ଏହି ନିର୍ଦ୍ଦେଶିକାରେ ପ୍ରଶିକ୍ଷଣ ମଡ୍ୟୂଲ୍ ସବୁକୁ ଆଠଗୋଟି ଜ୍ଞାନକ୍ଷେତ୍ରରେ ବିଭାକର କରାଯାଇଅଛି I ପ୍ରଥମ ଜ୍ଞାନକ୍ଷେତ୍ର ସୁଗମକାରୀ (ସିଆରପି)ମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଅବଶିଷ୍ଟ ସାତଗୋଟି ଜ୍ଞାନକ୍ଷେତ୍ରକୁ ସଞ୍ଚାଳନ କରିବେ I ତେଣୁ ପ୍ରଥମ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପାଞ୍ଚଗୋଟି ମଡ୍ୟୂଲ୍ ସବୁକୁ ପ୍ରକଳ୍ପ କାର୍ଯ୍ୟକାରୀ ଅଧିକାରୀଙ୍କ ଦ୍ୱାରା ଗୋଷ୍ଠୀ ସାଧନ ବ୍ୟକ୍ତି (ସିଆରପି) କିମ୍ବା ତୃଣ-ମୂଳ ସ୍ତରରେ କାମ କରୁଥିବା କୌଣସି ସୁଗମକାରୀଙ୍କ ପାଇଁ ସଞ୍ଚାଳିତ କରାଯିବ ଏବଂ ଏହି ପ୍ରଶିକ୍ଷିତ ବ୍ୟକ୍ତିମାନେ ଲକ୍ଷ୍ୟଧାର୍ଯ୍ୟ ଦଳ କିମ୍ବା ସମୂହମାନଙ୍କୁ ପ୍ରଶିକ୍ଷଣ ଦେବେ I ଏହି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବା ମଡ୍ୟୂଲସବୁ ସୁଗମକାରୀଙ୍କ ବ୍ୟବହାରିକ କୌଶଳ ବୃଦ୍ଧି କରିବା ସହ ସେମାନଙ୍କୁ ସବୁପ୍ରକାର ଆବଶ୍ୟକ ସୂଚନା ପ୍ରଦାନ କରିବ ଯାହାଦ୍ୱାରା ସେମାନେ ଏକ ଭାଗୀଦାରୀ ଶିକ୍ଷଣୀୟ ଅଧିବେଶନ ସଞ୍ଚାଳନ କରିବା ପାଇଁ ଆତ୍ମବିଶ୍ୱାସ ପାଇବେ I ସଞ୍ଚାଳନ କରିବା ହେଉଛି ଏକ କଳା ଯାହାଦ୍ୱାରା ଏକ ଶିକ୍ଷକ ଛାତ୍ରମାନଙ୍କୁ ଭାଗୀଦାରୀ ପ୍ରଶିକ୍ଷଣ ପଦ୍ଧତି ମାଧ୍ୟମରେ ଶିକ୍ଷାଦାନ କରିଥାଆନ୍ତି I ଗ୍ରାମବାସୀମାନଙ୍କୁ "ଉର୍ଦ୍ଧ୍ୟୋମୂଖି" (bottom-up) ପଦ୍ଧତିରେ ପ୍ରଶିକ୍ଷଣ ଦେପାପାଇଁ ସୁଗମକାରୀମାନଙ୍କୁ ଦିଗ୍ଦର୍ଶନ ଦେବା ଆବଶ୍ୟକ I ଲକ୍ଷ୍ୟଧାର୍ଯ୍ୟ ସମୂହମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସୁଗମକାରୀମାନେ ନିଜକୁ କିପରି ଭାବେ ପ୍ରସ୍ତୁତ କରିବା ଆବଶ୍ୟକ, ସେହି ବିଷୟରେ ଏହି ମଡ୍ୟୂଲ୍ ନିର୍ଦ୍ଦେଶିତ କରୁଅଛି I କ୍ଷେତ୍ରରେ ପ୍ରଭାବୀ ଭାବେ କାମ କରିବା ପାଇଁ ଏହି ମଡ୍ୟୂଲସବୁ ଦକ୍ଷ ପ୍ରଶିକ୍ଷଣକାରୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ I
ଏହି ପ୍ରଶିକ୍ଷଣ ଟୁଲ୍ କିଟ୍ ପାଞ୍ଚ ଗୋଟି ମଡ୍ୟୂଲକୁ ନେଇ ଗଠିତ I ସମୁଦାୟକୁ ପ୍ରଥମରୁ ଜଡିତ କରିବା ପାଇଁ ଏହି ଅଧିବେଶନ ସବୁକୁ ପ୍ରକଳ୍ପ ପ୍ରାରମ୍ଭ ହେବାର ଯଥାଶୀଘ୍ର ଆରମ୍ଭ କରିବା ଉଚିତ I ପ୍ରତ୍ୟେକ ମଡ୍ୟୂଲର ବିଷୟବସ୍ତୁକୁ ନିମ୍ନ ଟେବୁଲରେ ଦିଆ ଯାଇଅଛି I
ମଡ୍ୟୂଲ୍ |
ଶୀର୍ଷକ : ବିଷୟବସ୍ତୁ |
ଫସଲର ଅବସ୍ଥା |
ମଡ୍ୟୂଲ୍ – ୧ |
ଅନୁକୂଳ ବାତାରଣ ସୃଷ୍ଟି କରିବା |
ପ୍ରାକ୍ -ବୁଣା ଏବଂ ବୃର୍ଦ୍ଧୀୟ ଅବସ୍ଥା |
ମଡ୍ୟୂଲ୍ – ୨ |
ବୟସ୍କ ଶିକ୍ଷଣ ପାଇଁ ସୁଗମୀକରଣ |
ବୁଣିବା ଅବସ୍ଥା |
ମଡ୍ୟୂଲ୍ – ୩ |
ଏକ ପ୍ରଶିକ୍ଷଣ ଅଧିବେଶନକୁ କିପରି ସଞ୍ଚାଳନ କରିବେ ? |
ବୃଦ୍ଧୀୟ ଅବସ୍ଥା |
ମଡ୍ୟୂଲ୍ – ୪ |
ଏକ ଭଲ ପ୍ରଶିକ୍ଷଣକାରୀଙ୍କ ଗୁଣ |
ଅମଳ ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା |
ମଡ୍ୟୂଲ୍ – ୫ |
ସୁଗମକାରୀଙ୍କ ପାଇଁ ମତାମତ ଫର୍ମାଟ |
ପ୍ରାକ୍-ବୁଣା ଠାରୁ ଅମଳ ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ |
ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରାଯିବ ତାହାର ବର୍ଣନ ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ପ୍ରଶିକ୍ଷଣକାରୀଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସମୟରେ ଏହାକୁ କିପରି ଭାବେ ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I
ପ୍ରତ୍ୟେକ ଅଧିବେଶନର ସଂରଚନା |
ବ୍ୟାଖ୍ୟାତ୍ମକ ଟିପ୍ପଣୀ |
|
ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ପ୍ରଶିକ୍ଷଣକାରୀଙ୍କୁ ସଭା ସଞ୍ଚାଳନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ । |
||
ମଡ୍ୟୂଲର ଶୀର୍ଷକ |
ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I |
|
ଅଧିବେଶନ |
ମଡ୍ୟୂଲ ଅନ୍ତର୍ଗତ ବିଷୟବସ୍ତୁକୁ ଏଠାରେ ଉଲ୍ଲେଖ କରାଯାଇଛି I |
|
ଉଦ୍ଦେଶ୍ୟ |
ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I |
|
ପଦ୍ଧତି |
କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ସଞ୍ଚାଳନ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ପ୍ରତ୍ୟେକ ଜ୍ଞାନକ୍ଷେତ୍ରରେ ଅନ୍ତର୍ଗତ ମଡ୍ୟୁଲସବୁକୁ ଶ୍ରେଣୀକକ୍ଷରେ ପରିଚାଳିତ କରାଯିବ I |
|
ଅଂଶଗ୍ରହଣକାରୀ |
କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚୀତ କରେ I ପ୍ରଶିକ୍ଷଣ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ମଡ୍ୟୁଲସବୁକୁ ପ୍ରଶିକ୍ଷଣକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ I |
|
ସଭା ସ୍ଥାନ |
ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ସୁବିଧାଜନକ ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I |
|
ଦରକାରୀ ସରଞ୍ଚାମ |
ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ମଧ୍ୟରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୂକ୍ତ I |
|
ସମୟ ସୀମା |
ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I |
|
ଅଧିବେଶନ ପ୍ରବାହ |
||
୧.ପୃଷ୍ଠଭୁମି |
ପ୍ରଶିକ୍ଷଣକାରୀମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ଦିଗବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମୀ ତଥ୍ୟ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I |
|
୨. ଉତ୍ତୋରତ୍ତର କାର୍ଯ୍ୟାବଳୀ |
ଅଧିବେଶନ ସଞ୍ଚାଳନ କଲାବେଳେ ପ୍ରଶିକ୍ଷଣକାରୀମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣକାରୀମାନଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ଅଂଶଗ୍ରହଣକାରୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I ପରବର୍ତ୍ତୀ ପଦକ୍ଷେପ ହେଉଛି, ପ୍ରଶିକ୍ଷଣକାରୀ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମକୁ ପରିଭାଷିତ କରିବେ I ଏହାପରେ ଏକ ପୋଷ୍ଟର ଦେଖାଇ କାର୍ଯ୍ୟକ୍ରମକୁ କିପରି ଭାବେ ସଞ୍ଚାଳିତ କରାଯିବ, ପ୍ରଶିକ୍ଷଣକାରୀ ବର୍ଣନ କରିବେ I |
|
୩. ଉପସଂହାର |
ପ୍ରଶିକ୍ଷଣକାରୀଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ ଯେ ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସନ୍ଦେହ ଥାଏ ତେବେ ତାହାକୁ ଦୂର କରିବେ I ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ମନେ ପକାଇ ପାରୁଛନ୍ତି ନା ନାହିଁ ଜାଣିବା ପାଇଁ ପ୍ରଶିକ୍ଷଣକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I |
ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ
ଅଧିବେଶନକୁ ପରିସମାପ୍ତି କଲାବେଳେ ପ୍ରଶିକ୍ଷଣକାରୀ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ସିଆରପିମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I
ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ
ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ପ୍ରଶିକ୍ଷଣକାରୀ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I
ପ୍ରାରମ୍ଭିକ ଅଧିବେଶନ
ସୁଗମୀକରଣ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ପ୍ରଶିକ୍ଷଣକାରୀ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ପ୍ରଶିକ୍ଷଣକାରୀମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I.
"ସୁଗମୀକରଣ ଜ୍ଞାନକ୍ଷେତ୍ର" ଅନ୍ତର୍ଗତ ପ୍ରଶିକ୍ଷଣ ନେଉଥିବା ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣକାରୀର ଭୂମିକା ତୁଲାଇବେ ଏବଂ ଏହି ନିର୍ଦ୍ଦେଶିକାରେ ପ୍ରଦତ୍ତ ଅବଶିଷ୍ଟ ସାତଗୋଟି ଜ୍ଞାନକ୍ଷେତ୍ରରେ ଅନ୍ତର୍ଭୁକ୍ତ ମଡ୍ୟୁଲସବୁକୁ ସଞ୍ଚାଳନ କରିବେ I
ଆଧାର - ପୋର୍ଟାଲ ଟିମ
Last Modified : 2/11/2020