অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ବୀମା ଯୋଜନା

ଫସଲ ବୀମା ଯୋଜନା

ଚଳିତ  ଖରିଫ  ଋତୁରେ କେନ୍ଦ୍ର ସରକାରଙ୍କ  ଦ୍ଵାରା  ପ୍ରଧାନମନ୍ତ୍ରୀ  ଫସଲ ବୀମା ଯୋଜନା ଓଡିଶା ସମେତ ଅନ୍ୟ ରାଜ୍ୟ ଗୁଡିକରେ  ଲାଗୁ  କରାଯାଇଛି । ଏହି ଯୋଜନା କୁଆଡେ କୃଶକଙ୍କ ସବୁ ସମସ୍ୟାର  ସମାଧାନ କରିପାରିବ  ବୋଲି ପ୍ରଚାରମଧ୍ୟ ହେଉଛି । ପୁଣି ଦାବି କରାଯାଉଛି ଯେ , ପୂର୍ବରୁ ପ୍ରଚଳିତ  ହୋଇଥିବା  ଫସଲ  ବୀମା  ଯୋଜନା ଠାରୁ ଏହା  ଅଧିକ ଉନ୍ନତ  ଫସଲ ବୀମା ଯୋଜନା । ପ୍ରାକୃତିକ ବିପର୍ଜୟ ଦ୍ଵାରା  କୃଷକର  ଫସଲ , ଘର , ଗୃହାପୋକରଣ , ଜନ୍ତ୍ରପତି , ଜୀବନ ଇତ୍ୟାଦି ପ୍ରଭାବିତ ହେଲେ  ପ୍ରଧାନମନ୍ତ୍ରି  ଫସଲବୀମା ଯୋଜନାର  ଉଚିତ  କ୍ଷତିପୂରଣ  ମିଳିବ । କୃଶକ ଆର୍ଥିକ  ସହାୟତା  ପାଇଁ ସରକାରଙ୍କ ପାଖରେ  ଦାବି ନ କରି  ବୀମା  ଅଧିନିୟମ ଅନୁସାରେ କ୍ଷତିପୂରଣ  ପାଇବା  । ତେବେ ପ୍ରଧାନମନ୍ତ୍ରୀ  ଫସଲ  ବୀମା ଯୋଜନାର  ରୁପରେଖା  ବିଷୟରେ ଏଠାରେ  କିଛି  ଉଲେଖ  କରାଯାଉଛି  ।

ବ୍ୟକ୍ତିଗତ ବୀମା

ଏହି ଯୋଜନାର ଫସଲ ବୀମାର ଆବରଣ ଏବଂ  ଅବଧିକୁ ବିସ୍ତ୍ରୁତ  କରାଯାଇଛି । ଫସଲ  ବୀମା ସହ  କୃଶକଙ୍କୁ ସର୍ବନିମ୍ନ  ଆଉ  ଦୁଇଟି ବ୍ୟକ୍ତିଗତ ବୀମା କରିବାକୁ  ପଡିବ । ସେଗୁଡିକ  ହେଲା (କ)   ପ୍ରଧାନମତ୍ରୀ  ସୁରକ୍ଷା  ବୀମା  ଯୋଜନା ,   (ଖ)     ପ୍ରଧାନମନ୍ତ୍ରୀ  ଜୀବନଜୌତି  ବୀମା ଯୋଜନା  , (ଗ)    ଗୃହ  ଓ ଗୃହପୋକରଣ    ବୀମା ,    (ଘ)         ଛାତ୍ରୀଛାତ୍ର  ସୁରକ୍ଷା ବୀମା    (ଉଁ )  କୃଷି  ପମ୍ପସେଟ  ବୀମା  , (ଚ)  ଟ୍ରାକ୍ଟର  ବୀମା   । ଫସଲ  ବୀମା ସହିତ  କୃଷକ ଉପୋରକ୍ତ  ବୀମା ସର୍ବନିମ୍ନ  ଦୁଇଟି  ବୀମା  ନକଲେ  ପ୍ରିମିୟମରେ  ସରକାରୀ  ଅନୁଦାନ  ମିଳିବନାହିଂ  ।

ଫସଲ  ବୀମା ସହିତ ଉପୋରକ୍ତ  6 ଟି  ବୀମା ୨ ଟି  ବୀମା କଲେ  କୃଷକଙ୍କୁ    ଖରିଫ  ଋତୁରେ  ଅଧିସୂଚିତ ହୋଇଥିବା  ଖାଦ୍ୟ  ଫସଲ , ତୈଳ ବୀଜ  ଓ  ଡାଲି ଜାତୀୟ ଫସଲ ପାଇଁ ଚୟନୀତ  ବିମିତ  ରାଶିର ୨% ଏବଂ ରବି ଋତୁରେ ୧.୫% ପ୍ରିମିୟମ ଦେବାକୁ  ହେବ । ବ୍ୟବସାୟିକ  ଏବଂ ଉଦ୍ୟାନଭିତ୍ତିକ  ଫସଲ   ପାଇଁ ବିମିତ ରାଶିର ୫% ପ୍ରିମିୟମ ଦେବାକୁ  ହେବ  । ଯଦି  ବର୍ଷା ଅଭାବରୁ  ଏକକ  ଅଞ୍ଚଳ ୭୫%ରୁ  ଅଧିକ  ଜମିରେ  ବୁଣାବୁଣି  କିମ୍ବା ରୁଆପୋତ  ହୋଇପାରିଲା  ନହିଁ , ସେ  ଅଞ୍ଚଳରେ କୃଷକ ମାନେ ବିମିତ ରାଶିର  ୨୫% ପର୍ଯ୍ୟନ୍ତ  କ୍ଷତି ପୂରଣ ପାଇବେ  । ଫସଲ  ଋତୁ  ମଝିର  ଯଦି ଜଣା ପଡିଲା ଯେ ପ୍ରକୃତିକ ବିପର୍ଜ୍ୟ ଯୋଗୁ  ଫସଲ ଉତ୍ପାଦନ ନିଶ୍ଚିତ ଉତ୍ପାଦନରୁ ୫୦% ଅଧିକ କମ  ହୁଏ , ତା  ହେଲେ କୃଷକ ମାନଙ୍କୁ  ଅଗ୍ରୀମ କ୍ଷତିପୂରଣ ମିଳିବ  । କୁଆପଥର  ଭୁସ୍ଖଳନ ଏବଂ ଜଳ ପ୍ଲାବନ ଦ୍ଵାରା ଯଦି ଫସଲ କ୍ଷତି ହୁଏ , ତା ହେଲେ କ୍ଷତିଗ୍ରସ୍ତ ଫସଲର  ମୂଲ୍ୟାଙ୍କନ  କରାଯାଇ  କ୍ଷତିପୂରଣ  ଦିଆଯିବ ।  ଫସଲ କାଟି  ବିଲରେ  ସୁଖୁଥିବା  ସମୟରେ  ଅଦିନିଆ ବର୍ଷା ଦ୍ଵାରା  ଫସଲ ନଷ୍ଟ ହେଲେ କ୍ଷତି ପୂରଣ ପାଇଁ ଯୋଜନାରେ ବ୍ୟବସ୍ଥା  କରାଯାଇଛି  । ଏତଦ ବ୍ଯତୀତ ଅଧିସୂଚିତ ଏକକ ଅଞ୍ଚଳରେ  ପରକୃତିକ ବିପର୍ଜୟ ଯୋଗୁ ବିମିତ ଫସଲର   ବାସ୍ତବିକ ଉତ୍ପାଦନ ନିଶ୍ଚିତ ଉତ୍ପାଦନଠାରୁ  କମ ହେଲେ କୃଷକମାନଙ୍କୁ  କ୍ଷତିପୂରଣ  ମିଳିବ  । ନିଶ୍ଚିତ ଉତ୍ପାଦନ  ଗଣନା  କରିବା ପାଇଁ ବିଗତ ୭ ବର୍ଷର ଉତ୍ପାଦନକୁ ହିସାବକୁ  ନିଆଯାଏ ଏବଂ ସେଥିରୁ ଦୁଇଟି ପ୍ରାକୃତିକ  ବିପର୍ଜୟ ବର୍ଷର ଅମଳକୁ ବାଦ ଦିଆଯାଇ ଶ୍ରେଷ୍ଠ ୫  ବର୍ଷର ଅମଳକୁ  ଗଣନା ପାଇଁ ନିଆଯିବ  । ନ୍ୟୁନତମ କ୍ଷତିପୃତି ସ୍ତରକୁ ୭୦% ବଢାଯାଇଛି   । ଚାଷୀଙ୍କ ପାଇଁ ପ୍ରିମିୟମ ଦରକୁ  କମ କରାଯାଇ ସ୍ଥିରରଖାଯାଇଛି  । ଚାଷୀମାନେ  ଫସଲ  ବୁଣିବା ଆଗରୁ ଏବଂ ବ୍ୟାଙ୍କରୁ  ରୁଣ ସମୟରେ  ବୀମା କରିପାରିବେ  । ଶସ୍ୟକାଟ ପରୀକ୍ଷା ଦ୍ଵାରା ଫସଲ ଉତ୍ପାଦନ ଆକଳନ  କରାଯିବ ଏବଂ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ । ବ୍ୟାଙ୍କରୁ ରୁଣ ନେଉଥିବା  କୃଷକଙ୍କର  ବାଧ୍ୟତାମୂଳକ ଭାବେ ବୀମା କରାଯିବ   । ଅଣରୂଣୀ କୃଷକମାନେ  ବ୍ୟାଙ୍କରେ ବୀମା ଏଜେଣ୍ଟ ପାଖରେ ଇଣ୍ଟର୍ନେଟ  ମାଧ୍ୟମରେ  କିମ୍ବା  ବୀମା କମ୍ପାନୀ ଅଫିସିରେ ବୀମା କରିପାରିବେ । କୃଷକଙ୍କର  ଆପତ୍ତି ଅଭିଯୋଗକୁ ଅଗ୍ରାଧିକାର  ଭିତ୍ତିରେ ବୀମା କମ୍ପାନୀ ଓ ସରକାର ସମାଧାନ କରିବେ  । ଏହି ଯୋଜନାରେ କୃଷକଙ୍କର  ସ୍ଵାର୍ଥ ଓ କୃଷକ କଲ୍ୟାଣକୁ ଅଧିକ ଗୁରୁତ୍ଵ  ଦିଆଯାଇଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମେତ ବୀମା କମ୍ପାନୀ ଗୁଡିକର ଯୋଜନାର ସର୍ତ୍ତ ଓ ନିୟମାବଳିକୁ ଠିକ ଭାବେ  ପାଳନ କଲେ  ଯୋଜନାଟିର  ସଫଳ  ରୂପାଯନ ହୋଇପାରିବ ବୋଲି ଆସା  କରାଯାଏ  । ଯୋଜନା ପ୍ରଥମ ଫସଲ  ଋତୁରେ  କାର୍ଯ୍ୟକାରୀ ହେଉଛି । ପ୍ରଥମ ଗୋଟିଏ ଋତୁରେ କାର୍ଯ୍ୟକାରୀ ହେଲେ ଯୋଜନାର ଭଲମନ୍ଦ  ଜଣାପଡିବ  ଏବଂ କୃଷକ ମାନେ କେତେ ଦୂର  ଏ ନୂତନ୍ନ ଯୋଜନାର ଲାଭାନ୍ଵିତ ହେଉଛନ୍ତି ତାହା ଜଣାପଡିବ । ଏ ଯୋଜନାର  ସମ୍ଭାବିତ  କାର୍ଜ୍ୟକାରିତା ଉପରେ ପରବର୍ତୀ ପ୍ରବନ୍ଧରେ ଆଲୋଚନା କରାଯିବ ।

ଆଧାର: ଅବସରପ୍ରାପ୍ତ ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ, ଏଗ୍ରୀକଲଚର ଇନସ୍ୟୁରାନ୍ସ କମ୍ପାନୀ ଲିଃ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate