অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶାଗ ଚାଷ

ଶରୀର ସୁସ୍ଥ ଓ ସୁନ୍ଦର ରହିବାକୁ ହେଲେ ଖାଦ୍ୟରେ ସମସ୍ତ ପ୍ରକାରର ତତ୍ତ୍ଵ ରହିବା ଆବଶ୍ୟକ । ଯେପରି ଶ୍ଵେତସାର, ସ୍ପ୍ରେହସାର, ପୁଷ୍ଟିସାର, ଭିଟାମିନ ଓ ଖଣିଜ ଲବଣ ଏବଂ ସର୍ବୋପରି ଜଳ । ଶ୍ଵେତସାର, ସେହ୍ନସାର, ପୁଷ୍ଟିସାର ଇତ୍ୟାଦି ଆମକୁ ପ୍ରଚୁର ପରିମାଣରେ ମିଳୁଥିଲେ ମଧ୍ୟ ଭିଟାମିନ ଓ ଖଣିଜ ଲବଣ ଆମ ଶରୀରକୁ ବେଳେ ବେଳେ ଯଥେଷ୍ଟ ପରିମାଣରେ ମିଳି ପାରି ନ ଥାଏ ।

ସେଥିପାଇଁ ଖାଦ୍ୟରେ ସବୁଜ ପନିପରିବା ଓ ଶାଗଗୁଡିକର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯେଉଁସବୁ ଖାଦ୍ୟରୁ ଏହି ଭିଟାମିନ ଓ ଧାତବ ଲବଣ ମିଳିଥାଏ ସେଗୁଡିକ ଅନେକ ଦାମ୍ ଯେପରି ଫଳ ଓ ପନିପରିବା ଇତ୍ୟାଦି । କିନ୍ତୁ ଏହି ଖାଦ୍ୟ ଆମେ ଶାଗରୁ ପାଇପାରିବା ଯାହାକି ଆମେ ବାଡିବଗିଚାରେ ଲଗେଇ ପାରିବା ଓ ତଟକା ମଧ୍ୟ ତୋଳି ଖାଇପାରିବା ।

ବାଡିରେ ଶାଗ ଚାଷ ଖାଲି ତଟକା ନୁହେଁ ବିଷ ଓ ସାର ରହିତ ମଧ୍ୟ କରିପାରିବା । ଜୈବିକ ଉପାୟରେ ଶାଗ ଚାଷ କରି ଆମେ ଆମ ପରିବାରର ସ୍ଵାସ୍ଥ୍ୟ ଠିକ୍ ରଖିପାରିବା ସହ ଚାହିଁଲେ ଏହାକୁ ବ୍ୟବସାୟିକ ଭିତିରେ ମଧ୍ୟ କରି ଦୁଇପଇସା ରୋଜଗାର କରିପାରିବା ।

ବିଭିନ୍ନ ପ୍ରକାର ଶାଗ

ସବୁଠାରୁ କମ୍ ଦିନରେ ଏବଂ ଗୋଟିଏ ସ୍ଥାନରୁ ସର୍ବାଧିକ ଖାଦ୍ୟପଦାର୍ଥ ଉତ୍ପାଦିତ ହେଉଥିବା ଫସଲ ଅଟେ। ଶାଗ  କୋଶଳା, ପାଳଙ୍ଗ, ଖଡା, ଲେଉଟିଆ, କଳମ, ମେଥି ଇତ୍ୟାଦି ଏପରି ଅନେକ ପ୍ରକାରର ଶାଗ। ଆମେ ଋତୁ ଅନୁଯାୟୀ କରିପାରିବା ଜୈବିକ ବର୍ଜ୍ୟବସ୍ତୁର ଖତ, ଜିଆଖତ ଓ ରୋଷେଇ ଘର ପାଣିକୁ ବ୍ୟବହାର କରି ଆମେ ଏହି ଶାଗ ବଗିଚା ବିନ୍ୟାସ କରିପାରିବା । ବର୍ଷ ଆରମ୍ଭରୁ ଫସଲ ପର୍ଯ୍ୟାୟ ଠିକଣା କରି କେବେ କେଉଁ ଶାଗ ଲଗାଇବା ତାହାର ଏକ ସାରଣୀ ପ୍ରସ୍ତୁତ କରିନେଲେ ଭଲ । ବେଶି ଜାଗା ନ ଥିବା ସ୍ଥାନରେ ବା ସହରରେ ଆମେ ଶାଗ ଚାଷ ବଡ ବଡ ପେଟିରେ, ଜରି ଅଖାରେ ବା କୁଣ୍ଡରେ ମଧ୍ୟ କରିପାରିବା । ଯେହେତୁ ଶାଗ ଗଛର ଚେର ଛୋଟ ଏବଂ ବେଶି ବଡ ନୁହେଁ ଏଣୁ ଛାତ ଉପରେ ଶାଗ ଚାଷ ଅତ୍ୟନ୍ତ ଉପଯୋଗୀ । ଓଡିଶାର ସବୁ ଜାଗାରେ ଏହି ଚାଷ କରାଯାଇପାରିବା ଅତ୍ୟଧିକ ଥଣ୍ଡା ସମୟକୁ ଛାଡି ବର୍ଷର ଅନ୍ୟ ସମୟରେ ଏହି ଚାଷ କରାଯାଇପାରେ । ଲେଉଟିଆ ଫ୍ରେବୃୟାରୀ - ମାର୍ଚ୍ଚ ମାସରେ ଏବଂ ଖଡା ଜୁନ-ଜୁଲାଇ, ଅକ୍ଟୋବର ନଭେମ୍ବର ଓ ମାର୍ଚ୍ଚ--ଏପ୍ରିଲ ମାସରେ ଏବଂ କୋଶଳା ଅକ୍ଟୋବର-ଜାନୁୟାରୀ ମାସରେ ବୁଣାଯାଏ ।

ମାଟି

ଅନେକ ପ୍ରକାରର ମାଟିରେ ଏହି ଚାଷ କରାଯାଉଥିଲେ ମଧ୍ୟ ଉର୍ବର, ନିଗିଡା ଏବଂ ବାଲି ଦୋରସା ମାଟିରେ ସବୁଠାରୁ ଭଲ ହୁଏ । ଉନ୍ନତ କିସମ ମଧ୍ୟରେ କୋଶଳା (ପୁଷା ଲାଲ, ଚାଉଳି, ସିଓ ୧. ସିଓ୨) ଏବଂ ଲେଉଟିଆ (ସିଓ ୩. ପୁଷା କୀର୍ତି, ପୁଷା କିରଣ) ଇତ୍ୟାଦି । ଆମ ରାଜ୍ୟରେ ଅନେକ ସ୍ଥାନୀୟ କିସମ ଯଥା ଖଡା (ଧଳା, ନାଲି), କୋଶଳା (ଧଳା, ନାଲି) ଏବଂ ଲେଉଟିଆ (ଚେକା, ଧଳା) ଇତ୍ୟାଦି କିସମ ବ୍ୟବହାର କରାଯାଇଥାଏ । ଏକର ପ୍ରତି ୧ କି.ଗ୍ରା. ମଞ୍ଜି ଦରକାର ପଡିଥାଏ । ସାଧାରଣତଃ ମଞ୍ଜି ବୁଣିବା ବେଳେ ବାଲି ମିଶାଇ ବୁଣାଯାଏ । ଏହାଛଡା ଆଜିକାଲି ପାଣି ଜାଗାରେ କଳମ ଶାଗ ଖଣ୍ଡ ଲଗାଯାଏ ଯାହାକି ଯଥେଷ୍ଟ ବଢିଥାଏ ଓ ବଜାରରେ ବିକ୍ରି ହୋଇପାରେ । ମେଥି ଶାଗର ଚାହିଦା ଡାଇବେଟିସ ରୋଗୀଙ୍କ ପାଖରେ ବେଶ୍ ରହିଛି । ଅତି ସହଜ ଭାବେ ଗୋଟା ମେଥିକୁ ପାଣିରେ ବଢୁରେଇ ବୁଣିବାକୁ ହୁଏ । ବିହନ ବୁଣିବା ଜମିକୁ ୩-୪ ଓଡ ଚାଷ କର ଗୁଣ୍ଡ କରିଦିଆଯାଏ  । ଏକର ପ୍ରତି ୮-୧୦ ଟନ ଶଢା କଞ୍ଜେଷ୍ଟ ଦେଇ ପଟାଳିରେ ଭାଙ୍ଗି ଦିଆଯାଏ । ଏକର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୧୦ କି.ଗ୍ରା. ଫସଫରସ ଏବଂ ୨୦ କି.ଗ୍ରା. ପଟାସିୟମ ସାରକୁ ମାଟିରେ ମିଶାଇ ଦିଆଯାଏ ।

କୋଶଳାଶାଗ ଧାଡିକୁ ଧାଡି ୭-୧୦ ସେ.ମି. ଏବଂ ଖଡା ଓ ଲେଉଟିଆ ୨୦ - ୩୦ ସେ.ମି. ବ୍ୟବଧାନରେ ୧ ସେ.ମି. ଗଭୀରରେ ମଞ୍ଜି ବୁଣାଯାଏ । ଲେଉଟିଆ ଓ ଖଡା ଶାଗକୁ ଗଛ ଉଠିବା ପରେ ଗଛକୁ ଗଛ ୩-୪ ସେ.ମି. ଦୂରତାରେ ରଖାଯାଏ ।

ଖଡାରେ ୩୦ ଦିନ ପରେ ଏକର ପ୍ରତି ୧୦ କି.ଗ୍ରା, ଯବକ୍ଷାରଜାନ (ୟୁରିଆ) ହିସାବରେ ଦିଆଯାଏ । ପ୍ରତିଥର ଲେଉଟିଆ ଶାଗ କାଟିବା ପରେ ପ୍ରତିଥର ଏକର ପ୍ରତି ୫ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଇଥାଏ । ମଞ୍ଜି ବୁଣିବା ପରେ ଝରାରେ ଅଳ୍ପ ପାଣି ସ୍ପ୍ରେ କଲେ ଭଲ । ଶାଗ ଚାଷର ମୁଖ୍ୟ ଶତ୍ରୁ ହେଉଛି ଘାସ । ଏଣୁ ମଝିରେ ମଝିରେ ଘାସ ବାଛି ଦିଅନ୍ତୁ । ଲେଉଟିଆ ଓ ଖଡା ଶାଗକୁ ୨ ଥର କାଟିବା ପରେ କୋଡାଖୁସା କରି ଅନାବନା ଘାସ ବାଛନ୍ତୁ । ମଞ୍ଜି ବୁଣିବା ପରେ ପିମ୍ପୁଡିଠୁ ବଞ୍ଚେଇବା ପାଇଁ ପଟାଳି ଚାରିପାଖ ହୁଡାରେ ମିଥାଇଲ ପାରାଥିଅନ ଗୁଣ୍ଡ ପକାନ୍ତୁ । ବତର ଦେଖି ପଟାଳିରେ ଜଳ ସ୍ପ୍ରେ କରନ୍ତୁ ।

ରୋଗପୋକ ଦମନ

ରୋଗପୋକର ପ୍ରାଦୁର୍ଭାବ ସାଧାରଣତଃ ଶାଗରେ କମ୍ ଦେଖାଯାଏ । ସମୟ ସମୟରେ ଧଳା କଳଙ୍କି ରୋଗ, ପତ୍ରଦାଗ ରୋଗ, ପତ୍ର ଜାଲ ପୋକ ଇତ୍ୟାଦି ଦେଖାଯାଏ । ଧଳା କଳଙ୍କି ରୋଗ ହେଲେ ପତ୍ରର ତଳ ପାଖରେ ଗୋଲ ଏବଂ ଧଳା ରଙ୍ଗ ଲାଗିବା ପରି ଦେଖାଯାଏ । ଧଳା କଳଙ୍କି ରୋଗ ହେଲେ ପତ୍ରର ତଳ ପାଖରେ ଗୋଲ ଏବଂ ଧଳାରଙ୍ଗ ଲାଗିବା ପରି ଦେଖାଯାଏ । ଜମି ଚାରିପଟେ ଅନ୍ୟ ଫସଲ ଲଗେଇଲେ ଏହା ଠିକ୍ ହୋଇଯାଏ ।

କପର ଅକ୍ସି କୋରାଇଡ (ବାଇ ଟକ୍ସ୫୦-୩୦ ଗ୍ରାମ/ ଲିଟର) ସ୍ପ୍ରେ କଲେ ଏହା ଠିକ୍ ହୋଇଥାଏ । ପତ୍ରଦାଗ ରୋଗରେ ଶାଗ ପତ୍ରରେ ମାଟିଆ ରଙ୍ଗର ଅନେକ ଜୋଗାଲ ଦାଗ ଦେଖାଯାଏ I କପର ଅକ୍ସିକ୍ଲୋରାଇଡ ୩ ଗ୍ରାମ/ଲିଟର ସ୍ପ୍ରେ କଲେ ଭଲ । ପତ୍ର ଜାଲ ପୋକ ସବୁଜ ରଙ୍ଗର ଶୁକଗୁଡିକ ପତ୍ରରେ ଜାଲ ବାନ୍ଧି ଭିତରେ ରହି ଖାଆନ୍ତି । ଜାଲକୁ କାଟି ଡାଇକ୍ଲୋରୋଉସ (ନୁଭାନ ୧ ମି.ଲି./ ଲିଟର ସ୍ପ୍ରେ କରାଯାଏ । ମନେରଖିବା ଉଚିତ୍ ଯେ ଶାଗ ଖୁବ୍ କମ୍ ଦିନରେ ତୋଳା ଯାଉଥିବାରୁ ଅତି ଦରକାର ନ ଥିଲେ ଔଷଧ ସ୍ପ୍ରେ କରିବା ଉଚିତ ନୁହେଁ।

କୋଶଳା ଶାଗ ୨୦-୩୦ ଦିନ ମଧ୍ୟରେ ଓପାଡି ବଜାରକୁ ବିକ୍ରି ପାଇଁ ଛଡାଯାଏ । ଖଡାକୁ ୨-୩ ମାସର ଗଛକୁ ଓପାଡି ଏବଂ ୧୫-୨୦ ଦିନ ଅନ୍ତରରେ ବଜାରରେ ବିକ୍ରି କରାଯାଇପାରିବ । ଲେଉଟିଆ ୨୦-୨୫ ଦିନରେ କଟାଯାଇ ଖିଆଯାଇପାରେ । ଏକର ପ୍ରତି ୫୦-୧୦୦ କୁଇଣ୍ଟାଲ ଶାଗ ଉତ୍ପାଦନ କରାଯାଇପାରେ ।

ସଂଗୃହିତ - ଡ. ଶାଶ୍ଵତୀ ପଟ୍ଟନାୟକ, ଗୃହବିଜ୍ଞାନୀ, କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ,



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate