অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ମୃତ୍ତିକା ପରୀକ୍ଷା ପାଇଁ ମାଟି ନମୂନା ସଂଗ୍ରହ)

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ମୃତ୍ତିକା ପରୀକ୍ଷା ପାଇଁ ମାଟି ନମୂନା ସଂଗ୍ରହ)

ଅଧିବେଶନ ୧.୨

ମୃତ୍ତିକା ପରୀକ୍ଷା ପାଇଁ ମାଟି ନମୂନା ସଂଗ୍ରହ I

ଉଦ୍ଦେଶ୍ୟ

ମୃତ୍ତିକା ପରୀକ୍ଷାର ଉପାଦେୟତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବୁଝାଇବା ଯେ ଏହା ଫସଲର ଖାଦ୍ୟସାର ପରିଚାଳନାରେ ସାହାଯ୍ୟ କରିବ I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଏହାକୁ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ କୌଣସି ଏକ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ ଯେଉଁଠି ସେମାନେ ମାଟି ନମୂନା ସଂଗ୍ରହର ପ୍ରକୃତ ପ୍ରକ୍ରିୟା ଦେଖିପାରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ପୋଷ୍ଟର, ବାଲଟି, ଫାଉଡା, କନା କିମ୍ବା ପଲିଥିନ ବ୍ୟାଗ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ । କ୍ଷେତ୍ର ପରିଦର୍ଶନ – ୬୦ ମିନିଟ୍ ।

ପୃଷ୍ଠଭୁମୀ

ଚାଷୀମାନଙ୍କୁ ମୃତ୍ତିକା ପରୀକ୍ଷାର ବିଭିନ୍ନ ଉପକାରିତା ବିଷୟରେ ବୁଝାନ୍ତୁ ଯେପରିକି, ଏହାଦ୍ୱାରା ଅଧିକ ଅମଳ ହୋଇଥାଏ, ଖାଦ୍ୟ ସାରର ଉତ୍ତମ ପରିଚାଳନା ଓ ଉପଯୋଗିତା ହେବା ସହ ସେମାନଙ୍କୁ ବୁଝାଇବା ଆବଶ୍ୟକ ଯେ ମାଟି ପରୀକ୍ଷା କରିବା ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟରେ କୌଣସି ଖରାପ ପ୍ରଭାବ ପଡି ନ ଥାଏ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ସବୁ ଅଂଶଗ୍ରହଣକାରୀମାନଙ୍କୁ ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରାଇ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ମୃତ୍ତିକା ପରୀକ୍ଷା ବିଷୟରେ ସଚେତନ ଅଛନ୍ତି କି ଏବଂ ବର୍ତ୍ତମାନ ସେମାନେ ମାଟି ପରୀକ୍ଷା କରୁଅଛନ୍ତି କି I ସେମାନଙ୍କୁ କୁହନ୍ତୁ ଯେ ମାଟି ପରୀକ୍ଷା କରିବା ଏକ ବହୁତ ଅଧିକ ଜ୍ଞାନକୌଶଳ ଯୁକ୍ତ କାର୍ଯ୍ୟ ନୁହେଁ I ଅଧିକନ୍ତୁ, ଏହାକୁ ଆଦୃତ କରିବା ଅତି ସରଳ ଯାହା ଖାଦ୍ୟ ସାର ପରିଚାଳନା କରିବାପାଇଁ ସାହାଯ୍ୟ କରିବ I ଏହି ପ୍ରକ୍ରିୟାରେ ସବୁ ଜମିରେ ଏକା ପ୍ରକାର ଖାଦ୍ୟସାର ପ୍ରୟୋଗ ନ କରି ସହ ପ୍ରତ୍ୟେକ ଜମିରେ ଏହାର ଆବଶ୍ୟକତା ଅନୁଯାୟୀ ଖାଦ୍ୟସାର ପ୍ରୟୋଗ କରାଯାଇପାରିବ I ସେମାନଙ୍କୁ ଜଣାନ୍ତୁ ଯେ ମୃତ୍ତିକା ପରୀକ୍ଷା ଫଳାଫଳ ଆଧାରରେ ଖାଦ୍ୟସାର ପ୍ରୟୋଗ କରିହେବ I

ସୋପାନ - ୨: ମୃତ୍ତିକା ପରୀକ୍ଷା କାହିଁକି : ପ୍ରତ୍ୟେକ ଜମିର ମୃତ୍ତିକାରେ ବିଭିନ୍ନ ପ୍ରକାର ପୋଷକ ଥାଏ ଯାହା ସ୍ଥାନ କୁ ସ୍ଥାନ ଏପରିକି ଜମିରୁ ଜମିକୁ ନେଇ ଅଲଗା ଅଲଗା ହୋଇଥାଏ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ମାଟି ପରୀକ୍ଷାର ମୌଳିକ କାରଣ ହେଉଛି ମୃତ୍ତିକାରେ ଥିବା ଖାଦ୍ୟ ସାରର ପରିମାଣକୁ ମାପିବା ଏବଂ ଆକଳନ କରିବା ଯେ ନିଅଣ୍ଟକୁ ପୂରଣ କରିବା ପାଇଁ କେତେ ପରିମାଣର ଖାଦ୍ୟସାର ପ୍ରୟୋଗ କରିବାକୁ ପଡିବ I ମାଟି ପରୀକ୍ଷା କଲେ ଅନ୍ୟସବୁ ଉପାଦାନକୁ ମଧ୍ୟ କଳନା କରିହେବ ଯଥା ପିଏଚ୍ (pH) କାରକ ଏବଂ ଏଥିରେ ମିଶିଥିବା ଉଭୟ ଜୈବିକ ଏବଂ ଧାତବ ପଦାର୍ଥ ପରି ଦୂଷିତ ଉପାଦାନ I ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ମାଟିରେ କ'ଣ ସବୁ ରହିଅଛି ଜାଣିବାର ଏକମାତ୍ର ଉପାୟ ହେଉଛି ଏକ ଉତ୍ତମ ପରୀକ୍ଷାଗାର ଦ୍ୱାରା ମୃତ୍ତିକା ପରୀକ୍ଷଣ I ଅଧିକନ୍ତୁ ସେମାନଙ୍କୁ ସାବଧାନ କରନ୍ତୁ ଯେ ସାରର ଅପବ୍ୟବହାର ମୃତ୍ତିକାର ସ୍ୱାସ୍ଥ୍ୟକୁ କ୍ଷତି କରିପାରେ I ଖାଦ୍ୟସାର ପରିଚାଳନାର ସର୍ବୋତ୍ତମ ଫଳାଫଳ ପାଇବାକୁ ହେଲେ ସେମାନଙ୍କୁ ମାଟି ନମୁନା ସଂଗ୍ରହର ସଠିକ ପ୍ରକ୍ରିୟାକୁ ବୁଝାନ୍ତୁ I

ସୋପାନ - ୩ : ମାଟି ନମୂନା କିପରି ସଂଗ୍ରହ କରିବେ :

  1. ପ୍ରସ୍ତୁତି ଚରଣ: ମାଟି ନମୁନା ସଂଗ୍ରହ କରିବାପାଇଁ ନିମ୍ନ ଲିଖିତ ଦିଗ ପ୍ରତି ଯତ୍ନବାନ ହେବାପାଇଁ ଚାଷୀଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ:
    • ଜମି ଯେତେବେଳେ ଅନାବାଦୀ ଥିବ ଏବଂ କୌଣସି ଫସଲ ଚାଷ ହୋଇ ନ ଥିବ, କେବଳ ସେହି ସମଯରେ ମାଟି ନମୁନା ସଂଗ୍ରହ କରନ୍ତୁ I
    • ଯଦି ଜମିରେ ମାଟିର ରଙ୍ଗ, ସନ୍ତସନ୍ତିଆ ଅବସ୍ଥା, ନିଷ୍କାସନ ଅବସ୍ଥା, ଇତ୍ୟାଦି ଅଲଗା ଅଲଗା ଥାଏ, ଏପରି ପ୍ରଭେଦ ଥିବା ପଟାଳିସବୁକୁ ମାଟି ନମୁନା ସଂଗ୍ରହ ଉଦ୍ଦେଶ୍ୟରେ ଅଲଗା ଅଲଗା ଜମି ଭାବେ ବିବେଚନା କରନ୍ତୁ I
    • ଉଲ୍ଲେଖିତ ଦଶ ରୁ ପନ୍ଦର ନମୁନା ସଂଗ୍ରହ କରିବା ସମୟରେ ଖରାପ ନାଳ, ସନ୍ତସନ୍ତିଆ ଜାଗା, ଜମି ହିଡ ପାଖ ସ୍ଥାନ, ବୃକ୍ଷର ଛାଇ ଥିବା ସ୍ଥାନ, କମ୍ପୋଷ୍ଟ ପିଟ ଏବଂ ଜଳ ସେଚନ ନାଳୀ ସବୁକୁ ଏଡାଇବାକୁ ଚେଷ୍ଟା କରନ୍ତୁ କାରଣ ଏହିସବୁ ସ୍ଥାନ ମୁଖ୍ୟ ଜମିର ମୃତ୍ତିକାର ଗୁଣ ସବୁକୁ ଦର୍ଶାଇ ନ ଥାଏ I
    • ନମୁନା ସଂଗ୍ରହ ବେଳେ ଜମି ମାଲିକଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରନ୍ତୁ କାରଣ ଏହି ସବୁ ଦିଗ ବିଷୟରେ ତାଙ୍କର ଅଧିକ ଜ୍ଞାନ ଥିବ I
  2. ମାଟି ନମୂନା ସଂଗ୍ରହ ଚରଣ: ବର୍ତ୍ତମାନ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ ଏକ ଜମିକୁ ନେଇ ମାଟି ନମୁନା ସଂଗ୍ରହପାଇଁ ଅନୁକରଣୀୟ ପ୍ରକ୍ରିୟାକୁ ପ୍ରଦର୍ଶନ କରନ୍ତୁI
    • ଗୋଟିଏ ଜମିରୁ ଦଶ ରୁ ପନ୍ଦରଟି ପର୍ଯ୍ୟନ ନମୁନା ବିଭିନ୍ନ ସ୍ଥାନରୁ ସଂଗ୍ରହ କରନ୍ତୁ I
    • ଇଂରାଜୀ ଅକ୍ଷର “Z” ଆକାରର ଏକ କାଲ୍ପନିକ ରେଖା ଟାଣନ୍ତୁ ଏବଂ ଏହା ଉପରେ ୧୦ ରୁ ୧୫ ଟି ସ୍ଥାନ ଚିହ୍ନଟିକରଣ କରନ୍ତୁ ଯେଉଁଠାରୁ ମାଟି ସଂଗ୍ରହ କରାଯିବ I ଦୁଇଟି ସ୍ଥାନ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ରଖନ୍ତୁ I.
    • ବୈକଳ୍ପିକ ଭାବେ ମାଟି ନମୁନା ସଂଗ୍ରହ ପାଇଁ ସବୁ ଦିଗରୁ ପର୍ଯ୍ୟାପ୍ତ ଦୁରତା ରଖି କ୍ଷେତକୁ ପ୍ରତିନିଧିତ୍ୱ କଲାପରି ୧୦ ରୁ ୧୫ ଗୋଟି ସ୍ଥାନ ନିରୁପଣ କରନ୍ତୁ I
    • ମାଟି ନମୁନା ସଂଗ୍ରହର ସ୍ଥାନ ଚିହ୍ନଟ ହୋଇଗଲା ପରେ ସେହି ଜାଗାରୁ ପଥର, ଶୁଖିଲା ପତ୍ର ଓ ଅନ୍ୟାନ୍ୟ ପଦାର୍ଥ ସବୁକୁ ବାହାର କରି ଦିଅନ୍ତୁ, ଯେପରିକି ମାଟି ସହ ସେସବୁ ମିଶିଯିବେ ନାହିଁ I
    • ଏହି ସଫା କରାଯାଇଥିବା ସ୍ଥାନରେ ଫାଉଡା ବ୍ୟବହାର କରି ଇଂରାଜୀ ଅକ୍ଷର “V” ଆକାରର ଏକ ଗାତ ଖୋଳନ୍ତୁ ଏବଂ ଗାତରୁ ଏକ ବହଳ ମାଟି ବାହାର କରି ଗୋଟିଏ ବାଲଟିରେ ରଖନ୍ତୁ I
    • ଏହି ଅଭ୍ୟାସକୁ ସମସ୍ତ ପନ୍ଦରଟି ଚିହ୍ନଟ କରାଯାଇଥିବା ସ୍ଥାନରେ ପୁନରାବୃତ୍ତି କରନ୍ତୁ I
    • ଏହି ମାଟିକୁ ଏକ ପଲିଥିନ ଚାଦରରେ ଗଦାକରି ରଖନ୍ତୁ ଏବଂ ତହିଁରୁ ପଥର, ଗୋଡି, ଗଛ୍ର ଅବଶେଷ ଇତ୍ୟାଦି ବାହାର କରି ଦିଅନ୍ତୁI
    • ଏହି ମାଟି ଗଦାକୁ ଏକ ଫାଉଡା ସାହାଯ୍ୟରେ ମିଶାଇ ଦିଅନ୍ତୁ ଯେପରିକି ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ମାଟି ସମ୍ପୂର୍ଣ ରୂପେ ମିଶିଯିବ I
    • ଏହି ମାଟି ସ୍ତୁପର ଉଭୟ ପାର୍ଶ୍ୱରୁ କିଛି କିଛି ମାଟି ବାହାର କରି ଦିଅନ୍ତୁ ଯେପରିକି ମାଟି ସ୍ତୁପର ଓଜନ ୫୦୦ ଗ୍ରାମକୁ କମିଆସିବ I
    • ଏହି ମାଟିକୁ ଏକ ପଲିଥିନ ଥଳିରେ ଭର୍ତ୍ତିକରି ପରୀକ୍ଷାଗାରକୁ ପଠାଇ ଦିଅନ୍ତୁ I

କ୍ର.ନଂ.

ଖାଦ୍ୟସାର

ଉପଚାର କରିବା ପଦ୍ଧତି

ମାତ୍ରା (କେ.ଜି. ହେକ୍ଟର ପ୍ରତି )

କମ

ମଝିଆଲୀ

ଉଚ୍ଚ

ଯବାକ୍ଷାରଯାନ

ଆଲକାଲାଇନ ସୋଡିୟମ ପର୍ମାନଗନଟେ

୨୫୦ ରୁ କମ୍

୨୫୦ ରୁ ୫୦୦

୫୦୦ ରୁ ଅଧିକ

ଫସଫରସ

ଓଲସେନଙ୍କ ପଦ୍ଧତ୍ତି

୯ ରୁ କମ୍

୯ ରୁ ୨୨

୨୨ ରୁ ଅଧିକ

ପଟାସ

ଆମୋନିୟମ ଅକ୍ସିଟେଟ

୧୨୮ ରୁ କମ୍

୧୨୮ ରୁ ୨୮୦

୨୮୦ ରୁ ଅଧିକ

  • ଏହି ଥଳିରେ ଲେବୁଲ ଲଗାଇ ଚାଷୀର ନାମ, ଜମିର ଅବସ୍ଥିତି, ନମୁନା ସଂଗ୍ରହର ତାରିଖ, ପ୍ଲଟ ନମ୍ବର୍, ନମୁନା ସଂଗ୍ରହକାରୀଙ୍କ ନାମ ଏବଂ ଗତ ଋତୁରେ ଚାଷ କରାଯାଇଥିବା ଫସଲର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରନ୍ତୁ I

ସୋପାନ - ୪ : ପିଏଚ୍ (pH) ମୂଲ୍ୟକୁ କିପରି ବ୍ୟାଖ୍ୟା କରିବେ : ଅଂଶଗ୍ରହଣକାରୀମାନଙ୍କୁ ଜଣାନ୍ତୁ ଯେ ଏହି ମୁଲ୍ୟ ସେମାନଙ୍କୁ ଜାଣିବାକୁ ସାହାଯ୍ୟ କରିବ ଯେ ସେମାନଙ୍କର ଜମି ଅମ୍ଳୀୟ କିମ୍ବା କ୍ଷାରୀୟ I ଏହି ଫଳାଫଳ ୧ ରୁ ୧୫ ପର୍ଯ୍ୟନ୍ତ ସଂଖ୍ୟାରେ ଦିଆ ଯାଇଥାଏ I ଯଦି ମିଳିଥିବା ନମ୍ବର ୬.୫ରୁ କମ ହୋଇଥାଏ, ତେବେ ଏହା ଅମ୍ଳୀୟ ଏବଂ ଯଦି ଏହା ୭.୫ରୁ ଅଧିକ ହୋଇଥାଏ ତେବେ ଏହାକୁ କ୍ଷାରୀୟ ବୋଲି ବିବେଚନା କରାଯିବ I ସାଧାରଣ ଭାବେ ଏହି ସଂଖ୍ୟା ୬.୫ ରୁ ୭.୫ ମଧ୍ୟରେ ରହିବା ଉଚିତ I ଚାଷୀମାନଙ୍କୁ ପରମର୍ଶ ଦିଅନ୍ତୁ ଯେ ଯଦି ମାଟିରେ ଅମ୍ଳତା ଅଧିକ ଥାଏ ତେବେ କାଗଜ କଳ ମଇଳା କିମ୍ବା ଚୁନ ମାଟିରେ ମିଶାଇ ମୃତ୍ତିକାକୁ ଶୋଧନ କରନ୍ତୁ I

ସୋପାନ - ୫ : ଜୈବ ଅଙ୍ଗାରର ଉପସ୍ଥିତିକୁ କିପରି ବ୍ୟାଖ୍ୟା କରିବେ : ଯଦି ଫଳାଫଳ ସଂଖ୍ୟା ଶତକଡା ୦.୫ ପ୍ରତିଶତରୁ କମ ହୋଇଥାଏ ତେବେ ମାଟିରେ ଜୈବ ଅଙ୍ଗାରର ମାତ୍ରା "କମ୍", ଯଦି ଏହା ଶତକଡା ୦.୫ ରୁ ୦.୭ ପ୍ରତିଶତ ମଧ୍ୟରେ ରୁହେ ତାହାହେଲେ "ମଧ୍ୟମ" ଏବଂ ଯଦି ଶତକଡା ୦.୭୫ ପ୍ରତିଶତରୁ ଅଧିକ ଥାଏ ତେବେ ଜୈବ ଅଙ୍ଗାରର ମାତ୍ରା "ଅତ୍ୟଧିକ" ବୋଲି ବିବେଚନା କରାଯିବ I

ସୋପାନ - ୬ : ଯବାକ୍ଷାରଯାନ ଫସଫରସ ପଟାସ ମାତ୍ରାକୁ କିପରି ବ୍ୟାଖ୍ୟା କରିବେ : ମାଟି ପରୀକ୍ଷାର ଫଳାଫଳ ଆଧାରରେ ମାଟିରେ ଯବାକ୍ଷାରଯାନ, ଫସଫରସ ଏବଂ ପଟାସର ମାତ୍ରାକୁ ସଠିକ ପରିମାଣର ସାର ପ୍ରୟୋଗ କରି ସନ୍ତୁଳିତ କରିହେବ I ପରୀକ୍ଷା ପଦ୍ଧତି ଏବଂ "କମ", "ମଧ୍ୟମ" ଏବଂ "ଅତ୍ୟଧିକ" ସୂଚକସବୁକୁ ନିମ୍ନ ଉଲ୍ଲିଖିତ ଚାର୍ଟରେ ପ୍ରଦର୍ଶିତ ହୋଇ ଅଛି I ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ, ଯଦି ପୋଷକ ଅଧିକ ଥିବ ତାହା ହେଲେ ଏହାକୁ ଅନୁମୋଦିତ ମାତ୍ରାର ଶତକଡା ୨୫.୦ ପ୍ରତିଶତ କମାଇବାକୁ ପଡିବ ଏବଂ ଯଦି କମ ଥାଏ ଅନୁମୋଦିତ ମାତ୍ରାର ଶତକଡା ୨୫.୦ ପ୍ରତିଶତ ଅଧିକ ପ୍ରୟୋଗ କରିବାକୁ ପଡିବ I

ଉପସଂହାର

ଅଧିବେଶନର ଶେଷ ଆଡକୁ ମାଟି ପରୀକ୍ଷା ସମ୍ବନ୍ଧରେ ଚାଷୀମାନଙ୍କୁ ଆଶ୍ୱସ୍ତ କରନ୍ତୁ ଏବଂ କୁହନ୍ତୁ ଯେ ଖାଦ୍ୟ ସାରର ଉପଯୁକ୍ତ ପରିଚାଳନା ପାଇଁ ଏହା ସେମାନଙ୍କୁ ସାହାଯ୍ୟ କରିବ I ଏହି ବିଷୟରେ ପରିଚିତ କରିବା ପାଇଁ ସେମାନଙ୍କୁ ମାଟି ପରୀକ୍ଷା ବିଷୟରେ କିଛି ପ୍ରଶ୍ନ ପଚାରନ୍ତୁ I ନିମ୍ନ ପ୍ରଦତ୍ତ କିଛି ଅଭ୍ୟାସ କଲେ ଅଂଶଗ୍ରହଣକାରୀମାନେ ମାଟି ପରୀକ୍ଷା ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରିବେ:

  • ଜଣେ କାହାକୁ ଆମନ୍ତ୍ରଣ କରି ଜମିରୁ ପନ୍ଦର ଗୋଟି ସ୍ଥାନ କିପରି ନିରୁପଣ କରାଯିବ ରେଖାଙ୍କିତ କରିବାକୁ କୁହନ୍ତୁ I
  • ପଚାରନ୍ତୁ ଯେ କୌଣସି ଅଂଶଗ୍ରହଣକାରୀଙ୍କ ମାଟିରେ ବିଭିନ୍ନ ଗୁଣ ଥିବା ଜମି ଅଛି କି ଯେଉଁଥିରେ ୧୦ ରୁ ୧୫ ସ୍ଥାନରୁ ନମୁନା ଏକରୁ ଅଧିକ ଥର ସଂଗ୍ରହ କରିବାକୁ ପଡିବ I ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ଏହି ଉଦାହରଣ ପ୍ରଦର୍ଶିତ କରାଇ ଏହି ପଦ୍ଧତିକୁ ବୁଝାଯାଇ ପାରିବ I
  • ଯଦି ମାଟିରେ ଅଧିକ ଅମ୍ଳତା କିମ୍ବା କ୍ଷାରତା ଥାଏ, ତାହାହେଲେ ମାଟିରେ କ’ଣ ମିଶାଇବାକୁ ପଡିଥାଏ I
  • ଜୈବିକ ଅଙ୍ଗାରର ମାତ୍ରାକୁ କିପରି ଭାବେ ବୃଦ୍ଧି କରିହେବ I

ଆଧାର – ପୋର୍ଟାଲ ଟିମ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate