ଅଧିବେଶନ ୧.୭ ସବୁଜ ସାର I ଉଦ୍ଦେଶ୍ୟ ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ବୁଣିବା ପୂର୍ବରୁ ସବୁଜ ସାର ଚାଷ କରିବାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ମୃତ୍ତିକାରେ ଯବକ୍ଷାରଯାନ ପରିମାଣକୁ ବୃଦ୍ଧିକରିବାପାଇଁ ସବୁଜ ସାରର ଉପକାରିତା ବିଷୟରେ ଚାଷୀମାନଙ୍କୁ ସିଆରପିମାନେ ବୁଝାଇବେ I ଏହାପରେ କୌଣସି ଏକ ଚାଷୀଙ୍କ ଜମିକୁ ପ୍ରକୃତ ପ୍ରଦର୍ଶନ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ନିଆଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର, ଧଣିଚା ମଞ୍ଜି, ହଳ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | କ୍ଷେତ୍ର ପରିଦର୍ଶନ – ୪୫ମିନିଟ୍ | ପୃଷ୍ଠଭୁମୀ ମୃତ୍ତିକାର ଉର୍ବରତାକୁ ବୃଦ୍ଧିକରିବା ପାଇଁ ଚାଷୀମାନେ ସବୁଜ ସାର ପ୍ରଦାନ କରୁଥିବା ଫସଲ ଚାଷ କରିବା ବିଷୟରେ ଶିକ୍ଷାକରିବା ଉଚିତ I ଜୈବିକ ପଦାର୍ଥ ମାଟିରେ ମିଶାଇଲେ ମୃତ୍ତିକାର ଭୌତିକ ଗୁଣରେ ଉନ୍ନତି ହୋଇଥାଏ I ଏହା ପୋଷକ ସବୁକୁ ଫସଲପାଇଁ ଅପହଞ୍ଚ ଦୂରତାକୁ ଯିବା ପାଇଁ ଦେଇ ନ ଥାଏ I ଏହା ମାଟିରେ ଥିବା ସୂକ୍ଷ୍ମଜୀବାଣୁ ପାଇଁ ଖାଦ୍ୟ ଯୋଗାଇଥାଏ I ସବୁଠାରୁ ମହତ୍ୱପୂର୍ଣ୍ଣ ଯେ, ଏହା ଡାଲି ଜାତୀୟ ଫସଲର ଚେର ଗଣ୍ଠିରେ ଯବକ୍ଷାରଯାନ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ ଏବଂ ଉତ୍ତମ ମୃତ୍ତିକା ଗଠନରେ ମଧ୍ୟ ସାହାଯ୍ୟ କରିଥାଏ I ଏହାସହିତ ସବୁଜ ସାର ବାୟୁ ସଞ୍ଚାଳନ ପାଇଁ ସହାୟତା ଦେଇଥାଏ ଯାହା ଫସଲର ଉତ୍ତମ ବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜାଣିଛନ୍ତି କି ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ମାଟିରେ ଯବକ୍ଷାରଯାନର ପରିମାଣକୁ କିପରି ବଢାଇହେବ I ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରକାର ସବୁଜ ସାର ପ୍ରଦାନକାରୀ ଫସଲ ବିଷୟରେ ଆଲୋଚନା କରନ୍ତୁ I ସୋପାନ -୨: ସବୁଜ ସାର ପ୍ରଦାନ କରୁଥିବା ଫସଲ: ଚାଷୀମାନଙ୍କୁ ବୁଝାନ୍ତୁଯେ ମୁଖ୍ୟ ଫସଲ ବୁଣିବାର ପାଖାପାଖି ୪୫ ଦିନ ପୂର୍ବରୁ ସବୁଜ ସାର ପ୍ରଦାନକାରୀ ଫସଲକୁ ବୁଣାଯାଏ I ସବୁଜ ସାର ପାଇଁ ବହୁଳ ଭାବେ ଧନିଚାକୁ ବ୍ୟବହାର କରାଯାଏ ଯାହା ଅଧିକାଂଶ ମୃତ୍ତିକା ପାଇଁ ଅନୁକୂଳ ହୋଇଥାଏ I ଧନିଚା ଏକ ସରସ ସବୁଜ ସାର ପ୍ରଦାନକାରୀ ଫସଲ ଯାହା ଯେ କୌଣସି ପ୍ରତିକୁଳ ପରିସ୍ଥିତି ଯଥା ମରୁଡି, ଜଳ ପ୍ଲାବିତ, ଲୁଣା ଇତ୍ୟାଦି ଅବସ୍ଥାରେ ମଧ୍ୟ ବଢିଥାଏ I ଅନ୍ୟ ସବୁଜ ସାର ଫସଲ ଯଥା ଛଣି, ଝୁଡଙ୍ଗ ମଧ୍ୟ ଚାଷ କରିହେବ I ସୋପାନ -୩: ସବୁଜ ସାର ଫସଲ କିପରି ଆଦୃତ କରିବେ: ମଇ-ଜୁନ ମାସରେ ଏକର ପିଛା ୧୬ ରୁ ୧୮ କେ.ଜି. ପର୍ଯ୍ୟନ୍ତ ବିହନ ବୁଣନ୍ତୁ I ଯଦି ବୁଣା ଧାନ ଚାଷ କରୁଥିବେ ୮ରୁ ୧୦ କେ.ଜି. ପର୍ଯ୍ୟନ୍ତ ବିହନ ବୁଣନ୍ତୁ I ବୁଣିବାର ୬ ରୁ ୮ ସପ୍ତାହ ପରେ ଫୁଲ ଧରିବା ଆରମ୍ଭ ହେବା ସମୟରେ ହଳକରି ଧନିଚା ଫସଲକୁ ମାଟି ସହିତ ମିଶାଇ ଦିଅନ୍ତୁ I ତା'ହା ପରେ ଏହି ଜମିରେ ଧାନ ତଳିକୁ ରୁଅନ୍ତୁ I ଉପସଂହାର ଅଧିବେଶନକୁ ସମାପ୍ତ କଲାବେଳେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ସବୁଜ ସାର ପ୍ରଦାନକାରୀ ଫସଲ ଚାଷ କରିବାର ଉପାଦେୟତା ବିଷୟରେ ପୁନରାବୃତ୍ତି କରିବାକୁ କୁହନ୍ତୁ I ଆଧାର – ପୋର୍ଟାଲ ଟିମ