অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାବଲମ୍ବୀ ହେବା ଲାଗି ଦୃଢ ମନୋବଳ ଓ ପରିଶ୍ରମ

ସ୍ଵାବଲମ୍ବୀ ହେବା ଲାଗି ଦୃଢ ମନୋବଳ ଓ ପରିଶ୍ରମ

ବିଭୂତି ଭୂଷଣ ପ୍ରଧାନ ସଫଳ ଚାଷୀଙ୍କ ପରିଚୟ

ଯୁକ୍ତ ଦୁଇ ଶିକ୍ଷା ପରେ ରୋଜଗାର ଚିନ୍ତା ଘାରିଲା । ତେବେ ଏଥିଲାଗି କୋଣସି ଚାକିରି ପାଇଁ ଉଦ୍ୟମ ନ କରି ସେ ଚାଷକାର୍ଯ୍ୟରେ ମନୋନିବେଶ କଲେ । ଚାଲିଲା ଉଦ୍ୟମ । ତେବେ ବର୍ଷ କେଇଟାରେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ସଫଳ ଚାଷୀ ଭାବେ ପରିଚିତ ହେଲେ । ଏଥିସହିତ ତାଙ୍କ ଚାଷଜମିରେ ଆଉ କେତେଜଣଙ୍କୁ ମଧ୍ୟ ରୋଜଗାର କ୍ଷମ କରେଇବାରେ ସମର୍ଥ ହୋଇପାରିଛନ୍ତି । ସେ ହେଲେ ବିଭୂତି ଭୂଷଣ ପ୍ରଧାନ (ମୋ:୯୭୭୭୦୭୩୭୮୯) । ଜନ୍ମ ଅନୁଗୁଳ ଜିଲା ସଦର ବ୍ଳକର ତଳଗଡ଼ ଅନ୍ତର୍ଗତ ରଗୁଡ଼ିଆପଡ଼ା ଗାଁରେ । ପିତା ହୃଷୀକେଶ ପ୍ରଧାନ ଓ ମା'ଙ୍କ ନାମ କାଞ୍ଚନ ଦେଈ । ଗାଁ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥବା ବିଭୂତି ଯୁକ୍ତ ଦୁଇଯାଏ ପଢିଲେ । ଏ ସମ୍ପର୍କରେ ସେ କୁହନ୍ତି- ‘ମୋର ପାଠରେ ବିଶେଷ ମନ ଲାଗିଲା ନାହିଁ। ସେଥିପାଇଁ ସମୟକୁ ନଷ୍ଟ ନ କରି ରୋଜଗାର ଉଦ୍ଦେଶ୍ୟରେ ଚାଷକାର୍ଯ୍ୟକୁ ଆପଣେଇଲି ।

ଚାଷକାମ ଆରମ୍ଭ

ପ୍ରଥମେ ୧୯୯୬ରେ ଏକର ଜମିରେ କଦଳୀ ଚାଷ ଆରମ୍ଭ କରିଥିଲି । ମୂଳଧନ ଭାବେ ୧୫ ହଜାର ଟଙ୍କା ଖର୍ଚ୍ଚକରି ଏହି ଚାଷରୁ ୪୦ ହଜାର ଟଙ୍କା ଲାଭ ପାଇଲି । ପୁଣି କିଛିଦିନ ୨୫୦୦ ବ୍ରାଏଲର କୁକୁଡ଼ା ପାଳନ କରି ଗୋଟିଏ ବର୍ଷରେ ପ୍ରାୟ ୨ ଲକ୍ଷ ଟଙ୍କା ଲାଭବାନ ହେଲି । ମାତ୍ର ଏବେ କୁକୁଡ଼ା ପାଳନ ନ କରି ବିଭିନ୍ନ ପନିପରିବା ଚାଷ କରିବା ପାଇଁ ଢିଲା କୃଷି ବିଜ୍ଞାନ କେନ୍ଦ୍ରରୁ କୃଷି ସମ୍ପର୍କରେ ବୈଷୟିକ ଶିକ୍ଷା ପାଇ ବର୍ତ୍ତମାନ ପ୍ରାୟ ୭ ଏକର ଜମିରେ ଫୁଲକୋବି, ବାଇଗଣ, କାକୁଡ଼ି, ଟମାଟୋ, ଲଙ୍କା ଏବଂ ପୋଟଳ ଆଦି ପନିପରିବା ଚାଷ କରୁଛି । ଏହା ବ୍ୟତୀତ ୧ ଏକର ଜମିରେ ପ୍ରାୟ ୬୦ଟି ଆମ୍ବଗଛ ଲଗାଇଛି । ଏହି ଚାଷଜମିରେ ପ୍ରତିଦିନ ୮ଜଣ ଲୋକ ପରିଶ୍ରମ କରି ସେମାନଙ୍କ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି । ଏହି ଚାଷରୁ ସମସ୍ତ ଖର୍ଚ୍ଚ ଯାଇ ବର୍ଷକୁ ପ୍ରାୟ ୫ଲକ୍ଷ ଟଙ୍କା ଲାଭ ହୋଇଥାଏ ।

ସଫଳ ଚାଷୀ ଭାବେ ଅନୁଭୂତି

ଚାଷ ପାଇଁ ବିଭିନ୍ନ ସ୍ଥାନରୁ ବି ପୁରସ୍କୃତ ହୋଇଛି ।' ଜଣେ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ପରିବାର ପ୍ରତିପୋଷଣରେ ସହାୟ ହୋଇପାରିବ, ଏହା ମୋ ନିଜ ଅନୁଭୂତିରୁ କହୁଛି । ଅବଶ୍ୟ ଏଥିଲାଗି ପରିଶ୍ରମକୁ ଡରିଲେ ହେବନାହିଁ ବୋଲି କୁହନ୍ତି ଏହି ସଫଳ ଚାଷୀ ।

ଲୋକନାଥ ସା ସଫଳ ଚାଷୀ

ନବମ ଶ୍ରେଣୀରୁ ତାଙ୍କର ପାଠ ପଢାରେ ଡୋରି ବନ୍ଧା ହୋଇଗଲା । ତା'ପରେ ରୋଜଗାର କଥା ଭାବିଲେ । ସ୍ଥାନୀୟ ଚୂନପଥର ଖଣିରେ ଯାଇ କିଛ ମାସ କାମ କଲେ। ମାତ୍ର ସେଠାରୁ ଫେରିଆସି ଜର୍ସିଗାଈ ପାଳନ ପାଇଁ ମନ ବଳାଇଲେ । କିନ୍ତୁ ଏଥିଲାଗି ପାଖରେ ଅର୍ଥ ନାହିଁ। ଶେଷରେ ଘର ସୁନା ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖି ପାଞ୍ଚହଜାର ଟଙ୍କା ଆଣିଲେ । ସେହି ଟଙ୍କାରେ ଜର୍ସିଗାଈଟିଏ କିଣି ଆରମ୍ଭ କଲେ ଗୋପାଳନ । ପୁଣି ବର୍ଷକ ପରେ କିଷାନବିକାଶ ଯୋଜନାରେ ଜମା କରିଥିବା ଟଙ୍କାକୁ ଉଠାଇ ଆଉ ଗୋଟିଏ ଗାଈ କିଣିଲେ । ଉତ୍ପାଦିତ କ୍ଷୀର ବଢିଲା, ଲାଭବି ବଢିଲା । ଏହିଭଳି ଭାବେ ତାଙ୍କ ଗୋପାଳନର ପରିସୀମା ବଢିଲା । ଏବେ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଗୋପାଳକ ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି । ସେ ହେଲେ ଲୋକନାଥ ସା (ମୋ: ୯୯୩୭୦୮୧୪୬୮) । ଘର ବରଗଡ଼ ଜିଲା ଆମାରେନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀ ଗ୍ରାମରେ । ପିତା ଯୁଧିଷ୍ଟିର ସା ଓ ମା'ଙ୍କ ନାମ ଉର୍ମିଳା । ନିଜର ଏହି ଗୋପାଳନ ବିଷୟରେ ଲୋକନାଥ କୁହନ୍ତି- “ଗା ସ୍କୁଲରେ ୯ମ ଶ୍ରେଣୀଯାଏ  ପଢିଲି । ଆଉ ପାଠପଢାରେ ମନଲାଗିଲା ନାହିଁ, ଦିନକୁ ଦିନ ଘର ଖର୍ଚ୍ଚ ବଢିବାରୁ ରୋଜଗାର ଚିନ୍ତାଘାରିଲା । ଚୂନପଥର ଖଣିରେ କିଛିଦିନ କାମ କଲି । ପରିଶ୍ରମ ଅନୁସାରେ ସେଭଳି ପଇସା ମିଳିଲାଣି  । ଶେଷରେ ଗୋପାଳନ କରିବାକୁ ମନସ୍ଥ କଲି ।

ଗୋପାଳନ କରି  ସ୍ଵାବଲମ୍ବୀ

ସୁନା ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖି ସେଭଳି ପଇସା ମିଳିଲାଣି । ଶେଷରେ ଗୋପାଳନ କରିବାକୁ ମନସ୍ଥ କଲି । ସୁନା ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖି ୩୩ ଗାଈ ସେ ପାଳନ କରୁଛନ୍ତି । ଏଥିରୁ ପ୍ରତ୍ୟେକଦିନ ମିଳୁଥିବା ପ୍ରାୟ ୬୦ ଲିଟର କ୍ଷୀରକୁ ବଜାରରେ ବିକ୍ରିକରୁଛନ୍ତି । ପ୍ରତ୍ୟହ ଗାଈଙ୍କ ଯତ୍ନ ସହ ସେମାନଙ୍କ ପାଇଁ ଗୋଖାଦ୍ୟ ସଂଗ୍ରହକରିଥାନ୍ତି । ପ୍ରଥମେ ପ୍ରଥମେ କେଶରପାଲିସ୍ଥିତ ଏକ କ୍ଷୀର ଭଣ୍ଡାରରେ ସେ କ୍ଷୀର ନେଇ ବିକ୍ରିକରୁଥିଲେ । କିନ୍ତୁ କିଛି ଦିନ ପରେ ନିଜେ ଏକ ଷ୍ଟାଲଟେଖାଲି କ୍ଷୀର ବିକ୍ରିକରୁଛନ୍ତି । ଆଉ ଗୋପାଳନରୁ ମିଳୁଥିବା ଗୋବରଖାତକୁ କଦଳୀ ଚାଷରେ ବ୍ୟବହାର କରୁଛନ୍ତି । ଏହିପରି ଭାବେ ବର୍ଷକୁ ପ୍ରାୟ ଏକଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଉଥିବା କଥା କୁହନ୍ତି ଲୋକନାଥ । ନିଜର ଏତାଦୃଶ କାର୍ଯ୍ୟ ଲାଗି ପୁରସ୍କାର ପାଇଥିବା ଏହି ସଫଳ ଗୋପାଳକଙ୍କ ମତରେ ସ୍ଵାବଲମ୍ବୀ ହେବାକୁ ହେଲେ ପ୍ରଥମେ ମନକୁ ଦୃଢ କରିବା ଜରୁରୀ ।

ଆଧାର –

  1. ଡ. ବିନୀତା ଶତପଥୀ ସିନିୟର ସାଇଣ୍ଟିଷ୍ଟ ଆଣ୍ଡ ହେଡ୍, କୃଷିବିଜ୍ଞାନ କେନ୍ଦ୍ର, ଅନୁଗୋଳ
  2. ହରିଶ କୁମାର ଭୋଇ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate