অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ୍ବ ଯୋଗାଇଛି ରୋଜଗାର

ସଫଳ ମହିଳା ଚାଷୀ ପୁସେ ମିଣିଆକା

ଆମ୍ବ ଯୋଗାଇଛି ରୋଜଗାର । ୪ ପିଲାଙ୍କ ମୁହଁରେ ଫୁଟାଇଛି ହସ । ସେମାନଙ୍କୁ ଦୁଇ ମୁଠା ଖାଇବାକୁ ଦେବା ଓ ଭବିଷ୍ୟତ ଗଢିବାରେ ସହାୟକ ହୋଇଛି । କେବଳ ଏତିକି ନୁହଁ, ପୁସେ ମିଣିଆକାଙ୍କୁ ଜଣେ ସଫଳ ମହିଳା ଚାଷୀ ଭାବେ ପରିଚିତ କରାଇଛି ଆମ୍ବ ଚାଷ ।

ପୁସେ ମିଣିଆକା । ବୟସ ୪୨ । ଘର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ପିପଳପଦର ପଞ୍ଚାୟତ ବାରିଗାଁରେ । କୋରାପୁଟର ଦାମନଯୋଡ଼ି ଠାରେ ଦଶ ହଜାରରୁ ଅଧିକ ଟଙ୍କାର ଆମ୍ବ ବିକି ଏବେ ଚର୍ଜାକୁ ଆସିଛନ୍ତି ପୁସେ ।

୮ ବର୍ଷ ପୂର୍ବେ ଦେଢ ଏକର ଜମିରେ ଉଭୟ ସ୍ଵାମୀ ସ୍ତ୍ରୀ ଲଗାଇଥିଲେ। ୧୦୦ ଆମ୍ବଗଛ । ଅନ୍ୟାନ୍ୟ ଫଳଗଛ ମଧ୍ୟ ଲଗାଇଥିଲେ । ଆମ୍ବ ଉତ୍ପାଦନ ପର୍ଯ୍ୟନ୍ତ ଅପେକ୍ଷା କରି ପାରିନଥିଲେ ପୁସେଙ୍କ ସ୍ଵାମୀ ବେତୃ ମିଣିଆକା ।

ଚାଷ ପାଇଁ ମନବୃତ୍ତି

୨ ପୁଅ ଓ ୨ ଝିଅଙ୍କୁ ପୁସେଙ୍କ ଦାୟିତ୍ଵରେ ଛାଡ଼ି ସବୁଦିନ ପାଇଁ ୩ବର୍ଷ ତଳେ ଆର ପାରିକୁ ଚାଲିଗଲେ । ପିଲାଙ୍କ ଭବିଷ୍ୟତ ଚିନ୍ତାରେ ମନକୁ ଦୃଢ କରି ଜମିରେ କାମ କରି ଚାଲିଲେ ପୁସେ । ସ୍ଥାନୀୟ ଅଞ୍ଚଳରେ ଏବେ ଜଣେ ସଫଳ ଆମ୍ବ ଚାଷୀ ହିସାବରେ ନିଜକୁ ପରିଚିତ କରାଇ ପାରିଛନ୍ତି ସେ ।

ବିଭିନ୍ନ ପ୍ରକାର ଆମ୍ବ ଚାଷ କରି ହୋଇଛନ୍ତି ସ୍ଵାବଲମ୍ବୀ

ଆଖୁରସ, ମାଲିକା, ଦାସରୀ, ବାଇଗଣପଲେଇ, ଆମ୍ରପାଲୀ କିସମର ଆମ୍ବ ଚାଷ କରିଛନ୍ତି । ନିରକ୍ଷରତା ଯୋଗୁ ବିକ୍ରି ବଟା ତଥା ବଜାର ବିଷୟରେ ପୁସେଙ୍କ ଧାରଣା ନଥିଲା । ପରେଡ଼ାଶୀ ଆନ୍ଧ୍ରପ୍ରଦେଶର ବେପାରୀମାନେ ଅତି କମ ଦରରେ ତାଙ୍କଠାରୁ ଆମ୍ବ କିଣି ବାହାରେ ଚଢ଼ା ଦରରେ ବିକୃଥିଲେ । ପୁସେ ଏ ସମ୍ପର୍କରେ ଜାଣିବା ପରେ ଲକ୍ଷ୍ମୀପୁର ଠାରେ ଥୁବା ଓଡ଼ିଶା ଜୀବିକା  ମିଶନ୍ ର ( ଓଏଲ୍ ଏମ୍) ପିଏ ବା  ପ୍ରୋଗ୍ରେସ୍ ଆସିଷ୍ଟାଣ୍ଟ ଅମ୍ବିକା ପାଢ଼ୀ ଓ ବିପିଏମ୍ ଶାଶ୍ଵତୀ ଦାଶ ତାଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ ଉତ୍ପାଦିତ ଆମ୍ବର ବିକ୍ରି ବ୍ୟବସ୍ଥା କରାଇଥିଲେ ।  ପରିବହନ ବ୍ୟବସ୍ଥା କରି ଦାମନଯୋଡ଼ି ସେକ୍ଟର-୩ ବଜାରରେ ପୁସେଙ୍କ ଆମ୍ବ ଝୁଣ୍ ବିକ୍ରି କରିବା ସୁଯୋଗ ସୃଷ୍ଟି କରିଥିଲେ । ଯେଉଁ ଆମ୍ବ କେଜି ପିଛା ୧୫ରୁ ୨୦ ଟଙ୍କାରେ ପୁସେ ବିକ୍ରି କରୁଥିଲେ, ସେହି ଆମ୍ବ, ସେଠାରେ କେଜି ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି ହୋଇଥିଲା। ଏଥିରୁ ବେଶ୍ ଦୁଇ ପଇସା ଲାଭ ପାଇଥିଲେ ପୁସେ । ୧୦ ହଜାରରୁ ଅଧିକ ଟଙ୍କାର ଆମ୍ବ ବିକି ସଫଳ ଆମ୍ବ ଚାଷୀ ଭାବେ ପରିଚୟ ତିଆରି କରିଛନ୍ତି ପୁସେ ।

ସଂଗୃହିତ - ପ୍ରମୋଦ କୁମାର ଜେନା, କୋରାପୁଟ, ଲକ୍ଷ୍ମୀପୁର

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate