অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ତଳି ଘରା ପ୍ରସ୍ତୁତି)

ଖରିଫ ଫସଲର ବୁଣିବା ଅବସ୍ଥା (ତଳି ଘରା ପ୍ରସ୍ତୁତି)

ଅଧିବେଶନ ୩.୮

ତଳି ଘରା ପ୍ରସ୍ତୁତି I

ଉଦ୍ଦେଶ୍ୟ

ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ତଳି ଘରାର ସୁବିଧା ବିଷୟରେ ବୁଝାଇବା ଏବଂ ପଟାଳି ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାଦାନ କରିବା I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଜୈବିକ ଖତ, ଫାଉଡା, ବିହନ

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପରିଦର୍ଶନ ୬୦ ମିନିଟ୍ |


ପୃଷ୍ଠଭୁମୀ

ତଳି ଘରାରେ ବିହନ ଧାଡିରେ ବୁଣିଲେ, ଏହାର ଜୀବିତ ରହିବାର ହାର ଅଧିକ ହେବା ସହ ଭଲ ଭାବରେ ବଢିଥାଏ I ତଳି ଘରାରେ ରୋଗ ପୋକର ସଂକ୍ରମଣ ବହୁତ କମ ହୋଇଥାଏ I ଅଧିକାଂଶ ବିହନ ଉତ୍ତମ ଫସଲ ସୃଷ୍ଟି କରିଥାଏ ଏବଂ ତଳି ମୃତ୍ୟୁ ହାର ମଧ୍ୟ କମ ହୋଇଥାଏ I ତଳି ଘରାରେ ଚାରା ପ୍ରାୟ ତିନି ସପ୍ତାହ ରହିବା ଫଳରେ ମୁଖ୍ୟ ଜମିରେ ଏହା କମ ସମୟ ପାଇଁ ବଢିଥାଏ ଏବଂ ଫସଲ ଗଛସବୁ ସୁସ୍ଥ ସବଳ ହୋଇ ବଢିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ତଳି ଘରାର ଉତ୍ତମ ପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଅଧିକ ଅମଳ ପାଇବାରେ ସେମାନଙ୍କୁ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ପ୍ରଥମେ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେବେ ତଳି ଘରା ପ୍ରସ୍ତୁତ କରନ୍ତି ଯଥା ଯେତେବେଳେ ଚାଷୀମାନେ ରୁଆ ଚାଷ କରନ୍ତି I ସେମାନଙ୍କୁ ତଳି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ସ୍ଥାନୀୟ ପଦ୍ଧତ୍ତି ବିଷୟରେ ପଚାରନ୍ତୁ I ତଳି ଘରା ପ୍ରସ୍ତୁତ କରିବା ସମୟରେ ସେମାନେ ସମ୍ମୁଖିନ୍ନ ହେଉଥିବା ଅସୁବିଧା ସମ୍ପର୍କରେ କହିବାକୁ ପ୍ରୋତ୍ସାହିତ କରନ୍ତୁ I ସେମାନଙ୍କୁ କୁହନ୍ତୁ ଏହି ଅଧିବେଶନରେ ସଠିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦିଆଯିବା ସହ ତାଙ୍କ ମନରେ ଥିବା ସନ୍ଦେହସବୁକୁ ଦୁର କରାଯିବ I

ସୋପାନ -: ତଳି ଘରା କାହିଁକି ପ୍ରସ୍ତୁତ କରାଯାଏ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଅନେକ ଗୁଡିଏ ଫସଲ ରୁଆ ଯାଏ ଏବଂ ରୁଆ ଚାଷରେ ଗଛ ସଂଖ୍ୟା ବଜାୟ ରଖାଯାଇପାରିବ I ଭଲଭାବରେ ବୁଝାଇବା ପାଇଁ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ତଳି ଘେରାର ଆକାର ବିଷୟରେ ସଚେତନ କରନ୍ତୁ I ଉଦାହରଣସ୍ୱରୂପ ଏକ ଏକର ଜମିରେ ଧାନ ରୋଇବା ପାଇଁ ତଳି କିଆରୀର ଆକାର ୪୦୦ ବର୍ଗ ମିଟର ହେବା ଉଚିତ I ଧାନ ତଳି ପାଇଁ ପ୍ରତି ବର୍ଗ ମିଟର ପାଇଁ ୬୫ ଗ୍ରାମ ଯବାକ୍ଷାରଯାନ (୧୩ ଗ୍ରାମ ୟୁରିଆ), ୩ ଗ୍ରାମ ଫସଫରସ୍ ପେଣ୍ଟାଓକ୍ସାଇଡ୍ (୧୯ ଗ୍ରାମ ସିଙ୍ଗେଲ ସୁପର ଫସଫେଟ) ଏବଂ ୩ ଗ୍ରାମ ପଟାସ (୫ ଗ୍ରାମ ମ୍ୟୁରିଏଟ ଅଫ ପଟାସ୍) ସାର ପ୍ରୟୋଗ କରିବା ଦରକାର I ସେହିପରି ଏକ ଏକର ଜମିରେ ପନିପରିବା ଚାଷ ପାଇଁ ତଳି କିଆରୀର ଆକାର ୪୦ ବର୍ଗ ମିଟର ହେବା ଉଚିତ I ତଳି ଘେରାର ଉଚ୍ଚତା ୧୫ ସେ.ମି. ହେବା ଉଚିତ I ତଳି ଘେରା ଜମିକୁ ହଳକରି ମାଟି ଗୁଣ୍ଡ କରିବା ଦରକାର ଏବଂ ଏଥିରେ ଚାରି ଝୁଡି ଜୈବିକ ଖତ ପ୍ରୟୋଗ କରିବା ଉଚିତ I

ସୋପାନ -: ତଳି ଘରା କିପରି ପ୍ରସ୍ତୁତ କରିବେ: ଅଂଶଗ୍ରହଣକାରୀମାନେ ତଳି ଘରାରେ ତଳି ପ୍ରସ୍ତୁତି ବିଷୟରେ ପରିଚିତ ହୋଇ ଗଲା ପରେ, ସେମାନଙ୍କୁ ଏକ ଚାଷୀର କ୍ଷେତକୁ ପ୍ରଦର୍ଶନ ପାଇଁ ନିଅନ୍ତୁ I

  • ତଳି ପଟାଳି ସବୁକୁ ଛଅ (୬) ଇଞ୍ଚ ଉପରେ ପ୍ରସ୍ତୁତ କରନ୍ତୁ I
  • ତଳି ପଟାଳିର ଦୈର୍ଘ୍ୟ ଆବଶକତା ଅନୁଯାୟୀ ହୋଇପାରେ, କିନ୍ତୁ ଏହାର ପ୍ରସ୍ଥ ତିନି ଫୁଟ୍ରୁ ଅଧିକ ହେବା ଉଚିତ ନୁହେଁ I
  • ତଳି ପଟାଳି ମଧ୍ୟରେ ପାଣି ନାଳି ପ୍ରସ୍ତୁତ କରନ୍ତୁ I
  • ତଳି ପଟାଳିରେ ପର୍ଯ୍ୟାପ୍ତ ପରିମାନରେ ଜୈବିକ ଖତ ପ୍ରୟୋଗ କରନ୍ତୁ I
  • ମାଟିରେ ଥିବା ରୋଗ ଜୀବାଣୁ ମାରିବା ପାଇଁ ନିମ୍ବ କିମ୍ବା କରଞ୍ଜ ପିଡିଆ ପ୍ରୟୋଗ କରନ୍ତୁ I
  • ବିହନକୁ ସିଧା ସିଧା ଏକ ସରଳରେଖାରେ ବୁଣନ୍ତୁ I ଧାଡି ମଧ୍ୟରେ ସଠିକ ବ୍ୟବଧାନ ରଖନ୍ତୁ ଯେପରିକି ତଳି ବଢିବାପାଇଁ ଅଧିକ ଜାଗା ପାଇବ I
  • ବୁଣି ସାରିଲା ପରେ ବିହନ ମଞ୍ଜିସବୁକୁ ସମ୍ପୂର୍ଣ ଭାବେ ଘୋଡେଇ ଦିଅନ୍ତୁ I

ଉପସଂହାର

ଶିକ୍ଷାଦାନ କରାଯାଇଥିବା କିଛି ବିଷୟବସ୍ତୁକୁ ସେମାନେ କେତେଦୂର ମନେ ରଖିଛନ୍ତି ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀମାନଙ୍କୁ ଧାଡି ରୁଆ, ମୃତ୍ତିକା ସୌରୀକରଣ, ଜୈବିକ ଖତ ଇତ୍ୟାଦି ବିଷୟରେ ପଚରାଯାଇପାରିବ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate