অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷ କାମ ହିଁ ଆନନ୍ଦ ଦେଉଛି

ଚାଷ କାମ ହିଁ ଆନନ୍ଦ ଦେଉଛି

ପରିଚୟ

ସ୍ନାତକ ଶିକ୍ଷା ପରେ ରୋଜଗାର ଚିନ୍ତାଘାରିଲା ।

ତେବେ ଏଥିଲାଗି ଚାକିରି ପାଇଁ ଉଦ୍ୟମ ନ କରି ଚାଷ କାର୍ଯ୍ୟରେ ମନୋନିବେଶ କଲେ ।

ଚାଲିଲା ଉଦ୍ୟମ  ମାତ୍ର ବର୍ଷ କେଇଟାରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହେଲେ । ଏଥିସହିତ ଆଉ କେତେଜଣଙ୍କୁ ମଧ୍ୟ ରୋଜଗାର କ୍ଷମା ଯୋଗାଇବାରେ ହୋଇଛନ୍ତି ସମର୍ଥ ।

ସେ ହେଲେ ମଧୁସୂଦନ ପଣ୍ଡା (ମୋ:୯୪୩୭୧୦୨୮୭୮) ଜନ୍ମ ବାଲେଶ୍ଵର ଜିଲା ସଦର ବ୍ଲକ ଅନ୍ତର୍ଗତ କଷିପଦା ଗାଁରେ । ପିତା ଚନ୍ଦ୍ର ମୋହନ ପଣ୍ଡା ଓ ମା'ଙ୍କ ନାମ ଶୁକମଣି ଦେଈ ।

ଚାଷ କାମ ପ୍ରତି ଆଗ୍ରହ

ନିଜ ଗାଁ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ମଧୁସୂଦନ ପରବର୍ତ୍ତୀ ସମୟରେ ଫକୀର ମୋହନ ମହାବିଦ୍ୟାଳୟରୁ ବିଏ ପାସ କଲେ । ଏହାପରେ ରୋଜଗାର ଲାଗି ଚାକିରି କରିବାକୁ କେତେଜଣ ପ୍ରବର୍ତ୍ତାଇଲେ । ମାତ୍ର ନିଜର ପୈତୃକ ଜମିବାଡ଼ି ଅଧିକ ଥିବାରୁ ଚାଷ ଦ୍ଵାରା ସ୍ଵାବଲମ୍ବୀ ହେବାକୁ ମନସ୍ଥ କଲେ । ପ୍ରଥମେ ଧାନଚାଷ କଲେ । ଏଥିରେ, ପ୍ରାଥମିକ ସଫଳତା ତାଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେଲା । ତା'ପରେ ଚାଷରୁ କିପରି ଅଧ୍ୟକ ଲାଭ ମିଳିପାରିବ ସେଥିପାଇଁ ସେ ଜିଲା ଓ ଚୁକ କୃଷି ଅଧିକାରୀଙ୍କଠାରୁ ପରାମର୍ଶ ନେଲେ।

ବିଭିନ୍ନ ପ୍ରକାର ଚାଷ

ଏହାପରେ ସେ ପନିପରିବା, ସୋରିଷ, ଗହମ ଚାଷ କଲେ । ଏଥିସହିତ ଆମ୍ବ, ଅମୃତଭଣ୍ଡା, ନଡ଼ିଆ, ସୋପଟା, ଲିନ୍ତୁ, ଗୟା କୋଳି, କଦଳୀ ପ୍ରଭୃତି ଚାରା ରୋପଣ କରି ଅଧିକ ରୋଜଗାରର ସଂକଳ୍ପ ନେଲେ । ପୁଣି ୨୦ ଏକର ବିଶିଷ୍ଟ ଫାର୍ମରେ ୧୮୦ଟି ନଡ଼ିଆ, ୨୦୦ଟି ଅମୃତଭଣ୍ଡା, ୧୦୦ଟି ଆମ୍ବ , ୧୦୦ଟି ଲେମ୍ବ, ୫୦ଟି ଲିଛୁ, ୨ଶହରୁ ଉର୍ଦ୍ଧ କଦଳୀ ଗଛ ଲଗାଇବା ସହିତ ଅଢ଼େଇ ଏକର ଜମିରେ ଏକ ପୋଖରୀ ଖୋଳି ଚିଙ୍ଗୁଡ଼ି ଚାଷ କଲେ । ପ୍ରାୟ ୮ଗୁଣ୍ଠ ଜମିରେ ସୁନୁସୁନିଆ ଶାଗ ଚାଷ କରି ଦୁଇବର୍ଷରେ ଏଥିରୁ ସେ ପ୍ରାୟ ୮୦ ହଜାର ଟଙ୍କା ରୋଜଗାର କରିଛନ୍ତି । ଏହା ସହ ୪ଟି ଜର୍ସିଗାଈ ପାଳନ କରିଛନ୍ତି । ଚାଷ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ସେ ଆନ୍ଧ୍ରପ୍ରଦେଶ ଯାଇ ସେଠାରୁ କଦଳୀ ଚାଷ ଏବଂ ପିପିଲିରେ ନଡ଼ିଆ ଚାଷ, ମାଛ ଓ ପନିପରିବା ଚାଷ ସମ୍ପର୍କରେ ଗ୍ରେନିଂ ପାଇଛନ୍ତି ।

ମଧୁସୂଦନ ପ୍ରେରଣା

ମଧୁସୂଦନ କୁହନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କାଇରନଙ୍କ ପ୍ରେରଣାରେ ଚାଷ ପ୍ରତି ମୋ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।

ଚାଷ ଦ୍ଵାରା ଆୟ

ତେବେ ଚାଷପାଇଁ ସମସ୍ତ ଖର୍ଚ୍ଚ ଯାଇ ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ ମିଳୁଛି । ପୁଣି ୫ଜଣ ବ୍ୟକ୍ତି ଆମ କୃଷିକ୍ଷେତ୍ରରେ କାମ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ପୁରଷ୍କାର ଓ ସମ୍ମାନ

ଅବଶ୍ୟ ତାଙ୍କର ଏତାଦୃଶ କାର୍ଯ୍ୟ ସକାଶେ କୃଷକରତ୍ନ, ରାଜ୍ୟସ୍ତ ରାୟ କୃଷକ ସମ୍ମାନ ଏବଂ ୨୦୦୨ ଓ ୨୦୦୭ରେ ସଫଳ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି ସେ । ସତକଥା ଏଇ ଚାଷ କାମ ମୋତେ ଢେର ଆନନ୍ଦ ଦେଉଛି ବୋଲି କୁହନ୍ତି। ଏହି ସଫଳ ଚାଷୀ ।

ଆଧାର - ବାଞ୍ଚାନିଧି ଦେ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate