অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହୁମାଛି ପାଳନ

ମହୁମାଛି ପାଳନ

ଏପିକଲଚର କଣ ?

  • ଜଙ୍ଗଲରୁ ମହୁ ସଂଗ୍ରହ କରାଯ଼ିବା ଦୀର୍ଘ ଦିନରୁ ରହିଛି .
  • ମହୁମାଛି ଫୁଲର ରସକୁ ମହୁରେ ପରିବର୍ତିତ କରି ଦିଅନ୍ତି ତଥା ମହୁଫେଣାରେ ତାକୁ ଗଚ୍ଛିତ କରିଥାନ୍ତି . ମହୁ ତଥା ଏହାର ଉତ୍ପାଦ ଗୁଡିକର ବଜାର ସାମର୍ଥ ଅଧିକ ଥିବା କାରଣରୁ ମହୁମାଛି ପାଳନ ଏକ ଲାଭଦାଯକ ଓ ଆକର୍ଷକ ଉଦ୍ୟମ ରୂପେ ସ୍ଥାପିତ ହୋଇଛି.
  • ମହୁମାଛି ପାଳନର ଉତ୍ପାଦ ଭାବେ ମହୁ ଓ ମହମ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ .
  • ଅତିରିକ୍ତ ଆଯ ବଢାଇବା ଗତିବିଧି ପାଇଁ ମହୁମାଛି ପାଳନ ଏକ କୃଷି ଆଧାରିତ ଉଦ୍ୟମ

ଆୟ ବଢାଇବାର ଗତିବିଧି ରୂପେ ମହୁମାଛି ପାଳନର ଲାଭ

  • ମହୁମାଛି ପାଳନରେ କମ ସମୟ, କମ ଟଙ୍କା ଓ କମ ଢାଞ୍ଚାଗତ ନିବେଶର ଆବଶ୍ୟକତା ରହିଛି
  • କମ ଚାଷ ହେଉଥିବା ଜମିରେ ମଧ୍ୟ ମହୁ ଓ ମହମର ଉତ୍ପାଦନ କରାଯ଼ାଇ ପାରେ.
  • ମହୁମାଛି ଚାଷ କୌଣସି ଅନ୍ୟ ଉଦ୍ୟମ ସହିତ କୌଣସି ପ୍ରକାର ଢାଞ୍ଚାଗତ ପ୍ରତିସ୍ପର୍ଧା କରି ନ ଥାଏ
  • ମହୁମାଛି ପାଳନର ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ ମହୁମାଛି ମାନେ ଅନେକ ଫୁଲ ବିଶିଷ୍ଚ ଗଛର ପରାଗଣରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥାନ୍ତି ଏହି ପରି ସୂର୍ଯ୍ୟମୁଖୀ ଓ ବିଭିନ୍ନ ଫଳର ଉତ୍ପାଦନ ମାତ୍ରା ବଢାଇବାରେ ସହାୟକ ହୋଇଥାନ୍ତି.
  • ମହୁ ଏକ ସ୍ବାଦିଷ୍ଟ ଓ ପୋଷକ ଖାଦ୍ୟ ଅଟେ. ମହୁ ଏକତ୍ରିତ କରିବାର ପାରମ୍ପାରିକ ପଦ୍ଧତିରେ ଜଙ୍ଗଲି ଫେଣାକୁ ନଷ୍ଟ କରି ଦିଆଯ଼ାଏ. ଏହାକୁ ମହୁମାଛି ମାନଙ୍କର ବାକ୍ସରେ ରଖି ଓ ଘରେ ମହୁ ଉତ୍ପାଦନ କରି ରୋକା ଯ଼ାଇ ପାରେ.
  • ମହୁମାଛି ପାଳନ କୌଣସି ବ୍ଯକ୍ତି ବା ସମୁହ ଦ୍ବାରା ଆରମ୍ଭ କରାଯ଼ାଇ ପାରେ
  • ବଜାରରେ ମହୁ ଓ ମହମର ଖୁବ ଚାହିଦା ରହିଛି

ଉତ୍ପାଦନ ପ୍ରକ୍ରିୟl

ମହୁମାଛି ମାନଙ୍କୁ ବିଲରେ କିମ୍ବା ଘରେ ବାକ୍ସରେ ପାଳନ କରାଯ଼ାଇ ପାରେ
ମହୁମାଛି ପାଳନ ପାଇଁ ଆବଶ୍ୟକୀୟ ଉପକରଣ

Production bee.jpg

  • ଫେଣା: ଏହା ଏକ ସାଧାରଣ ଲମ୍ବା ବାକ୍ସ ଯ଼ାହା ଉପରେ ଅନେକ ଛଡରେ ଢଙ୍କା ଯ଼ାଇଥାଏ. ବାକ୍ସର ଆକାର ଶହେ ସେମି ଲମ୍ବା, 45ସେମି ଚଉଡା ତଥା 25 ସେମି ଉଚ୍ଚତା ବିଶିଷ୍ଟ ହୋଇଥାଏ. ବାକ୍ସଟି 2 ସେମି ମୋଟା ହେବା ଆବଶ୍ୟକ ଓ ଏହାର ଭିତର ପଟୁ ଫେଣାକୁ ଲଗାଇ ଏକ ସେମି ବିଶିଷ୍ଟ କଣାର ପ୍ରବେଶ ଦ୍ବାରା ନିର୍ମାଣ କରାଯ଼ିବା ଉଚିତ . ଉପରର ଛଡ ବାକ୍ସର ଚଉଡା ପାଖା ପାଖି ଲମ୍ବା ହେବା ଦରକାର. ଓ ଏହାକୁ ପାଖାପାଖି 1.5 ସେମି ଲମ୍ବା ହେବା ଆବଶ୍ୟକ . ଏତେ ମୋଟା ଛଡ ଏକ ଭାରୀ ଫେଣାକୁ ଟାଙ୍ଗିବା ପାଇଁ ଯ଼ଥେଷ୍ଟ ଅଟେ. 2 ଛ଼ଡ ମଝିରେ 3.3 ସେମିର ଖାଲି ସ୍ଥାନ ରହିବା ଦରକାର ଯ଼ାହା ଫଳରେ ମହୁ ମାଛି ମାନଙ୍କର ପ୍ରାକୃତିକ ରୂପରେ ଖାଲି ସ୍ଥାନ ମିଳିପାରିବ ଓ ସେମାନଙ୍କୁ ନୂଆ ଫେଣା ମିଳିପାରିବ .
  • ସ୍ମୋକର କିମ୍ବା ଧୁଆଁ ଛାଡୁଥିବା ବିଶିଷ୍ଟ : ଏହା ଦ୍ବିତୀଯ. ଗୁରୁତ୍ବପୂର୍ଣ ଉପକରଣ ଏହାକୁ ଛୋଟ ଟିଣରୁ ତିଆରି କରାଯ଼ାଇ ପାରେ. ଏହି ଧୂଆଁ ଫିଙ୍ଗିବା ବାଲାର ବ୍ୟବହାର ନିଜକୁ ମହୁମାଛି ମାନଙ୍କର ଆକ୍ରମଣରୁ ରକ୍ଷା କରିବାକୁ ଓ ସେମାନଙ୍କ ଉପରେ ନିୟନ୍ତ୍ରଣ କରିବାକୁ କରାଯ଼ାଇଥାଏ .
  • ଲୁଗା: କାମ ସମଯରେ ନିଜର ଆଖି ଓ ନାକକୁ ମହୁମାଛି କାମୁଡାରୁ ରକ୍ଷା କରିବା ପାଇଁ .
  • ଛୁରୀ: ଏହାର ବ୍ୟବହାର ଉପର ଛଡକୁ ଢିଲା କରିବାକୁ ଓ ମହୁର ଛଡକୁ କାଟିବାରେ ବ୍ୟବହାର କରାଯ଼ାଏ.
  • ଡେଣା : ମହୁମାଛି ମାନଙ୍କୁ ଫେଣାରୁ ହଟାଇବା ପାଇଁ .
  • ରାଣୀକୁ ଛାଡିବା ବାଲା
  • ମାଚିସ ବାକ୍ସ
ମହୁମାଛି ମାନଙ୍କର ପ୍ରଜାତି

Species of bee.jpg

  • ପାହାଡିଆ ମହୁମାଛି (ଏପିସ ଡାରସାଟା) ଏହା ଭଲ ମାତ୍ରାରେ ମହୁ ଏକତ୍ରିତ କରିଥାଏ ଏମାନଙ୍କର ଗୋଟିଏ କଲୋନୀରେ 50ରୁ 80 କିଲୋ ପର୍ଯ୍ୟନ୍ତ ମହୁ ମିଳିଥାଏ .
  • ଛୋଟ ମହୁମାଛି (ଏପିସ ଫ୍ଲୋରିଆ) ଏମାନଙ୍କ ଠାରୁ ଖୁବ କମ ମହୁ ମିଳିଥାଏ. ଗୋଟିଏ କଲୋନୀରୁ ମାତ୍ର 200କୁ 900 ଗ୍ରାମ ପର୍ଯ୍ୟନ୍ତ ମହୁ ମିଳିଥାଏ
  • ଭାରତୀଯ ମହୁମାଛି (ଏପିସ ସରାନା ଇଣ୍ଡିକା) ଏହା ଏକ ବର୍ଷ କଲୋନୀରେ ହାରାହାରି 6 କିଲୋଗ୍ରାମରୁ 8 କିଲୋଗ୍ରାମ ପର୍ଯ୍ୟନ୍ତ ମହୁ ଦେଇଥାଏ .
  • ଯୁରୋପୀଯ ମହୁମାଛି (ଇଟାଲୀଯ ମହୁମାଛି). (ଏପିସ ମେଲିଫେରା) ଏହି କଲୋନୀରୁ ହାରାହାରି 25ରୁ 40 କିଗ୍ରା ପର୍ଯ୍ୟନ୍ତ ମହୁ ମିଳିଥାଏ
  • ଡଙ୍କହୀନ ମହୁମାଛି (ଟ୍ରାଇଗୋନା ଇରିଡିପେନ୍ସିସ) ଏହାର ଚୋଟ ଅନ୍ୟ ବିକଶିତ ହୋଇଥାଏ. ଏହା ପରାଗଣର ବିଶେଷଜ୍ଞ. ଏହା ପ୍ରତ୍ୟେକ ବର୍ଷ 3 ଶହରୁ 4 ଶହ ଗ୍ରାମ ମହୁ ଉତ୍ପାଦନ କରିଥାନ୍ତି .
ଫେଣା ଗୁଡିକର ସ୍ଥାପନା
  • ସମସ୍ତ ବାକ୍କ ଖୋଲା ଏବଂ ଶୁଖିଲା ସ୍ଥାନରେ ରହିବା ଆବଶ୍ୟକ. ଯ଼ଦି ସେହି ସ୍ଥାନ କୌଣସି ବଗିଚା ନିକଟରେ ଅଛି ତେବେ ଏହା ଆହୁରି ଭଲ. ବଗିଚାରେ ପରାଗ, ରସ ଓ ପାଣିର ଯ଼ଥେଷ୍ଟ ସ୍ରୋତ ଥିବା ଆବଶ୍ୟକ.
  • ଫେଣା ଗୁଡିକର ତାପମାତ୍ରାକୁ ଉପଯ଼ୁକ୍ତ କରି ରଖିବା ପାଇଁ ସେଗୁଡିକୁ ସୂର୍ଯ୍ୟ କିରଣରୁ ବଞ୍ଚାଇ ରଖିବା ଜରୁରୀ ହୋଇଥାଏ.
  • ଫେଣା ଗୁଡିକର ନିକଟରେ ପିମ୍ପୁଡି ମାନଙ୍କ ପାଇଁ ମଧ୍ଯ କୂଅ ରହିବା ଆବଶ୍ୟକ. କଲୋନି ଗୁଡିକର ମୁହଁ ପୂର୍ବ ଆଡକୁ ହେବା ଦରକାର ଓ ବର୍ଷା ଓ ଖରାରୁ ରକ୍ଷା କରିବାକୁ ଏଥିରେ ସାମାନ୍ୟ ପରିବର୍ତନ କରାଯ଼ାଇ ପାରେ.
  • କଲୋନୀ ଗୁଡିକ ଗୃହପାଳିତ ପଶୁ ଓ ଅନ୍ୟ. ପଶୁ ମାନଙ୍କର ଦ୍ବାରା ବ୍ୟସ୍ତ ଥିବା ସଡକ ଓ ସଡକରେ ଲାଗିଥିବା ଲାଇଟରୁ ଦୂରରେ ରଖିବାର ଆବଶ୍ୟକତା ରହିଛି.
ମହୁମାଛି ମାନଙ୍କ ପାଉଁ କଲୋନୀର ସ୍ଥାପନା
  • ମହୁମାଛି କଲୋନୀର ସ୍ଥାପନା ପାଇଁ ମହୁମାଛି କୌଣସି ଜଙ୍ଗଲୀ ଫେଣାର କଲୋନୀରୁ ତାକୁ ସେହି ଫେଣାରେ ସ୍ଥାନାନ୍ତରିକ କରାଯ଼ାଇଥାଏ. ବା ସେହି ବାଟ ଦେଇ ଯ଼ାଉଥିବା ମହୁମାଛି ମାନଙ୍କୁ ଆକର୍ଷିତ କରାଯ଼ାଇ ପାରେ .
  • ପ୍ରସ୍ତୁତ କରାଯ଼ାଇଥିବା କୌଣସି ଫେଣାରେ ମହୁମାଛି ମାନଙ୍କୁ ଆକର୍ଷିତ କରିବା ବା ସ୍ଥାନାନ୍ତରିତ କରିବା ପୂର୍ବରୁ ସେହି ବାକ୍ସରେ ପରିଚିତ ସୁଗନ୍ଧ ଦେବା ଲାଭଦାୟକ ହୋଇଥାଏ. ଏଣୁ ବାକ୍ସ ମଧ୍ୟରେ ଥିବା ଫେଣା ଗୁଡିକର ଅଂଶକୁ ରଗଡି ଦିଅନ୍ତୁ ବା ଅନ୍ୟ ମହମ ଲଗାଇ ଦିଅନ୍ତୁ. ଯ଼ଦି ସମ୍ଭବ ହୁଏ ତେବେ କୌଣସି ପ୍ରାକୃତିକ ଠିକଣାରୁ ରାଣୀ ମହୁମାଛିକୁ ଧରି ନିଅନ୍ତୁ ଓ ତାକୁ ନିଜ ଫେଣାରେ ରଖି ଦିଅନ୍ତୁ , ଯ଼ାହା ଫଳରେ ଅନ୍ୟ ମହୁମାଛି ମାନେ ସେଠାକୁ ଆକର୍ଷିତ ହେବେ.
  • ଫେଣାରେ ଜମା ହୋଇଥିବା ମହୁମାଛିଙ୍କୁ କିଛି ସପ୍ତାହ ପାଇଁ ଭୋଜନ କରାନ୍ତୁ. ଏଥି ପାଇଁ ଅଧା କପ ଚିନି ଓ ଅଧା କପ ଗରମ ପାଣି କୁ ଠିକ ଭାବେ ମିଶାନ୍ତୁ ଓ ତାକୁ ବାକ୍ସ ଉପରେ ରଖି ଦିଅନ୍ତୁ. ଏହା ଦ୍ବାରା ଛଡ ସହିତ ଶୀଘ୍ର ଫେଣା ବନାଇବାରେ ସହାୟକ ହେବ
  • ବାକ୍ସରେ ଭୀ଼ଡ କରିବାରୁ ରକ୍ଷ କରନ୍ତୁ
କଲୋନୀ ଗୁଡିକର ପରିଚାଳନା
  • ମହୁମାଛି ଫେଣାରେ ମହୁ ପଡିବା ସମୟରେ ଖାସ କରି ସକାଳେ ଓ ସଂଧ୍ୟାରେ ଅତି କମରେ ଥରେ ଅନୁଧ୍ୟାନ କରନ୍ତୁ..
  • ନିମ୍ନ ଲିଖିତ କ୍ରମରେ ବାକ୍ସ ଗୁଡିକୁ ସଫା କରନ୍ତୁ ଫେଣା, ଉପର ଆବବଣ, ଫେଣାର ସ୍ଥାନ, ଓ ଆବରଣ
  • କଲୋନୀ ଗୁଡିକ ଉପରେ ନିଯମିତ ନଜର ରଖନ୍ତୁ , ଆଉ ଦେଖୁଥାନ୍ତୁ ଯ଼େ ସ୍ବସ୍ଥ ରାଣୀ ଫେଣାର ବିକାଶ, ମହୁର ଷ୍ଟୋରେଜ, ପରାଗ କଣର ଉପସ୍ଥିତି, ରାଣୀର ଘର, ମହୁମାଛି ମାନଙ୍କର ସଂଖ୍ୟl ତଥା ଫେଣା ଗୁଡିକର କାଷ୍ଠର ବିକାଶ ମଧ୍ୟ ହେଉ
  • ଏଥିରେ ମହୁମାଛି ମାନଙ୍କର କୌଣସି ଏକ ଶତ୍ରୁର ସଂକ୍ରମଣର ମଧ୍ୟ ନିୟମିତ ଜାଞ୍ଚ କରନ୍ତୁ .
  • ମହମର ପୋକ,(ଗେଲେରିଆ ମଲ୍ଲେନେଲ୍ଲା) ଏହାର ଲାର୍ବା, ଓ ସିଲ୍କ ଭଳି କୀଟକୁ ଫେଣାରୁ ବାକ୍ସର କୋଣରୁ ଓ ଛାତରୁ ସଫା କରି ଦିଅନ୍ତୁ
  • ମହମ ଛେଦକ ( ପ୍ଲେଟିବଲିଯମ ଏସପି) ବୟସ୍କ ଛେଦକକୁ ଏକତ୍ର କରି ନଷ୍ଟ କରି ଦିଅନ୍ତୁ .
  • ଉଇ : ଫ୍ରେମ ଓ ଆବରଣକୁ ତୁଳା ସାହାଯ୍ୟରେ ସଫା କରନ୍ତୁ. ତୁଳାକୁ ପଟାସିଯମ ପରମାଙ୍ଗାନେଟରେ ବୁଡାନ୍ତୁ. ଯ଼େପର୍ଯ୍ୟନ୍ତ ଉଇ ଶେଷ ହୋଇ ନ ଯ଼ାଇଛି, ସେ ପର୍ଯ୍ୟନ୍ତ ପୋଛନ୍ତୁ .
  • ଛ଼ଡକୁ ହଟାଇ ଦିଅନ୍ତୁ ଏବଂ ଉପଲବ୍ଧ ସ୍ବସ୍ଥ ମହୁମାଛିଙ୍କୁ କୋଷ୍ଠକରେ ରଖିଦିଅନ୍ତୁ.
  • ଯ଼ଦି ଆବଶ୍ୟକ ହୁଏ ତେବେ ବିଭାଜନ ପ୍ରାଚୀର ମଧ୍ୟ ଲଗାନ୍ତୁ .
  • ଯ଼ଦି ଜଣା ପଡେ ତେବେ ରାଣୀର ଘର ଓ ଶିଶୁ ମାନଙ୍କର ଘରକୁ ନଷ୍ଟ କରି ଦିଅନ୍ତୁ .
  • ଭାରତୀଯ ମହୁମାଛି ମାନଙ୍କ ପାଇଁ ପ୍ରତି ସପ୍ତାହରେ 200 ଗ୍ରାମ ଚିନିର ମିଶ୍ରଣ ( ଏକ ଏକର ଅନୁପାତରେ) ଦିଅନ୍ତୁ.
  • ସମସ୍ତ କଲୋନୀକୁ ଗୋଟିଏ ସମଯରେ ଭୋଜନ ଦିଅନ୍ତୁ ଯ଼ାହା ଫଳରେ ଛଡା ଛଡି ହେବ ନାହିଁ .
  • ମହୁ ଏକତ୍ର କରିବାର ସମଯ ଆରମ୍ଭ ହେବା ପୂର୍ବରୁ କଲୋନୀରେ ମହୁମାଛି ମାନଙ୍କର ସଂଖ୍ୟଲ ଯ଼ଥେଷ୍ଟ ପରିମାଣରେ ବଢାଇ ଦିଅନ୍ତୁ.
  • ପ୍ରଥମ ଫେଣା ଓ ନୂଆ କୋଷ୍ଠ ମଧ୍ୟରେ ଯ଼ଥେଷ୍ଟ ସ୍ଥାନ ଦିଅନ୍ତୁ ଯ଼ାହା ଫଳରେ ରାଣୀ ମହୁମାଛି ନିଜର କୋଷ୍ଠରେ ରହି ପାରିବ
  • ରାଣୀ ମହୁମାଛିକୁ ତାର କୋଷ୍ଠରେ ବନ୍ଦ କରିବାକୁ ରାଣୀକୁ ଅଲଗା କରିବା ବାଲା ପ୍ରାଚୀର ଲଗାଇ ଦିଅନ୍ତୁ .
  • କଲୋନୀର ସପ୍ତାହରେ ଥରେ ନୀରିକ୍ଷଣ କରନ୍ତୁ ଓ ବାକ୍ସ ନିକଟରେ ମହୁରେ ଭର୍ତି ଫେଣାକୁ ତୁରନ୍ତ ହଟାଇ ଦିଅନ୍ତୁ. ଏହା ଦ୍ବାରା ବାକ୍ସ ହାଲୁକା ହୋଇଥାଏ ଏବଂ ତିନି ଚତୁର୍ଥାଂଶ ଭର୍ତି ହୋଇଥିବା ମହୁର ପାତ୍ର କୁ ବିଭିନ୍ନ ସମଯରେ ରେ ଖାଲି କରିବା ଦ୍ବାରା ସ୍ଥାନ ମଧ୍ୟ. ବଞ୍ଚାଯ଼ାଇ ପାରିବ .
  • ଯ଼େଉଁ ଫେଣାକୁ ସମ୍ପୂର୍ଣ ରୁପେ ବନ୍ଦ କରି ଦିଆଯାଇଥିବ ବା ମହୁ ବାହାର କରିବାକୁ ବାହାରକୁ କଢାଯ଼ାଇଥିବ., ତାକୁ ପରେ ପୁଣି ଥରେ ଉକ୍ତ ସ୍ଥାନରେ ଲଗାଇ ଦିଆଯ଼ିବା ଉଚିତ
ମହୁ ଏକତ୍ର କରିବା
  • ମହୁମାଛି ଗୁଡିକୁ ଧୁଆଁ ଦେଖାଇ ଅଲଗା କରି ଦିଅନ୍ତୁ ଏବଂ ସାବଧାନତାର ସହିତ ଫେଣାଗୁଡିକ ଛଡରୁ ଅଲଗା କରି ଦିଅନ୍ତୁ .
  • ସାଧାରଣ ଭାବେ ମହୁକୁ ଅକ୍ଟୋବର -ନଭେମ୍ବର ଓ ଫେବୃଆରୀ- ଜୁନ ମଧ୍ୟ.ରେ ହିଁ ଏକତ୍ର କରାଯ଼ାଇଥାଏ, କାରଣ ଏହି ଋତୁରେ ଅଧିକ ଫୁଲ ଫୁଟିଥାଏ .
  • ସମ୍ପୂର୍ଣ ରୂପେ ଭର୍ତି ହୋଇଥବା ଫେଣା ହାଲକା ରଙ୍ଗର ହୋଇଥାଏ. ଏହାର ଉଭଯ ପକ୍ଷରେ ଅଧାରୁ ଅଧିକ କୋଷ୍ଠ ମହମ ଦ୍ବାରା ବନ୍ଦ ହୋଇଥାଏ

ସ୍ରୋତ : କେରଳ କୃଷି ବିଶ୍ବବିଦ୍ଯାଳଯ

ଗ୍ରିକ ଟୋକେଇର ଫେଣା

Greek basket hive.jpg

ଗ୍ରୀକ ଟୋକେଇର ଫେଣା ଏକ ପାରମ୍ପାରିକ ଟେକ୍ନୋଲଜି ଅଟେ ସ୍ଥାନୀଯ ସାମଗ୍ରୀକୁ ବ୍ୟବହାର କରି ଏହି ପ୍ରକ୍ରିଯା ଏପିକଲଚର ପାଇଁ ଖୁବ ସହାୟକ ହୋଇଥାଏ.

ଗ୍ରୀକ ଟୋକେଇ ନିର୍ମାଣ
  • ଟୋକେଇ ଉପର ପଟେ ଉଉଡା ଏ ତଳ ପଟେ ସଂକୀର୍ଣ ହୋଇଥାଏ.
  • ଉପର ଭାଗରେ 1.25 ଇଞ୍ଚ ଚଉଡା ସମାନାନ୍ତର କାଠର ଛଡରେ ଢାଙ୍କି ହୋଇଥାଏ ଯ଼ାହା ପାଖରେ ପାଖରେ ଏପରି ଭାବେ ରଖାଯ଼ାଇଥାଏଯ଼େ ତାହା ମହୁମାଛି ରୋଧୀ କଭର ହୋଇଯ଼ାଇଥାଏ. ଦୈର୍ଘ ଦିଗରେ ପ୍ରତ୍ୟେକ ଛଡ ଉତ୍ତଳ ହୋଇଥାଏ (ତଳ ଆବରଣରେ) ତଥା ପ୍ରାଯ ଏକ ଇଂଚ ଦୂର ରହିଥାଏ. ଉତ୍ତଲତା ଛ଼ଡ ର ମଧ୍ୟରେ ଆସିବା ଦରକାର. ଉଭୟ ଆଡେ 2 -3 ଇଂଟ ପର୍ଯ଼ନ୍ତ ଚେପଟା ରଖାଯ଼ିବା ଆବଶ୍ୟକ. ଯ଼ାହା ଟୋକେଇର ପରିଧିରୁ ଲମ୍ବା ହୋଇଥାଏ ତଥା ଟୋକେଇର ମୁହଁ ଉପରେ ସ୍ଥିର ହୋଇଥାଏ, ସେଠାରୁ ମହୁମାଛି ମାନେ ବାହାରି ପାରିବେ ନାହିଁ .
  • ଦୈର୍ଘ ସାହାଯ଼୍ଯରେ ପ୍ରତ୍ୟେକ ଛଡ ମଧ୍ୟରେ ତଳ ଆଡକୁ ବହିଯ଼ାଉଥିବା ଓ ତରଳି ଯ଼ାଉଥିବା ମହୁମାଛିର ମହମ ସହିତ ଏକ ପତଳା ପାନିଆ ଲଗା ଯ଼ାଇଥାଏ ଯ଼ାହା ଫଳରେ ସିଧା ପାନିଆ ତିଆରି କରାଯ଼ାଇ ପାରେ.
  • ଭିତର ତଥା ବାହାର ଆଡୁ ଟୋକେଇକୁ ଦୁଇ ଭାଗ ଗୋବର ତଥା ଗୋଟିଏ ଭାଗ ମାଟିର ମିଶ୍ରଣ ସହିତ ଲିପା ଯ଼ାଇଥାଏ .
  • ଯ଼େତେବେଳେ ପଲସ୍ତରା ଶୁଖିଯ଼ାଇଥାଏ ସେତେବେଳେ ଛଡ ଗୁଡିକୁ ଟୋକେଇ ଉପରେ ରଖି ଦିଆଯ଼ାଇଥାଏ, ଯାହାକୁ ଖରା ଓ ବର୍ଷାରୁ ରକ୍ଷା କରିବାକୁ କୁଟାରେ ତିଆରି ଶଙ୍କୁ ଆକାରର ଏକ ହ୍ଯାଟ ଦ୍ବାରା ଢଙ୍କା ଯ଼ାଇଥାଏ .
  • ଫେଣା ପାଇଁ ଆଗମନ ବିନ୍ଦୁ ତଳୁ ଅତି କମରେ 3 ଇଂଚ ଉପର ହେବା ଜରୁରୀ କାରଣ ଯ଼ଦି ପାନିଆ ପଡି ଯ଼ାଏ ତେବେ ଆଗମନ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ
  • ଯ଼େତେବେଳେ ମହୁ ପକ୍କା ହୋଇଯ଼ାଏ ଓ ଏହାର ପ୍ରବାହ ପୂରା ହୋଇଯ଼ାଏ ସେତେବେଳେ ପାନିଆ ଛଡରୁଲ କାଟି ଦିଆଯ଼ାଏ, ସେତେବେଳେ ପତଳା ଛୋଟ ପଟି ଏକ ଚତୁର୍ଥ ଇଂଚରୁ ଅଧିକ ନୁହେଁ, ମହୁମାଛି ମାନଙ୍କୁ ସୀଧା, ନୂଆ ପାନିଆ ପୁଣିଥରେ ବନାଇବା ପାଇଁ ଛାଡି ଦିଆଯ଼ାଇ ଥାଏ .

ମହୁଚାଷ

ମହୁଚାଷ ଏକ ଖର୍ଚ୍ଚ ଓ ଜଞ୍ଜାଳ ବିହୀନ ନିତ୍ୟ ଆୟକାରୀ ପନ୍ଥା  । ଚାଷୀ ଭଉଣୀମାନେ ଚାଷ ସହିତ ସେମାନଙ୍କର ଅବସର ସମୟରେ ଅଳ୍ପଖର୍ଚ୍ଚରେ ମହୁଚାଷ କରିପାରିବେ  ।

ଆବଶ୍ୟକୀୟ ଉପକରଣ

ମହୁବାକ୍ସ, ମହୁମାଛି ଦଳ, ଧୂଆଁ ଯନ୍ତ୍ର, ମହୁ ନିଷ୍କାସନ ଯନ୍ତ୍ର, ରାଣୀ ଜାଲି, ଷାଣ୍ଢ ଇତ୍ୟାଦି  । ମହୁମାଛି ଦଳ ସଂଗ୍ରହ ବା କ୍ରୟ –

  • ଡିସେମ୍ବର : - ଜାନୁଆରୀ ମାସରେ ଗରିଷ୍ଠ ମାଛି ଥିବା ଦଳ ସଂଗ୍ରହ କରନ୍ତୁ  । ରାଣୀମହୁମାଛିଟି ୧ ବର୍ଷ ହୋଇଥିବା ଦରକାର  ।
  • ଦଳ ସଂଗ୍ରହ କଲାବେଳେ ଦଳରେ ଅଣ୍ଡା, ଛୁଆ, ପୋକ, ଓ ମକରନ୍ଦ ଥିବା ଦରକାର  ଓ ଅଣ୍ଡିରା ମାଛି ସଂଖ୍ୟା କମ ଥିବା ଦରକାର  ।

ରକ୍ଷଣାବେକ୍ଷଣ

  • ଜାନୁଆରୀରୁ ମାର୍ଚ୍ଚ ଭିତରେ ମହୁମାଛି କର୍ମଠ ହୋଇ ଆଳସୀ, ସୋରିଷ, ସଜନା, ଶିଶୁ, ଆମ୍ବ, ସିମୁଳି, ଆମ୍ବଡା, ଇତ୍ୟାଦି ଗଛରୁ ପରାଗରେଣୁ ଓ ମକରନ୍ଦ ସଂଗ୍ରହ କରିଥାନ୍ତି  । ମାଛି ସଂଖ୍ୟା ବଢିଗଲେ ମାଛି ବାକ୍ସ ଛାଡି ନ ଯିବା ପାଇଁ ଅଣ୍ଡାଥାକ ଉପରେ ମହୁଥାକ ଦିଅନ୍ତୁ  । ମହୁଥାକରେ ମହୁ ହେଲେ ତାକୁ ନିୟମିତ ଭାବେ ମହୁ ଅମଳ କରନ୍ତୁ  ।
  • ଏପ୍ରିଲ-ମେ ସମୟରେ ଶିରିଶ, ନିମ୍ବ, କରଞ୍ଜ ଇତ୍ୟାଦି ଗଛରୁ ଖାଦ୍ୟ ସଂଗ୍ରହ କରିଥାନ୍ତି  । ଗ୍ରୀଷ୍ମ ଋତୁରେ ବାକ୍ସରେ ମାଛି ସଂଖ୍ୟା କମିଗଲେ ଅନାଛିଦିତ ଫେଣା ଗୁଡିକ ବାହାର କରି ପଲିଥିନ ଜରିରେ ସାଇତି ରଖନ୍ତୁ  । ଆବଶ୍ୟକ ଅନୁଯାୟୀ ରାନୀ ଜାଲି ଦେଇ କୃତ୍ରିମ ଖାଦ୍ୟ ଦିଅନ୍ତୁ  ।
  • ଜୁନ୍ – ସେପ୍ଟେମ୍ବର ସମୟରେ ତେନ୍ତୁଳି, ଶିରିଶ, ସାଗୁଆନ, ଚାକୁଣ୍ଡା ଇତ୍ୟାଦିରୁ ଖାଦ୍ୟ ସଂଗ୍ରହ କରିଥାଏ  । ଅତ୍ୟଧିକ ବର୍ଷା ହେଲେ ମାଛିମାନେ ବାହାରକୁ ନଯାଇ ସଂଗୃହିତ ଖାଦ୍ୟ ସବୁ ଖାଇଯାଆନ୍ତି ତେଣୁ କୃତ୍ରିମ ଖାଦ୍ୟ ଦିଅନ୍ତୁ  ।
  • ଅକ୍ଟୋବର – ଡିସେମ୍ବର ମାସରେ ୟୁକାଲିପଟାସ୍, ଚାକୁଣ୍ଡା, ଆଳସୀ ଇତ୍ୟାଦିରୁ ଖାଦ୍ୟ ସଂଗ୍ରହ କରିଥାନ୍ତି  । ଅଣ୍ଡାର ମାଛିର ସଂଖ୍ୟା ବଢିଗଲେ ଏହାକୁ ଯନ୍ତା ସାହାଯ୍ୟରେ ମାରିଦିଆଯାଏ କିମ୍ବା ୩-୪ ଟା ସମୟରେ ମାଛିମାନେ ବାକ୍ସରୁ ବାହାରି ବୁଲିବା ସମୟରେ ପ୍ରବେଶ ପଥରେ ରାଣୀ ଜାଲି ଦେଇ ଦିଆଯାଏ ଯେପରି ଅଣ୍ଡିରା ମାଛିମାନେ ଭିତରେ ପଶି ନପାରି ମରିଯିବେ  ।

କୃତ୍ରିମ ଖାଦ୍ୟ ତିଆରି ପରିଣାମ (ଶିରା)

ଗ୍ରୀଷ୍ମ ଋତୁରେ – ୫୦୦ ଗ୍ରାମ ଚିନି + ୧ କି.ଗ୍ରା. ଜଳ

ବର୍ଷା ଋତୁରେ - ୫୦୦ ଗ୍ରାମ ଚିନି + ୫୦୦ ଗ୍ରାମ ଜଳ

ଶୀତ ଋତୁରେ - ୫୦୦ ଗ୍ରାମ ଚିନି + ୩୦୦ ଗ୍ରାମ ଜଳ

ଅମଳ – ମେ ମାସ ପର୍ଯ୍ୟନ୍ତ ମହୁ ଅମଳ ହୋଇଥାଏ  । ବାକ୍ସ ପ୍ରତି ୫-୮ କି.ଗ୍ରା ମହୁ ମିଳିଥାଏ  ।

ମହୁମାଛିର ଶତ୍ରୁ

  • ଅଷ୍ଟପଦୀ ପୋକ ନିରାକରଣ ପାଇଁ ପ୍ରତ୍ୟକ ଅଣ୍ଡା ଥାକରେ ଫ୍ରେମ ଉପରେ ୧ ଗ୍ରାମ କରି ଗନ୍ଧକ ଗୁଣ୍ଡ କିମ୍ବା ଫର୍ମିକଏସିଡ ଶତକଡା ୮୫% ଦ୍ରବଣକୁ ୫ ମି.ଲି.ହିସାବରେ ତୁଳାରେ ଭିଯାଇ ବାକ୍ସ ଭିତରେ ରଖିଦିଅନ୍ତୁ  ।
  • ମହମ ଶଲଭ ପୋକ ଲାଗିବା ପୂର୍ବରୁ ପୁରୁଣା ବା କଳା ପଡିଥିବା ଫେଣାକୁ ବାହାର କରି ପ୍ରତି ୧୦- ୧୫ ଦିନରେ ଥରେ ବାକ୍ସରେ ତଳପଟା ସଫା କରନ୍ତୁ  ।

ସଂଗୃହୀତ – ଶ୍ରୀକୃଷ୍ଣ ବେହେରା, ଆଦିତ୍ୟ କିରଣ ପଢିଆରୀ

ସମ୍ପର୍କିତ ସମ୍ବଳ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate