ଅଧିବେଶନ – ୩.୬ |
ମୂଳ ସାର ପ୍ରୟୋଗ I |
ଉଦ୍ଦେଶ୍ୟ |
ଫସଲର ବୃଦ୍ଧି ଏବଂ ଅମଳ ବଢାଇବା ପାଇଁ ଚାଷୀମାନଙ୍କୁ ମୂଳ ସାର ପ୍ରୟୋଗର ଗୁରୁତ୍ତ୍ୱ ବିଷୟରେ ସଚେତନ କରିବା I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ମୂଳ ସାର ପ୍ରୟୋଗର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I |
ଦରକାରୀ ସାମଗ୍ରୀ |
ପୋଷ୍ଟର ଏବଂ ଚାଷୀର କ୍ଷେତ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପ୍ରଦର୍ଶନ – ୬୦ ମିନିଟ୍ I |
ବୁଣିବା ଏବଂ ରୋଇବା ସମୟରେ ମୂଳ ସାର ପ୍ରୟୋଗ କରାଯାଏ I ଯେକୌଣସି ଫସଲର ବୃଦ୍ଧି ପାଇଁ ମୂଳ ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଚାଷ କରିବାର ସହଳ ଚରଣରେ ପର୍ଯ୍ୟାପ୍ତ ପୋଷକ ମିଳିଲେ ଫସଲର ବୃଦ୍ଧି ବହୁତ ଭଲ ହୋଇଥାଏ I ଏହାସହ ଚାଷୀ ପ୍ରୟୋଗ କରୁଥିବା ସାରର ସର୍ବୋତ୍ତମ ବ୍ୟବହାର ହୋଇଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଭଲ ଅମଳ ପାଇବା ପାଇଁ ମୂଳ ସାରର ପ୍ରୟୋଗ ବିଷୟରେ ମାର୍ଗ ଦର୍ଶନ କରାଇବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିଚାର ବିମର୍ଶ କରନ୍ତୁ ଏବଂ ଆକଳନ କରନ୍ତୁ ଯେ ସେମାନେ ମୂଳ ସାର ପ୍ରୟୋଗ ବିଷୟରେ ଜାଣି ଅଛନ୍ତି ନା ନାହିଁ ଏବଂ ସେମାନେ ସନ୍ତୁଳିତ ସାର ପ୍ରୟୋଗର ଉପକାରିତା ବିଷୟରେ ସଚେତନ ଅଛନ୍ତି ନା ନାହିଁ I ଏହା ସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଭୁଲ ଭାବେ ସାର ପ୍ରୟୋଗ କରି ଏହାର କୁପ୍ରଭାବ ବିଷୟରେ କାହାର ଅଭିଜ୍ଞତା ଅଛି କି I
ସୋପାନ -୨: ସାରରେ ଥିବା ପୋଷକର ମାତ୍ରା: ଚାଷୀମାନଙ୍କୁ ସଂକ୍ଷେପରେ ବୁଝାନ୍ତୁ ଯେ ଫସଲର ବୃଦ୍ଧି ପାଇଁ ବିଭିନ୍ନ ପୋଷକ ଯଥା ଅଙ୍ଗାରକାମ୍ଳ,, ଉଦଜାନ, ଅମ୍ଳଜାନ, ଯବାକ୍ଷାରଯାନ, ଫସଫରସ୍, ସଲଫର, ପୋଟାସ୍, ବୋରୋନ, କପର, ଜିଙ୍କ୍, ଲୌହ, ମଲିବଡିନମ, ମାଙ୍ଗାନିଜ ଏବଂ କ୍ଲୋରିନ ଇତ୍ୟାଦି ଆବଶ୍ୟକ I ସେମାନଙ୍କୁ କୁହନ୍ତୁଯେ ଅଙ୍ଗାରକାମ୍ଳ,, ଉଦଜାନ ଏବଂ ଅମ୍ଳଜାନ ବାୟୁ ମଣ୍ଡଳରୁ ମିଳିଥିବା ବେଳେ ଅନ୍ୟାନ୍ୟ ପୋଷକ ପାଇଁ ମାଟିରେ ସାର ତଥା ଖାତା ପ୍ରୟୋଗ କରିବାକୁ ପଡିଥାଏ I ନିମ୍ନ ଉଲ୍ଲିଖିତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯେଉଁଥିରୁ ବିଭିନ୍ନ ସାରରେ ଥିବା ପୋଷକର ମାତ୍ର ବିଷୟରେ ସେମାନେ ଜାଣି ପାରିବେ:
କ୍ର. ନଂ. |
ସାରର ନାମ |
ଯବାକ୍ଷାରଯାନ ମାତ୍ରା |
ଫସଫରସ ମାତ୍ରା |
ପଟାସ ମାତ୍ରା |
୧ |
ୟୁରିଆ |
୪୬.୦ % |
୦.୦ |
୦.୦ |
୨ |
ସିଙ୍ଗେଲ ସୁପର ଫସଫେଟ |
୦.୦ |
୧୬.୦ % |
୦.୦ |
୩ |
ମ୍ୟୁରିଏଟ ଅଫ ପଟାସ୍ |
୦.୦ |
୦.୦ |
୬୦.୦% |
୪ |
ଡିଏପି |
୧୮.୦ % |
୪୬.୦ % |
୦.୦ |
୫ |
ଏନ୍.ପି.କେ. (୨୮-୨୮-୦) |
୨୮.୦ % |
୨୮.୦ % |
୦.୦ |
୬ |
ଏନ୍.ପି.କେ. (୧୪-୩୫-୧୪) |
୧୪.୦ % |
୩୫.୦ % |
୧୪.୦ % |
୭ |
ଏନ୍.ପି.କେ. (୧୦-୨୬-୨୬) |
୧୦.୦ % |
୨୬.୦ % |
୨୬.୦ % |
ବଜାରରୁ ସିଧା ସଳଖ ସାର କିଣିଲା ସମୟରେ କୌଣସି ଏକ ନିର୍ଦ୍ଦିଷ୍ଟ ସାରକୁ ବାଛିବା ପୂର୍ବରୁ ଆବଶ୍ୟକତାକୁ ହିସାବ କରିବା ଦରକାର I ଏକ କେ.ଜି. ଯବାକ୍ଷାରଯାନ ପାଇବା ପାଇଁ ୨.୨୦ କେ.ଜି. ୟୁରିଆ ଦରକାର ପଡିବ I ସେହିପରି ଭାବେ ଏକ କେ.ଜି. ଫସଫରସ୍ ଏବଂ ଏକ କେ.ଜି. ପଟାସ୍ ପାଇଁ ଯଥାକ୍ରମେ ୬.୨୫ କେ.ଜି. ସିଙ୍ଗେଲ ସୁପର ଫସଫେଟ ଏବଂ ୧.୬୭ କେ.ଜି. ମ୍ୟୁରିଏଟ ଅଫ ପଟାସ୍ କିଣିବା ଆବଶ୍ୟକ ହୋଇଥାଏ I
ସୋପାନ -୩: ଆବଶ୍ୟକ ହେଉଥିବା ମୁଳ ସାରର ପରିମାଣ: କିଛି ମୁଖ୍ୟ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ନିମ୍ନ ପ୍ରଦତ୍ତ ଚାର୍ଟରେ ଦିଅ ଯାଇଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯହିଁରୁ ସେମାନ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ବିଷୟରେ ଏକ ଧାରଣା ପାଇବେ :
କ୍ର. ନଂ. |
ଫସଲର ନାମ |
ଯବାକ୍ଷାରଯାନ (କେ.ଜି./ଏକର ) |
ଫସଫରସ୍ (କେ.ଜି./ଏକର ) |
ପଟାସ୍ (କେ.ଜି./ଏକର ) |
୧ |
ଧାନ (ସହଳ କିସମ) |
୬ କେ.ଜି. |
୧୨ କେ.ଜି. |
୧୨ କେ.ଜି. |
୨ |
ଧାନ (ମଝିଆଳି ଏବଂ ବିଳମ୍ବ ଅବଧି) ମକା, ଚିନାବାଦାମ ଏବଂ କପା (ହାଇବ୍ରିଡ) |
୮ କେ.ଜି. |
୧୬ କେ.ଜି. |
୧୬ କେ.ଜି. |
୩ |
କାକୁଡି ଏବଂ ଜହ୍ନି |
୧୦ କେ.ଜି. |
୧୨ କେ.ଜି. |
୧୨ କେ.ଜି. |
୪ |
କଲରା |
୧୨ କେ.ଜି. |
୧୨ କେ.ଜି. |
୧୨ କେ.ଜି. |
୫ |
ଝୁଡଙ୍ଗ |
୧୦ କେ.ଜି. |
୨୦ କେ.ଜି. |
୨୦ କେ.ଜି. |
୬ |
ପୋଟଳ |
୧୬ କେ.ଜି. |
୩୨ କେ.ଜି. |
୧୬ kg |
୭ |
ବାଇଗଣ |
୧୦ କେ.ଜି. |
୩୦ କେ.ଜି. |
୧୦ କେ.ଜି. |
୮ |
ମୁଗ, ବିରି, ଏବଂ ହରଡ |
୮ କେ.ଜି. |
୧୬ କେ.ଜି. |
୮ କେ.ଜି. |
ସୋପାନ -୪: ମୂଳ ସାରକୁ କିପରି ପ୍ରୟୋଗ କରିବେ: ମୂଳ ସାରକୁ ପ୍ରୟୋଗ କରିବା ପୂର୍ବରୁ ଅନେକ ଦିଗକୁ ବିଚାରକୁ ନେବା ଆବଶ୍ୟକ I ଏହିସବୁ ଦିଗ ବିଷୟରେ ଚାଷୀମାନଙ୍କୁ ସଚେତନ କରନ୍ତୁ:
ଅଧିବେଶନକୁ ସମାପ୍ତ କରି ଏକ ପ୍ରଗତିଶୀଳ ଚାଷୀଙ୍କୁ ପଚାରନ୍ତୁ ତାଙ୍କ ଅଞ୍ଚଳରେ ସାଧାରଣ ଭାବେ ଚାଷ କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ କେଉଁ ସାରକୁ ବ୍ୟବହାର କରାଯାଇପାରିବ I ଚାଷୀମାନଙ୍କୁ ମଧ୍ୟ ପଚାରାଯାଇପାରିବ ଯେ ସେମାନେ କେଉଁଠାରୁ ମୂଳ ସାର କିଣନ୍ତି ଏବଂ ଏହାର ଦରସବୁ କେତେ I ସିଆରପିମାନେ ମୂଳ ସାର ବିକ୍ରୟ କରୁଥିବା କିଛି ବ୍ୟାପାରୀଙ୍କ ଯୋଗାଯୋଗ ଠିକଣା ରଖି ଆବଶ୍ୟକ ବେଳେ ଚାଷୀମାନଙ୍କୁ ମାର୍ଗଦର୍ଶନ କରନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020