ଅଧିବେଶନ ୨.୪ |
ମୃତ୍ତିକା ସୌରୀକରଣ I |
ଉଦ୍ଦେଶ୍ୟ |
ମୃତ୍ତିକାରେ ଥିବା ରୋଗ ଜୀବାଣୁ ଏବଂ ତୃଣ ମଞ୍ଜି ନାଶ କରିବା ପାଇଁ ମୃତ୍ତିକା ସୌରୀକରଣର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ମୃତ୍ତିକାରେ ଥିବା ହାନୀକାରକ ପୋକ ଏବଂ ଅଣ୍ଡା କିପରି ଭାବେ ଆଗାମୀ ଫସଲକୁ ଗମ୍ଭୀର ଭାବେ କ୍ଷତି କରିବେ I ଏହାପରେ ସେମାନେ ଚାଷୀମାନଙ୍କୁ କ୍ଷେତକୁ ନେଇ ଏହି ବିଷୟରେ ପ୍ରଦର୍ଶନ କରିବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I କ୍ଷେତ୍ର ପ୍ରଦର୍ଶନ ପାଇଁ ଚାଷୀର ଜମି I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ନିମ୍ବ କିମ୍ବା କରଞ୍ଜ ତେଲ, ଧଳା ପଲିଥିନ୍, ହଳ, ଇଟା, ଚାଷୀର ଜମି I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | କ୍ଷେତ୍ର ପ୍ରଦର୍ଶନ - ୪୫ମିନିଟ୍ | |
କୀଟ ପତଙ୍ଗ କୃଷିକାର୍ଯ୍ୟର ଏକ ଅଭିନ୍ନ ଅଙ୍ଗ I କିନ୍ତୁ ଫସଲର ପରିମାଣ ଏବଂ ମାନ ଉପରେ ହାନୀକାରକ ପ୍ରଭାବକୂ କମ କରିବା ପାଇଁ ଏହି କୀଟ ପତଙ୍ଗକୂ ଦମନ କରିବା ଆବଶ୍ୟକ ଏବଂ ଏହାକୁ ଦମନ କରାଯାଇ ପାରିବ I ଫସଲର ଅମଳ ପରେ କୀଟ ପତଙ୍ଗ ଏବଂ ଅଣ୍ଡା ଫସଲର ଅବଶେଷ ମଧ୍ୟରେ ରହି ଯାଇଥାଆନ୍ତି I ତେଣୁ ପରବର୍ତ୍ତୀ ଫସଲର ବୁଣିବା କାର୍ଯ୍ୟ ଆରମ୍ଭ ପୂର୍ବରୁ ଏସବୁକୁ ନଷ୍ଟ କରିବା ଉଚିତ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେବେ ମାଟିରେ ଥିବା କୀଟ ପତଙ୍ଗ କିମ୍ବା ରୋଗକାରୀ ଜୀବାଣୁ ସଂକ୍ରମଣ ଜନିତ ଫସଲ ହାନୀର ସମ୍ମୁଖିନ ହୋଇଛନ୍ତି କି I ସାଧାରଣଭାବେ ମୃତ୍ତିକାରେ ଦେଖାଯାଉଥିବା କୀଟପତଙ୍ଗ ଓ ରୋଗକାରୀ ଜୀବାଣୁ ବିଷୟରେ ଚାଷୀମାନଙ୍କର ଜ୍ଞାନ ସମ୍ପର୍କରେ ଆକଳନ କରନ୍ତୁ I ଚାଷୀମାନଙ୍କୁ ପଚାରି ହେବ ଯେ କେଉଁ ମାସରେ ସେମାନେ ଏହି ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଥାଆନ୍ତି ଏବଂ ସେମାନେ ମୃତ୍ତିକାକୁ ନିଃସଂକ୍ରମିତ କରିବା ପାଇଁ କ'ଣ ସବୁ ଉପାୟ କରିଥାଆନ୍ତି I
ସୋପାନ -୨: ମୃତ୍ତିକାରେ ପୋକ/ରୋଗ ଜୀବାଣୁ ଉପସ୍ଥିତିର ପରିଣାମ : ଅଂଶଗ୍ରହଣକାରୀମାନଙ୍କୁ ମୃତ୍ତିକାରେ ଥିବା ବିଭିନ୍ନ କୀଟ ପତଙ୍ଗ ଓ ସେମାନଙ୍କର ଅଣ୍ଡା ବିଷୟରେ ମୌଳିକ ସୁଚନା ପ୍ରଦାନ କରନ୍ତୁ I ଏହାସହ ସେମାନଙ୍କୁ ବୁଝାନ୍ତୁ ଯେ ମୃତ୍ତିକାରେ ରହିଥିବା ରୋଗ ଜୀବାଣୁ ଏବଂ ସୂତ୍ରଜୀବ କିପରିଭାବେ ଫସଲ ଅମଳକୁ ପ୍ରଭାବିତ କରି ଥାଆନ୍ତି I ମୃତ୍ତିକାରେ ସାଧାରଣ ଭାବେ ଧବଳ ଭୃଙ୍ଗ, ଉଇ ଇତ୍ୟାଦି ପୋକ ଦେଖା ଯାଇଥାଆନ୍ତି I ଅମଳ ପରେ କୀଟ ପତଙ୍ଗମାନଙ୍କର ଅଣ୍ଡା ଫସଲର ଅବଶେଷରେ ରହି ଯାଇଥାଏ ଯାହାକୁ ପରବର୍ତ୍ତୀ ଫସଲର ବୁଣିବା କାର୍ଯ୍ୟ ପୂର୍ବରୁ ନଷ୍ଟ କରିବା ଆବଶ୍ୟକ I ଏହି ପ୍ରକ୍ରିୟା ଫସଲକୁ ଅନେକ ରୋଗ ଏବଂ କୀଟ ପତଙ୍ଗ ଆକ୍ରମଣରୁ ରକ୍ଷା କରିବ I
ସୋପାନ -୩: ମୃତ୍ତିକାକୁ କିପରି ନିସଂକ୍ରମିତ କରିବେ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଅନେକ ଗୁଡିଏ ପଦ୍ଧତିରେ ମୃତ୍ତିକାକୁ ନିଃସଂକ୍ରମିତ କରିହେବ :
ସୋପାନ -୪: ମୃତ୍ତିକା ସୌରୀକରଣ କ’ଣ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ମୃତ୍ତିକା ସୌରୀକରଣ ଏକ ପରିବେଶ ଅନୁକୂଳ ପଦ୍ଧତି ଯେଉଁଥିରେ ସୌର୍ଯ୍ୟଶକ୍ତିକୁ ମାଟିରେ ଥିବା ପୋକଯୋକ ତଥା ରୋଗକାରୀ ଜୀବାଣୁ ଯଥା ଫିମ୍ପି, ସୂତ୍ରଜୀବ, କୀଟ, ଘୁଣ ପୋକ ଏବଂ ତୃଣ ସହ ତୃଣ ମଞ୍ଜି ଇତ୍ୟାଦିସବୁକୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ I ଫସଲରେ ମୃତ୍ତିକା-ବାହିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏହା ଏକ ପ୍ରଭାବୀ ପଦ୍ଧତି I ଏହି ପ୍ରକ୍ରିୟାରେ ପ୍ରଥମେ ମାଟିକୁ ଓଦାକରିଏକ ପଲିଥିନ କିମ୍ବା ପ୍ଲାଷ୍ଟିକ ଚାଦରରେ ସୌର୍ଯ୍ୟଶକ୍ତିକୁ ଧରି ରଖିବା ପାଇଁ ଘୋଡେଇ ଦିଆ ଯାଏ I ମୃତ୍ତିକା ସୌରୀକରଣ କ୍ରମାଗତ ଦୁଇ ବର୍ଷ ଧରି କାର୍ଯ୍ୟକାରୀ କଲେ ତୃଣକୁ ସଫଳତାର ସହ ଦମନ କରାଯାଇପାରିବ I
ସୋପାନ ୫: ମୃତ୍ତିକା ସୌରୀକରଣ ପାଇଁ ସବୁଠାରୁ ଉତ୍ତମ ସମୟ ହେଉଛି ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସ କାରଣ ଏହି ସମୟରେ ବହୁତ ଉତ୍ତାପ ଥାଏ I ଏହି ପ୍ରକ୍ରିୟାକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଲା ପରେ ସେମାନଙ୍କୁ ଏକ ଚାଷଜମିକୁ ନେଇ ମୃତ୍ତିକା ସୌରୀକରଣର ପ୍ରକୃତ ପ୍ରକ୍ରିୟାକୁ ପ୍ରଦର୍ଶନ କରାନ୍ତୁ:
ଧରି ନିଆଯିବ ଯେ, ଅଂଶଗ୍ରହଣକାରୀମାନେ ମୃତ୍ତିକା ସୌରୀକରଣର ମହତ୍ୱ ଏବଂ ପଦ୍ଧତି ବିଷୟରେ ଭଲଭାବରେ ବୁଝିଅଛନ୍ତି I ଅଧିବେଶନକୁ ସମପ୍ତି କଲାବେଳେ ଜଣେ ପ୍ରଗତିଶୀଳ ଚାଷୀଙ୍କୁ ସୌରୀକରଣ ବିଷୟରେ ତାଙ୍କର ବୋଧତାକୁ ବର୍ଣନ କରିବାକୁ କୁହନ୍ତୁ I ଏହା ଅନ୍ୟ ଚାଷୀମାନଙ୍କୁ ଏହି ବିଷୟବସ୍ତୁକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ I
ଆଧାର – ପୋର୍ଟାଲ ଟିମ
Last Modified : 7/1/2020