ସ୍କୁଲରେ ପଢୁଥିବା ବେଳେ ସେ ବାପାଙ୍କ ସହିତ ବିଲକୁ ଯାଇ ଚାଷକାମରେ ହଯୋଗ କରୁଥିଲେ । ଦଶମ ଶ୍ରେଣୀ ପାସ୍ କରିବା ପରେ ସେ ଘେନିବାହିନୀରେ ନିଯୁକ୍ତ ପାଇଲେ । ସେନାବାହିନୀରେ ୨୦ବର୍ଷ କାର୍ଯ୍ୟ କରିବା ପରେ ସ୍ଵେଚ୍ଛାକୃତ ଅବସର ନେଇ ଗାଁକୁ ଫେରିଆସିଲେ । ସେତେବେଳକୁ ବି ତାଙ୍କର ଚାଷ ପ୍ରତି ଆଗ୍ରହ କମି ନ ଥଲା । ତେବେ ଚାଷ ମାଧମରେ ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କିଛି ଲୋକଙ୍କ ପାଇଁ ରୋଜଗାରର ବାଟ ଦେଖାଇବା ଲାଗି ସେ ନିଷ୍ପତ୍ତି ନେଲେ । ଆରମ୍ଭ ହେଲା ଉଦ୍ୟମ । ବର୍ଷ କେଇଟାରେ ସେ ନିଜେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ସହ କେତେକ ପରିବାର ଲାଗି ରୋଜଗାରର ବାଟ ଦେଖାଇବାରେ ସକ୍ଷମ ହୋଇପାରିଛନ୍ତି । ସେ ହେଲେ ଉଲ୍ଲାସ କୁମାର ସ୍ଵାଇଁ । ଘର ଜଗତସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ଗ୍ରାମପଞ୍ଚାୟତର ମୁଣ୍ଡିଦା ଗ୍ରାମରେ । ମା' ଇନ୍ଦ୍ରମଣି ଓ ପିତାଙ୍କ ନାମ ବାମଦେବ ସ୍ଵାଇଁ ।
ଅଲଣା ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ଉଲ୍ଲାସ ହରେକୃଷ୍ଣ ବିଦ୍ୟାପୀଠରୁ ୧୦ମ ଶ୍ରେଣୀ ପାସ୍ କଲେ । ଏହାପରେ ସେ ସେନାବାହିନୀରେ ସୈନିକ ଭାବେ ନିଯୁକ୍ତ ପାଇଲେ । ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ଗାଁକୁ ଫେରିବା ପରେ ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କୁ ସ୍ଵାବଲମ୍ବୀ କରାଇବା ଲକ୍ଷ୍ୟରେ ଆରମ୍ଭ କଲେ ଉଦ୍ୟମ । ଏଥିଲାଗି ପ୍ରଥମେ କଲେ ଗୋପାଳନ ।
ଏଥିଲାଗି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କଠାରୁ ପରାମର୍ଶ ନେଲେ । ପ୍ରାଥମିକ ଭାବେ ୪ଟି ଗାଈ ପାଳିଲେ । ଏଥିରୁ ପ୍ରତିଦିନ ପ୍ରାୟ ୨୦ ଲିଟର ଦୁର୍ ଉତ୍ପାଦିତ ହେଲା । ପ୍ରାଥମିକ ସଫଳତା ତାଙ୍କ ଉସାହକୁ ବଢାଇଦେଲା । ଅଧିକ ସଂଖ୍ୟାରେ ଗାଈ ପାଳିଲେ । ଗାଁରେ ଏକ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଗଠନ କଲେ । ଏଥିରେ ଆଖପାଖ ଗାଁର କେତେଜଣ ଗୋପାଳନ କରୁଥିବା ବ୍ୟକ୍ତଙ୍କୁ ସାମିଲ କଲେ ସେ । ଏଥିସହିତ ତାଙ୍କ ବାରିରେ ପ୍ରାୟ ୧ ହଜାର କଦଳୀ ଗଛ ଲଗାଇଲେ । ଏଥିରୁ ହେଉଥିବା କଦଳୀ ବିକ୍ରି କରି ବର୍ଷକୁ ପ୍ରାୟ ୫୦ହଜାର ଟଙ୍କା ପାଉଥିବା କଥା ସେ କୁହନ୍ତି । ପୁଣି ନଡ଼ିଆ ସମେତ ବିଭିନ୍ନ ଫଳ ଗଛ ଲଗାଇଛନ୍ତି । ଆଉ ୪ ଟି ପୋଖରୀରେ ମାଛ ଚାଷ କଲେ । ମାଛ ଚାଷରୁ ପ୍ରାୟ ଦେଢଲକ୍ଷ ଟଙ୍କା ଲାଭ ପାଇଥିବା କଥା କୁହନ୍ତି ଉଲ୍ଲାସ । ତାଙ୍କ ଗୋପାଳନ, କଦଳୀ ଚାଷ, ମାଛ ଚାଷରେ କାମ କରି କେତେକ ଲୋକ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେଉଛନ୍ତି । "ଏହା ମୋତେ ଅଧିକ ଆନନ୍ଦ ଦେଉଥିବା କଥା ଉଲ୍ଲେଖ କରି ସେ କୁହନ୍ତି । ମୁଁ ଏବେ ମୋ ଲକ୍ଷ୍ୟ ପଥରେ ଆଗେଇ ଚାଲିଛି ।'
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ୍ ଡଙ୍ଗରପଡା ଗ୍ରାମର ସଫଳ ଚାଷୀ ହେଉଛନ୍ତି ସୁବ୍ରତ କୁମାର ପାଇକରାୟ । ଯୁକ୍ତ ୩ କଳା ଅର୍ଥନୀତି ବିଭାଗରେ ଅଧୟନ ଶେଷ ପରେ ଅନ୍ୟ କାହା ଉପରେ ବୋଝ ନହୋଇ ନିଜସ୍ତ୍ର ଉଦ୍ୟମରେ ଚାଷ ଆରମ୍ଭ କଲେ । ବାପା vଦିବାକାର ପାଇକରାୟଙ୍କୁ ଚାଷରେ ସହଯୋଗ କରୁଥିବା ସୁବ୍ରତ ବେଳେ ଦିର୍ଘ ୧୦ ହେବା ଉଦ୍ୟାନ କୃଷିରେ ଯଥେଷ୍ଟ ଜ୍ଞାନ ଆହରଣ କରିଛନ୍ତି । ନିଜ କାର୍ଯ୍ୟ ପାଇଁ ଜିଲ୍ଲାସ୍ତରରେ ସଫଳ ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଜୈବିକ ପଦ୍ଧତିରେ ପନିପରିବା ଚାଷ କରୁଥିବା ସୁବ୍ରତ ଗତବର୍ଷ ସର୍ବାଧିକ କଖାରୁ ଅମଳ କରି ଜିଲ୍ଲାରେ ରେକର୍ଡ଼ କରିଛନ୍ତି । ୨୨ ଏକର ଜମିରେ କରିଥିବା ଫାର୍ମ ହାଉସରେ ପନିପରିବା, ଫଳଚଷ, ତୈଳବୀଜ, ଡାଲିଜାତୀୟ ଫସଲ ଧାନ ପ୍ରଭୃତି ଚାଷ କରୁଛନ୍ତି । ଏଥିରୁ ଅମଳ ହେଉଥିବା ଫସଲରେ ବି ତାଙ୍କର ପରିବାର ଚଳିଥାଏ । ଉନ୍ନତ ବିହନରେ ଚାଷ କରୁଥିବା ବେଳେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ରୋଗପେକ ଓ ବଣୁଆ ହାତୀଙ୍କ ଯୋଗୁ ବହୁ ଫସଲ ନଷ୍ଟ ହେଉଛି । ରୋଗ ପୋକ ନିୟନ୍ତ୍ରଣରେ ବିଫଳ ହେବା ପରେ ସେ ଜୈବିକ ପଦ୍ଧତିରେ କଲରା ଏବଂ ବାଇଗଣ ଚାଷରୁ ମୁହଁ ଫେରାଇନେଇ ଥିବା ବେଳେ ନଡ଼ିଆ, ଆମ୍ବ, ପଣସ, କଦଳୀ ପ୍ରଭୃତି ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି । ତାଙ୍କର ଫାର୍ମକୁ ପନିପରିବା ନେବାକୁ ଭୁବନେଶ୍ୱର,ଖୋର୍ଦ୍ଧା, ଜଟଣା ସମେତ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳ ଖଚୁରା ବ୍ୟବସାୟୀ ନିୟମିତ ଆସୁଥିବା ପ୍ରକାଶ କରିଛନ୍ତି । ତାଙ୍କୁ ଚାଷବାସରେ ବର୍ଷସାରା ପୁରସତ । ମିଳୁନଥିବା ବେଳେ ଧାନ, ମକା, ଛତୁ, ସମେତ ଡାଲିଜାତୀୟ ଫସଲ ମଧ୍ୟ କରୁଛନ୍ତି । ବାପାଙ୍କ ଦେହାନ୍ତ ପରେ ପାରିବାରିକ ବିବାଦ ଯୋଗୁଁ ଗତ ୨୦୧୧-୧୪ ମସିହା ଯାଏଁ ୩ ବର୍ଷ ଫାର୍ମରେ ଚାଷବାସ ବନ୍ଦ ହୋଇଯାଇଥିଲା । ତେବେ ୨୦୧୪ ମସିହା ପରେ ସବୁକିଛି ଠିକ୍ ଠକ ଭାବେ ଚାଲିଥିବା ପ୍ରକାଶ କରିଛନ୍ତି । ଗତବର୍ଷ ୨୦୮୦ ଚୁନ୍ଦା କଖାରୁ ଚାଷକରି ଉନ୍ନତ ମାସର ବିହନ ଅର୍ଜୁନ, ଭୀମ, ବିମଳ ବ୍ୟବହାର କରି ଜଣେ ଆଗ ଧାଡ଼ିରେ ଚାଷୀଭାବେ ଜିଲ୍ଲା ସୁନାମ ଅର୍ଜନ କରିପାରିଥିବା ପ୍ରକାଶ କରିଛନ୍ତି । ସେ ୩ ହଜାର ଟଙ୍କା କଖାରୁ ଚାଷରେ ବିନିଯୋଗ କରିଥିବାବେଳେ ପ୍ରାୟ ୯୦ ହଜାର ଟଙ୍କା କଖାରୁ ବିକ୍ରୀ କରିଥିବା ପ୍ରକାଶ କରିଛନ୍ତି । ଆମ୍ବ, ନଡ଼ିଆ, ପଣସ ବିକ୍ରୀ କରି ୨ ଲକ୍ଷ ଟଙ୍କା ବାର୍ଷିକ ରୋଜଗାର କରୁଥିବା ବେଳେ ଅନ୍ୟ କଞ୍ଚା ପରିବା ବିକ୍ରୀ କରି ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ୨୦୧୬-୧୭, ଆର୍ଥିକ ବର୍ଷରେ ବାଇଗଣ, ଟମାଟୋ, ଆଳୁ, କୋବି, କାକୁଡ଼ି, କ୍ୟାପ୍ସିକମ୍, ଅମୃତଭଣ୍ଡା, କଦଳୀ, କଲାର ମିଠା ମକା, ତୈଳବୀଜ ଏବଂ ଉଦ୍ୟାନ ଫସଲ କରି ସଫଳତାର ସହିତ ସମୁଦାୟ ସାଢେ ୩ ଲକ୍ଷରୁ ଅଧିକା ଟଙ୍କା ରୋଜଗାର କରିଛନ୍ତି । ସମସ୍ତଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ୱାନ କରିଛନ୍ତି ।
ସଂଗୃହିତ –
Last Modified : 1/11/2020