অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷପାଇଁ ଛାଡ଼ିଲେ ଚାକିରି

ବ୍ୟାଙ୍କ ଚାକିରି ଛାଡି ଜଣେ ଚାଷ କାମ କରିବାର ମନୋବୃତ୍ତି

ମୋଟ ଅଙ୍କ ଦରମାର ବ୍ୟାଙ୍କ ଚାକିରି ଛାଡି ଜଣେ ଚାଷ କାମ କରିବାର ମନୋବୃତ୍ତି ଏହା କରି ଦେଖାଇଛନ୍ତି ସଂକଳ୍ପ ଶର୍ମା ନାମକ ଜଣେ ବ୍ୟକ୍ତି । ସଂକଳ୍ପ ମେକାନିକାଲ ଇଞ୍ଜିନିୟରିଂରେ ଶିକ୍ଷା ଲାଭ କରିବା ପରେ ଏମ୍‌ବିଏ କରିଥିଲେ । ଏହାପରେ ମୋଟା ଅଙ୍କ ଦରମାର ଚାକିରି ପାଇଥିଲେ ବ୍ୟାଙ୍କରେ ।

କିନ୍ତୁ ଜୀବରେ କିଛି କରିବାର ଚାଲେଞ୍ଜ ନେଇ ସେ ଏହା ଛାଡିଲେ । ତାଙ୍କ ପରିବାର ଦୀର୍ଘକାଳ ହେଲା ଚାଷକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଆସିଛନ୍ତି । ପିଲାଦିନୁ ସେ ପରିବାର ଲୋକଙ୍କୁ ଜମିରେ କାମ କରିବା ଦେଖିଆସିଛନ୍ତି । ଏହା ତାଙ୍କୁ କୃଷି ପ୍ରତି ଆକୃଷ୍ଟ କରିଥିଲା ।

ପ୍ରାକୃତିକ କୃଷି ପଦ୍ଧତିରେ ଚାଷ

ମଧ୍ୟପ୍ରଦେଶର ବିଦିଶାରେ ତାଙ୍କ ପରିବାରର ବଡ ଜମି ରହିଛି ଏବଂ ସେଠାରେ ସେମାନେ ଚାଷ କାମ କରନ୍ତି । ସେହି ଜମିରୁ ୧୦ ଏକରକୁ ନେଇ ସଂକଳ୍ପ ୨୦୧୫ରେ ତାଙ୍କ ବାପାଙ୍କ ସହିତ ମିଶି ଚାଷ କାମ ଆରମ୍ଭ କଲେ । ଏବେ ସେ ଜଣେ ପୁର୍ଣ୍ଣଙ୍ଗ ଚାଷୀ ପାଲଟିଯାଇଛନ୍ତି । ୩୬ ବର୍ଷ ବୟସ୍କ ସଂକଳ୍ପ ଯେତେବେଳେ ଏହି ବୁଢିକୁ ପ୍ରବେଶ କଲେ ସେତେବେଳେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା, ତାହା ହେଉଛି ବିନା ସାର, ବିନା କୀଟନାଶକ ଏବଂ ରାସାୟନିକ ପଦାର୍ଥର ବ୍ୟବହାର ନକରି କିଭଳି ଚାଷ କରାଯାଇପାରିବ ।

ସେ ପ୍ରାକୃତିକ ଉପାୟରେ ଚାଷ କରିବାକୁ ଚାହିଁଥିଲେ ଯେଉଁଥିରେ ଦୁଇ ମୁଖ୍ୟ ଫସଲ ମଧ୍ୟବର୍ତ୍ତୀ ସମୟରେ ଅନ୍ୟ ଫସଲ ଚାଷ କରାଯାଇପାରିବ । ଏଥିରେ ଉତ୍ପାଦନ ଖର୍ଚ୍ଚ କିଛି ନାହିଁ କହିଲେ ଚଳେ । ଇନ୍ଦୋରରେ ସୁଭାଷ ପାଲୋକରଙ୍କ ଦ୍ଵାରା ଆୟୋଜିତ ଏକ କର୍ମଶାଳାରେ ସଂକଳ୍ପ ଯୋଗଦେବା ସହିତ ପ୍ରାକୃତିକ ଚାଷ ସମ୍ପର୍କରେ ଜାଣିବାକୁ ଏକାଧିକ ଥର ନାଗପୁର ଯାଇଥିଲେ ।

କୃଷି କ୍ଷେତ୍ର

ପ୍ରାକୃତିକ କୃଷି ପଦ୍ଧତିରେ ଚାଷୀ ସ୍ଥାନୀୟ ସ୍ତରରେ ମିଳୁଥିବା ଖତ ସାର ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉନଥିବା ପ୍ରାକୃତିକ କୀଟନାଶକ ବ୍ୟବହାର କରିଥାନ୍ତି । ବହୁ ପରୀକ୍ଷା ନିରୀକ୍ଷା ପରେ ସଂକତ୍ର ତାଙ୍କ ଜମିରେ ପ୍ରାକୃତିକ ଉପାୟରେ ବିଲାତି ବାଇଗଣ, ପିଆଜ, ରସୁଣ, ଅଦା, ଲଙ୍କା, ସମସ୍ତ ପ୍ରକାର ଡାଲି, ମକା ଆଦି ଚାଷ କଲେ । ଭୋପାଳଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ତାଙ୍କର ବିଦିଶା ଫାର୍ମ ଅବସ୍ଥିତ । ସେ ପ୍ରତିଦିନ ୭୦ କିଲୋମିଟର ଯାତ୍ରାକରି ନିଜ କୃଷି କ୍ଷେତ୍ରକୁ ଯାଆନ୍ତି ଏବଂ ସକାଳ ୮ ରୁ ୯ ଟା ମଧ୍ୟରେ ସେଠାରେ ସେ ପୁରାଦିନ ବିତାନ୍ତି । କୃଷି ଉତ୍ପାଦର ପାଇକାରୀ ଓ ଖୁଚୁରା ମୂଲ୍ୟ ମଧ୍ୟରେ ରହୁଥିବା ବିରାଟ ପାର୍ଥକ୍ୟକୁ ଦୂର କରିବା ସକାଶେ ସେ ଲକ୍ଷ୍ୟ ରଖିଛନ୍ତି । ଯେଭଳି ମଧ୍ୟସ୍ଥିଙ୍କୁ ହଟାଇ ଚାଷୀଙ୍କୁ ପ୍ରକୃତ ମୂଲ୍ୟ ମିଳିପାରିବ ସେ ଦିଗରେ ସେ କାମ କରୁଛନ୍ତି ।

ସମସ୍ୟା ପାଇଁ ମନକୁ ସୁଦୃଢ

ପ୍ରଥମେ ପ୍ରଥମେ ସେ ଚାଷ କାମରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଶେଷକରି ଅନିଶ୍ଚିତ ପାଣିପାଗ ତାଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । ବେଳେବେଳେ ସେ ଭାବିଥିଲେ। ଏହାକୁ ଛାଡି ପୁଣି ନିଜର ଚାକିରିକୁ ଫେରିଯିବେ । କିନ୍ତୁ ନିଜ ମନକୁ ସୁଦୃଢ କରି ସେ ଏଥିରେ ରହିଲେ ଏବଂ ସେଥିରୁ ସୁଫଳ ମିଳିବା ଆରମ୍ଭ ହୋଇଛି । ସାହସ ଓ ଧୈର୍ଯ୍ୟ ଦ୍ଵାରା ସବୁକିଛି ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।

ଆଧାର – କୃଷି ବିଭାଗ

Last Modified : 9/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate