অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ଦେଇଛି ପରିଚୟ

ବିରଞ୍ଚି ନାରାୟଣ ମହାନ୍ତିଙ୍କ ପରିଚୟ

ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା, ତା’ପରେ ବଢିଲା  ରୋଜଗାର ଚିନ୍ତା । କିନ୍ତୁ ଚାକିରି କ'ଣ କରିବେ, କ'ଣ କରି ସ୍ଵାବଲମ୍ବୀ ହେବେ ସେ କଥା କିଛିଦିନ ଭାବିଲେ । ତା’ପରେ ସରୋଜଗାର କ୍ଷମ ହେବା ଲାଗି ଚାଷକୁ ଆଦରିବା ଲାଗି ମନସ୍ଥ କଲେ । ଆରମ୍ଭ ହେଲା ଉଦ୍ୟମ । ମାତ୍ର ବର୍ଷ କେଇଟାରେ ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରାଇବାରେ ହୋଇଛନ୍ତି ସକ୍ଷମ । ସେ ହେଲେ ବିରଞ୍ଚ ନାରାୟଣ ମହାନ୍ତି (ମୋ:୯୯୩୮୩୦୮୬୩୬) । ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ଗ୍ରାମ ପଞ୍ଚାୟତର ମଧୁପୁର ଗ୍ରାମରେ ତାଙ୍କର ଘର । ମା' ବସନ୍ତ ମଞ୍ଜରୀ ଓ ପିତାଙ୍କ ନାମ ଯୁଧୁଷ୍ଠିର ମହାନ୍ତି । ଗାଁ ସ୍କୁଲରୁ ପାଠପଢା ଆରମ୍ଭ କରିଥିବା ବିରଞ୍ଚ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଲେ ।

ଚାଷ ଦେଲା ସଫଳତା

ରୋଜଗାର ପାଇଁ ଚାକିରୀ ପଛରେ ନ, ଗୋଡାଇ ନିଜେ ସ୍ଵାବଲମ୍ବୀ ହେବା କଥା ଚିନ୍ତା କଲେ । ଚାଷକୁ ଆପଣାଇବା ଲାଗି ସ୍ଥିର କଲେ ସେ । ପ୍ରଥମେ କଲେ ପନିପରିବା ଚାଷ । ପ୍ରାରମ୍ଭିକ ସଫଳତା ତାଙ୍କ ମନୋବଳକୁ ବଢାଇଦେଲେ । ତା'ପରେ ଋତୁ ଅନୁଯାୟୀ ପରିବା ମନୋନିବେଶ କଲେ । ଖରିଫ ଋତୁରେ ବାଇଗଣ, ଭେଣ୍ଡି, ଜହ୍ନି, କଖାରୁ, କାକୁଡି ଆଉ ରବି ଋତୁରେ ଗାଜର, ବିଟ,ଫୁଲ କୋବି, ମୂଳା, କଲରା ଆଦି ଚାଷ କଲେ ସେ । ଧୀରେ ଧୀରେ ଚାଷ ଜମି ବଢାଇଲେ ଆଉ ସେହିଭଳି ରୋଜଗାର ବି ବଢିଲା । ଏବେ ୫ ଏକର ଜମିରେ ପରିବା ଚାଷ ଆଧୁନିକ ପ୍ରାଣାଳୀରେ ପରିବା ଚାଷ କରୁଛନ୍ତି । କୃଷି ବିଭାଗ ଓ ଉଦ୍ୟାନ ବିଭାଗର ବିଶେଷଜ୍ଞ ପରାମର୍ଶ ସହିତ ଉନ୍ନତ କିସମର ମଞ୍ଜି ମଧ୍ୟ ବ୍ୟବହାର କରୁଥିବା କରୁଛନ୍ତି ସେ । ଏହି ଚାଷରେ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାର୍ଷିକ ପ୍ରାୟ ୫ଲକ୍ଷ ଟଙ୍କା  ଲାଭ ମିଳୁଥିବା କଥା କୁହନ୍ତି ବିରଞ୍ଚ । ଏଥ ସହିତ, ୨ ବର୍ଷ ହେବ ୮ ଗୁଣ୍ଠ ଜମିରେ ଏକ ପୋଖରୀ ତିଆରି କରି ସେଥରେ ମାଛ ଚାଷ ମଧ୍ୟ କରୁଛନ୍ତି । ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ପନିପରିବା ଜଗତସିଂହପୁର, ନାଉଗାଁ, ଅଲଣା, କଣ୍ଠଣିଆ ଆଦି ବଜାରରେ ବିକ୍ରି କରିଥାନ୍ତି । ପ୍ରତିଦିନ ତାଙ୍କ ଚାଷ ଜମିରେ ୫ ଜଣ ଲୋକ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକ ସ୍ଥଳେ ୧୦ରୁ ଅଧକ ଜଣ କାର୍ଯ୍ୟ କରିଥାନ୍ତି ।

ବିରଞ୍ଚିଙ୍କ ବାର୍ତ୍ତା

ଚାଷକୁ ନେଇ ସବୁବେଳେ ବ୍ୟସ୍ଥ ରହୁଥିବା ବିରଞ୍ଜ ମତ ଦିଅନ୍ତି ଆଜି ମୁଁ ଆସି ଯେଉଁଠି ପହଞ୍ଚଛି ଚାକିରି କରିଥଲେ ବୋଧହୁଏ ତାହା ହୋଇପାରି ନ ଥାନ୍ତା । ତେବେ ଜଣେ ସ୍ଵାବଲମ୍ବୀ ମଣିଷ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ହିଁ ମୋ ପାଇଁ ବଡ ଖୁସି ବୋଲି  ବ୍ୟକ୍ତ କରନ୍ତି ଏହି ସଫଳ ଚାଷୀ ।

ସଫଳ ସୂର୍ଯ୍ୟମୁଖୀ ଚାଷୀ ନକୁଳ

ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମର ସଫଳ ଚାଷୀ ନକୁଳ ମହାନ୍ତ (୬୫)ଙ୍କ ମୁହଁରେ ପୁଳାଏ ହସ । ବୈତରଣୀ ନଦୀ ଧାର ଜମିରେ ଯେ ଏମିତି ମନଲୋଭା ସୂର୍ଯ୍ୟମୁଖୀ ଚାଷ ହୋଇପାରିବ ଏ ଧାରଣା ନକୂଳଙ୍କର ନ ଥିଲା । ବର୍ଷ ବର୍ଷ ଧରି ଯେଉଁ ଜମିରେ ପନିପରିବା ଯଥା ବାଇଗଣ, ଭେଣ୍ଡି, ପୋଇ ଆଦି ଚାଷ କରି ଆସୁଥିଲେ। ସେହି ଜମିରେ ଏ ବର୍ଷ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ କୃଷି ବିଭାଗ ନକୂଳଙ୍କୁ ବିହନ ଓ ସାର ଇତ୍ୟାଦି ଯୋଗାଇ ଦେଇଥିଲା । ବିହନ ଓ ସାର ଚିନ୍ତା ନ ଥିବାରୁ ନକୁଳ, ଏଥର ଏହି ନଦୀଧାର ଜମିରେ ସୂର୍ଯ୍ୟମୁଖୀ ଚାଷ କଲେ । ପରାମର୍ଶ ଅନୁଯାୟୀ ସାର ଓ ଅଣସାର ଦେଇ ଆବଶ୍ୟକ ପାଣି ମଡ଼ାଇବା ପରେ ଏବେ ସୂର୍ଯ୍ୟମୁଖୀ କ୍ଷେତ, ହସୁଛି । ବେଶ ମନଲୋଭା। ସୂର୍ଯ୍ୟମୁଖୀ ଚାଷ ଦେଖି ନକୁଳ ମଧ୍ୟ ଆନନ୍ଦିତ । ଏବେ ନକୁଳ ନିଜର ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହୀ । ଏଥର ଯେଉଁ ୧୫୦୦ ରୁ ୧୬୦୦ ସୂର୍ଯ୍ୟମୁଖୀ ଗଛ ତାଙ୍କ କ୍ଷେତରେ ହସୁଛି, ଉଠାଜଳସେଚନ ପଏଣ୍ଟଟିଏ ହୋଇପାରିଲେ ସେ ୧୫ ହଜାରରୁ ୧୬ ହଜାର ସୂର୍ଯ୍ୟମୁଖୀ ଗଛ କ୍ଷେତରେ ଦେଖନ୍ତେ ବୋଲି ପ୍ରକାଶ କରିଛନ୍ତି ।

ଲେଖା ଓ ପ୍ରାପ୍ତି -

  1. ସୁଧା ବେଉରା
  2. ଢେଙ୍କିକୋଟରୁ ନୃସିଂହନାଥ ସିଂହ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate