କେୟାର ପାଥୱେଜ ପ୍ରକଳ୍ପର ପଦ୍ଧତି 'ପରିବର୍ତ୍ତନର ବୈଶ୍ୱିକ ସିଦ୍ଧାନ୍ତ' ଉପରେ ପର୍ଯ୍ୟବେସିତ ଯାହା ଦରିଦ୍ରତା ଏବଂ କୃଷି କାର୍ଯ୍ୟରେ ମହିଳା ଚାଷୀଙ୍କ ଅପବର୍ଜନର କାରଣକୁ ସମ୍ବୋଧିତ କରିବା ସହ ମହିଳା ସଶକ୍ତିକରଣ ଏବଂ ଉତ୍ପାଦନରେ ବୃଦ୍ଧି କରି ଏକ ଯଥାଚିତ କୃଷି ପ୍ରଣାଳୀ ସ୍ଥାପିତ କରିବାରେ ସାହାଯ୍ୟ କରିଥାଏ I ବିଶ୍ୱର ସବୁ ପ୍ରାନ୍ତରେ ନିଜ ପରିବାରର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ସହ ତଥା ବିକାଶରେ ଯୋଗଦାନ କରୁଥିବା କ୍ଷୁଦ୍ର ମହିଳା ଚାଷୀମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାରୁ କେୟାରର ପାଥୱେଜ୍ ପ୍ରକଳ୍ପ ପ୍ରେରିତ ହେବାସହ ଏହା ଉପରେ ଅଧିକ କାମ କରୁଅଛି I ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ମହିଳା ଚାଷୀମାନଙ୍କର ସଶକ୍ତିକରଣକୁ ଅଭିନନ୍ଦନ କରିବା ଯେଉଁମାନେ ନିଜ ପରିବାର ଏବଂ ସମୁଦାୟ ପାଇଁ ଚିରନ୍ତନ ଜୀବିକା ତଥା ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ ଦେଇଛନ୍ତି I ମହିଳାମାନଙ୍କ ମଧ୍ୟରେ ନେତୃତ୍ୱକୁ ପ୍ରୋତ୍ସାହିତ କରି ଚିରନ୍ତନ କୃଷି ପ୍ରଣାଳୀ ଦ୍ୱାରା ଉତ୍ପାଦନ ଏବଂ ଲାଭକୁ ବୃଦ୍ଧିକରି ପାରିଲେ ଏହି ସ୍ୱପ୍ନକୁ ସାକାର କରି ହେବ I ବିଲ୍ ଏବଂ ମିଲିନ୍ଦା ଗେଟସ୍ ଫାଉଣ୍ଡେସନ ସହାୟତାରେ ବିଶ୍ୱର ଛଅ ଗୋଟି ଦେଶ ଯଥା, ବାଙ୍ଗଲାଦେଶ, ଭାରତ, ମାଲାୱାଇ, ତାଞ୍ଜାନିଆ, ମାଲି ଏବଂ ଘାନାର କିଛି ନିର୍ଦ୍ଦିଷ୍ଟ ପ୍ରାନ୍ତରେ ପାଥୱେଜ୍ ପ୍ରକଳ୍ପକୁ କାର୍ଯ୍ୟାନ୍ନିତ କରାଯାଉଅଛି I ପ୍ରଥମ ଚରଣରେ ପାଥୱେଜ୍ ଏହି ଛଅ ଗୋଟି ଦେଶରେ ୧୫୦,୦୦୦ କ୍ଷୁଦ୍ର ମହିଳା ଚାଷୀ ଏବଂ ସେମାନଙ୍କର ପରିବାର ଉପରେ ସିଧାସଳଖ ପ୍ରଭାବ ପକାଇବା ସହ ୮୪୦,୦୦୦ ଲୋକଙ୍କ ଉପରେ କଲ୍ୟାଣକାରୀ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖିଅଛି I ସଶକ୍ତିକରଣ ତଥା କୃଷିର ବିକାଶ ପାଇଁ ଅନେକ ସୁଯୋଗ ପ୍ରଦାନ କରିଥାଏ I
ବର୍ତ୍ତମାନ ପାଥୱେଜ୍ ପ୍ରକଳ୍ପ ଭାରତବର୍ଷର ଓଡିଶା ରାଜ୍ୟରେ କାର୍ଯ୍ୟାନ୍ନିତ ହେଉଅଛି I ପୂର୍ବ ତଟରେ ଥିବା ଓଡିଶା ଦେଶର ଦରିଦ୍ରତମ ରାଜ୍ୟ ଭାବେ ଜଣାଶୁଣା ଯେଉଁଠି ଜନସଂଖ୍ୟାର ଶତକଡା ୪୬.୬ ଭାଗ ଲୋକ ଦାରିଦ୍ର୍ୟତାର ସୀମାରେଖା ତଳେ ରହିଥାଆନ୍ତି I ଏହି ଅଞ୍ଚଳରେ କୃଷିକାର୍ଯ୍ୟ ନିଯୁକ୍ତି ପ୍ରଦାନର ମୁଖ୍ୟ ସ୍ରୋତ୍ର ହୋଇଥିଲେ ସୁଦ୍ଧା, ଗତ କିଛି ବର୍ଷରେ କୃଷି କ୍ଷେତ୍ର ବିଭିନ୍ନ ପ୍ରକାର କଠିନ ସମସ୍ୟା ଯଥା ଖୁବକମ ନିବେଶ, ଅଭିବୃଦ୍ଧି ହ୍ରାସ ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଅଛି I
ଭାରତର ସବୁ ଅଞ୍ଚଳରେ ମହିଳା ଚାଷୀମାନେ ଲିଙ୍ଗ-ଆଧାରିତ ବିଭେଦର ସମ୍ମୁଖିନ ହୋଇଥାଆନ୍ତି, କିନ୍ତୁ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର ଦରିଦ୍ର ପରିବାରମାନେ ବିଶେଷଭାବେ ଅନେକ ସ୍ତରରେ ଭେଦଭାବର ଶୀକାର ହୋଇ ଥାଆନ୍ତି I ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ କୃଷି କାର୍ଯ୍ୟରେ ବହୁଳ ଭାବେ ନିୟୋଜିତ ହୋଇ ଥାଆନ୍ତି, କିନ୍ତୁ ସେମାନଙ୍କର ଅବଦାନ କ୍ୱଚିତ ଭାବେ ପ୍ରଶଂସା କରାଯାଏ ଏବଂ ସମୁଦାୟ୍, ସମାଜ ଏବଂ ସରକାରଙ୍କ ଦ୍ୱାରା ସେମାନେ ସାଧାରଣତଃ ଚାଷୀର ମାନ୍ୟତା ପାଇ ନ ଥାଆନ୍ତି I ଏହିସବୁ ସମସ୍ୟା ସତ୍ତ୍ୱେ, ଅନେକ ପ୍ରଚଳିତ ଧାରା ପାଥୱେଜ୍ ପାଇଁ ଅଶାଜନକ ସୁଯୋଗ ପ୍ରଦାନ କରୁଅଛି - ବିଶେଷତଃ ଏହି ଅଞ୍ଚଳରେ ଥିବା ଅନେକ ଗୁଡିଏ ମହିଳା ସମୂହ ଏବଂ କୃଷିକ୍ଷେତ୍ରରେ ଅଧିକ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ନୀତି I ଏହି ସବୁ ପରିପେକ୍ଷୀରେ କେୟାର ଇଣ୍ଡିଆ ଏହାର ପାଥୱେଜ୍ ଉପକ୍ରମ ଓଡିଶାର କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ କରୁଅଛି I ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଚିରନ୍ତନ କୃଷି କାର୍ଯ୍ୟରେ ଦଳିତ ଏବଂ ଆଦିବାସୀ ମହିଳାମାନଙ୍କ ଅଧିକ ଲାଭଦାୟକ ଓ ଯଥୋଚିତ ଅଂଶଗ୍ରହଣକୁ ସୁନିଶ୍ଚିତ କରି ସେମାନଙ୍କର ସଶକ୍ତିକରଣ କରିବା I ଏହି କାର୍ଯ୍ୟକ୍ରମ ଦଳିତ ଏବଂ ଆଦିବାସୀ ସଂପ୍ରଦାୟର ୧୨,୦୦୦ ମହିଳାଙ୍କୁ ସିଧା ସଳଖଭାବେ ପ୍ରଭାବିତ କରିବା ସହ ସେମାନଙ୍କ ପରିବାରର ୪୮,୦୦୦ ଜଣଙ୍କୁ କଲ୍ୟାଣକାରୀ ସୁବିଧା ପ୍ରଦାନ କରିବ I
କେୟାର ଇଣ୍ଡିଆର ପାଥୱେଜ୍ ଉପକ୍ରମ ଅନ୍ତର୍ଗତ କିଛି ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ ନିମ୍ନ ଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ :
ଏହି ପ୍ରକଳ୍ପ ଚାରିଗୋଟି ପ୍ରଭାବୀ କ୍ଷେତ୍ର ଚିହ୍ନଟିକରଣ କରିଅଛି ଯାହା ଗରିବ ପରିବାରଙ୍କ ଖାଦ୍ୟ ନିରାପତ୍ତା ପାଇଁ ନିତାନ୍ତ ଆବଶ୍ୟକ I ଏହାକୁ ପରିବର୍ତ୍ତନର ପରିଣାମ କୁହାଯାଇଥାଏ; ଏଗୁଡିକ ହେଲା : ୧) ପ୍ରଭାବୀ ସମୂହଗୁଡିକର କୌଶଳ ଏବଂ ଦକ୍ଷତା ବୃଦ୍ଧି କରିବା; ୨) ସାମାବେଶୀ ଏବଂ ପ୍ରଭାବଶାଳୀ ସମୂହ; ୩) ସେବା ପ୍ରଦାନକାରୀ ଏବଂ ବଜାର ଅନୁଷ୍ଠାନ ସବୁର ପ୍ରଭାବଶୀଳତା ଏବଂ ୪) ପରିବାରର ପୁରୁଷ, ପଞ୍ଚାୟାତିରାଜ ଅନୁଷ୍ଠାନ, ସେବା ପ୍ରଦାନକାରୀ ଏବଂ ବଜାର ଅନୁଷ୍ଠାନ ଗୁଡିକର ପ୍ରଭାବୀ ସମୂହପ୍ରତି ସକାରାତ୍ମକ ତଥା ସମର୍ଥକାରୀ ମନୋଭାବ I କେୟାର ଇଣ୍ଡିଆ ପାଥୱେଜ୍, ପରିଣାମ ୧ ଏବଂ ୨ ଅନ୍ତର୍ଗତ ନିମ୍ନ ଉଲ୍ଲିଖିତ ଫଳାଫଳ ହାସଲ କରିବାକୁ ଲକ୍ଷ୍ୟ ରଖିଅଛି I:
ଫଳାଫଳ ୧: ନିଜ ସମୂଦାୟ ଏବଂ ସ୍ଥାନୀୟ ଅଞ୍ଚଳରେ ଥିବା ଅନୁଷ୍ଠାନ ଗୁଡିକଠାରୁ ଆବଶ୍ୟକ ସାହାଯ୍ୟ ପ୍ରାପ୍ତ କରି ମହିଳା ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧିକରି ସେମାନଙ୍କୁ ସମାବେଶ କରିବା I
ଫଳାଫଳ ୨: ୧୨,୦୦୦ ପରିବାର (ବିଶେଷତଃ ମହିଳା) ଙ୍କୁ ଅତିରିକ୍ତ ଆର୍ଥିକ ସୁଯୋଗ ତଥା ଆୟ ମିଳିବା ସହ ବର୍ଷସାରା ଖାଦ୍ୟ ଉପଲବ୍ଧ କରି ପରିବାରର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା I
ଫଳାଫଳ ୩: ୧୨,୦୦୦ ପରିବାର ଖାଦ୍ୟ ଅସୁରକ୍ଷା ଏବଂ ଦାରିଦ୍ର୍ୟତାର ଆଶଙ୍କାରୁ ନିଜକୁ ରକ୍ଷା କରିପାରିବେ ଏବଂ କୌଣସି ପ୍ରତ୍ୟାଶିତ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ I
ଫଳାଫଳ ୪: ୧୨,୦୦୦ ଗରୀବ ପରିବାରର ମହିଳା ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ସଦସ୍ୟମାନଙ୍କ ମଧ୍ୟରେ ଯଥାଚିତଭାବେ ଖାଦ୍ୟ ଉପଯୋଗ କରିବା ସହ କୁପୋଷଣ କମ କରିବା I
କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (ଏଫଏଫବିଏସ୍)
କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ହେଉଅଛି ଏକ ବ୍ୟବହାରିକ ଶିକ୍ଷଣ ପଦ୍ଧତି ଯେଉଁଥିରେ ପ୍ରାୟ ୨୫ ରୁ ୩୦ ଜଣ କୃଷକ ଚାଷ ଋତୁରେ ନିୟମିତ ଭାବେ ଏକତ୍ର ହୋଇ ନୁତନ କୃଷି ପଦ୍ଧତି ଏବଂ ବୈଷୟିକ କୌଶଳକୁ ଶିକ୍ଷା କରିବା ସହ ଏହାକୁ ସମୂହଦ୍ୱାରା ପରିଚାଳିତ ଡେମୋ ପ୍ଲଟ କିମ୍ବା ଅନ୍ୟ କୌଣସି ଜମିରେ ପ୍ରୟୋଗ କରି ଥାଆନ୍ତି I ଏହି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ହେଉଥିବା ପ୍ରଶିକ୍ଷଣ ସଭାରେ ସେମାନେ ନିଜ ନିଜର ଅନୁଭୁତି ବାଣ୍ଟି ଥାଆନ୍ତି ଏବଂ ଏହି ଅଭିଜ୍ଞତା ଆଧାରରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରି ଥାଆନ୍ତି I
କେୟାର ଇଣ୍ଡିଆ ପାଥୱେଜ୍ ପ୍ରକଳ୍ପ ପଡା/ସାହି ସ୍ତରରେ ମହିଳାଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍ୱୟଂ ସହାୟକ ଦଳ ମଞ୍ଚ ମାଧ୍ୟମରେ (ଯେଉଁଠି ମହିଳାମାନେ ସଦସ୍ୟହେବା ସହ ଚାଷୀ ମଧ୍ୟ ହୋଇ ଥାଆନ୍ତି ଏବଂ ସ୍ୱୟଂ ସହାୟକ ଦଳ ପ୍ରକଳ୍ପର ଶତକଡା ୬୬ ଭାଗରୁ ଅଧିକ ପ୍ରଭାବିତ ଜନସଂଖ୍ୟାକୁ ଅନ୍ତଭୁର୍କ୍ତ କରିଥାଏ) କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତ୍ତିକୁ ଅନୁସରଣ କରିଥାଏ I କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତ୍ତିରେ ଅନେକ ଗୁଡିଏ ଅଧିବେଶନ ରହିଥାଏ ଯେଉଁଥିରେ ଜ୍ଞାନ, କୌଶଳ ଏବଂ ମନୋଭାବକୁ ପ୍ରଶିକ୍ଷଣ, ପ୍ରଦର୍ଶନ, ବୌଦ୍ଧିକ ବିମର୍ଶ ଏବଂ ଚିନ୍ତନଶୀଳ ଅଭ୍ୟାସ ମାଧ୍ୟମରେ ମହିଳା ଚାଷୀମାନଙ୍କୁ ଏବଂ କିଛି କ୍ଷେତ୍ରରେ ସେମାନଙ୍କର ସ୍ୱାମୀମାନଙ୍କୁ ପ୍ରଦାନ କରାଯାଇଥାଏ I କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପ୍ରକ୍ରିୟାକୁ ସିଆରପି ଏବଂ ଏନିମେଟରମାନଙ୍କ ଦ୍ୱାରା ଫସଲ ଚକ୍ରର ଖସଡା ଅନୁସାରେ ବର୍ଷସାରା କାର୍ଯ୍ୟାନ୍ନିତ କରାଯାଇଥାଏ I
ଏହି ନିର୍ଦ୍ଧାରିତ କର୍ଯ୍ୟର ଔଚିତ୍ୟ
କେୟାର ପାଥୱେଜ୍ ଗ୍ଲୋବାଲ ପ୍ରକଳ୍ପ ଦ୍ୱାରା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ଉପରେ ଏକ ସମ୍ପୂର୍ଣ ଟୁଲ୍ କିଟ୍ ପ୍ରକାଶନ କରାଯାଇଅଛି I ଏହି ଟୁଲ୍ କିଟ୍ କ୍ଲୋବେଙ୍କ ଶିକ୍ଷଣ ଚକ୍ର ପଦ୍ଧତି ଉପରେ ପର୍ଯ୍ୟବେସିତ I ଯଦ୍ୱପି ପାଥୱେଜ୍ ଇଣ୍ଡିଆ ଗ୍ଲୋବାଲ ପାଥୱେଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଧିବେଶନ ଖସଡା ଏବଂ ପଦ୍ଧତିକୁ ଅନୁସରଣ କରିଥାଏ, ଏହାକୁ ସ୍ଥାନୀୟ ଅଞ୍ଚଳର ଅବସ୍ଥା ଏବଂ ଉତ୍ପାଦିତ ହେଉଥିବା ଫସଲକୁ ବିଚାରକୁ ନେଇ ସମ୍ବନ୍ଧିତ ଜ୍ଞାନକ୍ଷେତ୍ର ପାଇଁ ପ୍ରଯୁଜ୍ୟ ପ୍ରଶିକ୍ଷଣ ଟୁଲ୍ କିଟରେ ଆବଶ୍ୟକ ପରିବର୍ତ୍ତନ କରାଯାଇଅଛି I ତେଣୁ ପାଥୱେଜ୍ ଇଣ୍ଡିଆର ସଂସାଧନ ସାମଗ୍ରୀକୁ ଭାଗୀଦାରୀ ଟୁଲ ଏବଂ ପଦ୍ଧତିର ସମ୍ମିଶ୍ରଣରେ ଏକ ସମ୍ପୂର୍ଣ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ନିର୍ଦ୍ଦେଶାବଳୀ ପୁସ୍ତିକା ପ୍ରସ୍ତୁତ କରିବା ପାଇଁ କେୟାର ଇଣ୍ଡିଆ ଏହି କ୍ଷେତ୍ରରେ ଜ୍ଞାନ ଥିବା ଏକ ସଂସ୍ଥାର ସେବା ଦରକାର କରେ ଯିଏ " କେୟାର ଇଣ୍ଡିଆର ପାଥୱେଜ୍ ପ୍ରକଳ୍ପ ପାଇଁ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ନିର୍ଦ୍ଦେଶାବଳୀ ପୁସ୍ତିକା ଏବଂ ଟୁଲ୍ କିଟ୍" ପ୍ରସ୍ତୁତ କରିଵ I ଅତଏବ, କେୟାର ଇଣ୍ଡିଆ ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସିଏମଏସଆର କନସାଲଟାଣ୍ଟସ୍ (CMSR Consultants)କୁ ଦାୟିତ୍ୱ ଦେଇଅଛି ଯାହା ଦିଲ୍ଲୀରେ ଅବସ୍ଥିତ ଏକ ଅନୁସନ୍ଧାନ ଏବଂ ସଂଚାର ଉପରେ କାର୍ଯ୍ୟରତ ଏକ ସଂସ୍ଥା I
କେୟାର ଇଣ୍ଡିଆର କୃଷକ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ନିର୍ଦ୍ଦେଶାବଳୀ ପୁସ୍ତିକା ଏବଂ ଟୁଲ୍ କିଟ୍
କେୟାର ଇଣ୍ଡିଆର ପାଥୱେଜ୍ ପ୍ରକଳ୍ପ ନିର୍ଦ୍ଦେଶାବଳୀ ପୁସ୍ତିକା ଏବଂ ଟୁଲ୍ କିଟ୍ ପାଥୱେଜ୍ ଗ୍ଲୋବାଲ ଦ୍ୱାରା ପ୍ରସ୍ତୁତ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ଟୁଲ୍ କିଟ୍ ଉପରେ ପର୍ଯ୍ୟବେଶିତ I କିନ୍ତୁ ଏହି ନିର୍ଦ୍ଦେଶାବଳୀ ପୁସ୍ତିକାକୁ ଭାରତୀୟ ପରିପେକ୍ଷୀରେ ଆଦୃତ କରାଯାଇଅଛି ଏବଂ ପ୍ରକଳ୍ପ ଅଞ୍ଚଳର ଯଥା ଓଡିଶାର କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପ୍ରକୃତ ଅବସ୍ଥାକୁ ଦୃଷ୍ଟିରେ ରଖି ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇଅଛି I ପ୍ରକଳ୍ପକୁ ବିସ୍ତାର କରିବାପାଇଁ ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ପୁସ୍ତିକା ସମସ୍ତ ପ୍ରକଳ୍ପ ଅଧିକାରୀଙ୍କୁ ଆବଶ୍ୟକ ସାହାଯ୍ୟ ପ୍ରଦାନ କରିବI
ଏହି ନିର୍ଦ୍ଦେଶାବଳୀ ପୁସ୍ତିକା ଏବଂ ଟୁଲ୍ କିଟ୍ ଆଠଗୋଟି ଜ୍ଞାନକ୍ଷେତ୍ରକୁ ନେଇ ଗଠିତ I ପ୍ରଥମ ଜ୍ଞାନକ୍ଷେତ୍ର ହେଉଛି "ସୁଗମୀକରଣ" I ଏହି ଜ୍ଞାନକ୍ଷେତ୍ର ଅବଶିଷ୍ଟ ସାତଗୋଟି ଜ୍ଞାନକ୍ଷେତ୍ରକୁ ସଞ୍ଚାଳନ କରିବା ପାଇଁ ନିଜକୁ କିପରି ଭାବେ ସଙ୍ଗଠିତ କରିଵ ଉଚିତ, ସେହି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିଥାଏ I ଦ୍ୱିତୀୟ (କୃଷି), ତୃତୀୟ (ଅଣ-କାଠ ବନଜାତ ଦ୍ରବ୍ୟ) ଏବଂ ଚତୁର୍ଥ (ପଶୁ ସମ୍ପଦ) ଜ୍ଞାନକ୍ଷେତ୍ରଗୁଡିକ ଆୟ ଉପାର୍ଜନକାରୀ କାର୍ଯ୍ୟକଳାପ ସହ ସମ୍ପୃକ୍ତ ଏବଂ ଉନ୍ନତ ପଦ୍ଧତି ଆଦୃତ କରି ଚାଷୀମାନେ କିପରି ଭାବେ ନିଜର ଉପାର୍ଜନକୁ ବୃଦ୍ଧି କରିପାରିବେ, ସେହି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିଥାଏ I ପଞ୍ଚମ ଜ୍ଞାନକ୍ଷେତ୍ର (ଅମଳ-ପରବର୍ତ୍ତୀ ଏବଂ ବଜାର ସଲଗ୍ନତା) ଚାଷୀମାନଙ୍କୁ କିପରି ଭାବେ ଏକ ଲାଭଦାୟୀ ବଜାର ଚିହ୍ନଟ କରିବେ ତଥା ନିଜର କୃଷି ଉତ୍ପାଦ ବିକ୍ରୟ କରିବା ପାଇଁ ମୂଲଚାଲ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥାଏ I ଷଷ୍ଠ ଜ୍ଞାନକ୍ଷେତ୍ର (ଲିଙ୍ଗ) ସମ୍ପୂର୍ଣ ଭାବେ କଠିନ ଶ୍ରମ ଲାଘବ କରିବା, ମହିଳାଙ୍କ ଉନ୍ନତି ଏବଂ ସଶକ୍ତିକରଣ କରିବା ବିଷୟରେ ସମ୍ପୃକ୍ତ ଏବଂ ଏହି ଜ୍ଞାନକ୍ଷେତ୍ରରେ ପରିବାରର ସବୁ ପୁରୁଷ ଏବଂ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କର ବ୍ୟବହାର ତଥା ମନୋଭାବରେ ପରିବର୍ତ୍ତନ ଆଣିଥାଏ I ସପ୍ତମ ଜ୍ଞାନକ୍ଷେତ୍ର (ପୋଷଣ) ଲକ୍ଷ୍ୟଧାର୍ଯ୍ୟ ଦଳର ଖାଦ୍ୟ ଗ୍ରହଣ ଅଭ୍ୟାସରେ ଉନ୍ନତି ଆଣିବାରେ ଚେଷ୍ଟା କରିବା ସହ ଏକ ପାକଶାଳା ବଗିଚା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଦେଇଥାଏ I ନିର୍ଦ୍ଦେଶାବଳୀ ପୁସ୍ତିକାର ଶେଷ ଜ୍ଞାନକ୍ଷେତ୍ର ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ସହ ସମ୍ବନ୍ଧୀତ ଯାହା ପ୍ରକଳ୍ପର ଉପାଦେୟତାକୁ ଆକଳନ କରିବା ପାଇଁ ସାହାଯ୍ୟ କରିଥାଏ ଯଥା ନିବେଶ ବନାମ ଫଳାଫଳ, ପରିଣାମ ଏବଂ ପ୍ରଭାବ ଇତ୍ୟାଦି I
ଏହି ଆଠ ଗୋଟି ଜ୍ଞାନକ୍ଷେତ୍ର ଅନେକ ଗୁଡିଏ ମଡ଼୍ୟୁଲରେ ବିଭକ୍ତ ଏବଂ ଏହି ମଡ଼୍ୟୁଲସବୁକୁ ଅନେକ ଅଧିବେଶନରେ ବିଭକ୍ତ କରାଯାଇଅଛି ଯେଉଁଥିରେ ନିମ୍ନ ଉଲ୍ଲିଖିତ ବିଷୟ ଉପରେ ବିଶେଷ ଭାବେ ବର୍ଣନ କରାଯାଇଅଛି ଯଥା, କେଉଁ ଋତୁରେ ଏହାକୁ ସଞ୍ଚାଳନ କରାଯିବ, ଶିକ୍ଷଣ ଉଦ୍ଦେଶ୍ୟ, ସମୟ ସୀମା, ଆବଶ୍ୟକ ସାମଗ୍ରୀ, ଆଦର୍ଶ ପ୍ରଶିକ୍ଷଣ ସ୍ଥାନ, ପୃଷ୍ଠଭୁମୀ, କାର୍ଯାବଳୀର ବିଭିନ୍ନ ସୋପାନ, ଅଭ୍ୟାସ ଏବଂ ଉପସଂହାର ପ୍ରଭୃତି I ପ୍ରକଳ୍ପ ଅଞ୍ଚଳର ପ୍ରଭାବିତ ଜନସଂଖ୍ୟାଙ୍କ ମଧ୍ୟରେ ସାକ୍ଷରତା ହାର ବହୁତ କମ ଥିବାରୁ ଏହି ନିର୍ଦ୍ଦେଶାବଳୀ ପୁସ୍ତିକା ପ୍ରସ୍ତୁତ କରିବା ପାଇଁ ଭାଗୀଦାରୀ ପଦ୍ଧତି ଏବଂ ଚିତ୍ର ବ୍ୟବହାର କରାଯାଇଅଛି I
ଏହି ନିର୍ଦ୍ଦେଶାବଳୀ ପୁସ୍ତିକା ଏବଂ ଟୁଲ୍ କିଟ୍ ଗ୍ରାମୀଣ ସମୁଦାୟରେ ଥିବା କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସମୂହମାନଙ୍କ ସହିତ କାମ କରୁଥିବା ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର କ୍ଷେତ୍ର ଅଧିକାରୀ ଏବଂ ସିଆରପିମାନଙ୍କ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଅଛି I ଏହି ନିର୍ଦ୍ଦେଶାବଳୀ ପୁସ୍ତିକାର ସବୁ ଜ୍ଞାନକ୍ଷେତ୍ରକୁ ଭାଗିଦାରୀ ପଦ୍ଧତ୍ତିରେ ସଞ୍ଚାଳନ କରିବା ପାଇଁ ପ୍ରସ୍ତୁତ କରାଯାଇଅଛି ଯେଉଁଥିରେ ଉଭୟ ସୁଗମକାରୀ ଏବଂ ଅଂଶଗ୍ରହଣକାରୀମାନେ ବାର୍ତ୍ତାଳାପ ଏବଂ ଜ୍ଞାନ-ବଣ୍ଟନ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ଠାରୁ ଶିକ୍ଷାଲାଭ କରିଥାଆନ୍ତି I ଏହି ଟୁଲ୍ କିଟର କିଛି କାର୍ଯ୍ୟକଳାପ ଅନେକ ପ୍ରକ୍ରିୟା ଯଥା ବାର୍ତ୍ତାଳାପ, ଭୂମିକା ଅଭିନୟ୍, ଚିତ୍ର ଅଙ୍କନ ଏବଂ ଖେଳ ଉପରେ ନିର୍ଭର କରିଥାଏ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020