ଅଧିବେଶନ ୩.୪ |
ଜୀବାଣୁ ସାର ବ୍ୟବହାର I |
ଉଦ୍ଦେଶ୍ୟ |
ଜୀବାଣୁ ସାରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ବୁଝାଇବା କାରଣ ଏହା ଯବାକ୍ଷାରଯାନକୁ ମାଟିରେ ବାନ୍ଧିରଖି ଫସଲର ଅମଳ ବଢାଇବାରେ ସାହାଯ୍ୟ କରିଥାଏI |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜୀବାଣୁ ସାରର ଉପଯୋଗିତା ବିଷଯରେ ଅଂଶଗ୍ରହଣକାରୀମାନଙ୍କୁ ବ୍ୟାଖ୍ୟାନ ମାଧ୍ୟମରେ ବୁଝାଇବେ I ତା’ ପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ଚାଷୀର ଜମି I |
ଦରକାରୀ ସାମଗ୍ରୀ |
ପୋଷ୍ଟର, ବିହନ, ବ୍ୟାକ୍ଟେରିଆ କଲଚର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ । କ୍ଷେତ୍ର ପରିଦର୍ଶନ – ୬୦ମିନିଟ୍ I |
ଜୀବାଣୁ ସାରରେ ଜୀବନ୍ତ ସୂକ୍ଷ୍ମଜୀବାଣୁସବୁ ରହିଥାଏ ଯାହା ମାଟିରେ ପ୍ରାକୃତିକ ଭାବେ ଯବାକ୍ଷାରଯାନ ବାନ୍ଧିରଖି ଫସଲକୁ ପୋଷକ ଯୋଗାଇଥାଏ I ଜୀବାଣୁ ସାରରେ ଥିବା ଏହି ସବୁ ସୂକ୍ଷ୍ମଜୀବାଣୁ ମୃତ୍ତିକାର ପ୍ରାକୃତିକ ପୋଷକ ଚକ୍ର ବଜାୟ ରଖି ମୃତ୍ତିକାର ଜୈବ ପଦାର୍ଥକୁ ନିର୍ମାଣ କରିଥାଏ I ଜୀବାଣୁ ସାର ବ୍ୟବହାର କଲେ ଫସଲ ସୁସ୍ଥ ଭାବେ ବଢିବା ସହ ଏହା ଚିରନ୍ତନ ଭାବେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବୃଦ୍ଧିକରିଥାଏ I ତେଣୁ ଜୀବାଣୁ ସାର ମୃତ୍ତିକାର ଉର୍ବରତାକୁ ବୃଦ୍ଧିକରିବା ସହ ଏହା ଫସଲର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଜୀବାଣୁ ସାରର ମହତ୍ୱ ବିଷୟରେ ଶିକ୍ଷାଦାନ କରିବା ସହ ଏହାର ବ୍ୟବହାର ବିଷୟରେ ସଚେତନ କରିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କର ଜୀବାଣୁ ସାର ବିଷୟରେ ଜ୍ଞାନକୁ ଆକଳନ କରନ୍ତୁ ଏବଂ ସେମାନେ ସାଧାରଣ ଭାବେ ବ୍ୟବହାର କରୁଥିବା କିଛି ଜୀବାଣୁ ସାରର ନାମ ପଚାରି ବୁଝନ୍ତୁ I ସେମାନଙ୍କୁ ପଚାରି ବୁଝନ୍ତୁ ଯେ ଆବଶ୍ୟକ ବେଳେ ସେମାନେ ଜୀବାଣୁ ସାର ସଂଗ୍ରହ କରି ପାରନ୍ତି କି I ଏଥି ସହିତ ପଚାରନ୍ତୁ ଯେ ସେମାନେ ଡାଲି ଜାତୀୟ ଫସଲରେ ଚେର ଗଣ୍ଠିକୁ ଦେଖିଛନ୍ତି କି I
ସୋପାନ -୨: ଜୀବାଣୁ ସାର କ’ଣ ?: ଚାଷୀମାନଙ୍କୁ ବୁଝାନ୍ତୁ ଯେ ଜୀବାଣୁ ସାରରେ ଜୀବନ୍ତ ଜୀବାଣୁ ରହିଥାଏ I ଯେତେବେଳେ ଏହାକୁ ବିହନ, ଫସଲ ଉପରେ କିମ୍ବା ମୃତ୍ତିକାରେ ପ୍ରୟୋଗ କରାଯାଏ ଏହା ମାଟିର ଉପରସ୍ତର କିମ୍ବା ଗଛରେ ନିଜର ବଂଶ ବିସ୍ତାର କରି ପୋଷିତ ଗଛକୁ ଆବଶ୍ୟକ ପୋଷକ ପ୍ରଦାନ କରି ଏହାର ବୃଦ୍ଧିକୁ ସାହାଯ୍ୟ କରିଥାଏ I ଜୀବାଣୁ ସାର ଅଧିକ ମହଙ୍ଗା ନୁହେଁ ଏବଂ ଏହାକୁ ଗରୀବ ଚାଷୀମାନେ ମଧ୍ୟ ବ୍ୟବହାର କରିପାରିବେ I ଜୀବାଣୁ ସାର ପରିବେଶ ପାଇଁ ଅନୁକୂଳ ହେବା ସହ ଏହା ପରିବେଶକୁ ପ୍ରଦୂଷକରୁ ରକ୍ଷା କରିଥାଏ ଏବଂ ମୃତ୍ତିକାର ପୋଷାକ ମାନକୁ ମଧ୍ୟ ବଢ଼ାଇ ଥାଏ I ଜୀବାଣୁ ସାରର ମୁଖ୍ୟ ଉତ୍ସ ସବୁ ହେଉଛି, ବ୍ୟାକ୍ଟେରିଆ, ଫିମ୍ପି ଏବଂ ସାଇନୋବ୍ୟାକ୍ଟେରିଆ (ନୀଳହରିତ ଶୈବାଳ) I ଜୀବାଣୁ ସାର ପାଇଁ ବହୁଳ ଭାବେ ବ୍ୟାକ୍ଟେରିଆ କଲ୍ଚର, ଆଜୋଲା, ନୀଳହରିତ ଶୈବାଳ ଇତ୍ୟାଦି ବ୍ୟବହାର କରାଯାଏ I
ସୋପାନ -୩: ଜୈବ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦ କ’ଣ : ଚାଷୀମାନଙ୍କୁ ଜୀବାଣୁ ସାର ଏବଂ ଜୈବିକ ଖତ ମଧ୍ୟରେ ଥିବା ପ୍ରଭେଦକୁ ବୁଝାନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ଜୀବାଣୁ ସାର ହେଉଛି ଉପକାରୀ ଜୀବାଣୁଦ୍ୱାରା ସଂରଚିତ ହୋଇଥିବା ଜୈବିକ ପଦାର୍ଥ ଯାହା ସୂକ୍ଷ୍ମ ଜୀବାଣୁମାନଙ୍କୁ ନେଇ ଗଠିତ ଯେପରିକି ବ୍ୟାକ୍ଟେରିଆ, ଆଲଗି ଏବଂ ଫିମ୍ପି କିମ୍ବା ଏହିସବୁର ସମ୍ମିଶ୍ରଣ ଯହା ଫସଲର ଉତ୍ପାଦନକୁ ବୃଦ୍ଧିକରିଥାଏ I ଜୈବିକ ଖତ ପଶୁମାନଙ୍କ ଠାରୁ ଖତଭାବରେ କିମ୍ବା ଗଛ ଠାରୁ ସବୁଜ ଖତ ଭାବରେ ମିଳିଥାଏ I
ସୋପାନ -୪: ବ୍ୟାକ୍ଟେରିଆ କଲ୍ଚରକୁ କିପରି ବ୍ୟବହାର କରିବେ: ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ପାଇଁ ବିଭିନ୍ନ ପ୍ରକାର ରାଇଜୋବିୟମ କଲ୍ଚର ଉପଲବ୍ଧ ଅଛି I ରାଇଜୋବିୟମ କଲ୍ଚର ପାଇଁ ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ଏବଂ ଫସଫରୋକଲ୍ଚର ଇତ୍ୟାଦି ବ୍ୟବହାର କରି ହେବ I କିନ୍ତୁ ପରିମାଣ ଅଲଗା ଅଲଗା ହୋଇପାରେ I ପ୍ରୟୋଗ କରିବା ହାର ହେଉଛି ଆଜୋଟୋବାକ୍ଟର, ଆଜୋସ୍ପିରିଲମ୍ ପାଇଁ ଏକର ପିଛା ୧୨୦୦ ଗ୍ରାମ ରୁ ଦୁଇ କିଲୋଗ୍ରାମ ପର୍ଯ୍ୟନ୍ତ ଏବଂ ଫସଫରୋକଲ୍ଚର ପାଇଁ ଏକର ପିଛା ୧୬୦୦ ଗ୍ରାମ I କମ୍ପୋଷ୍ଟ ସହ ମିଶ୍ରଣ କରି ବ୍ୟାକ୍ଟେରିଆ କଲ୍ଚରକୁ ବ୍ୟବହାର କରିହେବ I ଚାରା ରୋପିବା ପୂର୍ବରୁ ଏହାର ଚେରକୁ ବ୍ୟାକ୍ଟେରିଆ କଲ୍ଚର ମିଶ୍ରଣରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିହେବ I
ଅଂଶଗ୍ରହଣକାରୀମାନଙ୍କୁ ବ୍ୟାକ୍ଟେରିଆ କଲ୍ଚର ବ୍ୟବହାର ପଦ୍ଧତିକୁ ପ୍ରଦର୍ଶନ କରନ୍ତୁ I
ଆଜୋଲାକୁ କିପରି ବ୍ୟବହାର କରାଯାଏ : ଆଜୋଲା ହେଉଛି ଏକ ପ୍ରକାର ପାଣି ଦଳ I ଆଜୋଲା ବ୍ୟବହାର କଲେ ଏକ ଏକର ପ୍ରତି ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମୃତ୍ତିକାକୁ ପ୍ରଦାନ କରିଥାଏ I
ନୀଳହରିତ ଶୈବାଳ କିପରି ବ୍ୟବହାର କରାଯାଏ : ନୀଳହରିତ ଶୈବାଳ ହେଉଛି ସବୁଠାରୁ ସରଳ ଜୀବନ୍ତ ଜୀବାଣୁ ଯାହା ଅଣ-ଜୈବିକ ପଦାର୍ଠାରୁ ମଧ୍ୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ସମର୍ଥ ହୋଇଥାଏ I ଏହା ଏକ ଅତି ସୁକ୍ଷ୍ମ ଜୀବ ଯାହା ବହୁଳ ଭାବେ ବିବିନ୍ନ ଜଳପ୍ରଦ ସ୍ଥାନରେ ଦେଖାଯାଇଥାଏ I
ନୀଳହରିତ ଶୈବାଳର ବହୁତ ଅଧିକ ଆର୍ଥିକ ମହତ୍ୱ ଅଛି କାରଣ ଏହା ମାଟିରେ ଜୈବିକ ପଦାର୍ଥ ମିଶାଇ ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିଥାଏ I ନୀଳହରିତ ଶୈବାଳ ପ୍ରୟୋଗ କଲେ ଏକର ପିଛା ୧୦ ରୁ ୧୨ କେ.ଜି. ଯବାକ୍ଷାରଯାନ ମିଳିଥାଏ I
ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜୀବାଣୁ ସାର, ରସାୟନିକ ସାର ଏବଂ ଜୈବିକ ଖତ ମଧ୍ୟରେ ପ୍ରଭେଦକୁ ଜାଣି ପାରୁଅଛନ୍ତି କି I ନିଜ ନିଜର ଅଞ୍ଚଳରେ ମିଳୁଥିବା କିଛି ଜୀବାଣୁ ସାରର ନାମ କହିବାକୁ ସେମାନଙ୍କୁ ଉତ୍ସାହିତ କୁହନ୍ତୁ I ନିଜ ସହିତ କିଛି ପ୍ଲାକାର୍ଡ ରଖନ୍ତୁ ଏବଂ ପ୍ରତ୍ୟେକ କାର୍ଡରେ ଯେ କୌଣସି ଏକ ଜୀବାଣୁ ସାର, ରାସାୟନିକ ସାର କିମ୍ବା ଜୈବିକ ଖତର ନାମ ଲେଖାହୋଇଥିଵ ଆବଶ୍ୟକ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଏହି କାର୍ଡ ସବୁକୁ ସାର ପ୍ରକାରଭେଦ ଅନୁସାରେ ତିନୋଟି ଶ୍ରେଣୀରେ ବିଭକ୍ତ କରିବାକୁ କୁହନ୍ତୁ I ଏହି ଅଭ୍ୟାସ ଚାଷୀମାନଙ୍କୁ ସାରର ସଠିକ ଶ୍ରେଣୀକୁ ଚିହ୍ନିବାରେ ସାହାଯ୍ୟ କରିବ I
ଆଧାର – ପୋର୍ଟାଲ ଟିମ
Last Modified : 2/10/2020