অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟ୍ରାକ୍ଟର ଋଣ ଆଣିଦେଲା ଚାଷୀର ପରିଚୟ

ଦୀନବନ୍ଧୁ ଦାସଙ୍କ ପରିଚୟ

ବାଲେଶ୍ଵର ଜିଲା ଖଇର ବ୍ଲକ ବଡନୂଆଁଗାଁ ପଞ୍ଚାୟତ ଅନ୍ତର୍ଗତ ସଇଁ ଗ୍ରାମର ଦୀନବନ୍ଧୁ ଦାସ (ମୋ:୯୯୩୭୫୭୪୩୪୦) । ମା' କମଳିନୀ ଓ ପିତାଙ୍କ ନାମ ଲମ୍ବୋଦର ସାହୁ । ପ୍ରାଥମିକ ଶିକ୍ଷା ପରେ ଚାଷକୁ ସରୋଜଗାର କ୍ଷମ ହେବାର ମାଧ୍ୟମ ଭାବରେ ଗ୍ରହଣ କରିଥିଲେ । ହେଲେ ବହୁ ସଂଘର୍ଷ ପରେ ସେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି ।

ଚାଷ କାମ ପ୍ରତି ବୃତ୍ତି

ବର୍ଷର ୮ମାସ ସେ ଖଇରା ସମେତ ବନ୍ତ, ସୋର, ସିମୂଳିଆ, ଔପଦା ଛକ୍କୁ ସବୁଜ ପନିପରିବା ଯୋଗାଇ ଆସୁଛନ୍ତି । ସକାଳ ହେଲେ ତାଙ୍କ ପରିବା ବାଡି ନିକଟରେ ପରିବା ବ୍ୟବସାୟୀମାନେ ଲମ୍ବସାଧାଡି ଲଗାଉଛନ୍ତି । ଏବେ ତାଙ୍କ ବାଡିରେ ବାଇଗଣ ସମେତ ଫୁଲକୋବି, ବନ୍ଧାକୋବି, ବିଲାତି, ଲଙ୍କା ଇତ୍ୟାଦି ପରିବା ଚାଷ ହେଉଛି । ବାଇଗଣ କୁଇଣ୍ଟାଲ ପିଛା ୬୦୦ଟଙ୍କା, ଲଙ୍କା କୁଇଣ୍ଟାଲ, ପିଛା ୪ ହଜାର, କୋବି, ୧୦ ଟଙ୍କରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଏହି ଦାମ ମଧ୍ୟ ସ୍ଥିର ନୁହେଁ । ବାହାଘର ରତୁରେ ଅଧିକ ଦାମରେ ବିକ୍ରି ହୋଇଥାଏ । ଶୀତଦିନେ ଆଉରି ଶସ୍ତାରେ ବି ବିକ୍ରି କରିବାକୁ ପଡିଥାଏ । ବେଳେ ବେଳେ ଆଶାଠାରୁ ଅଧିକ ଲାଭ ମିଳିଥାଏ । ସମୟ ସମୟରେ ପରିବା ପଚିବା ଯୋଗୁ ଖର୍ଚ୍ଚଠାରୁ ବି କମ୍ ଦରରେ ଅର୍ଥାତ୍ କ୍ଷତିରେ ବିକ୍ରି କରିବାକୁ ପଡେ । ଦୀନବନ୍ଧୁଙ୍କୁ ତାଙ୍କ କାର୍ଯ୍ୟରେ ତାଙ୍କ ଭାଇ ପୁରସ୍ତମ, ପଞ୍ଚାନନ, ପରମାନନ୍ଦ ସାହାଯ୍ୟ କରିଥାନ୍ତି । ଏହା ବ୍ୟତୀତ  ଦିନେଦିନେ ବାଇଗଣ ଓ ଲଙ୍କା ତୋଳିବା ପାଇଁ ୪ଜଣ ଶ୍ରମିକଙ୍କୁ ଠିକାମଜୁରି ଦେଇ ଚାଷ କାମ କରାଇଥାନ୍ତି ସେ ।  ୧୯୯୨ ମସିହାରେ ଚାଷ ଆରମ୍ଭ ସମ୍ପର୍କରେ ଦୀନବନ୍ଧୁ କୁହନ୍ତି, ସେତେବେଳେ କୁପାରୀ ଅଞ୍ଚଳରେ ସମସ୍ତେ ବଳଦରେ ଚାଷ କରୁଥିଲେ । ନିକଟସ୍ଥ କୂପାରୀ ଷ୍ଟେଟ ବ୍ୟାଙ୍କ ଅଧକାରୀଙ୍କ ପରାମର୍ଶ କ୍ରମେ ସେ ରଣରେ ଏକ ଟ୍ରାକ୍ଟର ଆଣିଲେ । ବଡ କଷ୍ଟରେ କିସ୍ତି ପରିଶୋଧ କରିବାକୁ ପଡିଥିଲା । ଏମିତି ହେଲା ଗୋଟେ ମାସ ଟ୍ରାକ୍ସର ଭଡା ନ ମିଳିବାରୁ କିନ୍ତି ଖୋଲାପ ହୋଇଗଲା । ବ୍ୟାଙ୍କ କର୍ମଚାରୀମାନେ ଘରକୁ ଆସି ଏଣୁତେଣୁ କଥା କହିଲେ, ଯାହାଦ୍ଵାରା ସେ ଅସମ୍ମାନିତ ବୋଧ କଲେ । ତା' ପର ଦିନ ଘରେ ଯାହା ଧାନ ଚାଉଳଥିଲା ସବୁ ବିକି ରଣ ପରିଶୋଧ କରିଦେଲେ । ତାଙ୍କର ଥିବା ୪ ଏକର ଜମିରୁ ୨ଏକର ଜମିରେ ପରିବା ଚାଷ କରିବା ଲାଗି ପ୍ରସ୍ତୁତି ଆରମ୍ଭ କଲେ । ପ୍ରଥମ ବର୍ଷ ସେ ଖାଲି ଲଙ୍କା ଲଗାଇଥିଲେ । ଏଥିରୁ କେବଳ ୯. ମୂଳ ମିଳିଥିଲା । ଦ୍ଵିତୀୟ ବର୍ଷ ସେ ବନ୍ଧାକୋବି ଲଗାଇଥିଲେ । ଶୀତଳ ଭଣ୍ଡାର ଅଭାବରୁ ଅଧା ପଚିଗଲା । ସେ ବର୍ଷ ମଧ୍ୟ ମୂଳ ଉଠିଲା । ତୃତୀୟ ବର୍ଷ ବିଲାତି ବାଇଗଣ ଲଗାଇଥିଲେ । ସେଥିରେ ମଧ୍ୟ ବହୁତ କ୍ଷତି ସହିଥିଲେ । ୪ର୍ଥବର୍ଷ ସେ ବାଇଗଣ ଲଗାଇଥିଲେ । ଯେଉଁଥରେ ସାମାନ୍ୟ ଲାଭ ମିଳିଥିଲା । ତା ପରଠାରୁ ଆଉ କେବେ ବଡ ଧରଣର କ୍ଷତି ସହିନାହାନ୍ତି ।

ଅନ୍ୟଙ୍କ ପାଇଁ ପ୍ରେରଣା

ତାଙ୍କୁ ଦେଖି ତାଙ୍କ ଗ୍ରାମର ଆଉକିଛି ଲୋକ ପରିବା ଚାଷ ଆରମ୍ଭ କରିଥିଲେ । ଏବେ ପାଖାପାଖୁ ୩ଠପରିବାର ପକ୍ଷରୁ ହାରାହାରି ୨୦ଏକର ଜମିରେ ପରିବା ଚାଷ ହେଉଛି । ଖଇରା ବ୍ଲକର ସଇଁ ଗାଁ ଏବେ ତରକାରୀ ଝୁଡି ଭାବେ ପ୍ରସିଦ୍ଧ ଲାଭ କରିଛି । ସାର କୀଟନାଶକ, ସିଞ୍ଚନ ଯୋଗୁ ରୋଗ ବ୍ୟାଧର ଯଥେଷ୍ଟ ଆଶଙ୍କା ଥିବାରୁ ଜୈବିକ ପଦ୍ଧତିରେ ୪ ଏକର ଜମିରେ ଚାଷ କାର୍ଯ୍ୟ କରୁଛନ୍ତି । ଆଗରୁ ଖଇରା କୃଷି ସୂଚନା ପରାମର୍ଶ କେନ୍ଦ୍ରର ଅଧକାରୀମାନେ ସହାୟତା ଦେଉଥିଲେ । ଏବେ ଔଷଧ କମ୍ପାନୀଙ୍କର ଏଜେଣ୍ଟ ମାନେ ସିଧାସଳଖ ପରିବା ବଗିଚାକୁ ଆସି ପ୍ରଦର୍ଶନୀ ମାଧ୍ୟମରେ ଔଷଧ ପ୍ରଦାନ କରୁଛନ୍ତି । ସେ ଏହି ଚାଷରୁ ପିଲାମାନଙ୍କୁ ପାଠପଢାଇବା ସହ ଭଲ ଘର ଖଣେଣ୍ଡ କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କ ଉତ୍ତରାଧକାରୀମାନେ ଖରା ବର୍ଷା ଶୀତ ସହି ଏହି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । “ଯଦି ଖଇରା ଅଞ୍ଚଳରେ ଶୀତଳ ଭଣ୍ଡାର ସୁବିଧା କରାଯାଇପାରନ୍ତା। ତେବେ ବର୍ଷତମାମ ପରିବା ନିଅଣ୍ଟ ପଡନ୍ତା ନାହିଁ ବୋଲି କୁହନ୍ତି ଏହି ସଫଳ କୃଷକ" ।

ଆଧାର - ଉତ୍କଳ ବନ୍ଧୁ ପଣ୍ଡା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate