ସେ କୃଷି ପରିବାର ସଦସ୍ୟ ନଥିଲେ । ପାରିବାରିକ ସୁତ୍ରରେ ସେ ପାଇନଥିଲେ ଏକର ଏକର ଜମି । କିନ୍ତୁ କୃଷି ପ୍ରତି ତାଙ୍କର ଥିଲା ଦୁର୍ବଳତା । କୃଷିକୁ ନେଇ ଆଗକୁ ବଢିବାର ସେ ସ୍ଵପ୍ନ ଦେଖିଥିଲେ ।
ଦୃଢ ଇଚ୍ଛାଶକ୍ତି ଓ ସଂଘର୍ଷ ବଳରେ ନିଜ ସ୍ୱପ୍ନକୁ ସେ ସାକାର କରିପାରିଛନ୍ତି । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ସମଗ୍ର ରାଜ୍ୟରେ ନିଜର ସ୍ଵତନ୍ତ୍ର ବ୍ରାଣ୍ଡ ତିଆରି କରିପାରିଛନ୍ତି । ଏଭଳି ଜଣେ ସଫଳ ଉଦ୍ୟୋଗୀ ହେଲେ ଦିନେଶ ଗୁପ୍ତ ।
ସଫଳତା ପାଇବା ପରେ ବି ସେ ଅଟକି ଯାଇନାହାନ୍ତି । ଜୈବିକ କୃଷିକୁ ନେଇ ତାଙ୍କ ପରୀକ୍ଷା ନୀରିକ୍ଷା ଏବେ ବି ଚାଲିଛି । ବୟସ ୫୪ ଛୁଇଁଲାଣି । ମାତ୍ର ତାଙ୍କୁ ଦେଖିଲେ ଲାଗେ ନିଜ କ୍ୟାରିଅରକୁ ନେଇ ସ୍ଵପ୍ନ ଦେଖିଥିବା ଜଣେ ଯୁବକ ପରି ।
କଟକ ଚାଉଳିଆଗଞ୍ଜର ନିଳାଦ୍ରା ବିହାରରେ ରହୁଥିବା ଦିନେଶଙ୍କ ଜେଜେଙ୍କ ଘର ହରିଆଣାରେ । ବହୁ ବର୍ଷ ପୂର୍ବେ ଦିନେଶଙ୍କ ବାପା ପୁଅ ହୋଇ ଭଦ୍ରକ ଚାଲିଆସନ୍ତି । ସେଠାରେ କିଛି ଦିନ ରହିବା ପରେ ଦିନେଶ ଓ ତାଙ୍କ ବାପା ମିଶି କଟକ ଆସନ୍ତି । ପିଲାଟି ବେଳରୁ ବ୍ୟବସାୟୀ ପ୍ରତି ଆଗ୍ରହ ଥିଲା । ସେ କଟକ ଆସି ବ୍ୟବସାୟୀ କରିବାକୁ ଚେଷ୍ଟା କଲେ । ୧୩ହଜାର ଟଙ୍କାରୁ ଆରମ୍ଭ କରନ୍ତି ମିଶ୍ରି କାରଖାନା । ପରେ ୧୯୮୦ରେ 'କ୍ଵାଲିଟି ଚକୋଲେଟ୍ ପ୍ରସ୍ତୁତ କରନ୍ତି । ବହୁ ସମସ୍ୟା ଭିତରେ ଏମିତି ଦିନ ଆସିଛି, ତାଙ୍କୁ ଫୁଟ୍ ପାଥରେ ରାତି କଟେଇବାକୁ ବି ପଡ଼ିଛି। ୧୯୯୨ରେ କୃଷି ଓ କୃଷକଙ୍କୁ ସାହାଯ୍ୟ କରିବାକୁ ଇଚ୍ଛାରେ ସେ ଗୋଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରନ୍ତି । ଜଗତପୁରରେ ପ୍ରସ୍ତୁତ କରନ୍ତି ନନ୍ଦିନୀ ବ୍ରଣ୍ଟର ‘ଅମ୍ବିକା' ଗୋଖାଦ୍ୟ । ଆଜିକା ଦିନରେ ଯାହାର ମୂଲ୍ୟ ୫୦କେଜିକୁ ୭୫୦ ଏବଂ ଭଲ ଦାନା ୫୦କେଜିକୁ ୮୫୦ଟଙ୍କା ରହିଛି ଡା. ପ୍ରମୋଦିନୀ ଗୁପ୍ତାଙ୍କୁ ବିବାହ କରିବା ପରେ ଦିନେଶ ନିଜ ଘରେ ୨୦୦୫ରେ ୨-୩ଲକ୍ଷ ଟଙ୍କା ଖର୍ଚ୍ଚରେ ଆରମ୍ଭ କରନ୍ତି ଜୀବନଧାରା ନସିଂହୋମ୍ ।
ସବୁକିଛି କଲା ପରେ ଶେଷରେ ୨୦୧୧ରେ କଟକ ଜଗତସିଂହପୁର ରାସ୍ତାରେ କନ୍ଦରପୁର ନିକଟରେ ଏକ ଜାଗା କିଣିଲେ । ଯେଉଁଠି ଆରମ୍ଭ କଲେ। ଫର୍ମ ହାଉସ୍ । ନିଜ ସଉକ ପୁରଣ ପାଇଁ ଏଠାରେ ଜୈବିକ ଉପାୟରେ ଚାଷ ସାଙ୍ଗକୁ ଗୋଶାଳା, ଗୋବର ଗ୍ୟାସ ପ୍ଲାଣ୍ଟ ଏବଂ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର କରାଯାଇଛି । ପ୍ରାୟ ଏକ ଏକ ଜମିରେ ତେଜପତ୍ର, ନଡ଼ିଆ, ଆମ୍ବ, ପଣସ, ବାରମାସା କରମଙ୍ଗା, ଫାଲସା କୋଳି, ଅଁଳା, ନରକୋଳି, ଅମୃତଭଣ୍ଡା, ପିଜୁଳି, ସେପଟା, ଟଭା, ଗଦ ଗଛ, ଆତ ଗଛ ଲାଗି । ଏଥିସହିତ ଇଉକାଲି ପଟସ, ଝାଉଁ, ଆକାଶୀ ସାଙ୍ଗକୁ ପରିବା ଚାଷରେ ବିଲାତି, ବାଇଗଣ, ଆଳୁ, କୋବି, ଧନିଆପତ୍ର, କଞ୍ଚାଲଙ୍କା ଓ ଅନ୍ୟାନ୍ୟ ପନିପରିବା ଲାଗିଛି । ଗତବର୍ଷ ସେ ୧ବସ୍ତା ଆଳୁ ଲଗାଈ ୯ବସ୍ତା ଆଳୁ ଉତ୍ପାଦନ କରିଥିଲେ । ବିଭିନ୍ନ ପ୍ରକାରର ଫୁଲ, ଫଳରେ ଭାଙ୍ଗି ପଡୁଛି ଫାର୍ମ ହାଉସ୍ । ସେହିପରି ୬ଟି ଗାଈ ମଧ୍ୟ ଅଛନ୍ତି । ଦିନେଶ କୁହନ୍ତି ୧ଟି ଗାଈ ଆଣିଥିଲି ଏବେ ୬ଟି ଅଛନ୍ତି । ତାଙ୍କର କହିବା କଥା ହେଲା ପିଲାଟିବେଳୁ ମୋର ସଉକ ଥିଲା। ଚାଷବାସ କରି ସେହି ପରିବେଶରେ ରହିବା ପାଇଁ ।
ଆଧାର – କୃଷି ବ୍ୟୁରୋ
Last Modified : 1/26/2020