ପିଜୁଳିରେ ରୋଗପୋକ ଦମନ ପିଜୁଳି ଷ୍ଟେଲର ଏଣ୍ଡ୍ ରୁଟ୍ ଆକ୍ରାନ୍ତ ହେଲେ ଫଳର ପାର୍ଶ୍ଵ ଓ ତଳ ଭାଗ ରଙ୍ଗହୀନ ହୋଇପଡେ । ଲୋଚାକୋଚା ହେବା ସହ ଫଳ ବଙ୍କା ହୋଇଯାଏ । ଫଳ ବଢୁଥିବା ବେଳେ ଏହାର ଦମନ ପାଇଁ ବାରିଷ୍ଟିନ୍ କିମ୍ବା ଟପ୍ସିନ ପ୍ରତି ପନ୍ଦର ଦିନ ବ୍ୟବଧାନରେ ଛିଞ୍ଚନ୍ତୁ । କାଙ୍କର ରୋଗ ଦମନ ପାଇଁ ଥିରାମ୍ ପ୍ରୟୋଗ କରନ୍ତୁ । ଫଳମାଛି ଦମନ ପାଇଁ ପ୍ରତି ଲିଟର ପାଣିରେ ଦୁଇ ମିଲିଗ୍ରାମ୍ ମାଲାଥିୟାନ୍ ଗୋଳାଇ ପନ୍ଦର ଦିନ ବ୍ୟବଧାନରେ ଦୁଇ ଥର ପ୍ରୟୋଗ କରନ୍ତୁ । ଏହି ରୋଗ ହେଲେ ଫଳ ପଚି, ଝଡିପଡ଼େ । ବାର୍କ୍ ଇଟିଙ୍ଗ କାଟର୍ପିଲାର୍ ଗଛର କାଣ୍ଡ ଓ ଶାଖା – ପ୍ରଶାଖା ଖାଇ ନଷ୍ଟ କରେ । ଦମନ ପାଇଁ ୦.୫ ପ୍ରତିଶତ ଡାଇକ୍ଲୋରୋଫସ୍ ବା ମନାବ୍ରୋଟୋଫସ୍ ବା କ୍ଲୋରୋପାଇରିଫସ୍ ଘୋଲ କରି ତୁଳା ବନ୍ଧା ଯାଇଥିବା କାଠି ସାହାଯ୍ୟରେ ଆକ୍ରାନ୍ତ ସ୍ଥାନରେ ଲଗାନ୍ତୁ । କାଜୁରେ ରୋଗପୋକ ଦମନ କାଜୁରେ କାଣ୍ଡ ଓ ଚେରବିନ୍ଧା ପୋକର ଦମନ ପାଇଁ ଆକ୍ରାନ୍ତ ଅଞ୍ଚଳରୁ ଶତକଡା ପଚାଶ ଭାଗ କବକ ଗୋଲେଇରେ ଛଡାଇଦିଅନ୍ତୁ। ଗଛ ପ୍ରତି ଏକ ମିଲି ମନୋକ୍ରୋଟସ୍ ପ୍ରୟୋଗ କରନ୍ତୁ । ଉକୁଣିଆ ପୋକର ଦମନ ପାଇଁ ପ୍ରତି ଲିଟର୍ ପାଣିରେ ଦୁଇ ମିଲି ମିଥାଇଲ୍ ଡିମେଟନ୍ ସେଚନ କରନ୍ତୁ । ଗୋଟିଏ ଗଛ ପ୍ରତି ୧୦-୨୦କିଗ୍ରା ଖତ,୭୫୦ଗ୍ରାମ୍ ଯବକ୍ଷାରଜାନ, ୧୨୫ଗ୍ରାମ୍ ଫସ୍ଫରସ୍ ଏବଂ ୧୨୫ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ । ଗଛ ମୂଳକୁ ଏକ ମିଟର୍ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରୁ ଅନାବନା ଘାସ ବାଛିଦିଅନ୍ତୁ । ରସୁଣରେ ପତ୍ରପୋଡା ରୋଗ ରସୁଣରେ ପତ୍ରପୋଡା ରୋଗ ଲାଗିଥିଲେ ତାହାର ନିରାକରଣ ପାଇଁ ଏକର ପିଛା ୬୦୦ଗ୍ରାମ୍ ମାଙ୍କୋଜେବ୍ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଲଙ୍କା ଓ ପିଆଜରେ ଉକୁଣିଆ ପୋକ ଲାଗିଥିଲେ ଏହାର ଦମନ ଲାଗି ପ୍ରତି ଲିଟର ପାଣିରେ ୨ ମି.ଲି. ହିସାବରେ ୨.୫ ମି.ଲି. ହିସାବରେ ଦଇକୋଫଲ୍ ମିଶାଇ ସିଞ୍ଚନ କରନ୍ତୁ । ଆଧାର – ଦୈନିକ ଧରିତ୍ରୀ