ଆବହମାନ କାଳରୁ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ରହିଅଛି I କୃଷି-ଭିତ୍ତିକ ଅର୍ଥନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି, “ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ” I ଭାରତରେ ଅଧିକାଂଶ କୃଷି ଉତ୍ପାଦ ଚାଷୀମାନଙ୍କ ଦ୍ୱାରା ଘରୋଇ ଉଦ୍ୟୋଗ, ମହାଜନ କିମ୍ବା ଗାଁ ବ୍ୟାପାରୀ ମାନଙ୍କୁ ବିକ୍ରି କରାଯାଇଥାଏ I କୃଷିଜାତ ଦ୍ରବ୍ୟର କ୍ରୟ ଓ ବିକ୍ରୟକୁ କୃଷି ବିପଣନ କୁହାଯାଏ I ପୁର୍ବରୁ ଯେତେବେଳେ ଗ୍ରାମ୍ୟ ଅର୍ଥନୀତି ପ୍ରାୟ ଆତ୍ମନିର୍ଭରଶୀଳ ଥିଲା କୃଷିଜାତ ଦ୍ରବ୍ୟର ବିପଣନରେ କୌଣସି ଅସୁବିଧା ହେଉ ନ ଥିଲା କାରଣ ଚାଷୀମାନେ ଉତ୍ପାଦକକୁ ଗ୍ରାମରେ ହିଁ ନଗଦ ରାଶି କିମ୍ବା ବସ୍ତୁ ବିନିମୟ ଆକାରରେ ବିକ୍ରୟ କରିପାରୁଥିଲେ I କିନ୍ତୁ ଆଜିକାଲି ଏହା ବହୁତ ଜଟିଳ ହୋଇ ଯାଇଛି ଏବଂ ଉତ୍ପାଦ ଗ୍ରାହକ ପାଖରେ ପହଞ୍ଚିବା ପୁର୍ବରୁ ଅନେକ ହାତଦେଇ ଗତିକରିଥାଏ I
ବର୍ତ୍ତମାନ କୃଷିଜାତ ଦ୍ରବ୍ୟ ବିଭିନ୍ନ ମାଧ୍ୟମରେ ବିକ୍ରି କରା ଯାଉଅଛି I ଉଦାହରଣ ସ୍ୱରୁପ, ଏହାକୁ ଚାଷୀର ଗ୍ରାମରେ ଥିବା ସାପ୍ତାହିକ ହାଟରେ କିମ୍ବା ପଡୋଶୀ ଗ୍ରାମରେ ବିକ୍ରୟ କରାଯାଇପାରିବ I ଏମିତି କୌଣସି ସୁବିଧା ନ ଥିଲେ, ଉତ୍ପାଦକୁ ପାଖରେ ଥିବା ଗ୍ରାମ କିମ୍ବା ସହରରେ ଅନିୟମିତ ଭାବେ ବସୁଥିବା ହାଟ ଅଥବା ମଣ୍ଡିରେ ବିକ୍ରି କରାଯାଇପାରିବ I ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ମୂଲ୍ୟ ନ ପାଇବାର କାରଣ ହେଉଛି ଗ୍ରାମାଞ୍ଚଳରେ ଭଲ ଭିତ୍ତିଭୂମୀ ଯଥା ରାସ୍ତା, ପରିବହନର ସାଧନ, ମହଜୁଦ ରଖିବା ପାଇଁ ଗୋଦାମର ଅଭାବ I ଉପରନ୍ତୁ, କମ ପରିମାଣର ଉତ୍ପାଦନ ଭଲ ଦାମ ପାଇବାରେ ସହାୟକ ହୋଇ ନ ଥାଏ, କାରଣ ବ୍ୟାପାରୀମାନେ ଥୋକ ଆକାରରେ କିଣିବାକୁ ପସନ୍ଦ କରିଥାଆନ୍ତି I ନିୟନ୍ତ୍ରିତ ବଜାରର ଅବସ୍ଥିତି ବହୁତ କମ୍ I ପ୍ରାୟତଃ, ଗ୍ରାମ୍ୟ ବଜାରସବୁ ଅନିୟନ୍ତ୍ରିତ ଭାବେ କାର୍ଯ୍ୟକରିଥାଏ ଯାହାର ଅନେକ ଗୁଡିଏ ତ୍ରୁଟି ରହିଅଛି ଏବଂ ଏହା ଗରୀବ ଚାଷୀମାନଙ୍କ ପାଇଁ ସହାୟକ ନୁହେଁ I ଏହି ସବୁ ଅସୁବିଧା ଭିତରେ ତରାଜୁ ନ ଥିବା, ମଧ୍ୟସ୍ଥିମାନଙ୍କ ଦ୍ୱାରା ଅଧିକ କମିଶନ, କାରବାରରେ ସ୍ୱଚ୍ଛତାର ଅଭାବ ଇତ୍ୟାଦି ଅନ୍ତର୍ଭୁକ୍ତ I ଆଉ ଏକ ମୁଖ୍ୟ ଅସୁବିଧା ହେଉଛି ନଷ୍ଟଶୀଳ (ପେରିଶେବୁଲ୍) ପଦାର୍ଥ ଯଥା ଦୁଧ, ପରିବା, ଫଳ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଗ୍ରାହକ ପାଖରେ ଯଥା ଶୀଘ୍ର ପହଞ୍ଚିବା ଦରକାର, ଅନ୍ୟଥା ଗ୍ରାହକମାନେ ଏହି ସବୁ ଜିନିଷକୁ ଆଗ୍ରାହ୍ୟ କରିଦିଅନ୍ତି I
ଉତ୍ପାଦକ ପାଖରେ ବିଭିନ୍ନ ବଜାର ସୂଚନା ସଂଗ୍ରହ କରି ପ୍ରତିଯୋଗୀତାମୂଳକ ଦର ପାଇବା ପାଇଁ ସୁବିଧା ନ ଥିବାରୁ ନିଜ ଗ୍ରାମରେ ମିଳୁଥିବା ଯେ କୌଣସି ଦାମରେ ଜିନିଷକୁ ବିକ୍ରୟ କରିବା ବ୍ୟତୀତ ତାହା ପାଖରେ ଆଉ କୌଣସି ପନ୍ଥା ନ ଥାଏ I ଏହି ପରିପ୍ରେକ୍ଷିରେ ପାଥୱେଜ୍ ପ୍ରକଳ୍ପ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ କାର୍ଯ୍ୟାବଳୀ ଭିତରେ ମହିଳା ଚାଷୀମାନେ ଉତ୍ପାଦନ କରୁଥିବା ସାମଗ୍ରୀ ପାଇଁ 'ଅଗ୍ରଗାମୀ ଓ ଅଧୋଗାମୀ ସଲଗ୍ନତା' (forward and backward linkages) ନିଶ୍ଚିତ କରିବା ଏକ ପ୍ରମୁଖ ହସ୍ତକ୍ଷେପ I
ଏହି ଭାଗଟି ଲକ୍ଷ୍ୟଧାର୍ଯ୍ୟ ଗ୍ରାମର ଚାଷୀମାନଙ୍କୁ କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ପଦ୍ଧତିରେ ପ୍ରଶିକ୍ଷଣପାଇଁ ଉଦ୍ଦିଷ୍ଟ ମଡ୍ୟୂଲ୍ ସମ୍ପର୍କରେ କେନ୍ଦ୍ରୀଭୂତ ଅଛି I ଚାଷୀମାନଙ୍କଦ୍ୱାରା ଅମଳ ପରବର୍ତ୍ତୀ କାର୍ଯ୍ୟକ୍ରମ ଏବଂ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ପ୍ରତ୍ୟେକ ଅଧିବେଶନରେ ଆଲୋଚନା କରାଯିବ I ଫସଲ ବିକାଶ ଚରଣର ଅମଳ ଓ ଅମଳ-ପରବର୍ତ୍ତୀ ଅଭ୍ୟାସ ବିଷୟରେ ମହିଳା ଚାଷୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ପାଞ୍ଚଟି ମଡ୍ୟୂଲ୍ ପ୍ରସ୍ତୁତ କରାଯାଇଛି I ସେଗୁଡିକ ହେଲା:
ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I
ପ୍ରତ୍ୟେକ ଅଧିବେଶନର ସଂରଚନା |
ବ୍ୟାଖ୍ୟାତ୍ମକ ଟିପ୍ପଣୀ |
ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I |
|
ମଡ୍ୟୂଲ |
ଫସଲ ବିକାଶ ଅବସ୍ଥା I |
ଅଧିବେଶନର ଶୀର୍ଷକ |
ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I (ଯଥା, ଖରା ଦିନିଆ ହଳ କରିବା, ଜୈବିକ ଖତର ପ୍ରୟୋଗ, ମାଟି ପରୀକ୍ଷା ଇତ୍ୟାଦି) |
ଉଦ୍ଦେଶ୍ୟ |
ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I |
ପଦ୍ଧତି |
କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟାଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟାଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I |
ଅଂଶଗ୍ରହଣକାରୀ |
କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ଏହା ସର୍ବଦା ସ୍ଵୟଂ ସହାଯକ ଦଳ ଓ ସମୂହର ମହିଳା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ I ଅଧିବେଶନର ଶୀର୍ଷକକୁ ନେଇ ଏଥିରେ ପରିବାର ଏବଂ ଗ୍ରାମର ଅନ୍ୟ ପୁରୁଷ ଚାଷୀମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ପାରନ୍ତି I |
ସଭା ସ୍ଥାନ |
ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ଥଳ କିମ୍ବା ପଞ୍ଚାୟତ ଭବନ I |
ଦରକାରୀ ସରଞ୍ଚାମ |
ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ, ମଞ୍ଜି, ମୃତ୍ତିକା, ସାର ପ୍ୟାକେଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ I ଯଦି କୌଣସି ଅଧିବେଶନରେ ବ୍ୟଖ୍ୟାନ ପରେ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ସିଆରପିମାନେ ଆଗରୁ ନିଷ୍ପତ୍ତି ନେବା ଦରକାର ବ୍ୟଖ୍ୟାନ ଅଧିବେଶନ ପରେ ଚାଷୀମାନେ କେଉଁ ଜାଗାରେ ଏକତ୍ରିତ ହେବେ I |
ସମୟ ସୀମା |
ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I ପୁଣି ଏହା ଦୁଇ ଭାଗରେ ବିଭକ୍ତ, ଯଥା “ଶ୍ରେଣୀ ଗୃହ ଅଧିବେଶନ” ପାଇଁ ଦରକାର ହେଉଥିବା ସମୟ ଏବଂ କ୍ଷେତ୍ର "ପରିଦର୍ଶନ" ପାଇଁ ଦରକାର ହେଉଥିବା ସମୟ I |
ଅଧିବେଶନ ପ୍ରବାହ |
|
୧. ପୃଷ୍ଠଭୁମି |
ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I |
୨. ଉତ୍ତୋରତ୍ତର କାର୍ଯ୍ୟାବଳୀ |
ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I
|
୩. ଉପସଂହାର |
|
ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I
"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"
ସିଆରପିମାନେ ଚାଷୀମାନଙ୍କୁ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ଉତ୍ତମ ଦରରେ ବିକ୍ରି କରିବାପାଇଁ ପଥ ପ୍ରଦର୍ଶନ କରିବା ସାମର୍ଥ୍ୟ ଥିବା ଉଚିତ I ପାଥୱେଜ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସବୁ ଚାଷୀଙ୍କୁ ଏକ ସାଙ୍ଗରେ ଆଣି ସମୁଦାୟ ଗଠନ କରିବା ଏବଂ କୃଷିଜାତ ଦ୍ରବ୍ୟକୁ ଏକାଠି କରି ଥୋକ ଆକାରରେ ବ୍ୟାପାରୀଙ୍କୁ ବିକ୍ରୟ କରି ଅଧିକ ଲାଭ ଉପାର୍ଜନ କରିବା I ଏହି ପ୍ରକ୍ରିୟାର ସୁବିଧା ହେଉଛି ଯେ ପରିବହନ ଖର୍ଚ୍ଚ ସମସ୍ତଙ୍କ ଭିତରେ ବଣ୍ଟନ ହେବା ସହ ଏହା ଲାଭଦାୟକ ବଜାରରେ ଅଧିକ ମୁଲଚାଲ କରିବା ପାଇଁ ଚାଷୀମାନଙ୍କୁ କ୍ଷମତା ଦେଇଥାଏ I ଏହି ପ୍ରକ୍ରିୟାରେ ଚାଷୀମାନେ କାରବାରର ସର୍ତ୍ତାବଳୀ ଉପରେ କର୍ତ୍ତୁତ୍ୱ ଜାହିରକରି ଉତ୍ପାଦର ନଗଦ ଭୁକ୍ତାନ ପାଇଁ ଦାବି କରି ପାରିବେ I ଚାଷୀମାନଙ୍କ ମଧ୍ୟରେ ଏହି ମାନସିକତା ଆଣିବା ପାଇଁ ଏହି ବିଭାଗରେ ପ୍ରସ୍ତୁତ କରାଯାଇଥିବା ମଡ୍ୟୂଲସବୁ ଧାର୍ଯ୍ୟ ଦଳଗୁଡିକୁ ଦିଗ୍ ଦର୍ଶନ ଦେବ I ଏହି ବିଷୟରେ ପଥପ୍ରଦର୍ଶନକରାଇ କୃଷକ ଉତ୍ପାଦ କମ୍ପାନୀ ଢାଞ୍ଚାରେ ଗ୍ରାମ୍ୟ-ସ୍ତର ଅନୁଷ୍ଠାନ ଗଢିବା କାର୍ଯ୍ୟକୁ ସିଆରପିମାନେ ତ୍ୱରାନ୍ନିତ କରିବା ଉଚିତ I
ଆଧାର – ପୋର୍ଟାଲ ଟିମ
Last Modified : 4/26/2020