অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମନକୁ ଦୃଢ଼ କରିପାରିଲେ ହେଲା

ସଫଳ ଚାଷୀ ସରୋଜ ପାତ୍ର

ସ୍ନାତକ ଶିକ୍ଷା ପରେ ଚାକିରି ପଛରେ ନଗୋଡାଇ ନିଜେ କିପରି ସ୍ଵାବଲମ୍ବୀ ହେବେ ଏବଂ ଆଉ କେତେ ଜଣଙ୍କୁ ସରୋଜଗାର କ୍ଷମ ହେବାର ବାଟ ଦେଖାଇବେ ଏଇ ଚିନ୍ତା ତାଙ୍କୁ ଘାରିଲା । ଶେଷରେ ଚାଷ ମାଧ୍ୟମରେ ସରୋଜଗାର କ୍ଷମ ହେବା ଲାଗି ମନସ୍ଥ କଲେ । ଆରମ୍ଭ ହେଲା ଉଦ୍ୟମ । ମନପ୍ରାଣ ଲଗାଇଦେଲେ ଚାଷ କାର୍ଯ୍ୟରେ । ମାତ୍ର ବର୍ଷ କେଇଟାରେ ନିଜ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ସେ ହେଲେ ସରୋଜ କୁମାର ପାତ୍ର । ବରଗଡ଼ ଜିଲା' ଭଟ୍ଲି, ବ୍ଲକ ପାତ୍ର ପଲ୍ଲୀରେ ତାଙ୍କର ଜନ୍ମ । ପିତା ରସିକ ଯାତ୍ର ଓ ମା'ଙ୍କ ନାମ ସୁରେଖା । ଗାଁ ପ୍ରାଥମିକ ବିଦ୍ୟାଳୟରୁ ସରୋଜଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥଲା । ସମୟକ୍ରମେ ବରଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରୁ ବିଏ ପାଶ୍ କଲେ । ତା'ପରେ ସରୋଜଗାର କ୍ଷମ ହେବା ଲାଗି ଚିନ୍ତା କଲେ ।

କିନ୍ତୁ ଗାଁରେ ରହି କ’ଣ କରିବେ ସେଇ ଭାବନାରେ ପଡିଲେ । ଅବଶ୍ୟ ଶେଷରେ ଚାଷକୁ ସ୍ଵାବଲମ୍ବନଶୀଳତାର ମାଧ୍ୟମ ଭାବେ ଆପଣେଇ ନେଲେ । ପ୍ରଥମେ ଆରମ୍ଭ କଲେ ପନିପରିବା ଚାଷ । ପ୍ରାଥମିକ ଭାବେ ମିଳିଲା ସଫଳତା । ଆଉ ଏହା ତାଙ୍କ ଉତ୍ସାହକୁ ବଢାଇଦେଲା । ସମୟକ୍ରମେ ସେ ପ୍ରାୟ ୧୦ ଏକର ଜମିରେ ରତୁ ଅନୁସାରେ ଯଥାକ୍ରମେ ଧାନ, ପାମ୍, କଦଳୀ ଓ ପନିପରିବା ଆଦି ଚାଷ କଲେ ।

ସୂଚନାଯୋଗ୍ୟ ଏହି ଚାଷପାଇଁ ମୂଳଧନ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଜ ହୋଇଥବା ବେଳେ ବର୍ଷକୁ ପ୍ରାୟ ୬ ଲକ୍ଷ ଟଙ୍କା ଲାଭ ମିଳିଥଲା ବୋଲି କୁହନ୍ତି। ସରୋଜ । ଏଥିସହିତ ତାଙ୍କ ଚାଷ କାର୍ଯ୍ୟରେ ସ୍ଥାନୀୟ ୩ଜଣ ଲୋକଙ୍କୁ ଦୈନିକ କର୍ମ ସଂସ୍ଥାନ ଯୋଗାଇବାରେ ସେ ସକ୍ଷମ ହୋଇଛନ୍ତି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିକଟରେ ତାଙ୍କୁ ସଫଳ ଚାଷୀ ଭାବେ ଓ ୟୁଏଟି ପକ୍ଷରୁ ପୁରସ୍କୃତ କରାଯାଇଛି । ସରୋଜଗାର କ୍ଷମ ହେବା ଲାଗି ପ୍ରଥମେ ଦୃଢ ମନୋବଳ ଦରକାର । ତା'ସହିତ ପରିଶ୍ରମକୁ ଆପଣେଇବାକୁ  ପଡ଼ିବ ବୋଲି କୁହନ୍ତି। ଏହି ସଫଳ ଚାଷୀ ।

ଉପଯୁକ୍ତ ତାଲିମ ଦେଲା ସୁରେନ୍ଦ୍ରଙ୍କୁ  ସଫଳତା

ଏକଦା ଚାଷୀ ଧାନ ଚାଷକୁ ନିଜର ରୋଜଗାର ପନ୍ଥା ଭାବେ ବିଶ୍ଵାସ କରି ଚାଲିଥିବା ବେଳେ ଧାନ ସହ କପା ଓ କଖାରୁ ଫସଲ  କରି ନିଜ ଅଞ୍ଚଳରେ ବେଶ୍ ନାମ କମାଇଛନ୍ତି ସୁରେନ୍ଦ୍ର ସାହୁ ।  ବିଲାତି ବାଇଗଣକୁ ଅର୍ଥକାରୀ ଫସଲ ଭାବେ ଆରମ୍ଭ କରି ବାଇଗଣ, ଭେଣ୍ଡି, କଲରା, ଫୁଲକୋବି, ବନ୍ଧାକୋବି, କାକୁଡ଼ି, ମଟର, ପାଳଙ୍ଗ ସମେତ ମୁଗ, ବିରି, କୋଳଥ ଆଦି ରବିଜାତୀୟ ଫସଲ ସହ ଏବେ ମାଛ ଚାଷ କରୁଛନ୍ତି ସୁରେନ୍ଦ୍ର । ବଳାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପଞ୍ଚାୟତ ଅଧୁନସ୍ଥ କୁଟୁରାପାଲି ଗ୍ରାମର ସ୍ଵର୍ଗତ ବ୍ରଜବିହାରୀ ସାହୁଙ୍କ ଦ୍ଵିତୀୟ ପୁତ୍ର ହେଲେ ସୁରେନ୍ଦ୍ର । ଚାଷୀ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ଅନ୍ୟ ୬ ଭାଇଙ୍କ ପରେ ସେ ଚାଷରେ ମନ ବଳାଇଲେ ।

ପ୍ରଥମେ ଧାନଚାଷ କରି ସଫଳତା ପାଇବା ପରେ ଅର୍ଥକାରୀ ଫସଲ ଭାବେ କପା ଚାଷ କରି ବେଶ ଦି’ପଇସା ଲାଭ କରୁଛନ୍ତି । କୃଷି ବିଭାଗର ପରାମର୍ଶକ୍ରମେ ଧିରେ ଧିରେ ଚାଷ ପ୍ରତି ଆକୃଷ୍ଟ ହୋଇ ନିଜର ୧୦ ଏକର ଜମିରେ ଧାନ ପରେ ମୁଗ, ବିରି ପ୍ରଭୃତି ରବିଜାତୀୟ ଚାଷ କରୁଥିବାବେଳେ ଟାଣ ମାଟିରେ କଖାରୁ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

କୃଷି ବିଭାଗ ପକ୍ଷରୁ ମିଳିଥିବା ଜ୍ଞାନକୁ ଉପଯୋଗ କରି ଚାଷ କାର୍ଯ୍ୟରେ ସେ ଅଗ୍ରଗତି କରିଥିବା କହିଛନ୍ତି । ଚାଷ ପାଇଁ ଦରକାର ଉପଯୁକ୍ତ ତାଲିମ । ଉପଯୁକ୍ତ ତାଲିମକ୍ରମେ ଚାଷ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । କୃଷି ବିଭାଗ ପକ୍ଷରୁ ଜଣେ ।  ଉନ୍ନତ ଚାଷୀ ଭାବେ ପୁରସ୍କୃତ ହେବା ସହିତ ଦୁଇ ପାଦ ଆଗକୁ ବଢି ଜଣେ ସଫଳ ଚାଷୀ ଭାବରେ ସମଗ୍ର ଅଞ୍ଚଳରେ ନାଁ କମାଇ ପାରିଛନ୍ତି । ଚାଷରେ ବେଶ ଦି’ପଇସା ଭଲ ଆୟ ହେଉଥିବା ସତ୍ତ୍ଵେ ବିକ୍ରିର ଅଭାବ ରହିଛି ବୋଲି ସେ କହିଛନ୍ତି । ଏପରିକି ଆଜି ଦିନରେ ବିଲାତି ବାଇଗଣ କିଲୋ ପ୍ରତି ୨ ଟଙ୍କା ଦରରେ ମଧ୍ୟ ଖାଉଟି କିଣିବାକୁ ନାରାଜ ଥିବାବେଳେ ବାଧ୍ୟ ହୋଇ କ୍ଷତି ସହିବାକୁ ପଡ଼ୁଥିବା ସେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ବିକ୍ରିର ବ୍ୟବସ୍ଥା ସକାଶେ ଅଧିକ ଧାନ ଦେଲେ ଚାଷୀ ଅଧିକ ଲାଭବାନ ହୋଇପାରିବ । ଏଥିସହ ଶୀତଳ ଭଣ୍ଡାରର ଯଥେଷ୍ଟ ଆବଶ୍ୟକତା ଥିବା ସେ କହିଛନ୍ତି ।

ଆଧାର –

  1. କୃଷି ବିଭାଗ
  2. ବଲାଙ୍ଗୀରରୁ ଶ୍ୟାମସୁନ୍ଦର ମେହେର

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate