অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିପରି କରିବେ ମୃତ୍ତିକା ପରୀକ୍ଷା

ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ

ମାଟି ପରୀକ୍ଷା ପାଇଁ ସମସ୍ତ ମୁଖ୍ୟ ଉପାଦାନ ନିମନ୍ତେ ନମୁନା ପ୍ରତି ୫ଟଙ୍କା, ପ୍ରତି ଗୌଣ ଉପାଦାନ ନିମନ୍ତେ ୧୦-୨୫ଟଙ୍କା ଦେୟ ଓ ମାଟିର ବିବରଣୀ ସହ ନମୁନା ମାଟିକୁ ଏକ ପଲିଥିନ୍ ରେ  ରଖି ତାହାକୁ ସୂତାରେ ବାନ୍ଧି ସହକାରୀ କୃଷି ଅଧିକାରୀ ଅଥବା ମୃତ୍ତିକା ପରୀକ୍ଷାଗାରରେ ନଚେତ କୃଷି ବିଜ୍ଞାନକେନ୍ଦ୍ର, କୃଷି ମହାବିଦ୍ୟାଳୟସ୍ଥ  ରସାୟନ ବିଭାଗର ପରୀକ୍ଷାଗାରରେ ଦାଖଲ କରିପାରିବେ ।

କିପରି କରିବେ ମୃତ୍ତିକା ପରୀକ୍ଷାମୃତ୍ତିକାର ସ୍ଵାସ୍ଥ୍ୟ ଠିକ୍ ଓ ଉର୍ବରିଆ ଥିଲେ  ଫସଲର ଅମଳ ଆଶାନୁରୂପ ହୋଇଥାଏ । ମୃତ୍ତିକା କିପରି ଅଛି, ତାହା ପ୍ରଥମେ ଜାଣିବା ଦରକାର । ମୃତ୍ତିକାର ସ୍ଵାସ୍ଥ୍ୟକୁ ଠିକ୍ ରଖ ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ । ଏହି ପରୀକ୍ଷା ଦ୍ଵାରା ମାଟିରେ ଅଭାବ ବା ଅଧିକ ଥିବା ଖାଦ୍ୟସାରର ପରିମାଣ ସମ୍ବନ୍ଧରେ ଜାଣି ଚାଷ ହେବାକୁ ଥିବା ଫସଲରେ କେତେ ଖାଦ୍ୟସାର ଆବଶ୍ୟକ ଏବଂ କେତେ ସାର ପ୍ରୟୋଗ ହେବ ତାହା ଜଣାପଡେ । ମୃତ୍ତିକାରେ କିସମ ଓ ଗୁଣ ଚିହ୍ନଟ କରି ହୁଏ । ମୃତ୍ତିକାର ଗୁଣାତ୍ମକ ମାନ ଓ ଉର୍ବରତା ରକ୍ଷା କରିବା ସମ୍ଭବ ହୋଇଥାଏ । ଏତଦ୍‌ବ୍ୟତୀତ ଏହି ପରୀକ୍ଷାରୁ ମାଟିଜନିତ ସମସ୍ୟା ଯଥା -ଅମ୍ଳ ପରିମାପକ ଠିକ୍ ନ ଥିବା ବା ଅଶ୍ଵସାର ଉପଲବ୍ଧ ନ ଥିବା ବିଷୟ ଆଦି ଜଣାପଡେ । ପ୍ରତି ୨-୩ ବର୍ଷରେ ଥରେ ମାଟି ପରୀକ୍ଷା କରିବା ଆବଶ୍ୟକ । ମାଟି ପରୀକ୍ଷାର ଫଳାଫଳ ଅନୁଯାୟୀ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ଜରିଆରେ ଫସଲ ଚାଷ ନିମିତ୍ତ ଖତସାର, ଜୈବସାର ଓ ମୃତ୍ତିକା ସୁଧାରିବା ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଦିଆଯାଇଥାଏ ।

ମୃତ୍ତିକାକୁ ନେଇ ଫସଲ ଚାଷ କରାଯାଏ । ଫସଲର ବୃଦ୍ଧି ନିମନ୍ତେ ମୋଟ ୧୮ଟି ଖାଦ୍ୟ ଉତ୍ପାଦନ ମଧ୍ୟରୁ ଯେକୌଣସିଟିର ଅଭାବ ହେଲେ ଫସଲ ଅମଳ ଆଶାନୁରୂପ ହୋଇପାରି ନ ଥାଏ । ଅଧିକନ୍ତୁ ବାରମ୍ବାର ଫସଲ ଚାଷ ଓ ଅଧ୍ୟକ ଅମଳକ୍ଷମ ଫସଲ ଚାଷ ଦ୍ଵାରା ମାଟିରୁ ଅନେକ ଖାଦ୍ୟସାର କମିଯାଏ । ଅନ୍ୟପକ୍ଷରେ ମାଟିରେ ଏକ ଉପାଦାନ ଯଥେଷ୍ଟ ଥାଇ ପୁନର୍ବାର ସେହି ଉପାଦାନକୁ ପ୍ରୟୋଗ କଲେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । ଅଧିକନ୍ତୁ ମୃତ୍ତିକାର ଅମ୍ଳ ବା କ୍ଷାରଦେଷ ହେଲେ ପୁନର୍ବାର ଖର୍ଚ୍ଚାନ୍ତ ହେବା ନିଶ୍ଚିତ । ସୁତରାଂ, ମୃତ୍ତିକା ପରୀକ୍ଷା କରି ତାହାର ଫଳ ଅନୁଯାୟୀ ଅନୁମୋଦିତ ପରିମାଣର ଖାଦ୍ୟସାର ଓ ସଂଶୋଧକ ପ୍ରୟୋଗ କରିବା ଦ୍ଵାରା ଫସଲର ଉତ୍ପାଦନ ବଢ଼ିଥାଏ ଓ ମୃତ୍ତିକାର ସ୍ଵାସ୍ଥ୍ୟ ଉତ୍ତମ ରହିଥାଏ । ମୃତ୍ତିକା ସୁସ୍ଥ ଓ ଉର୍ବରିଆ ଥିଲେ  ହିଁ ପ୍ରତିବର୍ଷ ଫସଲର ଅମଳ ଠିକ୍ ମିଳିପାରିବ ।

ଫସଲ ଚାଷ ପୂର୍ବ ବା ଅମଳ ପରେ ମାଟି ସଂଗ୍ରହ କରାଯାଏ । ୫ ଏକର ପର୍ଯ୍ୟନ୍ତ ମୃତ୍ତିକା ସମାନ ଥିଲେ  ୫୦୦ଗ୍ରାମ୍ ମଧ୍ୟରେ ଏକ ନମୁନା ୧୦-୧୨ଟି ସ୍ଥାନରୁ ସଂଗ୍ରହ କରି ମିଶାଇ ତହିରୁ ପ୍ରସ୍ତୁତ କରାଯାଏ । ଗଛ ଛାଇ, ହିଡଜଡ, ଖତଗଦା ଏବଂ ସନ୍ତସନ୍ତିଆ ଜାଗାରୁ ମାଟି ସଂଗ୍ରହ କରାଯାଇ ନ ଥାଏ । ମାଟି ନମୁନା, ଗୋବର ଖତ, ଜଳସେଚନ ଓ ଜଳ ନିଷ୍କାସନ ନାଳି ପାଖରୁ ନିଆଯାଇ ନ ଥାଏ । ଯଦି ଏକ କ୍ଷେତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅବସ୍ଥାରେ ଫସଲ।, ଭିନ୍ନ ପ୍ରକାରର ମୃତ୍ତିକା, ଜମି ଖାଲଢ଼ିପା ବା ଭିନ୍ନ ପରିମାଣର ସାର ବ୍ୟବହାର ହୋଇଥାଏ, ତେବେ କ୍ଷେତକୁ ଭାଗ ଭାଗ କରି ପ୍ରତି ଭାଗରୁ ନମୁନା ସଂଗ୍ରହ କରାଯାଏ । ସଂଗୃହୀତ । ନମୁନାକୁ ସାର ବା କୀଟନାଶକ ଔଷଧ ମୁଣାରେ ପୁରାଇ ବନ୍ଧାଯାଏ ନାହିଁ । ମାଟି ପରୀକ୍ଷା ଲାଗି ନିଜ ବ୍ଳକ ଓ ପଞ୍ଚାୟତର କୃଷି କର୍ମଚାରୀ ବା କୃଷକ ସାଥଙ୍କ ସହ ଯୋଗାଯୋଗ କରନ୍ତୁ । ଜମିର ଆକାର ଓ ଅବସ୍ଥିତି ଅନୁଯାୟୀ ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିକୁ ମିଶାଇ ବିଧା ମତେ ବିବରଣୀ ସହ ମିଶ୍ରିତ ମାଟିର ନମୁନା ଦାଖଲ କରିବା ଆବଶ୍ୟକ ।

ମାଟି ପରୀକ୍ଷା ପାଇଁ ସମସ୍ତ ମୁଖ୍ୟ ଉପାଦାନ ନିମନ୍ତେ ନମୁନା ପ୍ରତି ୫ଟଙ୍କା, ପ୍ରତି ଗୌଣ ଉପାଦାନ ନିମନ୍ତେ ୧୦-୨୫ଟଙ୍କା ଦେୟ ଓ ମାଟିର ବିବରଣୀ ସହ ନମୁନା ମାଟିକୁ ଏକ ପଲିଥିନ୍ ରେ  ରଖି ତାହାକୁ ସୂତାରେ ବାନ୍ଧି ସହକାରୀ କୃଷି ଅଧିକାରୀ ଅଥବା ମୃତ୍ତିକା ପରୀକ୍ଷାଗାରରେ ନଚେତ କୃଷି ବିଜ୍ଞାନକେନ୍ଦ୍ର, କୃଷି ମହାବିଦ୍ୟାଳୟସ୍ଥ ମୃତ୍ତିକା ରସାୟନ ବିଭାଗର ପରୀକ୍ଷାଗାରରେ ଦାଖଲ କରିପାରିବେ ।

ମାଟି ପରୀକ୍ଷା ଲାଗି ଭଦ୍ରକ, ଯାଜପୁର ଓ ଗଜପତି ଜିଲାକୁ ଛାଡି ଅନ୍ୟ ସମସ୍ତ ୨୭ଟି ଜିଲାରେ ମୃତ୍ତିକା ପରୀକ୍ଷାଗାର କାର୍ଯ୍ୟ କରୁଛି । ଏଥିସହ ପୁରୀ, ଭଦ୍ରକ, ଯାଜପୁର, ଗଜପତି, ନବରଙ୍ଗପୁର, କଟକ, ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ଗଞ୍ଜାମ ଓ ସମ୍ବଲପୁର ଆଦି ୧୧ଟି ସ୍ଥାନରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ମାଧ୍ୟମରେ ମୃତ୍ତିକା ପରୀକ୍ଷା କରାଯାଇଛି । ରାୟଗଡାଠାରେ ‘ରାସାୟନିକ ସାରର ଗୁଣାତ୍ମକ ନିୟନ୍ତ୍ରଣ ପରୀକ୍ଷାଗାର'ରେ ମଧ୍ୟ ମୃତ୍ତିକା ପରୀକ୍ଷା କରାଯାଉଛି । ମାଟିରେ ଯେଉଁ ପୋଷକର ପରିମାଣ ଅଳ୍ପ ଥାଏ, ତା' ଲାଗି ଅନୁମୋଦିତ ସାର ପରିମାଣକୁ ୨୫ ଭାଗ ଅଧିକ ଦିଆଯାଏ । ସେହ ପରି ମାଟି ପରୀକ୍ଷାରେ ପୋଷକ ପରିମାଣ ଯଦି ଅଧିକ ଥିବା ଜଣାଯାଏ, ତା’ ଲାଗି ତାହାକୁ ଯୋଗାଉଥିବା ସାରର ପରିମାଣକୁ ୨୫ ଭାଗ କମ୍ ଦିଆଯାଏ।

  • ମାଟି ଅମ୍ଳୀୟ ଥିଲେ  ଏକର ପ୍ରତି ବାର୍ଷିକ ହାରାହାରି ୨ କୁଇଣ୍ଟାଲ କାଗଜକଳ । ମଇଳା (ପିଏମ୍ଏସ୍) ମାଟିରେ ପ୍ରୟୋଗ କରନ୍ତୁ ।
  • ଲୁଣ ମାଟି ପରିଚାଳନା ନିମନ୍ତେ ସେହି ମାଟିରେ ଯଥେଷ୍ଟ ଖତ, ସବୁଜ ସାର ଓ ଫସଲର ଅବଶିଷ୍ଟାବିଂଶ ମିଶାଇ ଦିଆଗଲେ ଲୁଣି ଅଂଶ କମିଯାଏ । ଲୁଣି ଜମିରେ ଲୁଣା ସହଣା ଫସଲ ଯଥା - କପା, ସୂର୍ଯ୍ୟମୁଖୀ, କୁସୁମ, ସୋରିଷ, ପନିପରିବା (ବିଚ୍, ବିଲାତି, ବନ୍ଧାକୋବି ଓ ମୂଳା) ଆଦିର ଚାଷ କରନ୍ତୁ । ବର୍ଷାଦିନରେ ଧାନ ଚାଷ ଲାଗି ଲୁଣି ସହଣୀ ଧାନ ଚାଷ କରିବା ଭଲ ।
  • ମାଟିରେ ଅଧିକ ପାଣି ଜମି ରହୁଥିଲେ । ଦସ୍ତାର ଅଭାବ ଦେଖାଯାଏ । ସେ କ୍ଷେତ୍ରରେ ଏକର ପ୍ରତି ୧୦ କିଗ୍ରା ଢିଙ୍କ ସଲ୍‌ଫେଟ୍ ପ୍ରୟୋଗ କରନ୍ତୁ ।
  • ଲଗାତାର ବା ମରୁଡିର ଆଶଙ୍କା ଥିଲେ । ମାଣ୍ଡିଆ, କପା, ସୂର୍ଯ୍ୟମୁଖୀ, କୁସୁମା, ପେଶୀ, ବୁଟ, ମୁଗ ଓ ଧନିଆ ଫସଲର ଚାଷ କରିବା ଭଲ । ମରୁଡି ସହନଶୀଳ ଧାନ କିସମ ଚାଷରେ ଅମଳ ପ୍ରଭାବିତ ହୋଇନଥାଏ ।
  • ମୃତ୍ତିକାର ସଂରକ୍ଷଣ ଓ ଉପର ଉର୍ବରିଆ ମାଟିର ସ୍ତର ନ ଧୋଇଯିବା ଲାଗି ଆବଶ୍ୟକ ହେଉଥିବା ଚାଷଠାରୁ ଅଧିକ ଥର ନ ଚଷିବା ଭଲ ।
  • ସର୍ବଦା ଫସଲର ଅଂଶାବଶେଷକୁ ଜମି ଉପରେ ଛାଡିଦେଲେ ତାହା ମାଟିରେ ମିଶି ଉର୍ବରତା ବୃଦ୍ଧି ଘଟାଇବା ସହିତ ଉପକାରୀ ଜୀବାଣୁ ଓ ଯୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ପରିବେଶର ସୁରକ୍ଷା କରିଥାଏ ।

ଅମ୍ଳ ମାଟିର ପରିଚାଳନା

ମାଟିର ଅମ୍ଳ ପରିମାପକ ୬.୫ ରୁ କମ୍ ଥିଲେ  ଏହାକୁ ଅମ୍ଳ ମାଟି କୁହାଯାଏ । ଅଧିକାଂଶ ବାଲିଆ ମାଟି, ଲାଟେରାଇଟ୍ ଓ ଲାଲ୍ ରଙ୍ଗର ମାଟି ଏହି ଶ୍ରେଣୀର । ଅମ୍ଳ ମାଟିରେ ଅନୁମୋଦିତ ପରିମାଣର ସାର ଦେଇ ଚାଷ କଲେ ମଧ୍ୟ ଭଲ ଅମଳ ମିଳି ନ ଥାଏ । କାରଣ, ଅମ୍ଳ ମାଟିର ଜଳଧାରଣ କ୍ଷମତା କମ୍ ।

ଏହି ମାଟିରେ ଅଣୁଜୀବଙ୍କ ସଂଖ୍ୟା କମ୍ । ଫସଲରେ ଆବଶ୍ୟକ ହେଉଥିବା ଖାଦ୍ୟ ଉପାଦାନ କମ୍ ଥାଇ ଆଲୁମିନିୟମ୍ ତଥା ଲୌହ ଭାଗ ଅଧିକ, ଥିବାରୁ ଫସଲରେ ବିଷାକ୍ତ ପ୍ରଭାବ ପଡିଥାଏ ।

  • ମାଟି ଅମ୍ଳୀୟ ହେବାର କାରଣ ମଧ୍ୟରେ ଅତ୍ୟଧିକ ବୃଷ୍ଟିପାତ ଓ ଅଧିକ ରାସାୟନିକ ସାର ପ୍ରୟୋଗ ଅନ୍ୟତମ ।
  • ଅମ୍ଳ ମାଟିର ପରିଚାଳନା ନିମନ୍ତେ ଚୂନ ଜାତୀୟ ପଦାର୍ଥ (ଏକର ପ୍ରତି ୨ କୁଇଣ୍ଟାଲ) ଓ କାଗଜ, ଚିନିକଳ ମଇଳା, ଚୁନ ସହ ଗୋବର ଖତ ଏକର ପ୍ରତି । ୨୦ କୁଇଣ୍ଟାଲ, ଫସଫୋଟ୍ ସାର ଓ ରକ୍, ଫସଫୋଟ୍ ସାରକୁ ୧ : ୧) ବା ୧ : ୩ ଅନୁପାତରେ ମିଶାଇ ପ୍ରୟୋଗ କରିବା ଆବଶ୍ୟକ।
  • ଫସଲ ଚାଷ ନିମନ୍ତେ (୧) ଧାଡି ବୁଣା, (୨) ଫସଲରେ ମଞ୍ଜି ବୁଣିବା ପୂର୍ବରୁ ଜମିରେ ସିଆର କରିବା, (୩) ଚୂନ ସହ ଗୋବର ଖତ ମିଶାଇ ସିଆରରେ ପକାଇ ମାଟିରେ ମିଶାଇ ଦେବା, (୪) ଛଟା ବୁଣା ଫସଲରେ ଚୂନକୁ ଖତ ସହ ମାଟିରେ ଭଲ ଭାବେ ମିଶାଇବା ପରେ ମଞ୍ଜି ବୁଣିବା ଆଦି କାର୍ଯ୍ୟ କରାଗଲେ ଅମଳ ଭଲ ମିଳିଥାଏ ।
  • ଏହି ପ୍ରକାର ମାଟିରେ ସର୍ବଦା ଯବକ୍ଷାରଜାନ ବା ପଟାସ ସାରକୁ ଏକା ଥରେ ପ୍ରୟୋଗ ନ କରି ଭାଗ ଭାଗ କରି ପ୍ରୟୋଗ କଲେ ଫସଲକୁ ଠିକ୍ ଭାବେ ଖାଦ୍ୟ ମିଳିଥାଏ ।

ଲୁଣ ମାଟିର ପରିଚାଳନା

ଏହି ମାଟିରେ ଦ୍ରବୀଭୂତ ଲୁଣ ଭାଗ ଅଧିକ ଥାଏ । ଉପକୂଳବର୍ତ୍ତୀ ଲୁଣିମାଟିର ପରିଚାଳନା ନିମନ୍ତେ (୧) ବର୍ଷାପାଣିକୁ ଜମିରେ ବାନ୍ଧି ରଖିବା, (୨) ଏହି ମାଟିରେ ଖତ, ସବୁଜ ସାର ଓ ଫସଲର ଅବଶେଷଗୁଡିକୁ ମିଶାଇଦେବା,(୩) ହୁଡାକରି ନାଳିରେ ହାଲୁକା ପାଣି ମଡାଇବା,(୪) ଲୁଣିମାଟି ଅମ୍ଳ ଯୁକ୍ତ ହୋଇଥିଲେ  ଏକର ପ୍ରତି ୮ କୁଇଣ୍ଟାଲ ଚୂନ ପ୍ରୟୋଗ କରିବା ଓ (୫) ଲୁଣି ସହଣା ଧାନ କିସମ ଓ ଅନ୍ୟ ଫସଲ ଯଥା ସୂର୍ଯ୍ୟମୁଖୀ, ସୋରିଷ, କୁସୁମା ଆଦି ଚାଷ୍ଟ୍ର କରିବା ଦରକାର।

ଲୌହ ବହୁଳ ମାଟିର ପରିଚାଳନା

ମାଟିରେ ଲୌହ ବହୁଳତା ଥିଲେ  ଧାନ ଫସଲରେ ଲୁହାର କଳଙ୍କି ପରି ଛୋଟ ଦାଗମାନ ଦେଖାଯାଏ । ସେ କ୍ଷେତ୍ରରେ ଫସଲ ପରିଚାଳନା ନିମନ୍ତେ -(୧) ଧାନ ଜମିର ଚାରିପଟେ ଗଭୀର ନାଳି ଖୋଳାଇବା,(୨) ମାଟିରେ କାଗଜକଳ ମଇଳା ଶେଷ ଓଡ, ଚାଷ ବେଳେ ଏଜର ପ୍ରତି ୪ କୁଇଣ୍ଟାଲ ପ୍ରୟୋଗ କରିବା, (୩) ଅଧିକ ପରିମାଣର ପଟାସ ସାରର ପ୍ରୟୋଗ କରିବା, (୪) କାଦୁଅ କରିବା ସମୟରେ କଞ୍ଚା ଗୋବର ଖତ ପ୍ରୟୋଗ, (୫) ଜମିରେ ସବୁଜ ସାର ପ୍ରୟୋଗ, (୬) ପାଣି ଥିବା ଜମିରେ ଘାସ ବଛା ଯନ୍ତ୍ର ଚଳାଇ ମାଟିରେ ପବନ ପ୍ରବେଶକୁ ବୃଦ୍ଧି କରାଇବା ତଥା (୭) ମାଟିରେ ପ୍ରଚୁର ଖତ ମିଶାଇବା ଆବଶ୍ୟକ ।

ଆଧାର – ଡ. ପରେଶ କୁମାର ପଣ୍ଡା,ସହକାରୀ ବିହନ ପ୍ରମାଣନ ଅଧିକାରୀ, ଓସୋପକା ଭୁବନେଶ୍ଵର, ମୋ – ୭୨୦୫୦୯୬୦୮୦



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate