ଦୃଢ ଇଚ୍ଛାଶକ୍ତି ଆଉ ଆତ୍ମ ବିଶ୍ଵାସକୁ ଏକାଠି କରି ଅସମ୍ଭବକୁ ଯେ ସମ୍ଭବ କରିପାରେ ଏହାର ଏକ ଉଦାହରଣ ପାଲଟିଛନ୍ତି ସେ । ଏକ ଘଟଣା କ୍ରମରେ ସେ ତାଙ୍କର ଡାହାଣ ହାତଟିକୁ ହରାଇ ବସିଲେ, କିନ୍ତୁ କାହା ଉପଜୋର ଦେବାଟ ନୀ ଜୋହାଇ କିପରି ସ୍ଵାବଲମ୍ବୀ ହୋଇପାରିବେ ସେଥିପାଇଁ ଅନବରତ ଉଦ୍ୟମ ଚଳାଇଲେ । ବର୍ଷ କେଇଟା ଭିତରେ ସେ ସରୋଜଗାର କ୍ଷମ ହେବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବାଟ ଦେଖାଇଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷା ଭାବେ ନି ପରିଚିତ କରାଇବାରେ ହୋଇଛନ୍ତି ସକ୍ଷମ । ସେ ହେଲେ ଦୁର୍ଗାପ୍ରସାଦ ନନ୍ଦ । ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ନୂଆଗଡିଆସାହି ପଞ୍ଚାୟତର ନଟବରପୁର ଶାସନରେ ତାଙ୍କ ଘର । ମା' ପ୍ରେମଲତା ଓ ପିତାଙ୍କ ନାମ ଖାଲେଶ୍ଵର, ନନ୍ଦ ।
ନିଜ ହାତଟିକୁ ହରାଇବା ପରେ ଦୁର୍ଗା ପ୍ରସାଦ କିପରି ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ହତାଶ ହୋଇପଡ଼ିଥିଲେ । ମାତ୍ର ସହଧର୍ମିଣୀ ଲକ୍ଷ୍ମୀପ୍ରିୟାଙ୍କ ପ୍ରେରଣା ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସ୍ଵାବଲମ୍ବୀ ହେବା ଲାଗି ପ୍ରେରିତ କଲା । ଚାଷକୁ ସାଥୀ କରି ପୁରୋଜଗାର କ୍ଷମ ହେବା ଲାଗି ସେ ମନସ୍ଥ କଲେ । ଉଦ୍ୟାନ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ପାଖକୁ ଯାଇ ନିଜ ମନ କଥା କହିଲେ । ତାଙ୍କ ପରାମର୍ଶ ଓ ପ୍ରୋତ୍ସାହନ କ୍ରମେ ଦୁର୍ଗା ପ୍ରସାଦ ନିଜ ଜମିରେ ବିଭିନ୍ନ ଫଳ ଓ ପନିପରିବା ଚାଷ ଲାଗି ଆଗଭର ହୋଇଥିଲେ ।
ପ୍ରଥମେ ଅଢେଇ ଏକର ଜାଗାରେ ପ୍ରାୟ ୨୫୦୦ ବନ୍ତଳ କଦଳୀ ପୁଆ ଲଗାଇଲେ (ସୂଚନାଯୋଗ୍ୟ ସେ ହାତ ହରାଇବା ପୂର୍ବରୁ ଅର୍ଥାତ୍ ୨୦୦୫/୦୬ରେ ଏକ ଏକର ଜାଗାରେ କେବଳ ଆମ୍ବ ବଗିଚା କରିଥିଲେ) । ୨ ବର୍ଷ ମଧ୍ୟରେ ସେହି କଦଳୀ ଚାଷରୁ ପ୍ରାୟ ଦେଢ ରୁ ୨ଲକ୍ଷ ଟଙ୍କ ଉପାର୍ଜନ ହେଲା । ଏହା ଦୁର୍ଗା ପ୍ରସାଦଙ୍କ ମନୋବଳକୁ ବଢାଇଦେଲା । ପୁଣି ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନ ତଥା ବୈଷୟିକ ଜ୍ଞାନ କୌଶଳ ଗ୍ରହଣ କରି ଅବଶିଷ୍ଟ ଖାଲିଥିବା ଜମିରେ ପୋଟଳ ଚାଷ କଲେ । ଏଥିରୁ ବି ଲାଭ ମିଳିଲା । କିନ୍ତୁ ଏହାକୁ ଅଧିକ ଲାଭଜନକ କରାଇବା ଲାଗି ସେ ଉଦ୍ୟମ ଆରମ୍ଭ କଲେ । ପୋଟଳ ଚାଷ ଲାଗି ବ୍ୟୟ ବହୁଳ ରଞ୍ଜାର ଆବଶ୍ୟକତା ରହିଥାଏ । ତେବେ କଟକ ଜିଲା ବାଙ୍କୀ ଅଞ୍ଚଳରେ ଚାଷୀମାନେ ପ୍ଲାଷ୍ଟିକ ତଥା ଲାଇଲେନ ସୂତାରେ ଜାଲ ତିଆରି କରି ସେଥିରେ ପୋଟଳ ଗଛ ମଡାଇବାର ବ୍ୟବସ୍ଥା କରୁଥିବା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଠାରୁ ସୂଚନା ପାଇଲେ । ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଯାଇ ସେଠାରୁ ଜାଲର ତିଆରି କୌଶଳ ଜାଣି ଆସିବା ପରେ ନିଜ ଜମିରେ ସେପରି ଜାଲ ପ୍ରସ୍ତୁତ କରି ପୋଟଳ ଚାଷ କରିଥିଲେ । ଅପରକ୍ଷରେ ଏତେ ପରିମାଣର ଜମିକୁ ମୂଲିଆ ଲଗାଇ ପାଣି ଯୋଗାଇବା ବ୍ୟୟ ବହୁଳ ହେଉଥିବାରୁ ସୁବିଧା ତଥା ସହଜ ଉପାୟରେ ପାଣି ମଡାଇବା ପାଇଁ ୨ଲକ୍ଷ ଟଙ୍କ। ବ୍ୟୟରେ ବୃନ୍ଦା ଜଳ ସେଚନ ପଦ୍ଧତି ପ୍ରୟୋଗ କଲେ । ଏସବୁ ପଦ୍ଧତିରେ ପୋଟଳ ଚାଷରୁ ୩ ମାସରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଲେ । ଫଳରେ ହତାଶ ହୋଇଥିବା ଏହି ଯୁବକଙ୍କର ଚାଷ ପ୍ରତି ଆକର୍ଷଣ ବଢିବାକୁ ଲାଗିଲା । ନିଜର ୧୦ ଏକରରୁ ଉର୍ବ ଜମି ମଧ୍ୟରୁ ୫ଏକର ରେ ଆତ୍ମ, କାଜୁ ଓ ପଣସ ବଗିଚା କଲେ ।
ପ୍ରାୟ ୪ ଏକର ଜାଗାରେ ପୋଟଳ, କାକୁଡି, କଖାର ଓ କଦଳୀ ଆଦି ପନିପରିବା ଚାଷ ଚଳାଇଲେ । ତେବେ କଦଳୀ ଚାଷ ଲାଗି ବ୍ୟାଙ୍କରୁ ୧. ଲକ୍ଷ ଟଙ୍କ ରଣ ଆଣିଥିବାବେଳେ କଦଳୀ ଉତ୍ପାଦନ ପରେ ଏହି ରଣକୁ ପରିଶୋଧ କରିଦେଲେ । ନିଜ ଫାର୍ମରୁ ଉତ୍ପାଦିତ କଦଳୀକୁ ନୟାଗଡ ଗଦିକୁ ନେଇ ନିଲାମ କରି ଭଲ ଉପାର୍ଜନ ହେଉଥିବାବେଳେ ପୋଟଳ, ବେପାରୀମାନେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଫାର୍ମକୁ ଆସି ପୋଟଳ କିଣିଥାନ୍ତି । ୩ ମାସ ମଧ୍ୟରେ ପୋଟଳ ଉପାଦନ କ୍ଷମ ହେଉଥିବା ବେଳେ ଅନେକ ସମୟରେ ବିଶେଷ କରି ଶୀତ ଦିନେ ପୋଟଳ ଦାମ୍ ଅଧିକା ଦରରେ ବିକ୍ରି ହୋଇଥାଏ । ଅନେକ ସମୟରେ ପନିପରିବା ସହ ଆତ୍ମ ଆଦି ଫଳ ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବାରୁ ବଜାର ଦର କମି ଯାଇଥାଏ । ଫଳରେ ଚାଷା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ଏଣୁ ସରକାରୀ ସହାୟତା ମିଳିଲେ ନିଜ ଫର୍ମରେ ଏକ କୋଲୁର୍ବେଷ୍ଟାର ନିର୍ମାଣ କରି ଫଳ ସଂରକ୍ଷଣ ଲାଗି ଯୋଜନା କରୁଥିବା କଥା କୁହନ୍ତି ଦୂର୍ଗାପ୍ରସାଦ । ଏବେ ପ୍ରତ୍ୟହ ନିକଟସ୍ଥ ଗ୍ରାମରୁ ୫ରୁ ଉର୍ଦ୍ଧ ବ୍ୟକ୍ତି ତାଙ୍କ ‘ଫର୍ମରେ କାର୍ଯ୍ୟକରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ନିଜ ହାତ ହରାଇବା ପରେ ଜୀବନ ଯୁଦ୍ଧରେ ହାରିଯିବା ଅପେକ୍ଷା ଦୁର୍ବାର ପ୍ରଚେଷ୍ଟାକୁ ସେ ସାଥୀ କରିନେଲେ । ସେଇଥି ପାଇଁ ସେ ଆଜି ସ୍ଵାବଲମ୍ବୀ ହେବାକୁ ସକ୍ଷମ ହୋଇଛନ୍ତି ବୋଲି କୁହନ୍ତି ଦୁର୍ଗାପ୍ରସାଦ ।
ସଂଗୃହିତ - ଅଜୟ କୁମାର ମହାରଣା
Last Modified : 2/10/2020