অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧୁନିକ ଜ୍ଞାନକୌଶଳ ଦେଇଛି ସଫଳତା

ପରିଚୟ

ଗୋପାଳନକୁ ଜୀବନ ଓ ଜୀବିକା ଭାବେ ଗ୍ରହଣ କରିଛନ୍ତି ସେ । ନିଜର ଅଦମ୍ୟା ଚେଷ୍ଟା ବଳରେ ବୌଦ୍ଧ ଜିଲ୍ଲାରେ ଜଣେ ସଫଳ ଗୋପାଳକ ଭାବେ ସୃଷ୍ଟି କରିଛନ୍ତି ଏକ ସ୍ଵତନ୍ତ୍ର ପରିଚୟ । ଏହି ସଫଳ ଗୋପାଳକ ଜଣଙ୍କ ହେଉଛନ୍ତି ବୌଦ୍ଧ ବିଜ୍ଞାପିତ ପରିଷଦ ଅଞ୍ଚଳର(ମାଳି ସାହି) ଅଧିବାସୀ କୁନା ବାଘ ।

ବାପାଙ୍କ ଅଭାବୀ ସଂସାରରେ ବଢି । +୨ ପାସ କରିବା ପରେ ପାଠପଢାରେ ଡୋରି ବାନ୍ଧିବାକୁ ବାଧ୍ୟ ହୋଇଥିଲେ। ସେ ପିଲାଦିନୁ ଗୋପାଳନ ପ୍ରତି ରୁଟି ଓ ଉତ୍ସାହ ରଖିଥିବା କୁନା ପରିବାରର ଆର୍ଥିକ ଦୁରାବସ୍ଥାକୁ ସୁଧାରିବା ପାଇଁ କଲେଜ ବେଳୁ ଚିତ୍ତିତ ଥିଲେ ।

ସଫଳଚାଷୀ ଗୋପାଳକ କୁନା

ସେ ଅଧିକ ଉତ୍ପାଦନକ୍ଷମ ସଂକର ଜର୍ସି ଗାଈ ଗୋଟିଏ ବି କିଣିବାକୁ ସମର୍ଥ ହୋଇପାରିନଥିଲେ । ଅବଶେଷରେ ନିଜ ଘରେ ପାଳିତ ଦେଶୀ ଗାଈଙ୍କ ଠାରୁ କୃତ୍ରିମ ପ୍ରଜନନ ମାଧ୍ୟମରେ ସଂକର ଜର୍ସି ଗାଈ ଗୋଟିଏ ପରେ ଗୋଟିଏ ସୃଷ୍ଟି କରିବାକୁ ସମର୍ଥ ହେଲେ । ସମୟକ୍ରମେ ସେହି ସଙ୍କର ଜର୍ସି ଗାଈଙ୍କ ସଠିକ୍ ପରିଚାଳନା ଓ ପରିପାଳନ କରି ସେଥିରୁ ୨ ପିଢିରୁ ଅଧିକ ଉତ୍ପାଦନକ୍ଷମ ସଙ୍କର ଗାଈ ମଧ୍ୟ ଉଭାରି ପାରିଲେ । ୨୦ବର୍ଷ ପରେ ପ୍ରଥମେ ପାଳିତ ହେଉଥିବା ୫ଟି ଦେଶୀ ଗାଈକୁ ସୃଷ୍ଟି କରିଥିବା ୧୦ଟି ଅଧିକ ଉତ୍ପାଦନକ୍ଷମ ଉନ୍ନତମାନର ସଙ୍କର ଜର୍ସି ଗାଈ ଓ ୫ଟି ଜର୍ସି ଛଡା ଅଧୁନା ତାଙ୍କ ଦ୍ଵାରା ପରିପାଳିତ ହେଉଛନ୍ତି ।

ବର୍ତ୍ତମାନ ଏହି ୧୦ଟି ଗାଈରୁ ୬ଟି କ୍ଷୀର ଉତ୍ପାଦନ କରୁଥୁବା ସ୍ଥଳେ ୪ଟି ଗର୍ଭାବସ୍ଥାରେ ଅତ୍ରିମ ପର୍ଯ୍ୟାୟରେ ଅଛନ୍ତି । ୬ଟି ଗାଈରୁ ଦୈନିକ ଉତ୍ପାଦିତ ହେଉଥିବା ୬୦ ଲିଟର କ୍ଷୀର ସ୍ଥାନୀୟ ସହରରେ ଲିଟର ପ୍ରତି ୩୫ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହା ଦ୍ଵାରା ଗାଈମାନଙ୍କ ପରିପାଳନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚକୁ ବାଦ ଦେବା ପରେ ମାସିକ ଅନ୍ମାନ ୨୦ ହଜାର ଟଙ୍କା ଆୟ କରୁଛନ୍ତି । ବୈଜ୍ଞାନିକ କୌଶଳରେ ଗୋପାଳନ ପଦ୍ଧତି ଅବଲମ୍ବନ କରିବା ସହ ଦକ୍ଷତା ବୃଦ୍ଧି ତାଲିମ ଶିବିରରେ ମଧ୍ୟ ସେ ଅଂଶ ଗ୍ରହଣ କରିଛନ୍ତି । ଏନେଇ ଗାଈକୁ କୃତ୍ରିମ ପ୍ରଜନନ କରାଇବା, ରୋଗ ନିରାକରଣ ଉଦ୍ଦେଶ୍ୟରେ ପ୍ରାଣୀ ଚିକିତ୍ସକଙ୍କ ସୁପରାମର୍ଶ କ୍ରମେ ନିୟମିତ ପ୍ରତିଷେଧକ ଟୀକାକରଣ ଦେବା, କୃମିନାଶକ ଔଷଧର ପ୍ରୟୋଗ ଓ ସର୍ବୋପରି ସରକାରଙ୍କ ତରଫରୁ ଉପଲବ୍ଧ ସୁଯୋଗ ଦ୍ଵାରା ଗାଈମାନଙ୍କ ବୀମାକରଣ କରାଇବା ଇତ୍ୟାଦିରେ ସର୍ବାଧିକ ଗୁରୁତ୍ଵ ଦିଅନ୍ତି ସେ ।

ଗୋଖାଦ୍ୟ ଦୋକାନ ରୋଜଗାର ମାଧ୍ୟମ

କ୍ଷୀରର ଉତ୍ପାଦନ ଖର୍ଚ୍ଚ କମାଇବା ଓ ଗାଈଙ୍କ ଉତ୍ତମ ସ୍ଵାସ୍ଥ୍ୟରକ୍ଷା ପାଇଁ ଋତୁକାଳୀନ ଘାସଚାଷ(ବରସିସ୍, ଓଟ୍, ବରଗୁଡି, ବାଜରରା, ମକା) କରିବା ସହ ସବୁଦିନଆ ହାଇବ୍ରିଡ୍ ନପିଆର ଘାସଚାଷ ମଧ୍ୟ କରୁଛନ୍ତି ସେ ୦.୨୫ ଡିସିମିଲ ଜମିରେ ।

ଅଗ୍ରଣୀ ଗୋପାଳନ ହୋଇଥିବାରୁ ବିଭାଗ ତରଫରୁ ସ୍ୱଳ୍ପ ମୂଲ୍ୟରେ ଘାସ ଓ ନଡାକଟା ଯନ୍ତ୍ର ପାଇ ତା’ର ସୁବିନିଯୋଗ ମଧ୍ୟ କରୁଛନ୍ତି । ଗୋପାଳନର ଆୟରୁ କିଛି କିଛି ସଞ୍ଚୟ କରି ଗୋଖାଦ୍ୟ ଦୋକାନଟିଏ ଚଳାଉଛନ୍ତି । ଏହି ଦୋକାନରୁ ମାସିକ ୩ରୁ ୪ ହଜାର ଟଙ୍କା ମଧ୍ୟ ଆୟ କରୁଛନ୍ତି ।

ଆଧାର - ଅମିତାଭ ପଣ୍ଡା, ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବୌଦ୍ଧ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate