିଷ୍ଟ ପନିପରିବା ଫସଲ ଉଠାଇ ସେହି ଜମି ଗୁଡିକର ସୁବିନିଯୋଗ କରାଯାଇପାରେ । ଯେପରି ଅଧିକ ଲୁଣାମାଟିରେ କେଲ, ବିଟ, ମଧ୍ୟମ ଲୁଣାମାଟିରେ ପିଆଜ, ସ୍ୱାସ୍ଥ୍ୟ, ଗାଜର, ଟୋମାଟୋ, ରେପ, ବିଟ ଆଦି ଫସଲ ଚାଷ କରାଯାଇପରେ । ଜଳସେଚନ ଲାଗି ବ୍ୟବହାର କରାଯାଉଥିବା ପ୍ରଣାଳୀ ହେଉଛି ଆଉ ଗୋଟିଏ ପ୍ରଧାନ କଥା । ଜଳସେଚନ ପ୍ରଣାଳୀ ଅବଲମ୍ବନ କରିଆବା ପୂର୍ବରୁ ନିମ୍ନରେ ଦିଆଯାଇଥିବା କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ । କେଉଁ ଠାରୁ ଜଳ ମିଳେ (କୂଅ, ନାଳ, ପୋଖରୀ, ନଳକୂପ, ବର୍ଷାଜଳ, କାକର, ଇତ୍ୟାଦି) ଓ ଆପ୍ୟ ଜଳର ପରିମାଣ । ଜମି ବା ମୃତ୍ତିକାର ଜଳ ନିଷ୍କାସନ ଶକ୍ତି । ସେହି ପ୍ରାନ୍ତର ସାଧାରଣ ବର୍ଷାର ପରିମାଣ ଓ ବର୍ଷା ହେବା ସମୟ । ପ୍ରାପ୍ୟ ଜଳର ପରିମାଣ ଦୃଷ୍ଟିରୁ ଜମିରେ କେଉଁ କେଉଁ ଫସଲ ଚାଷ କରାଯିବ ସେଥିଲାଗି ଉପଯୁକ୍ତ ପ୍ରଣାଳୀ । ଜଳସେଚନ ପ୍ରଣାଳୀ ବ୍ୟବହାର କଲେ ପନିପରିବା ଫସଲରେ ଆନୁମାନିକ ଲାଭର ପରିମାଣ । ଗୋଟିଏ ପ୍ରଣାଳୀ ବ୍ୟବହାର କଲେ ପନିପରିବା ଫସଲରେ ଆନୁମାନିକ ଲାଭର ପରିମାଣ । କେଉଁ ପ୍ରକାର ଯନ୍ତ୍ରପାଟି ବ୍ୟବହାର କରାଯିବ (ପେରସିଏନଭିଲ, ତେଣ୍ଡା, ସେଣା ବା ମୋଟ, ତୈଳ ଚଳିତ ବା ବିଦ୍ୟୁତ ଚାଳିତ ଫମ୍ଫ ଇତ୍ୟାଦି ) । ଜଳସେଚନ ପ୍ରଣାଳୀ ଏହି ପ୍ରଣାଳୀଗୁଡିକ ତିନି ଭାଗରେ ବିଭକ୍ତ କରାଯାଇପରେ । ପୃଷ୍ଟ ପ୍ରବାହ ଜଳସେଚନ ଭୂତଳ ପ୍ରବାହ ଜଳସେଚନ ସିଞ୍ଚନ ପ୍ରବାହ ଜଳସେଚନ ପୃଷ୍ଟ ପ୍ରବାହ ଜଳସେଚନ ଏହି ପ୍ରାଣାଳୀରେ ଦୁଇ ପ୍ରକାରର ଜଳସେଚନ କରାଯାଇଥାଏ (କ) ପ୍ଳାବିତ ପ୍ରାଣାଳୀ ଓ (ଖ) ସିଆର ପ୍ରାଣାଳୀ। ପ୍ଳାବିତ ପ୍ରଣାଳୀ ଦ୍ଵାରା ପନିପରିବା ପଟାଲିଗୁଡିକରେ ଜଳ ଛାଡି ଦିଆଯାଏ ଯେପରି ପଟାଳିଗୁଡିକୁ ପୂରାପୂରି ଜଳ ଦ୍ଵାରା ଆବୃତ ହୋଇଥାଏ । ଏହି ପ୍ରଣାଳୀ ଲାଗି ଅଧିକ ଜଳ ଦରକାର କରିଥାଏ ଓ ଏଥି ସଙ୍ଗେ ସଙ୍ଗେ ପଟାଳିଗୁଡିକ ସମତଳ ହୋଇଥିବା ଶାଗ ଜାତୀୟ ଫସଲ ପୋଦିନା ଆଦି ଫସଲରେ ଏହି ପ୍ରଣାଳୀ ଅନୁସୃତ ହୋଇଥିବା ଜମିଗୁଡିକର ଜଳନିଃସାରଣ ଶକ୍ତି ଉତ୍ତମ ହୋଇଥିବା ଉଚିତ । ତାହା ନ ହେଲେ ଫସଲରେ କ୍ଷତି ବିଶେଷ ଭାବେ ହେବା ଭୟ ଥାଏ । ସିଆର ଜଳସେଚନ ପ୍ରଣାଳୀ ସିଆର ପ୍ରଣାଳୀ ଜଳସେଚନ ଅଧିକାଂଶ ପନିପରିବା ଫସଲରେ ଅନୁସୃତ ହୋଇଥାଏ । ଢାଇ ଧାଡି କରି ଫସଲ ଲଗାଯିବା ପରେ କୋଡା ଖୋସା, ଘାସବଛା ଆଦି ଶେଷ କରି ସାର ପ୍ରାୟୋଗ କରି ଧାଡି ମଧ୍ୟରୁ ମାଟି ଉଠାଇ ଗଛ ଧାଡି ମୂଳେ ମାଟି ଚଢା ଯାଏ । ଏପରି କରିବା ଦ୍ଵାରା ପନିପରିବା ଉଦ୍ଭିଦଗୁଡିକର ହିଡରେ ରହେ ଓ ଧାଡି ମାଧୟାଂସ ନଳୀ ତିଆରି ହୋଇଯାଏ । ଏହି ନଳୀ ଗୁଡିକରେ ପାଣି ମଡାଯିବା ଦ୍ଵାରା ଗଛଗୁଡିକ ସେଚିତ ଜଳ ସହ ସିଧାସଳଖ ସଂସ୍ପର୍ଶରେ ଆସି ନଥାଏ,ତେଣୁ ଗଣ୍ଡି ଶଢା ଆଦି ରୋଗ ଗଛରେ ଲାଗେ ନାହିଁ । ଏହି ଦୁଇଟି ପ୍ଳାବିତ ପ୍ରଣାଳୀରେ ଜଳସେଚନ କରାଗଲା ସେପରି କୌଣସି ଯନ୍ତ୍ରପାତିର ବ୍ୟବହାର ହୋଇନ ଥାଏ, କିନ୍ତୁ ଅଧିକ ଶ୍ରମ ଦରକାର କରେ । କ୍ଷେତଗୁଡିକ ଅସମତୁଲ ଭାବେ ଜଳସେଚନ ହୋଇଥାଏ । ଯାହା ଜମିର ସମତଳ ସ୍ଥିତି ଉପରେ ନିର୍ଭର କରିଥାଏ । ଏହି ପ୍ରଣାଳୀ ଅନୁସରଣ କଲେ ବହୁ ପରିମାଣର ଜଳ ଫସଲ ଉଦ୍ଭିଦଗୁଡିକ ଦ୍ଵାରା ବ୍ୟବହାର ନ ହୋଇ ନଷ୍ଟ ହୋଇଥାଏ । କାରଣ ଖୋଲା ଓ ସଛିଦ୍ର ମୃତ୍ତିକାରେ ଜଳ ତଳକୁ ବହି ଚାଲିଯାଏ ଓ ତାହା ପରିବା ଫସଲର ବ୍ୟବହାରରେ ଆସି ନ ଥାଏ । ଜଳ କ୍ଷେତସାରା ବ୍ୟାପିଯିବା ଫଳରେ ଜମି ମାଟି କାଦୁଅ ହେବ ଦ୍ଵାରା ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରେ ଓ ଜମି ଶୁଖିଯିବା ପରେ ମୃତ୍ତିକା ଟାଣ ହୋଇଯାଏ । ଏହାଛଡା କ୍ଷେତସାରା ଘାସ ବ୍ୟାପିଯାଏ । ଭୂତଳ ଜଳସେଚନ ପ୍ରାଣାଳୀ ଏହି ପ୍ରଣାଳୀ ଦ୍ଵାରା ମୃତ୍ତିକା ତରସ୍ତରରୁ ଜଳସେଚନ କରାଯାଇ ଥାଏ । ଭୂପୃଷ୍ଟରୁ ଫୁଟେ ବା ଦେଢ ଫୁଟ ତଳୁ ଛିଦ୍ରଯୁକ୍ତ ମୃତ୍ତିକା ନଳୀ, ପ୍ଲାଷ୍ଟିକ ନଳୀ ବା ଧାତବ ନଳୀ ଖଞ୍ଜା ଯାଇ ଜଳ ପ୍ରବାହ କରିବା ଦ୍ଵାରା ସୂକ୍ଷ୍ମ ଛିଦ୍ର ଦେଇ ଜଳ ନିସୃତ ହୋଇଥାଏ । ମୃତ୍ତିକାର ଅଣୁଗୁଡିକ ଧୀର ଓ ମନ୍ଥର ଗତିରେ ଆର୍ଦ୍ର ହୋଇରହେ ଓ ଉପରେ ବଢିଆସୁଥିବା ଚେର ସମୂହ ସୁବିଧାରେ ଜଳଗ୍ରହଣ କରିଥାନ୍ତି । ଏହି ପ୍ରଣାଳୀରେ ମୃତ୍ତିକା ଜଳ ଯୋଗାଣ ସ୍ଥିର ଓ ସ୍ଥାୟୀ ରହେ । କ୍ଷେତର ଉପରିଭାଗ ଶୁଷ୍କ ରହିବା ଦ୍ଵାରା ଘାସ ବଢିପାରେ ନାହିଁ ଓ ମୃତ୍ତିକା ଉପରି ଭାଗରୁ ଉତପ୍ଲାବନ ଜନିତ ମୃତ୍ତିକା ଜଳର କ୍ଷୟ ଘଟିନ ଥାଏ । ଏହା ଛଡା କ୍ଷେତର ଉପରିଭାଗ କାଦୁଆ ହୋଇଯିବା ବା ଶୁଷ୍କ ଟାଣ ହେବାର ସୁଯୋଗ ଘଟି ନ ଥାଏ । ତେବେ ଯେଉଁ ମୃତ୍ତିକା ବା ଜମିର ଭୂତଳ ସ୍ତର ଅତି ଛିଦ୍ର ଯୁକ୍ତ ବା ଦୁଭେଦ୍ୟ ବା ଶକ୍ତ ମୃତ୍ତିକା ସ୍ତର ଯୁକ୍ତ ସେପରି ଅବସ୍ଥାରେ ଏକ ପ୍ରାଣାଳୀ ସେତେ ସୁବିଧାଜନକ ହୋଇନ ଥାଏ । ସିଞ୍ଚନ ସେବନ ପ୍ରଣାଳୀ ଏହା ତିନି ପ୍ରକାରର ହୋଇଥାଏ – ଦୋଳନଶୀଳ ଚକ୍ରବର୍ତ୍ତୀ ଛିଦ୍ର ଯୁକ୍ତି ନଳୀ । ଏହି ପ୍ରଣାଳୀଗୁଡିକ ଦ୍ଵାରା ଜମି ଉପରେ ବଢୁଥିବା ପନିପରିବା ଉଦ୍ଭିଦଗୁଡିକୁ ଜଳକଣା ଦ୍ଵାରା ସିଞ୍ଚନ କରି ଜଳସେଚନ କରାଯାଇ ଥାଏ । ବର୍ଷା ହେବା ଦ୍ଵାରା ଉଦ୍ଭିଦଗୁଡିକ ଯେପରି ଜଳ ପାଇଥାନ୍ତି, ସେହିପରି ବ୍ୟବସ୍ଥା ଏହି ପ୍ରଣାଳୀ ଗୁଡିକରେ ଅନୁସୃତ କରାଯାଇଥାଏ । ଏହି ପ୍ରଣାଳୀର ବିଶେଷତ୍ଵ ହେଲା ଯେ, ସମତଳ ଜମି ଓ ପାହାଡିଆ ଢାଳ ଜମିଗୁଡିକର ମଧ୍ୟ ବ୍ୟବହାର କରାଯାଇପାରେ । ଛିଦ୍ର ଯୁକ୍ତ ମୃତ୍ତିକାରେ ମଧ୍ୟ ଏହା ବ୍ୟବହାର୍ଯ୍ୟ । ଏହି ପ୍ରଣାଳୀଗୁଡିକର ସଞ୍ଚାଳିତ କରିବା ଲାଗି ଅତି କମ ଶ୍ରମ ଦରକାର କରିଥାଏ ଓ ତତସମ୍ବନ୍ଧୀୟ ଆର୍ଥିକ ଖର୍ଚ୍ଚ କମ ହୋଇଥାଏ । ଜଳ ସମାନ ଭାବେ ବାଣ୍ଟି ହୋଇ ସେଚନ କାର୍ଯ୍ୟ ଭଲ ଭାବେ ହୋଇଥାଏ । ମୃତ୍ତିକା ଧୋଇ ହୋଇ ଚାଲି ଯିବା ଭୟ ନ ଥାଏ ଓ ଶୁଖିଲା ହାଲୁକା ମାଟି ପବନଦ୍ଵାରା ଉଡି ଚାଲିଯିବା ସମ୍ଭବ ହୋଇ ନ ଥାଏ । ତେବେ ଏହା ସ୍ଥାପନ କରିବା ଲାଗି ପ୍ରଥମେ ବହୁ ଅର୍ଥ ଦରକାର କରେ । ତେଣୁ ଯେଉଁ ସ୍ଥାନରେ ପନିପରିବାଗୁଡିକ ଅଧିକ ଅମଳ ହେବା ସମ୍ଭବ ନଥାଏ ସେହି ପ୍ରାନ୍ତରେ ଏହି ପ୍ରଣାଳୀ ଅନୁସୃତ କରିବା ପୂର୍ବରୁ ଭଲଭାବେ ପରୀକ୍ଷା କରିବା ଦରକାର । ପନିପରିବା ଫସଲ ସଂରକ୍ଷଣ ପନିପରିବା ଉଦ୍ଭିଦ ତଥା ସେଗୁଡିକ ଉତ୍ପନ୍ନ ହେଉଥିବା ଖାଦ୍ୟପଦାର୍ଥ ଗୁଡିକ କୋମଳ ଓ ସୁସ୍ଵାଦ ହୋଇଥିବା ଦୃଷ୍ଟିରୁ ନାନା ପ୍ରକାର କୀଟ, ଓ ରୋଗ ଜୀବାଣୁ ସେଗୁଡିକ ଆକ୍ରମଣ କରି ବିଶେଷ ଭାବେ କ୍ଷତି ଘଟାଇଥାନ୍ତି । ଖାଦ୍ୟପଦାର୍ଥଗୁଡିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ଚାଷୀ ସଂରକ୍ଷିତ ଭଣ୍ଡାର ବା କେନ୍ଦ୍ର ପନିପରିବା ବ୍ୟବସାୟ ଓ ଗ୍ରାହକମାନଙ୍କୁ କ୍ଷତିରେ ପକାଇଥାନ୍ତି । ବିହନ ଲଗାଯିବା ଆରମ୍ଭରୁ ପ୍ରତ୍ୟେକ ଅବସ୍ଥାରେ ଉଦ୍ଭିଦଗୁଡିକୁ ବିଭିନ୍ନ କୀଟ ଓ ଜୀବାଣୁମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ଦରକାର ପଡିଥାଏ । ଏହି ବ୍ୟବସ୍ଥା ଦୁଇ ପ୍ରକାରର ହୋଇଥାଏ । (କ) ପ୍ରତିଷେଧକ ବ୍ୟବସ୍ଥା ଓ (ଖ) ଆରୋଗ୍ୟ କର ବ୍ୟବସ୍ଥା । ପନିପରିବା ଚାଷରେ ନିମ୍ନଲିଖିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରେ:- ପରିଷ୍କାର ଚାଷ ପ୍ରଣାଳୀ ଅବଲମ୍ବନ କରିବା । ଫସଲ ପର୍ଯ୍ୟାୟ ପ୍ରଣୟନ କରିବା । ନିରବଚ୍ଛିନ ଭାବେ ଫସଲ ଗୋଟିଏ ଜମିରେ ନକରି କିଛି ସମୟ ଲାଗି ଜମି ପଡିଆ ରଖିବା । କ୍ଷେତରେ ଖରାଦିନିଆ ହଲ କରି ମାଟିକୁ ଖୋଲା ରଖିବା । ଆକ୍ରାନ୍ତ ଉଦ୍ଭିଦଗୁଡିକୁ ଓ କ୍ଷେତରେ ରୋଗ ପୋକ ଲୁଚି ଛପି ରହିଥିବା ଉଦ୍ଭିଦ ଅଂଶବିଶେଷଗୁଡିକୁ ପୋଡି ନଷ୍ଟ କରିବା । ଯେଉଁ ପନିପରିବାଗୁଡିକ ଲାଗ ଲାଗ ଚାଷ କରିବା ଦ୍ଵାରା ରୋଗ ପୋକ ବଂଶବୃଦ୍ଧି ଘଟିବା ଭୟଥାଏ। ସେହି ଫସଲ ଗୁଡିକୁ କିଛିଦିନ ଲାଗି ଅର୍ଥାତ 2 ରୁ 3 ବର୍ଷ ଯାଏ ଚାଷ ବନ୍ଦ ରଖିବା ଉଚିତ। ଯନ୍ତା ଫସଲ ବ୍ୟବହାର କରିବା ବନ୍ଧାକୋବି, ଫୁଲକୋବି ଆଦି ଫସଲ କିଆରିର ଚତୁଃପାର୍ଶ୍ଵରେ କିଛି ଧାଡି ସୋରିଷ ଲଗାଇବା ଦ୍ଵାରା ବନ୍ଧା ବା ଫୁଲକୋବିକୁ ଆକ୍ରମଣ କରିବା ପୋକ ସୋରିଷ ଗଛ ଆକ୍ରମଣ କରିବେ ଓ ସେଗୁଡିକ ନଷ୍ଟ ହେବା ପୂର୍ବରୁ କୋବି ଫସଲ ଉଠିଯାଇଥାଏ । ବିହନ ବିଶୋଧନ କରିବା – ପନିପରିବା ଜମିରେ ବା ନର୍ସରୀ ରେ ଲଗାଯିବା ପୂର୍ବରୁ ବିହନଗୁଡିକ ବିଶୋଧନ କରି ଲଗାଇବା ଦରକାର (ଯେପରି ଗରମ ଜଳରେ କିଛି ସମୟ ରଖିବା, ଟେରେସାନ, ଜିଙ୍କିଆକସାଇଡ, ଇତ୍ୟାଦି ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା) । ମୃତ୍ତିକା ବିଶୋଧନ କରିବା – ଚାରା ପଟାଳି ମୃତ୍ତିକା ଗରମ ବାଷ୍ପ, ଫୁଟିଗଲାଣି, ରାସାୟନିକ ପଦାର୍ଥ ଯଥା ଫାରମାଳ ଡି ହାଇଡର ବ୍ୟବହାର କରିବା କରି ବିହନ ଲଗାଇବା ଦ୍ଵାରା ନାନାରୋଗ ଜୀବାଣୁ ନଷ୍ଟ ହୋଇଥାନ୍ତି । ନିରାକର୍ଷକ ଦ୍ରବ୍ୟର ବ୍ୟବହାର ଚୂନ, ଜଡାପିଡିଆ, ନିମ୍ବ ପିଡିଆ,କରଞ୍ଜ ପିଡିଆ , କାଠ ପାଉଁଶ ଆଦି ପଦାର୍ଥ ବ୍ୟବହାର କରିବା ଦ୍ଵାରା କୀଟମାନେ ପରିବା ଲାଗିଥିବା କିଆରି ଗୁଡିକରେ ପ୍ରବେଶ କରନ୍ତି ନାହିଁ । ଧୂପନ – ଦ୍ରବ୍ୟର ବ୍ୟବହାର ଅନେକ ପୋକ ଓ ରୋଗ ଜୀବାଣୁମାନଙ୍କୁ ଫସଲ ନିକଟକୁ ଆସିବାରେ ବ୍ୟାଘାତ ସୃଷ୍ଟି କରିଥାଏ । ଗନ୍ଧକ ଧୂପ, ଧୂଆଁ ପତ୍ର ଧୂପ , ଗ୍ୟାସ ଆଦି କେତେଗୁଡିଏ ପଦାର୍ଥ ବ୍ୟବହାର କରାଯାଇ ଥାଏ । ରୋଗ ପୋକ ଆକ୍ରମଣ ପ୍ରତିରୋଧ ଶକ୍ତି ସଂପୂର୍ଣ୍ଣ କିସମର ପନିପରିବା ଲାଗିଯିବା ଦ୍ଵାରା ଅନେକ ରୋଗ ଓ ପୋକ ସେହି ଫସଲରେ ଦେଖାଦିଅନ୍ତି ନାହିଁ । ଆରୋଗ୍ୟକର ବ୍ୟବସ୍ଥା ଗ୍ରହଣ କରିବାକୁ ହେଲେ ପନିପରିବା ଫସଲରେ ନାନା ପ୍ରକାର ରାସାୟନିକ ଔଷଧ ଗୁଣ୍ଡ ଆକାରରେ ବା ସିଞ୍ଚନ ପ୍ରଣାଳୀରେ ପ୍ରୟୋଗ କରାଯିବା ଦ୍ଵାରା କୀଟ ଓ ରୋଗଗୁଡିକୁ ବିନାଶ କରିବା ଲାଗି ବ୍ୟବସ୍ଥା କରାଯାଇଥାଏ । ଏଥିରେ ଉଦର ବିଷ ଓ ସଂସ୍ପର୍ଶ ବିଷ ବ୍ୟବହାର କରାଯାଏ । ନାନାପ୍ରକାରର ରାସାୟନିକ କୀଟନାଶକ ଔଷଧ ବ୍ୟବହାର କରାଯାଏ । ସେହିପରି ନାନାପ୍ରକାର ରୋଗ ଓ ଉଦ୍ଭିଦ ସୁକ୍ରଜୀବ ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ବ୍ୟବହାର ହୋଇଥାଏ । ସାଧାରଣତଃ ଚର୍ବଣ କୀଟ ଓ ଶୋଷଣ କୀଟ ଏହିପରି ଦୁଇ ଶ୍ରେଣୀର କୀଟ ପନିପରିବାଗୁଡିକର କ୍ଷତି ଘଟାଇଥାନ୍ତି । ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର