অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ଅମଳ (ଶୁଖାଇବା ଏବଂ ବର୍ଗୀ କରଣ)

ଖରିଫ ଫସଲର ଅମଳ (ଶୁଖାଇବା ଏବଂ ବର୍ଗୀ କରଣ)

ଅଧିବେଶନ ୮.୪

ଶୁଖାଇବା ଏବଂ ବର୍ଗୀ କରଣ I

ଉଦ୍ଦେଶ୍ୟ

ଖାଦ୍ୟ ଶସ୍ୟର ସଠିକ ଶୁଖାଇବା ଏବଂ ବର୍ଗୀକରଣ କରିବାର ଉପଯୁକ୍ତ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶ୍ରେଣୀ କକ୍ଷ ଅଧିବେଶନର ବିଷୟବସ୍ତୁ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଶସ୍ୟ ଶୁଖାଇବା ପାଇଁ ବ୍ୟବହୃତ ହେଉଥିବା ଖୋଲା ସ୍ଥାନ I

ଦରକାରୀ ସାମଗ୍ରୀ

ତାର୍ପୋଲିନ, ଗୋବର, ଶସ୍ୟ, ପରିବା, ଫଳ, କାର୍ଡ ବୋର୍ଡ ଡବା I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ |

ପୃଷ୍ଠଭୁମୀ

ଶସ୍ୟ ଜାତୀୟ ଫସଲ ଅମଳ ହେଲା ପରେ, ବଜାରରେ ବିକ୍ରୟ କରିବା ପାଇଁ କିମ୍ବା ବିହନ ଭାବେ ବ୍ୟବହାର କରିବା ପାଇଁ ଏହାକୁ କିଛି ସମୟ ସଂରକ୍ଷଣ କରି ରଖିବା ଆବଶ୍ୟକ I ଶସ୍ୟ ସଂରକ୍ଷଣର ଅବଧି ଅମଳ ହେବା ସମୟରେ ଏହାର ଅବସ୍ଥା ଏବଂ ଏହାକୁ କେତେ ଶୁଖାଯାଇଛି (ଜଳୀୟ ଅଂଶ ମାତ୍ରା ବାହାର କରିବାକୁ) ତାହା ଉପରେ ନିର୍ଭର କରେ I ସେହିପରି ବଜାରରେ ଭଲ ଦର ପାଇବା ପାଇଁ ଫଳ ଓ ପରିବାକୁ ବର୍ଗୀ କରଣ କରିବା ଆବଶ୍ୟକ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଏକତ୍ରିତ ହୋଇଥିବା ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ କିପରିଭାବେ ଖାଦ୍ୟଶସ୍ୟକୁ ଶୁଖାଇଥାଆନ୍ତି I ଶସ୍ୟକୁ ଅଧିକ ସମୟ ପାଇଁ ସଂରକ୍ଷଣ କରିବାକୁ ଶସ୍ୟ ଶୁଖିଗଲା ପରି କିପରି ଭାବେ ଜାଣିବେ ଚାଷୀମାନଙ୍କୁ ଶିକ୍ଷା ଦେବା ଦରକାର I ସେହିପରି ଭାବେ ସେମାନଙ୍କୁ ପରିବା ଓ ଫଳ ଶ୍ରେଣୀକରଣ କରିବା ପାଇଁ ସଚେତନ କରିବା ଉଚିତ କାରଣ ଏହାଦ୍ୱାରା ସେମାନେ ବଜାରରେ ଭଲ ମୂଲ୍ୟ ପାଇପାରିବେ I ତେଣୁ ଅଂଶଗ୍ରହଣକାରୀମାନଙ୍କୁ ଏହି ଅଧିବେଶନର ମହତ୍ୱ ବିଷୟରେ ବୁଝାନ୍ତୁ I

ସୋପାନ -: ଶସ୍ୟକୁ କିପରି ଭାବେ ଶୁଖାଯାଏ: ଚାଷୀମାନଙ୍କୁ କୁହନ୍ତୁ ଯେ ଶସ୍ୟକୁ ଅମଳ ପରେ ଭଲଭାବରେ ଶୁଖାଇଲେ ଏହାର ବହୁତ ଅଧିକ ଲାଭ ମିଳିଥାଏ I ଧାନ, ମୁଗ, ବିରି, ହରଡ ଆଦି ଶସ୍ୟକୁ ଅମଳ ପରେ ଦୁଇ ରୁ ତିନି ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ମାତ୍ରାକୁ ଶତକଡା ୯ ରୁ ୧୦ ଭାଗକୁ ଆଣିବା ଆବଶ୍ୟକ I ଶସ୍ୟରେ ଜଳୀୟ ଅଂଶ ମାତ୍ରାକୁ ଜାଣିବା କଷ୍ଟକର ହୋଇଥାଏ I ତେଣୁ ଶସ୍ୟକୁ ଏକ ଖୋଲା ଜାଗାରେ ଖରାରେ ଶୁଖାଇବା ଉଚିତ I ଯେଉଁଠାରେ ଶସ୍ୟକୁ ଶୁଖାଯାଉଥାଏ, ସେଠାରେ ଏକ କିଲୋଗ୍ରାମ ଶସ୍ୟ ସକାଳେ ଅଲଗାଭାବେ ଶୁଖାନ୍ତୁ I ସନ୍ଧ୍ୟାରେ ଏହାକୁ ଓଜନ କରି ଦେଖନ୍ତୁ ଯେ ଜଳୀୟ ଅଂଶ ବାଷ୍ପୀକରଣ କାରଣରୁ କିଛି ଓଜନ ହ୍ରାସ ହୋଇ ଅଛି କି ? ଏହି ପ୍ରକ୍ରିୟାକୁ ପ୍ରତିଦିନ ପୁନରାବୃତ୍ତି କରିବା ଆବଶ୍ୟକ ଯେ ପର୍ଯ୍ୟନ୍ତ ଆଉ ଅଧିକ ଓଜନ ହ୍ରାସ ହେବାର ଲକ୍ଷଣ ଦୃଶ୍ୟମାନ ନ ହୁଏ I ଏହାପରେ ଆଉ ଅଧିକ ଶୁଖାଇବା ଆବଶ୍ୟକ ହୁଏ ନାହିଁ I ଯେଉଁ ଚଟାଣରେ ଶୁଖାଇବା ପାଇଁ ବ୍ୟବହାର କରା ଯାଉଥିବ, ଏହା ଆଦ୍ର ହେବା ଉଚିତ ନୁହେଁ I ଶସ୍ୟକୁ ଉପର ତଳ କରି ନିୟମିତ ଭାବେ ଘାଣ୍ଟିବା ଆବଶ୍ୟକ ଯେପରିକି ସବୁ ଶସ୍ୟ ଖରାରେ ଭଲଭାବେ ଶୁଖି ପାରିବ I ଏକ ଲମ୍ବା ଫାଉଡା ବ୍ୟବହାର କରି ଚାଷୀମାନଙ୍କୁ ଦେଖାନ୍ତୁ ସବୁ ଦାନାକୁ ଘାଣ୍ଟି କିପରି ଭାବେ ଖରାରେ ଶୁଖାଯାଏ I ଯେଉଁ ଚଟାଣ ଶୁଖାଇବା ପାଇଁ ବ୍ୟବହାର କରାଯାଏ, ତାହାକୁ ସିମେଣ୍ଟ କିମ୍ବା ଗୋବର ପାଣିରେ ଘଷି ଆବୃତ କରନ୍ତୁ I (ଗୋବର ପାଣି ପ୍ରସ୍ତୁତ କରି ଚଟାଣର ସବୁ ଗର୍ତ୍ତକୁ କିପରି ଭାବେ ବନ୍ଦ କରାଯାଏ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଆଉ କୁହନ୍ତୁ ଯେ ଏହାଦ୍ୱାରା ଛୋଟ ପୋକଜୋକ ଶସ୍ୟକୁ ସଂକ୍ରମଣ କରି ପାରି ନ ଥାନ୍ତି ) I ଯେଉଁ ଚଟାଣରେ ଶସ୍ୟ ଶୁଖାଯାଉଥାଏ ତାହାଉପରେ କୌଣସି ପ୍ରକାର ଫାଙ୍କ କିମ୍ବା ଗର୍ତ୍ତ ରହିବା ଉଚିତ ନୁହେଁ I

ସୋପାନ -: ବର୍ଗୀକରଣ କିପରି କରାଯାଏ: ଫଳ ଏବଂ ପନିପରିବା କ୍ଷେତ୍ରରେ ବର୍ଗୀକରଣ ଅମଳ କରିବାର ଯଥା ଶୀଘ୍ର କରିବା ଉଚିତ I ବର୍ଗୀକରଣଦ୍ୱାରା "ବଡ ଠାରୁ ଛୋଟ ଦାନା " ଏବଂ "କଞ୍ଚା ଫଳ ଠାରୁ ପାକଳ ଫଳ"କୁ ଅଲଗା କରାଯାଇଥାଏ I ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ, ବର୍ଗୀକରଣ କଲେ ବଜାରରେ ଭଲ ମୂଲ୍ୟ ମିଳିଥାଏ I ଫଳ ଓ ପନିପରିବା ବର୍ଗୀକରଣ କରିବା ପାଇଁ ଚାଷୀମାନେ ନିମ୍ନ ଲିଖିତ ପ୍ରକ୍ରିୟା କରିବା ଉଚିତ:

  • ତୋଳା ଯାଇଥିବା ଫଳ ଏବଂ ପରିବାରୁ ପତ୍ର ସବୁକୁ ବାହାର କରି ଦିଅନ୍ତୁ I ସେହିପରି ଭାବେ ନଷ୍ଟ ହୋଇଯାଇଥିବା ଏବଂ ପଚିଯାଇଥିବା ଫଳ ଏବଂ ପରିବାକୁ ବାହାର କରିଦେଇ କେବଳ ଭଲ ଫଳ ଏବଂ ପରିବାକୁ ରଖନ୍ତୁ I
  • ବିକୃତ/ବିରୂପ ହୋଇଯାଇଥିବା ଫଳ ସହିତ ରୋଗ ପୋକ ସଂକ୍ରମିତ ଫଳ ଗୁଡିକୁ ବାହାର କରି ଦିଅନ୍ତୁ I (ଆପଣ ବୁଝାଇବା ପାଇଁ ଆଣିଥିବା ଫଳ ସବୁ ଦେଖାଇ ରୋଗ ପୋକ ସଂକ୍ରମିତ ଫଳ ଗୁଡିକୁ ଅଲଗା କରି ଯେଉଁ ସବୁ ଫଳ ଗୁଡିକ ବିକ୍ରୟ କରାଯାଇ ପାରିବ ସେସବୁକୁ ଅଲଗା କରନ୍ତୁ ) I
  • ଫଳ ଗୁଡିକୁ ଛୋଟ, ମଝିଆ ଏବଂ ବଡ ଆକାର ଅନୁସାରେ ଅଲଗା ଅଲଗା ରଖନ୍ତୁ I (ସେହି ଅଞ୍ଚଳରେ ମିଳୁଥିବା କିଛି ଫଳ ଅଂଶଗ୍ରହଣକାରୀମାନଙ୍କୁ ଦେଖାଇ ସେଗୁଡିକୁ ଆକାର ଅନୁଯାୟୀ କିପରି ଭାବେ ଅଲଗା ଅଲଗା କରାଯାଏ ସେମାନଙ୍କୁ ଦେଖାନ୍ତୁ ) I
  • ପାକଳ, ଅର୍ଦ୍ଧ-ପାକଳ ଏବଂ କଞ୍ଚା ଫଳ ସବୁକୁ ଅଲଗା ଅଲଗା ରଖିବା ଆବଶ୍ୟକ କାରଣ ଉପଭୋକ୍ତାମାନଙ୍କ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ I
  • ପୁରୁଣା ଫଳ ସବୁକୁ ନୂଆ ଫଳ ଠାରୁ ଅଲଗା କରିବା ଆବଶ୍ୟକ I
  • ଶସ୍ୟଜାତ ଫସଲରେ ପୂରଣ ହୋଇଥିବା (ପାକଳ) ଦାନାକୁ ଅର୍ଦ୍ଧ-ପୂରଣ (ପାକଳ ହୋଇ ନ ଥିବା) ଦାନାଠାରୁ ଅଲଗା କରିବା ଉଚିତ I ଏହାକୁ ଅଲଗା କରିବା ପାଇଁ ଧାନ ଉଡାଇବା ଯନ୍ତ୍ର କିମ୍ବା ଚାଲୁଣୀ ବ୍ୟବହାର କରାଯାଇପାରେ I

ସୋପାନ -: ପ୍ୟାକିଙ୍ଗ କରିବା ସମୟରେ ସତର୍କତା: ଚାଷୀମାନେ ଜାଣିବା ଉଚିତ ଯେ ଫଳ ଏବଂ ପନିପରିବା ପ୍ୟାକିଙ୍ଗ୍ କରିବା ପାଇଁ ଅନେକ ଗୁଡିଏ ସତର୍କତା ଅବଲମ୍ବନ କରିବା ଉଚିତ I ସାଧାରଣତଃ ଫଳ ଏବଂ ପନିପରିବାକୁ ଦୂର ବଜାରକୁ ବିକ୍ରୟ ପାଇଁ ପଠାଇବା ପୂର୍ବରୁ ଏହାକୁ ବିଲଉପରେ ବର୍ଗୀକରଣ କରାଯାଇଥାଏ I ଏହାକୁ କାର୍ଡ ବୋର୍ଡ, କାଠ କିମ୍ବା ପ୍ଲାଷ୍ଟିକ ବାକ୍ସରେ ପ୍ୟାକିଙ୍ଗ୍ କରାଯାଇଥାଏ I (ଆପଣ ସାଙ୍ଗରେ ଆଣିଥିବା କିଛି କାର୍ଡ ବୋର୍ଡ ବାକ୍ସକୁ ଚାଷୀମାନଙ୍କୁ ଦେଖାନ୍ତୁ I ଏହାଭିତରେ ଥିବା ଫଳ ପାଇଁ ବାୟୁ ସଞ୍ଚାଳନ କରିବାକୁ ବାକ୍ସ ଉପରେ କିପରି ଭାବେ ଛୋଟ ଛୋଟ କଣା କରାଯାଏ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ) I ଗୋଟିଏ ବାକ୍ସ ଉପରେ ଆଉ ଗୋଟିଏ ବାକ୍ସକୁ ରଖନ୍ତୁ ନାହିଁ କାରଣ ଏହା ତଳ ବାକ୍ସରେ ଥିବା ଫଲସବୁକୁ ନଷ୍ଟ କରିଦେଇପାରେ I ପରିବହନ ସମୟରେ ଯତ୍ନ ନେବା ଉଚିତ ଯେ ଅତ୍ୟଧିକ ଉତ୍ତାପ କିମ୍ବା ଆର୍ଦ୍ରତା କାରଣରୁ ଫଳ ଏବଂ ପନିପରିବା ସବୁ ପଚି ନ ଯାଏ I

ସୋପାନ -: ଶୁଖାଇବା ଏବଂ ବର୍ଗୀ କରଣ କରିବାର ଉପାଦେୟତା: ଚାଷୀମାନଙ୍କୁ ଶୁଖାଇବା ଏବଂ ବର୍ଗୀକରଣର ମହତ୍ୱ ବିଷୟରେ ବୁଝାନ୍ତୁ ଏବଂ ସେମାନଙ୍କୁ ଏହାର ପ୍ରକ୍ରିୟା ବିଷୟରେ ବୁଝାନ୍ତୁ I ଉତ୍ପାଦ ଭଲ ଭାବରେ ଶୁଖିଥିବା କାରଣରୁ ଏହା ରୋଗ ପୋକ ଆକ୍ରମଣରୁ କମ ସଂକ୍ରମିତ ହୋଇଥାଏ ଏବଂ ଅଧିକ ସମୟ ପାଇଁ ଏହାକୁ ସଂରକ୍ଷଣ କରି ରଖାଯାଇ ପାରିବ I ବର୍ଗୀକରଣ କରିବା ଦ୍ୱାରା ଚାଷୀମାନେ ବଜାରରେ ଉତ୍ତମ ମୂଲ୍ୟ ପାଇଥାଆନ୍ତି I ସଠିକ ପ୍ୟାକିଙ୍ଗ୍ କରିବା ଫଳରେ କୃଷି ଜନିତ ଉତ୍ପାଦ ନଷ୍ଟ ହୋଇ ନ ଥାଏ କିମ୍ବା ପରିବହନ ସମୟରେ ପଚି ଯାଇ ନ ଥାଏ I

ଉପସଂହାର

ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୁଖାଇବା, ବର୍ଗୀକରଣ କରିବା ଏବଂ ପ୍ୟାକିଙ୍ଗ୍ ବିଷୟରେ ବୁଝିଛନ୍ତି ନା ନାହିଁ I ଏହି ତିନିଗୋଟି ପ୍ରକ୍ରିୟାର ମହତ୍ୱ ସେମାନଙ୍କୁ ବୁଝାଇବା ସହ କୁହନ୍ତୁ ଯେ ସେମାନେ ଏହି ପ୍ରକ୍ରିୟା ଆଦୃତ କଲେ ନିଜ କୃଷି ଉତ୍ପାଦ ପାଇଁ ବଜାରରେ ଉତ୍ତମ ଦର ପାଇ ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate