অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ମୂଳାଧାର ଓ କନ୍ଦ ଜାତୀୟ ପରିବା)

ପିଆଜ

ପିଆଜ ଗୋଟିଏ ପ୍ରଧାନ ପନିପରିବା। ଏହାର ପତ୍ରଗୁଡ଼ିକ ମୂଳରୁ ମୋଟା ହୋଇ ଫୁଲି ଉଠେ ଓ ଏହାକୁ ପିଆଜ ରୂପରେ ଆମେ ଖାଉ । ପିଆଜ ଗଛ ବଢିବା ପରେ ଶଣ୍ଢା ବାହାରି ଆଗରେ ଫୁଲ ଧରିଥାଏ । ଏହି ଶଣ୍ଢାଗୁଡିକୁ ମଧ୍ୟ ପରିବା ରୂପେ ବ୍ୟବହୃତ ହୋଇଥାଏ। ପିଆଜ ଶ୍ରେଣୀରେ ଲିକ, ଚାଇଭ, ଶାଲାଟ ଇତ୍ୟାଦି ଫସଲ ପରିବା ରୂପେ ମଧ୍ୟ ବ୍ୟବହାର କରାଯାଏ ।

ପ୍ରକାର – ପିଆଜ ଗୁଡ଼ିକ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

  • ଓଲିପିଆଜ -ଏଥିରେ ଧଳା, ଲାଲ ଓ ହଳଦିଆ ରଙ୍ଗର ପିଆଜ ଦେଖିବାକୁ ମିଳେ । (ହ୍ଵାଇଟ ଗ୍ଲୋବ , ସ୍ପିଟସ୍ପାନିସ , ସାଉତପୋର୍ଟ, ରେଡ ଗ୍ଲୋବ, ୟେଲୋ ଗ୍ଲୋବ ଇବେଞ୍ଜର ଇତ୍ୟାଦି ଚାଷ କରାଯାଏ )
  • ଛାତି, କହରୀ ବା ନାଲି ପିଆଜ – ଏଥିରେ ପିଆଜଗୁଡ଼ିକ ପେନ୍ଥା ପେନ୍ଥା ହୋଇ ବଢିଥାଏ । ଏହାଛଡା ନାନା ପ୍ରକାରର ପିଆଜ ଚାଷ କରାଯାଉଛି । ସେଗୁଡିକ ହେଲା ପୁସାରତ୍ନର ରେଡ ଗ୍ଲୋବ, ହ୍ଵାଇଟ ଗ୍ଲୋବ, ୟେଲୋ ଗ୍ଲୋବ ପାଟନାରେଡ, ଲର୍ଜରେଡ, ନାସିକ ରେଡ, ବେଲାରି ରେଡ, ଧୂଳିଆ କାଦୁଅ, ହ୍ଵାଇଟ ପୋଚ୍ୟୁଗଲ, ନିଲଭର ସ୍ମାନ, ଅଷ୍ଟ୍ରେଲିଅନ ବ୍ରାଉନ, ରେଡଇଟାଲିଏନ, ଇତ୍ୟାଦି ।

ଖାଦ୍ୟ ମୂଲ୍ୟ

ବଡ ପିଆଜ

ଛୋଟ ପିଆଜ

ରସୁଣ

ଆଳୁ

ଜଳ

୮୬.୮

୮୪.୩

୬୨.୦

ପ୍ରୋଟିନ

୧.୨

୧.୮

୬.୩

ଚର୍ବି

୦.୧

୦.୧

୦.୧

ଶର୍କରା

୧.୬

୧୩.୨

୨୯.୦

ଧାତବ –ପଦାର୍ଥ

୦.୪

୦.୬

୧.୦

ଚୂର୍ଣ୍ଣ

୦.୧୮

୦.୦୪

୩୦.୦ମି.ଗ୍ରା

ଫସଫରକ

୦.୦୫

୦.୦୬

୩୧୦

ଲୌହ

୦.୭(ପ୍ରତି ୧୦୦)

୧.୨ (ଗ୍ରାମରେ)

୦.୩

କ୍ୟାଲୋରି

୫୧୦

୬୧.୦

୧୪୨

ଭିଟାମିନ A

------

୨୫

ଆଇ.ୟୁ

ଭିଟାମିନ B

୧୨୦

------

----

ଭିଟାମିନ C

୧୧

-------

୧୩.୦

ନିକୋଟିନିକ ଆସିଡ

୦୪

୦.୫

୦.୪ମି.ଗ୍ରା

ରିବୋଫ୍ଲୋବିନ

୧୦

-----

୦.୨୩

ଆୟୋମିନ ମି.ଗ୍ରା

୦.୦୮

-----

୦.୧୫

ତନ୍ତୁ ପଦାର୍ଥ

୦.୬

-----

୦.୮

ବଂଶବୃଦ୍ଧି

ଉଲିଜାତୀୟ ପିଆଜର ମଞ୍ଜିଦ୍ଵାରା ବଂଶ ବିସ୍ତାର କରାଯାଏ ; କିନ୍ତୁ ରମ୍ଭା ଆଦି ଦେଶୀପିଆଜ ଗୁଡିକର କୋଳ ଲଗାଯାଏ । ପିଆଜ ଫସଲ ଜୁନ ରୁ ଅକ୍ଟୋବର , ଅକ୍ଟୋବରରୁ ଜାନୁଆରୀ ଓ ଜାନୁଆରୀରୁ ଜୁନ ଏପରି ଏପରି ଋତୁରେ ଚାଷ କରାଯାଇପାରେ । ଉଲି ପିଆଜ କିନ୍ତୁ ରବି ଫସଲ ରୂପେ ଆମ ଦେଶରେ ଚାଷ କରାଯାଏ । ହେକ୍ଟର ପ୍ରତି ୫ ରୁ ୭ କିଲୋ ଗ୍ରାମ ମଞ୍ଜି ଦରକାର କରେ ଓ ଏହି ମଞ୍ଜି ଗୁଡିକ ୧/୨୫୦ ହେକ୍ଟର ଜମିରେ ନରସରୀ ପଟାଳି ରେ ୧୦ ଦିନ ପୂର୍ବରୁ ଅଧା ମେଟ୍ରିକ ଟନ କମ୍ପୋଷ୍ଟ , ଏକ କିଗ୍ରା ଏମୋନିଏମ ସଲଫେଟ ଓ କାଠ ପାଉଁଶ ମିଶାଇ ସମତଳ କରି ମଞ୍ଜି ବୁଣି ତାଳି ଉଠାଯାଏ ଓ ୬ ରୁ ୮ ସପ୍ତାହ ପରେ କ୍ଷେତରେ ୨୨ ରୁ ୩୦x୧୦ ରୁ ୧୫ ସେ.ମି ଦୂରତାରେ ରୋପଣ କରାଯାଏ ମଞ୍ଜି ଗୁଡିକ ସିଧା କ୍ଷେତରେ ମଧ୍ୟ ଲଗାଯାଏ । ପିଆଜ ମୂଳାଧାର ଲଗାଇଲେ ହେକ୍ଟର ପ୍ରତି ଏଗାର କ୍ଵିଣ୍ଟାଲ ଦରକାର ହୋଇଥାଏ । ପିଆଜଗୁଡ଼ିକ ୧୫ ସେ.ମି ଛଡାରେ କାଟି ସେଥିରେ ୭.୫ ସେ.ମି ଅନ୍ତରରେ ଓ ୪ ସେ.ମି ଗଭୀରରେ ଗୋଟିଏ ଲେଖାଏ ପିଆଜ ପୋତାଯାଏ ।

ଚାଷ ପ୍ରଣାଳୀ

ପିଆଜ ଗଛ ବଢିବା ଲାଗି ୫୦ରୁ ୭୦ ପାହି ଓ ମଳାଧାର ବଢିବା ଲାଗି ୬୦ -୭୦ ପାହି ଓ ବାୟୁର ଆଦରତା ୭୫% ଦରକାର କରେ । ସମତଳ ଅଞ୍ଚଳରେ ଓ ସମୁଦ୍ର ପତ୍ତନଠାରୁ ୧୫,୦୦୦ ରୁ ୨୦,୦୦୦ ଫୁଟ ଉଚ୍ଚ ଜମିରେ ଏପ୍ରିଲ ଠାରୁ ଅଗଷ୍ଟ ଯାଏଁ ଚାଷ କରିହୁଏ । ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ବର୍ଷା ଋତୁରେ ଏହାର ଚାଷ ଭଲ ହୋଇ ନ ଥାଏ । ଦୋରସା ବାଲିଆ ମାଟି, ପଟୁମାଟି, ଗଭୀର ହାଲୁକାମାଟି ଏହି ଚାଷ ଲାଗି ଉତ୍କୃଷ୍ଟ । ଜମିର ଅମ୍ଳତା Ph – 6.5 ରୁ ୭.୮ ଭିତରେ ରହିବା ଉଚିତ ।

ଜମିକୁ ଭଲ ଭାବେ ଚାଷକରି ଏହି ସମୟରେ ୨୫ -୫୦ ମେଟ୍ରିକ୍ ଟନ୍ ଗୋବର ପଟାସ ମଧ୍ୟ ପ୍ରୟୋଗ କରାଯାଏ । ତଳି ରୋପଣ ହେବା ପରେ ଘାସ ବଛାଯାଏ । ଘାସ ମାରିବା ଲାଗି କ୍ଲୋର ଆଇ.ପି.ସି. ହେକ୍ଟର ପ୍ରତି ୫ରୁ ୬ କେଜି ବ୍ୟବହାର କରାଯାଇପାରେ । ଶୀତ ଓ ଖରାଦିନେ ପିଆଜ ଫସଲରେ ପାଣି ମଡାଯାଏ। ଶୀତ ଋତୁରେ ପ୍ରତି ୧୦ ଦିନରେ ଥରେ ଓ ଖରାଦିନେ ପ୍ରତି ୪-୬ ଦିନରେ ଥରେ ପାଣି ମଡାଯାଏ । ଲଗାଯିବାର ୩ ରୁ ୫ ମାସ ଭିତରେ ଗଛ ସୁଖି ଆସିଲେ ଅମଳ କରାଯାଏ । ହେକ୍ଟର ପ୍ରତି ୧୦୦ ରୁ ୧୮୦ କ୍ଵିଣ୍ଟାଲ ଯାଏ ଅମଳ ହୋଇଥାଏ ।

ରୋଗ ଓ ପୋକ

ପିଆଜ ଥିପ୍ ପତ୍ର ନଷ୍ଟ କରି ଧଳା ପତ୍ର ସୃଷ୍ଟି କରନ୍ତି । ଏନଡ୍ରିନ୍ ପିଚିକାରି ଦେଲେ ଏହା ନଷ୍ଟ ହୋଇଥାଏ । ପିଆଜରେ ସ୍ମଟ୍ ରୋଗ ଧରେ । ୪:୪:୫୦ ବୋର୍ଡ ମିକ୍ ଶ୍ଚର ପିଚିକାରି କଲେ ଏହା କମିଥାଏ ।

ରସୁଣ

ରଶୁଣର ବ୍ୟବହାର ବହୁ ପରିମାଣ ଆମ ଦେଶରେ ହୋଇଥାଏ ତରକାରୀ ମସଲାରେ, ଆଚାର ଓ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ । ପରିବର୍ତ୍ତିତ ପତ୍ରଗୁଡ଼ିକ ଫୁଲି ମୋଟା ହୋଇ ଗୋଟିଏ ରସୁଣରେ ୫ ରୁ ୨୫ ଟି ଯାଏ କୋଳ ବଢିଥାଏ । ଏହି କୋଳ ବା କୋଲାଗୁଡିକର ଉପରି ଭାଗରେ ଧଳା ବା ଈଷତ ନାଲି ରଙ୍ଗର ପତଳ ଢାଙ୍କୁଣୀରେ ଆବୋରି ହୋଇ ରହିଥାଏ ।

ପ୍ରକାର – ରସୁଣରେ ସେପରି ପ୍ରକାର ବାହାର କରାଯାଇ ନାହିଁ । ତେବେ ଫେୱାରୀ, ରାଜେଲିଗଡ, ନାଲି ରସୁଣ, ମେକସିକନ୍, ପିଙ୍କଇଟାଲି, ଇକ୍ ନେଲି, T-୫୬ -୪ ଇତ୍ୟାଦି କିସମର ରସୁଣ ଚାଷ କରାଯାଏ ।

ବଂଶବୃଦ୍ଧି

ରସୁଣ କୋଳଗୁଡିକୁ ବଂଶବିସ୍ତାର ଲାଗି ବ୍ୟବହାର କରାଯାଏ । ହେକ୍ଟର ପ୍ରତି ୧୩୬ – ୨୨୭ କି. ଗ୍ରାମ ରସୁଣ ଦରକାର। ଏଗୁଡିକ ୫ ରୁ ୭.୫ ସେମି ଗଭୀରରେ ଲଗାଯାଏ ଗଜା ଅଂଶ ଉପରକୁ ରଖି ଲଗାଇବା ଉଚିତ । ଧାଡି ମଧ୍ୟରେ ୧୫ ସେ.ମି ବ୍ୟବଧାନରେ ଏହା ଲଗାଯିବା ଉଚିତ ।

ଚାଷ ପ୍ରଣାଳୀ

ରସୁଣ ଲାଗି ନିଗିଡା ମଧ୍ୟମ ଧରଣର କଳାମାଟି ଓ ଉତ୍ତମ ପରିମାଣର ବନ୍ ମଳ ରହିବା ଦୋରସା ମାଟି ଉପଯୁକ୍ତ । ସେପ୍ଟେମ୍ବର ଅକ୍ଟୋବର ମାସର ସମତଳ ପ୍ରଦେଶରେ ଓ ମାର୍ଚ୍ଚ ଏପ୍ରିଲିରେ ପାହାଡିଆ ଅଞ୍ଚଳରେ ଜମିକୁ ଭଲଭାବେ ପ୍ରସ୍ତୁତ କରି ରସୁଣ ଲଗାଯାଏ । ହେକ୍ଟର ପ୍ରତି ୧୨ ଶଗଡଖତ ଓ ଯବକ୍ଷାର ୧୦୦ କେଜି ଫସ୍ ଫରସ ୫୦ କେଜି ଓ ପଟାସ ୧୦୦ କେଜି ପ୍ରୟୋଗ କରାଯାଇ ପାରେ । କେହି କେହି ୧୮ -୨-୩ ମିଶ୍ରିତ ସାର ୭୫ କେଜି ସହ ୫ କେଜି ବୋରାନ, ମାଙ୍ଗାନିଜ୍ ଓ ଜିଙ୍କ୍ ସାର ହେକ୍ଟର ପ୍ରତି ପ୍ରୟୋଗ କରିଥାନ୍ତି । ପିଆଜ ପରି ରସୁଣ ଲଗାଯିବା ମାସକ ପରେ ଘାସବଛା ଓ ଆଉ ଏକ ମାସ ପରେ ଦ୍ଵିତୀୟ ଥର ଲାଗି ଘାସ ବଛାଯାଏ । ଦଶରୁ ପନ୍ଦରଦିନ ଅନ୍ତରରରେ ଥରେ ଲେଖାଏ ପାଣି ମଡାଯାଏ । ଏହା ୪.୫ ରୁ ୫ ମାସରେ ଅମଳ ଅବସ୍ଥାରେ ପହଞ୍ଚିଥାଏ । ହେକ୍ଟର ପ୍ରତି ୩୫ ରୁ ୯୨ କ୍ଵିଣ୍ଟାଲ ରସୁଣ ଅମଳ ହୋଇଥାଏ।

ରୋଗ ଓ ପୋକ – ଥୀପ୍ ଓ ମିଲଡ୍ୟୁ ରସୁଣକୁ ଆକ୍ରମଣ କରିଥାନ୍ତି । ନିକୋଟିନ୍, ସଲଫଟ୍, ଓ ବୋର୍ଡ ମିକ୍ ଶ୍ଚର ସେଚନ କରି ଏହାକୁ ଦମନ କରାଯାଇପାରେ ।

ଆଳୁ

ପୃଥିବୀରେ ଆଳୁ ହେଉଛି ସବୁଠାରୁ ପ୍ରଧାନ ପନିପରିବା ଫସଲ ଏହାର ବ୍ୟବହାର ବହୁଳ ଭାବେ ହେଉଥିବା ଦୃଷ୍ଟିରୁ ଧାନ ଗହମ ମକାପରି ବହୁ ପରିମାଣରେ ଚାଷ କରାଯାଉଛି । ଏହା ବାଇଗଣ ଓ ଲଙ୍କାମରିଚ ଗୋଷ୍ଟିର ଫସଲ ଆଲୁଗଛର ଆସ୍ଥାନିକ ଚେରରୁ ଆଳୁ ବାହାରି ଥାଏ । ଭୂମିତଳ ଗଣ୍ଡିରୁ ଆଳୁ ଫଳି ଭୂମିତଳେ ବଢେ । ଭୂମି ଉପରେ ଗଛର କାଣ୍ଡପତ୍ର ଓ ବିଶେଷ ଅବସ୍ଥାରେ ଫୁଲି ଧରି ବଢିଥାଏ । ପତ୍ରଗୁଡ଼ିକ ଯୌଗିକ ପତ୍ର ବିଶିଷ୍ଟ ଓ ଏହା କାଣ୍ଡର ତ୍ରିକୋଣ ନିଯମରେ ବଢିଥାଏ; ପତ୍ର ଓ ଉପରିପତ୍ର ମିଶି ପାଞ୍ଚଟି ହୋଇଥାଏ ।

ସହଳ ଗୋଷ୍ଠି – ଅପଟୁଡେଟ୍, ଗ୍ରେଟ୍ ସ୍କଟ, ହାଇବ୍ରିଡ -୧୯, ଗୋଲ, ସାଧା, ମଧ୍ୟମ ଗୋଷ୍ଠି

ଡକ୍ ଲିଙ୍ଗରେଡ ରାଉଣ୍ଡ, ଇଟାଲିଅନହ୍ଵାଇଟ ,ହାଇବ୍ରିଡ୍ 9 O.N.-2236 ଓ ବିଳମ୍ବ ଗୋଷ୍ଠି ପାଟଣା ହ୍ଵାଇଟ। ଏହାଛଡା କୁପୁରିରେଡ, କୁଫରିକୁବେର, କୁଫରିକିସାନ, କୁଫରିସୁନ୍ଦରୀ, O.N-1202, କୁଫରି ଚନ୍ଦ୍ରମୁଖୀ, କୁପରି ଚମତ୍କାର ଆଦି କେତେ ପ୍ରକାରର ଆଳୁ ଯାହା ସିମଳା ଆଳୁ କେନ୍ଦ୍ରରୁ ବାହାର କରାଯାଇଛି ସେଗୁଡିକ ମଧ୍ୟ ବହୁଳଭାବେ ଆମ ଦେଶରେ ଚାଷ କରାଯାଉଛି ।

ଖାଦ୍ୟର ମୂଲ୍ୟ

(ପ୍ରତି୧୦୦ ଗ୍ରାମ ଖାଦ୍ୟୋପଯୋଗୀ ପଦାର୍ଥ )

ଜଳ ୭୪.୭ ଗ୍ରାମ

ଭିଟାମିନ C ୧.୭

ପ୍ରୋଟିନ ୧.୬

ଭିଟାମିନ A ୪୦.୦ ଆଇ .ୟୁ

ଚର୍ବି ୦.୧

ଥାୟୋମିନ ମି.ଗ୍ରା ୦.୧ ମି.ଗ୍ରା

ଧାତବ-ଲବଣ ୦.୬

ରିବୋଫ୍ଲୋବିନ ୦.୦୧

ତନ୍ତୁ ପଦାର୍ଥ ୦.୪

ଚୋଲିନ ୧୬.୦

ଶର୍କରା ୨୨.୬

ଫସ୍ ଫରକ ୪୦.୦

ଶକ୍ତି ୯୭

ଲୌହ ୦.୭

ଚୂର୍ଣ୍ଣ ୧୦ ମି.ଗ୍ରା

ସୋଡିୟମ ୧୧.୦

ମାଗ୍ନାସିଏମ ୨୦

ପଟାସିୟମ ୨.୪୭

ଅକ୍ ସାଲିକ ଏସିଡ ୨୦

ତାମ୍ର ୦.୦୨

ନିକୋଟିନିକ ଏସିଡ ୧.୨ ମି.ଗ୍ରା

ଗନ୍ଧକ ୩.୭

ବଂଶ ବୃଦ୍ଧି

ଆଳୁ ଚାଷ କରିବା ଲାଗି କନ୍ଦ ବ୍ୟବହୃତ ହୋଇଥାଏ । କନ୍ଦ ଗୋଟା ବା କଟା ଆକାରରେ ପୋତାଯାଏ । ଆଳୁ ଅମଳ ହେବା ପରେ ଆଳୁ ଲଗାଇଲେ ଆଖିରୁ ଗଜା ବାହାରେ ନାହିଁ । କାରଣ ସେଗୁଡିକ ୨-୩ ମାସ ସୁପ୍ତ ଅବସ୍ଥାରେ ରହିଥାନ୍ତି ।ଏହାକୁ ଭାଙ୍ଗିବା ଲାଗି ଆଳୁଗୁଡିକୁ ଥାୟୋୟୁରୀଆ, ଇଥିଲିନ୍ କ୍ଳୋରିହାଇଡ୍ରିନ ବା ପଟାସିଏମ୍ ଥାୟୋସାଏନେଟ୍ ବ୍ୟବହାର କରାଯାଏ । ବଡଆଳୁଗୁଡିକ ୪୦ ରୁ ୫୦ ଗ୍ରାମ ଓଜନର ଖଣ୍ଡ ଖଣ୍ଡ କରି କାଟି ଲଗାଯାଏ । ଖଣ୍ଡଗୁଡିକ ୪୦ରୁ୫୦ ସେ.ମି ମୋଟା ହେବା ଦରକାର ହେକ୍ଟର ପ୍ରତି ୮୦୦ ରୁ ୧୫୦୦ ହଜାର କେଜି ଆଳୁ ଦରକାର ହୋଇଥାଏ । ଧାଡି ମଧ୍ୟରେ ପ୍ରକାର ଭେଦରେ ୪୫ ରୁ ୬୦ ସେ.ମି ଓ ଧାଡି ଭିତରେ ୧୫ ରୁ ୨୫ ସେ.ମି ବ୍ୟବଧାନରେ ମାଧ୍ୟମ ଆକାର ବା କଟା ଆଳୁ ଖଣ୍ଡ ଲଗାଯିବା ଦରକାର । ସାଧାରଣତଃ ୪୫ X ୧୫ ସେ.ମି ବ୍ୟବଧାନରେ ଆଳୁ ଲଗାଯାଇଥାଏ ।

ଚାଷ ପ୍ରଣାଳୀ

ଆଳୁ ଚାଷ ଲାଗି ଉପଯୁକ୍ତ ଉତ୍ତାପ ହେଉଛି ଗୋଟିଏ ପ୍ରଧାନ ଆବଶ୍ୟକୀୟ ବିଷୟ । ପ୍ରଥମ ଗଛଗୁଡିକ ବଢିବା ଲାଗି ୨୪° ସେଣ୍ଟି ଗ୍ରେଡ ଓ ପରେ ୧୮ ° ସେ .ଗ୍ରେଡ ଦରକାର କରିଥାଏ । ଆଳୁ ଫୁଲିବା ଆରମ୍ଭ କରେ ୨୦°ସେ.ଗ୍ରେଡ ଅର୍ଥାତ ମୃତ୍ତିକା ଉତ୍ତାପ ୬୪° ଫାଏନହିଟ ଆବଶ୍ୟକ ହୋଇଥାଏ । ମୃତ୍ତିକା ଉତ୍ତାପ ୩୦° ସେ.ଗ୍ରେଡ ହେଲେ ଆଳୁ ଜମା ଫୁଲେ ନାହିଁ । ସମୁଦ୍ର ପତ୍ତନ ଠାରୁ ୨,୭୦୦ ମିଟର ଉଚ୍ଚ ଯାଏ ଆଳୁଚାଷ କରାଯାଇ ପାରେ । ଆଳୁ ଯେ କୌଣସି ମୃତ୍ତିକାରେ ଅନ୍ୟାନ୍ୟ ପନିପରିବା ଚାଷ କରାଗଲେ ମଧ୍ୟ ବାଲିଆ, ଦୋରସା ଓ ପଟୁ ଦୋରସା ମାଟି ଯେଉଁଥିରେ ଜୈବିକ ଅଂଶ ଉତ୍ତମ ପରିମାଣରେ ରହିଥାଏ ତାହା ଆଳୁଲାଗି ଉତ୍କୃଷ୍ଟ ଅଟେ । ଜମି ଅବଶ୍ୟ ନିଗିଡା ହୋଇଥିବା ଉଚିତ । ଆଳୁ ସେପ୍ଟେମ୍ବର ମଝିରୁ ଜାନୁଆରୀ ମଝିଯାଏ ଲଗାଯାଇ ପାରେ । ଓଡିଶା ଲାଗି ନଭେମ୍ବର ମାସ ଉପଯୁକ୍ତ ସମୟ ପାହାଡିଆ ଅଞ୍ଚଳରେ ବର୍ଷା ଓ ଶୀତ ଋତୁରେ ଚାଷ କରାଯାଇ ପାରେ ଜମିକୁ ୮ ରୁ ୯ ଥର ଭଲଭାବେ ଚାଷ କରି ମାଇଦେଇ ମାଟିକୁ ଗୁଣ୍ଡ ଓ ସମତଳ କରାଯାଏ । ଏହା ଆଗରୁ ସବୁଜସାର ଫସଲ କରି ସେଗୁଡିକୁ ମାଟିରେ ପୋତି ଜମି ପ୍ରସ୍ତୁତ କଲେ ଉତ୍ତମ ଅମଳ ମିଳେ । ଯଦି ତାହା ନ ହୋଇଥାଏ ତେବେ ହେକ୍ଟର ପ୍ରତି ୮୦ ହଜାର କେଜି ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରାଯାଏ । ଜମି ସମତଳ କରି ଛୋଟ ଛୋଟ କିଆରି ଗଢି, କିଆରି ବା ପଟାଳି ମଧ୍ୟରେ ନାଳିକାଟି, ନାଳି ଗୁଡିକରେ ଆଳୁ ବିହନ ପୋତି ଗଛ ଉଠିଲା ପରେ ହୁଡଶ ଗଢାଯାଏ । ମାଟି ଚଢାଯିବା ଦ୍ଵାରା ଆଳୁଗୁଡିକ ଭଲଭାବେ ଫୁଲି ଉଠେ ଆଳୁ ଅମଳ ବହୁତ ଖାଦ୍ୟ ସାର ଦରକାର କରେ । ହେକ୍ଟର ପ୍ରତି ୨୩୦ କ୍ଵିଣ୍ଟାଲ ଆଳୁ ଅମଳ କରାଗଲେ ଫସଲ ଜମିରୁ ୯୬ କେଜି ଯବକ୍ଷାର, ୪୨ କେଜି ଫସଫରକ, ୧୪୦ କେଜି ପଟାସ ବ୍ୟବହାର କରିଥାଏ । ତେଣୁ ହେକ୍ଟର ପ୍ରତି ୨୦ ଶଗଡ ଗୋବରଖତ ସହ ୭୦ କେଜି ଫସ୍ ଫରସ୍ ଓ ୪୦ କେଜି ପଟାସ କେହି କେହି ବ୍ୟବହାର କରନ୍ତି ଜମି ପ୍ରସ୍ତୁତ ସମୟରେ ଯବକ୍ଷାର, ଏକ ତୃତୀୟାଂଶ,ଫସ୍ ଫରସ୍ ପୁରାଅଂଶ ଓ ପଟାସ ଏକ ତୃତୀୟାଂଶ ପ୍ରୟୋଗ କରି ଆଳୁ ଲଗାଯିବା ମାସକ ପରେ ବଳକା ସାର ଟପ୍ ଡ୍ରେସ ରୂପେ ବ୍ୟବହାର କରାଯାଏ ।

ଆଳୁ ଚାଷରେ ପ୍ରଧାନ କଥା ହେଲା ମାଟିକୁ ବରାବର ହାଲୁକା ରଖିବା । ତେଣୁ ଗଛଗୁଡିକ ୧୫ ରୁ ୨୫ ସେ.ମି ଉଚ୍ଚହୋଇ ବଢିବା ପରେ ପ୍ରଥମ ଥର ଲାଗି ମାଟି ଗଢାଯିବା ଦରକାର ଆଳୁ ଦେଖାଗଲେ ଦ୍ଵିତୀୟ ଥର ମାଟି ଚଢାଯାଏ । ମାଟିକୁ ବତର ରଖିବା ଲାଗି ପାଣି ମଡାଯିବା ଉଚିତ । ମାଟିରେ ଫିଲଡ କାପାସିଟି ୫୦% ରଖିବା ଉଚିତ; ତେଣୁ ୧୨ ରୁ ୨୪ ଏକର ଇଞ୍ଚ ଜଳ ପ୍ରୟୋଗ କରିବା ଦରକାର ହୋଇଥାଏ । ତେଣୁ ଜଳ ସେଚନ ପ୍ରାୟ ଛଅଥର କରି ଜମିରେ ବତର ରକ୍ଷା କରାଯାଇ ପାରେ । ଘାସବଛା ହେଉଛି ଆଉ ଗୋଟିଏ ପ୍ରଧାନ ଯତ୍ନ । ୨୪ –ଡି ନାମକ ଔଷଧ ହେକ୍ଟର ପ୍ରତି ୧.୩ କେଜି ଏସିଡ ଇକ୍ବିଭିଲେଣ୍ଟ ଗଛ ଲଗାଯିବା ସପ୍ତାହକ ପରେ ପ୍ରୟୋଗ କରାଯାଏ । ଖୁରୁପି, କୋଦାଳ ବ୍ୟବହାର କରି ମାଟି ଖୋସି ଘାସ ମଧ୍ୟ ବଛା ଯାଇପାରେ ।

ଆଳୁ ପତ୍ର, ଡାଳ ଶୁଖି ଆସିଲେ ଆଳୁ ଅମଳ କରାଯାଏ । ଦେଶୀ ଲଙ୍ଗଳ ବା କୋଦାଳ ଦ୍ଵାରା ଅମଳ କରାଯାଏ । ହେକ୍ଟର ପ୍ରତି୨୦୦ ରୁ ୩୦୦ କ୍ଵିଣ୍ଟାଲ ଅମଳ ହୋଇଥାଏ । ବଡ ବଡ ଆଳୁ ବଗିଚାରେ ପୋଟାଟୋ ଡିଗର ଯନ୍ତ୍ର ବ୍ୟବହାର କରି ଆଳୁ ଅମଳ କରାଯାଏ ।

ରୋଗ ଓ ପୋକ

ଏଫିଡ – ଛୋଟିଆ ପୋକ ପତ୍ରରୁ ରସ ଶୋଷି ରସ ଖାଇଯାଆନ୍ତି । ପାରାଥାୟୋନ, ମାଲାଥାୟୋନ, ନିକୋଟିନ୍ ସଲଫେଟ୍ ଆଦି ବ୍ୟବହାର କରି ସେଗୁଡିକୁ ନଷ୍ଟ କରାଯାଇପାରେ ।

କାଙ୍କେଡି ପୋକ – ପତ୍ରଗୁଡ଼ିକୁ ନଷ୍ଟ କରନ୍ତି । ଗୋମାକ୍ ସିନ୍ ଗୁଣ୍ଡ ସିଞ୍ଚି ସେଗୁଡିକୁ ନଷ୍ଟ କରାଯାଏ, ବା ୦.୬୫ % ଲିଣ୍ଡେନ୍ ୨୫ କେଜି ବା ୫୦ % ପାରାଥାୟୋନ ୧୦୦ ଲିଟର ପାଣିରେ ୬୦ ସେ.ମି. ଲି ମିଶାଇ ସିଞ୍ଚାଯାଏ ।

ଲିଫହପର – ଏଗୁଡିକ ପତ୍ରରୁ ରସ ଶୋଷିନିଅନ୍ତି ଓ ଉଦ୍ଭିଦ ଭିତରକୁ ବିଷାକ୍ତ ପଦାର୍ଥ ଛାଡିଦିଅନ୍ତି । ତେଣୁ ଡି.ଡି.ଟି ଏନଡ୍ରିନ୍ ପାରାଥାୟୋନ ବା ମାଲାଥାୟୋନ ବ୍ୟବହାର କରାଯାଇ ପାରେ ।

କଟ୍ ୱାରମ - ଆଳୁ ଗଜାବାହାରି ପତ୍ର ମେଲିବା ସମୟରେ ସେଗୁଡିକୁ ନଷ୍ଟ କରନ୍ତି । ୫ % ଡି.ଡି.ଟି ହେକ୍ଟର ପ୍ରତି ୨୫ କେଜି, ବା ୦.୦୪ % ଏନଡ୍ରିନ୍ ହେକ୍ଟର ପ୍ରତି ୧୨୫୦ ଲିଟର ସିଞ୍ଚିଲେ ଉତ୍ତମ ଫଳ ମିଳେ ।

ବ୍ଳାଇଟ୍ – ଦୁଇପ୍ରକାର ପତ୍ରପୋଡା ରୋଗ ଦେଖାଯାଏ । ସହଳ ପତ୍ରପୋଡା ଏହାଦ୍ଵାରା ପତ୍ରଗୁଡ଼ିକ ନଷ୍ଟ ହୋଇଥାଏ। ଏହା ଆଳୁ ଲଗାଯିବା ପରେ ଦେଖାଦିଏ । ସେହିପରି ଗଛର ପତ୍ରପୋଡା ରୋଗ ଧରିଲେ ପତ୍ରଗୁଡ଼ିକ ମାଟିଆରୁ ଜଳାଅଂଶ ଦେଖାଦିଏ ଓ ଶୁଖିଯାଏ । ଡାଳଗୁଡିକ ମଧ୍ୟ ଶୁଖିଯାଏ । ପତ୍ରଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ । ୫୦% କପର ଫିଙ୍ଗିସାଇଡ ୫୦୦ ଗ୍ରାମ ବା ଜିରମ୍ ୨୦୦ ଗ୍ରାମ ୧୦୦ ଲିଟର ପାଣିରେ ଗୋଳି ସିଞ୍ଚାଯାଏ । ଡିଥେନ୍ ଜେଡ୍ -୭୮ ବା ଡିଥେନ୍ ଏମ -୪୫ ହେକ୍ଟର ପ୍ରତି ୨,୨୫୦ ଗ୍ରାମ ସହ ପାରାଥାୟୋନ୍ ୫୦ EC ୬୨୫ ସି ୬୨୫ ଲିଟର ପାଣିରେ ଗୋଳି ଆଳୁ ଲଗାଯିବା ମାସକ ପରେ ସିଞ୍ଚିବା ଉଚିତ ।

ରୁଟ୍ ନାଟ୍ ନିମେଟୋଡ – ଗୋଲଡନ ନିମେଟୋଡ୍ ଆଳୁ ଫସଲରେ ଆକ୍ରମଣ କରିଥାଏ । ନିମେଗାନ ଔଷଧ ବ୍ୟବହାର କରାଯିବା ଉଚିତ ଓ ଦସିପୋକ ନିରୋଧ ଆଳୁ ଲଗାଯିବା ଦରକାର । ଏହାଛଡା ଆଳୁରେ ଯାଦୁ ଭର୍ଟିସିଲମ୍ ୱିଲଟି, ଚାରକୋଲରଟ୍ , ବ୍ଲେକଲେଗ , ବ୍ଳାକରାଟ, ଆଳୁ ଭାଇରସ୍ ମୋଜେକ ଇତ୍ୟାଦି ଆକ୍ରମଣ କରିଥାଏ ।

ଭୂତାଣୁ ବା ଭାଇରସ ରୋଗ - ଏହା ପ୍ରୋଟିନ୍ ଜାତୀୟ ପଦାର୍ଥ ଯାହା ଏତେ ସୂକ୍ଷ୍ମ ହୋଇଥାଏ ଯେ ତାହା କେବଳ ଇଲେକ୍ ଟ୍ରନିକ୍ ମାଇକ୍ରୋସ୍ପୋପ ଦ୍ଵାରା ହିଁ ଦେଖିହୁଏ । ଏହା ସଂକ୍ରାମକ ବିଷତୁଲ୍ୟ କାମକରେ ଓ ଉଦ୍ଭିଦ କୋଷ ରସରେ ରହିଥାଏ । ଉଦ୍ଭିଦଗୁଡିକ, ରୁଗୁଡିଆ , ହୁଏ ପତ୍ରମୋଚି ହୁଏ, ପତ୍ରର ସବୁଜ ଅଂସ ନଷ୍ଟ ହୁଏ ଓ ହଳଦିଆ ପଡିଯାଏ ବା ଦାଗଧରେ । ଆଳୁରେ ଭାଇରସ ଯାହା ଅନ୍ୟର ସଂସ୍ ପର୍ଶରେ ଆସି ସଂକ୍ରମିତ ହୋଇଥାଏ; କିନ୍ତୁ ଭାଇରସ “A” ଓ ଭାଇରସ Y ଏହା ପୂର୍ବୋକ୍ତ ପ୍ରକାରରେ ହେବା ସଙ୍ଗେ ସଙ୍ଗେ କୀଟମାନଙ୍କ ଦ୍ଵାରା ମଧ୍ୟ ସଂକ୍ରମିତ ହୋଇଥାଏ । ଆଳୁ ଫସଲରେ ଏହା ଦେଖାଦେଲେ ଗଛ ବାଙ୍ଗରା ପଡିଯାଏ ବିକୃତ ରୂପ ଧରେ, ନେକ୍ରୋସିସ୍ ପତ୍ରଢଳା ହଳଦିଆ ପତ୍ର ପତ୍ର ମୋଟେଲିଙ୍ଗ ଓ ଫ୍ଲୋଏମାନେକ୍ରୋସିସ୍ ଆଦି ଦେଖାଯାଏ । ତେଣୁ ଅତି ଛୋଟ ଆଳୁ ବିହନ କ୍ଷେତରେ ଲଗାଯିବା ଅନୁଚିତ । ରୋଗମୁକ୍ତ ସାର୍ଟିଫାଇଡ ଆଳୁ ବିହନ କ୍ଷେତରେ ଲଗାଯିବା ଆବଶ୍ୟକ ।

ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate